bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 20
Luke 20
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 21 →
1
ଦିନେ ଯୀଶୁ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଇ ଶୁଭବାର୍ତ୍ତା ପ୍ରଚାର କରୁଥିବାବେଳେ ମୁଖ୍ୟ ଯାଜକ ଓ ଧର୍ମଗୁରୁମାନେ, ଧର୍ମନେତାମାନଙ୍କ ସହିତ ଆସି ତାଙ୍କୁ ପଚାରିଲେ,
2
“କୁହନ୍ତୁ, କେଉଁ ଅଧିକାରରେ ଆପଣ ଏସବୁ ବିଷୟ କରୁଛନ୍ତି? କିଏ ଆପଣଙ୍କୁ ଏ କ୍ଷମତା ଦେଲା?”
3
ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମକୁ ଗୋଟିଏ ପ୍ରଶ୍ନ ପଚାରିବି।
4
ମୋତେ କୁହ, ଯୋହନଙ୍କ ଜଳଦୀକ୍ଷା ଦେବାର ଅଧିକାର ଈଶ୍ୱରଙ୍କଠାରୁ ନା ମନୁଷ୍ୟଠାରୁ ମିଳିଥିଲା?”
5
ସେମାନେ ପରସ୍ପର ଭିତରେ ବିତର୍କ କରି କହିଲେ, “କ’ଣ କହିବା? ଯଦି ଆମେ କହୁ, ‘ଈଶ୍ୱରଙ୍କଠାରୁ,’ ସେ କହିବେ, “ତା’ହେଲେ କାହିଁକି ଯୋହନଙ୍କୁ ବିଶ୍ୱାସ କଲ ନାହିଁ?’
6
କିନ୍ତୁ ଆମେ ଯଦି କହୁ, ‘ମନୁଷ୍ୟଠାରୁ’, ଏଠାରେ ଥିବା ସମସ୍ତ ଜନତା ଆମ ଉପରେ ପଥର ଫୋପାଡ଼ିବେ, କାରଣ ଯୋହନ ଜଣେ ଭାବବାଦୀ ଥିଲେ ବୋଲି ଏମାନଙ୍କ ନିଶ୍ଚିତ ଧାରଣା।”
7
ତେଣୁ ସେମାନେ ଉତ୍ତର ଦେଲେ, “ତାହା କେଉଁଠାରୁ ମିଳିଲା, ଆମେ ଜାଣିନୁ।”
8
ଯୀଶୁ ସେମାନଙ୍କ କହିଲେ, “ତା’ହେଲେ କେଉଁ ଅଧିକାରରେ ମୁଁ ଏସବୁ କରୁଛି, ତାହା ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
9
ଦିନେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷା କ୍ଷେତ୍ର କରି ଚାଷୀମାନଙ୍କୁ ତାହା ଭାଗରେ ଦେଲେ ଓ ବହୁତ ଦିନ ପାଇଁ ବିଦେଶକୁ ଗଲେ।
10
ଯେତେବେଳେ ଦ୍ରାକ୍ଷା ଅମଳ କରିବାର ସମୟ ହେଲା, ସେ ଭାଗଚାଷୀମାନଙ୍କଠାରୁ ଅମଳର ଅଂଶ ଆଦାୟ କରିବା ପାଇଁ ଜଣେ ଦାସକୁ ପଠାଇଲେ। କିନ୍ତୁ ଚାଷୀମାନେ ଦାସକୁ କିଛି ନ ଦେଇ ମାଡ଼ ମାରି ପଠାଇଦେଲେ।
11
ତା’ପରେ ସେ ଆଉ ଜଣେ ଦାସକୁ ପଠାଇଲେ; କିନ୍ତୁ ଚାଷୀମାନେ ତାକୁ ମଧ୍ୟ ମାଡ଼ ମାରିଲେ ଓ ଅପମାନ ଦେଇ ଶୂନ୍ୟ ହସ୍ତରେ ଫେରାଇଦେଲେ।
12
କିଛି ଦିନ ପରେ ସେ ତୃତୀୟ ଦାସକୁ ପଠାଇଲେ। ସେମାନେ ତାକୁ ମଧ୍ୟ କ୍ଷତବିକ୍ଷତ କରି ବାହାରେ ପକାଇଦେଲେ।
13
ତା’ପରେ ଦ୍ରାକ୍ଷା କ୍ଷେତର ମାଲିକ କହିଲେ, ‘ମୁଁ ଏବେ କ’ଣ କରିବି? ଏଥର ମୁଁ ମୋର ପ୍ରିୟ ପୁତ୍ରକୁ ପଠାଇବି। ସେମାନେ ନିଶ୍ଚୟ ତାକୁ ସମ୍ମାନ କରିବେ!’
