bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 9
Judges 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 10 →
1
ଅବୀମେଲକ୍ ରାଜା ହେଲେ ଅବୀମେଲକ୍ ଥିଲା ଯିରୁବ୍ବାଲ୍ର ପୁତ୍ର। ଶିଖିମରେ ଥିବା ନିଜର ମାମୁଁମାନଙ୍କୁ ଦେଖିବାକୁ ଗଲା। ସେ ତାଙ୍କର ମାମୁଁମାନଙ୍କୁ ଏବଂ ତା’ର ମାର ସମସ୍ତ ପରିବାରକୁ କହିଲା।
2
“ଶିଖିମ୍ ପ୍ରାଚୀନମାନଙ୍କୁ ପଗ୍ଭର: ‘ଯିରୁବ୍ବାଲ୍ର ସତୁରି ପୁତ୍ରଯାକ ତୁମ୍ଭ ଉପରେ ଶାସନ କରନ୍ତୁ ନା ଜଣେ ମାତ୍ର ପୁତ୍ର ଶାସନ କରନ୍ତୁ, କେଉଁଟା ତୁମ୍ଭ ପାଇଁ ଭଲ ହେବ? ମନେରଖ ମୁଁ ତୁମ୍ଭମାନଙ୍କର ରକ୍ତ ସମ୍ପର୍କୀୟ।’”
3
ତାଙ୍କ ମାତାର ଭାଇମାନେ ଶିଖିମର ଲୋକମାନଙ୍କୁ ଏ କଥା ଜଣାଇଲା ପରେ ତାଙ୍କ ପକ୍ଷରେ ଏସବୁ କଥା କହନ୍ତେ ଅବୀମେଲକର ପଶ୍ଚାଦ୍ଗାମୀ ହେବାକୁ ସେମାନେ ସମ୍ମତି ପ୍ରଦାନ କଲେ। କାରଣ ସେମାନେ କହିଲେ, “ଯାହା ହେଲେ ବି ସେ ଆମ୍ଭର ଭାଇ।”
4
ତେଣୁ ପ୍ରାଚୀନମାନେ ତାକୁ ବାଲ୍ବରୀତର ମନ୍ଦିରରୁ ସତୁରି ଖଣ୍ତ ରୂପା ଦେଲେ। ସେହି ରୂପାଖଣ୍ଡରେ ଅବୀମେଲକ୍ କେତେକ ଅଦରକାରୀ ଓ ଲୋକମାନଙ୍କୁ ରଖିଲା। ଯେଉଁଆଡ଼େ ସେ ଗଲା ସେମାନେ ତାକୁ ଅନୁସରଣ କଲେ।
5
ଅବୀମେଲକ୍ ନିଜର ପିତୃଗୃହ ଅଫ୍ରାକୁ ଗଲା। ସେ ତା’ର ସତୁରି ଜଣ ଭାଇମାନଙ୍କୁ ସେଠାରେ ଗୋଟିଏ ପଥରରେ ହତ୍ୟା କଲା। କିନ୍ତୁ ଯିରୁବ୍ବାଲ୍ର କନିଷ୍ଠ ପୁତ୍ର ନିଜକୁ ଲୁଗ୍ଭଇ ରଖିଲା। ତା’ର ନାମ ଯୋଥମ୍ ଥିଲା।
6
ଶିଖିମର ନେତୃବର୍ଗମାନେ ଓ ମିଲ୍ଲୋ ଗୃହ ନିବାସୀଗଣ ଏକତ୍ରିତ ହେଲେ। ସେହି ସମସ୍ତ ଲୋକମାନେ ଶିଖିମରେ ଥିବା ସ୍ତମ୍ଭ ନିକଟସ୍ଥ ଅଲୋନବୃକ୍ଷମୂଳରେ ଅବୀମେଲକକୁ ସେମାନଙ୍କର ରାଜା କଲେ।
