bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 3
Luke 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 4 →
1
ସମ୍ରାଟ ଟାଲବିରିୟସ୍ଙ୍କ ରାଜତ୍ୱର ପଞ୍ଚଦଶ ବର୍ଷରେ ପନ୍ତିୟ ପିଲାତ ଯିହୂଦା ପ୍ରଦେଶର ରାଜ୍ୟପାଳ ଥିଲେ। ହେରୋଦ ଗାଲିଲୀର ସାମନ୍ତ ରାଜା ଥିଲେ ଏବଂ ତାଙ୍କ ଭାଇ ଫିଲିପ ଇଟୁରିଆ ଓ ଟ୍ରାକୋନିଟିସ୍ର ଏବଂ ଲିସାନିଆସ୍ ଆବିଲିନ୍ର ସାମନ୍ତ ରାଜା ଥିଲେ।
2
ହାନନ୍ ଓ କେୟଫା ପ୍ରଧାନ ଯାଜକ ଥିଲେ। ସେହି ସମୟରେ ମରୁ ଅଞ୍ଚଳରେ ଜିଖରିୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଉପସ୍ଥିତ ହେଲା।
3
ତେଣୁ ଯୋହନ ଯର୍ଦ୍ଦନ ନଦୀର ସମସ୍ତ ଅଞ୍ଚଳକୁ ଯାଇ ପ୍ରଚାର କରିବାକୁ ଲାଗିଲେ, “ପାପରୁ ମନ ଫେରାଅ ଓ ଜଳଦୀକ୍ଷା ଗ୍ରହଣ କର। ତାହାହେଲେ ଈଶ୍ୱର ତୁମ୍ଭମାନଙ୍କର ପାପ କ୍ଷମା କରିବେ।”
4
ଭାବବାଦୀ ଯିଶାଇୟଙ୍କ ପୁସ୍ତକରେ ଉଲ୍ଲେଖ ଅଛି: “କେହି ଜଣେ ମରୁଭୂମିରେ ଚିକ୍ରାର କରି କହୁଛନ୍ତି, ‘ପ୍ରଭୁଙ୍କ ନିମନ୍ତେ ପଥ ପ୍ରସ୍ତୁତ କର; ତାଙ୍କର ଯାତ୍ରା ନିମନ୍ତେ ଏକ ସଳଖ ପଥ ନିର୍ମାଣ କର!
5
ପ୍ରତ୍ୟେକ ଉପତ୍ୟକାକୁ ପୂର୍ଣ୍ଣ କରାଯାଉ, ପାହାଡ଼ ଓ ପର୍ବତଗୁଡ଼ିକୁ ସମତଳ କରାଯାଉଏ ବକ୍ର ମାର୍ଗ ସବୁ ସଳଖ କରାଯାଉ ଓ କଙ୍କରିତ ପଥ ସବୁକୁ ମସୃତ କରାଯାଉ।
6
ସମଗ୍ର ମାନବ ଜାତି ଈଶ୍ୱରଙ୍କ ପରିତ୍ରାଣର ଯୋଜନା ଦେଖିବେ’।”
7
ବହୁସଂଖ୍ୟକ ଲୋକେ ଜଳଦୀକ୍ଷା ଗ୍ରହଣ କରିବା ପାଇଁ ଯୋହନଙ୍କ ନିକଟକୁ ଆସିଲେ। ଯୋହନ ସେମାନଙ୍କୁ କହିଲେ, “ରେ କାଳସର୍ପର ବଂଶ, ଈଶ୍ୱରଙ୍କ ଆସନ୍ନ ଦଣ୍ଡରୁ ପଳାୟନ କରିବା ପାଇଁ କିଏ ତୁମ୍ଭମାନଙ୍କୁ ସତର୍କ କରାଇ ଦେଇଛି?
