bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 4
Luke 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 5 →
1
ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନରୁ ଫେରିଲେ ଓ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ମରୁ ଅଞ୍ଚଳକୁ ଗଲେ।
2
ସେଠାରେ ସେ ଶୟତାନ ଦ୍ୱାରା ଚାଳିଶ ଦିନ ପର୍ଯ୍ୟନ୍ତ ପରୀକ୍ଷିତ ହେଲେ। ସେହି ସମୟ ଭିତରେ ସେ କିଛି ଭୋଜନ କରି ନ ଥିଲେ, ତେଣୁ ଚାଳିଶ ଦିନ ଅତିବାହିତ ହେବା ପରେ ସେ କ୍ଷୁଧିତ ହେଲେ।
3
ଶୟତାନ ତାଙ୍କୁ କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକୁ ଆଦେଶ ଦେଇ ରୋଟିରେ ପରିଣତ କର।”
4
କିନ୍ତୁ ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖାଅଛି, ‘ମନୁଷ୍ୟ କେବଳ ରୋଟୀରେ ବଞ୍ଚିପାରିବ ନାହିଁ।”
5
ତା’ପରେ ଶୟତାନ ତାଙ୍କୁ ଗୋଟିଏ ଉଚ୍ଚ ସ୍ଥାନକୁ ନେଇଗଲା ଏବଂ ମୁହୂର୍ତ୍ତକ ମଧ୍ୟରେ ଜଗତର ସମସ୍ତ ରାଜ୍ୟ ଦେଖାଇଲା। ଶୟତାନ ତାଙ୍କୁ କହିଲା,
6
“ମୁଁ ତୁମକୁ ଏ ସମସ୍ତର କ୍ଷମତା ଓ ଧନ ସମ୍ପଦ ଦେବି, କାରଣ ଏସବୁ ମୋ’ ହସ୍ତରେ ନ୍ୟସ୍ତ ହୋଇଛି ଓ ମୋର ଯାହାକୁ ଇଚ୍ଛା, ତାହାକୁ ସବୁ ଦେଇ ପାରିବି।
7
ତୁମେ ଯଦି ମୋତେ ପୂଜା କରିବ, ତେବେ ଏସବୁ ତୁମର ହେବ।”
8
ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, ‘ତୁମର ପ୍ରଭୁ ଈଶ୍ୱରଙ୍କୁ କେବଳ ପୂଜା କର ଏବଂ କେବଳ ତାଙ୍କର ସେବା କର’।”
9
ତା’ପରେ ଶୟତାନ ତାଙ୍କୁ ଯିରୂଶାଲମକୁ ନେଇଗଲା ଓ ମନ୍ଦିରର ସର୍ବୋଚ୍ଚ ସ୍ଥାନରେ ତାଙ୍କୁ ଛିଡ଼ା କରାଇ କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ତେବେ ଏହି ସ୍ଥାନରୁ ତଳକୁ ଡ଼େଇଁ ପଡ଼।
10
କାରଣ ଧର୍ମଶାସ୍ତ୍ରରେ ଲେଖାଅଛି, ‘ଈଶ୍ୱର ତୁମର ଯତ୍ନ ନେବା ପାଇଁ ସ୍ୱର୍ଗଦୂତମାନଙ୍କୁ ଆଦେଶ ଦେବେ।’
11
ଆହୁରି ମଧ୍ୟ ଉଲ୍ଲେଖ ଅଛି, ‘ତୁମର ପାଦ ଯେପରି ପଥରରେ ଆଘାତ ନ ପାଏ, ସେଥିପାଇଁ ସେମାନେ ତୁମକୁ ସେମାନଙ୍କ ହାତରେ ତୋଳି ଧରିବେ’।”
