bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 19
Judges 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 20 →
1
ଜଣେ ଲେବୀୟ ବ୍ୟକ୍ତି ଓ ତା’ର ଉପପତ୍ନୀ ସେହି ସମୟରେ ଇସ୍ରାଏଲୀୟମାନଙ୍କର କେହି ରାଜା ନ ଥିଲେ। ଇଫ୍ରୟିମ ପର୍ବତମୟ ଦେଶର ବହୁ ଦୂରରେ ଜଣେ ଲେବୀୟ ବ୍ୟକ୍ତି ବାସ କରୁଥିଲେ। ଯିହୁଦାର ବୈଥ୍ଲେହମର ତାଙ୍କର ଜଣେ ଦାସୀ ଥିଲା।
2
କିନ୍ତୁ ସେହି ସ୍ତ୍ରୀ ଜଣକ ତାଙ୍କ ସହିତ ତର୍କ କରି ତା’ର ପିତୃ ଗୃହକୁ ଗ୍ଭଲିଗଲା। ସେ ସେଠାରେ ଗ୍ଭରିମାସ ଧରି ରହିଲେ।
3
ଏହା ପରେ ତା’ର ସ୍ୱାମୀ ତା’ ପାଖକୁ ଦେଖିବାକୁ ଗଲେ ଓ ତାକୁ ନମ୍ରତାରେ କହିଲେ କାଳେ ସେ ତାଙ୍କ ସହିତ ଫେରି ଆସିବ। ସେ ତାଙ୍କର ଗୋଟିଏ ଯୋଡ଼ା ଗଧ ଓ ତାଙ୍କର ଦାସ ସହିତ ସେଠି ପହଞ୍ଚିଲେ। ସେହି ଲେବୀୟ ଲୋକଟିକୁ ଦେଖି ସେହି ସ୍ତ୍ରୀଲୋକ ଜଣକର ପିତା ବହୁତ ଖୁସୀ ହୋଇଗଲେ ଓ ତାଙ୍କୁ ପାଛୋଟି ନେବା ପାଇଁ ବାହାରକୁ ବାହାରି ଆସିଲେ।
4
ସେହି ସ୍ତ୍ରୀଲୋକଟିର ପିତା ଲେବୀୟ ଲୋକଜଣଙ୍କୁ ତାଙ୍କ ଘରକୁ ପାଛୋଟି ନେଲେ। ଏବଂ ସେ ଦିନ ସେଠାରେ ରହିବା ପାଇଁ ତାଙ୍କୁ ନିମନ୍ତ୍ରଣ କଲେ। ତେଣୁ ସେହି ଲେବୀୟ ଲୋକଜଣକ ସେଠାରେ ତିନି ଦିନ ଧରି ରହିଲେ। ସେ ତାଙ୍କ ଶ୍ୱଶୁର ଘରେ ଖାଇପିଇ ଶୋଇ ରହିଲେ।
5
ଚତୁର୍ଥ ଦିନ ସେହି ସ୍ଥାନ ଛାଡ଼ିବା ପାଇଁ ପ୍ରଭାତରୁ ଉଠି ପ୍ରସ୍ତୁତ ହେଲେ। ସ୍ତ୍ରୀଲୋକଟିର ବାପା କହିଲା, “ପ୍ରଥମେ କିଛି ଖାଅ, ଖାଇ ସାରିବା ପରେ ତୁମେ ଯାଇପାର।”
6
ତେଣୁ ଲେବୀୟ ଲୋକ ଏବଂ ତାଙ୍କ ଶ୍ୱଶୁର ଏକ ସାଙ୍ଗରେ ଖିଆପିଆ କଲେ। ଏହା ପରେ ସେହି ଯୁବତୀର ପିତା ତାଙ୍କୁ କହିଲେ, “ଦୟାକରି ଆଜି ରାତ୍ରି ଏହିଠାରେ ରହିଯାଅ ଏବଂ ନିଜକୁ ଉପଭୋଗ କର।” ତେଣୁ ସେହି ଲୋକଦ୍ୱୟ ବସି ଭୋଜନ କଲେ।
7
ଲେବୀୟ ଲୋକ ଜଣକ ଯିବାକୁ ପ୍ରସ୍ତୁତ ହେଲେ, କିନ୍ତୁ ତାଙ୍କର ଶ୍ୱଶୁର ତାଙ୍କୁ ଗୋଟିଏ ରାତ୍ରି ରହିବା ପାଇଁ ଅନୁରୋଧ କଲେ।
8
ଏହା ପରେ ପଞ୍ଚମ ଦିନ ଲେବୀୟ ଲୋକଜଣକ ଅତି ପ୍ରତ୍ୟୁଷରୁ ଉଠି ଯିବାକୁ ବାହାରିଲେ। ସେହି ସମୟରେ ତାଙ୍କ ଶ୍ୱଶୁର ତାଙ୍କୁ ଅନୁରୋଧ କଲେ, “ପ୍ରଥମେ କିଛି ଖିଆ ପିଆ କର।” ତେଣୁ ସେମାନେ ଏକତ୍ର ଉପରଓଳି ପର୍ଯ୍ୟନ୍ତ ଖାଇ ପିଇ ମଉଜ କଲେ।
9
