bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 18
Judges 18
Odia Bible ERV 2004 (ପବିତ୍ର ବାଇବଲ)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 19 →
1
ଦାନ୍ ଲୟିଶ ନଗରକୁ କରଗତ କଲେ ସେହି ସମୟରେ ଇସ୍ରାଏଲ ମଧ୍ୟରେ ରାଜା ନ ଥିଲେ। ସେହି ସମୟରେ ଦାନ୍ ପରିବାରବର୍ଗର ବସତି ନିମନ୍ତେ ଭୂଖଣ୍ତ ଖୋଜୁଥିଲେ। କାରଣ ସେ ପର୍ଯ୍ୟନ୍ତ ସେମାନେ ଇସ୍ରାଏଲର ପରିବାରବର୍ଗ ମଧ୍ୟରେ ଭୂମି ପାଇ ନ ଥିଲେ।
2
ଏଣୁ ଦାନ୍ର ପରିବାରବର୍ଗ ସେମାନଙ୍କ ପରିବାରବର୍ଗରୁ ପାଞ୍ଚ ଜଣ ବୀର ପୁରୁଷଙ୍କୁ ଦେଶ ଭ୍ରମଣ ଓ ଅନୁସନ୍ଧାନ କରିବାକୁ ସରିୟ ଓ ଇଷ୍ଟାୟୋଲଠାରୁ ପଠାଇଲେ, ସେମାନେ ସେମାନଙ୍କୁ କହିଲେ, “ଯାଅ ଏବଂ ଆଉ କିଛି ଅଧିକ ଦେଶ ଅନୁସନ୍ଧାନ କର।” ସେହି ପାଞ୍ଚ ଜଣ ଇଫ୍ରୟିମ-ପର୍ବତମୟସ୍ଥ ଦେଶସ୍ଥିତ ମୀଖାର ଗୃହରେ ରାତ୍ରି ଯାପନ କଲେ।
3
ସେମାନେ ମୀଖାର ଗୃହ ନିକଟରେ ଥିବା ବେଳେ ସେହି ଲେବୀୟ ଯୁବକର କଥା ଶୁଣିଲେ। ସେମାନେ ଏହା ଚିହ୍ନି ପାରିଲେ, ତେଣୁ ସେମାନେ ଘର ଭିତରକୁ ଯାଇ ତାକୁ ପଗ୍ଭରିଲେ, “ତୁମ୍ଭକୁ ଏଠାକୁ କିଏ ଆଣିଲା? ତୁମ୍ଭେ ଏଠାରେ କ’ଣ କରୁଛ? ତୁମ୍ଭର ଏଠାରେ କ’ଣ ଅଛି?”
4
ସେ ଉତ୍ତରରେ କହିଲା, ମୀଖା ମୋ’ ପ୍ରତି ଏହିପରି କରିଛନ୍ତି। “ସେ ମୋତେ ବେତନ ଦେଇ ଏଠାରେ ଯାଜକ ରୂପେ ନିଯୁକ୍ତ କରିଛନ୍ତି”
5
ତେଣୁ ସେମାନେ ତାହାକୁ କହିଲେ, “ଆମ୍ଭେମାନେ ତୁମ୍ଭକୁ ବିନୟ କରୁଅଛୁ। ପରମେଶ୍ୱରଙ୍କ ନିକଟରେ ପଗ୍ଭର ଆମ୍ଭମାନଙ୍କ ଯିବା ବାଟରେ ମଙ୍ଗଳ ହେବ କି ନାହିଁ। ତାହା ଆମ୍ଭେ ଜାଣିବାକୁ ଗ୍ଭହୁଁ।”
6
ତହୁଁ ଯାଜକ ତାଙ୍କୁ କହିଲା, “କୁଶଳରେ ଯାଅ। ତୁମ୍ଭମାନଙ୍କର ଗନ୍ତବ୍ୟ ପଥ ସଦାପ୍ରଭୁଙ୍କ ସମ୍ମୁଖରେ ଅଛି।”
7
ଏହା ପରେ ସେହି ପାଞ୍ଚ ଜଣ ପ୍ରସ୍ଥାନ କରି ଲୟିଶରେ ପହଞ୍ଚିଲେ। ସେଠାରେ ସେମାନେ ଦେଖିଲେ, ସୀଦୋନୀୟମାନଙ୍କ ଶାସନରେ ଲୋକମାନେ କିପରି ନିରାପଦରେ ରହୁଥିଲେ। ସେହି ଦେଶରେ ଶାନ୍ତି ଥିଲା, ସେମାନଙ୍କର ସବୁକିଛି ଯଥେଷ୍ଟ ଥିଲା। ସେଠାରେ ଅତ୍ୟାଗ୍ଭରୀ ଶାସକ ନ ଥିଲେ। ଆଉ ସେମାନେ ସୀଦୋନଠାରୁ ଦୂରରେ ଥିଲେ ଓ ଅନ୍ୟ କାହାରି ସହିତ ସେମାନଙ୍କର ସମ୍ପର୍କ ନ ଥିଲା।
8
ଏହା ପରେ ସେମାନେ ସରିୟ ଓ ଇଷ୍ଟାୟୋଲରେ ନିଜର ଭାତୃଗଣ ନିକଟରେ ଉପସ୍ଥିତ ହେଲେ। ତହିଁରେ ସେମାନଙ୍କର ଭାତୃଗଣ ସେମାନଙ୍କୁ ପଗ୍ଭରିଲେ, “କ’ଣ ତୁମେ ଶିକ୍ଷା କଲ?”
