bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 11
Judges 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 12 →
1
ଯିପ୍ତହ ନାମକ ଜଣେ ଲୋକ ଗିଲିୟଦର ପରିବାରବର୍ଗର ଜଣେ ସାହସୀ ଯୋଦ୍ଧା ଥିଲେ। କିନ୍ତୁ ସେ ଜଣେ ବେଶ୍ୟାର ପୁତ୍ର ଥିଲେ। ଗିଲିୟଦ ତାଙ୍କର ପିତା ଥିଲେ।
2
ଗିଲିୟଦର ସ୍ତ୍ରୀ ତାହାର କେତେକ ପୁତ୍ର ଜନ୍ମ କଲା ଏବଂ ଯେତେବେଳେ ପୁତ୍ରମାନେ ବଡ଼ ହେଲେ ସେମାନେ ଯିପ୍ତହକୁ ଏହା କହି ତଡ଼ି ଦେଲେ, “ଆମ୍ଭର ପିତୃ ସମ୍ପତ୍ତିରେ ତୁମ୍ଭର କୌଣସି ଅଧିକାର ନାହିଁ, କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପୁତ୍ର।”
3
ସେଥିରେ ଯିପ୍ତହ ନିଜର ଭାଇମାନଙ୍କ ସମ୍ମୁଖରୁ ପଳାଇ ଟୋବ୍ ଦେଶରେ ବାସ କଲା। ସେଥିରେ କେତେ ଗୁଡ଼ିଏ ଅଗାଡ଼ି ଲୋକ ଯିପ୍ତହ ସଙ୍ଗେ ମିଳି ତାହାଙ୍କ ସହଚର ହେଲେ।
4
କିଛି ଦିନପରେ ଅମ୍ମୋନ ସନ୍ତାନଗଣ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଲାଗିଲେ।
5
ଯେତେବେଳେ ଅମ୍ମୋନୀୟମାନେ ଇସ୍ରାଏଲ ସହିତ ଯୁଦ୍ଧ କଲେ, ଗିଲିୟଦର ନେତୃବର୍ଗ ପ୍ରାଚୀନବର୍ଗ ଯିପ୍ତହଙ୍କୁ ପାଇବାକୁ ଟୋବ୍ ଦେଶକୁ ଗଲେ।
6
ସେମାନେ ଯିପ୍ତହଙ୍କୁ କହିଲେ, “ଆମ୍ଭେମାନେ ଅମ୍ମୋନ ସନ୍ତାନଗଣ ସହିତ ଯେମନ୍ତ ଯୁଦ୍ଧ କରିବାକୁ ଗ୍ଭହୁଁଛୁ, ଏଥିପାଇଁ ତୁମ୍ଭେ ଆସି ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ।”
7
ଯିପ୍ତହ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ ବଳପୂର୍ବକ ମୋର ପିତୃଗୃହରୁ ତଡ଼ି ଦେଇଥିଲ। ତୁମେ ମୋତେ ଘୃଣା କର। ଯେତେବେଳେ ତୁମ୍ଭର ଅସୁବିଧା ହୁଏ, ତେବେ କାହିଁକି ତୁମ୍ଭେ ଏବେ ମୋ’ ପାଖକୁ ଆସିଛ?”
