bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 1
Luke 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 2 →
1
ଶ୍ରଦ୍ଧେୟ ଥିୟୋଫିଲସ୍, ଆମ ମଧ୍ୟରେ ଯାହା ଯାହା ଘଟିଛି, ତାହାର ବିବରଣୀ ଲେଖିବା ପାଇଁ ଅନେକେ ଯଥାସାଧ୍ୟ ଚେଷ୍ଟା କରିଛନ୍ତି।
2
ଆରମ୍ଭରୁ ଏହିସବୁ ଘଟଣା ଦେଖିଥିବା ଲୋକମାନେ ଯେପରି ସୁସମାଚାର ଘୋଷଣା କରିଥିଲେ, ସେହି ଅନୁସାରେ ଉକ୍ତ ବିବରଣୀମାନ ଲେଖାଯାଇଛି।
3
ତେଣୁ ମହାଭାଗ, ମୁଁ ଯତ୍ନ ସହକାରେ ଆରମ୍ଭରୁ ଏହିସବୁ ବିଷୟ ଅନୁଧ୍ୟାନ କରିଥିବାରୁ ତୁମ ନିକଯକୁ ଏହାର ଏକ ଧାରାବାହିକ ବିବରଣୀ ଲେଖିବାକୁ ଉଚିତ ମନେକଲି।
4
ଏ ସମ୍ପର୍କରେ ତୁମେ ଯେଉଁ ସମସ୍ତ ବିଷୟ ଅବଗତ ହୋଇଛ, ତାହାର ପୂର୍ଣ୍ଣ ସତ୍ୟତା ଯେପରି ଉପଲବ୍ଧି କରିପାର, ସେଥିପାଇଁ ମୁଁ ଏହା ଲେଖୁଛି।
5
“ଯିହୁଦାର ରାଜା ହେରୋଦଙ୍କ ସମୟରେ ଅବୀୟ ଦଳର ଜିଖରିୟ ନାମକ ଜଣେ ଯାଜକ ଥିଲେ। ତାଙ୍କର ପତ୍ନୀ ଏଲିଶାବେଥ୍ ହାରୋଣ ଯାଜକଙ୍କ ବଂଶଜ ଥିଲେ।
6
ସେ ଦୁହେଁ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ, କାରଣ ସେମାନେ ତାହାଙ୍କର ସମସ୍ତ ଆଜ୍ଞା ଓ ବ୍ୟବସ୍ଥା ପାଳନ କରୁଥିଲେ।
7
ଏଲିଶାବେଥ୍ ବନ୍ଧ୍ୟା ଥିବାରୁ ସେମାନେ ନିଃସନ୍ତାନ ଥିଲେ ଏବଂ ସେମାନଙ୍କ ବୟସ ଗଡ଼ି ଯାଇଥିଲା।
8
ଦିନେ ଜିଖରିୟ ମନ୍ଦିରରେ ଉପାସନା କାର୍ଯ୍ୟ ଚଳାଉଥିଲେ, କାରଣ ସେହି ଦିନ
9
ଯାଜକୀୟ କର୍ମ ପାଇଁ ତାଙ୍କର ପାଳି ଥିଲା। ଯାଜକୀୟ ପ୍ରଥା ଅନୁଯାୟୀ ଗୁଳିବାଣ୍ଟ ଦ୍ୱାରା ବେଦୀ ଉପରେ ଧୂପ ଜଳାଇବା ପାଇଁ ସେ ମନୋନୀତ ହୋଇଥିଲେ। ସେଥିପାଇଁ ସେ ମନ୍ଦିର ଭିତରକୁ ଗଲେ। ସେଦିନ ସେ ମନ୍ଦିର ଭିତରେ ପ୍ରବେଶ କରି ଧୂପ ଦେବା ସମୟରେ
10
