bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 3
Judges 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 4 →
1
ସଦାପ୍ରଭୁ ସେହି ଭୂମିରେ ରହିବା ପାଇଁ ସେହି ଜାତିକୁ ଅନୁମତି ଦେଲେ। ସେ ଇସ୍ରାଏଲର ଲୋକମାନଙ୍କୁ ଏହିପରି ପରୀକ୍ଷା କଲେ। ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ କେହି ହେଲେ ଜଣେ ସେହି ସମୟରେ କିଣାନ ଦେଶକୁ ଯୁଦ୍ଧରେ ହରାଇବାକୁ ଲଢ଼େଇ କରି ନ ଥିଲେ। ତେଣୁ ସଦାପ୍ରଭୁ ସେହି ଭୂମିରୁ ଅନ୍ୟ ଜାତିକୁ ବିତାଡ଼ିତ କରି ନ ଥିଲେ। ସଦାପ୍ରଭୁ ଏହିପରି କଲେ, ଇସ୍ରାଏଲକୁ ଶିଖାଇଲେ ଯେଉଁମାନେ କିଣାନ ଦେଶ ବିରୁଦ୍ଧରେ ଯୁଦ୍ଧ କରି ନ ଥିଲେ। ସଦାପ୍ରଭୁ ଭୂମିକୁ ପରିତ୍ୟାଗ କରି, ଏହି ଜାତିର ଶୁଚି ଅଟେ।
3
ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ବାଲ୍ହର୍ମୋନ ପର୍ବତଠାରୁ ହମାତରେ ପ୍ରବେଶିବା ପଥ ପର୍ଯ୍ୟନ୍ତ ଲିବାନୋନ ପର୍ବତ ନିବାସୀ ସମସ୍ତ କିଣାନୀୟ ସୀଦୋନୀୟ ଏବଂ ହିବ୍ବୀୟ ଲୋକମାନେ।
4
ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ପରୀକ୍ଷା କରିବା ପାଇଁ ସେହି ଜାତିଗୁଡ଼ିକ ଭୂମିରେ ପରିତ୍ୟାଗ କଲେ। ସଦାପ୍ରଭୁ ଦେଖିବାକୁ ଗ୍ଭହିଁଲେ, ଯଦି ଏହି ଲୋକମାନେ ମୋଶାଙ୍କ ଦ୍ୱାରା ସେମାନଙ୍କର ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁଙ୍କ ଦ୍ୱାରା ଦେଖାଯାଇଥିବା ଆଦେଶଗୁଡ଼ିକ ମାନୁଛନ୍ତି।
5
ଇସ୍ରାଏଲୀୟ କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ, ଏବଂ ଯିବୂଷୀୟ ସହିତ ବାସ କଲେ।
6
