bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 14
Judges 14
Odia Bible ERV 2004 (ପବିତ୍ର ବାଇବଲ)
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 15 →
1
ଶାମ୍ଶୋନଙ୍କର ବିବାହ ଶାମ୍ଶୋନ୍ ତିମ୍ନାକୁ ଯାଇ ସେ ସ୍ଥାନରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀକୁ ଦେଖିଲେ।
2
ସେ ଗୃହକୁ ଫେରି ତାଙ୍କର ପିତାମାତାଙ୍କୁ ଏ କଥା କହିଲେ, “ମୁଁ ତିମ୍ନାରେ ପଲେଷ୍ଟୀୟ କନ୍ୟା ଦେଖିଅଛି। ମୁଁ ତାଙ୍କୁ ବିବାହ କରିବାକୁ ଗ୍ଭହେଁ।”
3
ତାଙ୍କର ପିତାମାତା ତାଙ୍କୁ କହିଲେ, “ଆମ୍ଭର ସମ୍ପର୍କୀୟ ମଧ୍ୟରେ ଇସ୍ରାଏଲରେ ତୁମ୍ଭର ସ୍ତ୍ରୀ ହେବାକୁ କନ୍ୟା ନାହାନ୍ତି ଯେ, ତୁମ୍ଭେ ଅସୁନ୍ନତ ପଲେଷ୍ଟୀୟମାନଙ୍କ ମଧ୍ୟରୁ ଜଣକୁ ସ୍ତ୍ରୀ କରିବ?” କିନ୍ତୁ ଶାମ୍ଶୋନ୍ ଉତ୍ତର ଦେଲେ, “ମୋତେ ସେହି ଯୁବତୀ ଆଣି ଦିଅ! ମୁଁ କେବଳ ସେହି ଯୁବତୀକୁ ବିବାହ କରିବାକୁ ଗ୍ଭହେଁ।”
4
ଶାମ୍ଶୋନଙ୍କର ପିତାମାତା ଜାଣି ପାରିଲେ ନାହିଁ ଯେ, ସଦାପ୍ରଭୁ ଏହିପରି ଯୋଜନା କରିଥିଲେ। ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ସୁଯୋଗ ଖୋଜୁଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଏକ କାରଣ ଖୋଜୁଥିଲେ। ସେହି ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ଉପରେ ରାଜତ୍ୱ କରୁଥିଲେ।
5
ଶାମ୍ଶୋନ୍ ତାଙ୍କର ପିତାମାତାଙ୍କ ସହିତ ତିମ୍ନାକୁ ଗଲେ। ସେମାନେ ଦ୍ରାକ୍ଷାକ୍ଷେତ୍ର ନିକଟରେ ପହଞ୍ଚିଲା ମାତ୍ରେ ଏକ ଯୁବା ସିଂହ ଗର୍ଜନ କରି ଶାମ୍ଶୋନ୍ ଉପରକୁ କୁଦା ମାରିଲା।
6
ଶାମ୍ଶୋନ୍ ନିକଟକୁ ସଦାପ୍ରଭୁଙ୍କର ଆତ୍ମା ଆସିବା କ୍ଷଣି ସେ ଶକ୍ତିଶାଳୀ ହେବାକୁ ଲାଗିଲେ। ଏହା ପରେ ସେ ଖାଲି ହାତରେ ଛେଳି ଛୁଆକୁ ଚିରିଲା ପରି ସେହି ସିଂହକୁ ଚିରି ବିଦୀର୍ଣ୍ଣ କରି ପକାଇଲେ। ସେ କ’ଣ କରିଛନ୍ତି, ସେ ତାଙ୍କ ପିତାମାତାଙ୍କୁ ସେ ବିଷୟରେ କିଛି କହିଲେ ନାହିଁ।
7
ଏହିପରି ଭାବରେ ଶାମ୍ଶୋନ୍ ନଗରକୁ ଯାଇ ପଲେଷ୍ଟୀୟ ସ୍ତ୍ରୀଲୋକଟି ସହିତ କଥା ହେଲେ। ସେହି ସ୍ତ୍ରୀଲୋକଟି ଶାମ୍ଶୋନଙ୍କୁ ପସନ୍ଦ କଲା।
8
