bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 19
Luke 19
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 20 →
1
ଯୀଶୁ ଯିରୀହୋ ମଧ୍ୟଦେଇ ଯାଉଥିଲେ।
2
ସେଠାରେ ଜଖିୟ ନାମରେ ଜଣେ ପ୍ରଧାନ କରଆଦାୟକାରୀ ଧନୀ ଲୋକ ଥିଲା।
3
ଯୀଶୁଙ୍କୁ ସେ ଦେଖିବାକୁ ଇଚ୍ଛା କରୁଥିଲା, କିନ୍ତୁ ସେ ବାଙ୍ଗର ଥିବାରୁ ଜନଗହଳି ମଧ୍ୟରେ ଯୀଶୁଙ୍କୁ ଦେଖି ପାରିଲା ନାହିଁ।
4
ତେଣୁ ସେ ଆଗକୁ ଦୌଡ଼ି ଯାଇ ଯୀଶୁଙ୍କୁ ଦେଖିବା ପାଇଁ ଗୋଟିଏ ଡ଼ିମିରି ଗଛରେ ଚଢ଼ିଲା, କାରଣ ସେହି ବାଟ ଦେଇ ଯୀଶୁଙ୍କର ଯିବାର ଥିଲା।
5
ଯେତେବେଳେ ଯୀଶୁ ସେହି ସ୍ଥାନରେ ପହଞ୍ଚିଲେ, ସେ ଉପରକୁ ଅନାଇ ଜଖିୟକୁ କହିଲେ, “ଜଖିୟ, ଶୀଘ୍ର ତଳକୁ ଓହ୍ଲାଇ ଆସ; ଆଜି ମୋତେ ତୁମ ଘରେ ରହିବାକୁ ହେବ।”
6
ଜଖିୟ ଶୀଘ୍ର ତଳକୁ ଓହ୍ଲାଇ ଆସି ମହାନନ୍ଦରେ ତାଙ୍କୁ ସ୍ୱାଗତ କଲା।
7
ଏଥିରେ ଲୋକମାନେ ବିରକ୍ତ ହୋଇ ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଦେଖ! ଜଣେ ପାପୀ ଘରକୁ ସେ ଅତିଥି ହୋଇ ଯାଇଛନ୍ତି!”
8
ଜଖିୟ ପ୍ରଭୁଙ୍କୁ କହିଲା, “ଗୁରୁ! ଶୁଣନ୍ତୁ! ମୁଁ ମୋ’ ସମ୍ପତ୍ତିର ଅଧେ ଦରିଦ୍ରମାନଙ୍କୁ ଦାନ କରିବି ଏବଂ ଯଦି ମୁଁ କାହାଠାରୁ କିଛି ଠକାଇ ନେଇଥାଏ, ତେବେ ଚାରି ଗୁଣରେ ତାକୁ ଫେରାଇ ଦେବି।”
9
ଯୀଶୁ ତାକୁ କହିଲେ, “ଆଜି ଏହି ଗୃହକୁ ପରିତ୍ରାଣ ଆସିଛି, କାରଣ ଏହି ବ୍ୟକ୍ତି ମଧ୍ୟ ଅବ୍ରାହମଙ୍କ ଜଣେ ବଂଶଧର।
10
ମନୁଷ୍ୟପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖୋଜି ରକ୍ଷା କରିବା ନିମନ୍ତେ ଆସିଛନ୍ତି।”
11
ଯିରୂଶାଲମର ନିକଟବର୍ତ୍ତୀ ହେବା ସମୟରେ ଯୀଶୁ ତାଙ୍କ କଥା ଶୁଣି ତାଙ୍କ ସାଙ୍ଗରେ ଯାଉଥିବା ଲୋକମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କଥା କହିଲେ। ସେହି ଲୋକମାନେ ଭାବୁଥିଲେ ଯେ, ଈଶ୍ୱରଙ୍କ ରାଜ୍ୟ ଶୀଘ୍ର ପ୍ରତିଷ୍ଠିତ ହେବାକୁ ଯାଉଛି।
12
ଯୀଶୁ କହିଲେ: “ଥରେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ରାଜା ରୂପେ ଅଭିଷିକ୍ତ ହେବାକୁ ଦୂର ଦେଶକୁ ଗଲେ ଓ ସେ ସେଠାରୁ ନିର୍ଦ୍ଦିଷ୍ଟ ସମୟରେ ଫେରି ଆସିବାର ସ୍ଥିର ହୋଇଥିଲା।
13
