bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 8
Judges 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 9 →
1
ଇଫ୍ରୟିମ ଲୋକମାନେ ଗିଦିୟୋନଙ୍କ ସହିତ କ୍ରୋଧ ହେଲେ। ସେମାନେ ଗିଦିୟୋନଙ୍କୁ ଦେଖିବା ମାତ୍ରେ ପଗ୍ଭରିଲେ, “ତୁମ୍ଭେ ଆମ୍ଭମାନଙ୍କ ସହିତ କାହିଁକି ଏପରି ବ୍ୟବହାର କଲ? ତୁମ୍ଭେ ମିଦିୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା ପୂର୍ବରୁ ଆମକୁ କହିଲ ନାହିଁ କାହିଁକି?”
2
କିନ୍ତୁ ଗିଦିୟୋନ ସେମାନଙ୍କୁ କହିଲେ, “ତୁମ୍ଭ ତୁଳନାରେ ମୁଁ କ’ଣ ପାଇଛି? ଏହା ସତ୍ୟ ନୁହେଁ କି, ତୁମ୍ଭେ ମୋର ପରିବାର ଅବୀୟେସର ଯେତେ ଦ୍ରାକ୍ଷାଫଳ ସଂଗ୍ରହ କଲେ ତା’ଠାରୁ ଅଧିକ ଦ୍ରାକ୍ଷା ତୁମ୍ଭେମାନେ ଜମିରେ ଛାଡ଼ିଛ?
3
ଠିକ୍ ସେହିପରି, ପରମେଶ୍ୱର ତୁମ୍ଭମାନଙ୍କ ହସ୍ତରେ ମିଦିୟନର ଓରେବ୍ ଓ ସେବ୍ ଦୁଇ ନେତୃବର୍ଗଙ୍କୁ ସମର୍ପଣ କଲେ, କିନ୍ତୁ ମୋର ଫଳକୁ ତୁମ୍ଭ ସହିତ କିପରି ତୁଳନା କରିବି?” ସେମାନେ ଗିଦିୟୋନଙ୍କ କଥାରେ ଶାନ୍ତ ହେଲେ।
4
ଗିଦିୟୋନ ମିଦିୟନୀୟଙ୍କର ଦୁଇଟି ରାଜାଙ୍କୁ ବନ୍ଦୀ କଲେ ଏହା ପରେ ଗିଦିୟୋନ ଓ ତାଙ୍କର 300 ଲୋକ ଯର୍ଦ୍ଦନ ନଦୀ ପାର ହେଲେ। ସେମାନେ କ୍ଳାନ୍ତ ଓ କ୍ଷୁଧାର୍ତ୍ତ ଥିଲେ।
5
ଗିଦିୟୋନ ସୁକ୍କୋତର ନାଗରିକମାନଙ୍କୁ କହିଲେ, “ମୋର ସୈନ୍ୟମାନଙ୍କୁ କିଛି ଖାଦ୍ୟଦିଅ। ମୋର ସୈନ୍ୟମାନେ ଅତ୍ୟନ୍ତ କ୍ଳାନ୍ତ। ତଥାପି ମଧ୍ୟ ଆମ୍ଭେମାନେ ମିଦିୟନର ରାଜା ସେବହ ଓ ସଲମୁନ୍ନକୁ ଗୋଡ଼ାଉଛୁ।”
6
ସୁକ୍କୋତର ନେତୃବର୍ଗମାନେ ଗିଦିୟୋନଙ୍କୁ କହିଲେ, “ସେବହ ଓ ସଲମୁନ୍ନଙ୍କୁ ଏପର୍ଯ୍ୟନ୍ତ ଅକ୍ତିଆର କରି ନାହଁ? ଆମ୍ଭେ ତୁମ୍ଭର ସୈନ୍ୟଙ୍କୁ କାହିଁକି ଖାଦ୍ୟ ଦେବୁ?”
