bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 20
Judges 20
Odia Bible ERV 2004 (ପବିତ୍ର ବାଇବଲ)
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 21 →
1
ଇସ୍ରାଏଲ ଓ ବିନ୍ୟାମୀନୀୟମାନଙ୍କ ମଧ୍ୟରେ ଯୁଦ୍ଧ ଏଣୁ ଇସ୍ରାଏଲର ସମସ୍ତ ଲୋକ ଏକତ୍ରିତ ହେଲେ। ସେମାନେ ସମସ୍ତେ ମିସ୍ପୀରେ ସଦାପ୍ରଭୁଙ୍କଠାରେ ଏକତ୍ରିତ ହେଲେ। ଇସ୍ରାଏଲୀୟମାନେ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଓ ଗିଲିୟଦଠାରୁ ମଧ୍ୟ ଆସିଲେ।
2
ଇସ୍ରାଏଲ ପରିବାରବର୍ଗର ସମସ୍ତ ଅଧିପତିମାନେ ସେଠାରେ ଏକତ୍ରିତ ହେଲେ। ପରମେଶ୍ୱରଙ୍କ ଲୋକଗଣ ସେହି ସମାଜରେ ରହିଲେ। ଖଡ଼୍ଗଧାରୀ, ପଦାତିକ ଉପସ୍ଥିତ ଥିଲେ। ଏମାନେ ଥିଲେ 400,000।
3
ବିନ୍ୟାମୀନୀୟ ପରିବାରବର୍ଗର ଲୋକମାନେ ଶୁଣିବାକୁ ପାଇଲେ ଯେ ଇସ୍ରାଏଲର ସମସ୍ତ ଲୋକ ମିସ୍ପୀରେ ଏକତ୍ରିତ ହୋଇଛନ୍ତି। ଇସ୍ରାଏଲର ଲୋକମାନେ କହିଲେ, “ଆମ୍ଭମାନଙ୍କୁ କୁହ ଏପରି ଭୟଙ୍କର ଅବସ୍ଥା କିପରି ହେଲା?”
4
ଲେବୀୟ ଲୋକ, ଯିଏ କି ହତ୍ୟା କରାଯାଇଥିବା ସ୍ତ୍ରୀଲୋକର ପ୍ରଭୁ, ସେମାନଙ୍କୁ କହିଲା, ଯାହା ସେମାନଙ୍କ ପ୍ରତି ଘଟିଯାଇଥିଲା। ସେ କହିଲା, “ମୋର ଉପପତ୍ନୀ ଏବଂ ମୁଁ ସେହି ବିନ୍ୟାମୀନୀୟ ଦେଶକୁ ଯାଇଥିଲୁ। ଆମ୍ଭେମାନେ ସେଠାରେ ରାତ୍ରି ଯାପନ କଲୁ।
5
କିନ୍ତୁ ସେହି ରାତ୍ରିରେ ଗିବିୟାର ଅଧିପତି ସେଠାକୁ ଆସିଲେ। ଯେଉଁଠାରେ ମୁଁ ରହୁଥିଲି। ସେମାନେ ସେ ଗୃହକୁ ଘେରିଗଲେ। ଏବଂ ସେମାନେ ଗ୍ଭହିଁଲେ ମୋତେ ମାରିଦେବା ପାଇଁ ସେମାନେ ମୋର ଉପପତ୍ନୀଙ୍କୁ ଧର୍ଷଣ କଲେ। ଏବଂ ସେ ମରିଗଲା।