ଏହା ପରେ ସେହି ଲେବୀୟ ଲୋକ ଜଣକ ତାଙ୍କର ଉପପତ୍ନୀ ଏବଂ ତାଙ୍କର ସେବକମାନେ ଯିବା ପାଇଁ ଉଠିଲେ। କିନ୍ତୁ ସେହି ସମୟରେ ସେହି ଯୁବତୀର ପିତା କହିଲେ, “ଏହା ବର୍ତ୍ତମାନ ଅନ୍ଧାର ଅଛି। ଦିନସରି ଗଲାଣି, ତେଣୁ ଆଜି ରାତ୍ରି ଏହିଠାରେ ରହିଯାଅ, ଏବଂ ତୁମ୍ଭେ ନିଜକୁ ଉପଭୋଗ କର। ଆସନ୍ତା କାଲି ପର୍ଯ୍ୟନ୍ତ ଏଠାରେ ରହିଯାଅ। ଆସନ୍ତାକାଲି ପ୍ରଭାତରୁ ତୁମ୍ଭେ ଉଠି ତୁମ୍ଭ ବାଟରେ ତୁମ୍ଭେ ଗ୍ଭଲିଯିବ।”
10
କିନ୍ତୁ ଲେବୀୟ ଲୋକଜଣକୁ ଆଉ ଏକ ରାତ୍ରି ରହିବା ପାଇଁ ଭଲ ଲାଗୁ ନ ଥିଲା। ତେଣୁ ସେ ପ୍ରସ୍ତୁତ ହେଲା ଏବଂ ତା’ର ଉପପତ୍ନୀ ଓ ଗଧ ଦୁଇଟିକୁ ଧରି ଗ୍ଭଲିଗଲା, ସେ ଯିବୂଷ ପର୍ଯ୍ୟନ୍ତ ଯାତ୍ରା କଲେ।
11
ଦିନ ସରିଆସିବା ବେଳକୁ ସେମାନେ ଯିବୂଷ ନିକଟରେ ଥିଲେ। ତେଣୁ ତାଙ୍କର ଦାସ ତାଙ୍କର ମୁନିବକୁ କହିଲେ, “ଗ୍ଭଲ ଏହିଠାରେ ରହିଯିବା ରାତ୍ରିଟି ଏହିଠାରେ କଟାଇ ଦେବା।”
12
କିନ୍ତୁ ତାଙ୍କର ମୁନିବ ଲେବୀୟ ଲୋକଜଣକ ତାଙ୍କୁ କହିଲେ, “ନା, ଆମ୍ଭେ ଏହି ବିଚିତ୍ର ନଗରରେ ରହିବା ନାହିଁ। ସେହି ଲୋକମାନେ ଇସ୍ରାଏଲୀୟ ନୁହନ୍ତି। ଆମ୍ଭେମାନେ ଗିବିୟାକୁ ଯିବା।”
13
ଲେବୀୟ ଲୋକଜଣକ କହିଲେ, “ଆସ ଆମ୍ଭେମାନେ ଏହି ଦୁଇ ସ୍ଥାନରୁ କୌଣସି ଏକ ସ୍ଥାନକୁ ଯିବା, ପୁଣି ଗିବିୟା କି ରାମାରେ ରାତ୍ରି କାଟିବା।”
14
ତେଣୁ ସେମାନେ ଆପଣା ପଥରେ ଗ୍ଭଲିଗଲେ। ବିନ୍ୟାମୀନ ପରିବାରବର୍ଗର ଅଧୀନରେ ଥିବା ଗିବିୟା ନିକଟରେ ପହଞ୍ଚିଲା ବେଳେ ସୂର୍ଯ୍ୟ ଅସ୍ତ ହେଉଥିଲା।
15
ତେଣୁ ସେମାନେ ଗିବିୟାରେ ରାତ୍ରି କାଟିବା ପାଇଁ ବାଟ ଛାଡ଼ିଗଲେ। ସେମାନେ ନଗରରେ ପ୍ରବେଶ କଲେ ଏବଂ ନଗର ଛକରେ ବସିଲେ। କିନ୍ତୁ ରାତ୍ରି ଯାପନ କରିବା ପାଇଁ କେହି ସେମାନଙ୍କୁ ନିମନ୍ତ୍ରଣ କଲା ନାହିଁ।
16
ସେତେବେଳେ ଦେଖନ୍ତି ତ ଜଣେ ବୃଦ୍ଧ ସନ୍ଧ୍ୟାକାଳେ ନିଜର କ୍ଷେତ୍ରରୁ ସ୍ୱକର୍ମସାରି ଫେରୁଥିଲା। ସେ ଇଫ୍ରୟିମ ପର୍ବତମୟ ଦେଶର ଲୋକ ଓ ଗିବିୟାରେ ପ୍ରବାସ କରୁଥିଲା। ମାତ୍ର ସେ ସ୍ଥାନର ଲୋକମାନେ ବିନ୍ୟାମୀନୀୟ ଥିଲେ।
17
ସେ ଲୋକ ଅନାଇ ନଗରର ଛକରେ ସେହି ପଥିକକୁ ବସିଥିବାର ଦେଖିଲା, ଏବଂ ସେହି ବୃଦ୍ଧ ଲୋକଜଣକ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଅଛ? ତୁମ୍ଭେ କେଉଁଠାକୁ ଯାଉଅଛ?”
