bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 9
Luke 9
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 10 →
1
ଯୀଶୁ ବାର ଶିଷ୍ୟଙ୍କୁ ଏକତ୍ର ଡ଼ାକିଲେ ଏବଂ ସେମାନଙ୍କୁ ଭୂତ ଛଡ଼ାଇବା ଓ ରୋଗ ସୁସ୍ଥ କରିବା ପାଇଁ ଶକ୍ତି ଓ କ୍ଷମତା ଦେଲେ।
2
ତା’ପରେ ସେ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରିବାକୁ ଓ ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ପଠାଇଲେ
3
ଏବଂ ସେମାନଙ୍କୁ ଏହି କଥା କହିଲେ, “ଯାତ୍ରା ନିମନ୍ତେ ତୁମ ସହିତ କିଛି ନିଅ ନାହିଁ, ବାଡ଼ି, ଝୋଲି, ଖାଦ୍ୟ, ଟଙ୍କା ଏପରିକି ଅଧିକା ଖଣ୍ଡିଏ ଅଙ୍ଗରଖା ମଧ୍ୟ ନିଅ ନାହିଁ।
4
ଯେଉଁଠାରେ ତୁମକୁ ସ୍ୱାଗତ କରାଯିବ, ସେହି ସହର ନ ଛାଡ଼ିବା ପର୍ଯ୍ୟନ୍ତ ସେହି ଘରେ ରୁହ।
5
ଯେଉଁଠାରେ ଲୋକମାନେ ତୁମକୁ ସ୍ୱାଗତ ନ ଜଣାନ୍ତି, ସେହି ସହର ପରିତ୍ୟାଗ କର ଓ ସେମାନଙ୍କ ପ୍ରତି ଚେତାବଦୀ ସ୍ୱରୂପେ ତୁମ ପାଦର ଧୂଳି ଝାଡ଼ିଦିଅ।”
6
ଶିଷ୍ୟମାନେ ପ୍ରସ୍ଥାନ କଲେ! ଗ୍ରାମେ ଗ୍ରାମେ ଭ୍ରମଣ କରି ଶୁଭବାର୍ତ୍ତା ପ୍ରଚାର କଲେ ଓ ଲୋକମାନଙ୍କୁ ସୁସ୍ଥ କଲେ।
7
ଗାଲିଲୀର ଶାସନକର୍ତ୍ତା ହେରୋଦ ଏ ସମସ୍ତ ଘଟଣା ଶୁଣି ଅତ୍ୟନ୍ତ ବିଚଳିତ ହେଲେ, କାରଣ ଦୀକ୍ଷାଦାତା ଯୋହନ ପୁଣି ଜୀବନ ପାଇଛନ୍ତି ବୋଲି କେତେକ କହୁଥିଲେ।
8
ଅନ୍ୟମାନେ ଏଲିୟ ଆବିର୍ଭୂତ ହୋଇଛନ୍ତି ବୋଲି ଏବଂ ଆହୁରି କେତେକ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ଜୀବିତ ହୋଇଛନ୍ତି ବୋଲି କହୁଥିଲେ।
9
ହେରୋଦ ଭାବିଲେ, “ମୁଁ ଯୋହନର ମୁଣ୍ଡ କଟାଇଛି, କିନ୍ତୁ ଏ ଲୋକଟି କିଏ, ଯାହା ବିଷୟରେ ମୁଁ ଏସବୁ ଶୁଣୁଛି?” ତେଣୁ ସେ ଯୀଶୁଙ୍କୁ ଦେଖିବାକୁ ଚେଷ୍ଟା କଲେ।
10
ପ୍ରେରିତ ଶିଷ୍ୟମାନେ ଫେରି ଆସିଲେ ଓ ସେମାନେ ଯାହା ଯାହା କରିଥିଲେ, ସବୁ ଯୀଶୁଙ୍କୁ ଜଣାଇଲେ। ସେ ସେମାନଙ୍କୁ ସଙ୍ଗରେ ନେଇ ବେଥ୍ସାଇଦା ନାମକ ଏକ ସହରକୁ ଗଲେ।
