bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 2
Judges 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 3 →
1
ବୋଖୀମଠାରେ ସଦାପ୍ରଭୁଙ୍କର ଜଣେ ଦୂତ ସଦାପ୍ରଭୁଙ୍କର ଦୂତ ଗିଲ୍ଗଲ୍ର ନଗରରୁ ବୋଖୀମକୁ ଆସିଲେ। ଏହି ସଦାପ୍ରଭୁଙ୍କର ଦୂତ ଇସ୍ରାଏଲବାସୀଙ୍କୁ ନିମ୍ନଲିଖିତ ବାର୍ତ୍ତା ଦେଲେ, “ମୁଁ ତୁମ୍ଭମାନଙ୍କୁ ମିଶରରୁ ଆଣିଲି। ମୁଁ ଯେଉଁ ଭୂମି ତୁମ୍ଭଙ୍କୁ ଦେଲି, ତାହା ମୁଁ ତୁମ୍ଭର ପୂର୍ବପୁରୁଷଙ୍କ ନିକଟରେ ଶପଥ କରିଥିଲି। ମୁଁ କହିଲି ଯେ, ମୁଁ ତୁମ୍ଭମାନଙ୍କ ସହିତ ଚୁକ୍ତି କଦାପି କୌଣସି ସମୟରେ ଲଙ୍ଘନ କରିବି ନାହିଁ।
2
କିନ୍ତୁ ଏହାର ପ୍ରତିବଦଳରେ ତୁମ୍ଭେମାନେ ସେହି ଦେଶରେ ଲୋକମାନଙ୍କ ସହିତ କୌଣସି ନିୟମ କରିବା ଉଚିତ୍ ନୁହଁ। ତୁମ୍ଭେମାନେ ସେମାନଙ୍କର ଯଜ୍ଞବେଦି ସବୁ ଭାଙ୍ଗି ପକାଇବ। ମୁଁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭେମାନେ କର୍ଣ୍ଣପାତ କଲ ନାହିଁ।
3
“ବର୍ତ୍ତମାନ ମୁଁ ତୁମ୍ଭକୁ ଏହିକଥା କହୁଅଛି, ‘ମୁଁ କେବେ ଅନ୍ୟ ଲୋକମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବି ନାହିଁ। ଏହି ଲୋକମାନେ ଭବିଷ୍ୟତରେ ତୁମ୍ଭର ଏକ ସମସ୍ୟା ହେବେ। ସେମାନେ ତୁମ୍ଭ ପ୍ରତି ଫାନ୍ଦ ସ୍ୱରୂପ ହେବେ ଓ ସେମାନଙ୍କର ଦେବତାଗଣ ତୁମ୍ଭମାନଙ୍କ ପାଇଁ କଣ୍ଟା ସ୍ୱରୂପ ହେବେ।’”
4
ଯେତେବେଳେ ସଦାପ୍ରଭୁଙ୍କ ଦୂତ ଏହିକଥା ଇସ୍ରାଏଲବାସୀଙ୍କୁ କହିଲେ, ସେମାନେ ଉଚ୍ଚସ୍ୱରରେ ରୋଦନ କଲେ।
5
ତେଣୁ ଇସ୍ରାଏଲର ଲୋକମାନେ ସ୍ଥାନର ନାମ ରଖିଲେ ବୋଖୀମ୍। ଏହି ବୋଖୀମଠାରେ ଇସ୍ରାଏଲ ବାସୀମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେଠାରେ ବଳିଦାନ କଲେ।
6
ଅମାନ୍ୟ ଓ ପରାସ୍ତ ଏହା ପରେ ଯିହୋଶୂୟ ସମସ୍ତଙ୍କୁ ଗୃହକୁ ଯିବା ପାଇଁ କହିଲେ। ଏବଂ ଇସ୍ରାଏଲର ପରିବାରବର୍ଗ ସେମାନଙ୍କର ନିଜ ଭୂମି ଅଧିକାର କରିବାକୁ ନିଜ ଜାଗାକୁ ଗଲେ।
7
ଇସ୍ରାଏଲର ଲୋକମାନେ ଯିହୋଶୂୟ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ସେବା କଲେ। ସେମାନେ ସଦାପ୍ରଭୁଙ୍କ ସେବା ଅବ୍ୟାହତ ରଖିଲେ, ଯିହୋଶୂୟଙ୍କ ମୃତ୍ୟୁପରେ ଥିବା ସେମାନଙ୍କର ପ୍ରାଚୀନବର୍ଗ ଜୀବିତ ଥିବା ପର୍ଯ୍ୟନ୍ତ। ଇସ୍ରାଏଲ ଲୋକମାନଙ୍କ ପାଇଁ ସଦାପ୍ରଭୁ କି ଆଶ୍ଚର୍ଯ୍ୟ କର୍ମମାନ କରିଥିଲେ, ଏହି ବୃଦ୍ଧ ବ୍ୟକ୍ତିମାନେ ଦେଖିଥିଲେ।
8
ନୂନର ପୁତ୍ର ଯିହୋଶୂୟ ସଦାପ୍ରଭୁଙ୍କର ସେବକ 110 ବର୍ଷରେ ମୃତ୍ୟୁବରଣ କଲେ।
9
