bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 15
Luke 15
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 16 →
1
ଦିନେ କରଆଦାୟକାରୀ ଓ ଅନ୍ୟ ସମାଜଚ୍ୟୁତ ଲୋକମାନେ ଯୀଶୁଙ୍କ କଥା ଶୁଣିବାକୁ ଆସିଲେ।
2
ଫାରୁଶୀ ଓ ଧର୍ମଗୁରୁମାନେ ଆପତ୍ତି କରି କହିଲେ, “ଏହି ବ୍ୟକ୍ତି ସମାଜଚ୍ୟୁତ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି, ଏପରିକି ସେମାନଙ୍କ ସଙ୍ଗେ ଭୋଜନ କରୁଛନ୍ତି!”
3
ଏ ସମ୍ପର୍କରେ ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ:
4
“ମନେକର, ତୁମ୍ଭମାନଙ୍କ ମଧ୍ୟରୁ ଜଣକର ଶହେଟି ମେଣ୍ଢା ଅଛି ଏବଂ ସେଥିରୁ ଗୋଟିଏ ହଜିଗଲା - ତେବେ ସେ କ’ଣ କରେ? ସେ ଅନ୍ୟ ଅନେଶ୍ୱତ ମେଣ୍ଢାଙ୍କୁ ପଡ଼ିଆରେ ଛାଡ଼ି, ହଜିଥିବା ମେଣ୍ଢାଟି ପାଇବା ପର୍ଯ୍ୟନ୍ତ ଖୋଜିବାକୁ ଯାଏ।
5
ସେ ତାକୁ ପାଇଲେ ଏତେ ଆନନ୍ଦିତ ହୁଏ ଯେ ତାକୁ କାନ୍ଧରେ ବସାଇ ଘରକୁ ବୋହି ଆଣେ।
6
ତା’ପରେ ସେ ସାଙ୍ଗସାଥୀ ଓ ପଡ଼ୋଶୀମାନଙ୍କୁ ଡ଼ାକି କହେ, ‘କେଡ଼େ ଖୁସିର କଥା, ମୁଁ ହଜି ଯାଇଥିବା ମେଣ୍ଢାଟି ପାଇଛି। ଆସ, ଆମୋଦ ପ୍ରମୋଦ କରିବା!’
7
ମୁଁ ତୁମ୍ଭମାନଙ୍କୁ କହୁଛି, ସେହିପରି ଅନୁତାପ ଆବଶ୍ୟକ କରୁ ନ ଥିବା ଅନେଶ୍ୱତ ଧାର୍ମିକ ଲୋକମାନଙ୍କ ଅପେକ୍ଷା ଜଣେ ପାପୀ ମନ ଫେରାଇଲେ, ଈଶ୍ୱର ଅଧିକ ଆନନ୍ଦିତ ହେବେ।
8
“ମନେକର, ଜଣେ ସ୍ତ୍ରୀ ଲୋକର ଦଶଟି ରୌପ୍ୟ ମୁଦ୍ରା ଅଛି। ସେଥିରୁ ଗୋଟିଏ ହଜିଗଲା। ତେବେ ସେ କ’ଣ କରିବ? ସେ ଦୀପ ଜାଳି ଘର ଓଳାଇବ, ମୁଦ୍ରାଟି ପାଇଲା ପର୍ଯ୍ୟନ୍ତ ଚାରିଆଡ଼େ ଯତ୍ନ ସହକାରେ ଖୋଜିବ।
9
ମୁଦ୍ରାଟିକୁ ପାଇଲେ, ତା’ର ସାଙ୍ଗସାଥୀ ଓ ପଡ଼ୋଶୀମାନଙ୍କୁ ଡ଼ାକି କହିବ, ‘କେଡ଼େ ଖୁସିର କଥା! ହଜିଥିବା ମୁଦ୍ରାଟି ପାଇଲି, ଆସ ଆନନ୍ଦ କରିବା!’
