bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 6
Luke 6
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 7 →
1
ବିଶ୍ରାମବାର ଦିନ ଯୀଶୁ ଗୋଟିଏ ଶସ୍ୟ କ୍ଷେତ୍ର ଦେଇ ଯାଉଥିଲେ। ତାଙ୍କର ଶିଷ୍ୟମାନେ ଶସ୍ୟ କେଣ୍ଡାରୁ ଶିଷା ଛିଣ୍ଡାଇ, ସେଗୁଡ଼ିକ ହାତରେ ମଳି ଖାଇବାକୁ ଲାଗିଲେ।
2
କେତେଜଣ ଫାରୁଶୀ ପଚାରିଲେ, “ବ୍ୟବସ୍ଥା ଅନୁଯାୟୀ ବିଶ୍ରାମବାର ଦିନ ତୁମ୍ଭମାନଙ୍କର ଯେଉଁସବୁ କାମ କରିବା ଅନୁଚିତ, ତୁମ୍ଭେମାନେ କାହିଁକି ତାହା କରୁଛ?”
3
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦାଉଦ ଓ ତାଙ୍କର ଲୋକମାନେ କ୍ଷୁଧିତ ଥିବା ସମୟରେ କ’ଣ କରିଥିଲେ, ତାହା ପଢ଼ି ନାହଁ କି?
4
ସେ ଈଶ୍ୱରଙ୍କ ଗୃହରେ ପ୍ରବେଶ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ରୋଟୀ ନିଜେ ଖାଇଲେ ଓ ତାଙ୍କର ଲୋକମାନଙ୍କୁ ମଧ୍ୟ ଦେଲେ। ଅଥଚ ଯାଜକଙ୍କ ବ୍ୟତୀତ ଅନ୍ୟ କେହି ସେ ରୋଟୀ ଖାଇବା ଆମର ବ୍ୟବସ୍ଥା ବିରୁଦ୍ଧ।”
5
ଯୀଶୁ ପୁଣି କହିଲେ, “ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ।”
6
ଆଉ ଥରେ ବିଶ୍ରାମବାରରେ ଯୀଶୁ ଗୋଟିଏ ଉପାସନା ଗୃହକୁ ଯାଇ ଶିକ୍ଷା ଦେଲେ। ସେଠାରେ ଜଣେ ଲୋକ ଥିଲା। ତାହାର ଡ଼ାହାଣ ହାତ ଶୁଖି ଯାଇଥିଲା।
7
ଧର୍ମଗୁରୁ ଓ ଫାରୁଶୀମାନଙ୍କ ମଧ୍ୟରୁ କେତେଜଣ ଯୀଶୁଙ୍କ ଦୋଷ ଧରିବା ପାଇଁ କାରଣ ଖୋଜୁଥିଲେ। ସେ ବିଶ୍ରାମବାର ଦିନ ସୁସ୍ଥ କରିବେ କି ନାହିଁ, ତାହା ଦେଖିବାକୁ ତାଙ୍କ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ।
8
କିନ୍ତୁ ଯୀଶୁ ସେମାନଙ୍କର ମନୋଭାବ ଜାଣି ଲୋକଟିକୁ କହିଲେ, “ଉଠି ଠିଆହୁଅ।” ଲୋକଟି ଉଠି ସେଠାରେ ଠିଆହେଲା।
9
ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ପଚାରୁଛି, ବିଶ୍ରାମବାରରେ କ’ଣ କରିବା ବିଧିସଙ୍ଗତ? ଉପକାର କରିବା ନା କ୍ଷତି କରିବା? ମନୁଷ୍ୟର ଜୀବନ ରକ୍ଷା କରିବା ନା ନଷ୍ଟ କରିବା?