7
ତେଣୁ ଗିଦିୟୋନ କହିଲେ, “ଏହି କାରଣରୁ ଯେତେବେଳେ ସଦାପ୍ରଭୁ ମୋତେ ସେବହ ଓ ସଲମୁନ୍ନକୁ ଅକ୍ତିଆର କରିବା ପାଇଁ ସାହାଯ୍ୟ କରନ୍ତି। ମୁଁ ଏଠାକୁ ଫେରି ଆସିବି ଏବଂ ତା’ପରେ ମୁଁ ତୁମ୍ଭର ମାଂସକୁ ପ୍ରାନ୍ତରରେ କାନକୋଳି କଣ୍ଟା ଦ୍ୱାରା ଫୋଡ଼ିବି।”
8
ଗିଦିୟୋନ ସେହି ସ୍ଥାନରୁ ପନୂୟେଲକୁ ଗଲେ ଓ ସେଠାରେ ଲୋକମାନଙ୍କୁ କିଛି ଖାଦ୍ୟ ଦେବାକୁ କହିଲେ, ଯେପରି ସେ ସୁକ୍କୋତର ଲୋକମାନଙ୍କୁ କହିଥିଲେ। କିନ୍ତୁ ଠିକ୍ ସୁକ୍କୋତର ଲୋକମାନଙ୍କ ପରି ପନୂୟେଲର ଲୋକମାନେ ଉତ୍ତର ଦେଲେ।
9
ତେଣୁ ଗିଦିୟୋନ ପନୂୟେଲର ଲୋକମାନଙ୍କୁ କହିଲେ, “ମୁଁ କୁଶଳରେ ଫେରି ଆସିଲେ, ତୁମ୍ଭର ଉଚ୍ଚ ପ୍ରାସାଦ ଭାଙ୍ଗିବି।”
10
ସେହି ସମୟରେ ସେବହ ଓ ସଲମୁନ୍ନ କର୍କୋର ନଗରରେ ଥିଲେ। ସେମାନଙ୍କ ସହିତ 15,000 ସୈନ୍ୟ ଥିଲେ। ଏହି ସୈନ୍ୟମାନେ, ଯେଉଁମାନେ ପୂର୍ବ ଦେଶୀୟ ଲୋକମାନଙ୍କର ସୈନ୍ୟବାହିନୀରେ ରହିଥିଲେ। 120,000 ଜଣ ଶକ୍ତିଶାଳୀ ସୈନ୍ୟ ପୁରାପୁରି ମୃତ୍ୟୁବରଣ କରିଥିଲେ।
11
ଏହା ପରେ ଗିଦିୟୋନ ନୋବହ ଓ ଯଗ୍ବିହର ସହରଗୁଡ଼ିକର ପୂର୍ବ ଦିଗରେ ତମ୍ବୁ ନିବାସୀମାନଙ୍କ ପଥଦେଇ ଗଲେ। ସେ କାରକ ନଗରରେ ପହଞ୍ଚିଲେ ଏବଂ ଶତ୍ରୁ ଛାଉଣିକୁ ଆକ୍ରମଣ କଲେ। ଯେତେବେଳେ ସେମାନେ ଆକ୍ରମଣକୁ ଆଶା କରି ନ ଥିଲେ।
12
ସେବହ ଓ ସଲମୁନ୍ନ ମିଦିୟନୀୟମାନଙ୍କର ରାଜା ଦୌଡ଼ି ପଳାଇଲେ। କିନ୍ତୁ ଗିଦିୟୋନ ସେମାନଙ୍କୁ ଗୋଡ଼ଇଲେ ଓ ସେମାନଙ୍କୁ କାବୁ କଲେ। ଗିଦିୟୋନ ଏବଂ ତାଙ୍କର ସୈନ୍ୟମାନେ ଶତ୍ରୁ ସୈନ୍ୟବାହିନୀକୁ ପରାସ୍ତ କଲେ।
13
ଏହା ପରେ ଯୋୟାଶର ପୁତ୍ର ଗିଦିୟୋନ ଯୁଦ୍ଧରୁ ଫେରି ଆସିଲେ। ସେମାନେ ହେରସର ଘାଟିଦେଇ ଯୁଦ୍ଧରୁ ଫେରି ଆସିଲେ।
14
ତା’ପରେ ସେ ସୁକ୍କୋତ ସହରର ଜଣେ ଯୁବକକୁ ଅକ୍ତିଆର କଲେ ଓ ତାକୁ କେତେକ ପ୍ରଶ୍ନ ପଗ୍ଭରିଲେ। ସେହି ସୁକ୍କୋତର ଯୁବକ ସୁକ୍କୋତ ସହରର ସତସ୍ତରି ଜଣ ନେତୃବର୍ଗଙ୍କର ନାମ ଲେଖିଲେ।
