bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 7
Judges 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 8 →
1
ତା’ ପରଦିନ ପ୍ରତ୍ୟୁଷ୍ୟରେ ଯିରୁବ୍ବାଲ୍ ଏବଂ ତାଙ୍କର ସମସ୍ତ ଲୋକମାନେ ଉଠି ହାରୋଦ ଝରଣା ନିକଟରେ ଛାଉଣି ସ୍ଥାପନ କଲେ। ମିଦିୟନ ଲୋକମାନଙ୍କର ଛାଉଣି ସେମାନଙ୍କର ଉତ୍ତରରେ ମୋରି ପର୍ବତ ନିକଟ ତଳଭୂମିରେ ଥିଲା।
2
ଏହା ପରେ ସଦାପ୍ରଭୁ ଗିଦିୟୋନକୁ କହିଲେ, “ମିଦିୟନମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭର ଲୋକମାନଙ୍କୁ ସାହାଯ୍ୟ କରିବି। କିନ୍ତୁ ତୁମ୍ଭର ଏତେ ସୈନ୍ୟ ଅଛନ୍ତି ଯେ ମୁଁ ସେମାନଙ୍କୁ ପରାସ୍ତ କରାଇଲେ ତୁମ୍ଭର ସୈନ୍ୟମାନେ ଭାବିବେ ଯେ, ସେମାନେ ନିଜ ଶକ୍ତି ବଳରେ ଶତ୍ରୁମାନଙ୍କୁ ପରାସ୍ତ କରିଛନ୍ତି। ଇସ୍ରାଏଲର ଲୋକମାନେ ମୋତେ ଭୂଲିଯାଆନ୍ତୁ ବୋଲି ଓ ସେମାନେ ନିଜକୁ ନିଜେ ରକ୍ଷା କରିଛନ୍ତି ବୋଲି ଆତ୍ମାଶ୍ଲାଘା କରନ୍ତୁ ବୋଲି ମୁଁ ଗ୍ଭହେଁ ନାହିଁ।
3
ତେଣୁ ସେମାନଙ୍କ ପାଇଁ ଏକ ଘୋଷଣା କର, ସେମାନଙ୍କୁ କୁହ, ‘ଯେଉଁ ଲୋକମାନେ ଯୁଦ୍ଧକୁ ଭୟ କରୁଛନ୍ତି, ସେମାନେ ଗିଲିୟଦ ପାହାଡ଼ ଛାଡ଼ି ସ୍ୱଗୃହକୁ ଫେରିଯିବା ଉଚିତ୍।’” ପାଖାପାଖି 22,000 ଲୋକ ଗିଲିୟଦ ଛାଡ଼ି ଗ୍ଭଲିଗଲେ। କିନ୍ତୁ ସେଠାରେ 10,000 ସୈନ୍ୟ ରହିଥିଲେ।
4
ଏହା ପରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ତଥାପି ବହୁତ ସୈନ୍ୟଗଣ ଅଛନ୍ତି। ସେମାନଙ୍କୁ ଜଳ ଭିତରକୁ ନିଅ, ମୁଁ ତୁମ୍ଭ ପାଇଁ ସେମାନଙ୍କୁ ପରୀକ୍ଷା କରିବି। ଯଦି ମୁଁ କୁହେ, ‘ଏହି ଲୋକ ଜଣକ ତୁମ୍ଭ ସହିତ ଯିବ,’ ‘ସେ ତୁମ୍ଭର ଅନୁସରଣ କରିବା ଉଚିତ୍,’ କିନ୍ତୁ ଯଦି ମୁଁ କହେ, ‘ଏହି ଲୋକ ଜଣକ ତୁମ୍ଭ ସହିତ ଯିବ ନାହିଁ,’ ସେ ତୁମ୍ଭର ଅନୁସରଣ କରିବା ଉଚିତ୍ ନୁହଁ।”
