bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 10
Luke 10
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 11 →
1
ଏହା ପରେ ପ୍ରଭୁ ଆଉ ବାସ୍ତରି ଜଣଙ୍କୁ ମନୋନୀତ କଲେ ଏବଂ ତାଙ୍କର ଯେଉଁ ନଗର ଓ ସ୍ଥାନମାନଙ୍କୁ ଯିବାର ଥିଲା, ସେ ଯିବା ପୂର୍ବରୁ, ସେମାନଙ୍କୁ ଦୁଇ ଦୁଇ ଜଣ କରି ସେଠାକୁ ପଠାଇଲେ।
2
ସେ ସେମାନଙ୍କୁ କହିଲେ, “ଫସଲ ପ୍ରଚୁର, କିନ୍ତୁ ଅମଳ କରିବାକୁ ମୂଲିଆଙ୍କ ସଂଖ୍ୟା ଅଳ୍ପ। କ୍ଷେତର ମାଲିକଙ୍କ ନିକଟରେ ପ୍ରାର୍ଥନା କର, ଯେପରି ସେ ତାଙ୍କର ଫସଲ ସଂଗ୍ରହ କରିବାକୁ ଅଧିକ ଲୋକ ପଠାଇବେ।
3
ଯାଅ! ମୁଁ ତୁମମାନଙ୍କୁ କେନ୍ଦୁଆ ବାଘ ମଧ୍ୟରେ ମେଷ ପରି ପଠାଉଛି।
4
ଥଳୀ, ଭିକ୍ଷା ଝୋଲି କିମ୍ବା ପାଦୁକା ନିଅ ନାହିଁ। ବାଟରେ କାହାକୁ ଶୁଭେଚ୍ଛା ଜଣାଇବାକୁ ରୁହ ନାହିଁ।
5
ଯେତେବେଳେ ତୁମେ ଗୋଟିଏ ଗୃହକୁ ଯାଅ, ପ୍ରଥମେ କୁହ, ‘ଏହି ଗୃହର ଶାନ୍ତି ହେଉ’।
6
ଯଦି କୌଣସି ଶାନ୍ତିପ୍ରେମୀ ଲୋକ ସେ ଗୃହରେ ବାସ କରୁଥାଏ, ତୁମ ଶାନ୍ତିର ବାଣୀ ତା’ର କଲ୍ୟାଣ କରୁ। ଯଦି ସେପରି କେହି ନ ଥାଏ, ସେହି ଶୁଭେଚ୍ଛା ତା’ର କୌଣସି ମଙ୍ଗଳ ନ କରି ତୁମ ନିକଟକୁ ଫେରି ଆସିବ।
7
ସେମାନେ ଭୋଜନ ପାନ ନିମନ୍ତେ ଯାହା ଦିଅନ୍ତି, ତାହା ଗ୍ରହଣ କରି ସେହି ଗୃହରେ ବାସ କର, କାରଣ ଶ୍ରମିକ ମଜୁରୀ ପାଇବାର ଯୋଗ୍ୟ। ଗୋଟିଏ ଗୃହରୁ ଆଉ ଗୋଟିଏ ଗୃହକୁ ଘୂରିବୁଲ ନାହିଁ।
8
ଯେତେବେଳେ ତୁମେ କୌଣସି ଏକ ସହରକୁ ଯାଇ ଆତିଥ୍ୟ ପାଅ, ତୁମକୁ ଯାହା ପରିବେଷଣ କରାଯାଏ, ତାହା ଭୋଜନ କର।
9
ସେହି ସହରର ରୋଗୀମାନଙ୍କୁ ସୁସ୍ଥ କର ଓ ସେଠାକାର ଲୋକମାନଙ୍କୁ କୁହ, ‘ଈଶ୍ୱରଙ୍କ ରାଜ୍ୟ ତୁମର ନିକଟବର୍ତ୍ତୀ।’
10
କିନ୍ତୁ ଯଦି ତୁମେ ଗୋଟିଏ ସହରକୁ ଯାଇ ଆତିଥ୍ୟ ପାଅ ନାହିଁ, ଛକ ସ୍ଥାନମାନଙ୍କୁ ଯାଇ କୁହ,
11
“ଆମ ପାଦରେ ଲାଗିଥିବା ତୁମ ସହରର ଧୂଳିକୁ ଆମେ ତୁମ ବିରୁଦ୍ଧରେ ଛାଡ଼ି ଦେଉଛୁ; କିନ୍ତୁ ମନେରଖ, ଈଶ୍ୱରଙ୍କ ରାଜ୍ୟ ତୁମର ନିକଟବର୍ତ୍ତୀ!”
