bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 12
Judges 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 13 →
1
ଯିପ୍ତହ ଏବଂ ଇଫ୍ରୟିମ ଇଫ୍ରୟିମ ପରିବାରବର୍ଗ ସେମାନଙ୍କର ସୈନ୍ୟମାନଙ୍କୁ ଡାକି ଏକତ୍ରିତ କଲେ। ଏହା ପରେ ସେମାନେ ସିଫନ୍ ସହରକୁ ନଦୀ ପାରହୋଇ ଗଲେ। ସେମାନେ ଯିପ୍ତହକୁ କହିଲେ, “ଅମ୍ମୋନ ସନ୍ତାନଗଣଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ, ତୁମ୍ଭେ ଆମ୍ଭକୁ କାହିଁକି ଡାକିଲ ନାହିଁ? ଆମ୍ଭେ ତୁମ୍ଭ ସହିତ ତୁମ୍ଭ ଘରକୁ ପୋଡ଼ିଦେବୁ।”
2
ଯିପ୍ତହ ସେମାନଙ୍କୁ ଉତ୍ତର ଦେଲେ, “ଅମ୍ମୋନୀୟମାନଙ୍କ ସହିତ ମୋର ଓ ମୋର ଲୋକମାନଙ୍କର ବଡ଼ ବିବାଦ ଥିଲା। ତେଣୁ ମୁଁ ମୋର ଲୋକମାନଙ୍କ ସହିତ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲି। ମୁଁ ତୁମ୍ଭକୁ ଡାକିଥିଲି କିନ୍ତୁ ତୁମ୍ଭେମାନେ ଆସିଲ ନାହିଁ।
3
ତୁମ୍ଭେମାନେ ମୋତେ ସାହାଯ୍ୟ କଲ ନାହିଁ। ଏଥିଯୋଗୁଁ ମୁଁ ମୋର ଜୀବନକୁ ବାଜି ଲଗାଇଲି। ମୁଁ ନଦୀ ପାର ହୋଇ ଅମ୍ମୋନୀୟମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଗଲି। ସଦାପ୍ରଭୁ ତାଙ୍କୁ ପରାସ୍ତ କରିବା ପାଇଁ ମୋତେ ସହାୟ ହେଲେ। ବର୍ତ୍ତମାନ ତୁମ୍ଭେମାନେ ଆଜି କାହିଁକି ମୋ’ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ?”
4
ଏହା ପରେ ଯିପ୍ତହ ଗିଲିୟଦର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରାଇଲେ। ଏବଂ ଇଫ୍ରୟିମ ପରିବାରବର୍ଗ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, କାରଣ ସେମାନେ ଗିଲିୟଦର ଲୋକମାନଙ୍କୁ ଅପମାନିତ କରିଥିଲେ। ସେମାନେ କହିଲେ, “ହେ ଗିଲିୟଦର ଲୋକମାନେ, ତୁମ୍ଭେମାନେ ଇଫ୍ରୟିମ ଓ ମନଃଶିର ମଧ୍ୟରେ ବାସ କରୁଥିବା ଇଫ୍ରୟିମର ଶରଣାସ୍ଥି।” ଗିଲିୟଦର ଲୋକମାନେ ଇଫ୍ରୟିମର ଲୋକମାନଙ୍କୁ ପରାସ୍ତ କଲେ।
5
ଗିଲିୟଦର ଲୋକମାନେ ଯର୍ଦ୍ଦନ ନଦୀ ନିକଟସ୍ଥ ସ୍ଥାନକୁ ନିଜ କବଳକୁ ନେଇଗଲେ, ଯେଉଁଠାରେ ଲୋକମାନେ ଯର୍ଦ୍ଦନ ପାର ହୁଅନ୍ତି। ଇଫ୍ରୟିମର କୌଣସି ପଳାତକ ଲୋକ ନଦୀ ପାର ହୋଇଯିବାକୁ କହିଲେ, “ମୋତେ ନଦୀ ପାର ହେବାକୁ ଦିଅ।” ଗିଲିୟଦର ଲୋକମାନେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଇଫ୍ରୟିମ ଲୋକ?” ଯଦି ସେ କହେ “ନାଁ,”