6
ତେଣୁ ମୁଁ ମୋର ଉପପତ୍ନୀଙ୍କୁ ଗୃହକୁ ନେଇ ଆସିଲି ଏବଂ ତାକୁ କାଟି ଖଣ୍ତ ଖଣ୍ତ କରିଦେଲି। ତା’ପରେ ମୁଁ ତା’ର ଶରୀରର ଖଣ୍ତଗୁଡ଼ିକ ସାରା ଇସ୍ରାଏଲ ମଧ୍ୟକୁ ପଠାଇଦେଲି, କାରଣ ବିନ୍ୟାମୀନର ଏହିସବୁ ଲୋକମାନେ ଇସ୍ରାଏଲରେ ଏହିପରି ଜଘନ୍ୟ ଅପମାନଜନକ କାର୍ଯ୍ୟ କରିଥିଲେ।
7
ବର୍ତ୍ତମାନ ଇସ୍ରାଏଲର ସମସ୍ତ ଲୋକଗଣ କୁହ ଏବଂ ତୁମ୍ଭର ମତାମତ ଦିଅ ଆମ୍ଭେମାନେ କ’ଣ କରିବା।”
8
ଏହା ପରେ ଜଣେ ଲୋକ ପରି ସମସ୍ତ ଲୋକ ଏକା ସମୟରେ ଉଠି ପଡ଼ିଲେ ଓ କହିଲେ, “ଆମ୍ଭମାନଙ୍କ ମଧ୍ୟରୁ କେହି ଗୃହକୁ ଯିବା ନାହିଁ। କେହି କାହାର ସ୍ୱଗୃହକୁ ଫେରିବା ନାହିଁ।
9
ଗିବିୟା ପ୍ରତି ଏବେ ଆମ୍ଭେମାନେ ଏହିପରି କରିବୁ, ଗୁଲିବାଣ୍ଟ କ୍ରମେ ତା’ର ପ୍ରତିକୂଳରେ ଯିବୁ।
10
ଆମ୍ଭେମାନେ 100 ଜଣ ଲୋକମାନଙ୍କରୁ ଦଶ ଜଣଙ୍କୁ, 1000 ଜଣରୁ 100 ଜଣଙ୍କୁ, ଆମ୍ଭର ସୈନ୍ୟବାହିନୀର ଖାଦ୍ୟ ସଂଗ୍ରହ କରିବାକୁ ମନୋନୀତ କଲୁ। ତେଣୁ ସୈନିକମାନେ ବିନ୍ୟାମୀନର ଗିଲିୟଦକୁ ଆକ୍ରମଣ କରିବେ। ସେମାନେ ସେହି ଲୋକମାନଙ୍କୁ ସେମାନଙ୍କର କୁକର୍ମ ଯୋଗୁଁ ଇସ୍ରାଏଲରେ ଦଣ୍ତ ଦେବେ।”
11
ଏହିରୂପେ ଇସ୍ରାଏଲୀୟ ସମସ୍ତ ଲୋକ ଜଣେ ଲୋକପରି ସେହି ନଗର ବିରୁଦ୍ଧରେ ଏକତ୍ରିତ ହେଲେ।
12
ଏହା ପରେ ଇସ୍ରାଏଲ ପରିବାରବର୍ଗ ବିନ୍ୟାମୀନର ସମୁଦାୟ ପରିବାରବର୍ଗ ନିକଟକୁ ଲୋକ ପଠାଇ କହିଲେ, “ତୁମ୍ଭମାନଙ୍କ ମଧ୍ୟରେ ଏ କି ଦୁଷ୍ଟତା ଘଟିଛି?