ବାହାରେ ଏକ ବିରାଟ ଜନତା ପ୍ରାର୍ଥନାରେ ନିବିଷ୍ଟ ଥିଲେ।
11
ସେତେବେଳେ ଧୂପ ଜଳୁଥିବା ବେଦୀର ଦକ୍ଷିଣ ପାଶ୍ୱର୍ରେ ଠିଆ ହୋଇ ଜଣେ ସ୍ୱର୍ଗଦୂତ ତାଙ୍କୁ ଦର୍ଶନ ଦେଲେ।
12
ଜିଖରିୟ ତାହାଙ୍କୁ ଦେଖି ଉଦ୍ବିଗ୍ନ ଓ ଭୟଭୀତ ହେଲେ।
13
କିନ୍ତୁ ସ୍ୱର୍ଗଦୂତ ତାଙ୍କୁ କହିଲେ, “ଜିଖରିୟ, ଭୟ କର ନାହିଁ। ଈଶ୍ୱର ତୁମ ପ୍ରାର୍ଥନା ଶୁଣିଛନ୍ତି, ତୁମ ସ୍ତ୍ରୀ ଏଲିଶାବେଥ୍ ଏକ ପୁତ୍ର ପ୍ରସବ କରିବେ। ତୁମେ ତାହାଙ୍କ ନାମ ଯୋହନ ଦେବ।
14
ସେ ଜନ୍ମ ହେଲେ ତୁମେ ଅତ୍ୟନ୍ତ ଆନନ୍ଦି ଓ ସୁଖୀ ହେବ ଏବଂ ତାଙ୍କ ଦ୍ୱାରା ଅନେକେ ଆନନ୍ଦ ପାଇବେ।
15
ପ୍ରଭୁଙ୍କ ଦୃଷ୍ଟିରେ ସେ ଜଣେ ମହାନ ବ୍ୟକ୍ତି ହେବେ। ସେ କୌଣସି ସୁରା ଅବା ଦ୍ରାକ୍ଷାରସ ପାନ କରିବେ ନାହିଁ। ତାଙ୍କର ଜନ୍ମ ସମୟରୁ ହିଁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବେ
16
ଓ ସେ ଇଶାୟେଲ ଜାତିର ଅନେକ ଲୋକଙ୍କୁ ସେମାନଙ୍କର ପ୍ରଭୁ ଈଶ୍ୱରଙ୍କ ନିକଟକୁ ଫେରାଇ ଆଣିବେ।
17
ସେ ଭାବବାଦୀ ଏଲିୟଙ୍କ ପରି ବଳିଷ୍ଠ ଓ ଶକ୍ତିଶାଳୀ ହୋଇ ପ୍ରଭୁଙ୍କ ଅଗ୍ରଦୂତ ହେବେ। ସେ ପିତା ଓ ସନ୍ତାନମାନଙ୍କୁ ପୁନର୍ମିଳିତ କରାଇବେ, ଅବାଧ୍ୟ ଲୋକମାନଙ୍କୁ ଧାର୍ମିକମାନଙ୍କ ଚିନ୍ତାଧାରା ଆଡ଼କୁ ଫେରାଇ ଆଣିବେ ଏବଂ ପ୍ରଭୁଙ୍କ ପାଇଁ ତାଙ୍କ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”
18
ଜିଖରିୟ ସ୍ୱର୍ଗଦୂତଙ୍କୁ କହିଲେ, “ଏ ବିଷୟ ଘଟିବ ବୋଲି ମୁଁ କିପରି ଜାଣିବି? ମୁଁ ବୃଦ୍ଧ ଓ ମୋ’ ସ୍ତ୍ରୀ ମଧ୍ୟ ବୃଦ୍ଧା।
19
ସ୍ୱର୍ଗଦୂତ ଉତ୍ତର ଦେଲେ, “ମୁଁ ଗାବ୍ରିଏଲ୍। ଯେଉଁ ଈଶ୍ୱର ତୁମକୁ ଏହି ଶୁଭବାର୍ତ୍ତା ଜଣାଇବା ପାଇଁ ମୋତେ ପଠାଇଛନ୍ତି, ମୁଁ ତାଙ୍କ ଛାମୁରେ ଠିଆ ହୋଇଥାଏ।
20