7
ଯୋଥମର କାହାଣୀ ଯୋଥମ୍ ଜାଣିବାକୁ ପାଇଲେ ଯେ, ନଗରର ସମସ୍ତ ଲୋକ ଶିଖିମର ନେତୃବର୍ଗ ଅବୀମେଲକକୁ ସେମାନଙ୍କର ରାଜା କରିଛନ୍ତି। ଏ କଥା ଶୁଣି ସେ ଗରିଷୀମ ପର୍ବତ ଉପରେ ଠିଆ ହୋଇ ଲୋକମାନଙ୍କୁ ଉଚ୍ଚସ୍ୱରରେ କହିଲେ, ତୁମ୍ଭେ ଶିଖିମ ନଗରର ନେତୃବର୍ଗଗଣ, “ମୋ’ କଥା ଶୁଣ, ତା’ପରେ ପରମେଶ୍ୱର ତୁମ୍ଭମାନଙ୍କ କଥା ଶୁଣିବେ।
8
“ଏକ ସମୟରେ ବୃକ୍ଷସବୁ ନିଜ ଉପରେ ରାଜା ଅଭିଷେକ କରିବାକୁ ଗଲେ। ସେମାନେ ଜୀତ ବୃକ୍ଷକୁ କହିଲେ, ‘ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
9
“ମାତ୍ର ବୃକ୍ଷ ସେମାନଙ୍କୁ କହିଲେ, ‘ମୋର ମୂଲ୍ୟବାନ୍ ତେଲ ଦ୍ୱାରା ମନୁଷ୍ୟ ଓ ପରମେଶ୍ୱର ସମ୍ମାନିତ ହୁଅନ୍ତି। ମୁଁ କ’ଣ ବୃକ୍ଷମାନଙ୍କ ପାଇଁ ଏଣେ ତେଣେ ଯାଇ ମୋର ମୂଲ୍ୟବାନ୍ ତେଲ ଦେବାକୁ ବନ୍ଦ କରି ଦେବି?’
10
“ତେଣୁ ବୃକ୍ଷମାନେ ଡିମ୍ବିରି ବୃକ୍ଷକୁ କହିଲେ, ‘ତୁମ୍ଭେ ଆସ ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
11
“କିନ୍ତୁ ଡିମ୍ବିରି ବୃକ୍ଷ ଉତ୍ତର ଦେଲା, ‘କେବଳ ଅନ୍ୟ ବୃକ୍ଷମାନଙ୍କ ଉପରେ ଶାସନ କରିବାକୁ, ମୁଁ ମୋର ଉତ୍ତମ ସ୍ୱାଦିଷ୍ଟ ଫଳ ଉତ୍ପନ୍ନ କରିବା ବନ୍ଦ କରି ଦେବି କି?’
12
“ଏହା ପରେ ବୃକ୍ଷମାନେ ଦ୍ରାକ୍ଷାଲତାକୁ କହିଲେ, ‘ତୁମ୍ଭେ ଆସ ଆମ୍ଭମାନଙ୍କର ଉପରେ ରାଜତ୍ୱ କର।’
13
“କିନ୍ତୁ ଦ୍ରାକ୍ଷାଲତା ସେମାନଙ୍କୁ ଉତ୍ତରରେ କହିଲା, ‘କେବଳ ତୁମ୍ଭମାନଙ୍କ ଉପରେ ଶାସନ କରିବାକୁ ମୁଁ ଦ୍ରାକ୍ଷାରସ ଉତ୍ପନ୍ନ କରିବା ବନ୍ଦ କରି ଦେବି କି?, ଯେଉଁଗୁଡ଼ିକ ଦେବତାଗଣଙ୍କୁ ଓ ଲୋକମାନଙ୍କୁ ଖୁସୀ କରେ?’