13
ଗିବିୟାର କୁକର୍ମକାରୀମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ବର୍ତ୍ତମାନ ସମର୍ପଣ କର, ଯାହାଫଳରେ ଆମ୍ଭେମାନେ ସେମାନଙ୍କୁ ହତ୍ୟା କରି ପାରିବୁ ଏବଂ ଇସ୍ରାଏଲରୁ ଦୁଷ୍ଟତା ଦୂର କରିଦେବୁ।” ମାତ୍ର ବିନ୍ୟାମୀନ ଆପଣା ସମ୍ପର୍କୀୟ ଇସ୍ରାଏଲ ଲୋକମାନଙ୍କର କଥା ଅନୁସାରେ ସମ୍ମତ ହେଲେ ନାହିଁ।
14
ପୁଣି ବିନ୍ୟାମୀନ ପରିବାରବର୍ଗର ଲୋକମାନେ ନଗରମାନରୁ ବାହାରି ଗିବିୟାକୁ ଯାଇ ଇସ୍ରାଏଲର ଅନ୍ୟ ବଂଶ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ।
15
ସେହି ଦିନ ନଗରମାନଙ୍କରୁ ଆସନ୍ତା ବିନ୍ୟାମୀନ ସନ୍ତାନଗଣର 26,000 ଖଡ଼୍ଗଧାରୀ ଲୋକ ଗଣିତ ହେଲେ। ଏହାଛଡ଼ା ଗିବିୟା ବାସୀ ଲୋକମାନଙ୍କର 700 ବଛା ବଛା ଲୋକ ଗଣିତ ହେଲେ।
16
ଏହି ଲୋକମାନଙ୍କ ମଧ୍ୟରେ 700 ବଚ୍ଛା ଲୋକ ବାଁହାତିଆ ଥିଲେ। ଲକ୍ଷ୍ୟ ନ ହରାଇ ସେମାନେ ଗୋଟିଏ କେଶକୁ ମଧ୍ୟ ବାଟୁଳି ଦ୍ୱାରା ଲକ୍ଷ୍ୟଭେଦ କରି ପାରନ୍ତି।
17
ବିନ୍ୟାମୀନ ପରିବାରବର୍ଗ ବ୍ୟତୀତ ଇସ୍ରାଏଲର 400,000 ଖଡ଼୍ଗଧାରୀ ଗଣତି ହେଲେ। ସେମାନେ ସମସ୍ତେ ତାଲିମ ପ୍ରାପ୍ତ ସୈନିକ ଥିଲେ।
18
ଏହା ପରେ ଇସ୍ରାଏଲ ଲୋକମାନେ ବୈଥେଲହମକୁ ଗଲେ ଓ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ବିନ୍ୟାମୀନ ପରିବାରବର୍ଗ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ମଧ୍ୟରୁ ପ୍ରଥମେ କିଏ ଯିବ।” ସଦାପ୍ରଭୁ କହିଲେ, “ଯିହୁଦା ବଂଶର ଦଳ ପ୍ରଥମେ ଯିବ।”
19
ଏହା ପରେ ଇସ୍ରାଏଲ ଲୋକମାନେ ସକାଳୁ ଉଠିଲେ ଓ ଗିବିୟା ନିକଟରେ ସେମାନଙ୍କର ଛାଉଣି ସ୍ଥାପନ କଲେ।”
20
ତା’ପରେ ଇସ୍ରାଏଲୀୟମାନେ ବିନ୍ୟାମୀନ ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଗଲେ ଓ ଗିବିୟାଠାରେ ଯୁଦ୍ଧ କଲେ।
21
ଏହା ପରେ ବିନ୍ୟାମୀନର ସୈନ୍ୟଗଣ ଗିବିୟାର ଯୁଦ୍ଧ କ୍ଷେତ୍ରକୁ ବାହାରି ଆସିଲେ। ସେହି ଦିନ ଯୁଦ୍ଧରେ ବିନ୍ୟାମୀନର ସୈନ୍ୟମାନେ ଇସ୍ରାଏଲର 22,000 ସୈନ୍ୟଙ୍କୁ ହତ୍ୟା କଲେ।
22
ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଗଲେ ଏବଂ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରେ କ୍ରନ୍ଦନ କଲେ। ସେମାନେ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ଆମ୍ଭେମାନେ କ’ଣ ଆମ୍ଭମାନଙ୍କର ଆପଣା ଭାଇ ବିନ୍ୟାମୀନ ଲୋକମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବା ଉଚିତ୍?” ସଦାପ୍ରଭୁ ସେମାନଙ୍କୁ କହିଲେ, “ସେମାନଙ୍କ ବିରୁଦ୍ଧରେ ଯାଅ।” ଏହିପରି ଇସ୍ରାଏଲମାନେ ଉତ୍ସାହିତ ହେଲେ ଏବଂ ବିନ୍ୟାମୀନ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ଯେପରି ସେମାନେ ପ୍ରଥମ ଦିନରେ କରିଥିଲେ।
24
ଯୁଦ୍ଧର ଦ୍ୱିତୀୟ ଦିନରେ ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନ ସୈନ୍ୟମାନଙ୍କର ନିକଟବର୍ତ୍ତୀ ହେଲେ।
25
ଦ୍ୱିତୀୟ ଦିନରେ ବିନ୍ୟାମୀନ ପରିବାରବର୍ଗର ସୈନ୍ୟଗଣ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗିବିୟାରୁ ବାହାରି ଆସିଲେ। ଏହିଥର ବିନ୍ୟାମୀନ ତାଲିମପ୍ରାପ୍ତ ସୈନ୍ୟଗଣ ଇସ୍ରାଏଲର 18,000 ସୈନ୍ୟଙ୍କୁ ହତ୍ୟା କଲେ। ଯେଉଁମାନେ କି ସେମାନଙ୍କର ତାଲିମପ୍ରାପ୍ତ ସୈନିକ ଥିଲେ।
26
ଏହା ପରେ ଇସ୍ରାଏଲର ସମସ୍ତ ଲୋକ ବୈଥେଲହମକୁ ଗଲେ। ସେହି ସ୍ଥାନରେ ସେମାନେ ବସି ସଦାପ୍ରଭୁଙ୍କୁ ଗୁହାରି ଜଣାଇଲେ। ସେମାନେ ସେଠାରେ ଦିନ ତମାମ କିଛି ଖାଇଲେ ନାହିଁ। ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ହୋମବଳି ଓ ମଙ୍ଗଳାର୍ଥକ ବଳି ପ୍ରଦାନ କଲେ।
27
ଇସ୍ରାଏଲୀୟ ଲୋକମାନେ ସଦାପ୍ରଭୁଙ୍କୁ ଏକ ପ୍ରଶ୍ନ ପଗ୍ଭରିଲେ, ସେହି ସମୟରେ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ବୈଥେଲ୍ଠାରେ ଥିଲା।
28
ସେଠାରେ ଜଣେ ଯାଜକ ଥିଲେ ତାଙ୍କର ନାମ ଥିଲା ପୀନହସ୍। ସେ ଇଲିୟାସରର ବଂଶଧର ଥିଲେ। ଇଲିୟାସର ଥିଲା ହାରୋଣଙ୍କର ପୁତ୍ର। ଇସ୍ରାଏଲର ଲୋକମାନେ ପଗ୍ଭରିଲେ, “ବିନ୍ୟାମୀନର ଲୋକମାନେ ଆମ୍ଭର ସମ୍ପର୍କୀୟ। ଆମ୍ଭର ତାଙ୍କ ସହିତ ଯୁଦ୍ଧ କରିବା ଉଚିତ୍ ନା ଯୁଦ୍ଧ ବନ୍ଦ କରିବା ଉଚିତ୍?” ସଦାପ୍ରଭୁ କହିଲେ, “ଆସନ୍ତା କାଲି ଯାଅ ଓ ସେମାନଙ୍କୁ ପରାସ୍ତ କର। ସେମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ସହାୟ ହେବି।”