12
ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି ଯେ, ବିଚାର ଦିନରେ ଈଶ୍ୱର ସେହି ସହର ଅପେକ୍ଷା ସଦୋମ ପ୍ରତି ଅଧିକ ଦୟା ଦେଖାଇବେ।
13
“କୋରାଲିନ୍, ତୋର ଦଶା କି ଭୟଙ୍କର ହେବ! ବେଥ୍ସାଇଦା, ତୋର ଦଶା ମଧ୍ୟ କି ଭୟଙ୍କର ହେବ! ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧିତ ହେଲା, ତାହା ଯଦି ସୋର ଓ ସିଦୋନରେ ହୋଇଥାନ୍ତା, ତେବେ ବହୁ ପୂର୍ବରୁ ସେଠାକାର ଲୋକମାନେ ସେମାନଙ୍କ ପାପରୁ ମନ ପରିବର୍ତ୍ତନ କରି ଅଖା ପିନ୍ଧି ବସିଥାନ୍ତେ ଓ ସେମାନଙ୍କ ଦେହରେ ଭସ୍ମ ବୋଳି ହୋଇଥାନ୍ତେ!
14
ଈଶ୍ୱର ବିଚାର ଦିନରେ ତୁମ୍ଭମାନଙ୍କ ଅପେକ୍ଷା ସୋର ଓ ସୀଦୋନକୁ ଅଧିକ ଦୟା କରିବେ।
15
ଆଉ କପର୍ନାହୂମ, ତୋ’ ପ୍ରତି ଏହିପରି ଘଟିବ? ତୁ ଆକାଶ ପର୍ଯ୍ୟନ୍ତ ନିଜକୁ ଉନ୍ନତ କରିବାକୁ ଇଚ୍ଛା କରିଥିଲୁ, ତୋତେ ନରକକୁ ନିକ୍ଷିପ୍ତ କରାଯିବ।”
16
ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯେ କେହି ତୁମ କଥା ଶୁଣେ, ସେ ମୋ’ କଥା ଶୁଣେ; ଯେ କେହି ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ; ଏବଂ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ।”
17
ବାସ୍ତରି ଜଣ ମହାଆନନ୍ଦରେ ଫେରି ଆସିଲେ। ସେମାନେ କହିଲେ, “ପ୍ରଭୁ ଆପଣଙ୍କ ନାମରେ ଆଦେଶ ଦେବାରୁ ଭୂତମାନେ ମଧ୍ୟ ଆମ କଥା ମାନିଲେ।”
18
ଯୀଶୁ ସେମାନଙ୍କୁ କହିଲେ, “ମୁଁ ଶୟତାନକୁ ବିଜୁଳି ପରି ଆକାଶରୁ ଖସିବା ଦେଖିଲି।
19
ଶୁଣ! ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଇଛୁ, ଯେପରି ତୁମ୍ଭେମାନେ ସାପ ଓ କଙ୍କଡ଼ା ବିଛା ଉପରେ ଚାଲି ପାରିବ ଓ ଶତ୍ରୁ ଶୟତାନର ସମସ୍ତ ଶକ୍ତି ଉପରେ ଜୟଲାଭ କରିବ ଏବଂ କୌଣସି ବିଷୟ ତୁମର କ୍ଷତି କରି ପାରିବ ନାହିଁ।
20
କିନ୍ତୁ ଭୂତମାନେ ତୁମର ବଶୀଭୂତ ହେଲେ; ଆନନ୍ଦ କର ନାହିଁ, ବରଂ ସ୍ୱର୍ଗରେ ତୁମ୍ଭମାନଙ୍କର ନାମ ଲେଖା ହୋଇ ଥିବାରୁ ଆନନ୍ଦ କର।”
21
ସେହି ସମୟରେ ଯୀଶୁ ପବିତ୍ରଆତ୍ମାଙ୍କ ଦ୍ୱାରା ଆନନ୍ଦରେ ପରିପୂର୍ଣ୍ଣ ହୋଇ କହିଲେ, “ହେ ପିତା, ସ୍ୱର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମକୁ ଧନ୍ୟବାଦ ଦେଉଛି, ତୁମେ ବିଜ୍ଞ ଓ ଜ୍ଞାନବାନ ଲୋକମାନଙ୍କଠାରୁ ଯାହା ଗୁପ୍ତ ରଖିଛ, ତାହା ଅଜ୍ଞାନମାନଙ୍କ ନିକଟରେ ପ୍ରକାଶ କରିଛି। ହଁ ପିତା, ଏହା ହିଁ ତୁମର ମହତ୍ ଇଚ୍ଛା।
22
“ମୋର ପିତା ମୋତେ ସମସ୍ତ ବିଷୟ ଦେଇଛନ୍ତି। ପୁତ୍ର କିଏ, ପିତାଙ୍କ ଛଡ଼ା ଆଉ କିଏ ଜାଣେ ନାହିଁ ଏବଂ ପିତା କିଏ, ପୁତ୍ରଙ୍କ ଛଡ଼ା ଓ ପୁତ୍ର ଯେଉଁମାନଙ୍କଠାରେ ପ୍ରକାଶ କରିବାକୁ ଚାହାନ୍ତି, ସେମାନଙ୍କ ଛଡ଼ା ଆଉ କେହି ଜାଣେ ନାହିଁ।”
23
ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଗୋପନରେ କହିଲେ, “ତୁମ୍ଭେମାନେ ଏହିସବୁ ବିଷୟ ଦେଖି ଥିବାରୁ କେଡ଼େ ଭାଗ୍ୟବାନ!
