bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 11
Luke 11
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 12 →
1
ଦିନେ ଯୀଶୁ କୌଣସି ଏକ ସ୍ଥାନରେ ପ୍ରାର୍ଥନା କରୁôôଥିଲେ। ସେ ପ୍ରାର୍ଥନା ଶେଷ କରିବା ପରେ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାଙ୍କୁ କହିଲେ, “ପ୍ରଭୁ, ଯୋହନ ଯେପରି ତାଙ୍କ ଶିଷ୍ୟମାନଙ୍କୁ ଶିଖାଇଛନ୍ତି, ଆପଣ ମଧ୍ୟ ଆମକୁ ପ୍ରାର୍ଥନା କରିବାକୁ ଶିଖାଇ ଦିଅନ୍ତୁ।”
2
ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରାର୍ଥନା କରିବା ସମୟରେ ଏପରି କୁହ: ପିତା: ତୁମର ପବିତ୍ର ନାମ ସମ୍ମାନିତ ହେଉ; ତୁମର ରାଜ୍ୟ ଆସୁ।
3
ଆମକୁ ଆବଶ୍ୟକୀୟ ଦୈନିକ ଆହାର ଦିଅ।
4
ଆମ ପାପ ସବୁ କ୍ଷମା କର, କାରଣ ଆମ ବିରୁଦ୍ଧରେ ଦୋଷ କରିଥିବା ପ୍ରତ୍ୟେକଙ୍କୁ ଆମେ କ୍ଷମା କରୁ। ଆମକୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ଦିଅ ନାହିଁ’।”
5
ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମନେକର, ତୁମ ମଧ୍ୟରୁ ଯଦି ଜଣେ ମଧ୍ୟରାତ୍ରିରେ ବନ୍ଧୁଙ୍କ ଘରକୁ ଯାଇ କହିବ, ‘ବନ୍ଧୁ, ମୋତେ ତିନୋଟି ରୋଟି ଉଧାର ଦିଅ।
6
ମୋର ଜଣେ ବନ୍ଧୁ ଯାତ୍ରା କରୁ କରୁ ମୋ’ ଘରେ ଆସି ପହଞ୍ôଚଛନ୍ତି, ତାଙ୍କୁ ଖାଇବାକୁ ଦେବା ପାଇଁ ମୋ’ ପାଖରେ କିଛି ନାହିଁ।’
7
ମନେକର, ଘର ଭିତରୁ ତୁମର ବନ୍ଧୁ ଉତ୍ତର ଦେବେ, ‘ମୋତେ ହଇରାଣ କର ନାହିଁ। କବାଟ ବନ୍ଦ ହୋଇ ଯାଇଛି, ମୁଁ ଓ ମୋର ପିଲାମାନେ ବିଶ୍ରାମ କରୁଛୁ। ମୁଁ ଏବେ ଉଠି ତୁମକୁ କିଛି ଦେଇପାରିବି ନାହିଁ’।
8
ତା’ପରେ କ’ଣ ହେବ? ମୁଁ କହୁଛି ସେ ବନ୍ଧୁତା ଖାତିରିରେ ଉଠି ତୁମକୁ ରୋଟି ନ ଦେଲେ ସୁଦ୍ଧା, ତୁମେ ଲଜ୍ଜିତ ନ ହୋଇ ବାରମ୍ବାର ମାଗୁଥିବା ଦେଖି ସେ ଉଠିବ ଏବଂ ତୁମର ପ୍ରୟୋଜନୀୟ ସମସ୍ତ ବିଷୟ ଦେବ।
9
“ତେଣୁ ମୁଁ ତୁମ୍ଭମାନଙ୍କୁ କହେ: ମାଗ, ତୁମମାନଙ୍କୁ ଦିଆଯିବ! ଖୋଜ, ପାଇବ; ଆଘାତ କର, ତୁମ ପାଇଁ ଦ୍ୱାର ଫିଟାଯିବ।
10
କାରଣ ଯେ ମାଗେ, ତାକୁ ଦିଆଯାଏ; ଯେ ଖୋଜେ, ସେ ପାଏ ଓ ଯେ ଆଘାତ କରେ, ତା’ ପାଇଁ ଦ୍ୱାର ଫିଟାଇ ଦିଆଯାଏ।
11
ତୁମ୍ଭମାନଙ୍କ ମଧ୍ୟରେ ଏପରି ବାପା କିଏ ଅଛି ଯେ ତା’ର ପୁଅ ମାଛ ମାଗିଲେ, ସେ ତାକୁ ମାଛ ବଦଳରେ ସାପ ଦେବ, ଅଣ୍ଡା ମାଗିଲେ, ବିଛା ଦେବ।
13
ତୁମ୍ଭେମାନେ ଅସତ୍ ହେଲେ ସୁଦ୍ଧା ତୁମ ପିଲାମାନଙ୍କୁ ଉତ୍ତମ ବିଷୟ ଦେବାକୁ ଜାଣ, ତା’ ହେଲେ ସ୍ୱର୍ଗସ୍ଥ ପିତା, ତାଙ୍କଠାରେ ନିବେଦନ କରୁଥିବା ଲୋକଙ୍କୁ କେତେ ଅଧିକ ରୂପେ ପବିତ୍ରଆତ୍ମାଙ୍କୁ ନ ଦେବେ?”
