bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Luke 8
Luke 8
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 9 →
1
କିଛି ସମୟ ପରେ ଯୀଶୁ ସହର ଓ ଗ୍ରାମମାନଙ୍କରେ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ଶୁଭବାର୍ତ୍ତା ପ୍ରଚାର କରି ଭ୍ରମଣ କଲେ। ବାର ଜଣ ଶିଷ୍ୟ ତାଙ୍କ ସହିତ ଗଲେ।
2
ଭୂତ କବଳରୁ ମୁକ୍ତ ହୋଇଥିବା ଓ ରୋଗରୁ ସୁସ୍ଥ ହୋଇଥିବା କେତେକ ସ୍ତ୍ରୀ ଲୋକ ମଧ୍ୟ ସେମାନଙ୍କ ସଙ୍ଗରେ ଗଲେ - ମରିୟମ (ଯାହାଙ୍କୁ ମଗ୍ଦଲିନୀ କୁହାଯାଉଥିଲା) ଓ ଯାହାଙ୍କର ସାତଟି ଭୂତ ବାହାରି କରାଯାଇଥିଲା,
3
ଯୋହାନ୍ନା, ଯାହାଙ୍କ ସ୍ୱାମୀ ଖୁଜା, ହେରୋଦଙ୍କ ରାଜଦରବାରରେ ଜଣେ ବେବର୍ତ୍ତା ଥିଲେ, ସୁଶାନ୍ନା ଓ ଆହୁରି ଅନେକ ସ୍ତ୍ରୀ ଲୋକ; ଏମାନେ ଯୀଶୁଙ୍କୁ ଓ ତାଙ୍କର ଶିଷ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜର ସମ୍ବଳ ବିନିଯୋଗ କରିଥିଲେ।
4
ଲୋକମାନେ ଗୋଟିକ ପରେ ଗୋଟିଏ ସହରରୁ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ ଓ ଯେତେବେଳେ ବହୁତ ଜନଗହଳି ହେଲା, ଯୀଶୁ ଏହି ଦୃଷ୍ଟାନ୍ତ କଥା କହିଲେ:
5
“ଥରେ ଜଣେ ଲୋକ ବିହନ ବୁଣିବାକୁ ଗଲା। ସେ କ୍ଷେତରେ ବିହନ ବୁଣିବା ସମୟରେ କେତେକ ବାଟ କଡ଼ରେ ପଡ଼ିଲା। ସେଗୁଡ଼ିକ ପାଦରେ ଦଳି ହୋଇଗଲା ଓ ପକ୍ଷୀମାନେ ଖାଇଗଲେ।
6
କେତେକ ପଥୁରିଆ ଭୂଇଁରେ ପଡ଼ିଲା ଓ ଯେତେବେଳେ ଚାରା ଗଛ ହେଲା, ସେଗୁଡ଼ିକ ପାଣି ନ ପାଇ ଶୁଖିଗଲା।
7
ଆଉ କେତେକ ବିହନ କଣ୍ଟା ବୁଦାରେ ପଡ଼ିଲା ଓ କଣ୍ଟା ଗଛ ଚାରା ଗଛଗୁଡ଼ିକୁ ଚାପି ପକାଇଲା।
8
ଆଉ କେତେକ ବିହନ ଭଲ ଭୂମିରେ ପଡ଼ିଲା; ତାହାର ଚାରା ବଢ଼ି ଶହେ ଗୁଣ ଫଳ ଫଳିଲା। ଶେଷରେ ଯୀଶୁ କହିଲେ, “ଶୁଣିବାକୁ କାନ ଥିଲେ, ଶୁଣ।”