କିନ୍ତୁ ମୋର ଏହି ସମ୍ବାଦ ଯଥା ସମୟରେ ସତ୍ୟ ପ୍ରମାଣିତ ହେବ। ତୁମେ ଏହା ବିଶ୍ୱାସ କଲ ନାହିଁ। ତୁମର ଏହି ଅବିଶ୍ୱାସ ହେତୁ ତୁମେ କଥା କହି ପାରିବ ନାହିଁ। ଏହି ପ୍ରତିଜ୍ଞା ସଫଳ ନ ହେବା ଯାଏ ତୁମେ ମୂକ ହୋଇ ରହିବ।”
21
ଏହି ସମୟରେ ଲୋକମାନେ ବାହାରେ ଜିଖରିୟଙ୍କୁ ଅପେକ୍ଷା କରି ରହିଥିଲେ। ସେ କାହିଁକି ଏତେ ସମୟ ମନ୍ଦିରରେ ରହିଯାଇଛନ୍ତି, ସେମାନେ ବୁଝି ନ ପାରି ଆଶ୍ଚର୍ଯ୍ୟ ହେଲେ।
22
ଯେତେବେଳେ ସେ ବାହାରକୁ ଆସି ସେମାନଙ୍କ ସହିତ କଥା କହି ପାରିଲେ ନାହିଁ, ସେମାନେ ଜାଣିଲେ ଯେ ମନ୍ଦିରରେ ସେ କୌଣସି ଦର୍ଶନ ପାଇଛନ୍ତି। ଗୋଟିଏ ହେଲେ ଶବ୍ଦ ଉଚ୍ଚାରଣ କରିବାକୁ ସମର୍ଥ ନ ହୋଇ ସେ ହାତ ଠାରି ସେମାନଙ୍କୁ ଇଙ୍ଗିତ ଦେଲେ।
23
ମନ୍ଦିରରେ ତାଙ୍କର ଉପାସନା ସମୟ ଶେଷ ହେବା ପରେ ଜିଖରିୟ ଗୃହକୁ ଫେରିଗଲେ।
24
କିଛି ଦିନ ପରେ ତାଙ୍କର ସ୍ତ୍ରୀ ଏଲିଶାବେଥ୍ ଗର୍ଭବତୀ ହେଲେ ଓ ପଞ୍ଚମ ମାସ ପର୍ଯ୍ୟନ୍ତ ଘରଛାଡ଼ି ବାହାରକୁ ଗଲେ ନାହିଁ।
25
ସେ କହିଲେ, “ଅବଶେଷରେ ପ୍ରଭୁ ମୋତେ କୃପା କରିଛନ୍ତି। ସେ ମୋର ନିନ୍ଦା ଦୂର କରିଛନ୍ତି।”
26
ଏଲିଶାବେଥ୍ ଗର୍ଭବତୀ ହେବାର ଷଷ୍ଠ ମାସରେ ଈଶ୍ୱର ସ୍ୱର୍ଗଦୂତ ଗାବ୍ରିଏଲ୍କୁ ଗାଲିଲୀର ନାଜରିତ ନାମକ ସହରକୁ ପଠାଇଲେ।
27
ସେ ମରିୟମ ନାମ୍ନୀ ଏକ କୁମାରୀଙ୍କ ନିକଟକୁ ବାର୍ତ୍ତା ନେଇ ଆସିଥିଲେ। ଦାଉଦ ରାଜା ବଂଶଜ ଯୋସେଫଙ୍କ ସହିତ ମରିୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା।
28
ସ୍ୱର୍ଗଦୂତ ମରିୟମଙ୍କୁ କହିଲେ, “ତୁମର ଶାନ୍ତି ହେଉ! ଈଶ୍ୱର ତୁମର ସହବର୍ତ୍ତୀ ଓ ତୁମକୁ ପ୍ରଚୁର ଆଶୀର୍ବାଦ କରିଛନ୍ତି।”
29
ସ୍ୱର୍ଗଦୂତଙ୍କ ବାର୍ତ୍ତା ଶୁଣି ମରିୟମ ଅତିଶୟ ବିଚଳିତ ଓ ବିସ୍ମିତ ହୋଇ ଭାବିଲେ, ଏ କି ପ୍ରକାର ସମ୍ଭାଷଣ? ଏହାର ଅର୍ଥ କ’ଣ?