14
ଯୀଶୁ ଏକ ଭୂତଗ୍ରସ୍ତ ଘୁଙ୍ଗା ଲୋକକୁ ସୁସ୍ଥ କଲେ। ଯେତେବେଳେ ଭୂତ ଛାଡ଼ିଗଲା, ଲୋକଟି କଥା କହିବାକୁ ଆରମ୍ଭ କଲା! ଲୋକେ ଆଶ୍ଚର୍ଯ୍ୟ ହେଲେ,
15
କିନ୍ତୁ କେତେକ କହିଲେ, “ଭୂତମାନଙ୍କ ଅଧିପତି ବାଆଲ୍ଜିବୂଲ୍ର ଶକ୍ତିରେ ସେ ଭୂତ ଛଡ଼ାଉଛି।
16
ଅନ୍ୟମାନେ ଯୀଶୁଙ୍କୁ ଫାନ୍ଦରେ ପକାଇବା ପାଇଁ, ଈଶ୍ୱର ଯେ ତାଙ୍କର ସମର୍ଥନକାରୀ, ଏହାର ଚିହ୍ନ ସ୍ୱରୂପ ତାଙ୍କୁ ଗୋଟିଏ ଆଶ୍ଚର୍ଯ୍ୟ କର୍ମ କରିବାକୁ କହିଲେ।
17
କିନ୍ତୁ ଯୀଶୁ ସେମାନଙ୍କ ମନୋଭାବ ଜାଣିଥିଲେ, ତେଣୁ ସେ ସେମାନଙ୍କୁ କହିଲେ, “କୌଣସି ରାଜ୍ୟରେ ଗୃହ ଯୁଦ୍ଧ ଲାଗିଲେ, ସେ ରାଜ୍ୟର ପତନ ଘଟେ, କୌଣସି ଘରେ ଅନ୍ତର୍ବିବାଦ ଲାଗିଲେ, ସେ ଘର ଭାଙ୍ଗିଯାଏ।
18
ତେଣୁ ଶୟତାନର ରାଜ୍ୟରେ ଗୃହ ଯୁଦ୍ଧ ଲାଗିଲେ, ତାହା କିପରି ତିଷ୍ଠିବ? ତୁମେ କହୁଛ ଯେ ବାଆଲ୍ଜିବୂଲ୍ର ଶକ୍ତିରେ ମୁଁ ଭୂତ ଛଡ଼ାଏ।
19
ମୁଁ ଯଦି ଏହି ଉପାୟରେ ଭୂତ ଛଡ଼ାଏ, ତେବେ ତୁମର ଶିଷ୍ୟମାନେ କିପରି ଭୂତ ଛଡ଼ାନ୍ତି? ତୁମ୍ଭେମାନେ ଭ୍ରାନ୍ତ ବୋଲି ତୁମର ନିଜ ଶିଷ୍ୟମାନେ ପ୍ରମାଣ କରୁଛନ୍ତି।
20
ନା, ବରଂ ଈଶ୍ୱରଙ୍କ ଶକ୍ତି ସାହାଯ୍ୟରେ ମୁଁ ଭୂତମାନଙ୍କୁ ଛଡ଼ାଏ ଏବଂ ଏହା ପ୍ରମାଣ କରେ ଯେ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର ନିକଟବର୍ତ୍ତୀ।
21
“ଯେତେବେଳେ ଜଣେ ବଳିଷ୍ଠ ଲୋକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନିଜ ଘର ଜଗେ, ତା’ର ସମସ୍ତ ସମ୍ପତ୍ତି ସୁରକ୍ଷିତ ଥାଏ।
22
କିନ୍ତୁ ଯେତେବେଳେ ତା’ଠାରୁ ଜଣେ ଅଧିକ ବଳବାନ ଲୋକ ତାକୁ ଆକ୍ରମଣ କରି ପରାଜିତ କରେ, ଯେଉଁ ଅସ୍ତ୍ରଶସ୍ତ୍ର ଉପରେ ସେ ନିର୍ଭର କରୁଥିଲା, ଆକ୍ରମଣକାରୀ ତାହା ସବୁ ନେଇଯାଏ ଓ ତା’ର ଧନ ସମ୍ପତ୍ତି ମଧ୍ୟ ଲୁଟି ନେଇ ସାଥୀମାନଙ୍କ ମଧ୍ୟରେ ବାଣ୍ଟି ନିଏ।