8
ଯେଉଁସବୁ କାର୍ଯ୍ୟ ଦ୍ୱାରା ତୁମ୍ଭେମାନେ ପାପରୁ ମନ ଫେରାଇଛ ବୋଲି ପ୍ରମାଣିତ ହେବ, ସେହିସବୁ କାର୍ଯ୍ୟ କର। ଅବ୍ରାହାମ୍ ତୁମର ପୂର୍ବପୁରୁଷ ବୋଲି ଗର୍ବ କରି ପରସ୍ପର ମଧ୍ୟରେ କଥା ବାର୍ତ୍ତା କର ନାହିଁ। ମୁଁ କହୁଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହାମ୍ଙ୍କ ନିମନ୍ତେ ବଂଶଧର ଉତ୍ପନ୍ନ କରିପାରନ୍ତି।
9
ବୃକ୍ଷଗୁଡ଼ିକୁ ମୂଳରୁ କାଟି ପକାଇବା ପାଇଁ କୁରାଢ଼ୀ ପ୍ରସ୍ତୁତ; ଉତ୍ତମ ଫଳ ଉତ୍ପନ୍ନ କରୁ ନ ଥିବା ପ୍ରତ୍ୟେକ ବୃକ୍ଷ କଟାଯାଇ ଅଗ୍ନିରେ ନିକ୍ଷେପ କରାଯିବ।”
10
ଲୋକମାନେ ତାଙ୍କୁ ପଚାରିଲେ, “ଆମେ ତେବେ କ’ଣ କରିବା?”
11
ସେ ଉତ୍ତର ଦେଲେ, “ଯାହାର ଦୁଇଟି ଜାମା ଅଛି, ସେ ଯାହାର କିଛି ନାହିଁ, ତାକୁ ଗୋଟିଏ ଦେଉ ଓ ଯାହାର ଖାଦ୍ୟ ଅଛି, ସେ ଅନ୍ୟକୁ ସେଥିରେ ଅଂଶୀ କରାଉ।”
12
କେତେକ କରଆଦାୟକାରୀ ଦଳଦୀକ୍ଷା ନେବା ପାଇଁ ଆସିଲେ। ସେମାନେ ତାଙ୍କୁ ପଚାରିଲେ, “ହେ ଗୁରୁ, ଆମକୁ କ’ଣ କରିବାକୁ ହେବ?”
13
ସେ ସେମାନଙ୍କୁ କହିଲେ, “ଉଚିତ୍ ପରିମାଣଠାରୁ ଅଧିକ ଆଦାୟ କର ନାହିଁ।”
14
କେତେକ ସୈନିକ ମଧ୍ୟ ତାଙ୍କୁ ପଚାରିଲେ, “ଆମର କ’ଣ ହେବ? ଆମେ କ’ଣ କରିବା?” ସେ ସେମାନଙ୍କୁ କହିଲେ, “ବଳପୂର୍ବକ କାହାଠାରୁ ଅର୍ଥ ନିଅ ନାହିଁ, ଅବା କାହା ପ୍ରତି ମିଥ୍ୟା ଦୋଷାରୋପ କର ନାହିଁ। ନିଜ ନିଜ ବେତନରେ ସନ୍ତୁଷ୍ଟ ହୁଅ।”
15
ମସୀହଙ୍କ ପ୍ରତୀକ୍ଷାରେ ଥିବା ଲୋକମାନଙ୍କ ଆଶା ଆକାଂକ୍ଷା ବୃଦ୍ଧି ପାଇବାକୁ ଲାଗିଲା। ଯୋହନ ହୁଏତ ମସୀହ ହୋଇଥିବେ, ଏ କଥା ସେମାନେ ମନେ ମନେ କହିବାକୁ ଲାଗିଲେ।