30
ସ୍ୱର୍ଗଦୂତ ତାଙ୍କୁ କହିଲେ, “ଭୟ କର ନାହିଁ, ମରିୟମ, ତୁମେ ଈଶ୍ୱରଙ୍କ ଅନୁଗ୍ରହ ପାତ୍ରୀ।
31
ତୁମେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ।
32
ସେ ମହାନ୍ ହେବେ ଓ ପରାତ୍ପର ଈଶ୍ୱରଙ୍କ ପୁତ୍ର ରୂପେ ଖ୍ୟାତ ହେବେ। ପ୍ରଭୁ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ତାଙ୍କୁ ରାଜା କରିବେ
33
ଓ ସେ ଅନନ୍ତକାଳ ପର୍ଯ୍ୟନ୍ତ ଯାକୁବଙ୍କ ବଂଶଧରମାନଙ୍କ ରାଜା ହେବେ; ତାଙ୍କ ରାଜ୍ୟର କେବେ ଅବସାନ ହେବ ନାହିଁ।”
34
ମରିୟମ ସ୍ୱର୍ଗଦୂତଙ୍କୁ କହିଲେ, “ମୁଁ ତ ଜଣେ କୁମାରୀ। ଏହା କିପରି ସମ୍ଭବ ହେବ?”
35
ସ୍ୱର୍ଗଦୂତ ଉତ୍ତର ଦେଲେ, “ପବିତ୍ର ଆତ୍ମା ତୁମ ଉପରେ ଅଧିଷ୍ଠାନ କରିବେ ଓ ଈଶ୍ୱରଙ୍କ ଶକ୍ତି ତୁମକୁ ଆବୃତ କରିବ। ଏହି ପବିତ୍ର ଶିଶୁ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।
36
“ତୁମର ଆତ୍ମୀୟ ଏଲିଶାବେଥ୍ କଥା ସ୍ମରଣ କର। ତାଙ୍କୁ ବନ୍ଧ୍ୟା ବୋଲି କୁହାଯାଉଥିଲା; କିନ୍ତୁ ଅତି ବୃଦ୍ଧା ହେଲେ ସୁଦ୍ଧା ସେ ବର୍ତ୍ତମାନ ଛଅ ମାସ ହେବ ଗର୍ଭବତୀ।
37
“କାରଣ ଈଶ୍ୱରଙ୍କ ପକ୍ଷରେ କୌଣସି ବିଷୟ ଅସମ୍ଭବ ନୁହେଁ।”
38
ମରିୟମ କହିଲେ, “ମୁଁ ଈଶ୍ୱରଙ୍କର ଦାସୀ। ଆପଣ କହିବା ଅନୁଯାୟୀ ମୋ’ ପ୍ରତି ଘଟୁ।” ଏହା ପରେ ସ୍ୱର୍ଗଦୂତ ଅନ୍ତର୍ଦ୍ଧାନ ହୋଇଗଲେ।
39
କାଳ ମିଳମ୍ବ ନ କରି ମରିୟମ ପ୍ରସ୍ତୁତ ହେଲେ ଓ ଅତି ଶୀଘ୍ର ପାର୍ବତ୍ୟ ଯିହୂଦା ପ୍ରଦେଶର ଏକ ସହରକୁ ଗଲେ।
40
ସେ ଜିଖରିୟଙ୍କ ଘରକୁ ଯାଇ ଏଲିଶାବେଥ୍ଙ୍କୁ ଅଭିବାଦନ ଜଣାଇଲେ।
41
ଏଲିଶାବେଥ୍ ମରିୟମଙ୍କ ସମ୍ଭାଷଣ ଶୁଣିବା ମାତ୍ରେ ତାଙ୍କ ଗର୍ଭସ୍ଥ ଶିଶୁଟି ଅଧିର ହୋଇ ଉଠିଲା।
42