ଇସ୍ରାଏଲର ଲୋକମାନେ ଯିହୋଶୂୟଙ୍କୁ କବର ଦେଲେ। ସେମାନେ ଗାଶ୍ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମ ପର୍ବତମୟ ଦେଶସ୍ଥ ତିମ୍ନତ୍ ହେରସରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ।
10
ଏହା ପରେ ପୂରା ପିଢ଼ି ମୃତ ହେଲେ ଏବଂ ପର ପିଢ଼ି ସେମାନଙ୍କର ଉତ୍ତରାଧିକାରୀ ହେଲେ। ଏହି ନୂତନ ବଂଶଧର ସଦାପ୍ରଭୁଙ୍କୁ ଜାଣି ନ ଥିଲେ ଏମିତିକି ସେମାନେ ଜାଣିଲେ ନାହିଁ ଇସ୍ରାଏଲର ଲୋକମାନଙ୍କର କ’ଣ ସେ କଲେ।
11
ଏହା ପରେ ଇସ୍ରାଏଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେହିପରି କାର୍ଯ୍ୟ କଲେ। ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ବାଲ୍- ଦେବତାଙ୍କୁ ପୂଜା କଲେ।
12
ସଦାପ୍ରଭୁ ମିଶରରୁ ସେହି ଲୋକମାନଙ୍କୁ ଇସ୍ରାଏଲକୁ ଆଣିଥିଲେ ଏବଂ ସେମାନଙ୍କର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସେବା କରୁଥିଲେ। କିନ୍ତୁ ଏହା ପରେ ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ଦେବତାଙ୍କୁ ସେବା କରିବାକୁ ଲାଗିଲେ, ଯେଉଁମାନେ ସେମାନଙ୍କ ଚତୁର୍ପାର୍ଶ୍ୱରେ ରହୁଥିଲେ। ଏହା ସଦାପ୍ରଭୁଙ୍କର କ୍ରୋଧ ଉତ୍ପନ୍ନ କଲା।
13
ଇସ୍ରାଏଲବାସୀମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ ଏବଂ ମିଥ୍ୟାବାଦୀ ବାଲ୍ଦେବ ଓ ଅଷ୍ଟାରୋତ ଦେବତାଗଣଙ୍କୁ ପୂଜା କରିବାକୁ ଲାଗିଲେ।
14
ସଦାପ୍ରଭୁ ଇସ୍ରାଏଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ୱର ଲୁଣ୍ଠନକାରୀମାନଙ୍କୁ ସେମାନଙ୍କ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଲୁଣ୍ଠନ କଲେ। ସଦାପ୍ରଭୁ ସେମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଶତ୍ରୁମାନଙ୍କୁ ସାହାଯ୍ୟ କଲେ, ସେମାନଙ୍କୁ ହରାଇବାକୁ। ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କ ବିରୁଦ୍ଧରୁ ନିଜକୁ ରକ୍ଷା କରି ପାରିଲେ ନାହିଁ।
15
ଯେତେବେଳେ ଇସ୍ରାଏଲବାସୀମାନେ ଯୁଦ୍ଧକୁ ବାହାରିଲେ, ସେତେବେଳେ ସେମାନେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସେମାନଙ୍କ ପାର୍ଶ୍ୱରେ ନ ଥିଲେ। ସେମାନଙ୍କୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସେମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ଦେବତାମାନଙ୍କୁ ପୂଜା କରନ୍ତି, ତେବେ ସେମାନେ ଯୁଦ୍ଧରେ ହାରିବେ। ଅତଏବ, ଲୋକମାନେ ଅତିଶୟ ଅସୁବିଧା ଭୋଗ କଲେ।