16
କିନ୍ତୁ ଯୋହନ କହିଲେ, “ମୁଁ ତୁମ୍ଭମାନଙ୍କୁ ଜଳରେ ଦୀକ୍ଷା ଦେଉଛି, କିନ୍ତୁ ଜଣେ ଆସୁଛନ୍ତି ଯେ ମୋ’ଠାରୁ ଆହୁରି ମହାନ୍। ଏପରି କି ତାଙ୍କ ପାଦୁକାର ବନ୍ଧନ ଫିଟାଇବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ଦୀକ୍ଷିତ କରିବେ।
17
ଶସ୍ୟ ସବୁକୁ ପାଛୁଡ଼ି ଗହମକୁ ତାଙ୍କ ଅମାରରେ ସଂଗ୍ରହ କରିବା ପାଇଁ ତାଙ୍କ ହାତରେ କୁଲା ଅଛି; କିନ୍ତୁ ସେ ଅଗାଡ଼ି ସବୁକୁ ଅଲିଭା ଅଗ୍ନିରେ ପୋଡ଼ି ପକାଇବେ।”
18
ବିଭିନ୍ନ ରୀତିରେ ଯୋହନ ଲୋକମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କଲେ ଓ ସେମାନଙ୍କ ଗୁଣ ଆଚରଣ ପରିବର୍ତ୍ତନ କରିବା ପାଇଁ ସେମାନଙ୍କୁ ଶିକ୍ଷା ଦେଲେ।
19
କିନ୍ତୁ ଯୋହନ ସାମନ୍ତ ରାଜା ହେରୋଦଙ୍କୁ ଅଧିକ ଦୃଢ଼ ଭାବରେ ଅନୁଯୋଗ କଲେ, କାରଣ ସେ ତାଙ୍କର ଭାଉଜ ହେରୋଦୀୟାଙ୍କୁ ବିବାହ କରିଥିଲେ ଏବଂ ଆହୁରି ଅନେକ ଅସତ୍ କାର୍ଯ୍ୟରେ ଲିପ୍ତ ଥିଲେ।
20
ହେରୋଦ ଯୋହନଙ୍କୁ କାରାଗାରରେ ନିକ୍ଷେପ କରି ନିଜ ଦୁଷ୍କର୍ମର ମାତ୍ରା ବଢ଼ାଇ ଦେଲେ।
21
ଅନ୍ୟ ସମସ୍ତେ ଜଳରେ ଦୀକ୍ଷିତ ହେବା ପରେ ଯୀଶୁ ମଧ୍ୟ ଜଳଦୀକ୍ଷା ଗ୍ରହଣ କଲେ। ସେହି ସମୟରେ ସେ ପ୍ରାର୍ଥନା କରୁଥିବା ବେଳେ ଆକାଶ ଉନ୍ମୁକ୍ତ ହେଲା
22
ଏବଂ ପବିତ୍ର ଆତ୍ମା ଏକ କପୋତ ରୂପରେ ତାଙ୍କ ଉପରେ ଅବତରଣ କଲେ। ସ୍ୱର୍ଗରୁ ଏହି ବାଣୀ ଉଚ୍ଚାରିତ ହେଲା, “ତୁମେ ମୋର ପ୍ରିୟ ପୁତ୍ର, ତୁମ ପ୍ରତି ମୁଁ ଅତୀବ ପ୍ରୀତ।”
23