14
“ଶେଷରେ ସମସ୍ତ ବୃକ୍ଷ କଣ୍ଟକ ବୃକ୍ଷକୁ କହିଲେ, ‘ଆସ ଆମ ଉପରେ ରାଜତ୍ୱ କର।’
15
“କିନ୍ତୁ କଣ୍ଟକ ବୃକ୍ଷ ସେମାନଙ୍କୁ କହିଲା, ‘ବାସ୍ତବରେ ତୁମ୍ଭେମାନେ ଯଦି ମୋତେ ତୁମ୍ଭମାନଙ୍କର ଶାସକ ହେବା ପାଇଁ ଗ୍ଭହୁଁଛ, ତେବେ ଆସ ମୋର ଛାଇରେ ବିଶ୍ରାମ ନିଅ। ନଚେତ୍ କଣ୍ଟକ ଲତାରୁ ଅଗ୍ନି ବାହାରି ଲିବାନୋନ୍ର ଏରସ ବୃକ୍ଷଗୁଡ଼ିକୁ ଗ୍ରାସ କରୁ।’
16
“ଯଦି ବାସ୍ତବରେ ତୁମ୍ଭେମାନେ ଅବୀମେଲକକୁ ରାଜା କରିବାରେ ସାଧୁତା ଅବଲମ୍ବନ କରିଥାଅ ଓ ଏହା କରିବା ଦ୍ୱାରା ତୁମ୍ଭେମାନେ ଓ ଯିରୁବ୍ବାଲ୍ ଓ ତା’ର ପରିବାର ପ୍ରତି ନିରପେକ୍ଷ ଦେଖାଇଥାଅ ଏବଂ ଯଦି ସେମାନଙ୍କ ପ୍ରାପ୍ୟ ଅନୁସାରେ ବ୍ୟବହାର କରିଥାଅ।
17
ତା’ପରେ ସେହି ବିଷୟରେ ଚିନ୍ତାକର, ମୋର ପିତା ତୁମ୍ଭମାନଙ୍କ ପାଇଁ ଯାହା କରିଥିଲେ। ମୋର ପିତା ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିଥିଲେ। ସେ ତା’ ଜୀବନକୁ ବାଜି ଲଗାଇ ମିଦିୟନୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ।
18
କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ମୋର ପିତାଙ୍କର ପରିବାର ବିରୁଦ୍ଧରେ ବିଦ୍ରୋହ କଲ। ତୁମ୍ଭେ ତାଙ୍କର ସତୁରି ପୁତ୍ରଙ୍କୁ ଗୋଟିଏ ପଥରରେ ହତ୍ୟା କଲ। ତୁମ୍ଭେମାନେ ଅବୀମେଲକକୁ ଶିଖିମ ଉପରେ ତୁମ୍ଭମାନଙ୍କର ରାଜା କରିଅଛ, ସେ ତୁମ୍ଭମାନଙ୍କର ସମ୍ପର୍କୀୟ। ସେ ହେଉଛି ମୋର ପିତାଙ୍କର ଦାସୀ ପୁତ୍ର।
19
ତେଣୁ ଯଦି ତୁମ୍ଭେ ଆଜି ଯିରୁବ୍ବାଲ୍ ଓ ତାହାର ପରିବାର ଉପରେ ସତ୍ୟ ଓ ସରଳ ବ୍ୟବହାର କରିଅଛ, ତେବେ ଅବୀମେଲକକୁ ନେଇ ଆନନ୍ଦ କର ଓ ସେ ମଧ୍ୟ ତୁମ୍ଭମାନଙ୍କୁ ନେଇ ଆନନ୍ଦ କରୁ।
20
କିନ୍ତୁ ଯଦି ତୁମ୍ଭେମାନେ ଏହା କରି ନାହଁ, ତେବେ ଅବୀମେଲକଠାରୁ ଅଗ୍ନି ବାହାରି ଶିଖିମ ନେତୃବର୍ଗଙ୍କୁ ଓ ମିଲ୍ଲୋ ନିବାସୀମାନଙ୍କୁ ଓ ମିଲ୍ଲୋ ଗୃହକୁ ଦଗ୍ଧ କରୁ। ପୁଣି ଶିଖିମ୍ ନିବାସୀ ଲୋକଗଣଠାରୁ ଓ ମିଲ୍ଲୋ ନିବାସୀମାନଙ୍କଠାରୁ ଅଗ୍ନି ବାହାରି ଅବୀମେଲକକୁ ଗ୍ରାସ କରୁ।”
21
