bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 23
Luke 23
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 24 →
1
ସେମାନେ ସମସ୍ତେ ଯୀଶୁଙ୍କୁ ପିଲାତଙ୍କ ନିକଟକୁ ଧରିନେଲେ,
2
ସେମାନେ ତାଙ୍କ ବିରୁଦ୍ଧରେ ଦୋଷାରୋପ କରି କହିଲେ, “ଏ ଲୋକ ସମ୍ରାଟଙ୍କୁ କର ନ ଦେବା ପାଇଁ ଲୋକମାନଙ୍କୁ ମତାଉଥିବାରୁ ଓ ନିଜକୁ ମସୀହ ଅର୍ଥାତ୍ ଅଭିଷିକ୍ତ ରାଜା ବୋଲି କହୁଥିବାରୁ ଆମେ ତାକୁ ଧରିଛୁ।”
3
ପିଲାତ ତାଙ୍କୁ ପଚାରିଲେ, “ତୁମେ କ’ଣ ଯିହୁଦୀମାନଙ୍କର ରାଜା?” ଯୀଶୁ ଉତ୍ତର ଦେଲେ, “ତୁମେ ତ କହୁଛ।”
4
ତା’ପରେ ପିଲାତ ମୁଖ୍ୟ ଯାଜକ ଓ ଜନତାଙ୍କୁ କହିଲେ, “ଏ ଲୋକକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମୁଁ କୌଣସି କାରଣ ପାଉ ନାହିଁ।”
5
କିନ୍ତୁ ସେମାନେ ବାରମ୍ବାର ଜୋର୍ ଦେଇ କହିଲେ, “ତାହାର ଶିକ୍ଷା ଦ୍ୱାରା ସେ ସମଗ୍ର ଯିହୂଦାର ଲୋକମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି। ସେ ତାହା ଗାଲିଲୀରେ ଆରମ୍ଭ କଲା ଓ ବର୍ତ୍ତମାନ ଏଠାକୁ ଆସିଛି।”
6
ପିଲାତ ଏ କଥା ଶୁଣି ପଚାରିଲେ, “ଏ କ’ଣ ଜଣେ ଗାଲିଲୀୟ ଲୋକ?”
7
ଯୀଶୁ ହେରୋଦଙ୍କ ଦ୍ୱାରା ଶାସିତ ଗାଲିଲୀ ଅଞ୍ଚଳରୁ ଆସିଛନ୍ତି ବୋଲି ଜାଣି ପିଲାତ ତାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ। ହେରୋଦ ମଧ୍ୟ ସେହି ସମୟରେ ଯିରୂଶାଲମରେ ଥିଲେ।
8
ସେ ଯୀଶୁଙ୍କୁ ଦେଖି ଅତି ଆନନ୍ଦିତ ହେଲେ, କାରଣ ସେ ତାଙ୍କ ବିଷୟରେ ଶୁଣିଥିଲେ। ଯୀଶୁଙ୍କ କୌଣସି ଅଲୌକିକ କାର୍ଯ୍ୟ ଦେଖିବାକୁ ତାଙ୍କର ଆଶା ଥିଲା।
9
ତେଣୁ ହେରୋଦ ଯୀଶୁଙ୍କୁ ଅନେକ ପ୍ରଶ୍ନ ପଚାରିଲେ, କିନ୍ତୁ ଯୀଶୁ କୌଣସି ଉତ୍ତର ଦେଲେ ନାହିଁ।
10