10
ସେ ସମସ୍ତଙ୍କ ଆଡ଼କୁ ଅନାଇ ଲୋକଟିକୁ କହିଲେ, “ତୁମର ହାତ ବମାଅ।” ସେ ସେପରି କଲା ଓ ତା’ର ହାତ ସୁସ୍ଥ ହୋଇଗଲା।
11
ସେମାନେ ସମସ୍ତେ କ୍ରୋଧ ଜର୍ଜ୍ଜରିତ ହୋଇ ଯୀଶୁଙ୍କ ପ୍ରତି କ’ଣ କରିବେ, ସେ ବିଷୟରେ ଷଡ଼ଯନ୍ତ୍ର କଲେ।
12
ଏହା ପରେ ଦିନେ ଯୀଶୁ ଏକ ପାହାଡ଼ ଉପରକୁ ପ୍ରାର୍ଥନା କରିବାକୁ ଗଲେ ଓ ଈଶ୍ୱରଙ୍କଠାରେ ପ୍ରାର୍ଥନା କରି ସମସ୍ତ ରାତ୍ରି ବିତାଇଲେ।
13
ପରଦିନ ପ୍ରତ୍ୟୁଷରେ ତାଙ୍କର ଶିଷ୍ୟମାନଙ୍କୁ ପାଖକୁ ଡ଼ାକିଲେ ଓ ସେମାନଙ୍କ ମଧ୍ୟରୁ ବାର ଜଣଙ୍କୁ ମନୋନୀତ କରି “ପ୍ରେରିତ” ନାମ ଦେଲେ।
14
ସେମାନେ ହେଉଛନ୍ତି:- ଶିମୋନ (ଯାହାଙ୍କୁ ସେ ପିତର ନାମ ଦେଲେ) ଓ ତାଙ୍କର ଭାଇ ଆନ୍ଦ୍ରିୟ; ଯାକୁବ ଓ ଯୋହନ, ଫିଲିପ୍ ଓ ବାର୍ଥଲୋମି,
15
ମାଥିଉ ଓ ଥୋମା, ଆଲଫିଙ୍କ ପୁତ୍ର ଯାକୁବ ଓ ଶିମୋନ (ଯାହାଙ୍କୁ ଦେଶପ୍ରେମୀ କୁହାଯାଉଥିଲା),
16
ଯାକୁବଙ୍କ ପୁତ୍ର ଯିହୂଦା ଓ ଇଷ୍କାରିୟୋଥ୍ ଯିହୂଦା ଯେ ବିଶ୍ୱାସଘାତକ ହେଲା।
17
ଯୀଶୁ ପ୍ରେରିତ ଶିଷ୍ୟମାନଙ୍କ ସହିତ ପାହାଡ଼ରୁ ଓହ୍ଲାଇ ତାଙ୍କର ବହୁସଂଖ୍ୟକ ଅନୁଗାମୀମାନଙ୍କ ସହିତ ଏକ ସମତଳ ସ୍ଥାନରେ ଠିଆହେଲେ। ଯିହୂଦା ପ୍ରଦେଶର ସମସ୍ତ ଅଞ୍ଚଳରୁ ଏବଂ ଯିରୂଶାଲମ, ସୋର ଓ ଶିଦୋନର ଉପକୂଳବର୍ତ୍ତୀ ଅଞ୍ଚଳରୁ ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ।
18
ସେମାନେ ତାଙ୍କର ଶିକ୍ଷା ଶୁଣିବାକୁ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ପାଇଁ ଆସିଥିଲେ। ଯେଉଁମାନେ ଭୂତଗ୍ରସ୍ତ ହୋଇ କଷ୍ଟ ପାଉଥିଲେ, ସେମାନେ ମଧ୍ୟ ଆସି ସୁସ୍ଥ ହେଲେ।
19
ସମସ୍ତେ ତାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲେ, କାରଣ ତାଙ୍କଠାରୁ ଶକ୍ତି ନିର୍ଗତ ହୋଇ ସମସ୍ତଙ୍କୁ ସୁସ୍ଥ କରୁଥିଲା।
20
ଯୀଶୁ ତାଙ୍କର ଶିଷ୍ୟମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ: “ହେ ଦୀନହୀନମାନେ, ତୁମ୍ଭେମାନେ ଧନ୍ୟ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର!
21
“ହେ କ୍ଷୁଧାର୍ତ୍ତମାନେ, ତୁମ୍ଭେମାନେ ଧନ୍ୟ, ତୁମ୍ଭେମାନେ ପରିତୃପ୍ତ ହେବ! “ହେ ଶୋକାର୍ତ୍ତମାନେ, ତୁମ୍ଭେମାନେ ଧନ୍ୟ, ତୁମ୍ଭେମାନେ ଉତ୍ଫୁଲ୍ଲ ହେବ!
22
“ମନୁଷ୍ୟପୁତ୍ରଙ୍କ ନିମନ୍ତେ ଯଦି ଲୋକମାନେ ତୁମକୁ ଘୃଣା କରନ୍ତି, ତୁମ ସହିତ ସମ୍ପର୍କ ରଖନ୍ତି ନାହିଁ, ଅପମାନ ଦିଅନ୍ତି ଓ ତୁମକୁ ଭ୍ରଷ୍ଟାଚାରୀ ବୋଲି କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ!