ଏହା ପରେ ଯୋଥମ୍ ବେର ନାମକ ସହରକୁ ଶୀଘ୍ର ପଳାଇଲା। ଯୋଥମ୍ ସେଠାରେ ରହିଲା କାରଣ ସେ ଅବୀମେଲକକୁ ଭୟ କରୁ ଥିଲା।
22
ଅବୀମେଲକ୍ ଶିଖିମମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଅବୀମେଲକ୍ ଇସ୍ରାଏଲ ଉପରେ ତିନି ବର୍ଷ ରାଜତ୍ୱ କଲେ।
23
ଅବୀମେଲକ୍ ଯିରୁବ୍ବାଲ୍ଙ୍କର ସତୁରି ଜଣ ପୁତ୍ରଙ୍କୁ ହତ୍ୟା କଲେ, ଯେଉଁମାନେ ତାଙ୍କର ନିଜର ଭାଇ ଥିଲେ। ଶିଖିମର ନେତୃବର୍ଗ ଇସ୍ରାଏଲର ଭୁଲ୍ କାର୍ଯ୍ୟ କରିବାରେ ସମର୍ଥନ ଦେଲେ।
24
ସେଥିପାଇଁ ପରମେଶ୍ୱର ଅବୀମେଲକ୍ ଓ ଶିଖିମର ନେତୃବର୍ଗମାନଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି କଲେ। ସେଥିପାଇଁ ଶିଖିମର ନେତୃବର୍ଗମାନେ ଅବୀମେଲକ୍ ବିରୁଦ୍ଧରେ ଯୋଜନା ଆରମ୍ଭ କଲେ।
25
ଶିଖିମର ନେତୃବର୍ଗମାନେ ପର୍ବତ ଶୃଙ୍ଗ ଉପରେ ଗୁପ୍ତ ସୈନ୍ୟ ଛାଉଣି ନିର୍ମାଣ କଲେ। ସେମାନେ ସେହି ବାଟ ଦେଇ ଯାଉଥିବା ସମସ୍ତଙ୍କୁ ଲୁଟ୍ କଲେ। ଅବୀମେଲକ୍ ଏହି ସମସ୍ତ ସମ୍ବାଦ ଶୁଣିଲେ।
26
ଏବଦର ପୁତ୍ର ଗାଲ୍ ନିଜର ଭାଇମାନଙ୍କୁ ସାଙ୍ଗରେ ନେଇ ଶିଖିମକୁ ଗଲା। ଶିଖିମର ନେତୃବର୍ଗମାନେ ତାଙ୍କ ଉପରେ ବିଶ୍ୱାସ କଲେ।
27
ଶିଖିମର ଲୋକମାନେ ସେମାନଙ୍କର ନିଜ କ୍ଷେତ୍ରରୁ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ଦ୍ରାକ୍ଷାଫଳକୁ ସେମାନେ ଚିପୁଡ଼ିଲେ। ତା’ପରେ ସେମାନେ ସେମାନଙ୍କ ଦେବତାଙ୍କର ମନ୍ଦିରକୁ ଉତ୍ସବ ପାଳନ କରିବାକୁ ଗଲେ। ସେଠାରେ ସେମାନେ ନୈଶ ଭୋଜନ ଓ ପାନ କଲେ ଓ ଅବୀମେଲକକୁ ଶାପ ଦେଲେ।
28
ଏଥିରେ ଏବଦର ପୁତ୍ର ଗାଲ୍ କହିଲା, “ଆମ୍ଭେ ହେଉଛୁ ଶିଖିମ ନିବାସୀ, ଆମ୍ଭେ କାହିଁକି ଅବୀମେଲକକୁ ମାନିବୁ? ସେ କିଏ? ଆମେ କାହିଁକି ତାକୁ ମାନିବା? ଏହା ସତ୍ୟ ଅବୀମେଲକ୍ ହେଇଛି ଯିରୁବ୍ବାଲ୍ର ପୁତ୍ର, ନୁହେଁ କି? ଏବଂ ଅବୀମେଲକ୍ ସବୂଲକୁ ତା’ର ଅଧିକାରୀ କଲା, ନୁହେଁ କି? ଆମ୍ଭେ ଶିଖିମର ପିତା ହମୋରର ଲୋକମାନଙ୍କର ସେବା କରିବା ଉଚିତ୍। କିନ୍ତୁ ଆମ୍ଭେ କାହିଁକି ଅବୀମେଲକର ସେବା କରିବୁ?
