bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 5
Judges 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 6 →
1
ଦବୋରାର ସଙ୍ଗୀତ ଇସ୍ରାଏଲ ସନ୍ତାନଗଣ ଯେଉଁ ଦିନ ସୀଷରାକୁ ପରାସ୍ତ କଲେ। ସେହି ଦିନ ଦବୋରା ଓ ବାରକ୍ ଅବୀନୋୟମର ପୁତ୍ର ଏହି ସଙ୍ଗୀତ ଗାନ କଲେ।
2
“ଇସ୍ରାଏଲର ପୁରୁଷମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ସେମାନେ ସୂତଃସ୍ପୁର୍ତ୍ତ ଭାବରେ ନିଜକୁ ଯୁଦ୍ଧ ପାଇଁ ଉତ୍ସର୍ଗ କଲେ। ଏଥିପାଇଁ ତୁମେ ସଦାପ୍ରଭୁଙ୍କର ଧନ୍ୟବାଦ କର।
3
“ହେ, ରାଜଗଣ ଶୁଣ, ହେ ଭୂପତି ଗଣ କର୍ଣ୍ଣ ଡେର। ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି। ମୁଁ ସଦାପ୍ରଭୁଙ୍କର ସଙ୍ଗୀତ ରଚନା କରିବି। ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି।
4
“ହେ ସଦାପ୍ରଭୁ, ତୁମ୍ଭେ ପ୍ରଥମେ ସେୟୀରରୁ ବାହାରିଲା ବେଳେ, ତୁମ୍ଭେ ଇଦୋମ କ୍ଷେତ୍ରରୁ ଯାତ୍ରା କଲାବେଳେ ପୃଥିବୀ କମ୍ପିଲା। ଆକାଶ ବିନ୍ଦୁ ପାତ କଲା ମେଘମାଳା ଜଳପାତ କଲା।
5
ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତମାନ କମ୍ପମାନ ହେଲା। ସୀନୟ ପର୍ବତ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ କମ୍ପନ କଲା!
6
“ଅନାତ୍ର ପୁତ୍ର ଶମ୍ଗର ସମୟରେ ଏବଂ ଯାୟେଲ ସମୟରେ ମୁଖ୍ୟ ରାସ୍ତାଗୁଡ଼ିକ ଜନଶୂନ୍ୟ ହେଲା। ବେପାରୀମାନେ ଓ ପଥଗ୍ଭରିମାନେ ବକ୍ର ଉପପଥ ଦେଇ ଗମନ କଲେ।
7
“ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତାଗଣ ଶୂନ୍ୟ ଥିଲେ। ମୁଁ ଦବୋରା ଇସ୍ରାଏଲରେ ମାତୃତୁଲ୍ୟ ଉତ୍ପନ୍ନ ନ କରିବା ପର୍ଯ୍ୟନ୍ତ ସେମାନେ ଶୂନ୍ୟ ଥିଲେ ।
8
“ପରମେଶ୍ୱର ନୂତନ ନେତାମାନଙ୍କୁ ନଗର ଦ୍ୱାରରେ ଯୁଦ୍ଧ କରିବାକୁ ମନୋନୀତ କଲେ। ସମଗ୍ର ଇସ୍ରାଏଲର 40,000 ମଧ୍ୟରେ ଏକ ବର୍ଚ୍ଛା ବା ଢାଲ ଦେଖାଗଲା ନାହିଁ।
9
“ମୋର ହୃଦୟ ଇସ୍ରାଏଲର ଆଦେଶକର୍ତ୍ତାଙ୍କଠାରେ ଅଛି, ଯିଏ ଯୁଦ୍ଧ ପାଇଁ ନିଜ ଇଚ୍ଛା ପ୍ରକାଶ କଲେ, ସଦାପ୍ରଭୁଙ୍କର ଧନ୍ୟବାଦ କର!
10
“ହେ ଶ୍ୱେତଗର୍ଦ୍ଦଭୀ-ଆରୋହୀମାନେ, ହେ ଗାଲିଗ୍ଭରେ ବସିବା ଲୋକମାନେ, ହେ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର।
11
ଧନୁର୍ଦ୍ଧରମାନଙ୍କ ଶବ୍ଦରୁ ଦୂରରେ, ଜଳକଢ଼ା ସ୍ଥଳମାନଙ୍କରେ ଲୋକମାନେ ସଦାପ୍ରଭୁଙ୍କର ଧର୍ମକ୍ରିୟା ଓ ଇସ୍ରାଏଲ ମଧ୍ୟରେ ତାଙ୍କ ଶାସନ ସମ୍ବନ୍ଧୀୟ ଧର୍ମକ୍ରିୟା ସଂକୀର୍ତ୍ତନ କରିବେ। ସେ ସମୟରେ ସଦାପ୍ରଭୁଙ୍କ ଲୋକମାନେ ନଗରଦ୍ୱାରକୁ ଓହ୍ଲାଇ ଆସିଲେ।
12
“ଜାଗ, ଜାଗ, ଦବୋରା! ଜାଗ, ଜାଗ, ଗାନ କର! ଜାଗ ବାରକ୍! ଯାଅ ଏବଂ ତୁମ୍ଭର ଶତ୍ରୁମାନଙ୍କୁ ବନ୍ଦୀକର, ଅବୀନୋୟମର ପୁତ୍ର!