ଏଲିଶାବେଥ୍ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଉଚ୍ଚ ସ୍ୱରରେ କହିଲେ, “ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ତୁମେ ପରମ ଧନ୍ୟା ଓ ତୁମେ ଯେଉଁ ସନ୍ତାନ ପ୍ରସବ କରିବ, ସେ ମଧ୍ୟ ଧନ୍ୟ ହେବେ।
43
“ମୋର କେଡ଼େ ସୌଭାଗ୍ୟ, ମୋ’ ପ୍ରଭୁଙ୍କର ମାତା ମୋତେ ସାକ୍ଷାତ କରିବାକୁ ଆସିଛନ୍ତି।
44
ତୁମର ସମ୍ଭାଷଣ ଶୁଣିବା ମାତ୍ରେ ମୋ’ ଗର୍ଭସ୍ଥ ଶିଶୁଟି ଆନନ୍ଦରେ ନାଚି ଉଠିଲା।
45
“ତୁମେ ଧନ୍ୟା! ଈଶ୍ୱରଙ୍କ ବାର୍ତ୍ତା ସଫଳ ହେବ ବୋଲି ତୁମେ ବିଶ୍ୱାସ କରିପାରୁଛ।”
46
ମରିୟମ କହିଲେ, “ମୋର ହୃଦୟ ଈଶ୍ୱରଙ୍କ ପ୍ରଶଂସାରେ ପରିପୂର୍ଣ୍ଣ;
47
ମୋର ଅନ୍ତରାତ୍ମା ଉଲ୍ଲସିତ, କାରଣ ଈଶ୍ୱର ମୋର ତ୍ରାଣକର୍ତ୍ତା।
48
ସେ ମୋ’ ଭଳି ନଗଣ୍ୟା ଦାସୀକୁ ସ୍ମରଣ କରିଛନ୍ତି। ବର୍ତ୍ତମାନଠାରୁ ସମସ୍ତେ ମୋତେ ଧନ୍ୟା ବୋଲି କହିବେ,
49
କାରଣ ସର୍ବଶକ୍ତିମାନ ଈଶ୍ୱର ମୋ’ ପାଇଁ ମହତ୍ କାର୍ଯ୍ୟ ସବୁ ସାଧନ କରିଛନ୍ତି। ତାଙ୍କର ନାମ ପବିତ୍ର!
50
ଯେଉଁମାନେ ତାଙ୍କୁ ସମ୍ମାନ ଦିଅନ୍ତି, ସେମାନଙ୍କୁ ବଂଶାନୁକ୍ରମେ ସେ ଦୟା ପ୍ରଦର୍ଶନ କରନ୍ତି।
51
ସେ ଆପଣା ବଳବାନ୍ ବାହୁ ପ୍ରସାରିତ କରି ଅହଂକାରୀମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି: ସେମାନଙ୍କର କଳ୍ପନାସବୁ ବ୍ୟର୍ଥ ହୋଇଛି।
52
ସେ ପରାକ୍ରମଶାଳୀ ରାଜାମାନଙ୍କୁ ସିଂହାସନଚ୍ୟୁତ କରିଛନ୍ତି ଓ ନମ୍ରମାନଙ୍କୁ ଉନ୍ନତ କରିଛନ୍ତି।
53
ସେ କ୍ଷୁଧିତମାନଙ୍କୁ ଉତ୍ତମ ଆହାରରେ ପୂର୍ଣ୍ଣ କରିଛନ୍ତି ଓ ଧନୀମାନଙ୍କୁ ଶୂନ୍ୟ ହସ୍ତରେ ଫେରାଇ ଦେଇଛନ୍ତି।
54
ଆମ ପୂର୍ବପୁରୁଷମାନଙ୍କ ପ୍ରତି ତାଙ୍କ ପ୍ରତିଜ୍ଞା ସେ ରକ୍ଷା କରିଛନ୍ତି ଏବଂ ତାଙ୍କର ଦାସ ଇଶ୍ରାୟେଲକୁ ସାହାଯ୍ୟ କରିଛନ୍ତି।
55
ସେ ଚିରକାଳ ପାଇଁ ଅବ୍ରାହାମ ଓ ତାଙ୍କର ସମସ୍ତ ବଂଶଧରମାନଙ୍କୁ କୃପା ପ୍ରଦର୍ଶନ କରିବାକୁ ଭୁଲି ନାହାନ୍ତି!”