ସେ ଯିବା ପୂର୍ବରୁ ତାଙ୍କର ଦଶ ଜଣ ଦାସଙ୍କୁ ଡ଼ାକି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏ ସ୍ୱର୍ଣ୍ଣ ମୁଦ୍ରା ଦେଇ କହିଲେ, ‘ମୁଁ ଯିବା ପରେ ତୁମ୍ଭେମାନେ ଏଥିରୁ କିପରି ଉପାର୍ଜ୍ଜନ କରିବ, ସେ ବିଷୟ ଚିନ୍ତା କରି ଦେଖ।’
14
କିନ୍ତୁ ତାଙ୍କର ନିଜ ଦେଶର ଲୋକମାନେ ତାଙ୍କୁ ଘୃଣା କରୁଥିଲେ, ସେମାନେ ଦୂତ ହାତରେ ଏହି କଥା କହି ପଠାଇଲେ, ‘ଏ ବ୍ୟକ୍ତିଙ୍କୁ ଆମେ ଆମର ରାଜା ରୂପେ ଗ୍ରହଣ କରିବାକୁ ପ୍ରସ୍ତୁତ ନୋହୁଁ।’
15
“ସେହି ବ୍ୟକ୍ତି ରାଜପଦ ପାଇ ନିଜ ଦେଶକୁ ଫେରି ଆସିଲେ। ତାଙ୍କର ଦାସମାନେ କେତେ ରୋଜଗାର କରିଛନ୍ତି, ତାହା ଜାଣିବା ଲାଗି ସେ ସେମାନଙ୍କୁ ତାଙ୍କ ନିକଟକୁ ଆସିବା ପାଇଁ ଆଦେଶ ଦେଲେ।
16
ପ୍ରଥମ ଜଣକ ଆସି କହିଲା, ‘ମହାଶୟ, ଆପଣ ଦେଇଥିବା ଗୋଟିଏ ମୁଦ୍ରା ସାହାଯ୍ୟରେ ମୁଁ ଦଶଟି ସ୍ୱର୍ଣ୍ଣ ମୁଦ୍ରା ଅର୍ଜନ କରିଛି।’
17
ସେ କହିଲେ, ‘ଚମକ୍ରାର! ତୁମେ ଜଣେ ବୁଦ୍ଧିମାନ ଦାସ! ଛୋଟ ବିଷୟରେ ବିଶ୍ୱସ୍ତ ହୋଇ ଥିବାରୁ ମୁଁ ତୁମକୁ ଦଶଟି ନଗରର ଦାୟିତ୍ୱ ଦେବି।’
18
ଦ୍ୱିତୀୟ ଦାସଟି ଆସି କହିଲା, ‘ଆପଣ ଦେଇଥିବା ମୁଦ୍ରା ସାହାଯ୍ୟରେ ମୁଁ ପାଞ୍ଚଟି ସ୍ୱର୍ଣ୍ଣ ମୁଦ୍ରା ଅର୍ଜନ କରିଛି।’
19
ସେ ତାକୁ କହିଲେ, ‘ତୁମେ ପାଞ୍ଚଟି ନଗରର ଦାୟିତ୍ୱରେ ରହିବ।’
20
“ଆଉ ଜଣେ ଦାସ ଆସି କହିଲା, ‘ମହାଶୟ, ଆପଣଙ୍କ ସ୍ୱର୍ଣ୍ଣ ମୁଦ୍ରା ଏଠାରେ ଅଛି; ମୁଁ ତାକୁ ଲୁଗାରେ ଗୁଡ଼ାଇ ଲୁଚାଇ ରଖିଥିଲି।
21
ଆପଣ ଜଣେ କଠୋର ବ୍ୟକ୍ତି ହୋଇଥିବାରୁ ମୁଁ ଆପଣଙ୍କୁ ଭୟ କଲି। ଯାହା ଆପଣଙ୍କର ନୁହେଁ, ତାହା ଆପଣ ନିଅନ୍ତି ଓ ଆପଣ ଯାହା ବୁରି ନ ଥାନ୍ତି, ତାହା କାଟନ୍ତି।’
22
ସେ ତାକୁ କହିଲେ, ‘ଆରେ ଦୁଷ୍ଟ ଦାସ! ମୁଁ ତୋ’ କଥାରେ ତୋତେ ଦୋଷୀ କରିବି! ତୁ ଜାଣୁ ଯେ ମୁଁ ଜଣେ ନିଷ୍ଠୁର ଲୋକ, ଯାହା ମୋର ନୁହେଁ, ମୁଁ ତାହା ନେଇଥାଏ ଓ ମୁଁ ଯାହା ବୁଣି ନ ଥାଏ, ତାହା କାଟି ଥାଏ।
23
ତେବେ ତୁ ମୋର ଟଙ୍କାକୁ କାହିଁକି ବ୍ୟାଙ୍କରେ ରଖିଲୁ ନାହିଁ? ତା’ହେଲେ ମୁଁ ଫେରିବା ପରେ ସୁଧ ସହିତ ତାହା ପାଇଥାନ୍ତି।’
24
“ତା’ପରେ ରାଜା ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ‘ତା’ଠାରୁ ସ୍ୱର୍ଣ୍ଣ ମୁଦ୍ରାଟି ନେଇଯାଅ ଓ ଯେଉଁ ଦାସର ଦଶ ମୁଦ୍ରା ଅଛି, ତାକୁ ଦିଅ।’
25
କିନ୍ତୁ ସେମାନେ ତାଙ୍କୁ କହିଲେ, ‘ଆଜ୍ଞା, ତା’ର ଯେ ଦଶ ମୁଦ୍ରା ଅଛି!’