ମୁଖ୍ୟ ଯାଜକ ଓ ଧର୍ମଗୁରୁମାନେ ଆଗେଇ ଆସି ଯୀଶୁଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗମାନ କଲେ।
11
ହେରୋଦ ଓ ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପରିହାସ କରି ତାତ୍ସଲ୍ୟ କଲେ। ତା’ପରେ ସେମାନେ ତାଙ୍କୁ ଚକଚକିଆ ବସ୍ତ୍ର ପିନ୍ଧାଇ ଆଉ ଥରେ ପିଲାତଙ୍କ ନିକଟକୁ ପଠାଇଦେଲେ।
12
ସେହି ଦିନ ହେରୋଦ ଓ ପିଲାତଙ୍କ ମଧ୍ୟରେ ବନ୍ଧୁତା ସ୍ଥାପିତ ହେଲା। ଏଥିପୂର୍ବରୁ ସେମାନେ ଶତ୍ରୁ ଥିଲେ।
13
ପିଲାତ ମୁଖ୍ୟ ଯାଜକ, ଧର୍ମନେତା ଓ ଲୋକମାନଙ୍କୁ ଏକତ୍ର ଡ଼ାକି ପଚାରିଲେ,
14
“ତୁମେ ଏହି ଲୋକକୁ ମୋ’ ନିକଟକୁ ଆଣିଛ ଓ ସେ ଜନତାକୁ ବିଭ୍ରାନ୍ତ କରୁଥିଲା ବୋଲି କହୁଛ। ମୁଁ ତାକୁ ପରୀକ୍ଷା କଲି; କିନ୍ତୁ ତୁମେ ଅଭିଯୋଗ କରିଥିବା କୌଣସି ଦୋଷ ତା’ଠାରେ ପାଉ ନାହିଁ।
15
ହେରୋଦ ମଧ୍ୟ ତା’ର କୌଣସି ଦୋଷ ପାଇ ନାହାନ୍ତି। ତେଣୁ ସେ ତାକୁ ମୋ’ ନିକଟକୁ ପଠାଇ ଦେଇଛନ୍ତି। ମୃତ୍ୟୁ ଦଣ୍ଡ ଭୋଗିବା ଭଳି ଏ ଲୋକ କୌଣସି ଦୋଷ କରି ନାହିଁ।
16
ତେଣୁ ମୁଁ ତାକୁ କୋରଡ଼ା ମାଡ଼ ଦେଇ ଛାଡ଼ି ଦେବି।”
17
(ପ୍ରତି ବର୍ଷ ନିସ୍ତାର ପର୍ବ ସମୟରେ ଇହୁଦୀ ଜାତିର ସମ୍ମାନାର୍ଥେ ଗୋଟିଏ ଇହୁଦୀ ବନ୍ଦୀକୁ ମୁକ୍ତ କରି ଦେବାକୁ ପଡ଼ୁଥିଲା।)
18
ସମଗ୍ର ଜନତା ଚିକ୍ରାର କରି କହିଲେ, “ତାକୁ ବଧ କର। ଆମ ପାଇଁ ବାରବ୍ବାକୁ ମୁକ୍ତ କର।”
19
(ବିଦ୍ରୋହ ଓ ନରହତ୍ୟା ଅଭିଯୋଗରେ ବାରବ୍ବାକୁ ବନ୍ଦୀ କରାଯାଇଥିଲା।)
20
ପିଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି ଲୋକମାନଙ୍କୁ ଆଉ ଥରେ ବୁଝାଇଲେ।
21
କିନ୍ତୁ ସେମାନେ ଚିକ୍ରାର କରି କହିଲେ, “ତାକୁ କ୍ରୁଶରେ ଚଢ଼ାଅ! ତାକୁ କ୍ରୁଶରେ ଚଢ଼ାଅ!”
22