29
ଏହା ପରେ ଇସ୍ରାଏଲର କିଛି ସୈନିକ ଗିବିୟା ନଗରର ଚତୁର୍ପାର୍ଶ୍ୱରେ ଲୁଚିରହିଲେ।
30
ଇସ୍ରାଏଲର ସୈନ୍ୟମାନେ ତୃତୀୟ ଦିନ ଗିବିୟା ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ସେମାନେ ପୂର୍ବଥର ପରି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ରହିଲେ।
31
ବିନ୍ୟାମୀନର ସୈନ୍ୟମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗିବିୟାରୁ ବାହାରି ଆସିଲେ। ଇସ୍ରାଏଲର ସୈନ୍ୟମାନେ ପଳାୟନ କଲେ ଓ ବିନ୍ୟାମୀନ ସୈନ୍ୟମାନେ ସେମାନଙ୍କର ପଛରେ ଗୋଡ଼ାଇଲେ। ଏହି ପ୍ରକାରେ ସେମାନେ ଇସ୍ରାଏଲୀୟମାନଙ୍କୁ ଗୋଡ଼ାଇ ଗୋଡ଼ାଇ ନଗରକୁ ପଛରେ ଛାଡ଼ି ଯିବାର କଲେ। ବିନ୍ୟାମୀନର ସୈନ୍ୟମାନେ ପୂର୍ବଥର ପରି ଇସ୍ରାଏଲର କେତେକ ସୈନ୍ୟମାନଙ୍କୁ ମାରିବାକୁ ଲାଗିଲେ। ଏହିପରି ଭାବରେ ତିରିଶ୍ ଜଣ ସୈନ୍ୟ ହତ ହେଲେ। ସେମାନେ କେତେକ ଲୋକଙ୍କୁ କ୍ଷେତ ମଧ୍ୟରେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ସଡ଼କରେ ହତ୍ୟା କଲେ। ଗୋଟିଏ ରାସ୍ତା ଗିବିୟାକୁ ପଡ଼ିଥିଲା, ଅନ୍ୟଟି ବୈଥେଲ୍କୁ।
32
ବିନ୍ୟାମୀନର ଲୋକମାନେ ସେମାନଙ୍କ ମଧ୍ୟରେ କୁହା କୁହି ହେଲେ, “ଆମ୍ଭେ ପୂର୍ବପରି ଜିତିବୁ।” ଇସ୍ରାଏଲର ଲୋକମାନେ ଦୌଡ଼ିପଳାଇଲେ। କିନ୍ତୁ ଏହା ଏକ ଗ୍ଭତୁରୀ ଥିଲା। ସେମାନେ ଗ୍ଭହୁଁଥିଲେ ବିନ୍ୟାମୀନ ଲୋକମାନେ ସେମାନଙ୍କର ନଗରରୁ ବାହାରି ରାସ୍ତାକୁ ପଳାଇ ଆସନ୍ତୁ।
33
ତେଣୁ ଇସ୍ରାଏଲର ସମସ୍ତ ଲୋକ ସେମାନଙ୍କର ସ୍ଥାନରୁ ଉଠି ଦୌଡ଼ିଲେ। ସେମାନେ ସମସ୍ତେ ଗୋଟିଏ ଜାଗାରେ ରୁଣ୍ଡ ହେଲେ। ସେହି ସ୍ଥାନର ନାମ ଥିଲା ବାଲ୍ତାମର। ଇସ୍ରାଏଲର କେତେକ ଲୋକ ଗିବିୟାର ପଶ୍ଚିମରେ ଲୁଚି ରହୁଥିଲେ। ପୂର୍ବ ଗିବିୟାରେ, ସେମାନେ ଲୁଚିଥିବା ସ୍ଥାନରୁ ବାହାରି ଆସିଲେ ଓ ଗିବିୟାକୁ ଆକ୍ରମଣ କଲେ।
34