ଇସ୍ରାଏଲୀୟ ସେହି ଲୋକମାନଙ୍କର ଝିଅମାନଙ୍କୁ ବିବାହ କରିବାକୁ ଆରମ୍ଭ କଲେ। ସେମାନେ ସେମାନଙ୍କର ଝିଅମାନଙ୍କୁ ସେହି ଲୋକମାନଙ୍କର ପୁଅମାନଙ୍କ ସହିତ ବିବାହ କରିବାକୁ ଅନୁମତି ଦେଲେ। ଏହା ବ୍ୟତିତ ଇସ୍ରାଏଲୀୟ ସେହି ଲୋକମାନଙ୍କର ଦେବତାଗଣଙ୍କୁ ପୂଜା କଲେ।
7
ପ୍ରଥମ ବିଗ୍ଭରକ ହେଲେ ଅତ୍ନୀୟେଲ ସଦାପ୍ରଭୁଙ୍କ ଦୃଷ୍ଟିରେ ଇସ୍ରାଏଲୀୟ ଲୋକମାନେ ସବୁ ପ୍ରକାର କର୍ମରେ ରତ ଥିଲେ। ଯାହାସବୁ ସଦାପ୍ରଭୁଙ୍କ ଚକ୍ଷୁରେ ପାପ ଥିଲା। ଏବଂ ବାଲ୍ଦେଶର ଦେବତାଗଣର ଆଶେରା ଦେବିଗଣର ପୂଜା କଲେ ଏବଂ ସଦାପ୍ରଭୁଙ୍କ ବିଷୟସବୁ ପାଶୋରି ଗଲେ।
8
ସଦାପ୍ରଭୁଙ୍କ କୋପ ଇସ୍ରାଏଲବାସୀଙ୍କ ଉପରେ ପଡ଼ିଲା। ତେଣୁ ସେ ଅରାମ ନହରୟିମର ରାଜା କୂଶନରିଶିୟାଥୟିମର ହସ୍ତରେ ଇସ୍ରାଏଲବାସୀଙ୍କୁ ପରାସ୍ତ କଲେ। ତେଣୁ ଇସ୍ରାଏଲବାସୀମାନେ ଆଠ ବର୍ଷ ପର୍ଯ୍ୟନ୍ତ ତାଙ୍କର ସେବା କଲେ।
9
ଏହା ପରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସେମାନଙ୍କୁ ସାହାଯ୍ୟ ଓ ରକ୍ଷା କରିବା ପାଇଁ ସଦାପ୍ରଭୁ ଏକ ଲୋକ ପଠାଇଲେ। ସେହି ଲୋକର ନାମ ଥିଲା ଅତ୍ନୀୟେଲ। ସେ ଥିଲେ କାଲେବଙ୍କର ସାନ ଭାଇ କନ୍ସରର ପୁତ୍ର।
10
ସଦାପ୍ରଭୁଙ୍କର ଆତ୍ମା ତାଙ୍କଠାରେ ପ୍ରବେଶ କଲାରୁ, ସେ ଇସ୍ରାଏଲର ଲୋକମାନଙ୍କର ବିଗ୍ଭର କଲେ, ଓ ଯୁଦ୍ଧ କରିବାକୁ ଆଗେଇ ଆସିଲେ। ଏବଂ ସଦାପ୍ରଭୁ କୂଶନ ରିଶିୟାଥୟିମକୁ ଅରାମୀୟର ରାଜାଙ୍କୁ ହରାଇବାରେ ଅତ୍ନୀୟେଲଙ୍କ ସାହାଯ୍ୟ କରିଥିଲେ ଓ ସେ ତାଙ୍କୁ ଆୟତ କଲେ।
11
ଅତଏବ, କନ୍ସର ପୁତ୍ର ଅତ୍ନୀୟେଲ ମୃତ୍ୟୁବରଣ କଲା ପର୍ଯ୍ୟନ୍ତ ଗ୍ଭଳିଶ୍ ବର୍ଷ ପାଇଁ ସେହି ଭୂମି ଶାନ୍ତିରେ ରହିଲା।
12
ବିଗ୍ଭରକ ଏହୂଦ ଏହା ପରେ ଇସ୍ରାଏଲର ଲୋକମାନେ ସେହିସବୁ କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି କହିଥିଲେ। ତେଣୁ ସଦାପ୍ରଭୁ ଇଗ୍ଲୋନ, ମୋୟାବର ରାଜା ଶକ୍ତିଶାଳୀ ଇସ୍ରାଏଲର ଲୋକମାନଙ୍କୁ ହରାଇବାକୁ ପ୍ରସ୍ତୁତ କଲେ।