56
ମରିୟମ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏଲିଶାବେଥ୍ଙ୍କ ସହିତ ରହିବା ପରେ ଗୃହକୁ ବାହୁଡ଼ି ଗଲେ।
57
ଏଲିଶାବେଥ୍ଙ୍କୁ ପ୍ରସବ ସମୟ ଉପସ୍ଥିତ ହେଲା ଓ ସେ ଏକ ପୁତ୍ର ପ୍ରସବ କଲେ।
58
ଈଶ୍ୱର ତାଙ୍କୁ କେଡ଼େ ଆଶ୍ଚର୍ଯ୍ୟଭାବେ ଦୟା କରିଛନ୍ତି, ଏ କଥା ଶୁଣି ତାଙ୍କର ପ୍ରତିବାସୀ ଓ ଆତ୍ମୀୟସ୍ୱଜନମାନେ ସମସ୍ତେ ତାଙ୍କ ସହିତ ଆନନ୍ଦ କଲେ।
59
ଶିଶୁ ଜନ୍ମ ହେବାର ଏକ ସପ୍ତାହ ପରେ ତାକୁ ସେମାନେ ସୁନ୍ନତ କଲେ ଏବଂ ତା’ର ବାପାଙ୍କ ନାମ ଅନୁସାରେ ତା’ର ନାମ ଜିଖରିୟ ଦେବାକୁ ପ୍ରସ୍ତାବ କଲେ।
60
କିନ୍ତୁ ତା’ର ମାତା କହିଲେ, “ନା! ତା’ର ନାମ ଯୋହନ ଦିଆଯିବ।”
61
ସେମାନେ ତାଙ୍କୁ କହିଲେ, “କିନ୍ତୁ ଏହିପରି ନାମ ପାଇଥିବା ତୁମର କୌଣସି ଆତ୍ମୀୟ ନାହାନ୍ତି।”
62
ତା’ପରେ ସେମାନେ ତା’ର ପିତାଙ୍କୁ ସଙ୍କେତ କରି ପଚାରିଲେ, ସେ ପୁଅକୁ କି ନାମ ଦେବାକୁ ଇଚ୍ଛା କରନ୍ତି।
63
ଜିଖରିୟ ଗୋଟିଏ ଲିପି ଫଳକ ମଗାଇ ଲେଖିଲେ, “ତାହାର ନାମ ଯୋହନ।” ସେମାନେ ସମସ୍ତେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ।
64
ସେହି ମୁହୂର୍ତ୍ତରେ ଜିଖରିୟ ବାକ୍ଶକ୍ତି ଫେରିପାଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ।
65
ପ୍ରତିବାସୀମାନେ ସମସ୍ତେ ଭୟଭୀତ ହେଲେ ଏବଂ ଏହି ସବୁ ଘଟଣାର ସମ୍ବାଦ ପାର୍ବତ୍ୟ ଯିହୂଦା ଦେଶର ଚତୁର୍ଦ୍ଦିଗରେ ବ୍ୟାପିଗଲା।
66
ଯେ କେହି ଏହା ଶୁଣିଲା, ସେ ଏ ବିଷୟରେ ଚିନ୍ତା କରି ପଚାରିଲା, “ଭବିଷ୍ୟତ୍ରେ ଏ ଶିଶୁଟି କ’ଣ ହେବ?” କାରଣ ଈଶ୍ୱରଙ୍କ ଶକ୍ତି ତା’ ଉପରେ ଥିଲା ବୋଲି ସ୍ପଷ୍ଟ ଜଣାପଡ଼ୁଥିଲା।
67
ଯୋହନଙ୍କ ପିତା ଜିଖରିୟ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ଈଶ୍ୱରଙ୍କ ବାର୍ତ୍ତା ଜଣାଇଲେ;
68
“ଆସ, ଆମେ ଇଶ୍ରାୟେଲର ପ୍ରଭୁ ଈଶ୍ୱରଙ୍କର ପ୍ରଶଂସା କରିବା। ସେ ତାଙ୍କ ଲୋକମାନଙ୍କର ମୁକ୍ତି ପାଇଁ ସାହାଯ୍ୟ କରିବାକୁ ଆସିଛନ୍ତି।