5
ତେଣୁ ଗିଦିୟୋନ ସେମାନଙ୍କୁ ପାଣି ଭିତରକୁ ନେଇଗଲେ। ସେଠାରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ଏହି ଲୋକମାନଙ୍କୁ ଦୁଇଟି ଦଳରେ ବିଭକ୍ତ କର। ଯେଉଁମାନେ କୁକୁର ପରି ନିଜ ଜିଭରେ ଗ୍ଭକୁ ଗ୍ଭକୁ କରି ପାଣି ପିଇବେ, ସେମାନଙ୍କୁ ଗୋଟିଏ ଗୋଷ୍ଠୀରେ ଓ ଯେଉଁମାନେ ନଇଁପଡ଼ି ପାଣି ପିଅନ୍ତି, ସେହି ଲୋକମାନଙ୍କୁ ଆଉ ଏକ ଗୋଷ୍ଠୀ କର।”
6
ଏଥିରେ 300 ଲୋକ ନିଜ ନିଜ ହାତରେ ମୁହଁରେ ହାତ ଦେଇ କୁକୁରପରି ଗ୍ଭକୁ ଗ୍ଭକୁ କରି ଜଳପାନ କଲେ। ଏବଂ ଅନ୍ୟ ସମସ୍ତ ଲୋକ ଜଳ ପାନକରିବା ପାଇଁ ଆଣ୍ଠୁମାଡ଼ି ନଇଁ ପଡ଼ିଲେ।
7
ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ମୁଁ ଏହି 300 ଲୋକଙ୍କୁ ବ୍ୟବହାର କରିବି ଯେଉଁମାନେ କୁକୁର ପରି ଗ୍ଭକୁ ଗ୍ଭକୁ କରି ଜଳପାନ କଲେ, ମୁଁ ସେମାନଙ୍କ ଦ୍ୱାରା ତୁମ୍ଭକୁ ସାହାଯ୍ୟ କରିବି ଓ ମିଦିୟନୀୟମାନଙ୍କୁ ସେମାନଙ୍କ ହସ୍ତରେ ପରାସ୍ତ କରାଇବି। ଅବଶିଷ୍ଟ ଲୋକମାନଙ୍କୁ ସେମାନଙ୍କ ସ୍ୱଗୃହକୁ ଫେରାଇ ଦିଅ।”
8
ତେଣୁ ଗିଦିୟୋନ ସେ ସମସ୍ତ ଲୋକମାନଙ୍କୁ ଗୃହକୁ ପଠାଇ ଦେଲେ। ତାଙ୍କ ସହିତ ମାତ୍ର 300 ଲୋକ ରଖିଲେ। ସେହି 300 ଲୋକ ଅନ୍ୟମାନଙ୍କର ସାମଗ୍ରୀ ଓ ତୂରୀସବୁ ରଖିଲେ, ଯେଉଁମାନେ ଗୃହକୁ ଗ୍ଭଲିଗଲେ। ମିଦିୟନୀୟମାନଙ୍କର ଛାଉଣି ସେମାନଙ୍କର ତଳ ଉପତ୍ୟକାରେ ଥିଲା।
9
ରାତ୍ରି ସମୟରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ଉଠ, ସେହି ଛାଉଣିକୁ ଓହ୍ଲାଇ ଯାଅ। ସେମାନଙ୍କୁ ପରାସ୍ତ କରିବାରେ ମୁଁ ତୁମ୍ଭମାନଙ୍କୁ ଅନୁମତି ଦେବି।
10
ଯଦି ତୁମ୍ଭେ ଏକା ଯିବାକୁ ଭୟ କରୁଛ ତେବେ ତୁମ୍ଭ ସହିତ ତୁମ୍ଭର ସେବକ ଫୁରାକୁ ନେଇଯାଅ।
11
