bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 12
Luke 12
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 13 →
1
ହଜାର ହଜାର ଲୋକଙ୍କ ସମାଗମ ଭିତରେ, ସେମାନେ ପରସ୍ପର ଉପରେ ମାଡ଼ି ପଡ଼ୁଥିବା ବେଳେ, ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ, “ଫାରୁଶୀମାନଙ୍କ ଖମୀର ଅର୍ଥାତ୍ ସେମାନଙ୍କ କପଟତା ବିଷୟରେ ସାବଧାନ ହୁଅ।
2
ଯାହା ଆବୃତ ହୋଇଛି, ତାହା ଅନାବୃତ ହେବ ଓ ପ୍ରତ୍ୟେକ ଗୁପ୍ତ ବିଷୟ ପ୍ରକାଶିତ ହେବ।
3
ତୁମ୍ଭେମାନେ ଅନ୍ଧକାରରେ ଯାହା କହିଛ, ତାହା ଉଜ୍ଜ୍ୱଳ ଦିବାଲୋକରେ ଶୁଣାଯିବ ଏବଂ ରୁଦ୍ଧ କୋଠରୀ ମଧ୍ୟରେ ଗୋପନରେ ତୁମେ ଯାହା କହିଛ, ତାହା ଛାତ ଉପରୁ ଉଚ୍ଚ ସ୍ୱରରେ ଘୋଷଣା କରାଯିବ।
4
“ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କୁ କହେ, ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ତା’ପରେ ଆଉ ଅଧିକ କ୍ଷତି ସାଧନ କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ।
5
କାହାକୁ ଭୟ କରିବ, ମୁଁ ତୁମ୍ଭମାନଙ୍କୁ ଜଣାଉଛି। ବଧ କରିବା ପରେ ନରକରେ ନିକ୍ଷେପ କରିବାର କ୍ଷମତା ଯାହାର ଅଛି, ତାଙ୍କୁ ଭୟ କର। ମୋ’ କଥାରେ ବିଶ୍ୱାସ କର। କେବଳ ତାଙ୍କୁ ହିଁ ତୁମ୍ଭେମାନେ ଭୟ କରିବା ଉଚିତ୍।
6
“ପାଞ୍ଚଟି ଘରଚଟିଆ କ’ଣ ଦୁଇଟି ମୁଦ୍ରାରେ ବିକାଯାଏ ନାହିଁ? ତଥାପି ଈଶ୍ୱର ଗୋଟିଏ ଘରଚଟିଆକୁ ସୁଦ୍ଧା ଭୁଲନ୍ତି ନାହିଁ।
7
ଏପରିକି ତୁମର ମସ୍ତକର ସମସ୍ତ କେଶ ସୁଦ୍ଧା ଗଣା ଯାଇଛି। ତେଣୁ ଭୟ କର ନାହିଁ; ଅନେକ ଘରଚଟିଆଙ୍କ ଅପେକ୍ଷା ତୁମ୍ଭମାନଙ୍କର ମୂଲ୍ୟ ଯଥେଷ୍ଟ ଅଧିକ!
