bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 21
Luke 21
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 22 →
1
ଯୀଶୁ ଚାରି ଆଡ଼କୁ ଚାହିଁ ଧନୀ ଲୋକମାନଙ୍କୁ ମନ୍ଦିରର ଦାନ ସଂଗ୍ରହ ବାକ୍ସରେ ଦାନ ପକାଉ ଥିବାର ଦେଖିଲେ,
2
ଏବଂ ସେ ମଧ୍ୟ ଦେଖିଲେ, ଜଣେ ଅତି ଦରିଦ୍ର ବିଧବା ସେଥିରେ ଦୁଇଟି ତମ୍ବା ପଇସା ପକାଉଛି।
3
ସେ କହିଲେ, “ମୁଁ କହୁଛି, ଏହି ଦରିଦ୍ର ବିଧବା ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ଦାନ ଦେଇଛି।
4
କାରଣ ଅନ୍ୟମାନେ ସେମାନଙ୍କ ଧନର ପ୍ରାଚୁର୍ଯ୍ୟରୁ କିଛି ଦାନ ଦେଇଛନ୍ତି, କିନ୍ତୁ ବିଧବାଟି ଦରିଦ୍ର ହେଲେ ସୁଦ୍ଧା ତାହାର ଚଳିବା ପାଇଁ ଯାହା ଥିଲା, ସବୁ ସେ ଦେଇ ଦେଇଛି।”
5
କେତେକ ଶିଷ୍ୟ ମନ୍ଦିର ବିଷୟରେ ଆଲୋଚନା କରୁଥିଲେ। ସେମାନେ କହୁଥିଲେ, “ତହିଁରେ ଖଚିତ ମନୋରମ ପ୍ରସ୍ତର ଓ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଅର୍ପିତ ଉପହାରଗୁଡ଼ିକ ସହ ମନ୍ଦିରଟି କେଡ଼େ ସୁନ୍ଦର ଦିଶୁଛି!” ଯୀଶୁ କହିଲେ,
6
“ତୁମ୍ଭେ ଏସବୁ ଦେଖୁଛ, କିନ୍ତୁ ସମୟ ଆସିବ, ଯେତେବେଳେ ଏଠାରେ ଥିବା ଗୋଟିଏ ପଥର ନିଜ ସ୍ଥାନରେ ରହିବ ନାହିଁ; ପ୍ରତ୍ୟେକଟି ତଳକୁ ଖସି ପଡ଼ିବ।”
7
ସେମାନେ ପଚାରିଲେ, “ଗୁରୁ, ଏହା କେବେ ଘଟିବ? ଆଉ ଏସବୁ ଘଟିବାର ଲକ୍ଷଣ କ’ଣ ହେବ?”
8
ଯୀଶୁ କହିଲେ, “ସତର୍କ ଥାଅ; ପ୍ରତାରିତ ହୁଅ ନାହିଁ। ଅନେକ ଲୋକ ମୋ’ ନାମରେ ଆସି କହିବେ, ‘ମୁଁ ସେହି! ଓ ସମୟ ଉପସ୍ଥିତ!’ କିନ୍ତୁ ସେମାନଙ୍କର ଅନୁଗମନ କର ନାହିଁ।
9
ଯୁଦ୍ଧ ଓ ବିପ୍ଲବର କଥା ଶୁଣିଲେ ଭୟ କର ନାହିଁ। ସେସବୁ ଅବଶ୍ୟ ଘଟିବ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଶେଷ ସମୟ ସନ୍ନିକଟ।”
10
ସେ ପୁଣି କହିଲେ, “ଦେଖ ଦେଶ ମଧ୍ୟରେ ଯୁଦ୍ଧ ଲାଗିବ; ରାଜ୍ୟଗୁଡ଼ିକ ପରସ୍ପରକୁ ଆକ୍ରମଣ କରିବେ।
11
ଚାରିଆଡ଼େ ଭୟଙ୍କର ଭୂମିକମ୍ପ, ଦୁର୍ଭିକ୍ଷ ଓ ମହାମାରୀ ହେବ, ଆକାଶରେ ଅଦ୍ଭୁତ ଓ ଭୟାନକ ଲକ୍ଷଣ ଦେଖାଯିବ।
12
ଏସବୁ ବିଷୟ ଘଟିବା ପୂର୍ବରୁ ତୁମ୍ଭେମାନେ ଗିରଫ ହୋଇ ଉତ୍ପୀଡ଼ିତ ହେବ; ଉପାସନା ଗୃହମାନଙ୍କରେ ବିଚାରିତ ହୋଇ ବନ୍ଦୀଶାଳାରେ ନିକ୍ଷିପ୍ତ ହେବା ପାଇଁ ତୁମ୍ଭମାନଙ୍କୁ ଧରାଇ ଦିଆଯିବ; ମୋ’ ଯୋଗୁଁ ତୁମେ ରାଜା ଓ ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ଅଣଯିବ।