8
ଗିଲିୟଦର ପ୍ରାଚୀନ ନେତୃବର୍ଗ ଯିପ୍ତହକୁ କହିଲେ, “ଏଇଥିପାଇଁ ଆମ୍ଭେ ତୁମ୍ଭ ପାଖକୁ ଆସିଅଛୁ ବର୍ତ୍ତମାନ ଦୟାକରି ଆମ୍ଭ ସହିତ ଆସ ଓ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ଏବଂ ଗିଲିୟଦରେ ନେତା ହୁଅ।”
9
ଏହା ପରେ ଯିପ୍ତହ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ମୋତେ ଫେରାଇ ନେଉଛ, ଯଦି ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରିବାକୁ ମୋତେ ସହାୟ ହୁଅନ୍ତି ତେବେ ମୁଁ ତୁମ୍ଭମାନଙ୍କର ନେତା ହେବି।”
10
ଗିଲିୟଦର ପ୍ରାଚୀନ ନେତୃବର୍ଗ ଯିପ୍ତହକୁ କହିଲେ, “ଆମ୍ଭେ କହିଥିବା ସମସ୍ତ କଥା ସଦାପ୍ରଭୁ ଶୁଣିଛନ୍ତି। ଆମ୍ଭେମାନେ ଆପଣଙ୍କୁ କଥା ଦେଉଛୁ ଯେ, ତୁମ୍ଭେ ଯାହାସବୁ କହିବ, ଆମ୍ଭେମାନେ କରିବୁ।”
11
ତେଣୁ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କ ସହିତ ଯିପ୍ତହ ଗଲେ। ଲୋକମାନେ ତାଙ୍କୁ ସେମାନଙ୍କର ମୁଖ୍ୟ ରୂପେ ଓ ଶାସକ ରୂପେ ଗ୍ରହଣ କଲେ। ମିସ୍ପୀରେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣାର ସମସ୍ତ କଥା ପୁନରାବୃତ୍ତି କଲେ।
12
ଯିପ୍ତହଙ୍କର ଅମ୍ମୋନ ରାଜାଙ୍କୁ ବାର୍ତ୍ତା ଯିପ୍ତହ ଅମ୍ମୋନୀୟର ରାଜାଙ୍କ ନିକଟକୁ ଦୂତ ପଠାଇ କହିଲେ, “ଅମ୍ମୋନୀୟ ଓ ଇସ୍ରାଏଲୀୟ ମଧ୍ୟରେ ସମସ୍ୟା କ’ଣ? କାହିଁକି ତୁମ୍ଭେମାନେ ଆମ୍ଭ ସହିତ ଯୁଦ୍ଧ କରିବାକୁ ଆସିଅଛ?”
13
ଅମ୍ମୋନୀୟର ରାଜା ଯିପ୍ତହଙ୍କର ଦୂତକୁ କହିଲେ, “ଆମ୍ଭେମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଛୁ କାରଣ ଇସ୍ରାଏଲ ଲୋକମାନେ ଅମ୍ମୋନୀୟଙ୍କର ଭୂମିକୁ ବଳପୂର୍ବକ ଅଧିକାର କରି ନେଇଛନ୍ତି। ଯେତେବେଳେ ସେମାନେ ମିଶରରୁ ଆସିଲେ। ସେମାନେ ଅର୍ଣ୍ଣୋନଠାରୁ ଯବ୍ବୋକ୍ ଓ ଯର୍ଦ୍ଦନ ପର୍ଯ୍ୟନ୍ତ ସମସ୍ତ ବଳପୂର୍ବକ ଅଧିକାର କଲେ ଓ ନିଜର କରି ନେଲେ। ବର୍ତ୍ତମାନ ସେହି ଭୂମିକୁ ନିର୍ବିଘ୍ନରେ ଆମ୍ଭମାନଙ୍କୁ ଫେରାଇ ଦିଅ।”
14
ତେଣୁ ଦୂତଗଣ ଏହି ଖବର ଆଣି ଯିପ୍ତହକୁ ଦେଲେ। ଏହା ପରେ ଯିପ୍ତହ ପୁନର୍ବାର ଅମ୍ମୋନର ରାଜା ନିକଟକୁ ଦୂତ ପଠାଇଲେ।
15
ସେମାନେ ଏହି ବାର୍ତ୍ତା ନେଇ ଗଲେ। “ସେଥିପାଇଁ ଯିପ୍ତହ କହନ୍ତି, ମୋୟାବର ଭୂମି କିମ୍ବା ଅମ୍ମୋନର ଭୂମି ଇସ୍ରାଏଲ ଦ୍ୱାରା ବଳପୂର୍ବକ ଅଧିକୃତ ହୋଇ ନାହିଁ।