23
“ଯେଉଁ ଲୋକ ମୋର ସପକ୍ଷ ନୁହେଁ, ସେ ପ୍ରକୃତରେ ମୋର ବିପକ୍ଷ; ଯେଉଁ ଲୋକ ସଂଗ୍ରହ କରିବାରେ ମୋତେ ସାହାଯ୍ୟ କରେ ନାହିଁ, ସେ ଛିନ୍ନଭିନ୍ନ କରେ।
24
“ଯେତେବେଳେ ଜଣେ ଲୋକଠାରୁ ଭୂତ ବାହାରି ଯାଏ, ସେ ଶୁଷ୍କ ଅଞ୍ଚଳ ଉପରେ ବିଶ୍ରାମ ସ୍ଥାନ ପାଇଁ ଘୂରି ବୁଲେ। ଯଦି ସେହିପରି ଗୋଟିଏ ସ୍ଥାନ ପାଏ ନାହିଁ ସେ କହେ, ‘ମୁଁ ମୋ’ ଘରକୁ ଫେରିଯିବି।’
25
ତେଣୁ ସେ ଫେରିଯାଏ ଓ ସେହି ଗୃହକୁ ପରିଷ୍କାର ପରିଚ୍ଛନ୍ନ ଥିବାର ଦେଖିଲେ,
26
ସେ ବାହାରକୁ ଯାଇ ତା’ଠାରୁ ଆହୁରି ଅଧିକ ଦୁଷ୍ଟ ସାତଟି ପ୍ରେତାତ୍ମାକୁ ଡ଼ାକି ଆଣେ ଓ ସେମାନେ ଆସି ସେଠାରେ ବାସ କରନ୍ତି। ପରିଶେଷରେ ସେହି ଲୋକର ଅବସ୍ଥା ପୂର୍ବାପେକ୍ଷା ଅଧିକ ଶୋଚନୀୟ ହୁଏ।”
27
ଯୀଶୁ ଏହି କଥା କହିବା ପରେ ଲୋକ ଗହଳି ମଧ୍ୟରୁ ଜଣେ ସ୍ତ୍ରୀ ଲୋକ ତାଙ୍କୁ କହିଲା, “ଯେଉଁ ନାରୀ ଆପଣଙ୍କୁ ଗର୍ଭ ଧାରଣ କଲେ ଓ ସ୍ତନ୍ୟପାନ କରାଇଲେ, ସେ କେଡ଼େ ଧନ୍ୟ।”
28
କିନ୍ତୁ ଯୀଶୁ ଉତ୍ତର ଦେଲେ, “ବରଂ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ତାହା ପାଳନ କରନ୍ତି, ସେମାନେ କେଡ଼େ ଧନ୍ୟ।”
29
ଲୋକମାନେ ଯୀଶୁଙ୍କ ଚାରିପଟେ ଘେରି ଯିବାରୁ ସେ କହିବାକୁ ଲାଗିଲେ, “ଆଜିର ଲୋକମାନେ କେତେ ଖଳ! ସେମାନେ ଗୋଟିଏ ଆଶ୍ଚର୍ଯ୍ୟ କର୍ମ ଲୋଡ଼ନ୍ତି, କିନ୍ତୁ ଯୂନସଙ୍କ ଆଶ୍ଚର୍ଯ୍ୟ କର୍ମ ଛଡ଼ା ସେମାନଙ୍କ ପାଇଁ ଆଉ କିଛି କରାଯିବ ନାହିଁ।
30
ଯେପରି ଭାବବାଦୀ ଯୂନସ ନୀନିବୀର ଲୋକମାନଙ୍କ ପ୍ରତି ଚିହ୍ନ ସ୍ୱରୂପ ହେଲେ, ସେହିପରି ମନୁଷ୍ୟପୁତ୍ର ଆଜିର ଲୋକମାନଙ୍କ ପାଇଁ ଚିହ୍ନ ସ୍ୱରୂପ ହେବେ।
