bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 13
Luke 13
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 14 →
1
ସେ ସମୟରେ ସେଠାରେ ଥିବା କେତେକ ଲୋକ ଯୀଶୁଙ୍କୁ କହିଲେ ଯେ, ଗାଲିଲୀୟମାନେ ଈଶ୍ୱରଙ୍କ ନିକଟରେ ବଳି ଉତ୍ସର୍ଗ କରୁଥିବା ସମୟରେ ପୀଲାତ ସେମାନଙ୍କୁ ହତ୍ୟା କରିଥିଲେ।
2
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସେପରି ହତ୍ୟା କରାଯାଇଥିôବା ଗାଲିଲୀୟମାନେ ଅନ୍ୟ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କ’ଣ ତୁମେ ଭାବୁଛ?
3
କଦାପି ନୁହେଁ! ମୁଁ ତୁମମାନଙ୍କୁ କହୁଛି, ପାପରୁ ମନ ନ ଫେରାଇଲେ ତୁମେ ସମସ୍ତେ ସେମାନଙ୍କ ପରି ମରିବ।
4
ଶିଲୋହରେ ଗମ୍ବୁଜ ଭୂଷୁଡ଼ି ପଡ଼ିବାରୁ ଯେଉଁ ଅଠର ଜଣ ମରିଗଲେ, ସେମାନଙ୍କ ବିଷୟରେ କ’ଣ ଭାବୁଛ? କ’ଣ ଅନୁମାନ କରୁଛ ଯେ, ଯିରୂଶାଲମରେ ବାସ କରୁଥିବା ଅନ୍ୟ ସମସ୍ତଙ୍କ ଅପେକ୍ଷା ସେମାନେ ଆହୁରି ଦୁଷ୍ଟ ଥିଲେ?
5
କଦାପି ନୁହେଁ! ମୁଁ କହୁଛି, ପାପରୁ ମନ ନ ଫେରାଇଲେ ତୁମେ ମଧ୍ୟ ସେମାନଙ୍କ ପରି ମରିବ।”
6
ତା’ପରେ ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଦେଲେ, “ଜଣକର ଦ୍ରାକ୍ଷା କ୍ଷେତରେ ଡ଼ିମିରି ଗଛଟିଏ ବଢ଼ୁଥିଲା। ସେ ଫଳ ପାଇବା ଆଶାରେ ଗଛ ପାଖକୁ ଗଲେ, କିନ୍ତୁ କିଛି ପାଇଲେ ନାହିଁ।
7
ତେଣୁ ସେ ତାଙ୍କର ମାଳୀକୁ କହିଲେ, ‘ଦେଖ, ତିନି ବର୍ଷ ହେଲା ମୁଁ ଏହି ଗଛରୁ ଫଳ ପାଇବା ଆଶାରେ ଏଠାକୁ ଆସୁଛି କିନ୍ତୁ କିଛି ପାଉ ନାହଁ। ଏହାକୁ କାଟି ପକାଅ! କାହିଁକି ଏହା ଅକାରଣରେ ସ୍ଥାନ ମାଡ଼ି ବସିବ?’
8
କିନ୍ତୁ ମାଳୀ ଉତ୍ତର ଦେଲା, ‘ମହାଶୟ, ଆଉ ମାତ୍ର ଗୋଟିଏ ବର୍ଷ ଏହାକୁ ଛାଡ଼ି ଦିଅନ୍ତୁ; ମୁଁ ଏହାର ଚାରିପାଖ ଖୋଳି ଖତ ଦେବି।
9
ଯଦି ଆସନ୍ତା ବର୍ଷ ଗଛରେ ଫଳ ଧରେ ତେବେ ଭଲ, ନ ହେଲେ ଆପଣ ଏହାକୁ କାଟି ଦେଇ ପାରନ୍ତି’।”
10
ଥରେ ବିଶ୍ରାମବାରରେ ଯୀଶୁ ଏକ ଉପାସନା ଗୃହରେ ଶିକ୍ଷା ଦେଉଥିଲେ।
11
ସେଠାରେ ଜଣେ ସ୍ତ୍ରୀ ଲୋକକୁ ଭୂତ ଲାଗି ଥିବାରୁ ସେ ଅଠର ବର୍ଷ ଧରି ଅସୁସ୍ଥ ଥିଲା; ସେ କୁଜା ହୋଇ ରହି ଯାଇଥିଲା ଏବଂ ଆଦୌ ସଳଖ ହୋଇପାରୁ ନ ଥିଲା।
12
ଯୀଶୁ ତାକୁ ଦେଖି କହିଲେ, “ତୁମେ ସୁସ୍ଥ ହେଲ!”
