bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 24
Luke 24
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
1
ରବିବାର ଦିନ ପାହାନ୍ତା ସମୟରେ ସ୍ତ୍ରୀ ଲୋକମାନେ ପ୍ରସ୍ତୁତ କରିଥିବା ସୁଗନ୍ଧ ଦ୍ରବ୍ୟ ନେଇ ସମାଧିକୁ ଗଲେ।
2
ସେମାନେ ସମାଧି ମୁହଁରେ ଥିବା ପଥରଟି ଗଡ଼ି ଯାଇଥିବାର ଦେଖିଲେ,
3
କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ।
4
ସେମାନେ ଏ ବିଷୟରେ ହତବୁଦ୍ଧି ହୋଇ ଠିଆ ହୋଇଥିବା ସମୟରେ, ହଠାତ୍ ଉଜ୍ଜ୍ୱଳ ଶୁଭ୍ର ବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ପାଖରେ ଆସି ଠିଆହେଲେ।
5
ଭୟଭୀତ ହୋଇ ସ୍ତ୍ରୀ ଲୋକମାନେ ନତମସ୍ତକ ହୋଇ ଠିଆହେଲେ। ଦିବ୍ୟପୁରୁଷମାନେ ସେମାନଙ୍କୁ କହିଲେ, “ଯେ ଜୀବିତ, ତୁମ୍ଭେମାନେ ତାଙ୍କୁ ମୃତମାନଙ୍କ ମଧ୍ୟରେ କାହିଁକି ଖୋଜୁଛ?
6
ସେ ଏଠାରେ ନାହାନ୍ତି; ସେ ପୁନରୁତ୍ôଥତ। ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ ଯାହା କହିଥିଲେ, ସ୍ମରଣ କର:
7
‘ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେବେ। ତାଙ୍କୁ କ୍ରୁଶବିଦ୍ଧ କରାଯିବ, କିନ୍ତୁ ତୃତୀୟ ଦିବସରେ ସେ ପୁନରୁତ୍ôଥତ ହେବେ’।”
8
ସ୍ତ୍ରୀ ଲୋକମାନେ ସେ କଥା ସ୍ମରଣ କଲେ। ସମାଧିରୁ ଫେରିଯାଇ ଏଗାର ଜଣ ଶିଷ୍ୟ ଓ ଅନ୍ୟମାନଙ୍କୁ ଏ ବିଷୟରେ ଜଣାଇଲେ।
10
ଯେଉଁ ସ୍ତ୍ରୀ ଲୋକମାନେ ପ୍ରେରିତ ଶିଷ୍ୟମାନଙ୍କୁ ଏସବୁ ବିଷୟ ଜଣାଇଲେ, ସେମାନେ ହେଉଛନ୍ତି - ମଗ୍ଦଲିନୀ ମରିୟମ, ଯୋହାନା, ଯାକୁବଙ୍କ ମାତା ମରିୟମ ଓ ଅନ୍ୟାନ୍ୟ ସ୍ତ୍ରୀ ଲୋକମାନେ।
11
କିନ୍ତୁ ପ୍ରେରିତ ଶିଷ୍ୟମାନେ ଭାବିଲେ ଯେ ଏସବୁ ସ୍ତ୍ରୀ ଲୋକମାନଙ୍କର କପୋଳକଳ୍ପିତ କଥା, ତେଣୁ ସେମାନେ ବିଶ୍ୱାସ କଲେ ନାହିଁ।
12