14
କିନ୍ତୁ ଚାଷୀମାନେ ତାକୁ ଦେଖି ପରସ୍ପର ମଧ୍ୟରେ ବିଚାର କଲେ, ‘ଏ ହେଉଛି ମାଲିକର ପୁଅ। ଚାଲ, ଆମେ ତାକୁ ହତ୍ୟା କରିବା, ତାହାହେଲେ ତା’ର ସମ୍ପତ୍ତି ଆମର ହେବ’।
15
ତେଣୁ ସେମାନେ ତାକୁ ବାହାରକୁ ଟାଣି ନେଇ ହତ୍ୟା କଲେ। ଯୀଶୁ ପଚାରିଲେ, “ତା’ହେଲେ ଦ୍ରାକ୍ଷା କ୍ଷେତର ମାଲିକ ସେହି ଚାଷୀମାନଙ୍କୁ କ’ଣ କରିବେ?
16
ସେ ଆସି ସେହି ଚାଷୀମାନଙ୍କର ମୂଳପୋଛ କରିବେ ଏବଂ କ୍ଷେତଟିକୁ ଅନ୍ୟ ଚାଷୀମାନଙ୍କୁ ହସ୍ତାନ୍ତର କରିବେ।” ଲୋକମାନେ ଏ କଥା ଶୁଣି କହିଲେ, “ଈଶ୍ୱର ତାହା ନ କରନ୍ତୁ!”
17
ଯୀଶୁ ସେମାନଙ୍କୁ ଚାହିଁ କହିଲେ, “ତେବେ ଧର୍ମଶାସ୍ତ୍ରର ଏହି ଅଂଶର ଅର୍ଥ କ’ଣ? ‘ନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ, ତାହା ପ୍ରଧାନ କୋଣ-ପଥର ହେଲା।’
18
ଯେଉଁମାନେ ସେହି ପଥର ଉପରେ ପଡ଼ିବେ, ସେମାନେ ଖଣ୍ଡ ବିଖଣ୍ଡ ହୋଇଯିବେ, ଆଉ ସେ ପଥର ଯାହା ଉପରେ ପଡ଼ିବ, ସେ ଚୂର୍ଣ୍ଣବିଚୂର୍ଣ୍ଣ ହେବ।”
19
ଧର୍ମଗୁରୁ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କୁ ଘଟଣା ସ୍ଥଳରେ ଗିରଫ କରିବାକୁ ଚେଷ୍ଟା କଲେ, କାରଣ ସେମାନେ ଜାଣିଥିଲେ ଯେ ଯୀଶୁ ସେମାନଙ୍କ ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କଥା କହିଥିଲେ; କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।
20
ତେଣୁ ସେମାନେ ସୁଯୋଗ ଖୋଜିଲେ। ତାଙ୍କୁ ରୋମୀୟ ଶାସକଙ୍କ ନିକଟରେ ଧରାଇ ଦେବା ପାଇଁ ନିଜକୁ ଧାର୍ମିକ ଦେଖାଉଥିବା କେତେକ ଗୁପ୍ତଚରଙ୍କୁ ସେମାନେ ପଠାଇଲେ।
21
ଚରମାନେ ଯୀଶୁଙ୍କ ଛିଦ୍ର ଧରିବାକୁ ଆସି ତାଙ୍କୁ ପ୍ରଶ୍ନ କଲେ, “ହେ ଗୁରୁ, ଆପଣ ଯାହା କହନ୍ତି ଓ ଶିକ୍ଷା ଦିଅନ୍ତି, ତାହା ଯଥାର୍ଥ ବୋଲି ଆମେ ଜାଣୁ। ଆମେ ଜାଣୁ ଯେ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିନ୍ତୁ ମନୁଷ୍ୟ ଜୀବନ ପାଇଁ ଈଶ୍ୱରଙ୍କର ଇଚ୍ଛା ବିଷୟରେ ସ୍ପଷ୍ଟ ଶିକ୍ଷା ଦିଅନ୍ତି।
22
କହନ୍ତୁ, ରୋମୀୟ ସମ୍ରାଟଙ୍କୁ କର ଦେବା ଆମର ବିଧିସଙ୍ଗତ କି ନା?”