ପିଲାତ ତୃତୀୟ ଥର ସେମାନଙ୍କୁ କହିଲେ, “କିନ୍ତୁ ସେ କି ଦୋଷ କରିଛି? ସେ ମୃତ୍ୟୁ ଭୋଗିବା ଭଳି କୌଣସି କାର୍ଯ୍ୟ କରିଥିବା ମୁଁ ଦେଖି ନାହିଁ। ମୁଁ ତାକୁ କୋରଡ଼ା ପ୍ରହାର କରି ଛାଡ଼ି ଦେବି।”
23
କିନ୍ତୁ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ସେମାନେ ଖୁବ୍ ଜୋର୍ରେ ଚିକ୍ରାର କଲେ, ଶେଷର ସେମାନଙ୍କ ଚିକ୍ରାରର ଜୟ ହେଲା।
24
ପିଲାତ ସେମାନଙ୍କ ଇଚ୍ଛାନୁଯାୟୀ ଯୀଶୁଙ୍କ ପ୍ରତି ମୃତ୍ୟୁ ଦଣ୍ଡାଦେଶ ଦେଲେ ଓ
25
ସେମାନଙ୍କ ଦାବୀ ପୂରଣ କରି ବିଦ୍ରୋହ ଓ ହତ୍ୟା ଅଭିଯୋଗରେ କାରାଗାରରେ ବନ୍ଦୀ ହୋଇଥିବା ଲୋକଟିକୁ ମୁକ୍ତ କରିଦେଲେ। ପୁଣି ଯୀଶୁଙ୍କୁ ଦଣ୍ଡ ଦେବା ପାଇଁ ସେମାନଙ୍କ ହାତରେ ସମର୍ପଣ କଲେ।
26
ସୈନ୍ୟମାନେ ଯୀଶୁଙ୍କୁ ନେଇଗଲେ। ସେମାନେ ଯିବା ସମୟରେ ଗ୍ରାମାଞ୍ଚଳରୁ ଆସୁଥିବା କୂରିଣୀୟ ଶିମୋନଙ୍କୁ ଭେଟିଲେ। ସେମାନେ ତାକୁ ଅଟକାଇ ତା’ ଉପରେ କ୍ରୁଶ ଲଦିଦେଲେ ଓ ଯୀଶୁଙ୍କ ପଛରେ ଯିବାକୁ ତାକୁ ବାଧ୍ୟ କଲେ।
27
ଏକ ବିରାଟ ଜନତା ମଧ୍ୟ ତାଙ୍କ ପଛେ ପଛେ ଗଲେ; ସେମାନଙ୍କ ମଧ୍ୟରେ ଥିବା କେତେ ଜଣ ସ୍ତ୍ରୀ ଲୋକ ଯୀଶୁଙ୍କ ପାଇଁ କ୍ରନ୍ଦନ ଓ ବିଳାପ କରୁଥିଲେ।
28
ଯୀଶୁ ବୁଲିପଡ଼ି ସେମାନଙ୍କୁ କହିଲେ, “ହେ ଯିରୂଶାଲମର କନ୍ୟାମାନେ, ମୋ’ ପାଇଁ କାନ୍ଦ ନାହିଁ, କିନ୍ତୁ ତୁମ ନିଜ ପାଇଁ ଓ ତୁମର ସନ୍ତାନମାନଙ୍କ ପାଇଁ କାନ୍ଦ।
29
କାରଣ ଏପରି ଦିନସବୁ ଆସୁଛି, ଯେତେବେଳେ ଲୋକମାନେ କହିବେ, ‘ଯେଉଁ ସ୍ତ୍ରୀମାନେ ବନ୍ଧ୍ୟା, ଯେଉଁମାନେ ସନ୍ତାନ ପ୍ରସବ କରି ନାହାନ୍ତି, ସେମାନେ କେଡ଼େ ଭାଗ୍ୟବତୀ।’
30
ସେହି ସମୟରେ ଲୋକମାନେ ପର୍ବତମାନଙ୍କୁ କହିବେ, ‘ଆମ ଉପରେ ମାଡ଼ି ପଡ଼। ପର୍ବତମାନଙ୍କୁ କହିବେ, ‘ଆମକୁ ଲୁଚାଅ।’
31
କାରଣ ବୃକ୍ଷ ସତେଜ ଥିବା ସମୟରେ ଯଦି ଏହିପରି ଘଟଣାସବୁ ଘଟେ, ତାହା ଶୁଷ୍କ ହୋଇଗଲେ କ’ଣ ନ ହେବ?”