8
“ମୁଁ ନିଶ୍ଚିତଭାବେ କହୁଛି, ଯେ କେହି ସର୍ବସାକ୍ଷାତରେ ନିଜକୁ ମୋର ଶିଷ୍ୟ ବୋଲି ସ୍ୱୀକାର କରେ, ମନୁଷ୍ୟପୁତ୍ର ଈଶ୍ୱରଙ୍କ ଦୂତମାନଙ୍କ ସମ୍ମୁଖରେ ତାହା ପ୍ରତି ଠିକ୍ ସେହିପରି କରିବେ।
9
କିନ୍ତୁ ଯେ ମୋତେ ସର୍ବସାକ୍ଷାତରେ ଅଗ୍ରାହ୍ୟ କରେ, ମନୁଷ୍ୟପୁତ୍ର ଈଶ୍ୱରଙ୍କ ଦୂତମାନଙ୍କ ସମ୍ମୁଖରେ ମଧ୍ୟ ତାହାକୁ ଅଗ୍ରାହ୍ୟ କରିବେ।
10
“ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହେ, ତାକୁ କ୍ଷମା ଦିଆଯିବ, କିନ୍ତୁ ଯେ କେହି ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହେ, ତାହାକୁ କ୍ଷମା ଦିଆଯିବ ନାହିଁ।
11
“ଯେତେବେଳେ ବିଚାର କରିବା ପାଇଁ ସେମାନେ ତୁମକୁ ସମାଜ ଗୃହ କିମ୍ବା କର୍ତ୍ତୃପକ୍ଷ ଅବା ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ଆଣନ୍ତି, ତୁମ୍ଭେମାନେ କିପରି ନିଜ ପକ୍ଷ ସମର୍ଥନ କରିବ ଅବା ତୁମେ କ’ଣ କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ।
12
କାରଣ ତୁମେ କ’ଣ କହିବ, ପବିତ୍ରଆତ୍ମା ସେ ସମୟରେ ତୁମକୁ ଜଣାଇବେ।”
13
ଲୋକ ଗହଳି ମଧ୍ୟରେ ଜଣେ ଲୋକ ଯୀଶୁଙ୍କୁ କହିଲା, ଗୁରୁ, ଆମ ବାପା ଆମ ପାଇଁ ଯେଉଁ ସମ୍ପତ୍ତି ଛାଡ଼ି ଯାଇଛନ୍ତି, ମୋ’ ସହିତ ତାହା ଭାଗ କରିବା ପାଇଁ ମୋର ଭାଇକୁ କହନ୍ତୁ।”
14
ଯୀଶୁ ତାକୁ ଉତ୍ତର ଦେଇ କହିଲେ, “ବନ୍ଧୁ! ତୁମ ଦୁହିଁଙ୍କ ମଧ୍ୟରେ ବିଚାର କରିବାକୁ ଅବା ସମ୍ପତ୍ତି ବଣ୍ଟନ କରିବାକୁ ମୋତେ କିଏ ନିଯୁକ୍ତ କଲା?”
15
ପୁଣି ସେ ସେମାନଙ୍କୁ କହିଲେ, “ସବୁ ପ୍ରକାର ଲୋଭରୁ ନିଜକୁ ଦୂରେଇ ରଖ, କାରଣ ଜଣେ ଲୋକର ଜୀବନ ତା’ ସମ୍ପତ୍ତିର ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରି ନ ଥାଏ।”
16
ତା’ପରେ ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ, “ଜଣେ ଧନୀ ଲୋକର ଜମିରୁ ଏତେ ଶସ୍ୟ ଉତ୍ପନ୍ନ ହୋଇଥିଲା ଯେ
17
ସେ ଭାବିବାକୁ ଲାଗିଲା, ‘ମୋର ଶସ୍ୟ ସବୁ ରଖିବା ପାଇଁ ଆଉ କୌଣସି ସ୍ଥାନ ନାହିଁ। ମୁଁ କ’ଣ କରିବି?’
18
ସେ ନିଜକୁ କହିଲା, ‘ମୁଁ ଏମିତି କରିବି। ମୋର ଅମାର ସବୁକୁ ଭାଙ୍ଗିଦେଇ ଶସ୍ୟ ଓ ଅନ୍ୟାନ୍ୟ ଜିନିସ ସବୁ ରଖିବା ପାଇଁ ଆହୁରି ବଡ଼ ବଡ଼ ଅମାର ତିଆରି କରିବି।
19
ତା’ପରେ ମୁଁ ନିଜକୁ କହିବି, ହେ ଭାଗ୍ୟବାନ ମନୁଷ୍ୟ! ଅନେକ ବର୍ଷ ପାଇଁ ତୋର ସମସ୍ତ ଉତ୍ତମ ଦ୍ରବ୍ୟ ଗଚ୍ଛିତ ଅଛି। ଜୀବନକୁ ସହଜ ମଣି, ଖାଇ ପିଇ ତୁ ଉପଭୋଗ କର!’