23
ସେତେବେଳେ ଆନନ୍ଦିତ ହୋଇ ନାଚିଉଠ, କାରଣ ସ୍ୱର୍ଗରେ ତୁମ ନିମନ୍ତେ ମହାପୁରସ୍କାର ରଖାଯାଇଛି। ସେମାନଙ୍କ ପୂର୍ବପୁରୁଷମାନେ ଭାବବାଦୀମାନଙ୍କ ପ୍ରତି ଠିକ୍ ଏହିପରି କରିଥିଲେ।
24
“ହାୟ ଧାର୍ମିକ ବୃନ୍ଦ! ବର୍ତ୍ତମାନ ତୁମ୍ଭେମାନେ ସୁଖ ଭୋଗ କରୁଛ! କିନ୍ତୁ ତୁମ୍ଭମାନଙ୍କ ଶେଷ ଦଶା କେଡ଼େ ଭୟଙ୍କର!
25
“ହାୟ! ପରିତୃପ୍ତ ବ୍ୟକ୍ତିମାନେ, ତୁମ୍ଭମାନଙ୍କ ଶେଷ ଦଶା କେଡ଼େ ଭୟଙ୍କର! ତୁମ୍ଭେମାନେ କ୍ଷୁଧାତୁର ହେବ। “ହାୟ ଯେଉଁମାନେ ବର୍ତ୍ତମାନ ହସୁଛ, ତୁମ୍ଭମାନଙ୍କର ହାସ୍ୟରୋଳ କ୍ରନ୍ଦନ ଓ ଶୋକରେ ପରିଣତ ହେବ।
26
“ହାୟ! ଯଦି ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତି, ତୁମ୍ଭମାନଙ୍କ ଦଶା ମଧ୍ୟ ଭୟଙ୍କର ହେବ, କାରଣ ସେମାନଙ୍କ ପୂର୍ବପୁରୁଷମାନେ ଶଠ ଭାବବାଦୀମାନଙ୍କର ମଧ୍ୟ ସେହିପରି ପ୍ରଶଂସା କରୁଥିଲେ।
27
“କିନ୍ତୁ ଶୁଣ, ମୁଁ କହୁଛି, ତୁମର ଶତ୍ରୁକୁ ପ୍ରେମ କର। ଯେଉଁମାନେ ତୁମକୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର।
28
ଯେଉଁମାନେ ତୁମକୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର ଓ ଯେଉଁମାନେ ତୁମ ପ୍ରତି ଦୁର୍ବ୍ୟବହାର କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ଯଦି କେହି ତୁମର ଗୋଟିଏ ଗାଲରେ ମାରେ, ତେବେ ତାକୁ ଅନ୍ୟ ଗାଲଟି ମଧ୍ୟ ଦେଖାଇ ଦିଅ।
29
ଯଦି କେହି ତୁମର ଉତ୍ତରୀୟ ନେଇ ଯାଏ, ତେବେ ତାକୁ ତୁମେ ଅଙ୍ଗରଖା ମଧ୍ୟ ନେବାକୁ ବାରଣ କର ନାହିଁ,
30
ଯେ କେହି ତୁମକୁ ମାଗେ, ତାକୁ ଦିଅ, ଆଉ ଯଦି କେହି ତୁମର କୌଣସି ପଦାର୍ଥ ନେଇଯାଏ, ତେବେ ତାହା ଫେରସ୍ତ ମାଗ ନାହିଁ।
31
ତୁମ୍ଭେମାନେ ଅନ୍ୟମାନଙ୍କଠାରୁ ଯେପରି ବ୍ୟବହାର ପାଇବାକୁ ଇଚ୍ଛା କର, ସେମାନଙ୍କ ପ୍ରତି ସେହିପରି ବ୍ୟବହାର କର।
32
“ଯେଉଁମାନେ ତୁମକୁ ପ୍ରେମ କରନ୍ତି, କେବଳ ସେମାନଙ୍କୁ ପ୍ରେମ କଲେ, ତୁମ୍ଭେମାନେ କାହିଁକି ଆଶୀର୍ବାଦ ପାଇବ? ଅଧାର୍ମିକମାନେ ମଧ୍ୟ ସେମାନଙ୍କୁ ପ୍ରେମ କରୁଥିବା ଲୋକମାନଙ୍କୁ ପ୍ରେମ କରନ୍ତି!