32
ଆଉ ଦୁଇ ଜଣ ଅପରାଧୀଙ୍କୁ ମଧ୍ୟ ଯୀଶୁଙ୍କ ସହିତ ମୃତ୍ୟୁ ଦଣ୍ଡ ଭୋଗ କରିବା ପାଇଁ ନିଆଗଲା।
33
ସେମାନେ ସମସ୍ତେ ‘ଖପୁରି ସ୍ଥାନ’ ନାମକ ସ୍ଥାନରେ ପହଞ୍ଚିବା ପରେ ଯୀଶୁଙ୍କୁ ସେଠାରେ କ୍ରୁଶବିଦ୍ଧ କରାଗଲା ଏବଂ ଦୁଇ ଜଣ ଅପରାଧୀମାନଙ୍କ ମଧ୍ୟରୁ ଜଣକୁ ତାଙ୍କର ଡ଼ାହାଣ ପାଖରେ ଓ ଅନ୍ୟ ଜଣକୁ ତାଙ୍କର ବାମ ପାଖରେ କ୍ରୁଶବିଦ୍ଧ କରାଗଲା।
34
ଯୀଶୁ କହିଲେ, “ପିତା! ସେମାନଙ୍କୁ କ୍ଷମା କର, କାରଣ ସେମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ।” ସେମାନେ ଗୁଳି ବାଣ୍ଟ କରି ତାଙ୍କର ପୋଷାକ ଭାଗ କଲେ।
35
ଲୋକମାନେ ସେଠାରେ ଏସବୁ ଦେଖୁଥିଲେ। ଇହୁଦୀ ନେତାମାନେ ବିଦ୍ରୂପ କରି କହିଲେ, “ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲା। ଯଦି ସେ ଈଶ୍ୱରଙ୍କର ମନୋନୀତ ମସୀହ, ତେବେ ସେ ନିଜକୁ ରକ୍ଷା କରୁ।”
36
ସୈନ୍ୟମାନେ ମଧ୍ୟ ତାଙ୍କୁ ପରିହାସ କଲେ। ସେମାନେ ତାଙ୍କ ପାଖକୁ ଆସି ତାଙ୍କୁ ଅମ୍ଲରସ ଯାଚି କହିଲେ,
37
“ତୁମେ ଯଦି ଇହୁଦୀମାନଙ୍କ ରାଜା, ତେବେ ନିଜକୁ ରକ୍ଷା କର।”
38
ତାଙ୍କ ମସ୍ତକର ଉଦ୍ଧ୍ୱର୍ରେ ଏକ ବିଜ୍ଞପ୍ତି ଝୁଲେଇ ଦିଆଯାଇଥିଲା। ସେଥିରେ ଲେଖାଯାଇଥିଲା। “ଏ ଇହୁଦୀମାନଙ୍କ ରାଜା।”
39
କ୍ରୁଶରେ ଟଙ୍ଗା ହୋଇଥିବା ଅପରାଧିମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଅପମାନ ଦେଇ କହିଲା: "ତୁମେ କ'ଣ ମସୀହ ନୁହଁ? ନିଜକୁ ଓ ଆମକୁ ରକ୍ଷା କର।”
40
କିନ୍ତୁ ଅନ୍ୟ ଜଣକ ତାକୁ ଅନୁଯୋଗ କରି କହିଲା, “ତୁ କ’ଣ ଈଶ୍ୱରଙ୍କୁ ଭୟ କରୁ ନାହୁଁ? ସେ ଯେଉଁ ଦଣ୍ଡ ପାଇଛନ୍ତି, ତୁ ମଧ୍ୟ ଠିକ୍ ସେହି ଦଣ୍ଡ ଭୋଗୁଛୁ।
41
ଅବଶ୍ୟ ଆମ ପକ୍ଷେ ଏହା ଯଥାର୍ଥ, କାରଣ ଆମେ ଯାହା କରିଅଛୁ, ତାହାର ସମୁଚିତ ଦଣ୍ଡ ଭୋଗୁଛୁ; କିନ୍ତୁ ସେ କୌଣସି ଦୋଷ କରି ନାହାନ୍ତି।”
42
ପୁଣି ସେ ଯୀଶୁଙ୍କୁ କହିଲା, “ଯୀଶୁ, ଆପଣ ଯେତେବେଳେ ନିଜ ରାଜ୍ୟରେ ପ୍ରବେଶ କରିବେ, ଦୟା କରି ମୋତେ ସ୍ମରଣ କରିବେ।”
43
ଯୀଶୁ ତାକୁ କହିଲେ, “ମୁଁ ତୁମକୁ ନିଶ୍ଚିତଭାବେ କହୁଛି, ଆଜି ତୁମେ ମୋ’ ସଙ୍ଗେ ସ୍ୱର୍ଗୋଦ୍ୟାନରେ ପ୍ରବେଶ କରିବ।”
44