20
କିନ୍ତୁ ଈଶ୍ୱର ତାକୁ କହିଲେ, ‘ରେ ମୂର୍ଖ! ଆଜି ରାତିରେ ଯଦି ତୋର ମୃତ୍ୟୁ ହୁଏ, ତେବେ ତୁ ନିଜ ପାଇଁ ଯାହା ସଞ୍ଚୟ କରିଛୁ, ସେସବୁ କିଏ ପାଇବ?”
21
ପରିଶେଷରେ ଯୀଶୁ କହିଲେ, “ଯେଉଁମାନେ ନିଜ ପାଇଁ ଧନ ସଞ୍ଚୟ କରନ୍ତି, କିନ୍ତୁ ଐଶ୍ୱରିକ ବିଷୟରେ ଧନୀ ନୁହଁନ୍ତି, ସେମାନଙ୍କ ଦଶା ଏହିପରି ହେବ।”
22
ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବଞ୍ଚିବା ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ପିନ୍ଧିବା ପାଇଁ ଆବଶ୍ୟକୀୟ ବସ୍ତ୍ର ବିଷୟରେ ଚିନ୍ତିତ ହୁଅ ନାହିଁ।
23
ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ବସ୍ତ୍ର ଅପେକ୍ଷା ଅଧିକ ମୂଲ୍ୟବାନ।
24
କାଉମାନଙ୍କୁ ଦେଖ: ସେମାନେ ବିହନ ବୁଣନ୍ତି ନାହିଁ ଅବା ଶସ୍ୟ ଅମଳ କରନ୍ତି ନାହିଁ; ସେମାନଙ୍କ ଭଣ୍ଡାର ଘର ଅବା ଅମାର ନାହିଁ; ଈଶ୍ୱର ସେମାନଙ୍କୁ ଖାଦ୍ୟ ଯୋଗାନ୍ତି। ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ୟବାନ!
25
ନିଜ ବିଷୟରେ ଚିନ୍ତିତ ହୋଇ ତୁମ ମଧ୍ୟରୁ କେହି କ’ଣ ତା’ର ଆୟୁ ଟିକିଏ ହେଲେ ବଢ଼ାଇ ଦେଇ ପାରିବ?
26
ଯଦି ଏପରି କ୍ଷୁଦ୍ର ବିଷୟ କରିବା ପାଇଁ ତୁମେ ଅକ୍ଷମ, ତେବେ ଅନ୍ୟ ବିଷୟଗୁଡ଼ିକ ପାଇଁ କାହିଁକି ଚିନ୍ତିତ ହେଉଛ?
27
ବଣର ଫୁଲଗୁଡ଼ିକ କିପରି ବଢ଼ନ୍ତି ଦେଖ: ସେମାନେ ପରିଶ୍ରମ କରନ୍ତି ନାହିଁ, କିମ୍ବା ଲୁଗା ବୁଣନ୍ତି ନାହିଁ; କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସମସ୍ତ ଐଶ୍ୱର୍ଯ୍ୟ ଥାଇ ସୁଦ୍ଧା ରାଜା ଶଲୋମନଙ୍କର ଏହି ଫୁଲମାନଙ୍କ ମଧ୍ୟରୁ ଗୋଟିକ ପରି ସୁନ୍ଦର ବସ୍ତ୍ର ନ ଥିଲା।
28
ଯେଉଁ ଘାସ ଆଜି ଅଛି, ଆସନ୍ତା କାଲି ଶୁଖିଯାଏ ଓ ଚୁଲିରେ ପୋଡ଼ା ହୁଏ, ଈଶ୍ୱର ହିଁ ବଣର ସେହି ଘାସକୁ ବସ୍ତ୍ର ପିନ୍ଧାନ୍ତି। ସେ କ’ଣ ତୁମ୍ଭମାନଙ୍କୁ ନିଶ୍ଚିତଭାବେ ବସ୍ତ୍ର ପିନ୍ଧାଇବେ ନାହିଁ? ତୁମ୍ଭମାନଙ୍କର ବିଶ୍ୱାସ କେଡ଼େ କ୍ଷୀଣ!
