bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 5
Luke 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 6 →
1
ଦିନେ ଯୀଶୁ ଗିନେସରତ୍ ହ୍ରଦ କୂଳରେ ଛିଡ଼ା ହୋଇଥିଲେ ଓ ଲୋକମାନେ ତାଙ୍କଠାରୁ ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ତାଙ୍କ ଉପରେ ମାଡ଼ି ପଡ଼ୁଥିଲେ।
2
ସେ କୂଳରେ ଦୁଇଟି ନୌକା ବନ୍ଧା ଯାଇଥିବାର ଦେଖିଲେ। ଧୀବରମାନେ ସେଗୁଡ଼ିକୁ ଛାଡ଼ି ଜାଲ ଧୋଉଥିଲେ।
3
ଯୀଶୁ ସେଥିମଧ୍ୟରୁ ଗୋଟିଏ ନୌକା ଭିତରକୁ ଗଲେ - ତାହା ଶିମୋନର ନୌକା ଥିଲା। ନୌକାଟିକୁ କୂଳଠାରୁ ଅଳ୍ପ ଦୂରକୁ ଠେଲି ନେବା ପାଇଁ ସେ କହିଲେ। ଯୀଶୁ ନୌକା ମଧ୍ୟରେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।
4
ଶିକ୍ଷା ଶେଷ କରିବା ପରେ ସେ ଶିମୋନଙ୍କୁ କହିଲେ, “ନୌକାଟିକୁ ଆହୁରି ଗଭୀର ଜଳକୁ ଠେଲି ନିଅ ଏବଂ ତୁମେ ଓ ତୁମର ବନ୍ଧୁମାନେ ମାଛ ଧରିବା ପାଇଁ ଜାଲ ପକାଅ।”
5
ଶିମୋନ ଉତ୍ତର ଦେଲେ, “ଗୁରୁ, ଗତ ରାତିରେ ଆମେ ବହୁ ପରିଶ୍ରମ କଲୁ, କିନ୍ତୁ କିଛି ପାଇଲୁ ନାହିଁ। ତଥାପି ଆପଣ ଯଦି କହୁଛନ୍ତି, ତେବେ ମୁଁ ଜାଲ ପକାଇବି।”
6
ସେମାନେ ଜାଲ ପକାଇଲେ ଓ ଏତେ ମାଛ ପଡ଼ିଲା ଯେ ଜାଲଟି ଛିଣ୍ଡିଯିବା ପରି ହେଲା।
7
ତେଣୁ ସେମାନେ ଅନ୍ୟ ନୌକାରେ ଥିବା ସେମାନଙ୍କର ସଙ୍ଗୀମାନଙ୍କୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସଙ୍କେତ ଦେଲେ। ସେମାନେ ଆସିଲେ ଓ ଦୁଇଟି ନୌକାକୁ ମାଛରେ ଏପରି ପୂର୍ଣ୍ଣ କଲେ ଯେ ନୌକାଗୁଡ଼ିକ ବୁଡ଼ି ଯିବାର ଆଶଙ୍କା ହେଲା।
8
ଏ ଘଟଣା ଦେଖି ଶିମୋନ ପିତର ଯୀଶୁଙ୍କ ଆଗରେ ଆଣ୍ଠୁପାତି କହିଲେ, “ପ୍ରଭୁ, ମୋ’ଠାରୁ ଚାଲିଯା’ନ୍ତୁ! ମୁଁ ଜଣେ ପାପୀ।”
9
ସେ ଓ ତାଙ୍କ ସହିତ ଥିବା ଅନ୍ୟମାନେ ସମସ୍ତେ ଏତେ ମାଛ ଧରିପାରି ଥିବାରୁ ବିସ୍ମିତ ହେଲେ।
10
ଶିମୋନଙ୍କ ସଙ୍ଗୀ ଯାକୁବ ଓ ଯୋହନ ମଧ୍ୟ ସେହିପରି ବିସ୍ମିତ ହେଲେ। ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ, ବର୍ତ୍ତମାନଠାରୁ ତୁମେ ମନୁଷ୍ୟ ଧରିବ।”