10
ମୁଁ ତୁମ୍ଭମାନଙ୍କୁ କହୁଛି, ସେହି ପ୍ରକାରେ ଜଣେ ପାପୀ ଅନୁତାପ କଲେ, ସ୍ୱର୍ଗଦୂତମାନେ ମଧ୍ୟ ଆନନ୍ଦ କରନ୍ତି।”
11
ଯୀଶୁ କହିଲେ, “ଜଣେ ଲୋକର ଦୁଇଟି ପୁଅ ଥିଲେ।
12
ସାନ ପୁଅ ବାପାଙ୍କୁ କହିଲା, ‘ବାପା, ମୋ’ ଭାଗ ସମ୍ପତ୍ତି ମୋତେ ଦେଇଦିଅ।’ ତେଣୁ ସେ ଲୋକ ଦୁଇ ପୁଅଙ୍କ ମଧ୍ୟରେ ସମ୍ପତ୍ତି ବାଣ୍ଟି ଦେଲେ।
13
କିଛି ଦିନ ପରେ ସାନ ପୁଅ ତା’ ସମ୍ପତ୍ତିର ଅଂଶ ବିକ୍ରୀ କଲା ଏବଂ ଟଙ୍କା ନେଇ ଘର ଛାଡ଼ି ଦୂର ଦେଶକୁ ଚାଲିଗଲା। ଭ୍ରଷ୍ଟାଚାରୀ ହୋଇ ଟଙ୍କା ଅପବ୍ୟୟ କଲା।
14
କାଳକ୍ରମେ ତା’ର ଟଙ୍କା ସବୁ ଶେଷ ହୋଇଗଲା। ସେହି ସମୟରେ ଦେଶରେ ଦୁର୍ଭିକ୍ଷ ପଡ଼ିଲା ଏବଂ ସେ ଘୋର ଅଭାବର ସମ୍ମୁଖୀନ ହେଲା।
15
ତେଣୁ ସେ ସେଠାକାର ଜଣକ ଘରେ କାମ କଲା। ସେ ତାକୁ ଘୁଷୁରି ଜଗିବାକୁ କ୍ଷେତକୁ ପଠାଇଲା।
16
ଘୁଷୁରିମାନେ ଖାଉଥିବା ଶିମ୍ବ ଖାଇ ସେ ପେଟ ପୂରାଇବାକୁ ଇଚ୍ଛା କଲା, କିନ୍ତୁ କେହିହେଲେ ତାକୁ କିଛି ଖାଇବାକୁ ଦେଲେ ନାହିଁ।
17
ଶେଷରେ ତା’ର ଚେତନା ପଶିଲା ଓ ସେ ଭାବିଲା, ‘ମୋ’ ବାପାଙ୍କ ମୂଲିଆମାନେ ଯଥେଷ୍ଟ ଖାଇ ସାରିବା ପରେ ଖାଦ୍ୟ ବଳି ପଡ଼ୁଛି, ଅଥଚ ମୁଁ ଏଠାରେ ଭୋକରେ ମରୁଛି!
18
ମୁଁ ବାପାଙ୍କ ନିକଟକୁ ଯିବି ଓ କହିବି, ବାପା, ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଦୋଷ କରିଛି।
19
ମୁଁ ଆଉ ତୁମର ପୁଅ ହେବାର ଯୋଗ୍ୟ ନୁହେଁ, ମୋତେ ତୁମର ଜଣେ ମୂଲିଆ କରି ରଖ।’
20
ସେ ବାପାଙ୍କ ପାଖକୁ ଫେରିଗଲା। “ତା’ ଘରଠାରୁ କିଛି ଦୂରରେ ଥିବା ସମୟରେ ବାପା ତାକୁ ଦେଖିପାରି ଦୟାରେ ବିଗଳିତ ହେଲେ ଓ ସେ ଦୌଡ଼ିଯାଇ ପୁଅକୁ ଆଲିଙ୍ଗନ କରି ଚୁମ୍ବନ ଦେଲେ।
21
ପୁଅ କହିଲା, ‘ବାପା, ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ ବିରୁଦ୍ଧରେ ଦୋଷ କରିଛି। ମୁଁ ଆଉ ତୁମ ପୁଅ ହେବାର ଯୋଗ୍ୟ ନୁହେଁ।’
22
