bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 7
Luke 7
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 8 →
1
ଯୀଶୁ ଲୋକମାନଙ୍କୁ ଏହିସବୁ କଥା କହିବା ପରେ କର୍ପନାହୂମକୁ ଗଲେ।
2
ସେଠାକାର ଜଣେ ରୋମୀୟ ସେନାଧ୍ୟକ୍ଷଙ୍କର ଜଣେ ପ୍ରିୟ ଦାସ ଅସୁସ୍ଥ ହୋଇ ମୃତପ୍ରାୟ ଅବସ୍ଥାରେ ଥିଲା।
3
ସେ ଯୀଶୁଙ୍କ ବିଷୟରେ ଶୁଣି, ତାଙ୍କର ଦାସକୁ ସୁସ୍ଥ କରିବା ନିମନ୍ତେ ତାଙ୍କୁ ଗୃହକୁ ଡ଼ାକି ଆଣିବା ପାଇଁ କେତେକ ଇହୁଦୀ ନେତାଙ୍କୁ ପଠାଇଲେ।
4
ସେମାନେ ଯୀଶୁଙ୍କ ପାଖକୁ ଆସି ଅନୁନୟ କରି କହିଲେ, “ଏହି ଲୋକ ପ୍ରକୃତରେ ଆପଣଙ୍କର ସାହାଯ୍ୟ ପାଇବାର ଯୋଗ୍ୟ।
5
ସେ ଆମ ଲୋକମାନଙ୍କୁ ସ୍ନେହ କରନ୍ତି ଓ ସେ ଆମ୍ଭମାନଙ୍କ ପାଇଁ ଗୋଟିଏ ପ୍ରାର୍ଥନା ଗୃହ ନିର୍ମାଣ କରି ଦେଇଛନ୍ତି।”
6
ଯୀଶୁ ସେମାନଙ୍କ ସହିତ ଗଲେ। ସେମାନେ ସେନାଧ୍ୟକ୍ଷଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ସମୟରେ ସେ ତାଙ୍କର ସଙ୍ଗୀମାନଙ୍କୁ ଏହି କଥା କହିବା ପାଇଁ ଯୀଶୁଙ୍କ ନିକଟକୁ ପଠାଇଲେ, “ମହାଶୟ, ଆଉ କଷ୍ଟ କରନ୍ତୁ ନାହିଁ। ଆପଣ ଯେ ମୋ’ ଘରକୁ ଆସିବେ, ମୋର ସେ ଯୋଗ୍ୟତା ନାହିଁ।
7
କିମ୍ବା ମୁଁ ନିଜେ ଆପଣଙ୍କ ପାଖକୁ ଆସିବା ପାଇଁ ନିଜକୁ ଯୋଗ୍ୟ ମଣୁ ନାହିଁ। କେବଳ ଆଦେଶ କରନ୍ତୁ, ମୋର ଦାସ ସୁସ୍ଥ ହେବ।
8
ମୁଁ ମଧ୍ୟ ଉପରିସ୍ଥ କର୍ମଚାରୀମାନଙ୍କ ଅଧୀନରେ କାମ କରେ ଓ ମୋର ଅଧୀନରେ ସୈନ୍ୟମାନେ ଅଛନ୍ତି। ମୁଁ ଜଣକୁ ଆଦେଶ ଦିଏ ‘ଯାଅ!’ ଓ ସେ ଯାଏ; ପୁଣି ଆଉ କାହାକୁ ଆଦେଶ ଦିଏ, ‘ଆସ!’ ସେ ଆସେ; ମୋର କ୍ରୀତଦାସକୁ ଆଦେଶ ଦିଏ, ‘ଏହା କର!’ ସେ ତାହା କରେ।’
9
ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହେଲେ। ସେ ବୁଲିପଡ଼ି ତାଙ୍କ ପଛରେ ଆସୁଥିବା ଜନତାଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଇଶ୍ରାୟେଲ ଲୋକମାନଙ୍କ ମଧ୍ୟରେ ସୁଦ୍ଧା ମୁଁ ଏପରି ବିଶ୍ୱାସ ଦେଖି ନାହିଁ।”
10
ଖବର ଆଣିଥିବା ଲୋକମାନେ ସେନାଧ୍ୟକ୍ଷଙ୍କ ଘରକୁ ଯାଇ ଦେଖିଲେ ଯେ ତାଙ୍କ ଦାସଟି ସୁସ୍ଥ ହୋଇ ଯାଇଛି।