11
କିନ୍ତୁ ଯେତେବେଳେ ଜନତା ଏ ବିଷୟରେ ଶୁଣିଲେ, ସେମାନେ ତାଙ୍କ ପଛରେ ଗଲେ। ସେ ସେମାନଙ୍କୁ ସ୍ୱାଗତ ଜଣାଇଲେ, ଈଶ୍ୱରଙ୍କ ରାଜ୍ୟ ବିଷୟରେ ସେମାନଙ୍କୁ କହିଲେ ଓ ଯେଉଁମାନଙ୍କ ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ।
12
ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ବାର ଶିଷ୍ୟ ତାଙ୍କ ନିକଟକୁ ଆସି କହିଲେ, “ଲୋକମାନଙ୍କୁ ପଠାଇ ଦିଅନ୍ତୁ, ଯେପରି ସେମାନେ ସେ ପାଖରେ ଥିବା ଗ୍ରାମ ଓ ପଲ୍ଲୀ ଅଞ୍ଚଳକୁ ଯାଇ ଖାଇବା ଓ ରହିବା ବ୍ୟବସ୍ଥା କରିବେ, କାରଣ ଏହା ଏକ ନିର୍ଜ୍ଜନ ସ୍ଥାନ।”
13
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନିଜେ ସେମାନଙ୍କୁ କିଛି ଖାଇବାକୁ ଦିଅ।” ସେମାନେ ଉତ୍ତର ଦେଲେ, “ଆମ ପାଖରେ କେବଳ ପାଞ୍ଚଟି ରୋଟି ଓ ଦୁଇଟି ମାଛ ଅଛି। ଆମେ ଯାଇ ଏତେ ଲୋକଙ୍କ ପାଇଁ ଖାଦ୍ୟ କିଣିବା, ଏହା କ’ଣ ଆପଣଙ୍କ ଇଚ୍ଛା?”
14
(ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ) ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, “ଏହି ଲୋକମାନଙ୍କୁ ଦଳ ଦଳ କରି ପ୍ରତି ଦଳରେ ପଚାଶ ଜଣଙ୍କୁ ବସାଅ।”
15
ଶିଷ୍ୟମାନେ ସେହିପରି କରିବା ପରେ
16
ଯୀଶୁ ପାଞ୍ଚ ରୋଟି ଓ ଦୁଇଟି ମାଛ ନେଲେ ଓ ଉଦ୍ଧ୍ୱର୍କୁ ଦୃଷ୍ଟିପାତ କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା’ପରେ ସେଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ପାଇଁ ଶିଷ୍ୟମାନଙ୍କୁ ଦେଲେ।
17
ସେମାନେ ସମସ୍ତେ ଖାଇ ତୃପ୍ତ ହେଲେ ଓ ଶିଷ୍ୟମାନେ ବାର ଟୋକେଇ ବଳକା ଖାଦ୍ୟ ସଂଗ୍ରହ କଲେ।
18
ଦିନେ ଯୀଶୁ ଏକାକୀ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାଙ୍କ ପାଖକୁ ଆସିଲେ। ସେ ସେମାନଙ୍କୁ ପଚାରିଲେ, “ମୁଁ କିଏ, ଏ ବିଷୟରେ ଲୋକମାନେ କ’ଣ କହନ୍ତି?”