12
କିନ୍ତୁ ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖାଅଛି, ‘ତୁମର ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କର ନାହିଁ’।”
13
ଶୟତାନ ବିଭିନ୍ନ ଉପାୟରେ ଯୀଶୁଙ୍କୁ ପ୍ରଲୋଭନ ଦେଖାଇବା ପରେ କିଛି ସମୟ ପାଇଁ ତାଙ୍କୁ ଛାଡ଼ି ଚାଲିଗଲା।
14
ତା’ପରେ ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ପୂର୍ଣ୍ଣହୋଇ ଗାଲିଲୀକୁ ଫେରିଗଲେ। ସେ ସମସ୍ତ ଅଞ୍ଚଳରେ ତାଙ୍କ ବିଷୟରେ ସମ୍ବାଦ ବ୍ୟାପିଗଲା।
15
ସେ ସମାଜ ଗୃହମାନଙ୍କରେ ଶିକ୍ଷା ଦେଲେ ଓ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହେଲେ।
16
ତା’ପରେ ଯୀଶୁ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେଠାକୁ ଗଲେ। ବିଶ୍ରାମବାର ଦିନ ତାଙ୍କ ରୀତି ଅନୁସାରେ ପୂର୍ବପରି ସେ ସମାଜ ଗୃହକୁ ଗଲେ।
17
ଶାସ୍ତ୍ର ପାଠ କରିବା ନିମନ୍ତେ ତାଙ୍କୁ ଭାବବାଦୀ ଯିଶାଇୟଙ୍କ ପୁସ୍ତକ ଦିଆଗଲା। ସେ ଉକ୍ତ ପୁସ୍ତକ ଫିଟାଇ ଏହି ଅଂଶଟି ପାଠ କଲେ:
18
“ପ୍ରଭୁଙ୍କ ଆତ୍ମା ମୋ’ ଉପରେ ଅଧିଷ୍ଠିତ, କାରଣ ଦରିଦ୍ରମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ସେ ମୋତେ ମନୋନୀତ କରିଛନ୍ତି। ବନ୍ଦୀମାନଙ୍କ ନିକଟରେ ସେମାନଙ୍କ ମୁକ୍ତି ଘୋଷଣା କରିବା, ଅନ୍ଧକାମନଙ୍କୁ ଦୃଷ୍ଟିାକ୍ତି ଦାନ କରିବା, ନିର୍ଯ୍ୟାତିତମାନଙ୍କୁ ଉଦ୍ଧାର କରିବା
19
ଓ ପ୍ରଭୁ ତାଙ୍କ ଲୋକମାନଙ୍କୁ ରକ୍ଷା କରିବାର ସମୟ ଯେ ଉପସ୍ଥିତ, ଏହା ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଛନ୍ତି।”
20
ଯୀଶୁ ପୁସ୍ତକ ବନ୍ଦ କରି ପରିଚାରକକୁ ଫେରାଇ ଦେଇ ଉପବେଶନ କଲେ। ସମାଜ ଗୃହରେ ଥିବା ସମସ୍ତଙ୍କ ଦୃଷ୍ଟି ତାଙ୍କ ଉପରେ ନିବଦ୍ଧ ହେଲା।
21
ସେତେବେଳେ ସେ ସେମାନଙ୍କୁ କହିଲେ, “ଧର୍ମଶାସ୍ତ୍ରରେ ଏହି ଯେଉଁ ଅଂଶ ଶୁଣିଲ, ତାହା ଆଜି ସଫଳ ହେଲା।”
22
ଏଥିରେ ସମସ୍ତେ ଚମକ୍ରୃତ ହେଲେ ଓ ତାଙ୍କର ଓଜସ୍ୱିନୀ କଥାରେ ଅଭିଭୂତ ହୋଇ କହିଲେ, “ଏ କ’ଣ ଯୋସେଫର ପୁଅ ନୁହେଁ?”