23
କିନ୍ତୁ ଯୀଶୁ ସେମାନଙ୍କର ଧୂର୍ତ୍ତତା ବୁଝିପାରି କହିଲେ,
24
“ଗୋଟିଏ ରୂପା ଟଙ୍କା ଦେଖାଅ। ଏହା ଉପରେ କାହାର ଛବି ଓ ନାମ ଅଛି?” ସେମାନେ ଉତ୍ତର ଦେଲେ, “ସମ୍ରାଟଙ୍କର।”
25
ତେଣୁ ଯୀଶୁ କହିଲେ, “ତା’ହେଲେ ସମ୍ରାଟଙ୍କର ଯାହା ପ୍ରାପ୍ୟ, ତାହା ସମ୍ରାଟଙ୍କୁ ଦିଅ ଓ ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ।”
26
ସେଠାରେ ସେମାନେ କୌଣସି ଉପାୟରେ ତାଙ୍କୁ ଧରି ନ ପାରି ଚୁପ୍ ରହିଲେ ଓ ତାଙ୍କ ଉତ୍ତରରେ ଚମତ୍କୃତ ହେଲେ।
27
ମୃତମାନଙ୍କ ପୁନରୁତ୍ଥାନରେ ବିଶ୍ୱାସ କରୁ ନ ଥିବା କେତେଜଣ ସାଦ୍ଦୁକୀ ଯୀଶୁଙ୍କ ନିକଟକୁ ଆସି କହିଲେ,
28
“ହେ ଗୁରୁ, ମୋଶା ଆମ ପାଇଁ ଏହି ବ୍ୟବସ୍ଥା ଲେଖିଥିଲେ: ‘ଯଦି ଜଣେ ଲୋକ ନିଃସନ୍ତାନ ହୋଇ ମରିଯାଏ, ତା’ର ବିଧବା ସ୍ତ୍ରୀକୁ ସେହି ଲୋକର ଭାଇ ବିବାହ କରିବା ଉଚିତ୍ ତା’ହେଲେ ସେମାନଙ୍କ ସନ୍ତାନମାନେ ମୃତ ବ୍ୟକ୍ତିର ସନ୍ତାନ ବୋଲି ବିବେଚିତ ହେବେ।
29
ଏକଦା ସାତ ଭାଇ ଥିଲେ, ପ୍ରଥମ ଜଣ ନିଃସନ୍ତାନ ହୋଇ ମରିଗଲା।
30
ତା’ପରେ ଦ୍ୱିତୀୟ ଜଣ ସେହି ସ୍ତ୍ରୀକୁ ବିବାହ କଲା,
31
ଓ ତା’ପରେ ତୃତୀୟ ଜଣ। ଏହିପରି ସାତ ଜଣ ତାକୁ ବିବାହ କରି ନିଃସନ୍ତାନ ହୋଇ ମରିଗଲେ।
32
ସର୍ବଶେଷରେ ସ୍ତ୍ରୀଟି ମଧ୍ୟ ମରିଗଲା।
33
ଯେତେବେଳେ ମୃତମାନେ ଜୀବିତ ହୋଇ ଉଠିବେ, ସେ କାହାର ସ୍ତ୍ରୀ ହେବ? ସାତ ଜଣ ତ ତାକୁ ବିବାହ କରିଥିଲେ।”
34
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଏହି ଜଗତର ଲୋକମାନେ ବିବାହ କରନ୍ତି,
35
କିନ୍ତୁ ଯେଉଁମାନେ ପୁନରୁତ୍ଥିତ ହୋଇ ପରଲୋକରେ ବାସ କରିବାକୁ ଯୋଗ୍ୟ, ସେମାନେ ଆଉ ବିବାହ କରିବେ ନାହିଁ।
36
ସେମାନେ ସ୍ୱର୍ଗଦୂତମାନଙ୍କ ସଦୃଶ ହେବେ ଏବଂ ମରିବେ ନାହିଁ। ସେମାନେ ଈଶ୍ୱରଙ୍କ ସନ୍ତାନ, କାରଣ ସେମାନେ ମୃତ୍ୟୁରୁ ଉତ୍ଥିତ ହୋଇଛନ୍ତି।
37
