bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 21
Judges 21
Odia Bible ERV 2004 (ପବିତ୍ର ବାଇବଲ)
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
1
ବିନ୍ୟାମୀନର ଲୋକମାନଙ୍କ ପାଇଁ ପତ୍ନୀମାନଙ୍କ ହାସଲ ମିସ୍ପୀରେ ଇସ୍ରାଏଲର ସୈନ୍ୟମାନେ ଏକ ପ୍ରତିଜ୍ଞା କଲେ। ସେମାନଙ୍କର ପ୍ରତିଜ୍ଞା ଏହିପରି ଥିଲା, “ଆମ୍ଭମାନଙ୍କ ମଧ୍ୟରୁ କେହି ବିନ୍ୟାମୀନ ପରିବାରବର୍ଗକୁ ଆମ୍ଭମାନଙ୍କର କନ୍ୟାକୁ ବିବାହ ଦେବେ ନାହିଁ।”
2
ଇସ୍ରାଏଲର ଲୋକମାନେ ବୈଥେଲହମକୁ ଗଲେ ଏବଂ ସେଠାରେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହିଲେ। ସେମାନେ ସେଠାରେ ସଦାପ୍ରଭୁଙ୍କ ଆଗରେ କରୁଣ ଭାବରେ ଜୋର୍ରେ ରୋଦନ କଲେ।
3
ସେମାନେ ସଦାପ୍ରଭୁଙ୍କୁ କହିଲେ, “ହେ ସଦାପ୍ରଭୁ! ତୁମ୍ଭେ ଇସ୍ରାଏଲର ପରମେଶ୍ୱର। ଇସ୍ରାଏଲୀୟ ପ୍ରତି ଏପରି ବିପଦ କାହିଁକି ପଡ଼ିଲା? ଏବଂ କାହିଁକି ଇସ୍ରାଏଲର ପରିବାରବର୍ଗ ମଧ୍ୟରୁ ଗୋଟିଏ ହଜି ଯାଉଛି।”
4
ତା’ ପରଦିନ ଠିକ୍ ସକାଳେ ଇସ୍ରାଏଲର ଲୋକମାନେ ଏକ ଯଜ୍ଞବେଦି ସ୍ଥାପନ କଲେ। ସେମାନେ ସେଠାରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
5
ଏହା ପରେ ସେମାନେ ପଗ୍ଭରିଲେ, “ଯେଉଁ ପରିବାରବର୍ଗଟି ଯାହା ସଦାପ୍ରଭୁଙ୍କ ଆଡ଼େ ଫେରିଲା ନାହିଁ?” ସେମାନେ ଏହି ପ୍ରଶ୍ନ ପଗ୍ଭରିଲେ କାରଣ ସେମାନେ ଏକ ଗମ୍ଭୀର ଶପଥ କରିଥିଲେ। ସେମାନେ ସେହି ଲୋକମାନଙ୍କୁ ହତ୍ୟା କରିବାକୁ ପ୍ରତିଜ୍ଞା କରିଥିଲେ, ଯେଉଁମାନେ ଦର୍ଶନ କରିବାକୁ ସଦାପ୍ରଭୁଙ୍କୁ ମିସ୍ପୀକୁ ଆସିଲେ ନାହିଁ।
6
ଇସ୍ରାଏଲର ଲୋକମାନେ ବିନ୍ୟାମୀନର ସମ୍ପର୍କୀୟମାନଙ୍କ ପାଇଁ ଦୁଃଖ କଲେ, ବିନ୍ୟାମୀନର ଲୋକମାନେ କହିଲେ, “ଆଜି ଇସ୍ରାଏଲ ମଧ୍ୟରୁ ଗୋଟିଏ ପରିବାରବର୍ଗ ଉଚ୍ଛିନ୍ନ ହେଲା।
7
ଆମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରତିଜ୍ଞା କରିଅଛୁ ଯେ ବିନ୍ୟାମୀନ ପରିବାରବର୍ଗର କୌଣସି ଲୋକଙ୍କୁ ଆମ୍ଭମାନଙ୍କର କନ୍ୟାକୁ ବିବାହ ଦେବୁ ନାହିଁ। ଏହି ପରିବାରବର୍ଗର ଲୋକମାନଙ୍କ ପାଇଁ ସ୍ତ୍ରୀ ଖୋଜିବା ବିଷୟରେ ଆମ୍ଭେମାନେ କ’ଣ କରିବା?”