10,000 ଉତ୍ତମ ତାଲିମପ୍ରାପ୍ତ ସୈନିକମାନେ ଗିବିୟାକୁ ଆକ୍ରମଣ କଲେ। ଏହା ଏକ ଭୟଙ୍କର ଯୁଦ୍ଧ ଥିଲା କିନ୍ତୁ ବିନ୍ୟାମୀନ ସୈନ୍ୟମାନେ ଅନୁଭବ କରି ପାରିଲେ ନାହିଁ ଯେ, ଏକ ଦୁର୍ଘଟଣା ସେମାନଙ୍କ ଉପରେ ଘଟିବାକୁ ଯାଉଛି।
35
ସଦାପ୍ରଭୁ ଇସ୍ରାଏଲର ସୈନ୍ୟମାନଙ୍କ ଦ୍ୱାରା ବିନ୍ୟାମୀନମାନଙ୍କୁ ପରାସ୍ତ କଲେ। ସେହି ଦିନ ଇସ୍ରାଏଲର ସୈନ୍ୟମାନେ ସେମାନଙ୍କର 25,100 ସୈନ୍ୟମାନଙ୍କୁ ହତ୍ୟା କଲେ। ସେ ସମସ୍ତ ସୈନ୍ୟମାନେ ମୁଖ୍ୟତଃ ଯୁଦ୍ଧ ପାଇଁ ତାଲିମ ନେଇଥିଲେ।
36
ତେଣୁ ବିନ୍ୟାମୀନ ଲୋକମାନେ ଦେଖିଲେ ଯେ ସେମାନେ ହାରି ଯିବେ। ଇସ୍ରାଏଲର ସୈନ୍ୟମାନେ ପଛକୁ ଫେରିଲେ। ସେମାନେ ବୁଲିଗଲେ କାରଣ ସେମାନେ ବିନ୍ୟାମୀନମାନଙ୍କ ଉପରେ ହଠାତ୍ ଆକ୍ରମଣ କରିବା ପାଇଁ ଗ୍ଭହୁଁଥିଲେ। ଯେଉଁ ଲୋକମାନେ ଗିବିୟାରେ ଲୁଚି ରହିଥିଲେ ସେହିମାନେ ଆକ୍ରମଣ ଆରମ୍ଭ କରିଦେଲେ।
37
ସେଠାରେ ଲୁଚିଥିବା ଲୋକମାନେ ଗିବିୟାକୁ ଆକ୍ରମଣ କରିଦେଲେ। ସେମାନେ ନଗରର ଗ୍ଭରିଆଡ଼େ ବ୍ୟାପିଗଲେ ଏବଂ ନଗରରେ ଖଣ୍ତା ଦ୍ୱାରା ପ୍ରତ୍ୟେକଙ୍କୁ ହତ୍ୟା କଲେ।
38
ବର୍ତ୍ତମାନ ଯେଉଁ ଇସ୍ରାଏଲୀୟ ଲୋକମାନେ ଲୁଚି ରହିଲେ, ସେମାନେ ଏକ ଯୋଜନା ପ୍ରସ୍ତୁତ କଲେ। ସେମାନେ ନଗରରୁ ବୃହତ୍ ଧୂମ ମେଘ ଉଠାଇବେ। ଇସ୍ରାଏଲୀୟ ଲୋକଙ୍କ ସହିତ ସେମାନଙ୍କର ଏହି ନିଷ୍ପତ୍ତି ହୋଇଯାଇ ଥିଲା।
39
ବିନ୍ୟାମୀନର ସୈନ୍ୟମାନେ ପ୍ରାୟ ତିରିଶ୍ ଜଣ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ହତ୍ୟା କଲେ। ତେଣୁ ବିନ୍ୟାମୀନୀୟମାନେ ନିଜକୁ ନିଜେ କହିଲେ, “ଆମ୍ଭେମାନେ ଠିକ୍ ପୂର୍ବ ପରି ଜୟ କରୁଛୁ।”
40
କିନ୍ତୁ ହଠାତ୍ ଏକ ଧୂଆଁର ବାଦଲ ସହର ଉପରେ ଉଠିଲା। ବିନ୍ୟାମୀନର ସୈନ୍ୟମାନେ ବୁଲିକରି ଗ୍ଭହିଁଲେ ଏବଂ ଦେଖିଲେ କ’ଣ ସବୁ ଗ୍ଭଲୁଛି। ସେମାନେ ବୁଲିପଡ଼ି ଦେଖିଲେ ଯେ, ନଗରରେ ନିଆଁ ଜଳୁଛି।
41
ଏହା ପରେ ଇସ୍ରାଏଲୀୟ ସୈନ୍ୟମାନେ ଦୌଡ଼ିବା ବନ୍ଦ କରିଦେଲେ। ସେମାନେ ସମସ୍ତେ ଯୁଦ୍ଧ କରିବା ପାଇଁ ଏକତ୍ରିତ ହୋଇଗଲେ। ବିନ୍ୟାମୀନର ସୈନ୍ୟମାନେ ଭୟଭୀତ ହୋଇଗଲେ। ସେମାନେ ଅନୁଭବ କଲେ ଯେ, ଏକ ଭୟଙ୍କର ବିପଦ ସେମାନଙ୍କ ଉପରକୁ ଆସୁଅଛି।
42