9
ତାଙ୍କର ଶିଷ୍ୟମାନେ ଯୀଶୁଙ୍କୁ ଦୃଷ୍ଟାନ୍ତର ଅର୍ଥ ପଚାରିବାରୁ,
10
ସେ ଉତ୍ତର ଦେଲେ, “ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ନିଗୂଢ଼ ତତ୍ତ୍ୱର ଜ୍ଞାନ ତୁମକୁ ଦିଆଯାଇଛି, କିନ୍ତୁ ଅନ୍ୟ ସମସ୍ତଙ୍କ ପାଇଁ ତାହା କେବଳ ଉଦାହରଣ ହୋଇ ରହିଯାଏ। ଫଳତଃ ସେମାନେ ଅନାଇ ଦେଖି ପାରନ୍ତି ନାହିଁ, ଶୁଣି ବୁଝିପାରନ୍ତି ନାହିଁ।”
11
ଯୀଶୁ ଦୃଷ୍ଟାନ୍ତର ଅର୍ଥ ବୁଝାଇ କହିଲେ, “ବିହନ ହେଉଛି ଈଶ୍ୱରଙ୍କ ବାକ୍ୟ।
12
ଯେଉଁମାନେ କେବଳ ଶୁଣନ୍ତି; ସେମାନେ ବାଟରେ ବୁଣାଯାଉଥିବା ବିହନ ପରି - ଶୟତାନ ଆସି ସେମାନଙ୍କ ହୃଦୟରୁ ଈଶ୍ୱରଙ୍କ ବାର୍ତ୍ତା କାଢ଼ି ନେଇଯାଏ, ତେଣୁ ସେମାନେ ବିଶ୍ୱାସ କରି ପରିତ୍ରାଣ ପାଇପାରନ୍ତି ନାହିଁ।
13
ଯେଉଁମାନେ ସେହି ବାର୍ତ୍ତା ଶୁଣି ଆନନ୍ଦରେ ଗ୍ରହଣ କରନ୍ତି, ସେମାନେ ପଥୁରିଆ ଭୂଇଁରେ ପଡ଼ିଥିବା ବିହନ ପରି। ସେହି ବାର୍ତ୍ତା ସେମାନଙ୍କ ମଧ୍ୟରେ ଗଭୀରଭାବେ ପ୍ରବେଶ କରି ନ ଥିବାରୁ, ସେମାନଙ୍କ ବିଶ୍ୱାସ କ୍ଷଣସ୍ଥାୟୀ ହୁଏ ଏବଂ ପରୀକ୍ଷା ଆସିଲେ, ସେମାନଙ୍କ ପତନ ଘଟେ।
14
ଯେଉଁମାନେ ବାର୍ତ୍ତା ଶୁଣନ୍ତି, କିନ୍ତୁ ସାଂସାରିକ ଚିନ୍ତା, ଧନ ସମ୍ପତ୍ତି ଓ ଭୋଗ ବିଳାସରେ ମଜ୍ଜି ରହନ୍ତି, ସେମାନେ କଣ୍ଟା ବୁଦାରେ ପଡ଼ିଥିବା ବିହନ ପରି। ସେସବୁ ସେମାନଙ୍କ ଜୀବନକୁ ଗ୍ରାସି ପକାଏ ଏବଂ ସେମାନେ ପରିପକ୍ୱ ଫଳ ଉତ୍ପନ୍ନ କରି ପାରନ୍ତି ନାହିଁ।
15
ଯେଉଁମାନେ ବାର୍ତ୍ତା ଶୁଣି ବିଶ୍ୱସ୍ତ ଭାବରେ ଦୃଢ଼ ରୂପେ ଧରି ରଖନ୍ତି ଓ ପ୍ରଚୁର ଫଳ ଉତ୍ପନ୍ନ କରନ୍ତି, ସେମାନେ ଭଲ ଭୂମିରେ ପଡ଼ିଥିବା ବିହନ ପରି।
16
“କେହି ଦୀପ ଜାଳି ତାକୁ ପାତ୍ର ତଳେ ଘୋଡ଼ାଇ ରଖେ ନାହିଁ, ଅବା ଖଟ ତଳେ ରଖେ ନାହିଁ; ସେ ତାକୁ ଦୀପରୁଖା ଉପରେ ରଖେ। ତାହାହେଲେ ଘର ଭିତରକୁ ଆସିବା ଲୋକେ ଆଲୁଅ ଦେଖିପାରନ୍ତି।