16
ଯେତେବେଳେ ଇସ୍ରାଏଲର ଲୋକମାନେ ମିଶର ପରିତ୍ୟାଗ କଲେ, ସେମାନେ ମରୁଭୂମିକୁ ଗଲେ। ଇସ୍ରାଏଲୀୟମାନେ ସୂଫସାଗରକୁ ଗଲେ ଓ ତା’ପରେ କାଦେଶକୁ ଗଲେ।
17
ଇସ୍ରାଏଲ ଇଦୋମର ରାଜାଙ୍କ ନିକଟକୁ ଏହା କହି ଦୂତମାନଙ୍କୁ ପଠାଇଲେ, ‘ବିନୟ କରୁଅଛୁ, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ।’ ମାତ୍ର ଇଦୋମ୍ର ରାଜା ଏ କଥା ଶୁଣିଲେ ନାହିଁ। ପୁଣି ସେହି ପ୍ରକାର ଇସ୍ରାଏଲ ମୋୟାବର ରାଜା ନିକଟକୁ ଦୂତମାନଙ୍କୁ ପଠାଇଲେ। ସେ ମଧ୍ୟ ମନା କଲା। ତେଣୁ ଇସ୍ରାଏଲ କାଦେଶରେ ରହିଲେ।
18
“ଏହା ପରେ ଇସ୍ରାଏଲ ଲୋକମାନେ ଇଦୋମ ଓ ମୋୟାବ ଦେଶର ମରୁଭୂମି ଦେଇ ଗଲେ। ସେମାନେ ମୋୟାବ ଦେଶର ପୂର୍ବକୁ ଯାତ୍ରା କଲେ। ସେମାନେ ଅର୍ଣ୍ଣୋନର ସେପାରିରେ ସେମାନଙ୍କର ଛାଉଣି ସ୍ଥାପନ କଲେ। ସେମାନେ ମୋୟାବ ସୀମା ଭିତରେ ପ୍ରବେଶ କଲେ ନାହିଁ କାରଣ ଅର୍ଣ୍ଣୋନ୍ ନଦୀ ମୋୟାବର ସୀମା ଥିଲା।
19
“ଏହା ପରେ ଇସ୍ରାଏଲ ହିଷ୍ବୋନର ଇମୋରୀୟ ରାଜା ସୀହୋନ୍ ନିକଟକୁ ଦୂତ ପଠାଇଲେ, ‘ଆମ୍ଭକୁ ତୁମ୍ଭର ଦେଶ ମଧ୍ୟଦେଇ ଆମ୍ଭ ଦେଶକୁ ଯିବାକୁ ଅନୁମତି ଦିଅ।’
20
କିନ୍ତୁ ସୀହୋନ ନିଜର ସୀମାଦେଇ ଇସ୍ରାଏଲକୁ ଯିବାକୁ ଦେଲା ନାହିଁ। ସୀହୋନ୍ ନିଜର ସମସ୍ତ ଲୋକଙ୍କୁ ଏକତ୍ର କରି ଯହସରେ ଛାଉଣି ସ୍ଥାପନ କଲେ। ତା’ପରେ ସେମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ।
21
କିନ୍ତୁ ସଦାପ୍ରଭୁ ସୀହୋନର ସମସ୍ତ ଲୋକମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ଇସ୍ରାଏଲ ସେମାନଙ୍କୁ ପରାସ୍ତ କଲେ। ଏହିପରି ଭାବରେ ଇସ୍ରାଏଲ ଇମୋରୀୟମାନଙ୍କ ସମସ୍ତ ଦେଶକୁ ବଳପୂର୍ବକ ଅଧିକାର କଲେ।
22
ତେଣୁ ଇସ୍ରାଏଲ ଅର୍ଣ୍ଣୋନ ନଦୀଠାରୁ ଯବ୍ବୋକ୍ ନଦୀ ପର୍ଯ୍ୟନ୍ତ ଓ ମରୁଭୂମିଠାରୁ ଯର୍ଦ୍ଦନ ପର୍ଯ୍ୟନ୍ତ ଇମୋରୀୟମାନଙ୍କ ସମସ୍ତ ଭୂମି ବଳପୂର୍ବକ ଅଧିକାର କଲେ।
23
“ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇମୋରୀୟମାନଙ୍କୁ ସେମାନଙ୍କର ଦେଶଠାରୁ ଜୋର ଜବରଦସ୍ତ ତଡ଼ିଲେ ଓ ତାଙ୍କର ଲୋକମାନଙ୍କୁ ସେହି ଭୂମି ଦେଲେ। ତୁମ୍ଭେ କ’ଣ ଭାବୁଛ ଯେ ବର୍ତ୍ତମାନ ଇସ୍ରାଏଲୀୟମାନଙ୍କୁ ଏଠାରୁ ତଡ଼ି ଦେଇ ପାରିବ?