18
ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଯିହୁଦାର ବୈଥ୍ଲେହମରୁ ଆସୁଅଛୁ ଏବଂ ପର୍ବତମୟ ଦେଶ ଇଫ୍ରୟିମର ଅଗମ୍ୟ ଅଞ୍ଚଳକୁ ଯାଉଅଛୁ। ଆମ୍ଭେ ସେହି ସ୍ଥାନର ଲୋକ, ଆମ୍ଭେମାନେ ବୈଥ୍ଲେହମକୁ ଯାଇଥିଲୁ। ଏବେ ମୁଁ ମୋର ଗୃହକୁ ଯାଉଅଛି। ମାତ୍ର ବର୍ତ୍ତମାନ ମୋତେ ଆପଣା ଗୃହକୁ ନେବାକୁ କେହି ନାହିଁ।
19
ଆମ୍ଭମାନଙ୍କ ପାଖରେ ଆମ୍ଭର ଗଧପାଇଁ ନଡ଼ା ଓ ଶସ୍ୟ ଅଛି। ମୋ’ ପାଇଁ ମୋର ଉପପତ୍ନୀ ପାଇଁ ଓ ମୋର ସେବକମାନଙ୍କ ପାଇଁ ଯେଉଁମାନେ ମୋ’ ସହିତ ଅଛନ୍ତି, ସେମାନଙ୍କ ପାଇଁ ପ୍ରଚୁର ରୋଟୀ ଓ ଦ୍ରାକ୍ଷାରସ ଅଛି। ଆମ୍ଭେମାନେ କିଛି ଅଭାବ ବୋଧ କରୁ ନାହୁଁ।”
20
ତେଣୁ ସେହି ବୃଦ୍ଧଲୋକ ଜଣକ କହିଲା, “ତୁମ୍ଭେ ଶାନ୍ତିରେ ରୁହ। ମୁଁ ତୁମ୍ଭର ସମସ୍ତ ଆବଶ୍ୟକତାର ଯତ୍ନ ନେବି। ଦୟାକରି ନଗରର ଛକରେ ରାତ୍ରିଯାପନ କର ନାହିଁ।”
21
ଏହା ପରେ ସେ ଆପଣା ଘରକୁ ଆଣି ଗଧମାନଙ୍କୁ ଖାଦ୍ୟ ଦେଲା। ପୁଣି ସେମାନେ ପାଦ ଧୋଇ ଭୋଜନ କଲେ।
22
ସେମାନେ ଖାଉଥିବା ବେଳେ ଓ ଉପଭୋଗ କରୁଥିବା ବେଳେ ସହରରୁ କେତେକ ଦୁଷ୍ଟ ଲୋକ ଗୃହ ଗ୍ଭରିପାଖରେ ଘେରିଗଲେ। ସେମାନେ କବାଟରେ ବାଡ଼େଇବା ଆରମ୍ଭ କଲେ। ସେମାନେ ଗୃହମାଲିକ ସେହି ବୃଦ୍ଧ ଲୋକଙ୍କୁ ପାଟି କରି କହିଲେ, “ସେହି ଲୋକକୁ ଗୃହରୁ ବାହାର କରି ଆଣ ଯିଏ ତୁମ୍ଭର ଅତିଥି। ଆମ୍ଭେ ତା’ ସହିତ ରତିକ୍ରିୟା କରିବୁ।”
23
ତେଣୁ ସେହି ବୃଦ୍ଧ ଗୃହ ଭିତରୁ ବାହାରି ଆସିଲେ ଏବଂ କହିଲେ, “ମୋର ବନ୍ଧୁଗଣ, ଦୟାକରି ଏମିତି ଅନିଷ୍ଟ କର ନାହିଁ। ଏପରି ଜଘନ୍ୟ ପାପ କର ନାହିଁ। ଏହି ଲୋକ ମୋ’ ଗୃହରେ ଅତିଥିରୂପେ ଅଛି।
24