17
“ଯାହା ସବୁ ଲୁକ୍କାୟିତ ହୋଇଛି, ତାହା ସମସ୍ତଙ୍କ ନିକଟରେ ପ୍ରକାଶିତ ହେବ ଓ ଯାହା ସବୁ ଗୁପ୍ତ ରହିଛି, ତାହା ସମସ୍ତଙ୍କୁ ଜଣାଇ ଦିଆଯିବ।
18
“ସେଥିପାଇଁ ତୁମ୍ଭେମାନେ କିପରି ଶୁଣୁଛ, ସେ ବିଷୟରେ ସାବଧାନ ହୁଅ; କାରଣ ଯାହାର ଅଛି, ତାହାକୁ ଆହୁରି ଦିଆଯିବ, କିନ୍ତୁ ଯାହାର ନାହିଁ, ତାହାର ଯାହା କିଛି ଅଛି ବୋଲି ସେ ଭାବେ, ତାହା ମଧ୍ୟ ତା’ଠାରୁ ଛଡ଼ାଇ ନିଆଯିବ।”
19
ଯୀଶୁଙ୍କର ମା’ ଓ ଭାଇମାନେ ତାଙ୍କ ନିକଟକୁ ଆସିଲେ, କିନ୍ତୁ ଜନଗହଳି ହେତୁ ତାଙ୍କ ସହିତ ସାକ୍ଷାତ କରିପାରିଲେ ନାହିଁ।
20
କେହି ଜଣେ ଯୀଶୁଙ୍କୁ କହିଲା, “ଆପଣଙ୍କର ମା’ ଓ ଭାଇମାନେ ବାହାରେ ଠିଆ ହୋଇଛନ୍ତି ଓ ଆପଣଙ୍କୁ ଦେଖିବାକୁ ଇଚ୍ଛା କରୁଛନ୍ତି।”
21
ଯୀଶୁ ସମସ୍ତଙ୍କୁ ଚାହିଁ କହିଲେ, “ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋର ମା’ ଓ ଭାଇମାନେ।”
22
ଦିନେ ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ଗୋଟିଏ ନୌକାରେ ଚଢ଼ି କହିଲେ, “ଚାଲ, ଆମେ ହ୍ରଦର ଆରପାରିକୁ ଯିବା।” ସେମାନେ ଯାତ୍ରା ଆରମ୍ଭ କଲେ।
23
ଯିବା ସମୟରେ ଯୀଶୁ ଶୋଇ ପଡ଼ିଲେ। ହଠାତ୍ ହ୍ରଦ ଉପରେ ପ୍ରଚଣ୍ଡ ବାୟୁ ବହିଲା ଓ ନୌକାରେ ପାଣି ପଶିବାକୁ ଲାଗିଲା, ଯାହା ଫଳରେ ସେମାନେ ସମସ୍ତେ ଘୋର ବିପଦରେ ପଡ଼ିଲେ।
24
ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଯାଇ ତାଙ୍କୁ ଉଠାଇ କହିଲେ, “ହେ ଗୁରୁ, ହେ ଗୁରୁ, ଆମେ ମଲୁ।” ଯୀଶୁ ଉଠି ପବନ ଓ ତରଙ୍ଗକୁ ଧମକ ଦେଲେ, ସେମାନେ ସୁସ୍ଥିତର ହେଲେ ଓ ବାୟୁମଣ୍ଡଳ ଶାନ୍ତ ହେଲା।
25