କିନ୍ତୁ ପିତର ଉଠିପଡ଼ି ସମାଧି ନିକଟକୁ ଦୌଡ଼ିଲେ। ସେ ନଇଁପଡ଼ି ଦେଖିଲେ ଯେ ଗୁଡ଼ା ହୋଇଥିବା ପତଳା ଚାଦର ଛଡ଼ା ଆଉ କିଛି ନାହିଁ। ସେ ସେହି ଘଟଣାରେ ଆଚମ୍ବିତ ହୋଇ ଘରକୁ ଫେରିଗଲେ।
13
ସେହି ଦିନ ଯୀଶୁଙ୍କର ଦୁଇ ଜଣ ଶିଷ୍ୟ ଯିରୂଶାଲମଠାରୁ ପ୍ରାୟ ଏଗାର କିଲୋମିଟର୍ ଦୂରରେ ଥିବାର ଇମ୍ମାୟୁ ନାମକ ଗ୍ରାମକୁ ଯାଉଥିଲେ
14
ଏବଂ ଯାହା ସବୁ ଘଟିଯାଇଥିଲା, ସେମାନେ ସେ ବିଷୟରେ କଥାବାର୍ତ୍ତା କରୁଥିଲେ।
15
ସେମାନେ କଥାବାର୍ତ୍ତା ଓ ଆଲୋଚନା କରୁଥିବା ସମୟରେ ଯୀଶୁ ନିଜେ ସେମାନଙ୍କ ନିକଟକୁ ଆସି ସେମାନଙ୍କ ସହିତ ଚାଲିଲେ;
16
ସେମାନେ ତାଙ୍କୁ ଦେଖିଲେ କିନ୍ତୁ ଚିହ୍ନି ପାରିଲେ ନାହିଁ।
17
ଯୀଶୁ ସେମାନଙ୍କୁ ପଚାରିଲେ, “ତୁମେ କେଉଁ ବିଷୟରେ କଥାବାର୍ତ୍ତା କରୁଛ?” ସେମାନେ ବିଷଣ୍ଣ ମୁଖରେ ଠିଆ ହୋଇଗଲେ।
18
ସେମାନଙ୍କ ମଧ୍ୟରୁ କ୍ଲିପୟା ନାମକ ଜଣେ ତାଙ୍କୁ ପଚାରିଲେ, “ଯିରୂଶାଲମରୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଆପଣ କ’ଣ ଏକାକୀ ସେ ସ୍ଥାନରେ ଗତ କେତେ ଦିନର ଘଟଣା ଜାଣନ୍ତି ନାହିଁ?”
19
“କେଉଁ ଘଟଣା”? ସେ ପଚାରିଲେ। ସେମାନେ ଉତ୍ତର ଦେଲେ, “ନାଜରିତର ଯୀଶୁଙ୍କ ପ୍ରତି ଯାହା ସବୁ ଘଟିଲା। ସେ ଜଣେ ଭାବବାଦୀ ଥିଲେ। ଈଶ୍ୱରଙ୍କ ଦୃଷ୍ଟିରେ ଓ ଲୋକମାନଙ୍କ ବିଚାରରେ ସେ ଜଣେ ଅତି ଶକ୍ତିଶାଳୀ ବ୍ୟକ୍ତି ଥିଲେ। ତାଙ୍କର ସମସ୍ତ କାର୍ଯ୍ୟ ଓ କଥାରୁ ଏହା ଜଣାପଡ଼ୁଥିଲା।
20
ଆମର ମୁଖ୍ୟ ଯାଜକ ଓ ଶାସକମାନେ ତାଙ୍କୁ ମୃତ୍ୟୁ ଦଣ୍ଡ ଭୋଗିବା ପାଇଁ ଶତ୍ରୁ ହସ୍ତରେ ସମର୍ପଣ କଲେ ଓ ସେ କ୍ରୁଶବିଦ୍ଧ ହେଲେ।
21
ଆମେ ଆଶା କରୁଥିଲୁ ଯେ କେବଳ ସେ ହିଁ ଇଶ୍ରାୟେଲକୁ ମୁକ୍ତ କରିବେ! ତା’ଛଡ଼ା ଏହା ଘଟିବାର ଆଜି ତୃତୀୟ ଦିବସ।
22
ଆମ ଦଳର କେତେକ ସ୍ତ୍ରୀ ଲୋକମାନେ ଆମକୁ ଆଚମ୍ବିତ କରି ଦେଇଛନ୍ତି। ସେମାନେ ପାହାନ୍ତିଆ ସମୟରେ ସମାଧି ନିକଟକୁ ଯାଇଥିଲେ।
23