6
ସେମାନେ ତାଙ୍କୁ “‘ଶିବ୍ବୋଲେତ୍’ ଶବ୍ଦ ଉଚ୍ଚାରଣ କରିବା ପାଇଁ କହନ୍ତି।” ଇଫ୍ରୟିମର ଲୋକମାନେ ସେହି ଶବ୍ଦକୁ ଠିକ୍ ଭାବେ ଉଚ୍ଚାରଣ କରି ପାରନ୍ତି ନାହିଁ। ସେମାନେ ଏହାର ଭୁଲ୍ ଉଚ୍ଚାରଣ କଲେ, “ଶିବ୍ବୋଲେତ୍”, କାରଣ ସେ ଶବ୍ଦଟିକୁ ଠିକ୍ ଭାବରେ ଉଚ୍ଚାରଣ କରି ପାରିଲା ନାହିଁ। ସେମାନେ ଏହିପରି ତାଙ୍କୁ କରାୟତ୍ତ କଲେ ଓ ଯର୍ଦ୍ଦନ ନଦୀ କୂଳରେ ତାକୁ ହତ୍ୟା କଲେ। ଏହିପରି ଭାବରେ ସେମାନେ ମୋଟ 42,000 ଇଫ୍ରୟିମର ଲୋକଙ୍କୁ ହତ୍ୟା କରିଥିଲେ।
7
ଯିପ୍ତହ ଇସ୍ରାଏଲରେ ଛଅ ବର୍ଷଧରି ବିଗ୍ଭରକ ରହିଲେ। ଏହା ପରେ ଗିଲିୟଦଠାରେ ଯିପ୍ତହ ମୃତ୍ୟୁବରଣ କରିବାରୁ ତାଙ୍କୁ ଗିଲିୟଦରେ କବର ଦିଆଗଲା।
8
ବିଗ୍ଭରକ ଇବ୍ସନ୍ ଯିପ୍ତହଙ୍କ ପରେ ଇସ୍ରାଏଲରେ ଅନ୍ୟ ଜଣେ ଲୋକ ବିଗ୍ଭରକ ହେଲେ ତାଙ୍କ ନାମ ଇବ୍ସନ୍। ସେ ଥିଲେ ବୈଥ୍ଲେହମ ସହରର ଲୋକ।
9
ଇବ୍ସନଙ୍କର ତିରିଶ୍ଟି ପୁତ୍ର ଓ ତିରିଶ୍ଟି କନ୍ୟା ଥିଲେ। ସେ ତାଙ୍କର ତିରିଶ୍ କନ୍ୟାକୁ ସେହି ଲୋକମାନଙ୍କ ସହିତ ବିବାହ ଦେଲେ, ଯେଉଁମାନେ ତାଙ୍କର ସମ୍ପର୍କୀୟ ନ ଥିଲେ। ସେ ତିରିଶ୍ଟି କନ୍ୟାକୁ ମନୋନୀତ କଲେ, ତାଙ୍କର ପୁତ୍ରମାନଙ୍କ ସହିତ ବିବାହ କରିବା ପାଇଁ, ଯେଉଁମାନେ ତାଙ୍କର ସମ୍ପର୍କୀୟ ନ ଥିଲେ। ଇବ୍ସନ୍ ସାତ ବର୍ଷ ଧରି ଇସ୍ରାଏଲର ବିଗ୍ଭରକ ହୋଇ ରହିଲେ,
10
ଯେତେବେଳେ ଇବ୍ସନ୍ ମୃତ୍ୟୁବରଣ କଲେ, ସେ ବୈଥଲେହମ୍ରେ କବର ନେଲେ।
11
ବିଗ୍ଭରକ ଏଲୋନ୍ ଇବ୍ସନଙ୍କ ପରେ ଏଲୋନ୍ ନାମକ ଜଣେ ଲୋକ ବିଗ୍ଭରକ ହେଲେ। ସେ ଥିଲେ ସବୂଲୂନ୍ ପରିବାରବର୍ଗର ଲୋକ। ସେ ଇସ୍ରାଏଲ ଉପରେ ଦଶ ବର୍ଷ ବିଗ୍ଭରକ ରହିଲେ।
12
ଏହା ପରେ ଏଲୋନ୍ ମୃତ୍ୟୁବରଣ କରିବାରୁ ତାଙ୍କୁ ସବୂଲୁନ୍ ପରିବାରବର୍ଗର ଅୟାଲୋନରେ କବର ଦିଆଗଲା।
13
ବିଗ୍ଭରକ ଅବ୍ଦୋନ୍ ଏଲୋନଙ୍କର ମୃତ୍ୟୁପରେ ହିଲ୍ଲେଲର ପୁତ୍ର ଅବ୍ଦୋନ୍ ଇସ୍ରାଏଲର ବିଗ୍ଭରକ ହେଲେ। ସେ ଫେରିୟାଥୋନ ସହରର ଥିଲେ।
14
ଅବ୍ଦୋନଙ୍କର ଗ୍ଭଳିଶ୍ଟି ପୁତ୍ର ଓ ତିରିଶ୍ଟି ନାତି ଥିଲେ। ସେମାନେ ସତୁରିଟି ଗଧ ଉପରେ ସବାର ହେଉଥିଲେ। ସେ ଆଠ ବର୍ଷଧରି ଇସ୍ରାଏଲ ଉପରେ ରାଜତ୍ୱ କଲେ।
15
ଏହା ପରେ ସେ ମୃତ୍ୟୁବରଣ କରିବାରୁ ତାଙ୍କୁ ଅମାଲେକୀୟ ପର୍ବତମୟ ଦେଶ ଅନ୍ତର୍ଗତ ଇଫ୍ରୟିମ ଦେଶସ୍ଥ ଫେରିୟାଥୋନରେ କବର ଦିଆଗଲା।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21