8
ଇସ୍ରାଏଲର ପରିବାରବର୍ଗ ମଧ୍ୟରୁ ଏପରି କେଉଁ ପରିବାରବର୍ଗ, “ମିସ୍ପୀରେ ସଦାପ୍ରଭୁଙ୍କ ନିକଟକୁ ଆସିଲା ନାହିଁ।” ଏବଂ ବାସ୍ତବରେ ସେମାନେ ଅନ୍ୟ ଇସ୍ରାଏଲମାନଙ୍କ ସହିତ ଯାବେଶ୍ ଗିଲିୟଦରୁ କେହି ମିଶିବାକୁ ଆସି ନ ଥିଲେ।
9
ଇସ୍ରାଏଲର ଲୋକମାନେ ଗଣନା କରି ଦେଖିଲେ କେଉଁମାନେ ଆସିଛନ୍ତି ଓ କେଉଁମାନେ ଆସି ନାହାନ୍ତି। ସେମାନେ ଦେଖିଲେ ଯେ ଯାବେଶ୍ ଗିଲିୟଦରୁ କେହି ଆସି ନାହାନ୍ତି।
10
ତେଣୁ ଇସ୍ରାଏଲର ଲୋକମାନେ 12,000 ସାହସୀ ସୈନ୍ୟମାନଙ୍କୁ ଯାବେଶ୍ ଗିଲିୟଦକୁ ପଠାଇଲେ। ସେମାନେ ସେହି ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଯାବେଶ୍ ଗିଲିୟଦକୁ ଯାଅ ସେଠାକାର ସମସ୍ତ ପୁରୁଷ, ସ୍ତ୍ରୀ ଓ ପିଲାମାନଙ୍କୁ ହତ୍ୟା କର।
11
ତୁମ୍ଭେ ନିଶ୍ଚିତ ଏହିପରି କରିବ! ତୁମ୍ଭେମାନେ ନିଶ୍ଚିତ ଯାବେଶ୍ ଗିଲିୟଦର ସମସ୍ତ ପୁରୁଷମାନଙ୍କୁ ହତ୍ୟା କରିବ ଏବଂ ପୁରୁଷ ସହିତ ସହବାସ କରିଥିବା ପ୍ରତ୍ୟେକ ସ୍ତ୍ରୀକୁ ହତ୍ୟା କରିବ। ଯେଉଁ ସ୍ତ୍ରୀଲୋକମାନଙ୍କର କୌଣସି ଯୌନ ସମ୍ପର୍କ ନ ଥିବ ସେମାନଙ୍କୁ ହତ୍ୟାକର ନାହିଁ।” ତେଣୁ ସେହି ସୈନ୍ୟମାନେ ଠିକ୍ ସେହିପରି କଲେ।
12
ସେହି 12,000 ସୈନ୍ୟମାନେ ଏପରି 400 ଯୁବତୀଙ୍କୁ ଦେଖିଲେ ଯେଉଁମାନଙ୍କର କୌଣସି ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ନ ଥିଲା। ସେହି ସୈନ୍ୟମାନେ ଯାବେଶ୍ ଗିଲିୟଦରୁ ସେହି ସ୍ତ୍ରୀଲୋକମାନଙ୍କୁ ଶୀଲୋ ନିକଟର ଛାଉଣିକୁ ନେଇ ଆସିଲେ। ଯାହାକି କିଣାନ ଦେଶରେ ଥିଲା।
13
ଏହିପରି ଇସ୍ରାଏଲର ଲୋକମାନେ ବିନ୍ୟାମୀନୀୟମାନଙ୍କ ପାଖକୁ ଏକ ବାର୍ତ୍ତା ପଠାଇଲେ। ରିମ୍ମୋନ୍ ଶୈଳଠାରେ ରହୁଥିବା ବିନ୍ୟାମୀନ ଲୋକମାନଙ୍କ ସହିତ ଶାନ୍ତି ଚୁକ୍ତି ପ୍ରଦାନ କଲେ।
14