13
ରାଜା ଇଗ୍ଲୋନ ଅମ୍ମୋନୀୟ ଓ ଅମାଲେକୀୟ ସହିତ ସଂଯୁକ୍ତ ତିଆରି କଲେ। ସେମାନେ ଇସ୍ରାଏଲକୁ ଆକ୍ରମଣ କଲେ। ସେମାନେ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ ଏବଂ ଖର୍ଜ୍ଜୁରପୁର (ଯିରୀହୋ)ରୁ ତଡ଼ି ଦେଲେ। ଏବଂ ଇସ୍ରାଏଲମାନଙ୍କ ଖର୍ଜ୍ଜୁରପୁରର ସହରକୁ ଅଧିକାର କଲେ।
14
ମୋୟାବର ରାଜା ଇଗ୍ଲୋନ ଇସ୍ରାଏଲ ଉପରେ ଅଠର ବର୍ଷ ଶାସନ କଲେ।
15
ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବା ପାଇଁ ଉଦ୍ଧାର କର୍ତ୍ତାଙ୍କୁ ପଠାଇଲେ। ସେହି ଲୋକ ଜଣକ ଥିଲେ ଏହୂଦ। ଏହୂଦ ଥିଲେ ବିନ୍ୟାମିନୀୟ ପରିବାରବର୍ଗର ଗେରାର ପୁତ୍ର। ସେ ତାଙ୍କର ବାମହାତରେ ଯୁଦ୍ଧ କରିବା ପାଇଁ ପ୍ରଶିକ୍ଷିତ ହୋଇଥିଲେ। ଇସ୍ରାଏଲ ଲୋକମାନେ ତାଙ୍କଦ୍ୱାରା ମୋୟାବୀୟର ରାଜା ଇଗ୍ଲୋନଙ୍କ ନିକଟକୁ ଭେଟି ପଠାଇଲେ।
16
ଏହୂଦ ତାଙ୍କ ପାଇଁ ଏକ ଖଣ୍ତା ନିର୍ମାଣ କଲେ। ଯାହାର ଦୈର୍ଘ୍ୟ ଥିଲା ଅଠର ଇଞ୍ଚ ଲମ୍ବା ଏବଂ ଦ୍ୱିଧାର ବିଶିଷ୍ଟ ଥିଲା। ଏହାକୁ ତାଙ୍କର ଦକ୍ଷିଣ ଜଂଘରେ ବସ୍ତ୍ର ଭିତରେ ବାନ୍ଧି ରଖିଲେ।
17
ତେଣୁ ସେ ମୋୟାବୀୟ ରାଜା ଇଗ୍ଲୋନ୍ ନିକଟକୁ ସେହି ଉପହାର ନେଲେ। ଇଗ୍ଲୋନ୍ ବଡ଼ ମୋଟା ଲୋକ ଥିଲେ।
18
ସେ ଭେଟୀ ନେଇସାରିବା ପରେ ସେହି ଉପହାର ବହନ କରିଥିବା ଲୋକମାନଙ୍କୁ ସେଠାରୁ ପଠାଇ ଦେଲେ। ସେମାନେ ରାଜପ୍ରାସାଦଠାରୁ ଗଲେ।
19
ଏହୂଦ ଜାଣିଲେ ଏବଂ ମୂର୍ତ୍ତୀ ନିକଟ ଗିଲ୍ଗଲ୍ ସ୍ଥଳକୁ ଗଲେ, ତା’ପରେ ସେ ଫେରି ଆସି ରାଜାଙ୍କୁ ଭେଟି ଏହୂଦ କହିଲେ, “ମୁଁ ଆପଣାଙ୍କ ପାଇଁ ଏକ ଗୁପ୍ତ ଖବର ଆଣିଛି।” ରାଜା ତାଙ୍କୁ ନୀରବ ରହିବା ପାଇଁ କହିଲେ ଓ ସେ ନିଜ ଲୋକମାନଙ୍କୁ ଘର ଛାଡ଼ିବାକୁ କହିଲେ।