29
ତୁମ୍ଭେ ଯଦି ମୋତେ ତୁମ୍ଭର ଆଦେଶକାରୀ କର, ମୁଁ ଅବୀମେଲକକୁ ବିନଷ୍ଟ କରିଥା’ନ୍ତି। ମୁଁ ତାଙ୍କୁ କହନ୍ତି, ‘ତୁମେ ତୁମ୍ଭର ସୈନ୍ୟକୁ ପ୍ରସ୍ତୁତ କର ଏବଂ ଯୁଦ୍ଧ କରିବାକୁ ବାହାରି ଆସ।’”
30
ସବୂଲ୍ ଥିଲା ଶିଖିମ ନଗରର ନେତା। ସବୂଲ୍ ଜାଣିବାକୁ ପାଇଲା ଯେ, ଏବଦର ପୁତ୍ର ଗାଲ୍ ଯାହା କହିଥିଲା ଏବଂ ଏ କଥାରେ ସେ କ୍ରୋଧାନ୍ୱିତ ହେଲା।
31
ସବୂଲ୍ ଅରୁମାହରେ ଅବୀମେଲକ୍ ନିକଟକୁ ଦୂତ ପଠାଇଲେ ଏବଂ ସେମାନେ କହିଲେ, “ଏବଦର ପୁତ୍ର ଗାଲ୍ ଓ ତାହାର ଭାଇମାନେ ଶିଖିମକୁ ଆସିଛନ୍ତି। ସେମାନେ ସମସ୍ତ ସହରକୁ ତୁମ୍ଭ ବିରୁଦ୍ଧରେ ଯିବା ପାଇଁ ପ୍ରବର୍ତ୍ତାଉଛନ୍ତି।
32
ତେଣୁ ତୁମ୍ଭେ ଓ ତୁମ୍ଭର ଲୋକମାନେ ରାତ୍ରି ସମୟରେ ଆସ ଓ ସହରର ବାହାର କ୍ଷେତରେ ଲୁଚି ରୁହ।
33
ଏହା ପରେ ଯେତେବେଳେ ପ୍ରଭାତ ହେବ, ନଗରକୁ ଆକ୍ରମଣ କର। ଗାଲ୍ ତା’ର ଲୋକମାନଙ୍କ ସହିତ ଯେତେବେଳେ ବାହାରି ଆସେ, ତୁମ୍ଭ ଦ୍ୱାରା ଯେପରି ହେବ ସେହିପରି କର।”
34
ତେଣୁ ଅବୀମେଲକ୍ ଏବଂ ତା’ର ସୈନ୍ୟମାନେ ରାତ୍ରିରେ ଉଠି ନଗରକୁ ଗଲେ। ସେହି ସୈନ୍ୟମାନେ ଗ୍ଭରିଟି ଦଳରେ ଭାଗ ହେଲେ ଏବଂ ସେମାନେ ଶିଖିମ ନଗର ନିକଟରେ ଲୁଚି ରହିଲେ।
35
ଏବଦର ପୁତ୍ର ଗାଲ୍ ବାହାରେ ଯାଇ ନଗର ପ୍ରବେଶ ଦ୍ୱାରରେ ଛିଡ଼ା ହେଲା ଓ ଅବୀମେଲକ୍ ଓ ତା’ର ଲୋକମାନେ ଲୁଚିଥିବା ସ୍ଥାନରୁ ବାହାରି ଆସିଲେ।
36
ଗାଲ୍ ସୈନ୍ୟମାନଙ୍କୁ ଦେଖିଲା। ଗାଲ୍ ସବୂଲକୁ କହିଲେ, “ପର୍ବତରୁ ଓହ୍ଲାଇ ଆସୁଥିବା ସୈନ୍ୟମାନଙ୍କୁ ଦେଖ।” କିନ୍ତୁ ସବୂଲ ତାଙ୍କୁ କହିଲା, “ପର୍ବତର ଛାଇ ତୁମ୍ଭକୁ ଲୋକମାନଙ୍କ ପରି ଦେଖାଯାଉଛି।”
