bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 10
Judges 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 11 →
1
ବିଗ୍ଭରକ ତୋଲୟ ଅବୀମେଲକର ମୃତ୍ୟୁପରେ ସଦାପ୍ରଭୁ ଆଉ ଜଣେ ବିଗ୍ଭରକଙ୍କୁ ଇସ୍ରାଏଲବାସୀଙ୍କୁ ରକ୍ଷା କରିବା ପାଇଁ ପଠାଇଲେ। ସେହି ବିଗ୍ଭରକଙ୍କ ନାମ ଥିଲା ତୋଲୟ। ସେ ଥିଲା ପୂୟାର ପୁତ୍ର। ଦୋଦୟର ପୁତ୍ର ପୂୟାର ଥିଲା। ତୋଲୟ ଥିଲା ଇଷାଖର ପରିବାରବର୍ଗ। ଯାହାକି ଇଫ୍ରୟିମ ପର୍ବତମୟ ଦେଶ ଶାମୀର ସହରରେ ତୋଲୟ ବାସ କଲା।
2
ତୋଲୟ ଇସ୍ରାଏଲ ପାଇଁ ତେଇଶ୍ ବର୍ଷ ପାଇଁ ବିଗ୍ଭରକ ରହିଲା। ଏହା ପରେ ତୋଲୟ ମୃତ୍ୟୁବରଣ କଲେ ଓ ଶାମୀରରେ ତାଙ୍କୁ କବର ଦିଆଗଲା।
3
ବିଗ୍ଭରକ ଯାୟୀର ଏହା ପରେ ପରମେଶ୍ୱର ଆଉ ଜଣେ ବିଗ୍ଭରକଙ୍କୁ ପଠାଇଲେ। ତାଙ୍କର ନାମ ଥିଲା ଯାୟୀର ଯେ କି ଥିଲେ ଗିଲିୟଦର ଅଧିବାସୀ। ଯାୟୀର ଇସ୍ରାଏଲର ଉପରେ ବାଇଶିବର୍ଷ ଧରି ବିଗ୍ଭରକ ହୋଇ ରହିଲେ।
4
ଯାୟୀରଙ୍କର ତିରିଶ୍ଟି ପୁତ୍ର ଥିଲେ। ଯେଉଁମାନେ କି ତିରିଶ୍ଟି ଗର୍ଦ୍ଦଭରେ ଚଢ଼ିଲେ ଓ ସେମାନଙ୍କର ତିରିଶ୍ଟି ସହର ଥିଲା। ସେହି ସହରଗୁଡ଼ିକୁ ଯାୟୀର ସହର ନାମରେ ଆଜି ପର୍ଯ୍ୟନ୍ତ ନାମିତ କରାଯାଇଛି। ସେହିସବୁ ସହରଗୁଡ଼ିକ ଗିଲିୟଦ ଦେଶରେ ଅଛି।
5
ଯାୟୀରଙ୍କର ମୃତ୍ୟୁପରେ ତାଙ୍କୁ କାମୋନରେ କବର ଦିଆଗଲା।
6
ଅମ୍ମୋନ ସନ୍ତାନମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ ପୁନର୍ବାର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ସେହିପରି କାର୍ଯ୍ୟମାନ କଲେ। ସେମାନେ ବାଲ୍ଦେବତାଗଣ, ଅଷ୍ଟାରୋତ୍ ଦେବୀଗଣ, ଅରାମୀୟମାନଙ୍କର ଦେବଗଣ, ସୀଦୋନୀୟମାନଙ୍କର ଦେବଗଣ, ମୋୟାବୀୟମାନଙ୍କର ଦେବଗଣ, ଅମ୍ମୋନୀୟମାନଙ୍କର ଦେବଗଣ ଓ ପଲେଷ୍ଟୀୟମାନଙ୍କର ଦେବଗଣଙ୍କର ପୂଜା କଲେ। ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ପାସୋରି ପକାଇଲେ ଓ ତାଙ୍କର ସେବା କଲେ ନାହିଁ।
7
ତେଣୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କୋପଦୃଷ୍ଟି ହେଲେ। ତେଣୁ ସଦାପ୍ରଭୁ ଇସ୍ରାଏଲୀୟଗଣଙ୍କୁ ପଲେଷ୍ଟୀୟ ଓ ଅମ୍ମୋନୀୟମାନଙ୍କ ହସ୍ତରେ ପରାସ୍ତ କରାଇଲେ।
8
ସେହିବର୍ଷ ସେମାନେ ଇସ୍ରାଏଲୀୟଙ୍କୁ ବିନାଶ ଓ ଅତ୍ୟାଗ୍ଭର କଲେ। ଅଠର ବର୍ଷ ପର୍ଯ୍ୟନ୍ତ, ଇସ୍ରାଏଲୀୟମାନେ ଯେଉଁମାନେ କି ଯର୍ଦ୍ଦନ ନଦୀର ଅନ୍ୟ ପାର୍ଶ୍ୱରେ ଗିଲିୟଦର ଅଞ୍ଚଳରେ ବାସ କଲେ ଏବଂ ସେମାନଙ୍କ ସକାଶେ କଷ୍ଟ ଭୋଗ କଲେ। ସେହି ଦେଶ ଯେଉଁଠାରେ ଅମୋରୀତ୍ ବାସ କରୁଥିଲେ।