ଯୀଶୁ ତାଙ୍କର ସେବା କାର୍ଯ୍ୟ ଆରମ୍ଭ କରିବା ସମୟରେ ତାଙ୍କୁ ପ୍ରାୟ ତିରିଶ ବର୍ଷ ହୋଇଥିଲା। ସେ ଲୋକମାନଙ୍କ ନିକଟରେ ଯୋସେଫଙ୍କ ପୁତ୍ର ରୂପେ ପରିଚିତ ଥିଲେ। ଯୋସେଫ ହେଲୀଙ୍କ ପୁତ୍ର,
24
ହେଲୀ ମାଥାଥଙ୍କ ପୁତ୍ର, ମାଥାଥ ଲେବିଙ୍କ ପୁତ୍ର, ଲେବି ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଯାନାଇଙ୍କ ପୁତ୍ର,
25
ଯାନାଇ ଯୋସେଫଙ୍କ ପୁତ୍ର, ଯୋସେଫ ମତ୍ଥିୟସ୍ଙ୍କ ପୁତ୍ର, ମତ୍ଥିୟସ୍ ଆମୋସଙ୍କ ପୁତ୍ର, ଆମୋସ ନାହୁମଙ୍କ ପୁତ୍ର, ନାହୁମ ଏସ୍ଲିଙ୍କ ପୁତ୍ର, ଏସ୍ଲି ନାଗାୟିଙ୍କ ପୁତ୍ର,
26
ନାଗାୟି ମାଥ୍ଙ୍କ ପୁତ୍ର, ମାଥ୍ ମତଥିୟସ୍ଙ୍କ ପୁତ୍ର, ମତଥିୟସ୍ ଶେମେୟିନଙ୍କ ପୁତ୍ର, ଶେମେୟନି ଯୋସେକ୍ଙ୍କ ପୁତ୍ର, ଯୋସେକ୍ ଯୋଦାଙ୍କ ପୁତ୍ର,
27
ଯୋଦା ଯୋଆନାନ୍ଙ୍କ ପୁତ୍ର, ଯୋଆନାନ୍ ରେଶାଙ୍କ ପୁତ୍ର, ରେଶା ଯେରୁବାବେଲ୍ଙ୍କ ପୁତ୍ର, ଯେରୁବାବେଲ୍ ଶିଏଲ୍ଟିଏଲ୍ଙ୍କ ପୁତ୍ର, ଶିଏଲ୍ଟିଏଲ୍ ନେରିଙ୍କ ପୁତ୍ର,
28
ନେରି ମେଲ୍କିଙ୍କ ପୁତ୍ର, ମେଲ୍କି ଆଡ଼୍ଡ଼ିଙ୍କ ପୁତ୍ର, ଆଡ଼୍ଡ଼ି କୋସାମ୍ଙ୍କ ପୁତ୍ର, କୋସାମ୍ ଏଲ୍ମାଦାମ୍ଙ୍କ ପୁତ୍ର, ଏଲ୍ମାଦାମ୍ ଏର୍ଙ୍କ ପୁତ୍ର, ଏର୍ ଯିହୋଶୂୟଙ୍କ ପୁତ୍ର, ଏଲ୍ମାଦାମ୍ ଏର୍ଙ୍କ ପୁତ୍ର, ଏର୍ ଯିହୋଶୂୟଙ୍କ ପୁତ୍ର,
29
ଯିହୋଶୂୟ ଏଲିୟେଜର୍ଙ୍କ ପୁତ୍ର, ଏଲିୟେଜର୍ ଯୋରିମ୍ଙ୍କ ପୁତ୍ର, ଯୋରିମ୍ ମାଥାଥ୍ଙ୍କ ପୁତ୍ର, ମାଥାଥ୍ ଲେଭିଙ୍କ ପୁତ୍ର, ଲେଭି ସିମିୟୋନଙ୍କ ପୁତ୍ର,
30
ସିମିୟୋନ୍ ଯିହୂଦାଙ୍କ ପୁତ୍ର, ଯିହୂଦା ଯୋସେଫଙ୍କ ପୁତ୍ର, ଯୋସେଫ ଯୋନାମ୍ଙ୍କ ପୁତ୍ର, ଯୋନାମ୍ ଏଲିୟାକିମ୍ଙ୍କ ପୁତ୍ର,
31
