bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 18
Luke 18
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
1
ହତାଶ ନ ହୋଇ ପ୍ରାର୍ଥନାରେ ନିବିଷ୍ଟ ରହିବା ଯେ କର୍ତ୍ତବ୍ୟ, ଏହା ଯୀଶୁ ଶିଷ୍ୟମାନଙ୍କୁ ବୁଝାଇବା ପାଇଁ ଗୋଟିଏ ଦୃଷ୍ଟାନ୍ତ ଦେଲେ।
2
“ଗୋଟିଏ ସହରରେ ଜଣେ ବିଚାରକର୍ତ୍ତା ଥିଲେ। ସେ ଈଶ୍ୱରଙ୍କୁ ଭୟ କରୁ ନ ଥିଲେ କିମ୍ବା ମନୁଷ୍ୟକୁ ମାନୁ ନ ଥିଲେ।
3
ସେହି ସହରର ଜଣେ ବିଧବା ତାଙ୍କ ନିକଟକୁ ଥରକୁ ଥର ଆସି ତା’ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିକାର କରିବା ପାଇଁ ଗୁହାରି କରୁଥିଲା। ସେ କହୁଥିଲା, ‘ମୋ’ ପ୍ରତିବାଦୀ ବିରୁଦ୍ଧରେ ମୋତେ ନ୍ୟାୟ ନିଷ୍ପତ୍ତି ଦିଅନ୍ତୁ!
4
ଅନେକ ଦିନ ଧରି ବିଚାରକର୍ତ୍ତା ତା’ କଥାରେ କର୍ଣ୍ଣପାତ କଲେ ନାହିଁ, କିନ୍ତୁ ଶେଷରେ ସେ ନିଜେ ଭାବିଲେ, ‘ଯଦିବା ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ, କିମ୍ବା ମନୁଷ୍ୟକୁ ମାନେ ନାହିଁ,
5
ତଥାପି ଏହି ବିଧବାଟି ମୋତେ ହଇରାଣ କରୁ ଥିବାରୁ ମୁଁ ତା’ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିକାର କରିବି। ତା’ ନ ହେଲେ ସେ ବାରମ୍ବାର ଆସି ମୋତେ ବ୍ୟତିବ୍ୟସ୍ତ କରଥିବ’।”
6
ପ୍ରଭୁ କହିଲେ, “ସେହି ଅଧାର୍ମିକ ବିଚାରକର୍ତ୍ତା କ’ଣ କହିଲେ, ଶୁଣ।
7
ଯେଉଁମାନେ ସବୁବେଳେ ସାହାଯ୍ୟ ପାଇଁ ଈଶ୍ୱରଙ୍କଠାରେ ପ୍ରାର୍ଥନା ନିବେଦନ କରନ୍ତି, ଈଶ୍ୱର ତାଙ୍କର ସେହି ନିଜ ଲୋକମାନଙ୍କ ସପକ୍ଷରେ କ’ଣ ବିଚାର କରିବେ ନାହିଁ?
8
ମୁଁ କହୁଛି, ସେ ସେମାନଙ୍କ ସପକ୍ଷରେ ବିଚାର କରିବେ ଓ ଶୀଘ୍ର କରିବେ। କିନ୍ତୁ ମନୁଷ୍ୟପୁତ୍ର ଆସିବା ସମୟରେ ଏହି ପୃଥିବୀରେ କାହାରିଠାରେ ବିଶ୍ୱସ୍ତତା ଦେଖିବେ କି?”