ମିଦିୟନୀୟମାନଙ୍କର ଛାଉଣିକୁ ଯାଅ। ସେମାନଙ୍କର କଥାସବୁ ଶୁଣ। ତେବେ ସେମାନଙ୍କୁ ଆକ୍ରମଣ କରିବାକୁ ତୁମ୍ଭେମାନେ ଭୟ କରିବ ନାହିଁ।” ତେଣୁ ଗିଦିୟୋନ ଓ ତାଙ୍କର ସେବକ ଫୁରା ମିଦିୟନୀୟର ଶିବିର ପାଖକୁ ଗଲେ।
12
ମିଦିୟନୀୟ, ଅମାଲେକୀୟ ଓ ପୂର୍ବ ଦେଶୀୟ ଲୋକମାନେ ଯେଉଁମାନେ ସେଠାରେ ଛାଉଣି କରିଥିଲେ ବହୁସଂଖ୍ୟକ ହେତୁ ପଙ୍ଗପାଳର ଦଳପରି ଦେଖାଗଲେ। ସେମାନଙ୍କର ଏତେଗୁଡ଼ିଏ ଓଟ ଥିଲେ ଯେ, ସେଗୁଡ଼ିକ ସମୁଦ୍ର କୂଳର ବାଲିକଣା ତୁଲ୍ୟ ଦେଖାଗଲେ।
13
ଗିଦିୟୋନ ସେଠାରେ ଉପସ୍ଥିତ ହୋଇ ଶୁଣିଲେ ଯେ, ଜଣେ ତାଙ୍କର ସାଙ୍ଗକୁ ଏକ ସ୍ୱପ୍ନ ବିଷୟରେ କହୁଥିଲା, ସେ କହିଲା, “ମୁଁ ସ୍ୱପ୍ନ ଦେଖିଲି, ଏକ ଯବରୋଟୀ ମିଦିୟନୀୟ ଛାଉଣି ଆଡ଼କୁ ଗଡ଼ି ତୁମ୍ଭକୁ ଆସି ଆଘାତ କଲା, ତାହା ପଡ଼ିଗଲା, ତାକୁ ଓଲଟାଇଲା ପରେ ତମ୍ବୁମାନ ପଡ଼ିଗଲା।”
14
ସେହି ଲୋକଟିର ବନ୍ଧୁ ଏହି ସ୍ୱପ୍ନର ଅର୍ଥ ବୁଝି ପାରିଲା, ସେ କହିଲା, “ଇସ୍ରାଏଲରୁ ଆସିଥିବା ଯୋୟାସର ପୁତ୍ର ଗିଦିୟୋନଙ୍କର ଖଡ଼୍ଗ ଏହା ଛଡ଼ା ଆଉ କିଛି ନୁହେଁ। ପରମେଶ୍ୱର ମିଦିୟନୀୟମାନଙ୍କୁ ଓ ସମସ୍ତ ଶିବିରକୁ ତାଙ୍କ ହସ୍ତରେ ଦେଇଛନ୍ତି।”
15
ସେହି ସ୍ୱପ୍ନ ଓ ଏହାର ଅର୍ଥ ଶୁଣିସାରିବା ପରେ ଗିଦିୟୋନ ନତମସ୍ତକ କରି ସଦାପ୍ରଭୁଙ୍କର ଉପାସନା କଲେ ଏବଂ ତାଙ୍କର ଛାଉଣିକୁ ଫେରିଗଲେ। ସେଠାରେ ସେ ଇସ୍ରାଏଲର ସୈନ୍ୟମାନଙ୍କୁ କହିଲେ, “ଉଠ! ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦିୟନୀୟ ସୈନ୍ୟଦଳକୁ ସମର୍ପଣ କରିଅଛନ୍ତି।”
16
ଏହା ପରେ ଗିଦିୟୋନ ସେହି 300 ସୈନ୍ୟଙ୍କୁ ତିନି ଦଳରେ ବିଭକ୍ତ କଲେ। ତା’ପରେ ସେ ସେମାନଙ୍କୁ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ତୂରୀ ଓ ଗୋଟିଏ ଗୋଟିଏ ଶୂନ୍ୟ ପାତ୍ର ଦେଲେ। ପ୍ରତ୍ୟେକ ପାତ୍ର ମଧ୍ୟରେ ଗୋଟିଏ ଗୋଟିଏ ଜଳନ୍ତା ମଶାଲ ଥିଲା।