11
ସେମାନେ ନୌକାଗୁଡ଼ିକ ଟାଣି କୂଳରେ ଲଗାଇଲେ ଓ ସବୁ ପରିତ୍ୟାଗ କରି ଯୀଶୁଙ୍କ ଅନୁଗମନ କଲେ।
12
ଥରେ ଯୀଶୁ ଗୋଟିଏ ସହରରେ ଥିବାବେଳେ, ଜଣେ କୁଷ୍ଠରୋଗୀ ତାଙ୍କ ଗୋଡ଼ ତଳେ ପଡ଼ି, ଅନୁନୟ କରି କହିଲା, “ମହାଶୟ, ଆପଣ ଚାହିଁଲେ ମୋତେ ସୁସ୍ଥ କରିପାରିବେ।”
13
ଯୀଶୁ ହାତ ବଢ଼ାଇ ତାକୁ ସ୍ପର୍ଶ କଲେ ଓ କହିଲେ, “ମୁଁ ଚାହେଁ, ତୁମେ ସୁସ୍ଥ ହୁଅ!” ସେହି ମୁହୂର୍ତ୍ତରେ ଲୋକଟି ରୋଗ ମୁକ୍ତ ହେଲା।
14
ଯୀଶୁ ତାହାକୁ ଆଜ୍ଞା ଦେଇ କହିଲେ, “କାହାକୁ କୁହ ନାହିଁ, କିନ୍ତୁ ସିଧା ଯାଜକଙ୍କ ପାଖକୁ ଯାଅ ଓ ସେ ତୁମକୁ ପରୀକ୍ଷା କରି ଦେଖନ୍ତୁ; ତା’ପରେ ତୁମେ ସୁସ୍ଥ ହୋଇଛ ବୋଲି ଅନ୍ୟମାନଙ୍କ ନିକଟରେ ପ୍ରମାଣ ଦେବା ପାଇଁ ମୋଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ନୈବେଦ୍ୟ ଉତ୍ସର୍ଗ କର।”
15
କିନ୍ତୁ ଯୀଶୁଙ୍କ କାର୍ଯ୍ୟକଳାପର ସମ୍ବାଦ ଆହୁରି ବ୍ୟାପିଗଲା ଏବଂ ବହୁସଂଖ୍ୟକ ଲୋକ ତାଙ୍କ କଥା ଶୁଣିବା ପାଇଁ ଓ ରୋଗ ମୁକ୍ତ ହେବା ପାଇଁ ତାଙ୍କ ନିକଟକୁ ଆସିଲେ।
16
କିନ୍ତୁ ସେ ଅନେକ ସମୟରେ ନିର୍ଜ୍ଜନ ସ୍ଥାନମାନଙ୍କୁ ଯାଇ ପ୍ରାର୍ଥନାରେ ନିବିଷ୍ଟ ରହୁଥାଆନ୍ତି।
17
ଦିନେ ଯୀଶୁ ଶିକ୍ଷା ଦେଉଥିବା ସମୟରେ ଗାଲିଲୀ ଓ ଯିହୂଦା ପ୍ରଦେଶର ସହରମାନଙ୍କରୁ ଓ ଯିରୂଶାଲମରୁ ଆସିଥିବା ଫାରୁଶୀ ଓ ଧର୍ମଗୁରୁମାନେ ସେଠାରେ ବସିଥିଲେ। ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ଯୀଶୁଙ୍କଠାରେ ପ୍ରଭୁଙ୍କ ଶକ୍ତି ଥିଲା।
18
କେତେକ ଲୋକ ଜଣେ ପକ୍ଷାଘାତ ରୋଗୀକୁ ତା’ ବିଛଣାରେ ବୋହି ଆଣିଲେ ଏବଂ ତାକୁ ଘର ଭିତରକୁ ଯୀଶୁଙ୍କ ଆଗକୁ ନେଇଯିବା ପାଇଁ ଚେଷ୍ଟା କଲେ।
19
କିନ୍ତୁ ଲୋକ ଗହଳି ହେତୁ ସେମାନେ ତାକୁ ଭିତରକୁ ନେବା ପାଇଁ କୌଣସି ବାଟ ପାଇଲେ ନାହିଁ। ତେଣୁ ସେମାନେ ତାକୁ ଛାତ ଉପରକୁ ବୋହି ନେଲେ। ଛାତରୁ କେତେକ ଟାଇଲ୍ ଖୋଲି ସେହି ବାଟେ ରୋଗୀକୁ ଶଯ୍ୟା ସହିତ ଯୀଶୁଙ୍କ ଆଗରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରେ ତଳକୁ ଖସାଇ ଦେଲେ।