20
ଏହୂଦ ରାଜାଙ୍କ ନିକଟକୁ ଗଲେ। ସେହି ସମୟରେ, ଇଗ୍ଲୋନ ଉଚ୍ଚ ସିଂହାସନ ମଞ୍ଚ ଉପରେ ବସିଥିଲେ, ଏହା କେବଳ ତାଙ୍କର ଥିଲା। ତେଣୁ ଏହୂଦ କହିଲେ, “ଆପଣାଙ୍କ ପାଇଁ ପରମେଶ୍ୱରଙ୍କଠାରୁ ଆମ୍ଭର ଏକ ବାର୍ତ୍ତା ଅଛି।” ତେଣୁ ରାଜା ତାଙ୍କର ସିଂହାସନ ଉପରୁ ଉଠି ପଡ଼ିଲେ। ସେ ଏହୂଦଙ୍କର ଖୁବ୍ ନିକଟକୁ ଆସିଲେ।
21
ଯେତେବେଳେ ରାଜା ଉଠି ପଡ଼ିଲେ, ଏହୂଦ ତାଙ୍କର ବାମ ହାତରେ ବ୍ୟବହୃତ ଖଣ୍ତା ଦକ୍ଷିଣ ଜଂଘରୁ ବାହାର କଲେ ଏବଂ ରାଜାଙ୍କର ପେଟରେ ଭୂଷି ଦେଲେ।
22
ଏହୂଦ ତାଙ୍କ ପେଟରେ ଖଡ଼୍ଗ ପୁରାଇଲାବେଳେ, ତାଙ୍କର ଖଡ଼୍ଗ ସହିତ ମୁଠା ମଧ୍ୟ ପଶିଗଲା। ଚର୍ବ୍ବୀ ସମ୍ପୂର୍ଣ୍ଣ ଖଣ୍ଡାରେ ଲାଗି ରହିଥିଲା। ଏହୂଦ ଖଡ଼୍ଗ ବାହାର କଲେ ନାହିଁ। ଇଗ୍ଲୋନ ଖଡ଼୍ଗଘାତ ହେଲା ପରେ, ସେ ନିଜର କ୍ଷମତା ଅନ୍ତବୁଜୁଳା ଉପରୁ ହରାଇଥିଲା ଏବଂ ମଳ ପଦାକୁ ବାହାରି ଆସିଥିଲା।
23
ଏହା ପରେ ଏହୂଦ ଘରର ବାହାର ଓ ଭିତର କବାଟ ବନ୍ଦ କଲେ ଏବଂ ସେମାନଙ୍କୁ ତାଲା ପକାଇ ଦେଲେ। ତା’ପରେ ସେ ରାଜାଙ୍କର ସିଂହାସନ ଘର ଆଡ଼କୁ ଅଗ୍ରସର ହେଲେ ଏବଂ ନିମ୍ନରେ ଥିବା ନିଜ ପାଇଖାନାରେ ପ୍ରବେଶ କଲେ।
24
ତାହାପରେ ଏହୂଦ ମୂଖ ଛାଡ଼ିଲେ ଏବଂ ଇଗ୍ଲୋନର ଦାସମାନେ ଆସିଲେ। ଯେତେବେଳେ ସେମାନେ ଦେଖିଲେ ରାଜାଙ୍କ ସିଂହାସନ ଘରର ଫାଟକ ବନ୍ଦ ହୋଇଥିଲା, ଦାସମାନେ କହିଲେ, “ରାଜା ତାଙ୍କର ନିଜର କୋଠରୀ ମଧ୍ୟରେ ଆରାମ ନେଉଛନ୍ତି।”
25
ତେଣୁ ସେମାନେ ସେଠାରେ ବହୁତ ସମୟ ଅପେକ୍ଷା କଲେ କିନ୍ତୁ କବାଟଗୁଡ଼ିକ ଆଦୌ ଖୋଲିଲା ନାହିଁ। ସର୍ବଶେଷରେ ଦାସମାନେ ସେମାନଙ୍କର ଧୈର୍ଯ୍ୟ ହରାଇଲେ। ସେମାନେ ଗ୍ଭବି ପାଇ କବାଟ ଖୋଲିଲେ ଓ ଭିତରେ ପ୍ରବେଶ କଲେ। ଚଟାଣ ଉପରେ ରାଜା ମରି ପଡ଼ିଥିବାର ସେମାନେ ଦେଖିଲେ।