13
ଯୀଶୁ ତା’ ଉପରେ ତାଙ୍କର ହାତ ରଖିଲେ ଏବଂ ସେହିକ୍ଷଣି ସେ ନିଜକୁ ସଳଖ କରି ପାରିଲା ଓ ଈଶ୍ୱରଙ୍କ ପ୍ରଶଂସା କଲା।
14
ବିଶ୍ରାମବାର ଦିନ ଯୀଶୁ ସୁସ୍ଥ କରି ଥିବାରୁ ଉପାସନା ଗୃହର ଅଧ୍ୟକ୍ଷ ବିରକ୍ତ ହେଲେ। ସେ ଲୋକମାନଙ୍କୁ କହିଲେ, “କାର୍ଯ୍ୟ କରିବା ପାଇଁ ଛଅ ଦିନ ଅଛି; ତେଣୁ ସେହି ଦିନମାନଙ୍କରେ ଆସ ଓ ସୁସ୍ଥ ହୁଅ, କିନ୍ତୁ ବିଶ୍ରାମବାରରେ ନୁହେଁ।”
15
ପ୍ରଭୁ ତାଙ୍କୁ କହିଲେ, “ହେ ପ୍ରବଞ୍ଚକମାନେ! ତୁମ ଭିତରୁ କେହି କ’ଣ ବିଶ୍ରାମବାରରେ ଗୁହାଳରୁ ବଳଦ ବା ଗଧକୁ ଫିଟାଇ ପାଣି ପିଆଇବାକୁ ବାହାରକୁ ନେଇ ଯାଅ ନାହିଁ?
16
ବର୍ତ୍ତମାନ ଏଠାରେ ଅବ୍ରାହାମଙ୍କ ବଂଶଜ ଜଣେ ଅଛି। ତାକୁ ଶୟତାନ ଅଠର ବର୍ଷ ଧରି ବାନ୍ଧି ରଖିଛି; ସେ ବିଶ୍ରାମବାର ଦିନ ମୁକ୍ତ ହେବା କ’ଣ ଉଚିତ ନୁହେଁ?”
17
ଏହି କଥା ତାଙ୍କ ଶତ୍ରୁମାନଙ୍କୁ ଲଜ୍ଜିତ କଲା। ଅଥଚ ତାଙ୍କର ଆଶ୍ଚର୍ଯ୍ୟ କର୍ମ ହେତୁ ଲୋକମାନେ ଆନନ୍ଦ କଲେ।
18
ଯୀଶୁ ପଚାରିଲେ, “ଈଶ୍ୱରଙ୍କ ରାଜ୍ୟ କାହା ପରି? ମୁଁ କାହା ସହିତ ତାହାକୁ ତୁଳନା କରିବି?
19
ତାହା ଏହିପରି। ଜଣେ ଲୋକ ସୋରିଷ ବୀଜ ନେଇ ଜମିରେ ବୁଣେ। ଚାରାଟି ବଡ଼ ହୋଇ ଗୋଟିଏ ଗଛରେ ପରିଣତ ହୁଏ ଏବଂ ପକ୍ଷୀମାନେ ତାହାର ଡ଼ାଳରେ ବସା ବାନ୍ଧନ୍ତି।”
20
ପୁନର୍ବାର ଯୀଶୁ ପଚାରିଲେ, “ମୁଁ କାହା ସହିତ ଈଶ୍ୱରଙ୍କ ରାଜ୍ୟ ତୁଳନା କରିବି?
21
ତାହା ଏହିପରି। ଜଣେ ସ୍ତ୍ରୀ ଲୋକ ଟିକିଏ ଖମୀର ନେଇ ଅଧବସ୍ତା ମଇଦାରେ ମିଶାଇଲା ଏବଂ ସମୁଦାୟ ମଇଦା ଖମୀରମୟ ହେଲା।”
22
ଯୀଶୁ ଯିରୁଶାଲମକୁ ଯିବା ପଥରେ ବିଭିନ୍ନ ସହର ଓ ଗ୍ରାମମାନଙ୍କରେ ଲୋକମାନଙ୍କୁ ଉପଦେଶ ଦେଉଥିଲେ।
23
କେହି ଜଣେ ତାଙ୍କୁ ପଚାରିଲା, “ମହାଶୟ, ଅଳ୍ପ କେତେଜଣ କ’ଣ ପରିତ୍ରାଣ ପାଇବେ?”
24
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବା ପାଇଁ ତୁମ୍ଭେମାନେ ପ୍ରାଣପଣ କର; କାରଣ ଅନେକ ଲୋକ ଭିତରକୁ ଯିବା ପାଇଁ ଚେଷ୍ଟା କରିବେ, କିନ୍ତୁ ସମର୍ଥ ହେବେ ନାହିଁ।
25
ଗୃହର କର୍ତ୍ତା ଉଠି ଦ୍ୱାର ବନ୍ଦ କରିବେ; ତା’ପରେ ତୁମ୍ଭେମାନେ ଯେତେବେଳେ ବାହାରେ ଠିଆହୋଇ ଦ୍ୱାରରେ ଆଘାତ କରି କହିବ, ‘ମହାଶୟ, ଆମ ପାଇଁ ଦ୍ୱାର ଖୋଲନ୍ତୁ!’ ସେ ଉତ୍ତର ଦେବେ, ‘ତୁମ୍ଭେମାନେ କେଉଁଠାରୁ ଆସିଛ, ମୁଁ ଜାଣେ ନାହିଁ!’