11
ତାହାପରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସଙ୍ଗେ ନାଇନ ସହରକୁ ଗଲେ ଏବଂ ଅନେକ ଲୋକ ତାଙ୍କ ପଛେ ପଛେ ଗଲେ।
12
ସେମାନେ ସେହି ସହରର ଦ୍ୱାର ପାଖରେ ପହଞ୍ଚିବା ସମୟରେ, ଲୋକମାନେ ଗୋଟିଏ ଶବକୁ ବୋହି ଆଣୁଥିଲେ। ମୃତ ଲୋକଟି ଗୋଟିଏ ବିଧବା ସ୍ତ୍ରୀର ଏକମାତ୍ର ପୁତ୍ର ଥିଲା ଓ ସହରର ବହୁତ ଲୋକ ସେମାନଙ୍କ ସହିତ ଯାଉଥିଲେ।
13
ସେହି ସ୍ତ୍ରୀ ଲୋକକୁ ଦେଖି ପ୍ରଭୁଙ୍କ ହୃଦୟ ଦୟାରେ ବିଗଳିତ ହେଲା ଓ ସେ ତାକୁ କହିଲେ, “କାନ୍ଦ ନାହିଁ।”
14
ତା’ପରେ ସେ ଯାଇ ଶବାଧାରକୁ ଛୁଇଁଲେ ଏବଂ ଶବାଧାରକୁ ବୋହି ନେଇ ଯାଉଥିବା ଲୋକମାନେ ଅଟକି ଗଲେ। ଯୀଶୁ କହିଲେ, “ହେ ଯୁବକ! ମୁଁ ତୁମକୁ କହୁଛି, ଉଠ!”
15
ମୃତ ଲୋକଟି ଉଠି ବସିଲା ଓ କଥା କହିବାକୁ ଲାଗିଲା ଏବଂ ଯୀଶୁ ତାକୁ ତା’ର ମା’ଙ୍କ ହାତରେ ସମର୍ପଣ କଲେ।
16
ସେମାନେ ସମସ୍ତେ ଭୟଭୀତ ହେଲେ ଓ ଈଶ୍ୱରଙ୍କ ପ୍ରଶଂସା କଲେ। ସେମାନେ କହିଲେ, “ଜଣେ ମହାନ୍ ଭାବବାଦୀ ଆମ ମଧ୍ୟରେ ଅବତୀର୍ଣ୍ଣ ହୋଇଛନ୍ତି! ଈଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କରିବା ପାଇଁ ଆସିଛନ୍ତି!”
17
ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ଯିହୂଦା ପ୍ରଦେଶର ସର୍ବତ୍ର ଓ ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପିଗଲା।
18
ଯୋହନ ଶିଷ୍ୟମାନଙ୍କଠାରୁ ଏହିସବୁ ବିଷୟ ଶୁଣି ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଡ଼ାକିଲେ,
19
ଓ ଏହି କଥା ପଚାରିବା ପାଇଁ ପ୍ରଭୁଙ୍କ ପାଖକୁ ପଠାଇଲେ, “ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି, ନା ଆମେ ଆଉ କାହାର ଅପେକ୍ଷାରେ ରହିବା?”
20
ଯୀଶୁଙ୍କ ନିକଟକୁ ଆସି ସେମାନେ କହିଲେ, “ଦୀକ୍ଷାଦାତା ଯୋହନ ଆମକୁ ପଚାରି ବୁଝିବାକୁ ପଠାଇଛନ୍ତି, ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି, କିଅବା ଆମେ ଆଉ କାହାର ଅପେକ୍ଷାରେ ରହିବୁ?”