16
ଏହା ପରେ ସଦାପ୍ରଭୁ ବିଗ୍ଭରକର୍ତ୍ତାଗଣଙ୍କୁ ସେମାନଙ୍କ ଉପରେ ନିଯୁକ୍ତି କଲେ। ଏବଂ ସେହି ବିଗ୍ଭରକର୍ତ୍ତାଗଣ, ସେମାନଙ୍କର ଧନସମ୍ପତ୍ତି ଯେଉଁମାନେ ନେଇଥିଲେ, ସେହି ଶତ୍ରୁମାନଙ୍କ ହାତରୁ ସେମାନଙ୍କୁ ଉଦ୍ଧାର କଲେ।
17
କିନ୍ତୁ ଇସ୍ରାଏଲର ଲୋକମାନେ, ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କ କଥାକୁ ଶୁଣିଲେ ନାହିଁ। ମାତ୍ର ସେମାନେ ଅନ୍ୟ ଦେବତାଗଣଙ୍କ ପଛରେ ବେଶ୍ୟାପରି ଗଲେ ଓ ପ୍ରଣାମ କଲେ। ସେମାନେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ନାହିଁ, ଯେପରି ସେମାନଙ୍କର ପୂର୍ବପୁରୁଷମାନେ କରୁଥିଲେ, ତାହା ବଦଳରେ ସେମାନେ ସେ ପଥରୁ ଶୀଘ୍ର ବିମୁଖ ହେଲେ।
18
ସଦାପ୍ରଭୁ ଯେତେବେଳେ ସେମାନଙ୍କ ନିମନ୍ତେ ଜଣେ ବିଗ୍ଭରକର୍ତ୍ତାଙ୍କୁ ବାଛିଲେ, ସେ ତାଙ୍କ ସଙ୍ଗରେ ଥିଲେ ଓ ସେ ସେମାନଙ୍କ ବିଗ୍ଭରକର୍ତ୍ତାର ଜୀବନକାଳ ପର୍ଯ୍ୟନ୍ତ ସେମାନଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କଲେ। ସଦାପ୍ରଭୁ ସେମାନଙ୍କ ପ୍ରତି ସଦୟ ହେଲେ, ଯେତେବେଳେ ସେମାନେ ଦୁଃଖ ଓ ତାଡ଼ନାରେ ଆସକ୍ତ ଥିଲେ।
19
କିନ୍ତୁ ଏହା ପରେ ପ୍ରତ୍ୟେକ ବିଗ୍ଭରକର୍ତ୍ତାଙ୍କ ମୃତ୍ୟୁପରେ, ଇସ୍ରାଏଲର ଲୋକମାନେ ପୁଣି ଥରେ ଦୁର୍ନୀତିଗ୍ରସ୍ତ ହେଲେ। ସେମାନେ ସେମାନଙ୍କର ପୂର୍ବପୁରୁଷଙ୍କଠାରୁ ଅତି ମନ୍ଦ ବ୍ୟବହାର କଲେ। ସେମାନେ ମିଥ୍ୟାବାଦୀ ଦେବତାଙ୍କୁ ଅନୁସରଣ କଲେ ଓ ପୂଜା ଆରାଧନା କଲେ। ସେମାନେ ସେମାନଙ୍କର ମନ୍ଦ ବିଗ୍ଭର କିମ୍ବା ସେମାନଙ୍କର ଜିଦ୍ଖୋର୍ ବଦଳାଇଲେ ନାହିଁ।
20
ତେଣୁ ସଦାପ୍ରଭୁ ଇସ୍ରାଏଲବାସୀମାନଙ୍କ ଉପରେ କ୍ଷୁବ୍ଧ ହେଲେ। ଏବଂ ସେ କହିଲେ, “ମୁଁ ଯେଉଁ ନିୟମ ତାଙ୍କ ପୂର୍ବପୁରୁଷଙ୍କ ସହିତ କରିଥିଲି, ଏହି ଜାତି ତାହା ଉଲଙ୍ଘନ କରିଛି। ସେମାନେ ମୋର କଥା ଶୁଣିଲେ ନାହିଁ।
21
ତେଣୁ ଯିହୋଶୂୟଙ୍କ ମରଣ କାଳରେ ଅବଶିଷ୍ଠ ଭୂମିକୁ ମୁଁ ଆଉ କେବେ କୌଣସି ଦେଶକୁ ତଡ଼ିବି ନାହିଁ।
22
ମୁଁ ଏହି ଜାତି ଦ୍ୱାରା ଇସ୍ରାଏଲକୁ ପରୀକ୍ଷା କରିବି, ଦେଖ, ଯଦି, ସେମାନେ ସଦାପ୍ରଭୁଙ୍କ ଆଜ୍ଞା ମାନିବେ, ଯେମିତି ତାଙ୍କର ପୂର୍ବପୁରୁଷମାନେ କରିଥିଲେ।”
23
ତେଣୁ ସଦାପ୍ରଭୁ ସେହି ଜାତିକୁ ଭୂମିରେ ରହିବା ପାଇଁ ଅନୁମତି ଦେଲେ। ସେ ସେମାନଙ୍କୁ ଜବରଦସ୍ତ ଶୀଘ୍ର ଦେଶ ପରିତ୍ୟାଗ କରାଇଲେ ନାହିଁ, ଅଥବା ଯିହୋଶୂୟଙ୍କ ହସ୍ତରେ ସମର୍ପଣ କଲେ ନାହିଁ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21