ସେହି ସମୟରେ ବିନ୍ୟାମୀନୀୟ ଲୋକମାନେ ଫେରି ଆସିଲେ। ଇସ୍ରାଏଲର ଲୋକମାନେ ଯେଉଁମାନଙ୍କୁ ସେମାନେ ଜୀବିତ ରଖିଥିଲେ, ସେମାନଙ୍କୁ ଯାବେଶ୍ ଗିଲିୟଦର ସ୍ତ୍ରୀଲୋକମାନଙ୍କୁ ବିବାହ କରିବା ପାଇଁ ଅନୁମତି ଦେଲେ। କିନ୍ତୁ ବିନ୍ୟାମୀନର ସମସ୍ତ ଲୋକମାନଙ୍କ ପାଇଁ ଯଥେଷ୍ଟ ସ୍ତ୍ରୀଲୋକ ନ ଥିଲେ।
15
ଲୋକମାନେ ବିନ୍ୟାମୀନର ପରିବାରବର୍ଗର ଲୋକମାନଙ୍କ ପାଇଁ ଦୁଃଖ ଅନୁଭବ କଲେ, କାରଣ ସଦାପ୍ରଭୁ ଇସ୍ରାଏଲରେ ଅନ୍ୟ ପରିବାରବର୍ଗଠାରୁ ସେମାନଙ୍କୁ ଅଲଗା କଲେ।
16
ଇସ୍ରାଏଲର ଅଧିପତିମାନେ କହିଲେ, “ବିନ୍ୟାମୀନ ପରିବାରବର୍ଗ ମଧ୍ୟରୁ ସ୍ତ୍ରୀମାନେ ମରା ଯାଇଛନ୍ତି। ଏଣୁ ଅବଶିଷ୍ଟ ଲୋକମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କ’ଣ କରିବା?
17
ବିନ୍ୟାମୀନ ପରିବାରବର୍ଗର ଅବଶିଷ୍ଟ ଲୋକମାନେ ସେମାନଙ୍କର ବଂଶ ରକ୍ଷା କରିବା ଉଚିତ୍। ତା’ ନ ହେଲେ ଇସ୍ରାଏଲରୁ ପରିବାରବର୍ଗ ଲୋପ ପାଇଯିବେ।
18
କିନ୍ତୁ ଆମ୍ଭେ ଆମ୍ଭର ଝିଅମାନଙ୍କୁ ସେମାନଙ୍କୁ ବିବାହ ଦେବା ନାହିଁ। ଆମ୍ଭେମାନେ ଏହିପରି ପ୍ରତିଜ୍ଞା କରିଅଛୁ, ‘ଯେକେହି ବିନ୍ୟାମୀନକୁ କନ୍ୟା ଦେବ ସେ ଶାପଗ୍ରସ୍ତ ହେବ ବୋଲି ଆମ୍ଭେ ସଦାପ୍ରଭୁଙ୍କଠାରେ ଶପଥ ନେଇଛୁ।’
19
ସେମାନେ କହିଲେ, ଶୀଲୋରେ ସଦାପ୍ରଭୁଙ୍କର ଉତ୍ସବ ଗ୍ଭଲିଛି। ଏହି ଉତ୍ସବ ପ୍ରତି ବର୍ଷ ସେଠାରେ ହୁଏ।” ଶୀଲୋ ବୈଥେଲ୍ର ଉତ୍ତରରେ ଥିଲା, ବୈଥେଲଠାରୁ ଶିଖିମ ରାସ୍ତାର ପୂର୍ବପଟେ ଥିଲା ଏବଂ ଲବୋନାର ଦକ୍ଷିଣକୁ ଥିଲା।
20
ତେଣୁ ଇସ୍ରାଏଲର ନେତୃବର୍ଗ ବିନ୍ୟାମୀନଙ୍କୁ ସେମାନଙ୍କର ଯୋଜନା ବିଷୟରେ କହିଲେ। ସେମାନେ କହିଲେ, “ଦ୍ରାକ୍ଷାକ୍ଷେତ୍ରକୁ ଯାଅ ଓ ଲୁଚି ରୁହ।
21