21
ଠିକ୍ ସେହି ସମୟରେ ଯୀଶୁ ଅନେକ ରୋଗୀଙ୍କୁ ସୁସ୍ଥ କଲେ, ଭୂତ ଛଡ଼ାଇଲେ ଓ ଅନ୍ଧମାନଙ୍କୁ ଦୃଷ୍ଟି ପ୍ରଦାନ କଲେ।
22
ସେ ଯୋହନଙ୍କଠାରୁ ଖବର ଆଣିଥିବା ଲୋକଙ୍କୁ ଉତ୍ତର ଦେଲେ, “ଫେରି ଯାଇ ତୁମ୍ଭେମାନେ ଯାହା ଦେଖିଛ ଓ ଶୁଣିଛ, ତାହା ଯୋହନଙ୍କୁ କୁହ: ଅନ୍ଧମାନେ ଦେଖିପାରୁଛନ୍ତି, ଖଞ୍ଜମାନେ ଚାଲି ପାରୁଛନ୍ତି, କୁଷ୍ଠରୋଗୀମାନେ ସୁସ୍ଥ ହେଉଛନ୍ତି, ବଧିରମାନେ ଶୁଣି ପାରୁଛନ୍ତି, ମୃତମାନେ ଜୀବନ ପାଉଛନ୍ତି ଓ ଦରିଦ୍ରମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରାଯାଉଛି।
23
ଯେଉଁମାନେ ମୋ’ ବିଷୟରେ ସନ୍ଦେହ ପୋଷଣ କରନ୍ତି ନାହିଁ, ସେମାନେ ଧନ୍ୟ।”
24
ଯୋହନଙ୍କ ଶିଷ୍ୟମାନେ ଫେରିଯିବା ପରେ ଯୀଶୁ ଲୋକମାନଙ୍କୁ ତାଙ୍କ ବିଷୟରେ ଏହି କଥା ପଚାରିଲେ, “ଯେତେବେଳେ ମରୁ ଅଞ୍ଚଳରେ ଯୋହନଙ୍କ ନିକଟକୁ ତୁମ୍ଭେମାନେ ଯାଇଥିଲ, ସେଠାରେ କ’ଣ ଦେଖିବା ପାଇଁ ଅପେକ୍ଷା କରିଥିଲ? କ’ଣ ପବନରେ ନଇଁ ପଡ଼ୁଥିବା ଘାସଟିଏ?
25
କ’ଣ ଦେଖିବାକୁ ଯାଇଥିଲ? କ’ଣ ସୌଖୀନ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିକୁ? ସେହିପରି ପୋଷାକ ପରିଧାନ କରି ବିଳାସ ବ୍ୟସନରେ ମଜ୍ଜି ରହିଥିବା ଲୋକମାନେ ରାଜପ୍ରାସାଦରେ ବାସ କରନ୍ତି।
26
ମୋତେ କୁହ, ତୁମ୍ଭେମାନେ କ’ଣ ଦେଖିବା ପାଇଁ ଯାଇଥିଲ? ଜଣେ ଭାବବାଦୀଙ୍କୁ? ହଁ, ପ୍ରକୃତରେ ତୁମେ ଜଣେ ଭାବାବଦୀଙ୍କ ଅପେକ୍ଷା ଶ୍ରେଷ୍ଠ ବ୍ୟକ୍ତିଙ୍କୁ ଦେଖିଲ।
27
କାରଣ ଯୋହନଙ୍କ ବିଷୟରେ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି: ‘ଈଶ୍ୱର କହିଲେ, ମୁଁ ତୁମ ଆଗରୁ ତୁମ ପଥ ପ୍ରସ୍ତୁତ କରିବା ପାଇଁ ମୋର ବାର୍ତ୍ତାବହକୁ ପଠାଇବି।’
28
ଯୀଶୁ କହିଲେ, “ମୁଁ କହୁଛି, ଯୋହନ ପୃଥିବୀରେ ଜନ୍ମ ଗ୍ରହଣ କରିଥିବା ସମସ୍ତଙ୍କଠାରୁ ମହାନ୍। କିନ୍ତୁ ଈଶ୍ୱରଙ୍କ ରାଜ୍ୟରେ ଯେ ନଗଣ୍ୟ, ସେ ଯୋହନଙ୍କ ଅପେକ୍ଷା ମହାନ୍।”
29
(ଯେଉଁମାନେ ଏହିସବୁ କଥା ଶୁଣୁଥିଲେ, ସେମାନେ, ବିଶେଷତଃ କରଆଦାୟକାରୀମାନେ, ଈଶ୍ୱରଙ୍କ ଯଥାର୍ଥ ଦାବୀ ସବୁ ପୂରଣ କରି ଯୋହନଙ୍କ ଦ୍ୱାରା ଜଳଦୀକ୍ଷା ଗ୍ରହଣ କରିଥିଲେ।
30
କିନ୍ତୁ ଫାରୁଶୀ ଓ ଧର୍ମଗୁରୁମାନେ ସେମାନଙ୍କ ଜୀବନ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ ପ୍ରତ୍ୟାଖ୍ୟାନ କରି ଯୋହନଙ୍କଠାରୁ ଜଳଦୀକ୍ଷା ଗ୍ରହଣ କରି ନ ଥିଲେ।)
31
ଯୀଶୁ ପୁନର୍ବାର କହିଲେ, “ଏହି ସମୟର ଲୋକମାନଙ୍କୁ ମୁଁ କାହା ସହିତ ତୁଳନା କରିବି? ସେମାନେ କେଉଁ ଧରଣର?