20
ଯୀଶୁ ସେମାନଙ୍କର ଏହି ପ୍ରଗାଢ଼ ବିଶ୍ୱାସ ଦେଖି ରୋଗୀକୁ କହିଲେ, “ବନ୍ଧୁ, ତୁମର ପାପ ସବୁ କ୍ଷମା ହୋଇଅଛି।”
21
ଧର୍ମଗୁରୁ ଓ ଫାରୁଶୀମାନେ ପରସ୍ପରକୁ କୁହାକୋହି ହେଲେ, “ଏ ଲୋକ ଈଶ୍ୱର ନିନ୍ଦା କରି କଥା କହୁଛି। ସେ କିଏ? ଏକମାତ୍ର ଈଶ୍ୱର ହିଁ ପାପ କ୍ଷମା କରିପାରନ୍ତି।”
22
ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣିପାରି ସେମାନଙ୍କୁ କହିଲେ, “ତୁମେ କାହିଁକି ଏପରି କଥା ସବୁ ଭାବୁଛ?
23
‘ତୁମର ପାପସବୁ କ୍ଷମା ହୋଇଛି’ ବୋଲି କହିବା ସହଜ ନା, ‘ଉଠି ଚାଲ’ ବୋଲି କହିବା ସହଜ?
24
ହେଉ, ମୁଁ ତୁମ୍ଭମାନଙ୍କୁ ପ୍ରମାଣ ଦେବାକୁ ଚାହେଁ ଯେ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର କ୍ଷମତା ଅଛି।” ଏହା କହି ଯୀଶୁ ପକ୍ଷାଘାତ ରୋଗୀକୁ କହିଲେ, “ମୁଁ ତୁମକୁ କହୁଛି, ଉଠ, ତୁମର ଶଯ୍ୟା ନେଇ ଘରକୁ ଯାଅ!”
25
ସଙ୍ଗେ ସଙ୍ଗେ ସେ ସମସ୍ତଙ୍କ ଆଗରେ ଉଠି ଛିଡ଼ାହେଲା ଓ ଯେଉଁ ବିଛଣାରେ ଶୋଇଥିଲା, ତାକୁ ଉଠାଇ ନେଲା। ପୁଣି ଈଶ୍ୱରଙ୍କ ପ୍ରଶଂସା କରି ଘରକୁ ଫେରିଗଲା।
26
ସେମାନେ ସମସ୍ତେ ବିସ୍ମିତ ହେଲେ ଓ ଭୟରେ ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “କେଡ଼େ ଆଶ୍ଚର୍ଯ୍ୟ ବିଷୟ ସବୁ ଆଜି ଦେଖିଲୁ।”
27
ଏହା ପରେ ଯୀଶୁ ବାହାରି ଗଲେ ଓ ଲେବୀ ନାମକ ଜଣେ କରଆଦାୟକାରୀକୁ ତା’ର କାର୍ଯ୍ୟାଳୟରେ ବସିଥିବା ଦେଖିଲେ। ଯୀଶୁ ତାକୁ କହିଲେ, “ମୋର ଅନୁଗମନ କର।”
28
ଲେବୀ ସଙ୍ଗେ ସଙ୍ଗେ ସମସ୍ତ ପରିତ୍ୟାଗ କରି ତାଙ୍କ ପଛେ ପଛେ ଗଲେ।
29
ତା’ପରେ ଲେବୀ ତାଙ୍କ ଗୃହରେ ଯୀଶୁଙ୍କ ପାଇଁ ଗୋଟିଏ ବଡ଼ ଭୋଜି ପ୍ରସ୍ତୁତ କଲେ। ସେହି ଭୋଜିରେ କରଆଦାୟକାରୀ ଓ ଅନ୍ୟାନ୍ୟ ବହୁସଂଖ୍ୟକ ଲୋକ ଯୋଗ ଦେଲେ।
30
କେତେକ ଫାରୁଶୀ ଓ ତାଙ୍କ ଦଳର ଧର୍ମଗୁରୁମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ନିକଟରେ ଅଭିଯୋଗ କରି କହିଲେ, “ତୁମେ କାହିଁକି କରଆଦାୟକାରୀ ଓ ଅନ୍ୟାନ୍ୟ ସମାଜଚ୍ୟୁତ ଲୋକମାନଙ୍କ ସହିତ ଭୋଜନ ପାନ କରୁଛ?”