23
ସେ ସେମାନଙ୍କୁ କହିଲେ, “ମୁଁ ନିଶ୍ଚୟ ଜାଣେ ଯେ ତୁମ୍ଭେମାନେ ମୋ’ ପ୍ରତି ଏହି ଉକ୍ତିଟି ପ୍ରୟୋଗ କରି କହିବ, ‘ହେ ଚିକିତ୍ସକ, ନିଜକୁ ସୁସ୍ଥ କର।’ କପର୍ନାହୁମରେ ଯାହା ସବୁ କରାଯାଇଛି ବୋଲି ତୁମ୍ଭେମାନେ ଶୁଣିଛ, ସେସବୁ ମୋର ଜନ୍ମ ସ୍ଥାନରେ କରିବା ପାଇଁ ତୁମ୍ଭେମାନେ ମୋତେ କହିବ।”
24
ଯୀଶୁ ପୁନର୍ବାର କହିଲେ, “ମୁଁ କହୁଛି, ଭାବବାଦୀ ନିଜ ବାସସ୍ଥାନରେ ଆଦୃତ ହୁଏ ନାହିଁ।
25
“ମୋ’ କଥା ଶୁଣ: ଏଲିୟଙ୍କ ସମୟରେ ସମଗ୍ର ଦେଶରେ ସାଢ଼େ ଦିନି ବର୍ଷ ପର୍ଯ୍ୟନ୍ତ ଅନାବୃଷ୍ଟି ଓ ଦୁର୍ଭିକ୍ଷ ହୋଇଥିବା ସମୟରେ ଇଶ୍ରାୟେଲ ଦେଶରେ ଅନେକ ବିଧବା ଥିଲେ।
26
କିନ୍ତୁ ଏଲିୟ କେବଳ ସିଦୋନ ଅଞ୍ଚଳର ସାରିଫତରେ ବାସ କରୁଥିବା ଗୋଟିଏ ବିଧବା ନିକଟକୁ ପ୍ରେରିତ ହୋଇଥିଲେ, ଅନ୍ୟ କାହା ନିକଟକୁ ସେ ଯାଇ ନ ଥିଲେ।
27
ଇଲିଶାୟ ଭାବବାଦୀଙ୍କ ସମୟରେ ଇଶ୍ରାୟେଲ ଦେଶରେ ଅନେକ କୁଷ୍ଠରୋଗୀ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ସୁସ୍ଥ ହୋଇ ନ ଥିଲେ। କେବଳ ସିରିଆର ନାମାନ୍ ସୁସ୍ଥ ହେଲେ।”
28
ଏକଥା ଶୁଣି, ସମାଜ ଗୃହରେ ଉପସ୍ଥିତ ଥିବା ଲୋକମାନେ କ୍ରୋଧାନ୍ୱିତ ହେଲେ।
29
ସେମାନେ ଉତ୍ତ୍ୟକ୍ତ ହୋଇ ଯୀଶୁଙ୍କୁ ସହରରୁ ବାହାରକୁ ତଡ଼ିଦେଲେ ଏବଂ ଯେଉଁ ପାହାଡ଼ ଉପରେ ସେମାନଙ୍କ ସହର ସ୍ଥାପିତ ହୋଇଥିଲା, ତା’ ଉପରୁ ତାଙ୍କୁ ତଳକୁ ଫୋପାଡ଼ି ଦେବା ପାଇଁ ମନସ୍ଥ କଲେ
30
କିନ୍ତୁ ସେ ଲୋକଗହଳି ମଧ୍ୟଦେଇ ବାହାରି ଚାଲିଗଲେ।
31
ତା’ପରେ ଯୀଶୁ ଗାଲିଲୀର କପର୍ନାହୂମ ନାମକ ଏକ ସହରକୁ ଯାଇ ବିଶ୍ରାମବାର ଦିନ ସେଠାରେ ଶିକ୍ଷା ଦେଲେ।
32
ତାଙ୍କର ଶିକ୍ଷା ଦେବା ପ୍ରଣାଳୀରେ ସେମାନେ ସମସ୍ତେ ଆଚମ୍ବିତ ହେଲେ, କାରଣ ସେ କ୍ଷମତାର ସହ କଥା କହୁଥିଲେ।
33
ଉପାସନା ଗୃହରେ ଜଣେ ଭୂତାବିଷ୍ଟ ଲୋକ ଥିଲା। ସେ ଉଚ୍ଚ ସ୍ୱରରେ ଚିକ୍ରାର କରି କହିଲା,
34
“ହେ ନାଜରିତର ଯୀଶୁ, ଆମଠ।।ରୁ ତୁମେ କ’ଣ ଚାହଁ? ତୁମେ କ’ଣ ଆମର ବିନା ସାଧନ କରିବା ପାଇଁ ଆସିଛ? ମୁଁ ଜାଣେ, ତୁମେ କିଏ: ତୁମେ ଈଶ୍ୱରଙ୍କର ପବିତ୍ର ଦୂତ।”
35
ଯୀଶୁ ଭୂତକୁ ଧମକ ଦେଇ କହିଲେ, “ଚୁପ୍କର୍, ଏହି ଲୋକଠାରୁ ବାହାରି ଆ!” ଭୂତ ଲୋକଟିକୁ ସେମାନଙ୍କ ଆଗରେ ତଳେ କଚାଡ଼ି ଦେଲା ଓ କୌଣସି କ୍ଷତି ନ କରି ତାହାଠାରୁ ବାହାରିଗଲା।
36
ଲୋକମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ କହିଲେ, “ଏସବୁ କି ପ୍ରକାର କଥା? କ୍ଷମତା ଓ ଶକ୍ତି ବଳରେ ଏହି ଲୋକଟି ପ୍ରେତାତ୍ମାମାନଙ୍କୁ ଧମକ ଦେଉଛି ଓ ସେମାନେ ବାହାରି ଯାଉଛନ୍ତି!”