କିଛି ଦିନ ପରେ, ସେ ସେହି ସ୍ତ୍ରୀଲୋକଟିକୁ ବିବାହ କରିବାକୁ ଆସିଲେ। ସେହି ରାସ୍ତାରେ ସେ ସେହି ମୃତ ସିଂହର ଶରୀରକୁ ଦେଖିଲେ। ସେ ଦେଖିଲେ ଯେ, କିଛି ମହୁମାଛି ସେଥିରେ ମହୁ ଫେଣା ତିଆରି କରିଛନ୍ତି।
9
ଶାମ୍ଶୋନ୍ ହାତରେ କିଛି ମହୁ ସେଥିରୁ ଆଣିଲେ। ମହୁ ଖାଇଖାଇ ଯିବା ବାଟରେ ସେ ତାଙ୍କ ପିତାମାତାଙ୍କ ନିକଟରେ ପହଞ୍ଚିବା ପରେ, ତାଙ୍କୁ କିଛି ମହୁ ଖାଇବାକୁ ଦେଲେ। ସେ ଏଥିରୁ ବହୁତ ଖାଇଲେ। କିନ୍ତୁ ଶାମ୍ଶୋନ୍ ଏହି ମହୁ ଏକ ମୃତ ସିଂହର ଶରୀରରୁ ଅଣା ଯାଇଛି ବୋଲି କିଛି କହିଲେ ନାହିଁ।
10
ଶାମ୍ଶୋନଙ୍କର ପିତା ସେହି ପଲେଷ୍ଟୀୟ ସ୍ତ୍ରୀଲୋକଟିକୁ ଦେଖିବାକୁ ଗଲେ। ଏପରି ପ୍ରଥା ଥିଲା ଯେ ଯେଉଁଥିପାଇଁ ସେମାନେ ସେଠାରେ ଏକ ଭୋଜି ଦେଲେ।
11
ସେମାନେ ଶାମ୍ଶୋନ୍କୁ ଦେଖିବା ପରେ ତାହାଙ୍କ ସଙ୍ଗେ ସଙ୍ଗେ ରହିବା ପାଇଁ ତିରିଶ୍ ଜଣ ମିତ୍ର ଆଣିଲେ।
12
ଏହା ପରେ ଶାମ୍ଶୋନ୍ ସେହି ତିରିଶ୍ ଜଣ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଏକ ରହସ୍ୟାବୃତ ପ୍ରଶ୍ନ କହିବାକୁ ଗ୍ଭହେଁ। ତୁମ୍ଭେମାନେ ଯେବେ ଏହି ଭୋଜିର ସାତ ଦିନ ମଧ୍ୟରେ ତହିଁର ଅର୍ଥ ବାହାର କରି ମୋତେ ଜଣାଇବ। ତେବେ ତୁମ୍ଭମାନଙ୍କୁ ମୁଁ ତିରିଶ୍ ରେଶମବସ୍ତ୍ର ଓ ତିରିଶ୍ ଯୋଡ଼ା ପୋଷାକ ଦେବି।
13
ଯଦି ତୁମ୍ଭେ କେହି ଉତ୍ତର ବାହାର କରି ନ ପାର, ତେବେ ତୁମ୍ଭେମାନେ ମୋତେ ତିରିଶ୍ଟି ମସିନା ବସ୍ତ୍ର ଓ ତିରିଶ୍ଟି ସାଜ ପୋଷାକ ଦେବ।” ତେଣୁ ସେହି ତିରିଶ୍ ଜଣ ଲୋକ ପଗ୍ଭରିଲେ, “ତୁମ୍ଭେ ତୁମ୍ଭର ପ୍ରହେଳିକା କୁହ, ଆମ୍ଭେ ତାକୁ ଶୁଣିବାକୁ ଗ୍ଭହୁଁଅଛୁ।”
14
ଶାମ୍ଶୋନ୍ ସେମାନଙ୍କୁ ସେହି ପ୍ରହେଳିକା ଶୁଣାଇଲେ। “ଖାଦକଠାରୁ ଖାଦ୍ୟ ଓ ବଳବାନଠାରୁ ମିଷ୍ଟତା ନିର୍ଗତ ହେଲା।” ମାତ୍ର ସେମାନେ ତିନି ଦିନ ଯାଏ ପ୍ରହେଳିକାର ଅର୍ଥ ଜଣାଇ ପାରିଲେ ନାହିଁ।
15
କିନ୍ତୁ ସେମାନେ ସେହି ଗ୍ଭତୁର୍ଯ୍ୟ ପ୍ରଶ୍ନ ତିନି ଦିନରେ ବାହାର କରି ପାରିଲେ ନାହିଁ। ଚତୁର୍ଥ ଦିନରେ ସେମାନେ ଶାମ୍ଶୋନଙ୍କର ସ୍ତ୍ରୀଙ୍କୁ କହିଲେ, ଗ୍ଭତୁର୍ଯ୍ୟ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ତୁମ୍ଭେ ସ୍ୱାମୀଙ୍କୁ କୁହ, ନ ହେଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦଗ୍ଧ କରିବୁ। “ତୁମ୍ଭେ ଆମ୍ଭମାନଙ୍କୁ ଗରିବ କରିବା ପାଇଁ ନିମନ୍ତ୍ରଣ କଲ କି?”