37
କିନ୍ତୁ ଗାଲ୍ ପୁଣି କହିଲା, “ଦେଖ କେତେକ ଲୋକ ନାଭେଲ ଭୂମିରୁ ଓହ୍ଲାଇ ଆସୁଛନ୍ତି। ଆଉ ଏକ ଦଳ ମିଓନିର୍ନମ ଅଲୋନବୃକ୍ଷର ପଥଦେଇ ଆସୁଛନ୍ତି।”
38
ତେଣୁ ସବୂଲ ତାଙ୍କୁ କହିଲା, “ତୁମ୍ଭେ ଏବେ କାହିଁକି ଦର୍ପ କରୁ ନାହଁ? ତୁମ୍ଭେ କହିଥିଲ, ‘ଅବୀମେଲକ୍ କିଏ ଯେ ଆମ୍ଭେ ନିଶ୍ଚିତ ତାହାର ସେବା କରିବୁ? ତୁମ୍ଭେ କ’ଣ ଏହି ସୈନ୍ୟମାନଙ୍କୁ ପରିହାସ କରି ନ ଥିଲ? ବର୍ତ୍ତମାନ ଯାଅ ଓ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କର।”
39
ତେଣୁ ଗାଲ୍ ଶିଖିମର ନେତୃବର୍ଗଙ୍କୁ ନେତୃତ୍ୱ କରି ବାହାର ହୋଇ ଅବୀମେଲକ୍ ସହିତ ଯୁଦ୍ଧ କଲା।
40
ଅବୀମେଲକ୍ ତାଙ୍କ ପଛେ ପଛେ ଗୋଡ଼ାଇଲେ ଏବଂ ଏହିପରି ଭାବରେ ପ୍ରବେଶ ଫାଟକରେ ପହଞ୍ଚିବା ପର୍ଯ୍ୟନ୍ତ ଗାଲର ଅଧିକାଂଶ ଲୋକମାନେ ମୃତ୍ୟୁବରଣ କଲେ।
41
ଏହା ପରେ ଅବୀମେଲକ୍ ଅରୁମାରେ ରହିଲେ। ତା’ପରେ ସବୂଲ୍ ଗାଲ୍କୁ ଓ ତା’ର ଭାତୃଗଣକୁ ତଡ଼ି ଦେଲା। ସେ ସେମାନଙ୍କୁ ଶିଖିମରେ ବାସ କରିବାକୁ ଅନୁମତି ଦେଲା ନାହିଁ।
42
ପରଦିନ ଲୋକମାନେ ବାହାର ହୋଇ କ୍ଷେତ୍ରକୁ ଯିବା ବେଳେ କେହି ଜଣେ ଅବୀମେଲକକୁ ଖବର ଦେଲା।
43
ତେଣୁ ସେ ତାଙ୍କର ସୈନ୍ୟମାନଙ୍କୁ ନେଇ ସେମାନଙ୍କୁ ତିନି ଦଳରେ ବିଭକ୍ତ କଲେ। ସେମାନେ କ୍ଷେତରେ ନିଜକୁ ଲୁଗ୍ଭଇ ରଖିଲେ ଏବଂ ଯେତେବେଳେ ସେମାନେ ଲୋକମାନଙ୍କୁ ସହରରୁ ବାହାରି ଆସୁଥିବାର ଦେଖିଲେ, ସେମାନଙ୍କୁ ଆକ୍ରମଣ କଲେ।
44
ପୁଣି ଅବୀମେଲକ୍ ତା’ର ଦଳ ପ୍ରବେଶ ଫାଟକ ସମ୍ମୁଖରେ ଛିଡ଼ା ହେଲେ। ଏବଂ ଅନ୍ୟ ଦୁଇଦଳ ବାହାରକୁ ଦୌଡ଼ିଲେ ଏବଂ କ୍ଷେତରେ ଥିବା ସମସ୍ତ ଲୋକଙ୍କୁ ହତ୍ୟା କଲେ।