31
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସୁସ୍ଥ ଲୋକମାନଙ୍କ ପାଇଁ ଚିକିତ୍ସକ ଅନାବଶ୍ୟକ, ଆବଶ୍ୟକ କେବଳ ଅସୁସ୍ଥମାନଙ୍କ ପାଇଁ।
32
ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବାକୁ ଆସି ନାହିଁ, ମନ ପରିବର୍ତ୍ତନ କରିବା ପାଇଁ ପାପୀମାନଙ୍କୁ ଆହ୍ୱାନ କରିବାକୁ ଆସିଚି।”
33
କେତେକ ଲୋକ ଯୀଶୁଙ୍କୁ ପଚାରିଲେ, “ଯୋହନଙ୍କ ଶିଷ୍ୟମାନେ ଅନେକ ଥର ଉପବାସ କରି ପ୍ରାର୍ଥନା କରନ୍ତି ଓ ଫାରୁଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ କାହିଁକି ତା’ ନ କରି ସବୁବେଳେ ଖିଆପିଆ କରୁଥାଆନ୍ତି?”
34
ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କ’ଣ ଭାବୁଛ, ବିବାହ ଉତ୍ସବରେ ବର ଉପସ୍ଥିତ ଥିବାବେଳେ ବରଯାତ୍ରୀମାନେ ଉପବାସ କରନ୍ତି? କଦାପି ନୁହେଁ!
35
ସମୟ ଆସିବ, ଯେତେବେଳେ ସେମାନଙ୍କ ନିକଟରୁ ବର ଚାଲିଯିବେ। ସେତେବେଳେ ସେମାନେ ଉପବାସ କରିବେ।”
36
ଯୀଶୁ ସେମାନଙ୍କୁ ଆଉ ଏକ ଦୃଷ୍ଟାନ୍ତ କଥା କହିଲେ: “ନୂଆ ଜାମାରୁ ଖଣ୍ଡିଏ ଚିରି କେହି ପୁରୁଣା ଜାମାରେ ତାଳି ଦିଏ ନାହିଁ। ଯଦି ତା’ କରେ, ତେବେ ସେ ନୂଆ ଜାମାକୁ ଚିରିବ ଓ ନୂଆ କନା ସହିତ ମିଶିବ ନାହିଁ।
37
ପୁରୁଣା ଦ୍ରାକ୍ଷାରସ କୁମ୍ପାରେ କେହି ନୂଆ ଦ୍ରାକ୍ଷାରସ ଢ଼ାଳେ ନାହିଁ, କାରଣ ନୂଆ ଦ୍ରାକ୍ଷାରସ କୁମ୍ପାକୁ ଫଟାଇ ଦେବ, ଦ୍ରାକ୍ଷାରସ ସବୁ ଢ଼ାଳି ହୋଇଯିବ ଏବଂ କୁମ୍ପାଗୁଡ଼ିକ ନଷ୍ଟ ହେବ।
38
କିନ୍ତୁ ନୂଆ କୁମ୍ପାରେ ସଦ୍ୟପ୍ରସ୍ତୁତ ଦ୍ରାକ୍ଷାରସ ଢ଼ଳା ହୁଏ।
39
ପୁଣି ପୁରୁଣା ଦ୍ରାକ୍ଷାରସ ପାନ କରିବା ପରେ କେହି ନୂଆ ଦ୍ରାକ୍ଷାରସ ପାନ କରେ ନାହିଁ! ସେ କହିବ ପୁରୁଣା ହିଁ ଭଲ।”
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24