ଆଉ ଯେତେବେଳେ ଶୀଲୋର କନ୍ୟାମାନେ ଭୋଜି ମଧ୍ୟରେ ନାଚିବା ପାଇଁ ବାହାର ହୋଇ ଆସିବେ ତୁମ୍ଭେମାନେ ଦ୍ରାକ୍ଷାକ୍ଷେତ୍ରରୁ ବାହାରି ପ୍ରତ୍ୟେକ ନିଜ ନିଜ ପାଇଁ ଶୀଲୋ କନ୍ୟାଗଣ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଧରି ବିନ୍ୟାମୀନ ଦେଶକୁ ଗ୍ଭଲିଯାଅ।
22
ଯେତେବେଳେ ସେମାନଙ୍କ ପିତା ବା ଭାଇମାନେ ଆମ୍ଭମାନଙ୍କ ନିକଟକୁ ଆପତ୍ତି କରିବାକୁ ଆସିବେ। ଆମ୍ଭେମାନେ କହିବୁ, ‘ଦୟାକରି ବିନ୍ୟାମୀନୀୟମାନଙ୍କୁ ଅନୁଗ୍ରହ କର। ଯଦିଓ ସେମାନେ ତୁମ୍ଭମାନଙ୍କର ସ୍ତ୍ରୀଲୋକମାନଙ୍କୁ ନେଇଯାଇଛନ୍ତି। ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କଲେ ନାହିଁ। ତୁମ୍ଭେ ନିରୀହ ଅଟ, ଏପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ତୁମ୍ଭର କନ୍ୟାଗଣଙ୍କୁ ବିବାହ ଦେଲ, ଏଥିପାଇଁ ତୁମ୍ଭେମାନେ ତୁମ୍ଭର ସଦାପ୍ରଭୁଙ୍କ ପ୍ରତି ଶପଥ ଭାଙ୍ଗିଲ ନାହିଁ।’”
23
ଏଣୁ ଏହା ଅନୁସାରେ ବିନ୍ୟାମୀନୀୟ ପରିବାରବର୍ଗର ଲୋକମାନେ କଲେ। ଯେତେବେଳେ ଯୁବତୀମାନେ ନାଚୁଥିଲେ, ପ୍ରତ୍ୟେକ ଲୋକମାନେ ଜଣେ ଜଣେ ଯୁବତୀମାନଙ୍କୁ ଧରିଲେ, ସେମାନଙ୍କୁ ନେଇଗଲେ ଏବଂ ବିବାହ କଲେ। ତା’ପରେ ସେମାନେ ସେମାନଙ୍କର ଦେଶକୁ ଫେରି ଆସିଲେ। ବିନ୍ୟାମୀନୀୟ ଲୋକମାନେ ପୁନ୍ନରାୟ ସେମାନଙ୍କର ନଗର ନିର୍ମାଣ କଲେ ଓ ସେଠାରେ ବାସ କରିବାକୁ ଆରମ୍ଭ କଲେ।
24
ଏହା ପରେ ଇସ୍ରାଏଲର ଲୋକମାନେ ସେମାନଙ୍କର ନିଜ ପରିବାରବର୍ଗକୁ ଏବଂ ସେମାନଙ୍କର ପରିବାରକୁ ଏବଂ ନିଜ ଦେଶରେ ଥିବା ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ।
25
ସେ ସମୟରେ ଇସ୍ରାଏଲ ଲୋକମାନଙ୍କର କେହି ରାଜା ନ ଥିଲେ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଯାହା ସେମାନଙ୍କ ପାଇଁ ଠିକ୍ ମଣୁଥିଲେ ତାହା କରୁଥିଲେ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21