13
“ତା’ପରେ ବଞ୍ଚି ରହି ଯାଇଥିବା ବ୍ୟକ୍ତିମାନେ ଶକ୍ତିଶାଳୀ ଲୋକମାନଙ୍କ ଉପରେ ବିଜୟୀ ହେଲେ, ସଦାପ୍ରଭୁଙ୍କର ଲୋକମାନେ ଶକ୍ତିମାନ ଲୋକମାନଙ୍କ ଉପରେ ବିଜୟୀ ହେଲେ।
14
“ଇଫ୍ରୟିମର ସନ୍ତାନଗଣ ଆସିଲେ। ଅମାଲେକ ପର୍ବତମାଳାରୁ ତୁମ୍ଭ ପଛେ ବିନ୍ୟାମୀନ ଥିଲେ ତୁମ୍ଭ ଲୋକମାନେ ମଧ୍ୟ ମାଖୀରଠାରୁ ଶାସନକର୍ତ୍ତାମାନେ ସବୁଲୂନ୍ ପରିବାରବର୍ଗଠାରୁ ସୈନ୍ୟଗଣନାକାରୀ ଦଣ୍ତାଧାରମାନେ ଓହ୍ଲାଇ ଆସିଲେ।
15
ଇଷାଖର ଅଧିପତିମାନେ ସବୁ ଦବୋରା ସଙ୍ଗରେ ଥିଲେ। ଇଷାଖର ଯେମିତି ବାରକ୍ ମଧ୍ୟ ସେମିତି ଥିଲା। ସେମାନେ ତଳ ଭୂମିଆଡ଼େ ମାଡ଼ିଗଲେ। “ରୁବେନ୍ର ସ୍ରୋତସମୂହ ଗୁରୁତର ମନୋଭାବନା ହେଲା।
16
ତୁମ୍ଭେ କାହିଁକି ମେଷଶାଳା ମଧ୍ୟରେ ବସିଲ? ମେଷପଲ ମଧ୍ୟ ବଂଶୀନାଦ ଶୁଣିବାକୁ, କିଅବା ରୁବେନ୍ର ସମୂହରେ ସ୍ରୋତ ମନୋଭାବନା ହେଲା ଗୁରୁତର!
17
ଗିଲିୟଦ ଲୋକମାନେ ଯର୍ଦ୍ଦନ ନଦୀ ସେପାରିରେ ସେମାନଙ୍କ ଛାଉଣିରେ ବାସ କଲେ। ଆଉ ଦାନ ଜାହାଜଗୁଡ଼ିକରେ କାହିଁକି ରହିଲା? ଆଶେର ସମୁଦ୍ର ତୀରେ ବସି ରହିଥିଲା। ସେ ନିଜ ବନ୍ଦର ନିକଟରେ ବାସକଲା।
18
“ସବୂଲୂନ ମରଣ ପର୍ଯ୍ୟନ୍ତ ପ୍ରଣାମକାରୀ ଲୋକ ହେଲା। ଉଚ୍ଚସ୍ଥାନ ନପ୍ତାଲି କ୍ଷେତ୍ରରେ ପ୍ରାଣପଣ କଲା।
19
କୀଣାନୀୟ ରାଜାମାନେ ଯୁଦ୍ଧ କରିଥିଲେ। ସେମାନେ କୌଣସି ସିନ୍ଦୁକ ପାଇ ନ ଥିଲେ। ସେମାନେ ମାଗିଦୋର ଜଳତୀରସ୍ଥ, ତାନକରେ ଯୁଦ୍ଧ କରିଥିଲେ।
20
ତାରାଗଣ ସେମାନଙ୍କ ବିରୁଦ୍ଧରେ ଆକାଶରୁ ଯୁଦ୍ଧ କଲେ। ଆକାଶରେ ସେମାନଙ୍କର ପଥରୁ ସେମାନେ ସୀଷରା ବିପକ୍ଷରେ ଯୁଦ୍ଧ କରିଥିଲେ।
21
କୀଶୋନ୍ ନଦୀ ପୁରୁଣା ନଦୀ ଭଷାଇ ନେଲା ସେଷରା ଲୋକ। ହେ ମୋର ପ୍ରାଣ, ତୁମ୍ଭ ବଳରେ ଅଗ୍ରସର ହୁଅ।
22
ଅଶ୍ୱମାନଙ୍କର ଖୁରା ଭୂମିକୁ ମନ୍ଥି ପକାଇଲା। ସେବରା ଘୋଡ଼ା କୁଦାମାରୀ ପଳାଇଲା।
23
“ସଦାପ୍ରଭୁଙ୍କର ଦୂତ କହିଗଲେ, ‘ମେରୋସ ଲୋକକୁ ଶାପଦିଅ ଏବଂ ପାପ ଦିଅ! ସେମାନଙ୍କ ସୈନ୍ୟ ସଦାପ୍ରଭୁଙ୍କୁ ସାହାଯ୍ୟ କରିବାକୁ ଆସି ନ ଥିଲେ।’