17
ଏହା ପରେ ଗିଦିୟୋନ ତାଙ୍କର ସୈନ୍ୟମାନଙ୍କୁ କହିଲେ, “ମୋତେ ଅନୁସରଣ କର ଏବଂ ଦେଖ ମୁଁ ଯାହା କରୁଛି ତୁମେ ସେହିପରି କର। ମୋ’ ପଛରେ ସେନା ଛାଉଣିର ସୀମା ପର୍ଯ୍ୟନ୍ତ ଆସ। ମୁଁ ଯେତେବେଳେ ସେମାନଙ୍କର ଛାଉଣିର ସୀମା ପାଖରେ ପହଞ୍ଚିବି। ମୁଁ ଯେପରି କରିବି ତୁମ୍ଭେମାନେ ଠିକ୍ ସେହିପରି କରିବ।
18
ତୁମ୍ଭେମାନେ ସମସ୍ତେ ଶତ୍ରୁ ଛାଉଣିକୁ ଘେରାଉ କରିବ ଏବଂ ମୁଁ ଏବଂ ମୋ’ ସଙ୍ଗରେ ଥିବା ସୈନ୍ୟମାନେ ଆମ୍ଭର ତୂରୀ ବଜାଇବୁ। ତା’ପରେ ତୁମ୍ଭେମାନେ ତୁମ୍ଭର ତୂରୀ ବଜାଇବ ଏବଂ ତୁମ୍ଭେମାନେ ସମସ୍ତେ ଏକା ସ୍ୱରରେ କହିବ, ‘ସଦାପ୍ରଭୁଙ୍କ ପାଇଁ ଓ ଗିଦିୟୋନର ପାଇଁ।’”
19
ତେଣୁ ଗିଦିୟୋନ ଏବଂ ତାଙ୍କ ସହିତ ଥିବା 100 ସୈନିକ ଛାଉଣି ପାଖରେ ପହଞ୍ଚିଲେ। ସେତେବେଳେ ମିଦିୟନୀୟମାନେ ସେମାନଙ୍କର ନୂତନ ପ୍ରହରୀମାନଙ୍କୁ ପରିବର୍ତ୍ତନ କରୁଥିଲେ। ଏହା ମଧ୍ୟରାତ୍ରି ସମୟ ଥିଲା। ଏହି ସମୟରେ ଗିଦିୟୋନ ଓ ତା’ର ଲୋକମାନେ ସେମାନଙ୍କର ତୂରୀଗୁଡ଼ିକ ବଜାଇବାକୁ ଲାଗିଲେ ଓ ସେମାନଙ୍କର ଜାରଗୁଡ଼ିକୁ ଭାଙ୍ଗି ଚୁର୍ମାର୍ କରି ପକାଇଲେ।
20
ଏହା ପରେ ତିନି ଗୋଟି ଦଳର ସମସ୍ତ ସୈନିକମାନେ ସେମାନଙ୍କର ତୂରୀ ବଜାଇଲେ ଓ ସମସ୍ତ ଜାର ଭାଙ୍ଗି ପକାଇଲେ। ଏବଂ ସେହି ଲୋକମାନେ ସେମାନଙ୍କର ବାମ ହସ୍ତରେ ମଶାଲ ଓ ଦକ୍ଷିଣ ହସ୍ତରେ ସେମାନଙ୍କର ତୂରୀଗୁଡ଼ିକ ଧରିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ସଦାପ୍ରଭୁଙ୍କ ପାଇଁ ଖଡ଼୍ଗଟିଏ ଏବଂ ଗିଦିୟୋନ ପାଇଁ ଖଡ଼୍ଗଟିଏ।”
21
ଗିଦିୟୋନର ସୈନ୍ୟମାନେ ଛାଉଣିର ଚତୁର୍ପାର୍ଶ୍ୱରେ ନିଜ ନିଜ ସ୍ଥାନରେ ଛିଡ଼ା ହେଲେ। ମିଦିୟନୀୟମାନେ ଆକସ୍ମିକ ବିପଦରେ ପଡ଼ିଲେ ଏବଂ ସେମାନଙ୍କର ଜୀବନ ବଞ୍ଚାଇବା ପାଇଁ ଦୌଡ଼ିଲେ।
22