ମୋଶା ସ୍ପଷ୍ଟରୂପେ ପ୍ରମାଣ କରି ଦେଇଛନ୍ତି ଯେ ମୃତମାନଙ୍କର ଉତ୍ଥାନ ହୁଏ। ଜଳନ୍ତା ବୁଦା ବିଷୟ ବର୍ଣ୍ଣନା ହୋଇଥିବା ଶାସ୍ତ୍ରାଂଶରେ ମୋଶା ପ୍ରଭୁଙ୍କୁ ‘ଅବ୍ରାହମଙ୍କ ଈଶ୍ୱର, ଯିସାହକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର’ ବୋଲି ଉଲ୍ଲେଖ କରିଛନ୍ତି।
38
ପ୍ରଭୁ ଜୀବିତମାନଙ୍କ ଈଶ୍ୱର, ମୃତମାନଙ୍କର ନୁହନ୍ତି। ଅତଏବ ସେମାନେ ସମସ୍ତେ ତାଙ୍କ ଦୃଷ୍ଟିରେ ଜୀବିତ ଅଟନ୍ତି।”
39
ଧର୍ମଗୁରୁମାନଙ୍କ ମଧ୍ୟରୁ କେତେକ କହିଲେ, “ଗୁରୁ, ଏହା ଯଥାର୍ଥ ଉତ୍ତର!”
40
ତାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବା ପାଇଁ ସେମାନଙ୍କର ସାହସ ହେଲା ନାହିଁ।
41
ଯୀଶୁ ସେମାନଙ୍କୁ ପଚାରିଲେ, “ମସୀହ ଯେ ଦାଉଦଙ୍କ ବଂଶଧର, ଏହା କିପରି କୁହାଯାଇପାରେ?
42
କାରଣ ଦାଉଦ ନିଜେ ତାଙ୍କର ଗୀତରେ ଲେଖିଛନ୍ତି, ‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ: ଆମେ ତୁମର ଶତ୍ରୁମାନଙ୍କୁ ତୁମର ପାଦ ପୀଠ ନ କରିବା ପର୍ଯ୍ୟନ୍ତ ଆମ ଦକ୍ଷିଣ ପାଶ୍ୱର୍ରେ ବସିଥାଅ।’
44
ଦାଉଦ ତାଙ୍କୁ ‘ପ୍ରଭୁ’ ବୋଲି ଉଲ୍ଲେଖ କରିଛନ୍ତି; ତା’ହେଲେ ମସୀହ କିପରି ଦାଉଦଙ୍କ ବଂଶଧର ହୋଇପାରନ୍ତି?”
45
ଲୋକମାନେ ତାଙ୍କ କଥା ଶୁଣିବା ସମୟରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ,
46
“ଧର୍ମଗୁରୁମାନଙ୍କ ପ୍ରତି ସାବଧାନ, ସେମାନେ ସେମାନଙ୍କର ଦୀର୍ଘ ପୋଷାକ ପିନ୍ଧି ବୁଲିବାକୁ ଓ ବଜାରମାନଙ୍କରେ ଭକ୍ତିପୂର୍ଣ୍ଣ ନମସ୍କାର ଗ୍ରହଣ କରିବାକୁ ଭଲ ପାଆନ୍ତି; ସେମାନେ ଉପାସନା ଗୃହରେ ଓ ଭୋଜିମାନଙ୍କରେ ପ୍ରଧାନ ଆସନ ବାଛି ନିଅନ୍ତି।
47
ସେମାନେ ବିଧବାମାନଙ୍କର ନିଃସହାୟତାର ସୁଯୋଗ ନେଇ ସେମାନଙ୍କର ଘରବାଡ଼ି ଆତ୍ମସାତ କରନ୍ତି ଓ ଦୀର୍ଘ ପ୍ରାର୍ଥନା କରିବାର ଅଭିନୟ ଦେଖାନ୍ତି! ସେମାନଙ୍କର ଦଣ୍ଡ ସବୁଠାରୁ ଭୟାନକ ହେବ!”
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24