33
ଆଉ ଯେଉଁମାନେ ତୁମର ମଙ୍ଗଳ କରନ୍ତି, ତୁମେ ଯଦି କେବଳ ସେମାନଙ୍କ ମଙ୍ଗଳ କର, ତୁମେ କାହିଁକି ଆଶୀର୍ବାଦ ପାଇବ? ଅଧାର୍ମିକମାନେ ମଧ୍ୟ ସେପରି କରନ୍ତି।
34
ଯେଉଁମାନଙ୍କଠାରୁ ଫେରି ପାଇବାର ଆଶା ଥାଏ, ଯଦି ତୁମେ କେବଳ ସେହିମାନଙ୍କୁ ଋଣ ଦିଅ, ତେବେ ତୁମେ କାହିଁକି ଆଶୀର୍ବାଦ ପାଇବ? ଅଧାର୍ମିକମାନେ ଫେରି ପାଇବା ଆଶାରେ ଋଣ ଦିଅନ୍ତି!
35
ବରଂ ତୁମର ଶତ୍ରୁମାନଙ୍କୁ ପ୍ରେମ କର ଓ ସେମାନଙ୍କର ମଙ୍ଗଳ କର; ପରିଶୋଧର ଆଶା ନ ରଖି ଋଣ ଦିଅ। ତା’ହେଲେ ତୁମ୍ଭେମାନେ ମହାପୁରସ୍କାର ପାଇବ ଓ ପରାତ୍ପର ଈଶ୍ୱରଙ୍କ ସନ୍ତାନ ହେବ। କାରଣ ଅକୃତଜ୍ଞ ଓ ଦୁଷ୍ଟ ଲୋକମାନଙ୍କୁ ମଧ୍ୟ ଈଶ୍ୱର କୃପା କରନ୍ତି।
36
ତୁମ୍ଭମାନଙ୍କର ପିତା ଯେପରି ଦୟାଳୁ, ତୁମ୍ଭେମାନେ ସେହିପରି ଦୟାଳୁ ହୁଅ।
37
“ଅନ୍ୟର ବିଚାର କର ନାହିଁ, ତା’ହେଲେ ଈଶ୍ୱର ତୁମର ବିଚାର କରିବେ ନାହିଁ; ଅନ୍ୟକୁ ଦୋଷୀ କର ନାହିଁ, ତେବେ ଈଶ୍ୱର ତୁମକୁ ଦୋଷୀ କରିବେ ନାହିଁ; ଅନ୍ୟକୁ କ୍ଷମା କର, ତେବେ ଈଶ୍ୱର ତୁମକୁ କ୍ଷମା କରିବେ।
38
ଦାନ କର, ତା’ହେଲେ ଈଶ୍ୱର ତୁମ୍ଭମାନଙ୍କୁ ଦେବେ। ବାସ୍ତବରେ ତୁମ୍ଭେମାନେ ପୂର୍ଣ୍ଣ ମାତ୍ରାରେ ପାଇବ, ମାଣ ଉଛୁଳାଇ ପ୍ରଚୁର ପରିମାଣରେ ତୁମ୍ଭମାନଙ୍କୁ ଦିଆଯିବ। ଅନ୍ୟମାନଙ୍କ ନିମନ୍ତେ ତୁମ୍ଭେମାନେ ଯେଉଁ ମାପ ବ୍ୟବହାର କର, ଈଶ୍ୱର ତୁମ ପ୍ରତି ଠିକ୍ ସେହି ମାପ ବ୍ୟବହାର କରିବେ।”
39
ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ: “ଜଣେ ଅନ୍ଧ ଅନ୍ୟ ଅନ୍ଧକୁ ବାଟ କଢ଼ାଇ ନେଇ ପାରିବ ନାହିଁ, ଯଦି ସେ ସେପରି କରେ, ଦୁଇ ଜଣ ଖାଲରେ ପଡ଼ିବେ।
40
କୌଣସି ଶିଷ୍ୟ ଗୁରୁଠାରୁ ଶ୍ରେଷ୍ଠ ନୁହେଁ, କିନ୍ତୁ ଶିଷ୍ୟର ଶିକ୍ଷା ସିଦ୍ଧ ହେଲେ ସେ ଗୁରୁଙ୍କ ସମକକ୍ଷ ହେବ।
41
“ନିଜ ଆଖିରେ ଥିବା କଡ଼ିକାଠ ବିଷୟରେ ଚିନ୍ତା ନ କରି, ତୁମ୍ଭେମାନେ କାହିଁକି ତୁମ ଭାଇର ଆଖିରେ ଥିବା କୁଟାଟିକୁ ଦେଖୁଛ?