29
“ଅତଏବ ସବୁବେଳେ କ’ଣ ଖାଇବ ଓ କ’ଣ ପିଇବ, ଏ ବିଷୟରେ ବ୍ୟସ୍ତ ହୁଅ ନାହିଁ।
30
(କେବଳ ଈଶ୍ୱରଙ୍କୁ ଜାଣି ନ ଥିବା ଲୋକମାନେ ଏହିସବୁ ବିଷୟରେ ବ୍ୟସ୍ତ ହୁଅନ୍ତି) ଏସବୁ ବିଷୟ ଆବଶ୍ୟକ ବୋଲି ତୁମ୍ଭମାନଙ୍କର ପିତା ଜାଣନ୍ତି।
31
ଏହା ପରିବର୍ତ୍ତେ ତାଙ୍କ ରାଜ୍ୟ ବିଷୟରେ ମନୋଯୋଗୀ ହୁଅ; ତା’ହେଲେ, ସେ ତୁମ୍ଭମାନଙ୍କୁ ଏ ସମସ୍ତ ବିଷୟ ଯୋଗାଇବେ।
32
“ହେ ଛୋଟ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ତାଙ୍କ ରାଜ୍ୟ ପ୍ରଦାନ କରି ତୁମ ପିତା ଅତୀବ ସନ୍ତୁଷ୍ଟ ହୋଇଛନ୍ତି।
33
ତୁମ୍ଭମାନଙ୍କ ସମସ୍ତ ସମ୍ପତ୍ତି ବିକ୍ରୟ କରି ଦାନ କରି ଦିଅ। କ୍ଷୟ ହେଉ ନ ଥିବା ଥଳୀ ସଂଗ୍ରହ କର, ଯେଉଁଠାରେ ଚୋର ପ୍ରବେଶ କରେ ନାହିଁ କିମ୍ବା କୀଟ ନଷ୍ଟ କରେ ନାହିଁ, ସେହି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର।
34
କାରଣ ଯେଉଁଠାରେ ତୁମର ଧନ, ସେହିଠାରେ ହିଁ ତୁମର ମନ।
35
“ବିବାହ ଉତ୍ସବରୁ ମାଲିକଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଥିବା ଦାସମାନଙ୍କ ପରି ତୁମେ ପ୍ରଦୀପ ଜାଳି ଓ ଅଣ୍ଟା ଭିଡ଼ି ପ୍ରସ୍ତୁତ ରୁହ।
37
ମାଲିକ ଫେରିବା ପରେ ଯେଉଁ ଦାସମାନଙ୍କୁ ଜାଗ୍ରତ ଓ ପ୍ରସ୍ତୁତ ଥିବା ଦେଖନ୍ତି, ସେମାନେ କେଡ଼େ ଭାଗ୍ୟବାନ। ମୁଁ କହୁଛି, ମାଲିକ ନିଜର କଟି ବନ୍ଧନ କରି ସେମାନଙ୍କୁ ଭୋଜନକରେ ବସାଇବେ ଓ ଖାଦ୍ୟ ପରିବେଷଣ କରିବେ।
38
ମଧ୍ୟରାତ୍ରିରେ କିମ୍ବା ତା’ପରେ ଆସିଲେ ସୁଦ୍ଧା ସେ ଯେଉଁମାନଙ୍କୁ ପ୍ରସ୍ତୁତ ଥିବା ଦେଖିବେ, ସେମାନେ ଧନ୍ୟ!
39
ତୁମ୍ଭେମାନେ ନିଶ୍ଚିତ ହୋଇପାର ଯେ ଗୃହର ମାଲିକ ଯଦି ଚୋର ଆସିବାର ସମୟ ଜାଣିଥାନ୍ତେ, ତେବେ ଚୋର ତାଙ୍କ ଘରେ ପଶିବାର ସୁଯୋଗ ପାଇ ନ ଥା’ନ୍ତା।
40
ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ଥାଅ, କାରଣ ତୁମେ ତାଙ୍କୁ ଅପେକ୍ଷା କରୁ ନ ଥିବା ସମୟରେ ମନୁଷ୍ୟପୁତ୍ର ଆସିବେ।”
41
ପିତର ପଚାରିଲେ, “ପ୍ରଭୁ, ଏହି ଦୃଷ୍ଟାନ୍ତ କ’ଣ କେବଳ ଆମ ପ୍ରତି ପ୍ରଯୁଜ୍ୟ ନା ସମସ୍ତଙ୍କ ପାଇଁ?”