କିନ୍ତୁ ବାପା ତାଙ୍କର ଦାସମାନଙ୍କୁ ଡ଼ାକି କହିଲେ, ‘ଶୀଘ୍ର ଯାଅ। ସବୁଠାରୁ ଭଲ ଲୁଗା ଆଣି ତାକୁ ପିନ୍ଧାଅ। ତା’ର ଆଙ୍ଗୁଠିରେ ମୁଦି ଓ ପାଦରେ ଯୋତା ପିନ୍ଧାଅ।
23
ଗୋଟିଏ ହୃଷ୍ଟପୁଷ୍ଟ ବାଛୁରୀ ମାରି ଭୋଜିର ଆୟୋଜନ କର। ଆମେ ଆନନ୍ଦ କରିବା।
24
କାରଣ ମୋର ଏହି ପୁଅଟି ମରିଯାଇ ଥିଲା, ଏବେ ବଞ୍ଚି ଉଠିଛି। ସେ ହଜି ଯାଇଥିଲା, ଏବେ ମିଳିଛି।’ ତାଙ୍କ କହିବା ଅନୁସାରେ ଆନନ୍ଦ ଉତ୍ସବ ଆରମ୍ଭ ହେଲା।
25
“ସେହି ସମୟରେ ବଡ଼ ପୁଅ କ୍ଷେତରେ ଥିଲା। ସେ ଫେରିବାବେଳେ ତା’ର ଘର ପାଖରେ ପହଞ୍ଚି ନୃତ୍ୟବାଦ୍ୟର ଶବ୍ଦ ଶୁଣି ପାରିଲା।
26
ସେ ଜଣେ ଦାସକୁ ଡ଼ାକି ପଚାରିଲା, ‘ଏସବୁ କ’ଣ ଚାଲିଛି?’
27
ଚାକରଟି କହିଲା, ‘ଆପଣଙ୍କ ସାନ ଭାଇ ଘରକୁ ଫେରି ଆସିଛନ୍ତି। ସେ କୁଶଳରେ ଘରକୁ ଫେରି ଥିବାରୁ ଆପଣଙ୍କ ବାପା ହୃଷ୍ଟପୁଷ୍ଟ ବାଛୁରୀ ମାରିଛନ୍ତି।’
28
“ବଡ଼ ପୁଅ ଅତିଶୟ ରାଗିଯାଇ ଘର ଭିତରକୁ ଗଲା ନାହିଁ, ବାପା ଆସି ଘର ଭିତରକୁ ଯିବା ପାଇଁ ତାକୁ ଅନୁରୋଧ କଲେ।
29
କିନ୍ତୁ ସେ ବାପାଙ୍କୁ ଉତ୍ତର ଦେଲା, ‘ଦେଖ, ବର୍ଷ ବର୍ଷ ଧରି ମୁଁ ତୁମର କ୍ରୀତଦାସ ବରି କାର୍ଯ୍ୟ କରୁଛି ଓ କେବେହେଲେ ତୁମର ଆଦେଶ ଅମାନ୍ୟ କରି ନାହିଁ। ତୁମେ ମୋତେ କ’ଣ ଦେଇଛ? ମୋର ବନ୍ଧୁମାନଙ୍କ ସହିତ ଭୋଜି କରିବା ପାଇଁ ମୋତେ ଛେଳିଟିଏ ସୁଦ୍ଧା ଦେଇ ନାହିଁ।
30
କିନ୍ତୁ ଯେଉଁ ପୁଅ ତୁମର ସମସ୍ତ ସମ୍ପତ୍ତି ବେଶ୍ୟାମାନଙ୍କ ପଛରେ ଉଡ଼ାଇଲା, ସେ ଘରକୁ ଫେରି ଆସିବାରୁ ତୁମେ ତା’ ପାଇଁ ହୃଷ୍ଟପୁଷ୍ଟ ବାଛୁରୀ ମାରିଛ!’ ବାପା ବୁଝାଇ କହିଲେ,
31
‘ପୁଅରେ, ତୁ ତ ସବୁବେଳେ ମୋକ୍ଷ ସହିତ ଏଠାରେ ରହୁଛୁ ଏବଂ ମୋର ଯାହା ଅଛି, ସେସବୁ ତୋର।
32
ତୋ’ ଭାଇଟି ମରି ଯାଇଥିଲା, କିନ୍ତୁ ଏବେ ବଞ୍ଚିଲା। ସେ ହଜି ଯାଇଥିଲା, ଏବେ ମିଳିଲା। ଏଥିପାଇଁ ଆମେ ଆନନ୍ଦ ଉତ୍ସବ କରୁଛୁ’।”
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24