31
ବିଚାର ଦିନରେ ଶେବା ଦେଶର ରାଣୀ ଠିଆ ହୋଇ ଆଜିର ଲୋକମାନଙ୍କୁ ଦୋଷାରୋପ କରିବେ, କାରଣ ଶଲୋମନ ରାଜାଙ୍କର ଜ୍ଞାନର କଥା ଶୁଣିବା ପାଇଁ ସେ ତାଙ୍କ ଦେଶରୁ ଯାତ୍ରା କରିଥିଲେ; କିନ୍ତୁ ମୁଁ କହେ, ଶଲୋମନଙ୍କଠାରୁ ଅଧିକ ମହତ୍ ବିଷୟମାନ ଏଠାରେ ଅଛି।
32
ବିଚାର ଦିନରେ ନୀନିବୀର ଲୋକମାନେ ତୁମ୍ଭମାନଙ୍କୁ ଦୋଷୀ କରିବେ, କାରଣ ଯୂନସଙ୍କ ପ୍ରଚାର ଶୁଣିବା ପରେ ସେମାନେ ସେମାନଙ୍କ ପାପରୁ ମନ ଫେରାଇଲେ; ମୁଁ ନିଶ୍ଚିତଭାବେ କହୁଛି, ଯୂନସଙ୍କ ଅପେକ୍ଷା ଅଧିକ ମହତ ବିଷୟମାନ ଏଠାରେ ଅଛି।
33
“କେହି ଦୀପ ଜାଳି ତାକୁ ଲୁଚାଏ ନାହିଁ କିମ୍ବା ଗୋଟିଏ ପାତ୍ର ତଳେ ଘୋଡ଼ାଇ ରଖେ ନାହିଁ; ବରଂ ସେ ତାକୁ ଦୀପରୁଖା ଉପରେ ରଖେ, ଯେପରି ଘର ଭିତରକୁ ଆସିବା ଲୋକେ ଆଲୋକ ଦେଖି ପାରିବେ।
34
ତୁମ୍ଭମାନଙ୍କ ଚକ୍ଷୁ ଶରୀରର ପ୍ରଦୀପ ସ୍ୱରୂପ। ତୁମର ଚକ୍ଷୁ ଭଲ ଥିଲେ, ତୁମର ସମସ୍ତ ଶରୀର ଆଲୋକମୟ ହେବ; କିନ୍ତୁ ଯଦି ତୁମର ଚକ୍ଷୁ ଖରାପ ହୁଏ, ତୁମର ସମସ୍ତ ଶରୀର ଅନ୍ଧକାରମୟ ହେବ।
35
ତୁମ ଅନ୍ତରରେ ଥିବା ଆଲୋକ ଯେପରି ଅନ୍ଧକାର ନ ହୁଏ, ଏଥିପ୍ରତି ସାବଧାନ ହୁଅ।
36
ତୁମ ମଧ୍ୟରେ ଅନ୍ଧକାର ନ ଥାଇ ତୁମେ ଯଦି ସମ୍ପୂର୍ଣ୍ଣ ରୂପେ ଆଲୋକମୟ ହୁଅ, ତେବେ ଉଜ୍ଜ୍ୱଳ ପ୍ରଦୀପର ଜ୍ୟୋତି ପରି ତୁମେ ଉଦ୍ଭାସିତ ହେବ।”
37
ଯୀଶୁ ଶିକ୍ଷା ଦେଇ ସାରିବା ପରେ ଜଣେ ଫାରୁଶୀ ତାଙ୍କୁ ତା’ ସହିତ ଭୋଜନ କରିବା ପାଇଁ ନିମନ୍ତ୍ରଣ କଲେ। ଯୀଶୁ ତାଙ୍କ ଘରକୁ ଯାଇ ଭୋଜନ କରିବା ପାଇଁ ବସିଲେ।
38
ଭୋଜନ ପୂର୍ବରୁ ଯୀଶୁ ପ୍ରକ୍ଷାଳନ ରୀତି ପାଳନ ନ କରିବା ଦେଖି ଫାରୁଶୀ ଆଶ୍ଚର୍ଯ୍ୟ ହେଲେ।
39