19
ସେମାନେ ଉତ୍ତର ଦେଲେ, “କେହି କେହି କହନ୍ତି, ଆପଣ ଦ୍ରାକ୍ଷାଲତା ଯୋହନ; ଅନ୍ୟମାନେ କହନ୍ତି, ଆପଣ ଏଲିୟ; ଆଉ ଅନ୍ୟମାନେ କହନ୍ତି ଯେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ଜୀବନ ଲାଭ କରିଛନ୍ତି।”
20
ସେ ସେମାନଙ୍କୁ ପଚାରିଲେ, “ତୁମେ କ’ଣ ଭାବୁଛ? ମୁଁ କିଏ ବୋଲି ତୁମେ କ’ର କହୁଛ?” ପିତର ଉତ୍ତର ଦେଲେ, “ଆପଣ ଈଶ୍ୱରଙ୍କଠାରୁ ଆଗତ ମସୀହ।”
21
ତା’ପରେ ଯୀଶୁ ଏହି କଥା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଆଦେଶ ଦେଲେ।
22
ପୁଣି ସେ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ବହୁତ ଦୁଃଖ ଭୋଗ କରିବେ ଓ ଇହୁଦୀ ନେତା, ମୁଖ୍ୟଯାଜକ ଓ ଧର୍ମଗୁରୁମାନଙ୍କ ଦ୍ୱାରା ପରିତ୍ୟକ୍ତ ହେବେ। ସେ ମୃତ୍ୟୁ ଭୋଗ କରିବେ, କିନ୍ତୁ ତୃତୀୟ ଦିବସରେ ସେ ଜୀବିତ ହୋଇ ଉଠିବେ।”
23
ଆଉ ସେ ସମସ୍ତଙ୍କୁ କହିଲେ, “ଯଦି କେହି ମୋର ଅନୁଗାମୀ ହେବାକୁ ଚାହେଁ, ସେ ନିଜକୁ ଭୁଲି ଯାଉ, ପ୍ରତିଦିନ ନିଜର କ୍ରୁଶ ବହନ କରି ମୋହର ଅନୁଗମନ କରୁ,
24
କାରଣ ଯେ ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ, କିନ୍ତୁ ଯେ କେହି ମୋ’ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ରକ୍ଷା କରିବ।
25
ଯଦି ଜଣେ ଲୋକ ସମଗ୍ର ଜଗତ ଲାଭ କରେ, କିନ୍ତୁ ନିଜେ ହିଜିଯାଏ ଅବା ବିନଷ୍ଟ ହୁଏ, ତେବେ ତା’ର କି ଲାଭ?
26
ଯଦି ଜଣେ ଲୋକ ମୋ’ ବିଷୟରେ ଓ ମୋର ଶିକ୍ଷା ବିଷୟରେ ଲଜ୍ଜିତ ହୁଏ, ତେବେ ମନୁଷ୍ୟପୁତ୍ର ଯେତେବେଳେ ମହିମାନ୍ୱିତ ହୋଇ, ପିତା ଓ ପବିତ୍ର ସ୍ୱର୍ଗଦୂତଗଣଙ୍କ ଗୌରବରେ ଆସିବେ, ସେତେବେଳେ ସେ ମଧ୍ୟ ତା’ ବିଷୟରେ ଲଜ୍ଜିତ ହେବେ।
27
ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି ଯେ, ଈଶ୍ୱରଙ୍କ ରାଜ୍ୟ ଦେଖିବା ପର୍ଯ୍ୟନ୍ତ ଏଠାରେ ଥିବା ଲୋକମାନଙ୍କ ମଧ୍ୟରୁ କେତେକ ମୃତ୍ୟୁ ଭୋଗ କରିବେ ନାହିଁ।”
28
ଏସବୁ କହିବାର ପ୍ରାୟ ଏକ ସପ୍ତାହ ପରେ ଯୀଶୁ ପିତର, ଯୋହନ ଓ ଯାକୁବଙ୍କୁ ସଙ୍ଗରେ ନେଇ ପ୍ରାର୍ଥନା କରିବାକୁ ଏକ ପାହାଡ଼ ଉପରକୁ ଗଲେ।
29
ସେ ପ୍ରାର୍ଥନା କରୁଥିବାବେଳେ, ତାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଓ ତାଙ୍କର ବସ୍ତ୍ର ଉଜ୍ଜ୍ୱଳ ଓ ଶୁଭ୍ର ହେଲା।