15
ଏହା ପରେ ଗିଦିୟୋନ ସୁକ୍କୋତ ସହରକୁ ଫେରି ଆସିଲେ। ସେ ସେହି ସହରର ଲୋକମାନଙ୍କୁ କହିଲେ, “ଏହିଠାରେ ସେବହ ଓ ସଲମୁନ୍ନ ଅଛନ୍ତି। ତୁମ୍ଭେମାନେ ଏହାକହି ମୋତେ ବିଦ୍ରୂପ କଲ, ‘ଆମ୍ଭେ କାହିଁକି ତୁମ୍ଭ କ୍ଳାନ୍ତ ସୈନିକମାନଙ୍କୁ ଖାଦ୍ୟ ଦେବୁ? ତୁମ୍ଭେମାନେ ଏପର୍ଯ୍ୟନ୍ତ ସେବହ ଓ ସଲମୁନ୍ନକୁ ଧରି ନାହଁ।’”
16
ଗିଦିୟୋନ ସୁକ୍କୋତର ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଏକତ୍ରିତ କଲେ ଓ ସେମାନଙ୍କୁ କାନକୋଳି କଣ୍ଟାରେ ବାଡ଼େଇଲେ।
17
ଗିଦିୟୋନ ପନୂୟେଲର ଅଟ୍ଟାଳିକା ଭାଙ୍ଗି ପକାଇଲେ ଓ ସେହି ସହରରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ହତ୍ୟା କଲେ।
18
ଏହା ପରେ ଗିଦିୟୋନ ସେବହ ଓ ସଲମୁନ୍ନକୁ କହିଲେ “ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ହତ୍ୟା କଲ ସେମାନେ କିପରି ଲୋକ ଥିଲେ?” ସେବହ ଓ ସଲମୁନ୍ନ ଉତ୍ତର ଦେଲେ, “ସେହି ଲୋକମାନେ ତୁମ୍ଭପରି ଥିଲେ। ସେମାନେ ପ୍ରତ୍ୟେକେ ରାଜକୁମାର ଥିଲେ।”
19
ଗିଦିୟୋନ କହିଲେ, “ସେମାନେ ମୋର ଭାଇ ଥିଲେ। ମୋର ମା’ର ପୁତ୍ର! ଯେହେତୁ ସଦାପ୍ରଭୁ ଅଛନ୍ତି, ଯଦି ତୁମ୍ଭେ ସେମାନଙ୍କୁ ମାରି ନ ଥା’ନ୍ତ ତେବେ ମୁଁ ତୁମ୍ଭକୁ ବର୍ତ୍ତମାନ ମାରି ନ ଥା’ନ୍ତି।”
20
ଏହା ପରେ ଗିଦିୟୋନ ଯେଥରକୁ କହିଲେ, ଯେ କି ତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲା, “ଏହି ରାଜାମାନଙ୍କୁ ହତ୍ୟାକର।” କିନ୍ତୁ ଯେଥର ଜଣେ ବାଳକ ଥିବାରୁ ଭୟ କଲେ। ତେଣୁ ସେ ତାଙ୍କର ଖଡ଼୍ଗ ବାହାର କଲେ ନାହିଁ।
21
ଏହା ପରେ ସେବହ ଓ ସଲ୍ମୁନ୍ନ କହିଲେ, “ଆସ ଓ ତୁମ୍ଭେ ନିଜେ ଆମ୍ଭଙ୍କୁ ହତ୍ୟା କର। ତୁମ୍ଭେ ଜଣେ ଶକ୍ତିଶାଳୀ ମନୁଷ୍ୟ। ତୁମ୍ଭେ ଏହା କରି ପାରିବ।” ତେଣୁ ଗିଦିୟୋନ ଉଠି ପଡ଼ିଲେ ଓ ସେମାନଙ୍କୁ ହତ୍ୟା କଲେ। ସେମାନଙ୍କ ଓଟମାନଙ୍କ ଗଳାରେ ଥିବା ସମସ୍ତ ଚନ୍ଦ୍ରହାର ସେ କାଢ଼ି ନେଲେ।