42
ପ୍ରଭୁ ଉତ୍ତର ଦେଲେ, “ତେବେ ବିଶ୍ୱସ୍ତ ଓ ଜ୍ଞାନୀ ଦାସ କିଏ? ଯାହାକୁ ମାଲିକ ଘର ଚଳାଇବା ଦାୟିତ୍ୱରେ ରଖିବେ। ସେ ଉପଯୁକ୍ତ ସମୟରେ ଅନ୍ୟ ଦାସମାନଙ୍କୁ ଖାଇବାକୁ ଦେଇଥାଏ।
43
ମାଲିକ ଫେରିବା ସମୟରେ ଯଦି ତାକୁ ସେପରି କାର୍ଯ୍ୟ କରୁଥିବା ଦେଖନ୍ତି, ତେବେ ସେହି ଦାସ କେଡ଼େ ଭାଗ୍ୟବାନ!
44
ପ୍ରକୃତରେ ମୁଁ ତୁମ୍ଭମାନଙ୍କୁ କହୁଛି, ମାଲିକ ସେହି ଦାସତ୍ୱ ତାଙ୍କର ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ରଖିବେ।
45
କିନ୍ତୁ ଯଦି ସେହି ଦାସ ମନେ ମନେ ଭାବେ ଯେ ଘରର ମାଲିକ ଫେରି ଆସିବା ପାଇଁ ବିଳମ୍ବ ଅଛି ଓ ସେ ଅନ୍ୟ ଦାସଦାସୀମାନଙ୍କୁ ମାରଧର କରେ ଏବଂ ଖାଇ ପିଇ ମାତାଲ ହୁଏ,
46
ତେବେ ଦିନେ ସେ ଦାସ ତାଙ୍କୁ ଅପେକ୍ଷା କରୁ ନ ଥିବା ସମୟରେ ମାଲିକ ଆସି ତାକୁ ବରଖାସ୍ତ କରିବେ, ସେ ଅବିଶ୍ୱସ୍ତ ଦାସମାନଙ୍କ ଦଶା ଭୋଗିବ।
47
“ଯେଉଁ ଦାସ ନିଜ ମାଲିକଙ୍କ ଇଚ୍ଛା ଜାରି ପ୍ରସ୍ତୁତ ହୋଇ ନ ଥାଏ ଓ ତାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରି ନ ଥାଏ, ସେ ଶାସ୍ତି ସ୍ୱରୂପେ କଠୋରଭାବେ ପ୍ରହାରିତ ହେବ।
48
କିନ୍ତୁ ଯେଉଁ ଦାସ ମାଲିକଙ୍କ ଇଚ୍ଛା ଜାଣି ନ ପାରି ପ୍ରହାରଯୋଗ୍ୟ କାର୍ଯ୍ୟ କରିଥାଏ, ସେ ଅଳ୍ପ ଶାସ୍ତି ପାଇବ। ଯାହାକୁ ବହୁତ ଦିଆଯାଇଛି, ତା’ଠାରୁ ବହୁତ ଆଶା କରାଯାଏ - ଯାହାକୁ ଆହୁରି ଅଧିକ ଦିଆଯାଇଛି, ତା’ଠାରୁ ଆହୁରି ଅଧିକ ଆଶା କରାଯାଏ।
49
“ମୁଁ ପୃଥିବୀରେ ନିଆଁ ଲଗାଇବାକୁ ଆସିଛି ଏବଂ ମୋର ଇଚ୍ଛା ଶୀଘ୍ର ନିଆଁ ଜଳି ଉଠୁ!