30
ହଠାତ୍ ଦୁଇ ଜଣ ବ୍ୟକ୍ତି ସେଠାରେ ତାଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖାଗଲା। ସେମାନେ ଥିଲେ ମୋଶା ଓ ଏଲିୟ।
31
ସେମାନେ ସ୍ୱର୍ଗୀୟ ଗୌରବରେ ପରିପୂର୍ଣ୍ଣ ଥିଲେ। ଯିରୂଶାଲମରେ ମୃତ୍ୟୁ ଭୋଗ କରିବା ଦ୍ୱାରା ଯୀଶୁ କିପରି ଶୀଘ୍ର ପିତାଙ୍କ ଇଚ୍ଛା ପୂର୍ଣ୍ଣ କରିବେ, ସେ ବିଷୟରେ ସେମାନେ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ।
32
ସେତେବେଳେ ପିତର ଓ ତାଙ୍କ ସଙ୍ଗୀମାନେ ଗାଢ଼ ନିଦ୍ରା ଯାଇଥିଲେ; କିନ୍ତୁ ସେମାନେ ଚେଇଁ ଉଠି ଯୀଶୁଙ୍କର ଗୌରବୋଜ୍ଜ୍ୱଳ ରୂପାନ୍ତର ଓ ତାଙ୍କ ସହିତ ଠିଆ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ଦେଖିଲେ।
33
ସେହି ବ୍ୟକ୍ତିମାନେ ଯୀଶୁଙ୍କଠାରୁ ବିଦାୟ ନେବା ସମୟରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଆମେ ଯେ ଏଠାରେ ଅଛୁ, ଏହା କେଡ଼େ ସୌଭାଗ୍ୟର କଥା! ଆମେ ଏଠାରେ ତିନୋଟି ତମ୍ବୁ ପକାଇବା, ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଆଉ ଗୋଟିଏ ଏଲିୟଙ୍କ ପାଇଁ।” (ସେ କ’ଣ କହୁଥିଲେ, ତାହା ସେ ପ୍ରକୃତରେ ଜାଣି ନ ଥିଲେ।)
34
ସେ ଏହିପରି କହୁଥିବା ସମୟରେ, ଖଣ୍ଡିଏ ମେଘ ଭାସି ଆସି ତା’ର ଛାୟାରେ ସେମାନଙ୍କୁ ଆଚ୍ଛାଦନ କଲା। ଶିଷ୍ୟମାନେ ଭୟଭୀତ ହେଲେ
35
ଓ ମେଘ ମଧ୍ୟରୁ ଗୋଟିଏ ବାଣୀ ଶୁଣିଲେ, “ଏ ମୋର ମନୋନୀତ ପୁତ୍ର - ତାହାଙ୍କ କଥା ଶୁଣ।”
36
ବାଣୀ ଉଚ୍ଚାରିତ ହେବା ପରେ ଯୀଶୁ ସେଠାରେ ଏକାକୀ ଥିବାର ଦେଖାଗଲା। ଶିଷ୍ୟମାନେ ଏସବୁ ବିଷୟରେ ନୀରବ ରହିଲେ। ସେମାନେ ଦେଖିଥିବା ବିଷୟ କାହାକୁ କହିଲେ ନାହିଁ।
37
ତହିଁ ଆରଦିନ ଯୀଶୁ ଓ ତିନି ଜଣ ଶିଷ୍ୟ ପାହାଡ଼ରୁ ଓହ୍ଲାଇ ଆସିବାବେଳେ ବିରାଟ ଜନତା ଯୀଶୁଙ୍କୁ ଭେଟିଲେ।
38
ଜନତା ମଧ୍ୟରୁ ଜଣେ ଚିକ୍ରାର କରି କହିଲା, “ଗୁରୁ! ଦୟାକରି ମୋର ଏହି ଏକମାତ୍ର ପୁଅକୁ ଦେଖନ୍ତୁ!
39
ହଠାତ୍ ଚିକ୍ରାର କରି ଭୂତ ତାକୁ ଆକ୍ରମଣ କରେ ଓ ସେ ମୂର୍ଚ୍ଛା ହୋଇଯାଏ। ତା’ ପାଟିରୁ ଫେଣ ବାହାରେ; ଭୂତ ତାକୁ କ୍ଷତବିକ୍ଷତ କରେ ଓ ସହଜରେ ଛାଡ଼ିଯାଏ ନାହିଁ!