26
ସେ ଉତ୍ତର ଦେଲେ, ‘ମୁଁ ତୁମ୍ଭମାନଙ୍କୁ କହୁଛି; ଯାହାର ଅଛି, ତାକୁ ଆହୁରି ଅଧିକ ଦିଆଯିବ; କିନ୍ତୁ ଯାହାର ନାହିଁ, ତା’ର ଅଳ୍ପ ଯାହା ଅଛି, ତାହା ମଧ୍ୟ ତା’ଠାରୁ ଛଡ଼ାଇ ନିଆଯିବ।
27
ବର୍ତ୍ତମାନ ମୋର ଯେଉଁ ଶତ୍ରୁମାନେ ମୋତେ ରାଜା କରିବାକୁ ଇଚ୍ଛା କରୁ ନ ଥିଲେ, ସେମାନଙ୍କୁ ଏଠାକୁ ଆଣ ଓ ମୋ’ ଆଗରେ ସେମାନଙ୍କୁ ବଧ କର’।”
28
ଯୀଶୁ ଏ କଥା କହି ଯିରୂଶାଲମ ଅଭିମୁଖେ ଯାତ୍ରା କଲେ।
29
ସେ ଜୀତ ପର୍ବତ ପାଖରେ ଥିବା ବେଥ୍ଫାଗୀ ଓ ବେଥନୀର ନିକଟବର୍ତ୍ତୀ ହେବା ପରେ ଦୁଇ ଶିଷ୍ୟଙ୍କୁ
30
ଏହି କଥା କହି ପଠାଇଲେ, “ତୁମ୍ଭମାନଙ୍କ ଆଗରେ ଥିବା ଗାଁକୁ ଯାଅ; ସେଠାରେ ପ୍ରବେଶ କରିବା ସମୟରେ ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧ ଛୁଆକୁ ବନ୍ଧା ହୋଇ ଥିବାର ଦେଖିବ। ତାହାକୁ ଫିଟାଇ ଏଠାକୁ ଆଣ।
31
କାହିଁକି ଏହାକୁ ଫିଟାଉଛ ବୋଲି ଯଦି କେହି ତୁମକୁ ପଚାରେ, ତାକୁ କୁହ ଯେ, ଗୁରୁଙ୍କର ଏହା ପ୍ରୟୋଜନ।”
32
ସେମାନେ ଯାଇ ଯୀଶୁ କହିବା ଅନୁସାରେ ସବୁ ବିଷୟ ଦେଖିଲେ।
33
ସେମାନେ ଗଧ ଛୁଆକୁ ଫିଟାଉଥିବା ସମୟରେ ତାହାର ମାଲିକ ସେମାନଙ୍କୁ ପଚାରିଲେ, “କାହିଁକି ଏହାକୁ ଫିଟାଉଛ?”
34
ସେମାନେ ଉତ୍ତର ଦେଲେ, “ଏହା ଗୁରୁଙ୍କର ପ୍ରୟୋଜନ”।
35
ସେମାନେ ଗଧ ଛୁଆକୁ ଯୀଶୁଙ୍କ ପାଖକୁ ନେଲେ। ତା’ ଉପରେ ନିଜ ନିଜର ଲୁଗା ବିଛାଇ ଯୀଶୁଙ୍କୁ ବସାଇଲେ।
36
ସେ ଚଢ଼ି ଯାତ୍ରା କରିବାବେଳେ ଲୋକମାନେ ମଧ୍ୟ ରାସ୍ତାରେ ସେମାନଙ୍କ ଲୁଗା ବିଛାଇ ଦେଲେ।
37
ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହେବା ସମୟରେ ଯେଉଁଠାରେ ରାସ୍ତାଟି ଜୀତ ପର୍ବତ ଆଡ଼େ ଯାଇଥିଲା, ସେଇଠି ତାଙ୍କୁ ଅନୁଗମନ କରୁଥିବା ଏକ ମହାଜନତା ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଲାଗିଲେ ଏବଂ ସେମାନେ ଯେଉଁ ମହତ୍ ବିଷୟ ସବୁ ଦେଖିଥିଲେ, ସେଥିପାଇଁ ଉଚ୍ଚ ସ୍ୱରରେ ତାଙ୍କର ପ୍ରଶଂସା କରି କହିଲେ:
38
“ଯେଉଁ ରାଜା ପ୍ରଭୁଙ୍କ ନାମରେ ଆସୁଛନ୍ତି, ଈଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ! ସ୍ୱର୍ଗରେ ଶାନ୍ତି ଓ ଈଶ୍ୱରଙ୍କ ଗୌରବ ହେଉ!”