କିନ୍ତୁ ସେଠାରେ ତାଙ୍କର ଦେହ ନ ଥିଲା। ସେମାନେ କହିଲେ ଯେ ସମାଧିରୁ ଫେରିବାବେଳେ ସେମାନେ ସ୍ୱର୍ଗଦୂତମାନଙ୍କ ଦର୍ଶନ ପାଇଥିଲେ ଓ ସେହି ସ୍ୱର୍ଗଦୂତମାନେ ସେମାନଙ୍କୁ ସମ୍ବାଦ ଦେଲେ ଯେ ଯୀଶୁ ବର୍ତ୍ତମାନ ଜୀବିତ।
24
ତା’ପରେ ଆମ ଦଳର କେତେକ, ସମାଧିକୁ ଯାଇ ସ୍ତ୍ରୀମାନଙ୍କ କହିବାନୁସାରେ ସେଠାରେ ଠିକ୍ ସେହିପରି ସବୁ ଦେଖି ଆସିଲେ, କିନ୍ତୁ ଯୀଶୁଙ୍କୁ ସେମାନେ କେହି ଦେଖି ନାହାନ୍ତି।”
25
ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମେ କେଡ଼େ ନିର୍ବୋଧ, ଭାବବାଦୀମାନେ ଯାହା କହି ଯାଇଛନ୍ତି, ସେଥିରେ ବିଶ୍ୱାସ କରିବା ପାଇଁ ତୁମେ କେଡ଼େ ଅପ୍ରସ୍ତୁତ।
26
ଏସବୁ ଦୁଃଖ ଭୋଗ ପରେ ତାଙ୍କର ଗୌରବରେ ପ୍ରବେଶ କରିବା କ’ଣ ମସୀହଙ୍କର ଆବଶ୍ୟକ ନ ଥିଲା?”
27
ଯୀଶୁ, ମୋଶଶଙ୍କ ପୁସ୍ତକ ଓ ଅନ୍ୟାନ୍ୟ ଭାବବାଦୀମାନଙ୍କ ଦ୍ୱାରା ଲିଖିତ ଭାବବାଣୀଠାରୁ ଆରମ୍ଭ କରି ସମୁଦାୟ ଧର୍ମଶାସ୍ତ୍ରରେ ତାଙ୍କ ବିଷୟରେ ଯାହା ଯାହା ଉଲ୍ଲେଖ ଥିଲା, ସେସବୁ ସେମାନଙ୍କୁ ବୁଝାଇଦେଲେ।
28
ଯେଉଁ ଗ୍ରାମକୁ ଯାଉଥିଲେ, ତାହାର ନିକଟବର୍ତ୍ତୀ ହେବାବେଳେ ସେମାନେ ଦେଖିଲେ ଯେ ଯୀଶୁ ଆଗକୁ ଯିବାକୁ ଚାହୁଁଛନ୍ତି।
29
କିନ୍ତୁ ସେମାନେ ତାଙ୍କୁ ଅଟକାଇ କହିଲେ, “ଦିନ ପ୍ରାୟ ଶେଷ ହେବା ଉପରେ। ଅନ୍ଧାର ହୋଇ ଆସୁଛି, ଆପଣ ଆମ ସହିତ ରହିଯା’ନ୍ତୁ।” ତେଣୁ ସେ ସେମାନଙ୍କ ସହିତ ରହିବା ପାଇଁ ଭିତରକୁ ଗଲେ।
30
ସେମାନଙ୍କ ସହିତ ସେ ଭୋଜନରେ ବସିଲେ, ରୋଟୀ ନେଇ ଆଶୀର୍ବାଦ କଲେ ଓ ତାକୁ ଭାଙ୍ଗି ସେମାନଙ୍କୁ ଦେଲେ।
31
ତା’ପରେ ସେମାନଙ୍କ ଆଖି ଖୋଲିଗଲା ଓ ସେମାନେ ତାଙ୍କୁ ଚିହ୍ନି ପାରିଲେ, କିନ୍ତୁ ସେ ସେହିକ୍ଷଣି ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ।
32
ସେମାନେ ପରସ୍ପରକୁ କହିଲେ, “ପଥ ମଧ୍ୟରେ ସେ ଆମ ସହିତ କଥାବାର୍ତ୍ତା କରୁଥିବା ସମୟରେ ଓ ଧର୍ମଶାସ୍ତ୍ର ବୁଝାଉଥିବା ସମୟରେ ଆମ ମନରେ ନିଆଁ ଜଳିବା ପରି ଆମେ ଅନୁଭବ କରୁ ନ ଥିଲୁ କି?”