ଦେଖ, ଏଠାରେ ମୋର ଝିଅ, ଯେ କି କୁମାରୀ ଅଛି। ଏବଂ ଏହିଠାରେ ତା’ର ଉପପତ୍ନୀ ଅଛି। ମୁଁ ସେମାନଙ୍କୁ ଆଣି ଦେଉଛି, ଯାହା ତୁମ୍ଭମାନଙ୍କର ଇଚ୍ଛା ତାହା ହିଁ କର। ମାତ୍ର ଏ ଲୋକଙ୍କ ପ୍ରତି ଏପରି ଜଘନ୍ୟ କାର୍ଯ୍ୟ କର ନାହିଁ।”
25
କିନ୍ତୁ ସେହି ଦୁଷ୍ଟ ଲୋକମାନେ ବୃଦ୍ଧ ଲୋକଟିର ଆବେଦନ ପ୍ରତି ଧ୍ୟାନ ଦେଲେ ନାହିଁ। ତେଣୁ ସେହି ଲେବୀୟ ଲୋକ ଜଣକ, ନିଜର ଉପପତ୍ନୀକୁ ଘରୁ ବାହାର କଲେ। ତା’ପରେ ସେହି ଲୋକମାନେ ରାତ୍ରିସାରା ତା’ ସହିତ ରତିକ୍ରିୟା କଲେ ଏବଂ ପ୍ରଭାତରେ ଦାସୀକୁ ଛାଡ଼ି ଦେଲେ।
26
ତହୁଁ ରାତ୍ରି ପାହାନ୍ତା ବେଳକୁ ସେହି ସ୍ତ୍ରୀ ତାହାର ସ୍ୱାମୀ ରହୁଥିବା ଗୃହ ଦ୍ୱାର ନିକଟରେ ଆଲୁଅ ହେବା ପର୍ଯ୍ୟନ୍ତ ପଡ଼ି ରହିଲା।
27
ଏହା ପରେ ତା’ର ପ୍ରଭୁ ଉଠି ନିଜ ବାଟରେ ଯିବା ପାଇଁ ଦ୍ୱାର ଫିଟାଇଲା ଏବଂ ତା’ର ଉପପତ୍ନୀକୁ ଦ୍ୱାର ସମ୍ମୁଖରେ ପଡ଼ିଥିବାର ପାଇଲା। ତାହାର ଦୁଇ ହାତ ଦ୍ୱାରବନ୍ଧ ଉପରେ ପଡ଼ିଥିଲା।
28
ଲେବୀୟ ତାକୁ କହିଲା, “ଉଠ, ଗ୍ଭଲ” ଆମ୍ଭେମାନେ ଆମ୍ଭ ରାସ୍ତାରେ ଯିବା, ମାତ୍ର ସେ ଉତ୍ତର ଦେଲା ନାହିଁ। ତେଣୁ ସେ ତାକୁ ଗଧ ଉପରକୁ ନେଲା ଏବଂ ଆପଣା ସ୍ଥାନକୁ ପ୍ରସ୍ଥାନ କଲା।
29
ଏହା ପରେ ସେ ନିଜ ଗୃହରେ ପହଞ୍ଚି ଗୋଟିଏ ଛୁରୀ ନେଇ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜା ଅନୁସାରେ ବାର ଖଣ୍ଡରେ ବିଭକ୍ତ କରି ଇସ୍ରାଏଲର ସମସ୍ତ ଅଞ୍ଚଳକୁ ପଠାଇଲା।
30
ଏଥିରେ ଯେତେ ଲୋକ ଖଣ୍ତସବୁ ଦେଖିଲେ ସେମାନେ କହିଲେ, “ଇସ୍ରାଏଲୀୟଗଣ ମିଶର ଦେଶ ପରିତ୍ୟାଗ କଲାଠାରୁ ଆଜି ପର୍ଯ୍ୟନ୍ତ ଏପରି ଜିନିଷ କେବେ କରାଯାଇ ନାହିଁ କି କେବେ ଦେଖାଯାଇ ନାହିଁ। ଏହି ବିଷୟରେ ଚିନ୍ତା କର, ସିଦ୍ଧାନ୍ତରେ ଉପନୀତ ହୁଅ ଏବଂ ଏହାକୁ ଉଚ୍ଚାରଣ କର।”
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21