50
ମୋତେ ଆଉ ଏକ ଦୀକ୍ଷା ନେବାକୁ ହେବ ଏବଂ ତାହା ନେବା ପର୍ଯ୍ୟନ୍ତ ମୁଁ ବ୍ୟାକୁଳ।
51
ମୁଁ ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବାକୁ ଆସିଛି ବୋଲି କ’ଣ ତୁମେ ଭାବୁଛ? ନା, ଶାନ୍ତି ନୁହେଁ, ମାତ୍ର ଦଳ ଭେଦ ସୃଷ୍ଟି କରିବାକୁ
52
ବର୍ତ୍ତମାନଠାରୁ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମଧ୍ୟରେ ବିଭେଦ ସୃଷ୍ଟି ହେବ, ତିନି ଜଣ ଦୁଇ ଜଣଙ୍କ ବିରୁଦ୍ଧରେ ଓ ଦୁଇ ଜଣ ତିନି ଜଣଙ୍କ ବିରୁଦ୍ଧରେ ଉଠିବେ।
53
ବାପା ବିରୁଦ୍ଧରେ ପୁଅ, ପୁଅ ବିରୁଦ୍ଧରେ ବାପା, ମା’ ବିରୁଦ୍ଧରେ ଝିଅ ଓ ଝିଅ ବିରୁଦ୍ଧରେ ମା’, ଶାଶୁ ବିରୁଦ୍ଧରେ ବୋହୂ ଏବଂ ବୋହୂ ବିରୁଦ୍ଧରେ ଶାଶୁ ଉଠିବେ।”
54
ଯୀଶୁ ଲୋକମାନଙ୍କୁ କହିଲେ, “ଯେତେବେଳେ ତୁମ୍ଭେମାନେ ପଶ୍ଚିମ ଦିଗରେ ଖଣ୍ଡେ ମେଘକୁ ଦେଖ, ସେହିକ୍ଷଣି କହିଥାଅ ଯେ ବର୍ଷା ହେବାକୁ ଯାଉଛି - ଏବଂ ତାହା ହୁଏ।
55
ଆଉ ଯେତେବେଳେ ତୁମ୍ଭେମାନେ ଦକ୍ଷିଣା ପବନ ବହିବା ଅନୁଭବ କର, କହିଥାଅ ଯେ ବହୁତ ଗରମ ହେବ - ଏବଂ ସେହିପରି ହୁଏ।
56
ପ୍ରବଞ୍ଚକମାନେ! ତୁମ୍ଭେମାନେ ପୃଥିବୀ ଓ ଆକାଶକୁ ଦେଖି ପାଣିପାଗ ବିଷୟରେ ସୂଚନା ଦେଇପାର; ଅଥଚ ବର୍ତ୍ତମାନ ଯୁଗର ଲକ୍ଷଣ ସବୁ ବୁଝିପାରୁ ନାହଁ?
57
“ତୁମ୍ଭେ କେଉଁ କାର୍ଯ୍ୟ କରିବା ଉଚିତ୍, ତାହା କାହିଁକି ନିଜେ ବିଚାର କରୁ ନାହଁ?
58
ଯଦି କେହି ତୁମ ବିରୁଦ୍ଧରେ ମୋକଦ୍ଦମା କରି ତୁମକୁ ବିଚାରାଳୟକୁ ନିଏ, ତେବେ ବିଚାରାଳୟକୁ ଯିବା ପୂର୍ବରୁ ତା’ ସହିତ ଆପୋଷ ନିଷ୍ପତ୍ତି କରିବାକୁ ପ୍ରାଣପଣ ଚେଷ୍ଟା କର। ଯଦି ତାହା ନ କର, ତେବେ ସେ ତୁମକୁ ବିଚାରପତିଙ୍କ ନିକଟକୁ ଟାଣି ନେବ ଓ ବିଚାରପତି ତୁମକୁ ଆରକ୍ଷୀ ହାତରେ ଦେବେ ଓ ସେ ତୁମକୁ କାରାଗାରରେ ନିକ୍ଷେପ କରିବେ।
59
ମୁଁ କହୁଛି, ପୂର୍ଣ୍ଣମାତ୍ରାରେ ଜୋରିମାନା ନ ଦେବା ଯାଏ ତୁମେ ସେଠାରେ ରହିଥିବ।”
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24