40
ମୁଁ ଆପଣଙ୍କର ଶିଷ୍ୟମାନଙ୍କୁ ତାକୁ ବାହାର କରିବା ପାଇଁ ଅନୁରୋଧ କଲି, କିନ୍ତୁ ସେମାନେ ପାରିଲେ ନାହିଁ।”
41
ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କେଡ଼େ ଅବିଶ୍ୱାସୀ ଓ ଭ୍ରାନ୍ତ! ଆଉ କେତେ ଦିନ ମୁଁ ତୁମ ସହିତ ରହିବି? ଆଉ କେତେ କାଳ ମୁଁ ତୁମ ବ୍ୟବହାର ସହିବି?” ତା’ପରେ ସେ ସେହି ଲୋକଟିକୁ କହିଲେ, “ତୁମ ପୁଅକୁ ଏଠାକୁ ଆଣ।”
42
ବାଳକଟି ଆସୁଥିବା ସମୟରେ ଭୂତ ତାକୁ ଭୂଇଁରେ କଚାଡ଼ି ଦେଲା ଓ ସେ ମୂର୍ଚ୍ଛା ହୋଇଗଲା। ଯୀଶୁ ଭୂତକୁ ଦୃଢ଼ ଧମକ ଦେଇ ପିଲାଟିକୁ ସୁସ୍ଥ କଲେ ଓ ତାକୁ ତା’ ବାପାକୁ ଦେଲେ।
43
ଲୋକମାନେ ସମସ୍ତେ ଈଶ୍ୱରଙ୍କ ମହତ୍ ଶକ୍ତିରେ ବିସ୍ମିତ ହେଲେ। ଯୀଶୁ ଯାହା ସବୁ କରୁଥିଲେ, ସେଥିରେ ଲୋକମାନେ ଚମକ୍ରୃତ ହେଉଥିବା ସମୟରେ, ସେ ତାଙ୍କର ଶିଷ୍ୟମାନଙ୍କୁ କହିଲେ,
44
“ମୁଁ ତୁମ୍ଭମାନଙ୍କୁ ଯାହା କହୁବାକୁ ଯାଉଛି, ତାହା ଭୁଲିଯାଅ ନାହିଁ। ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଛନ୍ତି।”
45
କିନ୍ତୁ ଶୁଷ୍ୟମାନେ ଏହି କଥାର ଅର୍ଥ ବୁଝିପାରିଲେ ନାହିଁ। ସେମାନେ ଯେପରି ବୁଝି ନ ପାରିବେ, ସେଥିପାଇଁ ଏହା ସେମାନଙ୍କଠାରୁ ଗୁପ୍ତ ରଖାଯାଇଥିଲା ଓ ସେମାନେ ଏ ବିଷୟରେ କିଛି ପଚାରିବା ପାଇଁ ମଧ୍ୟ ଭୟ କରୁଥିଲେ।
46
ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ, ଏ ବିଷୟରେ ଥରେ ଶିଷ୍ୟମାନଙ୍କ ମଧ୍ୟରେ ବିତର୍କ ହେଲା।
47
ସେମାନେ କ’ଣ ଚିନ୍ତା କରୁଥିଲେ, ଯୀଶୁ ତାହା ଜାଣିପାରି ଗୋଟିଏ ଶିଶୁକୁ ନେଇ ତାକୁ ପାଖରେ ଛିଡ଼ା କରାଇଲେ
48
ଓ ସେମାନଙ୍କୁ କହିଲେ, “ଯେ କେହି ମୋ’ ନାମରେ ଏହି ଶିଶୁକୁ ସ୍ୱାଗତ କରେ, ସେ ମୋତେ ସ୍ୱାଗତ କରେ ଓ ଯେ ମୋତେ ପ୍ରେରଣ କରିଛନ୍ତି, ତାଙ୍କୁ ମଧ୍ୟ ସେ ସ୍ୱାଗତ କରେ। କାରଣ ଯେ ତୁମ ସମସ୍ତଙ୍କଠାରୁ ନିଜକୁ ନ୍ୟୂନ କରେ, ସେ ହିଁ ଶ୍ରେଷ୍ଠ।”
49
ଯୋହନ କହିଲେ, “ଗୁରୁ, ଆମେ ଜଣେ ଲୋକକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବା ଦେଖିଲୁ, କିନ୍ତୁ ସେ ଆମ ଦଳର ହୋଇ ନ ଥିବାରୁ ଆମେ ତାକୁ ବାରଣ କଲୁ।”
50
ଯୀଶୁ ତାଙ୍କୁ ଓ ଅନ୍ୟ ଶିଷ୍ୟମାନଙ୍କୁ କହିଲେ, “ତାକୁ ବାରଣ କରିବାକୁ ଚେଷ୍ଟା କର ନାହିଁ, କାରଣ ଯେ ତୁମର ବିପକ୍ଷ ନୁହେଁ, ସେ ତୁମର ସପକ୍ଷ।”