32
ସେମାନେ ବଜାରରେ ବସିଥିବା ପିଲାମାନଙ୍କ ପରି। ଗୋଟିଏ ଦଳ ଆଉ ଗୋଟିଏ ଦଳକୁ ଚିକ୍ରାର କରି କହନ୍ତି, “ଆମେ ତୁମ ପାଇଁ ବିବାହ ବାଦ୍ୟ ବଜାଇଲୁ, କିନ୍ତୁ ତୁମ୍ଭେମାନେ ନାଚିଲ ନାହିଁ। ଆମେ ବିଳାପର ଗୀତି ଗାଇଲୁ, କିନ୍ତୁ ତୁମ୍ଭେମାନେ କାନ୍ଦିଲ ନାହିଁ।’
33
ଦୀକ୍ଷାଦାତା ଯୋହନ ଉପବାସ କରୁଥିଲେ, ସୁରାପାନ କରୁ ନ ଥିଲେ; ତୁମ୍ଭେମାନେ କହିଲ, ସେ ଭୂତଗ୍ରସ୍ତ।
34
ମନୁଷ୍ୟପୁତ୍ର ଭୋଜନ ପାନ କରନ୍ତି, ତୁମ୍ଭେମାନେ କହୁଛ, ‘ଏ ଲୋକକୁ ଦେଖ! ଏ ଜଣେ ପେଟୁ ଓ ମଦ୍ୟପ ଏବଂ କରଆଦାୟକାରୀ ଓ ଅନ୍ୟ ସମାଜଚ୍ୟୁତ ଲୋକମାନଙ୍କର ଜଣେ ବନ୍ଧୁ।’
35
କିନ୍ତୁ ଯେଉଁମାନେ ଈଶ୍ୱରଙ୍କ ଜ୍ଞାନକୁ ଗ୍ରହଣ କରନ୍ତି, ସେମାନଙ୍କ ଜୀବନରେ ତାହାର ସତ୍ୟତା ପ୍ରତିପାଦିତ ହୁଏ।”
36
ଜଣେ ଫାରୁଶୀ ତା’ ସହିତ ରାତ୍ରି ଭୋଜନ କରିବା ପାଇଁ ଯୀଶୁଙ୍କୁ ନିମନ୍ତ୍ରଣ କଲେ। ଯୀଶୁ ତାଙ୍କ ଘରକୁ ଗଲେ ଓ ଭୋଜନରେ ବସିଲେ।
37
ସେହି ସହରରେ ଜଣେ ଦୁଶ୍ଚରିତ୍ରା ସ୍ତ୍ରୀ ଲୋକ ଥିଲା। ସେ ଯେତେବେଳେ ଶୁଣି ପାରିଲା ଯେ ଯୀଶୁ ଫାରୁଶୀ ଗୃହରେ ଖାଉଛନ୍ତି, ସେ ଗୋଟିଏ ପଥର ଫରୁଆରେ ସୁଗନ୍ଧି ତୈଳ ନେଇ ଆସିଲା ଏବଂ
38
ତାଙ୍କ ପଛରେ ପାଦ ପାଖରେ ଠିଆ ହୋଇ କାନ୍ଦି କାନ୍ଦି ତା’ର ଲୁହରେ ଯୀଶୁଙ୍କ ପାଦ ଧୋଇ ଦେଲା। ତା’ପରେ ତାଙ୍କର ଦୁଇ ପାଦକୁ ତା’ର କେଶରେ ପୋଛିଦେଲା, ପାଦ ଦୁଇଟିକୁ ଚୁମ୍ବନ କଲା ଓ ସେଥିରେ ସୁଗନ୍ଧି ତୈଳ ଢ଼ାଳିଲା।
39
ଏହା ଦେଖି ସେହି ଫାରୁଶୀ ମନେ ମନେ ଭାବିଲେ, “ଯଦି ଏହି ଲୋକ ଜଣେ ଭାବବାଦୀ ହୋଇଥାନ୍ତେ, ତେବେ ତାଙ୍କୁ ଛୁଇଁଥିବା ଏ ସ୍ତ୍ରୀ ଲୋକଟି କିଏ, ସେ ଜାଣିଥାନ୍ତେ। ସେ କି ପ୍ରକାର ପାପପୂର୍ଣ୍ଣ ଜୀବନ କାଟୁଛି, ତାହା ସେ ଜାଣିପାରିଥାନ୍ତେ।”
40
ଯୀଶୁ ତାକୁ କହିଲେ, “ଶିମୋନ, ମୋର ତୁମକୁ କିଛି କହିବାର ଅଛି।” ସେ କହିଲା, “ହଁ ଗୁରୁ, କୁହନ୍ତୁ।”
41
ଯୀଶୁ କହିଲେ, “ଦୁଇ ଜଣ ଲୋକ ଜଣେ ମହାଜନଠାରୁ ଋଣ ନେଇଥିଲେ, ଜଣେ ପାଞ୍ଚ ଶହ ରୌପ୍ୟ ମୁଦ୍ରା ଓ ଆଉ ଜଣେ ପଚାଶଟି ରୌପ୍ୟ ମୁଦ୍ରା।
42
ସେମାନଙ୍କ ମଧ୍ୟରୁ କେହି ଋଣ ପରିଶୋଧ କରି ପାରିଲେ ନାହିଁ। ତେଣୁ ମହାଜନ ଦୁଇ ଜଣଙ୍କ ଋଣ ଛାଡ଼ କରିଦେଲେ। ତେବେ କେଉଁ ଲୋକଟି ତାଙ୍କୁ ଅଧିକ ପ୍ରେମ କରିବ?”