9
ତହିଁରେ ସେମାନେ କହିଲେ, “ଉଠ, ସେମାନଙ୍କର ପ୍ରତିକୂଳରେ ଯିବା। କାରଣ ଆମ୍ଭେମାନେ ସେ ଦେଶ ଦେଖିଲୁ। ଦେଖ ସେ ଦେଶ ଅତି ଉତ୍ତମ। ଆଉ ତୁମ୍ଭେମାନେ କାହିଁକି ଚୁପ ରହିଛ। ସେହି ଦେଶକୁ ଯିବାକୁ ଓ ସେ ଦେଶକୁ ଅଧିକାରକୁ ଆଣିବା ପାଇଁ ଅଳସ କର ନାହିଁ।
10
ତୁମ୍ଭେମାନେ ଗଲେ ନିର୍ଭୟରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ, ପରମେଶ୍ୱର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ସେ ସ୍ଥାନରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ।”
11
ତେଣୁ ଦାନ୍ ପରିବାରବର୍ଗରୁ 600 ଲୋକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇ ସରିୟ ଓ ଇଷ୍ଟାୟୋଲ ପରିତ୍ୟାଗ କଲେ।
12
ସେମାନେ ଲୟିଶକୁ ଯିବା ବାଟରେ ଯିହୁଦାର କିରିୟତ ଯିୟାରୀମ ନଗରରେ ଛାଉଣି ସ୍ଥାପନ କଲେ। ସେହି କାରଣରୁ ସେହି ସ୍ଥାନ ଆଜି ପର୍ଯ୍ୟନ୍ତ ମହନୀଦାନ୍ ବୋଲି ପରିଚିତ। ଯାହାକି କିରିୟତ ଯିୟାରୀମର ପଶ୍ଚିମରେ ଅଛି।
13
ସେହି ସ୍ଥାନଠାରୁ 600 ଲୋକ ଇଫ୍ରୟିମ ପର୍ବତମୟ ଦେଶକୁ ଯାତ୍ରା କଲେ। ତା’ପରେ ସେମାନେ ଆସି ମୀଖାର ଘରେ ପହଞ୍ଚିଲେ।
14
ତେଣୁ ସେହି ପାଞ୍ଚ ଜଣ ଯେଉଁମାନେ ଲୟିଶ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ, ସେମାନେ ସେମାନଙ୍କର ସମ୍ପର୍କୀୟମାନଙ୍କୁ କହିଲେ, “ସେଠାରେ ଏକ ଏଫୋଦ ଅଛି। ସେଠାରେ ଗୃହ ଦେବତାଗଣ ଅଛନ୍ତି ଓ ଏକ ଖୋଦିତ ପ୍ରତିମା ଅଛି। ଏହା ତୁମ୍ଭେମାନେ କ’ଣ ଜାଣ? ତେଣୁ ବର୍ତ୍ତମାନ କ’ଣ କରିବାକୁ ହେବ ବିବେଚନା କର।”
15
ସେମାନେ ମୀଖାର ଗୃହ ପାଖରେ ଅଟକି ଗଲେ। ଯେଉଁଠାରେ ଲେବୀୟ ଲୋକ ଜଣକ ବାସ କରୁଥିଲା। ସେମାନେ ସେହି ଲେବୀୟ ଯୁବକକୁ ପଗ୍ଭରିଲେ କିପରି ଅଛନ୍ତି ବୋଲି।
16
ଦାନ୍ ପରିବାରବର୍ଗର 600 ଲୋକ ଅସ୍ତ୍ରରେ ସଜ୍ଜିତ ହୋଇଥିଲେ। ସେମାନେ ଫାଟକ ନିକଟରେ ଛିଡ଼ା ହେଲେ।
17
ଦେଶାନୁସନ୍ଧାନ ନିମିତ୍ତ ଯାଇଥିବା ସେହି ପାଞ୍ଚ ଜଣ ଉପରକୁ ଗଲେ। ତା’ପରେ ସେମାନେ ଭିତରକୁ ପ୍ରବେଶ କରି ଏଫୋଦକୁ, ଗୃହ ଦେବତାଙ୍କୁ ଓ ଖୋଦିତ ପ୍ରତିମାକୁ ନେଇଗଲେ। ସେହି ସମୟରେ ଯାଜକ ଫାଟକ ନିକଟରେ ଅସ୍ତ୍ରରେ ସଜ୍ଜିତ ହୋଇ ସେହି 600 ଲୋକ ସହିତ ଛିଡ଼ା ହୋଇଗଲେ। ଯାଜକ ଘରେ ପ୍ରବେଶ କରିଥିବା ପାଞ୍ଚ ଜଣଙ୍କୁ ପଗ୍ଭରିଲେ, “ତୁମ୍ଭେମାନ କ’ଣ କରୁଅଛ?”