ସେଥିପାଇଁ ପ୍ରଭୁ ତାଙ୍କୁ କହିଲେ, “ହେ ଫାରୁଶୀଗଣ, ତୁମ୍ଭେମାନେ ଥାଳୀ ଓ ଗିନାର ବାହାର ପରିଷ୍କାର କରିଥାଅ, କିନ୍ତୁ ତୁମର ଅନ୍ତର ହିଂସା ଓ ଦୁଷ୍ଟତାରେ ପରିପୂର୍ଣ୍ଣ।
40
ହେ ନିର୍ବୋଧ! ଯେଉଁ ଈଶ୍ୱର ବାହାର ଅଂଶ ସୃଷ୍ଟି କରିଛନ୍ତି, ସେ କଅଣ ଭିତର ଅଂଶଟିକୁ ମଧ୍ୟ ସୃଷ୍ଟି କରି ନାହାନ୍ତି?
41
ଏଣୁ ତୁମର ଯାହା ସବୁ ଅଛି; ତାହା ଦାନ କରି ଦିଅ, ତା’ ହେଲେ ତୁମେ ସମ୍ପୂର୍ଣ୍ଣ ପରିଷ୍କୃତ ହେବ।
42
“ହେ ଫାରୁଶୀମାନେ, ତୁମ ଶେଷ ଦଶା କେଡ଼େ ଭୟଙ୍କର ହେବ! ତୁମେ ପୋଦିନା, ସାଗ ଇତ୍ୟାଦିର ଦଶମାଂଶ ଈଶ୍ୱରଙ୍କୁ ଦେଇଥାଅ। କିନ୍ତୁ ନ୍ୟାୟପରାୟଣତା ଓ ଈଶ୍ୱରଙ୍କ ପ୍ରତି ପ୍ରେମ ଅବହେଳା କରିଥାଅ; ଏହାକୁ ମୁଖ୍ୟ ସ୍ଥାନ ଦିଅ; ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟ ଅବହେଳା କର ନାହିଁ।
43
“ହେ ଫାରୁଶୀମାନେ, ତୁମ ଦଶା କି ଶୋଚନୀୟ! ତୁମେ ସମାଜ ଗୃହମାନଙ୍କରେ ସଂରକ୍ଷିତ ସ୍ଥାନ ଓ ବଜାରରେ ଅନ୍ୟମାନଙ୍କଠାରୁ ଭକ୍ତିପୂର୍ଣ୍ଣ ନମସ୍କାର ପାଇବାକୁ ଭଲ ପାଅ।
44
ତୁମ ଦଶା କି ଶୋଚନୀୟ! ତୁମେ ଚିହ୍ନା ପଡ଼ୁ ନ ଥିବା କବର ପରି। ତା’ ଉପରେ ଲୋକମାନେ ଅଜାଣତରେ ଯିବା ଆସିବା କରନ୍ତି।”
45
ଧର୍ମଗୁରୁମାଙ୍କ ମଧ୍ୟରୁ ଜଣେ ତାଙ୍କୁ କହିଲେ, “ଗୁରୁ, ଆପଣ ଏହି କଥା କହିବା ଦ୍ୱାରା ଆମକୁ ମଧ୍ୟ ଅପମାନ ଦେଉଛନ୍ତି।”
46
ଯୀଶୁ ଉତ୍ତର ଦେଲେ, “ହେ ଧର୍ମଗୁରୁମାନେ, ତୁମ ଅବସ୍ଥା କି ଶୋଚନୀୟ! ତୁମେ ଲୋକମାନଙ୍କ ପିଠିରେ ବୋଝ ଲଦି ଦିଅ, ଯାହା ବୋହିବା କଷ୍ଟକର; କିନ୍ତୁ ସେହି ବୋଝସବୁ ବୋହିବା ପାଇଁ ତୁମେ ତୁମର ଗୋଟିଏ ଅଙ୍ଗୁଳି ସୁଦ୍ଧା ଲଗାଇ ନ ଥାଅ।
47
ତୁମ୍ଭମାନଙ୍କର ଦଶା କେଡ଼େ ଭୟଙ୍କର ହେବ। ତୁମେ ଭାବବାଦୀମାନଙ୍କ ନିମନ୍ତେ ସୁନ୍ଦର କବର ପ୍ରସ୍ତୁତ କରିଥାଅ, ସେହି ଭାବବାଦୀମାନଙ୍କୁ ତୁମର ପୂର୍ବପୁରୁଷମାନେ ହତ୍ୟା କରିଥିଲେ।