51
ଯୀଶୁଙ୍କ ସ୍ୱର୍ଗାରୋହଣ ସମୟ ନିକଟବର୍ତ୍ତୀ ହେବାରୁ ସେ ଯିରୂଶାଲମ ଅଭିମୁଖେ ଯାତ୍ରା କରିବା ପାଇଁ ମନସ୍ଥ କଲେ।
52
ଯିବା ପୂର୍ବରୁ ସେ କେତେଜଣ ଶିଷ୍ୟଙ୍କୁ ତାଙ୍କ ପାଇଁ ସବୁ ପ୍ରସ୍ତୁତ କରିବା ନିମନ୍ତେ ଶମିରୋଣର ଗୋଟିଏ ଗ୍ରାମକୁ ପଠାଇଲେ।
53
କିନ୍ତୁ ସେଠାରେ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ, କାରଣ ସେ ଯିରୂଶାଲମକୁ ଯାଉଥିଲେ ବୋଲି ସ୍ପଷ୍ଟ ଜଣାପଡ଼ୁଥିଲା।
54
ଏହା ଦେଖି ଯାକୁବ ଓ ଯୋହନ ଏହି ଦୁଇ ଶିଷ୍ୟ କହିଲେ - “ପ୍ରଭୁ, ଏମାନଙ୍କୁ ଧ୍ୱଂସ କରିବା ପାଇଁ ଆକାଶରୁ ଅଗ୍ନି ବୃଷ୍ଟି କରାଇବା - ଏହା ଆପଣ ଚାହାନ୍ତି କି?”
55
ଯୀଶୁ ବୁଲିପଡ଼ି ସେମାନଙ୍କୁ ଭର୍ତ୍ସନା କରି କହିଲେ: “ତୁମ୍ଭେମାନେ କି ପ୍ରକାର ମନୋଭାବ ପ୍ରକାଶ କରୁଛ, ତାହା ଜାଣ ନାହିଁ - ମନୁଷ୍ୟପୁତ୍ର ମନୁଷ୍ୟର ଜୀବନ ବିନାଶ କରିବାକୁ ଆସି ନାହାନ୍ତି, ବରଂ ରକ୍ଷା କରିବାକୁ ଆସିଛନ୍ତି।”
56
ତା’ପରେ ଯୀଶୁ ଓ ତାଙ୍କର ଶିଷ୍ୟମାନେ ଆଉ ଗୋଟିଏ ଗ୍ରାମକୁ ଗଲେ।
57
ସେମାନେ ବାଟରେ ଯାଉଥିôବା ସମୟରେ ଜଣେ ଲୋକ ଯୀଶୁଙ୍କୁ କହିଲା, “ଆପଣ ଯେଉଁଠାକୁ ଯିବେ, ମୁଁ ଆପଣଙ୍କ ପଛେ ପଛେ ଯିବି।”
58
ଯୀଶୁ ତାକୁ କହିଲେ, “କୋକିଶିଆଳୀମାନଙ୍କର ଗାତ ଅଛି, ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ୟପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”
59
ସେ ଆଉ ଜଣେ ଲୋକକୁ କହିଲେ, “ମୋର ଅନୁଗମନ କର।” କିନ୍ତୁ ସେ ଲୋକଟି କହିଲା, “ଗୁରୁ! ମୋର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରି ତାଙ୍କୁ କବର ଦେବା ଯାଏ ମୋତେ ସମୟ ଦିଅନ୍ତୁ।”
60
ଯୀଶୁ ଉତ୍ତର ଦେଲେ, “ମୃତମାନେ ମୃତମାନଙ୍କୁ କବର ଦିଅନ୍ତୁ। ତୁମେ ଯାଅ ଓ ଈଶ୍ୱରଙ୍କ ରାଜ୍ୟର ବାର୍ତ୍ତା ଘୋଷଣା କର।”
61
ଆଉ ଜଣେ ଲୋକ କହିଲା, “ମହାଶୟ, ମୁଁ ଆପଣଙ୍କର ଅନୁଗମନ କରିବି, କିନ୍ତୁ ପ୍ରଥମେ ମୋର ପରିବାରବର୍ଗଙ୍କଠାରୁ ବିଦାୟ ନେବାକୁ ମୋତେ ଅନୁମତି ଦିଅନ୍ତୁ।”
62
ଯୀଶୁ ତାକୁ କହିଲେ, “ଯେ କେହି ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ନୁହେଁ।”
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24