33
ସେମାନେ ସଙ୍ଗେ ସଙ୍ଗେ ଉଠି ଯିରୁଶାଲମକୁ ଫେରିଗଲେ। ସେଠାରେ ସେମାନେ ଦେଖିଲେ, ଏଗାର ଜଣ ଶିଷ୍ୟ ଓ ଅନ୍ୟମାନେ ଏକତ୍ର ହୋଇ କୁହାକୁହି ହେଉଛନ୍ତି,
34
“ପ୍ରକୃତରେ ପ୍ରଭୁ ମୃତ୍ୟୁରୁ ଉଠିଛନ୍ତି। ସେ ଶିମୋନକୁ ଦର୍ଶନ ଦେଇଛନ୍ତି!”
35
ସେହି ଦୁଇ ଜଣ ପଥ ମଧ୍ୟରେ ଯାହା ସବୁ ଘଟିଥିଲା ଏବଂ ରୋଟୀ ଭାଙ୍ଗିବା ସମୟରେ ସେମାନେ କିପରି ତାଙ୍କୁ ଚିହ୍ନିଥିଲେ, ଏ କଥା ବର୍ଣ୍ଣନା କରି କହିଲେ।
36
ସେହି ଦୁଇ ଜଣ ସେମାନଙ୍କୁ ଏ କଥା କହୁଥିବା ସମୟରେ, ହଠାତ୍ ପ୍ରଭୁ ନିଜେ ସେମାନଙ୍କ ମଧ୍ୟରେ ଆସି ଠିଆ ହେଲେ ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”
37
ସେମାନେ ଭୂତ ଦେଖୁଛନ୍ତି ଭାବି ଭୟଭୀତ ହେଲେ।
38
କିନ୍ତୁ ସେ ସେମାନଙ୍କୁ କହିଲେ, “କାହିଁକି ଡ଼ରୁଛ? କାହିଁକି ତୁମ ମନରେ ଏସବୁ ସନ୍ଦେହ ହେଉଛି?
39
ମୋର ହାତ ଓ ପାଦ ସବୁ ଦେଖ, ଏ ଯେ ସ୍ୱୟଂ ମୁଁ। ମୋତେ ଛୁଅଁ। ଦେଖ, ମୋର ଯେପରି ମାଂସ ଓ ଅସ୍ଥି ଅଛି, ଭୂତର ସେପରି ନ ଥାଏ।”
40
ଏହା କହି ସେ ସେମାନଙ୍କୁ ତାଙ୍କ ହାତ ଓ ପାଦ ସବୁ ଦେଖାଇଲେ।
41
ସେମାନେ ଆନନ୍ଦରେ ଅଧୀର ହୋଇଗଲେ, ତଥାପି ବିଶ୍ୱାସ କରି ପାରିଲେ ନାହିଁ। ତେଣୁ ସେ ସେମାନଙ୍କୁ ପଚାରିଲେ, “ଏଠାରେ ତୁମ ପାଖରେ କିଛି ଖାଦ୍ୟ ଅଛି କି?”