24
ତୁମ୍ଭମାନଙ୍କର ଦେବତା ସେହି କମୋଶ ତୁମ୍ଭମାନଙ୍କୁ ଯେଉଁ ଦେଶ ଦିଅନ୍ତି, ସେହି ଦେଶ ତୁମ୍ଭେମାନେ ଅଧିକାର କରି ପାରିବ। ସେହିପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଅମ୍ମୋନୀୟମାନଙ୍କର ଯେଉଁ ଦେଶ ଦିଅନ୍ତି, ତାହା ଆମ୍ଭେମାନେ ଅଧିକାର କରିବୁ।
25
ମୋତେ କୁହ, ତୁମ୍ଭେ କ’ଣ ମୋୟାବ ରାଜା ସିପ୍ପୋରର ପୁତ୍ର ବାଲାକଠାରୁ କିଛି କ’ଣ ଅଧିକ? ସେ କ’ଣ କେବେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିଥିଲେ? ସେ କ’ଣ କେବେ ଇଶ୍ମାୟେଲ ସହିତ ଯୁଦ୍ଧ କରିଥିଲେ?
26
ଇସ୍ରାଏଲ 300 ବର୍ଷ ହେଲା ହିଷ୍ବୋନ୍ ତା’ର ଉପନଗରରେ, ପୁଣି ଆରୋୟର ଓ ତହିଁର ଉପନଗରରେ, ଆଉ ଅର୍ଣ୍ଣୋନ ତୀରସ୍ଥିତ ସମସ୍ତ ନଗରରେ ବାସ କରୁ ଅଛନ୍ତି। ଏଥି ମଧ୍ୟରେ ତୁମ୍ଭେମାନେ କାହିଁକି ସେସବୁ ଫେରାଇ ନ ଦେଲ?
27
ଆମ୍ଭେ ଇସ୍ରାଏଲର ଲୋକ ତୁମ୍ଭ ବିରୁଦ୍ଧରେ କୌଣସି ପାପ କରି ନାହୁଁ। ମାତ୍ର ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରି ଭୁଲ୍ କରିଅଛ। ସଦାପ୍ରଭୁ ସମସ୍ତଙ୍କ ବିଗ୍ଭରକର୍ତ୍ତା ସେ ଆଜି ଇସ୍ରାଏଲ ଲୋକମାନଙ୍କ ଓ ଅମ୍ମୋନର ଲୋକମାନଙ୍କ ମଧ୍ୟରେ ବିଗ୍ଭରକର୍ତ୍ତା ହୁଅନ୍ତୁ।”
28
ତଥାପି ଅମ୍ମୋନର ରାଜା ଯିପ୍ତହଙ୍କ ବାର୍ତ୍ତା ଶୁଣିଲେ ନାହିଁ।
29
ଯିପ୍ତହର ପ୍ରତିଜ୍ଞା ଏହା ପରେ ସଦାପ୍ରଭୁଙ୍କ ଆତ୍ମା ଯିପ୍ତହ ଉପରେ ଅଧିଷ୍ଠାନ କଲା। ସେ ଗିଲିୟଦ ଓ ମନଃଶି ଦେଇ ଗଲେ। ସେ ଗିଲିୟଦ ଦେଇ ମିସ୍ପୀକୁ ଗଲେ ଏବଂ ଅମ୍ମୋନୀୟଙ୍କ ଦେଇ ଅତିକ୍ରମ କଲେ।
30