ତେଣୁ ବିନ୍ୟାମୀନୀୟ ସୈନିକମାନେ ଇସ୍ରାଏଲ ସୈନ୍ୟଙ୍କ ପାଖରୁ ଦୌଡ଼ି ପଳାଇବାକୁ ଲାଗିଲେ। ସେମାନେ ମରୁଭୂମି ଆଡ଼କୁ ଦୌଡ଼ିଲେ। କିନ୍ତୁ ସେମାନେ ଏପରି କରି ମଧ୍ୟ ଯୁଦ୍ଧରୁ ରକ୍ଷା ପାଇପାରି ନ ଥିଲେ। ଇସ୍ରାଏଲର ସୈନ୍ୟମାନେ ନଗର ବାହାରକୁ ବାହାରି ଆସିଲେ ଏବଂ ସେମାନଙ୍କୁ ହତ୍ୟା କଲେ।
43
ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନର ସୈନ୍ୟମାନଙ୍କ ଚତୁର୍ପାର୍ଶ୍ୱରେ ଘେରିଗଲେ ଓ ସେମାନଙ୍କ ପଛରେ ଗୋଡ଼ାଇଲେ। ସେମାନେ ସେମାନଙ୍କୁ ବିଶ୍ରାମ ଦେଲେ ନାହିଁ । ଇସ୍ରାଏଲର ସୈନ୍ୟମାନେ ଗିବିୟାର ପୂର୍ବାଞ୍ଚଳ ନିକଟରେ ପରାସ୍ତ କଲେ।
44
ଏହିପରି ଭାବରେ ବିନ୍ୟାମୀନୀୟର 18,000 ଯୋଦ୍ଧା ସୈନିକଙ୍କୁ ହତ୍ୟା କଲେ।
45
ବିନ୍ୟାମୀନୀୟ ସୈନ୍ୟମାନେ ମରୁଭୂମି ଆଡ଼କୁ ଦୌଡ଼ିଲେ । ସେମାନେ ରିମ୍ମୋନ ଶୈଳ ନିକଟକୁ ଦୌଡ଼ିଲେ। କିନ୍ତୁ ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନୀୟ 5000 ସୈନିକଙ୍କୁ ରାସ୍ତା ଉପରେ ହତ୍ୟାକଲେ। ଏବଂ ସେମାନେ ପଳାୟନକାରୀ ବିନ୍ୟାମୀନୀୟ ସୈନ୍ୟମାନଙ୍କୁ ଗିଦିୟୋମ୍ ପର୍ଯ୍ୟନ୍ତ ଗୋଡ଼ାଇ ଥିଲେ। ସେଠାରେ ଇସ୍ରାଏଲର ସୈନ୍ୟମାନେ ଆହୁରି 2000 ବିନ୍ୟାମୀନର ସୈନ୍ୟମାନଙ୍କୁ ହତ୍ୟା କଲେ।
46
ସେହି ଦିନ 25,000 ଲୋକ ବିନ୍ୟାମୀନୀୟ ସୈନ୍ୟମାନଙ୍କ ମଧ୍ୟରୁ ମରିଗଲେ। ଯେଉଁମାନେ କି ବୀରତାର ସହକାରେ ଯୁଦ୍ଧ ଚଳାଇ ଥିଲେ।
47
କିନ୍ତୁ 600 ସୈନିକ ବିନ୍ୟାମୀନୀୟଙ୍କର ମରୁଭୂମିକୁ ଦୌଡ଼ି ପଳାୟନ କଲେ। ସେମାନେ ରିମ୍ମୋନ୍ ଶୈଳ ନିକଟକୁ ପଳାଇ ସେଠାରେ ଗ୍ଭରିମାସ ଧରି ରହିଲେ।
48
ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନର ଦେଶକୁ ଫେରିଗଲେ। ସେମାନେ ପ୍ରତ୍ୟେକ ସହରର ପ୍ରତ୍ୟେକ ଲୋକମାନଙ୍କୁ ହତ୍ୟା କଲେ, ଯେଉଁମାନଙ୍କୁ ସେମାନେ ଭେଟିଲେ। ସେମାନେ ପଶୁମାନଙ୍କୁ ହତ୍ୟା କଲେ ଓ ସେମାନଙ୍କର ସମ୍ମୁଖରେ ଯାହା ପଡ଼ିଲା ସେଗୁଡ଼ିକୁ ସେମାନେ ଧ୍ୱଂସ କଲେ। ପୁଣି ସେମାନେ ଯେଉଁ ସହରରେ ପ୍ରବେଶ କଲେ ତାକୁ ଅଗ୍ନିରେ ପୋଡ଼ି ପକାଇଲେ।
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21