45
ଅବୀମେଲକ୍ ସେହି ଦିନ ଯାକ ନଗର ବିରୁଦ୍ଧରେ ଯୁଦ୍ଧ କଲେ ଓ ନଗର ହସ୍ତଗତ କରି ନଗରରେ ବସବାସ କରୁଥିବା ଲୋକମାନଙ୍କୁ ହତ୍ୟା କଲେ। ପୁଣି ସେ ନଗରକୁ ସମଭୂମି କରି ତହିଁ ଉପରେ ଲବଣ ଗ୍ଭଷ କଲେ।
46
ଶିଖିମର ଅଟ୍ଟାଳିକାର ମାଲିକମାନେ ଏବିଷୟରେ ଶୁଣିଲେ। ସେମାନେ ଏଲ୍ବରୀତ୍ ମନ୍ଦିରର ସବୁଠାରୁ ନିରାପଦ ସ୍ଥାନରେ ଏହା ଜାଣିବାକୁ ପାଇଲେ।
47
ଅବୀମେଲକ୍ ଜାଣିବାକୁ ପାଇଲା ଯେ, ଶିଖିମର ସମସ୍ତ ମାଲିକମାନେ ଏକତ୍ରିତ ହୋଇଥିଲେ।
48
ଏହା ପରେ ଅବୀମେଲକ୍ ଓ ତାଙ୍କର ସମସ୍ତ ଲୋକମାନେ ସଲ୍ମୋନ୍ ପର୍ବତକୁ ଚଢ଼ିଲେ। ଅବୀମେଲକ୍ କୁହ୍ରାଡ଼ି ନେଇ ବୃକ୍ଷରୁ କେତେକ ଡାଳ ହାଣିଲେ। ସେ ସେଗୁଡ଼ିକ ଉଠାଇଲେ ଏବଂ ସେଗୁଡ଼ିକ ନିଜ କାନ୍ଧରେ ରଖିଲେ ଏବଂ ନିଜର ସଙ୍ଗୀ ଲୋକମାନଙ୍କୁ କହିଲେ, “ଯଥାଶୀଘ୍ର, ମୁଁ ଯାହା କଲି ତୁମ୍ଭେ ତାହା କର।”
49
ତେଣୁ ସମସ୍ତ ଲୋକମାନେ ଅବୀମେଲକକୁ ଅନୁସରଣ କଲେ ଓ ଏଲବେରିଥର ମନ୍ଦିର ସୁରକ୍ଷା କୋଠରୀ ସମ୍ମୁଖରେ ଶାଖାଗୁଡ଼ିକ ଗଦା କଲେ। ତା’ପରେ ସେମାନେ ଏହାକୁ ଅଗ୍ନି ସଂଯୋଗ କଲେ। ଏହି ପ୍ରକାରେ ଶିଖିମର ସମସ୍ତ ମାଲିକମାନେ ମୃତ୍ୟୁବରଣ କଲେ। ସେଠାରେ ପାଖାପାଖି 1000 ପୁରୁଷ ଓ ସ୍ତ୍ରୀ ଥିଲେ।
50
ଅବୀମେଲକର ମୃତ୍ୟୁ ଏହା ପରେ ଅବୀମେଲକ୍ ତେବସ ସହରକୁ ଗଲେ, ସେଠାରେ ଛାଉଣି ସ୍ଥାପନ କଲେ ଓ ତାକୁ ଅକ୍ତିଆର କଲେ।
51
କିନ୍ତୁ ସେହି ନଗର ମଧ୍ୟରେ ଏକ ଦୃଢ଼ ଗଡ଼ ଥିଲା। ତେଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗରର ଲୋକମାନେ ଉଚ୍ଚ ପ୍ରାସାଦକୁ ପଳାଇ ତା’ ଭିତରେ ନିଜକୁ ରୁଦ୍ଧକରି ଗଡ଼ର ଛାତ ଉପରକୁ ଗଲେ।