24
ମୁଁ ତୁମ୍ଭମାନଙ୍କୁ କହୁଛି, ତୁମ୍ଭେମାନେ ଯାହା ଦେଖିଛ, ତାହା ଦେଖିବା ପାଇଁ ଅନେକ ଭାବବାଦୀ ଓ ରାଜାମାନେ ଇଚ୍ଛା କରି ଥିଲେ, କିନ୍ତୁ ସେମାନେ ଦେଖି ପାରିଲେ ନାହିଁ। ତୁମ୍ଭେମାନେ ଯାହା ଶୁଣୁଛ, ସେମାନେ ତାହା ଶୁଣିବାକୁ ଇଚ୍ଛା କରିଥିଲେ; କିନ୍ତୁ ଶୁଣି ପାରିଲେ ନାହିଁ।”
25
ଜଣେ ଧର୍ମଗୁରୁ ଆସି ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେ ପଚାରିଲେ, “ଗୁରୁ, ଅନନ୍ତ ଜୀବନ ପାଇବା ପାଇଁ ମୁଁ କ’ଣ କରିବି?”
26
ଯୀଶୁ ତାକୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ର କ’ଣ କହେ? ତୁମେ ସେଗୁଡ଼ିକ କିପରି ବୁଝିଛ?”
27
ଲୋକଟି କହିଲା, “‘ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ତୁମ ପ୍ରଭୁ, ଈଶ୍ୱରଙ୍କୁ ପ୍ରେମ କର’; ଏବଂ ‘ତୁମର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର’।”
28
ଯୀଶୁ କହିଲେ, “ତୁମେ ଠିକ୍ କହିଛ, ଏହା କର, ତା’ହେଲେ ତୁମେ ଜୀବନ ପାଇବ।”
29
କିନ୍ତୁ ଧର୍ମଗୁରୁ ନିଜ ପ୍ରଶ୍ନର ଯଥାର୍ଥତା ପ୍ରମାଣ କରିବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, “ମୋର ପ୍ରତିବାସୀ କିଏ?”