39
ତା’ପରେ ଲୋକଗହଳି ମଧ୍ୟରୁ କେତେକ ଫାରୁଶୀ ଯୀଶୁଙ୍କ ସହିତ କଥାବାର୍ତ୍ତା କରି କହିଲେ, “ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ତୁନି ହୋଇ ରହିବାକୁ ଆଦେଶ ଦିଅନ୍ତୁ!”
40
ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଯଦି ସେମାନେ ତୁନି ହେବେ, ତା’ହେଲେ ପଥରଗୁଡ଼ା ଚିକ୍ରାର କରି ଉଠିବେ।”
41
ସେ ନଗରର ନିକଟବର୍ତ୍ତୀ ହେବା ପରେ ତାକୁ ଦେଖି ବିଳାପ କରି କହିଲେ,
42
“ଶାନ୍ତି ପାଇଁ କ’ଣ ଆବଶ୍ୟକ, ତାହା ଯଦି ତୁ ଆଜି ଜାଣିଥାନ୍ତୁ! କିନ୍ତୁ ବର୍ତ୍ତମାନ ତାହା ତୁ ଆଜି ଜାଣିଥାନ୍ତୁ! କିନ୍ତୁ ବର୍ତ୍ତମାନ ତାହା ତୁ ଦେଖିପାରୁ ନାହୁଁ।
43
ସମୟ ଆସିବ, ଯେତେବେଳେ ମୋର ଶତ୍ରୁମାନେ ଚାରିପଟେ ବନ୍ଧ ବାନ୍ଧି ତୋତେ ଅବରୋଧ କରିବେ ଓ ଚାରିଆଡ଼ୁ ତୋ’ ଉପରକୁ ମାଡ଼ି ଆସିବେ।
44
ସେମାନେ ତୋତେ ଓ ତୋର ପାଚେରୀ ମଧ୍ୟରେ ଥିବା ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବେ; ସେମାନେ ଗୋଟିଏ ପଥର ସୁଦ୍ଧା ତା’ ସ୍ଥାନରେ ଛାଡ଼ିବେ ନାହିଁ, କାରଣ ଈଶ୍ୱର ଯେଉଁ ସମୟରେ ତୋତେ ରକ୍ଷା କରିବାକୁ ଆସିଥିଲେ, ତୁ ସେହି ସମୟ ଜାଣି ପାରିଲୁ ନାହିଁ!”
45
ତା’ପରେ ଯୀଶୁ ମନ୍ଦିରକୁ ଯାଇ ସେଠାରେ ବ୍ୟବସାୟ କରୁଥିବା ଲୋକଙ୍କୁ ତଡ଼ି ଦେଇ କହିଲେ,
46
“ଧର୍ମଶାସ୍ତ୍ରରେ ଲେଖାଅଛି ଯେ ଈଶ୍ୱର କହିଲେ, ‘ଆମ ମନ୍ଦିରକୁ ପ୍ରାର୍ଥନାର ଗୃହ ବୋଲି କୁହାଯିବ।’ କିନ୍ତୁ ତୁମ୍ଭେମାନେ ଏହାକୁ ଚୋରମାନଙ୍କ ଲୁଚିବା ଗୁହାରେ ପରିଣତ କରିଛ।”
47
ପ୍ରତିଦିନ ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିଲେ। ମୁଖ୍ୟ ଯାଜକ, ଧର୍ମଗୁରୁ ଓ ନେତାମାନେ ତାଙ୍କୁ ବଧ କରିବା ପାଇଁ ଉପାୟ ଖୋଜିଲେ,
48
କିନ୍ତୁ ସେମାନେ ତାହା କରିବା ପାଇଁ କୌଣସି ଅବକାଶ ପାଇଲେ ନାହିଁ, କାରଣ ଲୋକମାନେ ତାଙ୍କ ଶିକ୍ଷାର ପ୍ରତ୍ୟେକ ଶବ୍ଦକୁ ମନ ଦେଇ ଶୁଣୁଥିଲେ।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24