9
ଯେଉଁମାନେ ନିଜକୁ ଧାର୍ମିକ ମନେକରି ଅନ୍ୟମାନଙ୍କୁ ତୁଚ୍ଛ ଜ୍ଞାନ କରୁଥିଲେ, ଯୀଶୁ ସେମାନଙ୍କୁ ଲକ୍ଷ୍ୟ କରି ଏହି ଦୃଷ୍ଟାନ୍ତ କଥା କହିଲେ:
10
“ଦୁଇ ଜଣ ମନ୍ଦିରକୁ ପ୍ରାର୍ଥନା କରିବାକୁ ଗଲେ। ଜଣେ ଫାରୁଶୀ ଓ ଆଉ ଜଣେ କରଆଦାୟକାରୀ।
11
“ଫାରୁଶୀ ପୃଥକ ଭାବରେ ଏକାକୀ ଛିଡ଼ା ହୋଇ ପ୍ରାର୍ଥନା କଲା, ‘ପ୍ରଭୁ! ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ ଅନ୍ୟମାନଙ୍କ ପରି ଲୋଭୀ, ଦୁର୍ନୀତିଗ୍ରସ୍ତ ବା ବ୍ୟଭିଚାରୀ ନୁହେଁ। ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ ସେଠାରେ ଥିବା ସେହି କରଆଦାୟକାରୀ ପରି ନୁହେଁ।
12
ମୁଁ ସପ୍ତାହରେ ଦୁଇ ଦିନ ଉପବାସ କରେ ଓ ତୁମକୁ ମୋ’ ସମସ୍ତ ଆୟର ଦଶମାଂଶ ଦାନ କରେ।’
13
“କିନ୍ତୁ କରଆଦାୟକାରୀ ଟିକିଏ ଦୂରରେ ଠିଆ ହେଲା ଓ ଉଦ୍ଧ୍ୱର୍କୁ ସୁଦ୍ଧା ଦୃଷ୍ଟିପାତ କରିବାକୁ ସାହସ କଲା ନାହିଁ, କିନ୍ତୁ ଛାତିରେ ହାତ ବାଡ଼େଇ କହିଲା, ‘ହେ ଈଶ୍ୱର, ମୁଁ ପାପୀ, ମୋତେ ଦୟା କର’!”
14
ଯୀଶୁ କହିଲେ, “ମୁଁ କହୁଛି, କରଆଦାୟକାରୀ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇ ଘରକୁ ଫେରିଲା, କିନ୍ତୁ ଫାରୁଶୀ ନୁହେଁ। କାରଣ ଯେ କେହି ନିଜକୁ ଉନ୍ନତ ବୋଲି ଦେଖାଏ, ତାକୁ ଅବନତ କରାଯିବ। ଯେ ନିଜକୁ ନ୍ୟୁନ କରେ, ତାକୁ ଉନ୍ନତ କରାଯିବ।”
15
ଲୋକେ ଶିଶୁମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ ଯେପରି ସେ ସେମାନଙ୍କୁ ସ୍ପର୍ଶ କରିବେ। ଏହା ଦେଖି ଶିଷ୍ୟମାନେ ସେମାନଙ୍କ ଉପରେ ବିରକ୍ତ ହେଲେ;
16
କିନ୍ତୁ ଯୀଶୁ ଶିଶୁମାନଙ୍କୁ ତାଙ୍କ ନିକଟକୁ ଡ଼ାକି କହିଲେ, “ଶିଶୁମାନଙ୍କୁ ମୋ’ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ, କାରଣ ଈଶ୍ୱରଙ୍କ ରାଜ୍ୟ ଏହିପରି ଲୋକମାନଙ୍କର।
17
ମନେରଖ! ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ କରେ ନାହିଁ, ସେ ସେଥିରେ କେବେ ପ୍ରବେଶ କରିବ ନାହିଁ।”
18
ଜଣେ ଇହୁଦୀ ନେତା ଯୀଶୁଙ୍କୁ ପଚାରିଲା, “ସଦ୍ଗୁରୁ! ଅନନ୍ତ ଜୀବନ ପାଇବା ନିମନ୍ତେ ମୁଁ କ’ଣ କରିବି?”