30
ଯୀଶୁ କହିଲେ, “ଥରେ ଜଣେ ଲୋକ ଯିରୂଶାଲମରୁ ଯିରିହୋକୁ ଯାଉଥିବା ସମୟରେ ଡ଼କାୟତମାନେ ତାକୁ ଆକ୍ରମଣ କଲେ। ତା’ର ଲୁଗାପଟା ଛଡ଼ାଇ ନେଇ ମାଡ଼ ଦେଲେ ଓ ତାକୁ ଦରମରା କରି ଛାଡ଼ି ଚାଲିଗଲେ।
31
ଘଟଣାକ୍ରମେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, କିନ୍ତୁ ଲୋକଟିକୁ ଦେଖି, ସେ ଅନ୍ୟ ପାଖ ଦେଇ ଚାଲିଗଲେ।
32
ସେହିପରି ଜଣେ ଲେବୀ ମଧ୍ୟ ସେହି ବାଟେ ଗଲେ। ଲୋକଟିର ପାଖକୁ ଯାଇ ତାକୁ ଅନାଇଲେ, କିନ୍ତୁ ଅନ୍ୟ ଦିଗ ଦେଇ ଚାଲିଗଲେ।
33
କିନ୍ତୁ ସେହି ବାଟ ଦେଇ ଯାଉଥିବା ଜଣେ ଶମିରୋଣୀୟ ତା’ ପାଖକୁ ଆସିଲେ ଓ ତା’ର ଅବସ୍ଥା ଦେଖି ତାଙ୍କ ମନରେ ଦୟା ଜାତ ହେଲା।
34
ସେ ତା’ର କ୍ଷତ ଉପରେ ତୈଳ ଓ ଦ୍ରାକ୍ଷାରସ ଢ଼ାଳି ପଟି ବାନ୍ଧିଲେ। ତା’ପରେ ସେ ନିଜର ବାହକ ପଶୁ ଉପରେ ଲୋକଟିକୁ ବସାଇ ଗୋଟିଏ ପାନ୍ଥଶାଳାକୁ ନେଇଗଲେ ଓ ସେଠାରେ ତା’ର ଯତ୍ନ ନେଲେ।
35
ତା’ ପରଦିନ ସେ ଦୁଇଟି ରୌପ୍ୟ ମୁଦ୍ରା ପାନ୍ଥଶାଳାର ମାଲିକକୁ ଦେଇ କହିଲେ, “ତାଙ୍କର ଯତ୍ନ ନିଅ। ମୁଁ ଯେତେବେଳେ ଏହି ବାଟ ଦେଇ ଫେରିବି, ତୁମେ ତାଙ୍କ ପାଇଁ ଯାହା ଖର୍ଚ୍ଚ କରିଥିବ, ତୁମକୁ ଦେଇ ଦେବି’।”
36
ପରିଶେଷରେ ଯୀଶୁ କହିଲେ, “ତୁମ ମତରେ ଏହି ତିନି ଜଣଙ୍କ ମଧ୍ୟରୁ ଡ଼କାୟତମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକ ପ୍ରତି କିଏ ପ୍ରତିବାସୀ ତୁଲ୍ୟ ଆଚରଣ କଲା?”
37
ଧର୍ମଗୁରୁ ଉତ୍ତର ଦେଲେ, “ଯେ ତା’ ପ୍ରତି ଦୟା ଦେଖାଇଲା, ସେ।” ଯୀଶୁ ଉତ୍ତର ଦେଲେ, “ତେବେ ଯାଅ ଓ ସେହି ପ୍ରକାର କର।”
38
ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ବାଟରେ ଯିବାବେଳେ ଗୋଟିଏ ଗାଁକୁ ଗଲେ। ସେଠାରେ ମାର୍ଥା ନାମରେ ଜଣେ ମହିଳା ତାଙ୍କୁ ନିଜ ଗୃହକୁ ପାଛୋଟି ନେଲେ।
39
ତାଙ୍କ ଭଉଣୀ ମରିୟମ ପ୍ରଭୁଙ୍କ ପାଦ ତଳେ ବସି ତାଙ୍କର ଶିକ୍ଷା ଶୁଣିଲେ।
40
ମାର୍ଥାଙ୍କୁ ଯେଉଁ ସବୁ କାମ କରିବାକୁ ପଡ଼ିଲା, ସେଥିରେ ସେ ବ୍ୟତିବ୍ୟସ୍ତ ହୋଇ ଆସି କହିଲେ, “ପ୍ରଭୁ, ମୋର ଭଉଣୀ ସବୁ କାମ କରିବାକୁ ମୋତେ ଛାଡ଼ି ଦେଇଛି, ଏଥିପାଇଁ କ’ଣ ଆପଣଙ୍କର ଚିନ୍ତା ନାହିଁ? ମୋତେ ଆସି ସାହାଯ୍ୟ କରିବାକୁ ତାକୁ କୁହନ୍ତୁ।”
41
ପ୍ରଭୁ ତାକୁ କହିଲେ, “ମାର୍ଥା, ମାର୍ଥା, ତୁମେ ଅନେକ ବିଷୟରେ ଚିନ୍ତିତ ଓ ବ୍ୟସ୍ତ,
42
କିନ୍ତୁ କେବଳ ଗୋଟିଏ ବିଷୟ ନିତାନ୍ତ ଆବଶ୍ୟକ। ମରିୟମ ସେହି ଉତ୍ତମ ବିଷୟଟିକୁ ବାଛି ନେଇଛି; ତାହାକୁ ସେଥିରୁ ବଞ୍ଚିତ କରାଯିବ ନାହିଁ।”
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24