ପ୍ରାୟ ମଧ୍ୟାହ୍ନ ବାର ଘଣ୍ଟା ସମୟରେ ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ସମଗ୍ର ଦେଶରେ ଅପରାହ୍ନ ତିନି ଘଣ୍ଟା ପର୍ଯ୍ୟନ୍ତ ଅନ୍ଧକାର ଘୋଟିଗଲା
45
ଏବଂ ମନ୍ଦିରରେ ଝୁଲୁଥିବା ବିଚ୍ଛେଦ ପରଦା ଚିରି ଦୁଇ ଖଣ୍ଡ ହୋଇଗଲା।
46
ଯୀଶୁ ଉଚ୍ଚ ସ୍ୱରରେ ଚିକ୍ରାର କରି କହିଲେ, “ପିତା! ତୁମ ହାତରେ ମୁଁ ମୋର ଆତ୍ମାକୁ ସମର୍ପଣ କରୁଛି!” ସେ ଏହା କହି ପ୍ରାଣ ତ୍ୟାଗ କଲେ।
47
ସେନାଧ୍ୟକ୍ଷ ଏହି ଘଟଣା ଦେଖି ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “ପ୍ରକୃତରେ ଏ ଜଣେ ମହାଧାର୍ମିକ ବ୍ୟକ୍ତି ଥିଲେ।”
48
ସେଠାରେ ରୁଣ୍ଡ ହୋଇଥିବା ଲୋକମାନେ ସମସ୍ତେ ଏହି ଘଟଣା ଦେଖି ଦୁଃଖାଭିଭୂତ ହେଲେ ଓ ବକ୍ଷାଘାତ କରି ଗୃହକୁ ଫେରିଗଲେ।
49
ଗାଲିଲୀରୁ ଯୀଶୁଙ୍କର ଅନୁଗମନ କରୁଥିବା ସ୍ତ୍ରୀ ଲୋକମାନେ ଓ ତାଙ୍କ ପରିଚିତ ଅନ୍ୟ ସମସ୍ତେ ଅଳ୍ପ ଦୂରରେ ଠିଆ ହୋଇ ଏସବୁ ଦେଖୁଥିଲେ।
50
ଯିହୂଦାର ଅରିମଥୀୟ ନାମକ ଗ୍ରାମର ଯୋସେଫ ବୋଲି ଜଣେ ଲୋକ ଥିଲେ। ସେ ଜଣେ ଧାର୍ମିକ ଓ ସମ୍ମାନାସ୍ପଦ ଲୋକ ଥିଲେ ଏବଂ ଈଶ୍ୱରଙ୍କ ରାଜ୍ୟର ଆଗମନକୁ ଅପେକ୍ଷା କରୁଥିଲେ। ମହାସଭାର ଜଣେ ସଭ୍ୟ ଥିଲେ ସୁଦ୍ଧା, ସେ ସେମାନଙ୍କର ନିଷ୍ପତ୍ତି ଓ କାର୍ଯ୍ୟ ସହିତ ଏକମତ ନ ଥିଲେ।
52
ସେ ପିଲାତଙ୍କ ସମ୍ମୁଖକୁ ଯାଇ ଯୀଶୁଙ୍କର ମୃତ ଶରୀର ମାଗିଲେ।
53
ତା’ପରେ ଯୀଶୁଙ୍କ ଶରୀରକୁ ଓହ୍ଲାଇ ଆଣି ଗୋଟିଏ ସୂକ୍ଷ୍ମ ଚାଦରରେ ଗୁଡ଼ାଇଦେଲେ ଏବଂ ପାହାଡ଼ରେ ଖୋଳାଯାଇଥିବା ଏକ ଅବ୍ୟବହୃତ ସମାଧି ମଧ୍ୟରେ ତାକୁ ରଖିଲେ।
54
ସେଦିନ ଶୁକ୍ରବାର ଥିଲା, ବିଶ୍ରାମବାରର ଆରମ୍ଭ ସମୟ।
55
ଯୀଶୁଙ୍କୁ ଅନୁଗମନ କରିଥିବା ଗାଲିଲୀର ସ୍ତ୍ରୀ ଲୋକମାନେ ଯୋସେଫଙ୍କ ସହିତ ସମାଧିକୁ ଯାଇ ଯୀଶୁଙ୍କ ଶୀରରକୁ ସେଥିରେ କିପରି ରଖାଗଲା, ତାହା ଦେଖିଲେ।
56
ତା’ପରେ ସେମାନେ ଘରକୁ ଫେରିଯଇ ମୃତ ଦେହରେ ମଖାଇବା ପାଇଁ ସୁଗନ୍ଧ ଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ। କିନ୍ତୁ ବ୍ୟବସ୍ଥା ଅନୁସାରେ ସେହି ଦିନ ବିଶ୍ରାମବାର ଥିବାରୁ ସେମାନେ ବିଶ୍ରାମ କଲେ।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24