19
ଯୀଶୁ ତାକୁ ପଚାରିଲେ, “ତୁମେ କାହିଁକି ମୋତେ ସତ୍ ବୋଲି କହୁଛ? ଈଶ୍ୱରଙ୍କ ଛଡ଼ା ଆଉ କେହି ସତ୍ ନୁହେଁ।
20
ତୁମେ ତ ସମସ୍ତ ଆଜ୍ଞା ଜାଣ! ‘ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରୀ କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ; ପିତାମାତାଙ୍କୁ ସମାଦର କର’।”
21
ଲୋକଟି ଉତ୍ତର ଦେଲା, “ମୁଁ ଯୌବନାବସ୍ଥାରୁ ଏ ସମସ୍ତ ଆଜ୍ଞା ପାଳନ କରି ଆସିଛି।”
22
ଯୀଶୁ ଏହା ଶୁଣି କହିଲେ, “ତଥାପି ତୁମକୁ ଆଉ ଗୋଟିଏ ବିଷୟ କରିବାକୁ ହେବ। ତୁମର ଯାହା କିଛି ଅଛି, ସେସବୁ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ତେବେ ସ୍ୱର୍ଗରେ ତୁମେ ଧନ ପାଇବ; ତା’ପରେ ଆସି ମୋର ଅନୁଗମନ କର।”
23
କିନ୍ତୁ ଲୋକଟି ଏ କଥା ଶୁଣି ଦୁଃଖିତ ହେଲା, କାରଣ ସେ ମହାଧନୀ ଥିଲା।
24
ଯୀଶୁ ତାକୁ ଦୁଃଖିତ ହେବା ଦେଖି କହିଲେ, “ଧନୀମାନେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର।
25
ଛୁଞ୍ଚିର ଛିଦ୍ର ଦେଇ ଗୋଟିଏ ଓଟର ପ୍ରବେଶ କରିବାଠାରୁ ଜଣେ ଧନୀ ଲୋକର ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅଧିକ କଷ୍ଟକର।”
26
ଲୋକମାନେ ତାଙ୍କ କଥା ଶୁଣି ପଚାରିଲେ, “ତେବେ କିଏ ପରିତ୍ରାଣ ପାଇପାରେ?”
27
ଯୀଶୁ ଉତ୍ତର ଦେଲେ, “ମନୁଷ୍ୟ ପକ୍ଷରେ ଯାହା ଅସମ୍ଭବ, ଈଶ୍ୱରଙ୍କ ପକ୍ଷରେ ତାହା ସମ୍ଭବ।”
28
ତା’ପରେ ପିତର କହିଲେ, “ଦେଖନ୍ତୁ! ଆମେ ଆପଣଙ୍କର ଅନୁଗମନ କରିବା ପାଇଁ ଘର ଦ୍ୱାର ପରିତ୍ୟାଗ କରିଛୁ।”
29
ଯୀଶୁ ସେମାନଙ୍କୁ କହିଲେ, “ହଁ, ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି, ଯେ କେହି ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଘର, ସ୍ତ୍ରୀ, ଭାଇ, ପିତାମାତା କିମ୍ବା ସନ୍ତାନମାନଙ୍କୁ ପରିତ୍ୟାଗ କରେ,
30
ସେ ଇହକାଳରେ ବହୁତ କିଛି ପାଇବ ଓ ପରକାଳରେ ଅନନ୍ତ ଜୀବନ ଲାଭ କରିବ।”
31