13
କିନ୍ତୁ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ଏହା ତୁମ୍ଭମାନଙ୍କର ସୁଯୋଗ ହେବ।
14
ତୁମ୍ଭେମାନେ କିପରି ସ୍ୱପକ୍ଷ ସମର୍ଥନ କରିବ, ସେଥିଲାଗି ଚିନ୍ତିତ ନ ହେବାକୁ ପୂର୍ବରୁ ମନ ସ୍ଥିର କର;
15
କାରଣ ମୁଁ ତୁମକୁ ଏପରି ବାକ୍ଶକ୍ତି ଓ ଜ୍ଞାନ ଦେବି ଯେ ତୁମ୍ଭମାନଙ୍କ କଥାକୁ ତୁମ ଶତ୍ରୁମାନେ ମିଥ୍ୟା ପ୍ରମାଣିତ କରି ଖଣ୍ଡନ କରି ପାରିବେ ନାହିଁ।
16
ତୁମ୍ଭମାନଙ୍କର ପିତାମାତା, ଭାଇମାନେ, ଆତ୍ମୀୟ ସ୍ୱଜନ ଓ ବନ୍ଧୁମାନେ ତୁମ୍ଭମାନଙ୍କୁ ଧରାଇଦେବେ ଓ ତୁମ୍ଭମାନଙ୍କ ମଧ୍ୟରୁ କେତେକ ମୃତ୍ୟୁ ଭୋଗ କରିବେ।
17
ମୋ’ ସକାଶେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ।
18
କିନ୍ତୁ ତୁମ୍ଭମାନଙ୍କ ମସ୍ତକର ଗୋଟିଏ କେଶ ସୁଦ୍ଧା ନଷ୍ଟ ହେବ ନାହିଁ।
19
ଧୈର୍ଯ୍ୟ ଧରି ଏ ସବୁର ସମ୍ମୁଖୀନ ହୁଅ, ତାହାହେଲେ ତୁମ ଆତ୍ମାର ସୁରକ୍ଷା କରି ପାରିବ।”
20
ଯେତେବେଳେ ତୁମ୍ଭେମାନେ ଯିରୂଶାଲମକୁ ସୈନ୍ୟମାନଙ୍କ ଦ୍ୱାରା ପରିବେଷ୍ଟିତ ହେବା ଦେଖିବ, ସେତେବେଳେ ତୁମ୍ଭେମାନେ ଜାଣିବ ଯେ ତାହା ଶୀଘ୍ର ଧ୍ୱଂସ ପାଇବ।
21
ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥିବେ, ସେମାନେ ପାହାଡ଼ମାନଙ୍କୁ ଦୌଡ଼ି ଯାଆନ୍ତୁ, ଯେଉଁମାନେ ନଗରରେ ଥିବେ, ସେମାନେ ଅନ୍ୟତ୍ର ଚାଲିଯାନ୍ତୁ ଓ ଯେଉଁମାନେ ପଲ୍ଲୀ ଅଞ୍ଚଳରେ ଥିବେ, ଆଉ ସହରକୁ ଫେରି ନ ଆସନ୍ତୁ।
22
କାରଣ ଧର୍ମଶାସ୍ତ୍ରରେ ସମସ୍ତ ଉକ୍ତି ଯେପରି ସଫଳ ହୁଏ, ସେଥିପାଇଁ ସେହି ଦିନଗୁଡ଼ିକ ‘ଦଣ୍ଡର ଦିନ’ ହେବ।
23
ସେହି ଦିନଗୁଡ଼ିକରେ ଗର୍ଭବତୀ ସ୍ତ୍ରୀ ଓ ସ୍ତନ୍ୟଦାତ୍ରୀ ମାତାମାନଙ୍କର ଅବସ୍ଥା କି ଶୋଚନୀୟ ହେବ। ଏହି ଦେଶର ଲୋକମାନଙ୍କ ଉପରେ ଭୟଙ୍କର ଦୁଃଖ ଆସିବ ଓ ସେମାନେ ଦଣ୍ଡ ଭୋଗ କରିବେ।
24
କେତେକ ଖଡ୍ଗ ଦ୍ୱାରା ନିହତ ହେବେ ଓ ଅନ୍ୟମାନ ବିଦେଶକୁ ବନ୍ଦୀ ହୋଇ ନିଆଯିବେ ଏବଂ ବିଜାତୀୟମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବାଯାଏ, ଯିରୂଶାଲମ ସେମାନଙ୍କ ପଦଦଳିତ ହୋଇ ରହିବ।
25
“ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାନଙ୍କରେ ଅଦ୍ଭୁତ ଲକ୍ଷଣ ଦେଖାଯିବ। ସବୁ ଦେଶର ଲୋକମାନେ ହତାଶ ହେବେ ଏବଂ ସମୁଦ୍ରର ଗର୍ଜନ ଓ ଭୟଙ୍କର ଜୁଆର ସେମାନଙ୍କୁ ଭୟଭୀତ କରିବ।
26
ସମଗ୍ର ପୃଥିବୀ ଉପରେ ଯାହା ଘଟିବାକୁ ଯାଉଛି, ତା’ର ଆଶଙ୍କାରେ ଲୋକମାନେ ଭୟରେ ମୂର୍ଚ୍ଛିତ ହେବେ, କାରଣ ମହାକାଶର ଜ୍ୟୋତିଷ୍କଗୁଡ଼ିକ କକ୍ଷଚ୍ୟୁତ ହେବେ।
27
ତା’ପରେ ମନୁଷ୍ୟପୁତ୍ର ମହାପରାକ୍ରମ ଓ ଗୌରବରେ ମେଘମାଳା ମଧ୍ୟରେ ଆସିବେ।
28
ଏହିସବୁ ଘଟଣାର ସୂତ୍ରପାତ ହେଲେ, ମସ୍ତକ ଉତ୍ତୋଳନ କରି ଉଦ୍ଧ୍ୱର୍ ଦୃଷ୍ଟି କର, କାରଣ ତୁମ୍ଭମାନଙ୍କର ପରିତ୍ରାଣ ସନ୍ନିକଟ।”
29
ତା’ପରେ ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ: “ଡ଼ିମିରି ବୃକ୍ଷ ଓ ଅନ୍ୟ ବୃକ୍ଷମାନଙ୍କ କଥା ଚିନ୍ତା କର।
30
ଯେତେବେଳେ ସେମାନଙ୍କଠାରେ ପତ୍ର କଅଁଳିବା ଆରମ୍ଭ ହୁଏ, ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ।
31
ସେହିପରି ତୁମ୍ଭେମାନେ ଏସବୁ ବିଷୟ ଘଟିବାର ଦେଖିଲେ, ଈଶ୍ୱରଙ୍କ ବାକ୍ୟ ଆଗତପ୍ରାୟ ବୋଲି ଜାଣିବ।
32
“ମନେରଖ, ବର୍ତ୍ତମାନ ଜୀବିତ ଥିବା ସମସ୍ତ ଲୋକଙ୍କର ମୃତ୍ୟୁ ପୂର୍ବର ଏସବୁ ବିଷୟ ଘଟିବ।
33
ଆକାଶ ଓ ପୃଥିବୀର ବିଲୋପ ଘଟିବ, କିନ୍ତୁ ମୋର ଉଚ୍ଚାରିତ ବାକ୍ୟ ଲୋପ ପାଇବ ନାହିଁ।
34
“ତୁମ୍ଭେମାନେ ସତର୍କ ଥାଅ। ଅତି ମାତ୍ରାରେ ଆନନ୍ଦ ଉତ୍ସବ ଓ ମଦ୍ୟ ପାନରେ ନିମଜ୍ଜିତ ହୁଅ ନାହିଁ, କିଅବା ଜୀବନରେ ନାନା ଚିନ୍ତାରେ ଭାରଗ୍ରସ୍ତ ହୁଅ ନାହିଁ, କାରଣ ସେହି ଅନ୍ତିମ ଦିନଟି
35
ହଠାତ୍ ଅପ୍ରତ୍ୟାଶିତ ଭାବରେ ଆସିବ - ଏହି ବିଚାର ଦିନ ପୃଥିବୀବାସୀ ସମସ୍ତଙ୍କୁ ଫାନ୍ଦ ପରି ଆସି ଧରିବ।
36
ଜାଗ୍ରତ ଥାଅ ଓ ସେସବୁ ମଧ୍ୟ ଦେଇ ନିର୍ବିଘ୍ନରେ ଗତି କରିବା ପାଇଁ ଶକ୍ତି ପାଇବା ନିମନ୍ତେ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବା ନିମନ୍ତେ ତୁମ୍ଭେମାନେ ସର୍ବଦା ପ୍ରାର୍ଥନା କର।”
37
ସେହି ସମୟରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଇ ଦିନ ଅତିବାହିତ କରୁଥିଲେ ଓ ସନ୍ଧ୍ୟା ସମୟରେ ବାହାରି ଯାଇ ଜୀତ ପର୍ବତ ଉପରେ ରାତ୍ରି କ୍ଷେପଣ କରୁଥିଲେ।
38
ପ୍ରତିଦିନ ପ୍ରଭାତରେ ଲୋକମାନେ ତାଙ୍କର ଶିକ୍ଷା ଶୁଣିବା ପାଇଁ ମନ୍ଦିରକୁ ଯାଉଥିଲେ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24