37
ସେହି ଅଞ୍ଚଳରେ ଯୀଶୁଙ୍କ ସମ୍ପର୍କରେ ଏହି ସମ୍ବାଦ ଚାରିଆଡ଼େ ବ୍ୟାପିଗଲା।
38
ଯୀଶୁ ଉପାସନା ଗୃହରୁ ବାହାରି ଶିମୋନଙ୍କ ଗୃହକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ବହୁତ ଜ୍ୱର ହୋଇଥିଲା ଓ ସେମାନେ ତାଙ୍କ ବିଷୟରେ ଯୀଶୁଙ୍କୁ ଜଣାଇଲେ।
39
ଯୀଶୁ ଯାଇ ତାଙ୍କ ଶଯ୍ୟା ପାଖରେ ଠିଆହେଲେ ଓ ସେ ଜ୍ୱର ମୁକ୍ତ ହୁଅନ୍ତୁ ବୋଲି ଆଦେଶ ଦେଲେ। ସଙ୍ଗେ ସଙ୍ଗେ ଜ୍ୱର ଛାଡ଼ିଗଲା ଏବଂ ସେ ଉଠି ସେମାନଙ୍କର ପରିଚର୍ଯ୍ୟା କଲେ।
40
ସୂର୍ଯ୍ୟାସ୍ତ ପରେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ସେମାନଙ୍କ ବନ୍ଧୁମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ସେ ପ୍ରତ୍ୟେକଙ୍କ ଉପରେ ତାଙ୍କର ହାତ ରଖି ସମସ୍ତଙ୍କୁ ସୁସ୍ଥ କଲେ।
41
“ତୁମେ ଈଶ୍ୱରଙ୍କ ପୁତ୍ର” ବୋଲି ଚିକ୍ରାର କରି ଭୂତମାନେ ମଧ୍ୟ ଅନେକଙ୍କଠାରୁ ବାହାରି ଗଲେ। ଯୀଶୁ ଭୂତମାନଙ୍କୁ କୌଣସି କଥା ନ କହିବା ପାଇଁ ଧମ ଦେଇ ସେମାନଙ୍କୁ ନୀରବ କଲେ; କାରଣ ସେ ମସୀହ ବୋଲି ସେମାନେ ଜାଣିଥିଲେ।
42
ପରଦିନ ପ୍ରତ୍ୟୁଷରେ, ଯୀଶୁ ସହର ଛାଡ଼ି ଏକ ନିର୍ଜ୍ଜନ ସ୍ଥାନକୁ ଗଲେ। ଲୋକମାନେ ତାଙ୍କୁ ଖୋଜିବାକୁ ଲାଗିଲେ ଓ ତାଙ୍କ ଦେଖା ପାଇ ତାଙ୍କୁ ସେଠାରେ ଅଟକାଇ ରଖିବା ପାଇଁ ଚେଷ୍ଟା କଲେ।
43
କିନ୍ତୁ ସେ ସେମାନଙ୍କୁ କହିଲେ, “ମୋତେ ଅନ୍ୟ ସହରମାନଙ୍କରେ ମଧ୍ୟ ଈଶ୍ୱରଙ୍କ ରାଜ୍ୟର ଶୁଭବାର୍ତ୍ତା ପ୍ରଚାର କରିବାକୁ ହେବ, କାରଣ ସେଥିପାଇଁ ଈଶ୍ୱର ମୋତେ ପ୍ରେରଣ କରିଛନ୍ତି।”
44
ତେଣୁ ସେ ଦେଶର ବିଭିନ୍ନ ଉପାସନା ଗୃହମାନଙ୍କରେ ପ୍ରଚାର କରିବାକୁ ଲାଗିଲେ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
Luke Commentaries
→
Devotional
Luke Devotional Guide
→
Get This Bible
CL Study Bible
→