ସେହି ସମୟରେ ଯିପ୍ତହ ସଦାପ୍ରଭୁଙ୍କ ନିକଟରେ ଏକ ପ୍ରତିଜ୍ଞା କଲେ, “ଯଦି ତୁମ୍ଭେ ଅମ୍ମୋନ ଲୋକମାନଙ୍କୁ ମୋ’ ହସ୍ତରେ ସମର୍ପଣ କର,
31
ତେବେ ମୁଁ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧରୁ ନିରାପଦରେ ଫେରି ଆସିବି। ସେହି ସମୟରେ ମୋ’ ଘର ଭିତରୁ ପ୍ରଥମେ ଯିଏ ମୋତେ ଅଭ୍ୟର୍ଥନା କରିବା ପାଇଁ ବାହାରି ଆସିବ ସେ ତୁମ୍ଭର ହେବ। ମୁଁ ତାହାଙ୍କୁ ହୋମବଳି ରୂପେ ଉତ୍ସର୍ଗ କରିବି।”
32
ଏହା ପରେ ଯିପ୍ତହ ଅମ୍ମୋନ ସନ୍ତାନଗଣ ଦେଶକୁ ଗଲେ। ଯିପ୍ତହ ସେମାନଙ୍କ ସହିତ ଯୁଦ୍ଧ କଲେ। ସଦାପ୍ରଭୁ ଯିପ୍ତହର ସହାୟ ହେଲେ ସେମାନଙ୍କୁ ପରାସ୍ତ କରିବା ପାଇଁ।
33
ଯିପ୍ତହ ଆରୋୟରଠାରୁ ଆରମ୍ଭ କରି ମିନ୍ନୀତ ଅବେଲ-କରାମୀମ୍ ପର୍ଯ୍ୟନ୍ତ କୋଡ଼ିଏଟି ନଗରକୁ ପରାସ୍ତ କଲେ ଏବଂ ସେମାନଙ୍କର ସମସ୍ତ ବାସିନ୍ଦାମାନଙ୍କୁ ହତ୍ୟା କଲେ। ଏହିପରି ଭାବରେ ଅମ୍ମୋନୀମାନେ ଇସ୍ରାଏଲୀୟମାନଙ୍କ ଦ୍ୱାରା ପରାସ୍ତ ହେଲେ।
34
ଯିପ୍ତହ ମିସ୍ପୀକୁ ଗଲେ, ସେ ତାଙ୍କ ଘରେ ପହଞ୍ଚିବା ମାତ୍ରେ ତାଙ୍କର ଝିଅ ତାଙ୍କୁ ଦେଖିବାକୁ ପ୍ରଥମେ ବାହାରି ଆସିଲା। ତାଙ୍କର ଝିଅ ଦାରା ନେଇ ନାଚି ନାଚି କରି ଆସିଥିଲା। ସେ ଥିଲା ଯିପ୍ତହଙ୍କର ଏକମାତ୍ର ଅଲିଅଳି କନ୍ୟା। ଯାହାଙ୍କୁ ସେ ଅତ୍ୟନ୍ତ ଭଲ ପାଉଥିଲେ। ଯିପ୍ତହଙ୍କର ଏହି ଝିଅ ବ୍ୟତୀତ ଆଉ କୌଣସି ପୁଅଝିଅ ନ ଥିଲେ।
35
ଯେତେବେଳେ ଯିପ୍ତହ ଦେଖିଲେ ତାଙ୍କର କନ୍ୟା ଯେ କି ପ୍ରଥମେ ଗୃହରୁ ବାହାର ହୋଇ ତାଙ୍କୁ ଦେଖା ଦେଲେ। ସେ ତାଙ୍କ ନିଜର ପିନ୍ଧାବସ୍ତ୍ର ଚିରି ଦେଲେ ଓ କହିଲେ, “ହେ ମୋର କନ୍ୟା! ତୁମ୍ଭେ ମୋତେ ଧ୍ୱଂସ କରିଦେଲ। ତୁମ୍ଭେ ମୋର ଦୁଃଖର କାରଣ ହେଲ, କାରଣ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖରେ ପ୍ରତିଜ୍ଞା କରିଛି ଏବଂ ମୁଁ ପ୍ରତିଜ୍ଞା ଫେରାଇ ନେଇପାରିବି ନାହିଁ।”