24
ସ୍ତ୍ରୀମାନଙ୍କ ମଧ୍ୟରେ କେନୀୟ ହେବରର ସ୍ତ୍ରୀ ଯାୟେଲ ଧନ୍ୟ ହେବେ। ତମ୍ବୁ ନିବାସିନୀମାନଙ୍କ ମଧ୍ୟରେ ଧନ୍ୟ ହେବେ।
25
ସୀଷରା ଜଳ ମାଗିଲେ ସେ ତାଙ୍କୁ କ୍ଷୀର ଦେଲେ। ରାଜ ଉପଯୁକ୍ତ ପାତ୍ରରେ ଦଧି ଆଣି ତାଙ୍କୁ ଦେଲେ।
26
ଯାୟେଲ ଗୋଟିଏ ହାତରେ ମେଖଣା ଧରି ଦକ୍ଷିଣ ହସ୍ତରେ ପିଟଣା ଧରି ସୀଷରାର ମୁଣ୍ଡ ଫଟାଇ ଦେଲେ କର୍ଣ୍ଣମୂଳରେ ଯାଇ ମେଖଣା ପଶିଲା।
27
ତାହାର ପାଦତଳେ ନଇଁ ପଡ଼ିଲା, ପାଦତଳେ ସେ ଲୋଟି ପଡ଼ିଲା, ପାଦତଳେ ସେ ଶୋଇ ପଡ଼ିଲା। ଯେଉଁଠାରେ ସେ ଶୋଇ ପଡ଼ିଲା ସେହିଠାରେ ସେ ମଲା।
28
“ସୀଷରାର ମା ଝରକା ପାଖରେ ଅପେକ୍ଷା କରୁଥିଲା ଏବଂ ସେ ଜାଲି ଦେଇ ଗ୍ଭହୁଁଥିଲା। ସେ ଏହା ଚିନ୍ତା କରି କାନ୍ଦୁଥିଲା, ‘ସୀଷରାର ରଥ ବିଳମ୍ବ କାହିଁକି? ତଥାପି, ମୁଁ କାହିଁକି ତା’ର ରଥ ଶବ୍ଦ ଶୁଣି ପାରୁ ନାହିଁ?’
29
“ତା’ର ସବୁଠୁଁ ଜ୍ଞାନବତୀ ସହଚରୀ ତାଙ୍କୁ ଉତ୍ତର ଦେଲା, ପ୍ରକୃତରେ ସେ ତାକୁ ଏକ ଉତ୍ତର ଦେଲା।
30
‘ମୁଁ ନିଶ୍ଚିତ, ସେମାନେ ଯୁଦ୍ଧରେ ବିଜୟୀ ହୋଇଛନ୍ତି। ସେମାନେ ଲୁଣ୍ଠିତ ସାମଗ୍ରୀ ସବୁ ନେଇ ଯାଉଛନ୍ତି। ସେମାନେ ଲୁଣ୍ଠିତ ସାମଗ୍ରୀକୁ ସେମାନଙ୍କ ମଧ୍ୟରେ ଭାଗ କରୁଛନ୍ତି। ପ୍ରତ୍ୟେକ ସୈନ୍ୟ ଗୋଟିଏ ବା ଦୁଇଟି ଯୁବତୀ ନେଉଛନ୍ତି। ହୋଇପାରେ ସୀଷରା ରଙ୍ଗ କରାଯାଇଥିବା ବସ୍ତ୍ର ଖଣ୍ଡେ, ରଙ୍ଗ କରାଯାଇଥିବା ହସ୍ତ କର୍ମ ଚିତ୍ରିତ ବସ୍ତ୍ର କିମ୍ବା ବିଜେତା ସୀଷରାର ପରିଧାନ ପାଇଁ ଦୁଇଟି ଖଣ୍ତ ପାଇଅଛି।’
31
“ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ଏହିପରି ବିନଷ୍ଟ ହୁଅନ୍ତୁ। ମାତ୍ର, ତାଙ୍କର ପ୍ରେମକାରୀମାନେ ସ୍ୱପରାକ୍ରମରେ ଗତିକାରି ସୂର୍ଯ୍ୟ ତୁଲ୍ୟ ହୁଅନ୍ତୁ।” ଏହା ପରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
Recommended Reading
Commentary
Judges Commentaries
→
Devotional
Judges Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→