ଯେତେବେଳେ ଗିଦିୟୋନର 300 ସୈନିକମାନେ ସେମାନଙ୍କର ତୂରୀଗୁଡ଼ିକ ବଜାଇଲେ। ସଦାପ୍ରଭୁ ମିଦିୟନୀୟମାନଙ୍କୁ ସେମାନଙ୍କ ନିଜ ନିଜ ମଧ୍ୟରେ ଖଡ଼୍ଗ ଦ୍ୱାରା ଯୁଦ୍ଧ କରାଇଲେ। ସେଥିରେ ସୈନ୍ୟଦଳ ସରୋଦାଆଡ଼େ, ବୈଥ୍ଶିଟା ପର୍ଯ୍ୟନ୍ତ ଟବ୍ବତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।
23
ଏହା ପରେ ସୈନ୍ୟମାନେ, ଯେଉଁମାନେ କି ନପ୍ତାଲି ପରିବାରବର୍ଗ, ଆଶେର ଏବଂ ମନଃଶି ଥିଲେ, ସେମାନେ ଏକତ୍ରିତ ହୋଇ ମିଦିୟନୀୟମାନଙ୍କ ପଛରେ ଗୋଡ଼ାଇଲେ।
24
ଏହା ପରେ ଗିଦିୟୋନ ପର୍ବତମୟ ଦେଶ ଇଫ୍ରୟିମକୁ ଦୂତମାନଙ୍କୁ ପଠାଇଲେ। ଦୂତଗଣ କହିଲେ, “ଓହ୍ଲାଇ ଆସ ଏବଂ ମିଦିୟନୀମାନଙ୍କ ସୈନ୍ୟଗଣକୁ ଆକ୍ରମଣ କର। ଯର୍ଦ୍ଦନ ନଦୀ ଓ ବୈଥ୍-ବାରା ପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣକୁ ଆଣ। ମିଦିୟନୀୟମାନେ ସେଠାରେ ପହଞ୍ଚିବା ପୂର୍ବରୁ ଏପରି କର।” ତେଣୁ ସେମାନେ ଇଫ୍ରୟିମର ଲୋକମାନଙ୍କୁ ଏକତ୍ରିତ କଲେ। ସେମାନେ ବୈଥେ-ବାରା ଅଞ୍ଚଳ ପର୍ଯ୍ୟନ୍ତ ନିୟନ୍ତ୍ରଣ କଲେ।
25
ଇଫ୍ରୟିମର ଲୋକମାନେ ମିଦିୟନର ଦୁଇ ନେତୃବର୍ଗଙ୍କୁ ଅକ୍ତିଆର କଲେ। ସେମାନେ ସେବ୍ ଓ ଓରେବ୍ ଥିଲେ। ଇଫ୍ରୟିମ ଲୋକମାନେ ଓରେବଙ୍କୁ, ଓରେବ୍-ଶୈଳ ନିକଟରେ ହତ୍ୟା କଲେ। ସେମାନେ ସେବକୁ ସେବର ଦ୍ରାକ୍ଷାକୁଣ୍ଡ ନିକଟରେ ହତ୍ୟା କଲେ। ସେମାନେ ମିଦିୟନୀୟକୁ ନିରନ୍ତର ଘଉଡ଼ାଇବାକୁ ଲାଗିଲେ ଏବଂ ସେ ଓରେବ୍ ଓ ସେବର ମସ୍ତକକୁ ଗିଦିୟୋନ ନିକଟକୁ ଆଣିଲେ। ସେହି ସମୟରେ ଗିଦିୟୋନ ଯର୍ଦ୍ଦନ ନଦୀର ଆର ପାରିରେ ଥିଲେ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
Recommended Reading
Commentary
Judges Commentaries
→
Devotional
Judges Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→