48
ତୁମେ ତେବେ ସ୍ୱୀକାର କର ଯେ ତୁମର ପୂର୍ବପୁରୁଷମାନେ ଯାହା କରିଥିଲେ, ସେଥିରେ ତୁମର ସମ୍ମତି ଅଛି। ସେମାନେ ଭାବବାଦୀମାନଙ୍କୁ ହତ୍ୟା କରିଥିଲେ, ଆଉ ତୁମେ ସେମାନଙ୍କର କବର ନିର୍ମାଣ କରୁଛ।
49
ଏହି କାରଣରୁ ଈଶ୍ୱର ତାଙ୍କ ଜ୍ଞାନରେ କହିଲେ, ‘ମୁଁ ସେମାନଙ୍କ ନିକଟକୁ ଭାବବାଦୀ ଓ ବାର୍ତ୍ତାବହମାନଙ୍କୁ ପଠାଇବି; ସେମାନଙ୍କ ମଧ୍ୟରୁ କେତେକଙ୍କୁ ସେମାନେ ହତ୍ୟା କରିବେ; ଅନ୍ୟମାନଙ୍କୁ ତାଡ଼ନା କରିବେ।’
50
ଏହି ଯୁଗର ଲୋକାମନେ ପୃଥିବୀର ସୃଷ୍ଟି ଆରମ୍ଭରୁ ସମସ୍ତ ଭାବବାଦୀମାନଙ୍କର ହତ୍ୟା ଲାଗି ଦଣ୍ଡ ପାଇବେ,
51
ହେବଲର ହତ୍ୟାଠାରୁ ଆରମ୍ଭ କରି ଯିଖରିୟଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ବେଦୀ ଓ ପବିତ୍ର ସ୍ଥାନ ମଧ୍ୟରେ ହତ୍ୟା କରାଯାଇଥିଲା। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଯୁଗର ଲୋକମାନେ ସେ ସମସ୍ତଙ୍କ ନିମନ୍ତେ ଦଣ୍ଡ ଭୋଗ କରିବେ।
52
“ହେ ଧର୍ମଗୁରୁମାନେ, ତୁମ ଦଶା କେଡ଼େ ଭୟଙ୍କର ହେବ। ତୁମେ ଜ୍ଞାନରୂପ ଗୃହର ଦ୍ୱାର ଖୋଲିବାକୁ ଚାବି ରଖିଛ; ତୁମେ ନିଜେ ଭିତରକୁ ଯାଉ ନାହଁ ଏବଂ ଯେଉଁମାନେ ଭିତରକୁ ଯିବାକୁ ଚେଷ୍ଟା କରନ୍ତି, ତୁମେ ସେମାନଙ୍କୁ ବାଧା ଦେଉଛ।”
53
ଯୀଶୁ ସେ ସ୍ଥାନ ଛାଡ଼ି ଚାଲି ଯାଉଥିବାବେଳେ ଧର୍ମଗୁରୁ ଓ ଫାରୁଶୀମାନେ ତାଙ୍କୁ ତୀବ୍ର ସମାଲୋଚନା କଲେ ଓ ପ୍ରତ୍ୟେକ ବିଷୟରେ ପ୍ରଶ୍ନ ପଚାରିବାକୁ ଲାଗିଲେ।
54
ସେମାନେ ତାଙ୍କ କଥାର ଛିଦ୍ର ଧରିବା ପାଇଁ ଜଗି ରହିଥିଲେ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24