ତା’ପରେ ସେ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭମାନଙ୍କର ବିଶ୍ୱାସ କାହିଁ?” କିନ୍ତୁ ସେମାନେ ବିସ୍ମିତ ଓ ଭୟଭୀତ ହୋଇ ପରସ୍ପରକୁ କହିଲେ, “ଏହି ବ୍ୟକ୍ତି କିଏ? ସେ ପବନ ଓ ତରଙ୍ଗକୁ ଆଦେଶ ଦେଲେ ସେମାନେ ତାଙ୍କର ବାଧ୍ୟ ହେଉଛନ୍ତି।”
26
ଯୀଶୁ ଓ ତାଙ୍କର ଶିଷ୍ୟମାନେ ନୌକାରେ ପାରି ହୋଇ ଗାଲିଲୀ ହ୍ରଦର ଅନ୍ୟ ପାଶ୍ୱର୍ରେ ଥିବା ଗରାଶୀୟ ଅଞ୍ଚଳକୁ ଆସିଲେ।
27
ଯୀଶୁ କୂଳକୁ ଆସିବା ସମୟରେ ସହରର ଜଣେ ଭୂତଗ୍ରସ୍ତ ଲୋକ ତାଙ୍କୁ ଭେଟିଲା। ବହୁଦିନ ଧରି ଏହି ଲୋକଟି ଲୁଗା ପିନ୍ଧୁ ନ ଥିଲା। ସେ ଘର ଛାଡ଼ି ସମାଧି ସ୍ଥାନମାନଙ୍କରେ ରହୁଥିଲା।
28
ଯୀଶୁଙ୍କୁ ଦେଖିବା କ୍ଷଣି ସେ ଚିକ୍ରାର କରି, ଯୀଶୁଙ୍କ ଗୋଡ଼ ତଳେ ପଡ଼ିଗଲା ଓ ଉଚ୍ଚ ସ୍ୱରରେ କହିଲା, “ମହାନ୍ ଈଶ୍ୱରଙ୍କ ପୁତ୍ର ଯୀଶୁ! ମୋ’ ସହିତ ଆପଣଙ୍କର କି ସମ୍ପର୍କ? ମୋତେ ଦୟା କରନ୍ତୁ। ଦଣ୍ଡ ଦିଅନ୍ତୁ ନାହିଁ।”
29
ଯୀଶୁ ତା’ଠାରୁ ଭୂତକୁ ବାହାରି ଯିବା ପାଇଁ ଆଦେଶ ଦେଇ ଥିବାରୁ ସେ ଏପରି କହିଲା। ଅନେକ ଥର ପୂଜ ତାକୁ ଆକ୍ରମଣ କରିଥିଲା। ତା’ର ହାତ ଓ ଗୋଡ଼କୁ ଜଞ୍ଜିରରେ ବାନ୍ଧି ରଖିଲେ ମଧ୍ୟ, ସେ ଜଞ୍ଜିର ଛିଣ୍ଡାଇ ପକାଇ ଥିଲା ଏବଂ ଭୂତ ତାକୁ ନିର୍ଜ୍ଜନ ସ୍ଥାନକୁ ନେଇ ଯାଉଥିଲା।
30
ଯୀଶୁ ତାକୁ ପଚାରିଲେ, “ତୋର ନାମ କ’ଣ?” ସେ ଉତ୍ତର ଦେଲା, “ମୋ’ ନାମ ‘ବାହିନୀ,” କାରଣ ତା’ ମଧ୍ୟରେ ଅନେକ ଭୂତ ଥିଲେ।
31
ସେମାନଙ୍କୁ ପାତାଳକୁ ନ ପଠାଇବା ପାଇଁ ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ।
32
ନିକଟସ୍ଥ ଏକ ପାହାଡ଼ ପାଖରେ ଗୋଟିଏ ବଡ଼ ଘୁଷୁରି ପଲ ଥିଲା। ଭୂତମାନେ ଘୁଷୁରି ପଲ ଭିତରକୁ ଯିବା ପାଇଁ ଯୀଶୁଙ୍କୁ ବିନତି କଲେ ଓ ସେ ସେମାନଙ୍କୁ ଅନୁମତି ଦେଲେ।
33