42
ନିଜ ଆଖିରେ ଥିବା କଡ଼ିକାଠ ନ ଦେଖି ତୁମେ କିପରି ତୁମ ଭାଇକୁ କହିବ, ‘ଭାଇ, ଆସ, ମୁଁ ତୁମ ଆଖିରୁ କୁଟାଟି କାଢ଼ି ଦେବି।’ ହେ କପଟୀମାନେ! ପ୍ରଥମେ ନିଜ ଆଖିରୁ କଡ଼ିକାଠ ବାହାର କର, ତା’ପରେ ତୁମ ଭାଇର ଆଖିରୁ କୁଟାଟି ବାହାର କରିବା ପାଇଁ ତୁମେ ପରିଷ୍କାରଭାବେ ଦେଖିପାରିବ।
43
“ଗୋଟିଏ ଭଲ ଗଛରେ ଖରାପ ଫଳ ଫଳେ ନାହିଁ କିମ୍ବା ଗୋଟିଏ ଖରାପ ଗଛରେ ଭଲ ଫଳ ଫଳେ ନାହିଁ।
44
ପ୍ରତ୍ୟେକ ଗଛ ତା’ର ଫଳ ଦ୍ୱାରା ଚିହ୍ନାଯାଏ; ତୁମ୍ଭେମାନେ କଣ୍ଟା ଗଛରୁ ଡ଼ିମିରି କିମ୍ବା କଣ୍ଟା ବୁଦାରୁ ଅଙ୍ଗୁର ତୋଳି ପାରିବ ନାହିଁ।
45
ଧାର୍ମିକ ଲୋକ ନିଜ ହୃଦୟରେ ସଞ୍ଚିତ ଉତ୍ତମ ଭଣ୍ଡାରରୁ ଉତ୍ତମ ବିଷୟ ବାହାର କରି ଆଣେ ଏବଂ ଅଧାର୍ମିକ ଲୋକ ତା’ ଭଣ୍ଡାରରୁ ମନ୍ଦ ବିଷୟ ବାହାର କରେ। କାରଣ ହୃଦୟ ଯେଉଁ ବିଷୟରେ ପୂର୍ଣ୍ଣ, ମୁଖ ତାହା ପ୍ରକାଶ କରେ।
46
“ତୁମ୍ଭେମାନେ କାହିଁକି ମୋତେ ‘ପ୍ରଭୁ, ପ୍ରଭୁ’ ବୋଲି ସମ୍ବୋଧନ କର, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଯାହା କହେ, ତାହା ପାଳନ କରି ନ ଥାଅ?
47
ଯେ କେହି ମୋ’ ନିକଟକୁ ଆସେ ଓ ମୋର କଥା ଶୁଣି ପାଳନ କରେ -
48
ସେ ଗଭୀର କରି ଖୋଳି ପଥର ଉପରେ ମୂଳଦୁଆ ପକାଇ ଗୃହ ନିର୍ମାଣ କରିବା ଲୋକ ପରି। ନଦୀରେ ବନ୍ୟା ଆସି ଘରକୁ ଧକ୍କା ଦେଲା, କିନ୍ତୁ ତାହା ସୁଦୃଢ଼ ହୋଇ ଥିବାରୁ ତାହାକୁ ଟଳାଇ ପାରିଲା ନାହିଁ।
49
କିନ୍ତୁ ଯଦି କେହି ମୋର କଥା ଶୁଣେ, କିନ୍ତୁ ତାହା ପାଳନ କରେ ନାହିଁ, ତେବେ ସେ ମୂଳଦୁଆ ନ ପକାଇ ଗୃହ ନିର୍ମାଣ କରିଥିବା ଲୋକ ସଦୃଶ; ଯେତେବେଳେ ବନ୍ୟା ଆସେ ସେ ଘରକୁ ଧକ୍କା ଦେଲା, ତାହା ସଙ୍ଗେ ସଙ୍ଗେ ଭୁଷୁଡ଼ି ପଡ଼ିଲା - କେଡ଼େ ଭୟଙ୍କରଭାବେ ତାହା ଧ୍ୱଂସ ପାଇଲା।”
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24