ଯୀଶୁ ବାର ଶିଷ୍ୟଙ୍କୁ ଗୋଟିଏ ପାଖକୁ ଡ଼ାକି ନେଇ କହିଲେ, “ଶୁଣ! ଆମେ ଯିରୂଶାଲମକୁ ଯାଉଛୁ, ସେଠାରେ ଭାବବାଦୀମାନେ ମନୁଷ୍ୟପୁତ୍ରଙ୍କ ବିଷୟରେ ଲେଖାଥିବା ପ୍ରତ୍ୟେକ ବିଷୟ ସଫଳ ହେବ।
32
ତାଙ୍କୁ ଅଣଇହୁଦୀମାନଙ୍କ ହାତରେ ଛାଡ଼ି ଦିଆଯିବ। ସେମାନେ ତାଙ୍କୁ ପରିହାସ କରିବେ, ଅପମାନ ଦେବେ ଓ ତାଙ୍କ ଉପରେ ଛେପ ପକାଇବେ।
33
ସେମାନେ ତାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, କିନ୍ତୁ ତିନି ଦିନ ପରେ ସେ ମୃତ୍ୟୁରୁ ପୁନରୁତ୍ଥିତ ହେବେ।”
34
କିନ୍ତୁ ଶିଷ୍ୟମାନେ ସେ ସବୁ କଥା ବୁଝି ପାରିଲେ ନାହିଁ; କଥାଗୁଡ଼ିକର ଅର୍ଥ ସେମାନଙ୍କଠାରୁ ଗୁପ୍ତ ହୋଇ ରହିଲା ଏବଂ ଯୀଶୁ କେଉଁ ବିଷୟ କହୁଥିଲେ, ସେମାନେ ବୁଝି ପାରିଲେ ନାହିଁ।
35
ଯୀଶୁ ଯିରୀହୋର ନିକଟବର୍ତ୍ତୀ ହେବାବେଳେ ରାସ୍ତା କଡ଼ରେ ଜଣେ ଅନ୍ଧ ବସି ଭିକ ମାଗୁଥିଲା।
36
ବହୁସଂଖ୍ୟକ ଲୋକ ସେହି ବାଟ ଦେଇ ଯାଉ ଥିବାର ଶୁଣି ସେ ପଚାରିଲା, “କ’ଣ ହେଉଛି?”
37
ସେମାନେ ତାକୁ କିହଲେ, “ନାଜରିତର ଯୀଶୁ ଆସୁଛନ୍ତି।”
38
ସେ ଚିକ୍ରାର କରି କହିଲା, “ହେ ଦାଉଦ ସନ୍ତାନ ଯୀଶୁ! ମୋତେ ଦୟା କର!”
39
ଆଗରେ ଥିବା ଲୋକମାନେ ତାକୁ ଧମକ ଦେଇ ତୁନି ହେବା ପାଇଁ କହିଲେ। କିନ୍ତୁ ସେ ଆହୁରି ଉଚ୍ଚ ସ୍ୱରରେ ଚିକ୍ରାର କରି କହିଲା, “ହେ ଦାଉଦ ସନ୍ତାନ! ମୋତେ ଦୟା କର।”
40
ତେଣୁ ଯୀଶୁ ଅଟକି ଯାଇ ଲୋକଟିକୁ ତାଙ୍କ ନିକଟକୁ ଆଣିବା ପାଇଁ ଆଦେଶ ଦେଲେ। ସେ ନିକଟକୁ ଆସିବାରୁ ଯୀଶୁ ତାକୁ ପଚାରିଲେ,
41
“ତୋ’ ପାଇଁ କ’ଣ କରିବି ବୋଲି ତୁ ଚାହୁଁଛୁ?” ସେ ଉତ୍ତର ଦେଲା, “ପ୍ରଭୁ, ମୁଁ ଯେପରି ଦୃଷ୍ଟି ପାଏ।”
42
ଯୀଶୁ ତାକୁ କହିଲେ, “ଚାହିଁ ଦେଖ୍! ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି।”
43
ସେହିକ୍ଷଣି ସେ ଦେଖି ପାରିଲା ଓ ଈଶ୍ୱରଙ୍କ ପ୍ରଶଂସା କରି ଯୀଶୁଙ୍କର ଅନୁଗମନ କଲା। ଲୋକମାନେ ଏହା ଦେଖି ଈଶ୍ୱରଙ୍କ ପ୍ରଶଂସା କଲେ।
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24