19
ସେମାନେ ତାକୁ ଚୁପ୍ ହେବା ପାଇଁ କହିଲେ। ସେମାନେ ତାକୁ କହିଲେ, “ତୁମ୍ଭର ହାତ ତୁମ୍ଭର ପାଟିରେ ଦିଅ ଏବଂ ଆମ୍ଭମାନଙ୍କୁ ଅନୁସରଣ କର। ଆମ୍ଭମାନଙ୍କ ପିତା ଓ ଆମ୍ଭମାନଙ୍କର ଯାଜକ ହୁଅ। ତୁମ୍ଭେ ଗୋଟିଏ ଲୋକର ଗୃହ ଦେବତାର ଯାଜକ ହେବା ଭଲ ନା ଇସ୍ରାଏଲର ଗୋଷ୍ଠୀ ଓ ପରିବାରବର୍ଗ ଉପରେ ଯାଜକ ହେବା ଭଲ?”
20
ଏଥିରେ ଯାଜକର ମନ ଆନନ୍ଦିତ ହେଲା। ତହୁଁ ସେ ଏଫୋଦ ଓ ଠାକୁରମାନ ଓ ଖୋଳା ପ୍ରତିମାମାନ ନେଇ ଲୋକମାନଙ୍କ ସଙ୍ଗରେ ଗ୍ଭଲିଗଲା।
21
ଏହା ପରେ ସେମାନେ ବୁଲି ପଡ଼ିଲେ ଓ ସେହି ସ୍ଥାନ ପରିତ୍ୟାଗ କଲେ। ସେମାନେ ସେମାନଙ୍କର ବାଳକ, ପଶୁଗଣ ଓ ସେମାନଙ୍କର ସମସ୍ତ ସାମଗ୍ରୀ ସେମାନଙ୍କ ଆଗରେ ରଖିଲେ।
22
ସେମାନେ ମୀଖାର ଗୃହର ଅଳ୍ପ ଦୂରରେ ଥିଲେ। ସେତେବେଳେ ମୀଖାର ନିକଟରେ ବାସ କରୁଥିବା ଲୋକମାନେ ଦାନ୍ର ଲୋକମାନଙ୍କୁ ଗୋଡ଼ାଇଲେ ଓ ସେମାନଙ୍କୁ ଧରିଲେ।
23
ସେମାନେ ଦାନ୍ର ଲୋକମାନଙ୍କ ଉପରେ ପାଟି କଲେ। ତା’ପରେ ଦାନ୍ର ଲୋକମାନେ ବୁଲିପଡ଼ି ମୀଖାଙ୍କୁ ପଗ୍ଭରିଲେ, “ତୁମ୍ଭର କ’ଣ ଖବର ଅଛି ଯେ, ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଏକତ୍ରିତ କରିଛ?”
24
ସେ ଉତ୍ତରରେ କହିଲେ, “ମୋର ହାତରେ ତିଆରି କରିଥିବା ପ୍ରତିମାମାନଙ୍କୁ ଓ ମୋର ଯାଜକକୁ ତୁମ୍ଭେମାନେ ନେଇ ଯାଇଛ। ମୋର ଆଉ କ’ଣ ବାକି ଅଛି? ତଥାପି ତୁମ୍ଭେ ପଗ୍ଭରୁଛ, ‘ସମସ୍ୟା କ’ଣ?’”