9
ଅମ୍ମୋନୀୟମାନେ ଯିହୁଦା, ବିନ୍ୟାମୀନ, ଇଫ୍ରୟିମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯର୍ଦ୍ଦନ ପାର ହୋଇ ଗଲେ। ଅମ୍ମୋନୀୟମାନେ ଇସ୍ରାଏଲ ଲୋକମାନଙ୍କ ପାଇଁ ବଡ଼ କଷ୍ଟର କାରଣ ହେଲେ।
10
ତେଣୁ ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସେମାନେ କହିଲେ, “ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ, କାରଣ ଆମ୍ଭେମାନେ ଆପଣମାନଙ୍କର ପରମେଶ୍ୱରଙ୍କୁ ପରିତ୍ୟାଗ କରିଅଛୁ ଓ ବାଲ୍ଦେବତାଗଣଙ୍କର ପୂଜା କରିଅଛୁ।”
11
ସଦାପ୍ରଭୁ ସେମାନଙ୍କୁ ଉତ୍ତର ଦେଇ କହିଲେ, “ମୁଁ ତୁମ୍ଭମାନଙ୍କୁ ମିସ୍ରୀୟ ଓ ଇମୋରୀୟ, ଅମ୍ମୋନ ସନ୍ତାନଗଣ ଓ ପଲେଷ୍ଟୀୟମାନଙ୍କଠାରୁ ଉଦ୍ଧାର କଲି।
12
ତୁମ୍ଭେମାନେ ମୋ’ ପାଖରେ କ୍ରନ୍ଦନ କଲ ଯେତେବେଳେ, ସୀଦୋନୀୟମାନେ, ଆମାଲେକୀୟମାନେ ଓ ମାୟୋନୀୟମାନେ ତୁମ୍ଭମାନଙ୍କୁ ଅତ୍ୟାଗ୍ଭର କଲେ। ମୁଁ ମଧ୍ୟ ସେମାନଙ୍କଠାରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲି।
13
କିନ୍ତୁ ତୁମ୍ଭେମାନେ ମୋତେ ପରିତ୍ୟାଗ କରି ଅନ୍ୟ ଦେବଗଣଙ୍କର ପୂଜା କଲ। ତେଣୁ ମୁଁ ପୁନ୍ନରାୟ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ମନା କରୁଅଛି।
14
ତୁମ୍ଭେମାନେ ଯେଉଁ ଦେବତାଗଣଙ୍କୁ ପୂଜା କରିବାକୁ ମନୋନୀତ କରିଛ। ସେମାନଙ୍କ ପାଖକୁ ଯାଅ ଓ ତାଙ୍କୁ ଉଦ୍ଧାର କରିବାକୁ କୁହ। ତୁମ୍ଭର ଦୁଃଖ ସମୟରେ ସେମାନେ ତୁମ୍ଭର ରକ୍ଷା କରନ୍ତୁ।”
15
କିନ୍ତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ କହିଲେ, “ଆମେ ପାପ କରିଛୁ। ତୁମ୍ଭର ଯାହା ଇଚ୍ଛା ଆମ୍ଭମାନଙ୍କୁ ଦଣ୍ତ ଦିଅ। କିନ୍ତୁ ବର୍ତ୍ତମାନ ଆମ୍ଭମାନଙ୍କୁ ଉଦ୍ଧାର କର।”
16
ଏହା ପରେ ସେମାନେ ନିଜ ମଧ୍ୟରୁ ବିଦେଶୀ ଦେବଗଣଙ୍କୁ ଦୂର କରିଦେଲେ ଏବଂ ସଦାପ୍ରଭୁଙ୍କର ସେବା କଲେ। ଏହା ପରେ ସଦାପ୍ରଭୁ ଇସ୍ରାଏଲବାସୀଙ୍କର ଦୁଃଖ ଅଧିକ ସମୟ ଦେଖି ସହି ପାରିଲେ ନାହିଁ।
17
ଯିପ୍ତହଙ୍କୁ ନେତାରୂପେ ବଛାଗଲା ଅମ୍ମୋନୀୟମାନେ ଗିଲିୟଦରେ ସେମାନଙ୍କର ଛାଉଣି ସ୍ଥାପନ କଲେ ଏବଂ ଇସ୍ରାଏଲ ଲୋକମାନେ, ଏକତ୍ରିତ ହେଲେ ଓ ମିସ୍ପୀରେ ସେମାନଙ୍କର ଛାଉଣି ସ୍ଥାପନ କଲେ।
18
ତା’ପରେ ଗିଲିୟଦୀୟର ଲୋକମାନଙ୍କର ଅଧିପତିମାନେ କହିଲେ, “ଅମ୍ମୋନ ସନ୍ତାନଗଣଙ୍କ ଉପରେ ଯିଏ ଆକ୍ରମଣ କରିବାକୁ ନେତୃତ୍ୱ ନେବ। ସେ ଗିଲିୟଦରେ ବାସ କରୁଥିବା ଲୋକମାନଙ୍କ ଉପରେ ରାଜତ୍ୱ କରିବ।”
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21