52
ତେଣୁ ଅବୀମେଲକ୍ ସେହି ଗଡ଼ରେ ପହଞ୍ଚି ତା’ ବିରୁଦ୍ଧରେ ଯୁଦ୍ଧ କଲେ। ଏବଂ ତାକୁ ଅଗ୍ନିରେ ଦଗ୍ଧ କରିବା ପାଇଁ ସେ ଗଡ଼ର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଗଲେ।
53
ସେଥିରୁ ଜଣେ ସ୍ତ୍ରୀ ଚକିର ଉପର ପଟ ଅବୀମେଲକଙ୍କ ମୁଣ୍ଡ ଉପରକୁ ପକାଇ ତାଙ୍କର ଖପୁରି ଭାଙ୍ଗି ପକାଇଲା।
54
ତେଣୁ ସେ ତାଙ୍କର ଅସ୍ତ୍ରବାହକ ଯୁବକକୁ ଡାକି କହିଲା, “ସଙ୍ଗେ ସଙ୍ଗେ ତୁମ୍ଭର ଖଡ଼୍ଗ ବାହାର କରି ମୋତେ ହତ୍ୟା କର। ଯେଉଁଥିପାଇଁ କେହି କହିବେ ନାହିଁ, ‘ଜଣେ ସ୍ତ୍ରୀ ଅବୀମେଲକକୁ ହତ୍ୟା କଲା।’” ତେଣୁ ତା’ର ଗ୍ଭକର ତାଙ୍କୁ ଭୁଷି ଦିଅନ୍ତେ, ମଲା।
55
ଇସ୍ରାଏଲର ଲୋକମାନେ ଅବୀମେଲକର ମରଣ ଦେଖି ନିଜ ନିଜ ସ୍ଥାନକୁ ଗ୍ଭଲିଗଲେ।
56
ଏହିପରି ଅବୀମେଲକ୍ ନିଜର ସତୁରି ଭାଇଙ୍କୁ ହତ୍ୟାକରି ନିଜର ପିତା ବିରୁଦ୍ଧରେ ଯେଉଁ ପାପ କରିଥିଲେ, ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ଅବୀମେଲକକୁ ଯଥାର୍ଥ ଦଣ୍ତ ଦେଲେ।
57
ସଦାପ୍ରଭୁ ପରମେଶ୍ୱର ଶିଖିମ ନିବାସୀମାନଙ୍କର ସମସ୍ତ ପାପପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଯଥାର୍ଥ ଦଣ୍ତ ଦେଲେ ଏବଂ ଯିରୁବ୍ବାଲ୍ର ପୁତ୍ର ଯୋଥମ୍ ଦେଇଥିବା ଅଭିଶାପ ସେମାନଙ୍କ ଉପରେ ପଡ଼ିଲା।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
Recommended Reading
Commentary
Judges Commentaries
→
Devotional
Judges Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→