25
ତହିଁରେ ଦାନ୍ର ଲୋକମାନେ ତାଙ୍କୁ କହିଲେ, “ଆମ୍ଭ ସହିତ ତର୍କ ନ କରିବା ତୁମ୍ଭ ପାଇଁ ଉତ୍ତମ ଅଟେ। ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ କ୍ରୋଧିତ କରିପାରେ। ଯେଉଁମାନେ କି ଗରମ ମିଜାସର ଅଟନ୍ତି ଏବଂ ସେମାନେ ତୁମ୍ଭ ସହିତ ତୁମ୍ଭର ଲୋକମାନଙ୍କୁ ଓ ତୁମ୍ଭର ପରିବାରକୁ ଆକ୍ରମଣ କରି ପାରନ୍ତି ଓ ହତ୍ୟା କରି ପାରନ୍ତି।”
26
ଏହା ପରେ ଦାନ୍ ସନ୍ତାନଗଣ ନିଜ ପଥରେ ଅଗ୍ରସର ହେଲେ। ପୁଣି ମୀଖା ସେମାନଙ୍କୁ ନିଜଠାରୁ ଅଧିକ ବଳବାନ ଦେଖି ନିଜ ଗୃହକୁ ଫେରି ଗଲେ।
27
ତା’ପରେ ସେମାନେ ମୀଖାର ପ୍ରତିମା ଓ ତାହାର ଯାଜକକୁ ଛାଡ଼ି ଲୟିଶରେ ପହଞ୍ଚିଲେ। ସେମାନେ ସେହି ଲୋକମାନଙ୍କୁ ଆକ୍ରମଣ କଲେ, ଯେଉଁମାନେ ସେଠାରେ ଶାନ୍ତିରେ ଓ ନିରାପଦରେ ବାସ କରୁଥିଲେ। ସେମାନେ ଖଡ଼୍ଗରେ ଲୋକମାନଙ୍କୁ ହତ୍ୟା କଲେ ଓ ନଗରକୁ ଅଗ୍ନିରେ ଦଗ୍ଧ କଲେ।
28
ପୁଣି ତାଙ୍କର କେହି ଉଦ୍ଧାର କର୍ତ୍ତା ନ ଥିଲେ। କାରଣ ତାହା ସୀଦୋନଠାରୁ ଦୂର ଥିଲା, ସେମାନଙ୍କର ଅନ୍ୟ ଲୋକମାନଙ୍କ ସହିତ ଚୂକ୍ତି ନ ଥିଲା। ଲୟିଶ ବୈଥ୍ରହୋବର ଓ ନିକଟସ୍ଥ ତଳ ଭୂମିରେ ଥିଲା। ଏହା ପରେ ସେମାନେ ନୂତନ ନଗର ନିର୍ମାଣ କରି ସେଠାରେ ବାସ କଲେ।
29
ଯେହେତୁ ସେମାନେ ଇସ୍ରାଏଲର ଜଣେ ପୁତ୍ର ଦାନ୍ର ଭବିଷ୍ୟଦ୍ ବଂଶଧର ଥିଲେ, ସେମାନେ ସେହି ନଗରର ନାମ ଦାନ ରଖିଲେ। ମାତ୍ର ବାସ୍ତବରେ ସେହି ନଗରର ନାମ ଲୟିଶ ଥିଲା।
30
ଏଣୁ ଦାନ୍ ପରିବାରବର୍ଗ ସେହି ଖୋଦିତ ପ୍ରତିମା ଆପଣାମାନଙ୍କ ପାଇଁ ସ୍ଥାପନ କଲେ। ସେମାନଙ୍କର ଯାଜକରୂପେ ସେମାନେ ମୋଶାଙ୍କର ପୁତ୍ର ଗେର୍ଶୋନ ବଂଶଧର ଯୋନାଥନକୁ ନିଯୁକ୍ତ କଲେ। ଇସ୍ରାଏଲୀୟମାନେ ନିର୍ବାସିତ ହେବା ପର୍ଯ୍ୟନ୍ତ ଯୋନାଥନ ଓ ତାଙ୍କର ପୁତ୍ରମାନେ ଦାନ୍ ପରିବାରବର୍ଗର ଯାଜକ ହୋଇ ରହିଲେ।
31
ଶୀଲୋରେ ପରମେଶ୍ୱରଙ୍କ ଗୃହ ଥିବାର ସମସ୍ତ ସମୟ ସେମାନେ ଆପଣାମାନଙ୍କ ପାଇଁ ମୀଖାର ନିର୍ମିତ ସେହି ଖୋଦିତ ପ୍ରତିମା ସ୍ଥାପନ କରି ରଖିଲେ।
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21