22
ଗିଦିୟୋନ ଗୋଟିଏ ଏଫୋଦ ତିଆରି କଲେ ଇସ୍ରାଏଲର ଲୋକମାନେ ଗିଦିୟୋନଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ମିଦିୟନୀୟମାନଙ୍କଠାରୁ ରକ୍ଷା କରିଅଛ, ତେଣୁ ତୁମ୍ଭେ ଆମ୍ଭର ଶାସକ ହୁଅ। ଆମ୍ଭେ ତୁମ୍ଭକୁ, ତୁମ୍ଭର ସନ୍ତାନମାନଙ୍କୁ ଆମ୍ଭର ଶାସକ ଭାବେ ଗ୍ଭହୁଁ।”
23
କିନ୍ତୁ ଗିଦିୟୋନ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ଶାସକ ହେବେ। ମୁଁ ତୁମ୍ଭକୁ ଶାସନ କରିବି ନାହିଁ। ଏବଂ ମୋର ପୁତ୍ରମାନେ ମଧ୍ୟ ତୁମ୍ଭକୁ ଶାସନ କରିବେ ନାହିଁ।”
24
ଗିଦିୟୋନ ଇସ୍ରାଏଲୀୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ନିକଟରେ ଏହି ନିବେଦନ କରୁଅଛି, ତୁମ୍ଭେମାନେ ଯୁଦ୍ଧରେ ନେଇଯାଇଥିବା ସୁବର୍ଣ୍ଣ କର୍ଣ୍ଣ କୁଣ୍ଡଳ ମୋତେ ଦିଅ।” ହାରିଥିବା ଇସ୍ରାଏଲୀୟଙ୍କର ସୁବର୍ଣ୍ଣର କର୍ଣ୍ଣ କୁଣ୍ଡଳକୁ ସେମାନେ ନେଇଯାଇଥିଲେ।
25
ତହିଁରେ ସେମାନେ ଉତ୍ତର କଲେ, “ଆମ୍ଭେମାନେ ତାହା ଅବଶ୍ୟ ଦେବୁ।” ପୁଣି ସେମାନେ ବସ୍ତ୍ର ବିଛାଇ ପ୍ରତ୍ୟେକ ତା’ ମଧ୍ୟରେ ନିଜ ନିଜର ଲୁଟିତ ନଥ ପକାଇଲେ।
26
ସେଥିରେ ଚନ୍ଦ୍ରହାର, ଝୁମୁକା ଓ ମିଦିୟନୀୟ ରାଜାମାନଙ୍କ ପରିଧେୟ ବାଇଗଣିଆ ରଙ୍ଗର ବସ୍ତ୍ର ଓ ସେମାନଙ୍କର ଓଟର ଗଳାହାର ଛଡ଼ା ତାହାର ପ୍ରାର୍ଥୀତ, ସୁବର୍ଣ୍ଣ ନଗର ପରିମାଣ 1700 ଶେକଲ ସୁନା ହେଲା।
27
ଗିଦିୟୋନ ଏହିସବୁ ସୁବର୍ଣ୍ଣରେ ଏକ ଏଫୋଦ ତିଆରି କଲେ। ସେ ଏହାକୁ ସେମାନଙ୍କ ନଗର ଅଫ୍ରାରେ ରଖିଲେ। ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ସେହି ଏଫୋଦକୁ ଉପାସନା କଲେ। ଏହିପରି ଭାବରେ, ଏଫୋଦକୁ ଉପାସନା କରି ଇସ୍ରାଏଲବାସୀ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱାସୀ ହେଲେ। ଏହି ଏଫୋଦ ଗିଦିୟୋନଙ୍କ ଓ ତାଙ୍କ ପରିବାର ପ୍ରତି ଏକ ଫାନ୍ଦ ସ୍ୱରୂପ ହେଲା, ଯାହାକି ସେମାନଙ୍କର ପାପର କାରଣ ହେଲା।