16
ଶାମ୍ଶୋନ୍ର ସ୍ତ୍ରୀ ତା’ର ସ୍ୱାମୀଙ୍କ ନିକଟକୁ ଗଲା ଏବଂ ସେଠାରେ ଅତିଶୟ କ୍ରନ୍ଦନ କରିବାକୁ ଲାଗିଲା, ସେ କହିଲା, “ତୁମ୍ଭେ ମୋତେ ଘୃଣା କର! ତୁମ୍ଭେ ମୋତେ ଭଲ ପାଅ ନାହିଁ! ତୁମ୍ଭେ ମୋର ଲୋକମାନଙ୍କୁ ଏକ ପ୍ରହେଳିକା ଶୁଣାଇଲ, ଯାହାକି ମୋତେ ତୁମ୍ଭେ ବୁଝାଇ ନାହଁ।” ଶାମ୍ଶୋନ୍ ତାଙ୍କୁ ଉତ୍ତର ଦେଲେ, “ମୁଁ ମୋର ପିତାମାତାଙ୍କୁ କହି ନାହିଁ, ତୁମ୍ଭଙ୍କୁ କାହିଁକି ମୁଁ କହିବି?”
17
ଶାମ୍ଶୋନ୍ର ସ୍ତ୍ରୀ ଅବଶିଷ୍ଟ ସାତ ଦିନ ଯାକ କାନ୍ଦିଲା। ତେଣୁ ଶେଷରେ ଭୋଜିର ସପ୍ତମ ଦିନରେ ଶାମ୍ଶୋନ୍ ପ୍ରହେଳିକାର ଉତ୍ତର ତାଙ୍କୁ କହିଲେ। ସେ ଉତ୍ତରଟି ତାଙ୍କୁ କହିଲେ, କାରଣ ସେ ତାଙ୍କୁ ହଇରାଣ କରିବାକୁ ଲାଗିଲା। ତା’ପରେ ସେ ଯାଇ ତା’ର ଲୋକମାନଙ୍କୁ ସେହି ଉତ୍ତର କହି ଦେଲା।
18
ତେଣୁ ସପ୍ତମ ଦିନର ସୂର୍ଯ୍ୟାସ୍ତ ଠିକ୍ ପୂର୍ବରୁ ଭୋଜିର ଶେଷ ଦିନ ପଲେଷ୍ଟୀୟ ଲୋକମାନେ ସେହି ଉତ୍ତର କହି ଦେଲେ, “ମଧୁଠାରୁ ମଧୁର ଆଉ କ’ଣ? ସିଂହଠାରୁ ଅଧିକ ଶକ୍ତିଶାଳୀ କିଏ?” ଶାମ୍ଶୋନ୍ ସେମାନଙ୍କୁ କହିଲେ, “ଯଦି ତୁମେ ମୋର ଗାଈରେ ହଳ କରି ନ ଥା’ନ୍ତ ମୋର ପ୍ରହେଳିକାର ଉତ୍ତର ଦେଇପାରି ନ ଥା’ନ୍ତ।”
19
ଶାମ୍ଶୋନ୍ ଏଥିରେ ବହୁତ ରାଗିଗଲେ। ତାଙ୍କ ଉପରକୁ ସଦାପ୍ରଭୁଙ୍କ ଆତ୍ମା ବହୁତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକୁ ଯାଇ ସେଠାରେ ତିରିଶ୍ ଜଣଙ୍କୁ ହତ୍ୟା କଲେ। ସେ ସେମାନଙ୍କର ବସ୍ତ୍ର ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ଯୋଡ଼ା ବସ୍ତ୍ର ଦେଲେ। କିନ୍ତୁ ତା’ର କ୍ରୋଧ ପ୍ରଜ୍ୱଳିତ ହେବାରୁ, ସେ ଆପଣାର ପିତୃଗୃହକୁ ଗ୍ଭଲିଗଲେ।
20
ଶାମ୍ଶୋନ୍ ତାଙ୍କ ସହିତ ତାଙ୍କର ସ୍ତ୍ରୀକୁ ନେଲେ ନାହିଁ। ବିବାହରେ ତାଙ୍କର ସାଙ୍ଗମାନଙ୍କ ମଧ୍ୟରୁ ଜଣେ ଉତ୍ତମ ବନ୍ଧୁର ସେ ସ୍ତ୍ରୀ ହେଲେ।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21