42
ସେମାନେ ତାଙ୍କୁ ଖଣ୍ଡେ ଭଜା ମାଛ ଦେଲେ।
43
ସେ ତା’ ନେଇ ସେମାନଙ୍କ ଉପସ୍ଥିତିରେ ଖାଇଲେ।
44
ତା’ପରେ ସେ ସେମାନଙ୍କୁ କହିଲେ, “ମୁଁ ତୁମ ସଙ୍ଗରେ ଥିବା ସମୟରେ ଠିକ୍ ଏହି କଥା ସବୁ କହିଥିଲି। ମୋଶାଙ୍କ ବ୍ୟବସ୍ଥା, ଭାବବାଦୀ ଗ୍ରନ୍ଥ ଓ ଦାଉଦଙ୍କ ଗୀତଗୁଡ଼ିକରେ ମୋ’ ବିଷୟରେ ଉଲ୍ଲିଖିତ ହୋଇଥିବା ପ୍ରତ୍ୟେକ ବିଷୟ ସଫଳ ହୋଇଛି।”
45
ତା’ପରେ ଧର୍ମଶାସ୍ତ୍ରର ଅର୍ଥ ବୁଝିବା ପାଇଁ ସେ ସେମାନଙ୍କ ମନକୁ ଉନ୍ମୁକ୍ତ କଲେ
46
ଓ ସେମାନଙ୍କୁ କହିଲେ: “ଏହି କଥା ହିଁ ତ ଲେଖା ଯାଇଛି - ମସୀହ ଦୁଃଖ ଭୋଗ କରିବେ ଓ ତିନି ଦିନ ପରେ ମୃତ୍ୟୁରୁ ଉତ୍ଥିତ ହେବେ
47
ଏବଂ ଯିରୂଶାଲମରୁ ଆରମ୍ଭ କରି ସମସ୍ତ ଜାତିମାନଙ୍କ ନିକଟରେ ତାଙ୍କ ନାମରେ ଅନୁତାପ ଓ ପାପକ୍ଷମାର ବାର୍ତ୍ତା ପ୍ରଚାରିତ ହେବ।
48
ତୁମ୍ଭେମାନେ ଏସବୁ ବିଷୟର ସାକ୍ଷୀ ଅଟ।
49
ଆଉ ମୋର ପିତା ଯାହା ପ୍ରତିଜ୍ଞା କରିଛନ୍ତି, ମୁଁ ନିଜେ ତାହା ତୁମ୍ଭମାନଙ୍କ ନିକଟକୁ ପଠାଇବି, କିନ୍ତୁ ଉଦ୍ଧ୍ୱର୍ରୁ ସେହି ଶକ୍ତି ଆସିବା ପର୍ଯ୍ୟନ୍ତ ଏହି ନଗରରେ ତୁମ୍ଭେମାନେ ଅପେକ୍ଷା କରି ରୁହ।”
50
ତା’ପରେ ସେ ସେମାନଙ୍କୁ ବେଥାନୀ ପର୍ଯ୍ୟନ୍ତ ନେଇଗଲେ। ସେଠାରେ ସେ ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ।
51
ତା’ପରେ ସେ ସେମାନଙ୍କଠାରୁ ବିଦାୟ ନେଲେ ଏବଂ ସ୍ୱର୍ଗକୁ ଉତ୍ତୋଳିତ ହେଲେ।
52
ସେମାନେ ତାଙ୍କର ଆରାଧନା କରି ମହାଆନନ୍ଦରେ
53
ଯିରୂଶାଲମକୁ ଫେରିଗଲେ ଏବଂ ଅଧିକାଂଶ ସମୟ ମନ୍ଦିରରେ ଈଶ୍ୱରଙ୍କ ସ୍ତୁତି ବନ୍ଦନା କରି ସମୟ ଅତିବାହିତ କଲେ।
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24