28
ଗିଦିୟୋନଙ୍କର ମୃତ୍ୟୁ ଇସ୍ରାଏଲ ଅଧୀନରେ ରହିବା ପାଇଁ, ମିଦିୟନର ଲୋକମାନେ ବାଧ୍ୟ କରାଗଲେ। ସେମାନେ ଆଉ କିଛି ଅସୁବିଧାରେ ପଡ଼ିଲେ ନାହିଁ। ତେଣୁ ଗିଦିୟୋନ ବଞ୍ଚିଥିବା ପର୍ଯ୍ୟନ୍ତ ଗ୍ଭଳିଶ୍ ବର୍ଷ ପାଇଁ ଦେଶ ଶାନ୍ତିରେ ରହିଲା।
29
ଏହା ପରେ ଯୋୟାଶର ପୁତ୍ର ଯିରୁବ୍ବାଲ୍ ଯାଇ ନିଜ ଗୃହରେ ବାସ କଲେ।
30
ଗିଦିୟୋନଙ୍କର ନିଜର ସତୁରିଜଣ ସନ୍ତାନ ଥିଲେ। ତାଙ୍କର ବହୁତ ସନ୍ତାନ ଥିଲେ କାରଣ ତାଙ୍କର ବହୁତ ପତ୍ନୀ ଥିଲେ।
31
ଗିଦିୟୋନଙ୍କର ଶିଖିମଠାରେ ଏକ ଉପପତ୍ନୀ ଥିଲା। ସେହି ଉପପତ୍ନୀର ଏକ ପୁତ୍ର ଥିଲା ଯାହାର ନାମ ଥିଲା ଅବୀମେଲକ୍।
32
ଯୋୟାଶର ପୁତ୍ର ଗିଦିୟୋନ ଅତ୍ୟଧିକ ବାର୍ଦ୍ଧକ୍ୟରେ ପହଞ୍ଚି ମୃତ୍ୟୁବରଣ କଲେ। ଅବୀୟେଷ୍ରୀୟମାନଙ୍କ ଅଫ୍ରାର ସହରରେ ତାଙ୍କ ପିତା ଯୋୟାଶର ନିଜର କବରରେ ଗିଦିୟୋନକୁ କବର ଦିଆଗଲା।
33
ଗିଦିୟୋନଙ୍କର ମୃତ୍ୟୁ ପରେ ଇସ୍ରାଏଲର ଲୋକମାନେ ଆଉ ସଦାପ୍ରଭୁଙ୍କର ବିଶ୍ୱସ୍ତ ରହିଲେ ନାହିଁ। ସେମାନେ ବାଲ୍ଦେବାଦେବୀଙ୍କର ଅନୁଗାମୀ ହେଲେ। ସେମାନେ ସେମାନଙ୍କର ଦେବତା ବାଲ୍ ବାରିକ୍ ନିର୍ମାଣ କଲେ।
34
ଇସ୍ରାଏଲର ଲୋକମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ଭୁଲିଗଲେ। ଯଦିଓ ସେ ସେମାନଙ୍କର ଗ୍ଭରିପାଖରେ ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଥିଲେ।
35
ଇସ୍ରାଏଲର ଲୋକମାନେ ଯିରୁବ୍ବାଲ୍ର ପରିବାର ପ୍ରତି ଆନୁଗତ୍ୟ ରହିଲେ ନାହିଁ। ଯଦିଓ ସେମାନଙ୍କ ପାଇଁ ସେ ବହୁତ କାର୍ଯ୍ୟ କରିଥିଲେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
Recommended Reading
Commentary
Judges Commentaries
→
Devotional
Judges Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→