26
ତୁମ୍ଭେମାନେ କହିବ, ‘ଆମେ ଆପଣଙ୍କ ସହିତ ଭୋଜନ ପାନ କରିଥିଲୁ, ଆପଣ ଆମ ସହରରେ ଶିକ୍ଷା ଦେଇଥିଲେ!’
27
କିନ୍ତୁ ସେ ପୁଣି କହିବେ, ‘ମୁଁ ଜାଣେ ନାହିଁ, ତୁମ୍ଭେମାନେ କେଉଁଠାରୁ ଆସିଛ; ହେ ଦୁଷ୍ଟ ଲୋକମାନେ, ମୋ’ଠାରୁ ଦୂର ହୁଅ।’
28
ତୁମ୍ଭେମାନେ ଯେତେବେଳେ ଅବ୍ରାହାମ, ଯିସାହକ, ଯାକୁବ ଓ ସମସ୍ତ ଭାବବାଦୀମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ଦେଖିବ, ଅଥଚ ତୁମ୍ଭେମାନେ ବିତାଡ଼ିତ ହୋଇଥିବ, ସେତେବେଳେ କ୍ରନ୍ଦନ କରି ଦାନ୍ତ ରଗଡ଼ିବ!
29
ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଲୋକମାନେ ଆସି ଈଶ୍ୱରଙ୍କ ରାଜ୍ୟର ଭୋଜିରେ ବସିବେ।
30
ବର୍ତ୍ତମାନ ଯେଉଁମାନେ ଶେଷରେ ଅଛନ୍ତି, ସେମାନେ ପ୍ରଥମ ହେବେ ଏବଂ ଯେଉଁମାନେ ପ୍ରଥମରେ ଅଛନ୍ତି, ସେମାନେ ଶେଷରେ ପଡ଼ିଯିବେ।”
31
ସେହି ସମୟରେ କେତେକ ଫାରୁଶୀ ଯୀଶୁଙ୍କ ପାଖକୁ ଆସି କହିଲେ, “ଆପଣ ଏହି ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲି ଯାଆନ୍ତୁ। କାରଣ ହେରୋଦ ଆପଣଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି।”
32
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସେହି କୋକିଶିଆଳିକୁ ଯାଇ କୁହ: ‘ମୁଁ ଆଜି ଏବଂ ଆସନ୍ତା କାଲି ଭୂତ ଛଡ଼ାଉଛି ଓ ରୋଗୀଙ୍କୁ ସୁସ୍ଥ କରୁଛି ଏବଂ ତୃତୀୟ ଦିନରେ ମୁଁ ମୋର କାର୍ଯ୍ୟ ଶେଷ କରିବି।’
33
ତଥାପି ମୁଁ ଆଜି କାଲି ଓ ତା’ ପରଦିନ ମୋର ଗନ୍ତବ୍ୟ ପଥରେ ଯିବି। କାରଣ ଯିରୂଶାଲମ ବ୍ୟତୀତ ଜଣେ ଭାବାବାଦୀକୁ ଅନ୍ୟ କେଉଁଠାରେ ହତ୍ୟା କରାଯାଏ ନାହିଁ।
34
“ହେ ଯିରୂଶାଲମ, ହେ ଯିରୂଶାଲମ। ତୁ ଭାବବାଦୀମାନଙ୍କୁ ହତ୍ୟା କରୁ ଏବଂ ଈଶ୍ୱର ତୋ’ ନିକଟକୁ ପଠାଇ ଥିବା ବାର୍ତ୍ତାବହମାନଙ୍କୁ ପ୍ରସ୍ତରାଘାତ କରୁ। କୁକୁଡ଼ା ଯେପରି ପକ୍ଷ ତଳେ ଛୁଆମାନଙ୍କୁ ଏକାଠି କରେ, ସେହିପରି କେତେଥର ମୁଁ ତୋର ସନ୍ତାନମାନଙ୍କୁ ଏକତ୍ର କରିବା ପାଇଁ ଇଚ୍ଛା କରିଛି, କିନ୍ତୁ ତୁ ମୋତେ ତାହା କରିବାକୁ ଦେଇ ନାହୁଁ।
35
ସେଥିପାଇଁ ତୁ ପରିତ୍ୟକ୍ତ ହେବୁ। ମୁଁ ତୋତେ ନିଶ୍ଚିତଭାବେ କହୁଛି, ‘ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି, ଈଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ’, ତୁ ଏହି କଥା ଯେ ପର୍ଯ୍ୟନ୍ତ ନ କହିଛୁ, ସେ ପର୍ଯ୍ୟନ୍ତ ତୁ ମୋତେ ଆଉ ଦେଖିବୁ ନାହିଁ।”
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24