ଏଲିୟାକିମ୍ ମେଲିଆଙ୍କ ପୁତ୍ର, ମେଲିଆ ମେନ୍ନାଙ୍କ ପୁତ୍ର, ମେନ୍ନା ମତାଥାଙ୍କ ପୁତ୍ର, ମତାଥା ନାଥନ୍ଙ୍କ ପୁତ୍ର, ନାଥନ୍ ଦାଉଦଙ୍କ ପୁତ୍ର,
32
ଦାଉଦ ଯିଶୟଙ୍କ ପୁତ୍ର, ଯିଶୟ ଓବେଦ୍ଙ୍କ ପୁତ୍ର, ଓବେଦ୍ ବୋୟଜଙ୍କ ପୁତ୍ର, ବୋୟଜ ସାଲ୍ମୋନଙ୍କ ପୁତ୍ର, ସାଲ୍ମୋନ୍ ନାଶୋନ୍ଙ୍କ ପୁତ୍ର,
33
ନାଶୋନ୍ ଅମ୍ମିନାଦବ୍ଙ୍କ ପୁତ୍ର, ଅମ୍ମିନାଦବ୍ ଆଦ୍ମିନ୍ଙ୍କ ପୁତ୍ର, ଆଦ୍ମିନ୍ ଆର୍ନିଙ୍କ ପୁତ୍ର, ଆର୍ନି ହେଜ୍ରୋନ୍ଙ୍କ ପୁତ୍ର, ହେଜ୍ରୋନ୍ ପେରେଜ୍ଙ୍କ ପୁତ୍ର, ପେରେଜ୍ ଯିହୂଦାଙ୍କ ପୁତ୍ର,
34
ଯିହୂଦା ଯାକୁବଙ୍କ ପୁତ୍ର, ଯାକୁବ ଯିସାହାକ୍ଙ୍କ ପୁତ୍ର, ଯିସାହାକ୍ ଅବ୍ରାହାମ୍ଙ୍କ ପୁତ୍ର, ଅବ୍ରାହାମ୍ ଟେରାଙ୍କ ପୁତ୍ର, ଟେରା ନାହୋରଙ୍କ ପୁତ୍ର,
35
ନାହୋର ସେରଗ୍ଙ୍କ ପୁତ୍ର; ସେରଗ୍ ରେଉଙ୍କ ପୁତ୍ର, ରେଉ ପେଲେଗ୍ଙ୍କ ପୁତ୍ର, ପେଲେଗ୍ ଏବର୍ଙ୍କ ପୁତ୍ର, ଏବର୍ ଶେଲାଙ୍କ ପୁତ୍ର,
36
ଶେଲା କଇନାନ୍ଙ୍କ ପୁତ୍ର, କଇନାନ୍ ଆର୍ଫାକ୍ସଡ଼ଙ୍କ ପୁତ୍ର, ଆର୍ଫାକ୍ସଡ଼ ଶେମ୍ଙ୍କ ପୁତ୍ର, ଶେମ୍ ନୋହଙ୍କ ପୁତ୍ର, ନୋହ ଲାମେକ୍ଙ୍କ ପୁତ୍ର,
37
ଲାମେକ୍ ମେଥୁଶେଲାଙ୍କ ପୁତ୍ର, ମେଥୁଶେଲା ହନୋକଙ୍କ ପୁତ୍ର, ହନୋକ ଯାରେଦଙ୍କ ପୁତ୍ର, ଯାରେଦ ମହାଲାଲୀଲ୍ଙ୍କ ପୁତ୍ର, ମହାଲାଲୀଲ୍ କେନାନ୍ଙ୍କ ପୁତ୍ର,
38
କେନାନ୍ ଏନୋଶଙ୍କ ପୁତ୍ର, ଏନୋଶ ଶେଥ୍ଙ୍କ ପୁତ୍ର, ଶେଥ୍ ଆଦମଙ୍କ ପୁତ୍ର, ଆଦମ ଈଶ୍ୱରଙ୍କ ପୁତ୍ର।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
Luke Commentaries
→
Devotional
Luke Devotional Guide
→
Get This Bible
CL Study Bible
→