36
ଯିପ୍ତହର କନ୍ୟା କହିଲା, “ହେ ମୋର ପିତା, ତୁମ୍ଭେ ସଦାପ୍ରଭୁଙ୍କ ନିକଟରେ କିଛି ପ୍ରତିଜ୍ଞା କଲ। ବର୍ତ୍ତମାନ ମୋ’ ପ୍ରତି ସେହି ଅନୁସାରେ କର। ଯେହେତୁ, ସଦାପ୍ରଭୁ ତୁମ୍ଭର ଶତ୍ରୁ ଅମ୍ମୋନୀୟମାନଙ୍କୁ ପରାସ୍ତ କରିବାରେ ତୁମ୍ଭଙ୍କୁ ସାହାଯ୍ୟ କଲେ।”
37
ସେ ଆହୁରି ତାଙ୍କ ପିତାଙ୍କୁ କହିଲା, “କିନ୍ତୁ ପ୍ରଥମେ ମୋ’ ପାଇଁ ଏହିପରି କର। ମୋତେ ପ୍ରଥମେ ଦୁଇମାସ ଏକୁଟିଆ ରହିବାକୁ ଦିଅ। ତହିଁରେ ମୁଁ ମୋର ସାଙ୍ଗମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ନିଜର କୁମାରିତ୍ୱ ବିଷୟରେ ବିଳାପ କରିବି।”
38
ଯିପ୍ତହ କହିଲେ, “ଯାଅ” ଏବଂ ସେହିପରି କର। ମୋତେ ଦୁଇମାସ ପାଇଁ ରହିବାକୁ ଦିଅ। ତହିଁରେ ସେ ଓ ତାହାର ସଖୀମାନେ ପର୍ବତମୟ ସ୍ଥାନକୁ ଯାଇ ତା’ର କୁମାରିତ୍ୱ ବିଷୟରେ ବିଳାପ କଲେ।
39
ଦୁଇମାସ ଶେଷରେ ଯିପ୍ତହର କନ୍ୟା ତାଙ୍କର ପିତାଙ୍କ ନିକଟକୁ ଫେରି ଆସିଲେ। ଯିପ୍ତହ ଏହିପରି କଲେ ସେ ଯେପରି ଭାବରେ ସଦାପ୍ରଭୁଙ୍କଠାରେ ଶପଥ କରିଥିଲେ। ଯିପ୍ତହଙ୍କର କନ୍ୟା କାହାରି ସହିତ ଯୌନ ସମ୍ପର୍କ ରଖିଲେ ନାହିଁ। ତେଣୁ ଏହା ଇସ୍ରାଏଲର ଏକ ପ୍ରଥା ରୂପେ ରହିଗଲା।
40
ପ୍ରତି ବର୍ଷ ଇସ୍ରାଏଲୀୟ କନ୍ୟାମାନେ ଗିଲିୟଦୀୟ ଯିପ୍ତହ କନ୍ୟାର ଦୁଃଖର ସ୍ମରଣାତ୍ସବକୁ ବର୍ଷକେ ଗ୍ଭରି ଦିନ ପାଇଁ ପାଳନ କଲେ। ଏହା ସେଠାରେ ଏକ ପରମ୍ପରା ହେଲା।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21