26
ଦାସମାନେ ରାଜାଙ୍କ ପାଇଁ ସେଠାରେ କିଛି ସମୟ ଅପେକ୍ଷା କଲେ। ଏହି ସମୟରେ ଏହୂଦ ସେ ସ୍ଥାନ ଛାଡ଼ି ପଳାଇଗଲେ। ଏହୂଦ ମୂର୍ତ୍ତି ବାଟଦେଇ ସିୟୀରାକୁ ପଳାଇଗଲେ।
27
ଏହୂଦ ଯେତେବେଳେ ସିୟୀରାରେ ପହଞ୍ଚିଲେ, ସେ ଇଫ୍ରୟିମ ପର୍ବତମୟ ଦେଶରେ ତୂରୀ ବଜାଇଲେ। ଇସ୍ରାଏଲ ସନ୍ତାନଗଣ ତୂରୀର ଶବ୍ଦ ଶୁଣି ପର୍ବତରୁ ଓହ୍ଲାଇ ଆସିଲେ। ଏହୂଦ ସେମାନଙ୍କର ନେତୃତ୍ୱ ନେଲେ।
28
ଏହୂଦ ଇସ୍ରାଏଲ ସନ୍ତାନଗଣଙ୍କୁ କହିଲେ, “ମୋତେ ଅନୁସରଣ କର, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ଶତ୍ରୁ ମୋୟାବୀୟ ଲୋକମାନଙ୍କୁ, ତୁମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି।” ତେଣୁ ଇସ୍ରାଏଲୀୟ ମୋୟାବୀୟଙ୍କ ବିରୁଦ୍ଧରେ ତାଙ୍କୁ ଅନୁସରଣ କଲେ। ସେମାନେ ଯର୍ଦ୍ଦନ ନଦୀର ଅଳ୍ପ ଗଭୀର ସ୍ଥାନରେ ଅକ୍ତିଆର କଲେ। ଯାହା ମୋୟାବକୁ ବ୍ୟାପିଗଲା ଏବଂ କାହାରିକୁ ନଦୀ ପାରି ହେବାକୁ ଅନୁମତି ଦେଲେ ନାହିଁ।
29
ଇସ୍ରାଏଲର ଲୋକମାନେ ମୋୟାବର 10,000 ସାହସୀ ଓ ବଳବାନ୍ ଯୋଦ୍ଧାମାନଙ୍କୁ ହତ୍ୟା କଲେ। କୌଣସି ଗୋଟିଏ ହେଲେ ମୋୟାବର ଲୋକଙ୍କୁ ପଳାଇ ଯିବାକୁ ସେମାନେ ଦେଲେ ନାହିଁ।
30
ଏହିପରି ମୋୟାବ ଦେଶ ସେହି ଦିନ ଇସ୍ରାଏଲ ଅଧୀନରେ ବଶିଭୂତ ହେଲା। ତେଣୁ ଦେଶ ଅଶୀ ବର୍ଷ ପର୍ଯ୍ୟନ୍ତ ଶାନ୍ତିରେ ରହିଲା।
31
ବିଗ୍ଭରକ ଶମ୍ଗର ଏହୂଦଙ୍କ ପରେ ଇସ୍ରାଏଲୀୟମାନଙ୍କୁ ଆଉ ଜଣେ ରକ୍ଷା କଲେ। ସେ ଶମ୍ଗର, ଅନାତର ପୁତ୍ର ଥିଲେ। ସେ 600 ପଲେଷ୍ଟୀୟ ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ୱାରା ହତ୍ୟା କଲେ। ସେ ମଧ୍ୟ ଇସ୍ରାଏଲକୁ ରକ୍ଷା କଲେ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21