43
ଶିମୋନ ଉତ୍ତର ଦେଇ କହିଲା, “ମୁଁ ମନେକରେ, ଯାହାର ଅଧିକ ଋଣ ଛାଡ଼ ହେଲା, ସେ।”
44
ଯୀଶୁ କହିଲେ, “ତୁମେ ଠିକ୍ କହିଛ।” ତା’ପରେ ସେହି ସ୍ତ୍ରୀ ଆଡ଼କୁ ଅନାଇ ଶିମୋନକୁ କହିଲେ, “ତୁମେ ଏହି ସ୍ତ୍ରୀ ଲୋକଟିକୁ ଦେଖି ପାରୁଛ ତ? ମୁଁ ତୁମ ଘରକୁ ଆସିଲି କିନ୍ତୁ ତୁମେ ମୋର ଗୋଡ଼ ଧୋଇବା ପାଇଁ ପାଣି ସୁଦ୍ଧା ଦେଲ ନାହିଁ। କିନ୍ତୁ ସେ ତା’ର ଆଖି ଲୁହରେ ମୋର ଗୋଡ଼ ଧୋଇ ଦେଇ ତା’ର କେଶରେ ପୋଛି ଦେଇଛି।
45
ତୁମେ ମୋତେ ଚୁମ୍ବନ ଦେଇ ସ୍ୱାଗତ କରି ନ ଥିଲ, କିନ୍ତୁ ମୁଁ ଆସିବା ସମୟଠାରୁ ସେ ମୋର ପାଦକୁ ଚୁମ୍ବନ କରିବାକୁ ବିରତ ହୋଇ ନାହିଁ।
46
ତୁମେ ମୋର ମୁଣ୍ଡରେ ଲଗାଇବା ପାଇଁ ତେଲ ଦେଇ ନ ଥିଲ, କିନ୍ତୁ ସେ ମୋର ପାଦରେ ସୁଗନ୍ଧି ତୈଳ ଢ଼ାଳିଛି।
47
ମୁଁ ତୁମକୁ କହୁଛି, ସେ ଯେଉଁ ଗଭୀର ପ୍ରେମ ପ୍ରକାଶ କରିଛି, ତାହା ପ୍ରମାଣ କରେ ଯେ ତା’ର ବହୁତ ପାପ କ୍ଷମା ହୋଇଛି। କିନ୍ତୁ ଯାହାର ଅଳ୍ପ ପାପ କ୍ଷମା ହୋଇଛି, ସେ ଅଳ୍ପ ପ୍ରେମ ପ୍ରକାଶ କରେ।”
48
ତା’ପରେ ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ତୋର ପାପ ସବୁ କ୍ଷମା ହୋଇଛି।”
49
ଭୋଜନରେ ବସିଥିବା ଅନ୍ୟମାନେ ପରସ୍ପରକୁ କହିଲେ, “ଏ କିଏ? ଯେ ପାପ କ୍ଷମା ସୁଦ୍ଧା କରିପାରେ?”
50
କିନ୍ତୁ ଯୀଶୁ ସେହି ସ୍ତ୍ରୀ ଲୋକକୁ କହିଲେ, “ତୋର ବିଶ୍ୱାସ ତୋତେ ରକ୍ଷା କରିଛି, ଶାନ୍ତିରେ ଯା।”
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
Luke Commentaries
→
Devotional
Luke Devotional Guide
→
Get This Bible
CL Study Bible
→