69
ସେ ଆମ ପାଇଁ ତାଙ୍କର ଦାସ ଦାଉଦଙ୍କ ବଂଶରୁ ଏକ ପରାକ୍ରମଶାଳୀ ତ୍ରାଣକର୍ତ୍ତା ଯୋଗାଇଛନ୍ତି।
70
ବହୁ ପୂର୍ବରୁ ସେ ତାଙ୍କ ପବିତ୍ର ଭାବବାଦୀମାନଙ୍କ ମୁଖ ଦେଇ ପ୍ରତିଜ୍ଞା କରିଥିଲେ ଯେ,
71
ଶତ୍ରୁମାନଙ୍କ ହସ୍ତରୁ ଏବଂ ଯେଉଁମାନେ ଆମକୁ ଘୃଣା କରନ୍ତି, ସେମାନଙ୍କ କବଳରୁ ସେ ଆମକୁ ଉଦ୍ଧାର କରିବେ।
72
ସେ କହିଥିଲେ, ଆମ ପୂର୍ବପୁରୁଷମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବେ ଏବଂ ତାଙ୍କ ପବିତ୍ର ନିୟମ ସେ ସଦା ସ୍ମରଣ କରୁଥିବେ।
73
ଆମ ପୂର୍ବପୁରୁଷ ଅବ୍ରାହାମଙ୍କୁ ସେ ଶପଥ କରି କହିଥିଲେ, ଶତ୍ରୁମାନଙ୍କ ହସ୍ତରୁ ଆମକୁ ରକ୍ଷା କରିବେ ଏବଂ ନିର୍ଭୟରେ ତାଙ୍କ ସେବା କରିବା ନିମନ୍ତେ ଆମକୁ ସୁଯୋଗ ଦେବେ,
75
ଆମେ ଯେପରି ଯାବଜ୍ଜୀବନ ତାଙ୍କ ସମ୍ମୁଖରେ ପବିତ୍ର ଓ ଧାର୍ମିକ ହୋଇ ପାରିବୁ।
76
ହେ ମୋର ପୁତ୍ର, ତୁମେ ସର୍ବୋପରିସ୍ଥ ଈଶ୍ୱରଙ୍କର ଏକ ଭାବବାଦୀରୂପେ ପ୍ରସିଦ୍ଧ ହେବ। ତୁମେ ପ୍ରଭୁଙ୍କର ଜଣେ ଅଗ୍ରଦୂତ ରୂପେ ତାଙ୍କ ନିମନ୍ତେ ତାଙ୍କ ପଥ ପ୍ରସ୍ତୁତ କରିବ।
77
ପାପ କ୍ଷମା ପାଇବା ଦ୍ୱାରା ସେମାନେ ଯେ ପରିତ୍ରାଣ ଲାଭ କରିବେ, ତାଙ୍କ ଲୋକମାନଙ୍କୁ ଏହି କଥା କହିବା ପାଇଁ ଯିବ।
78
ଆମ ଈଶ୍ୱର କୃପାବାନ୍ ଓ କୋମଳ ହୃଦୟ, ସେ ଆମ ପାଇଁ ପରିତ୍ରାଣର ସୂର୍ଯ୍ୟୋଦୟ କରାଇବେ।
79
ଯେଉଁମାନେ ମୃତ୍ୟୁ ରୂପ ଅନ୍ଧକାର ଛାୟାରେ ବାସ କରନ୍ତି, ଶାନ୍ତି ପଥରେ ସେମାନଙ୍କୁ କଢ଼ାଇ ନେବା ପାଇଁ ସେ ସମସ୍ତଙ୍କ ଉପରେ ସ୍ୱର୍ଗରୁ ଆଲୋକ ପ୍ରଦାନ କରିବେ।”
80
ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶିଶୁଟିର ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ଘଟିଲା କିନ୍ତୁ ଇଶ୍ରାୟେଲ ଲୋକମାନଙ୍କ ସମକ୍ଷରେ ନିଜକୁ ପ୍ରକାଶ କରିବା ପର୍ଯ୍ୟନ୍ତ ସେ ନିର୍ଜ୍ଜନ ମରୁ ଅଞ୍ଚଳରେ ବାସ କଲେ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24