ସେମାନେ ସେ ଲୋକଠାରୁ ବାହାରି ଘୁଷୁରି ପଲ ମଧ୍ୟକୁ ଗଲେ। ସମୁଦାୟ ପଲଟି ଧାଇଁ ପଳାଇ ଗଲେ ଓ ପାହାଡ଼ ଧାରରୁ ହ୍ରଦ ଭିତରେ ଖସିପଡ଼ି ବୁଡ଼ିମଲେ।
34
ଘୁଷୁରି ପଲ ଜଗୁଥିବା ଲୋକମାନେ ଏସବୁ ଘଟଣା ଦେଖି ଦୌଡ଼ିଗଲେ ଏବଂ ପୁରପଲ୍ଲୀରେ ତାହା ଜଣାଇଲେ।
35
କଅଣ ଘଟିଛି, ଦେଖିବା ପାଇଁ ଲୋକମାନେ ବାହାରି ଆସିଲେ ଏବଂ ସେମାନେ ଯୀଶୁଙ୍କ ନିକଟରେ ପହଞ୍ଚି ଦେଖିଲେ ଯେ ଯାହାଠାରୁ ଭୂତ ଛଡ଼ା ଯାଇଥିଲା, ସେ ଲୁଗା ପିନ୍ଧି ଶାନ୍ତ ହୋଇ ଯୀଶୁଙ୍କ ପାଦ ତଳେ ବସିଛି। ଏହା ଦେଖି ସେମାନେ ସମସ୍ତେ ଭୀତ ହେଲେ।
36
ଯେଉଁମାନେ ନିଜେ ଘଟଣା ଦେଖିଥିଲେ, ଲୋକଟି କିପରି ସୁସ୍ଥ ହେଲା, ତାହା ଅନ୍ୟମାନଙ୍କୁ ଜଣାଇଲେ।
37
ତା’ପରେ ସେ ସ୍ଥାନର ଲୋକମାନେ ଯୀଶୁଙ୍କୁ ସେଠାରୁ ଚାଲିଯିବା ପାଇଁ କହିଲେ, କାରଣ ସେମାନେ ବଡ଼ ଆତଙ୍କିତ ହୋଇଥିଲେ। ତେଣୁ ଯୀଶୁ ନୌକାରେ ଚଢ଼ି ଚାଲିଗଲେ।
38
ଯେଉଁ ଲୋକଠାରୁ ଭୂତ ବାହାରି ଯାଇଥିଲା, ସେ ଯୀଶୁଙ୍କୁ ବିନତି କରି କହିଲା, “ମୋତେ ଆପଣଙ୍କ ସହିତ ଯିବାକୁ ଅନୁମତି ଦିଅନ୍ତୁ।”
39
କିନ୍ତୁ ଯୀଶୁ ତାକୁ ପଠାଇ ଦେଇ କହିଲେ, “ଘରକୁ ଫେରି ଯାଅ, ଈଶ୍ୱର ତୁମ ପ୍ରତି ଯାହା କରିଛନ୍ତି, ତାହା ଜଣାଅ।” ସେ ଫେରିଯାଇ ଯୀଶୁ ତା’ ପାଇଁ କରିଥିବା କାର୍ଯ୍ୟ ସହର ସାରା ସମସ୍ତଙ୍କୁ କହି ବୁଲିଲା।
40
ଯେତେବେଳେ ଯୀଶୁ ହ୍ରଦର ଆର ପାରିକୁ ଆସିଲେ, ଅନେକ ଲୋକ ସେଠାରେ ତାଙ୍କୁ ସ୍ୱାଗତ କଲେ, କାରଣ ସେମାନେ ତାଙ୍କ ଅପେକ୍ଷାରେ ଥିଲେ।
41
ସେତେବେଳେ ଯାୟୀରସ ନାମକ ଜଣେ ଲୋକ ଆସି ପହଞ୍ଚିଲେ। ସେ ସ୍ଥାନୀୟ ଉପାସନା ଗୃହର ଜଣେ କର୍ମକର୍ତ୍ତା ଥିଲେ। ସେ ନିଜେ ଯୀଶୁଙ୍କ ପାଦ ତଳେ ପଡ଼ି ତାଙ୍କ ଘରକୁ ଯିବା ପାଇଁ ଯୀଶୁଙ୍କୁ ବିନତି କଲେ,
42
କାରଣ ତାଙ୍କର ବାର ବର୍ଷ ବୟସର ଏକ ମାତ୍ର ଝିଅ ଅସୁସ୍ଥ ହୋଇ ମୃତପ୍ରାୟ ଅବସ୍ଥାରେ ଥିଲା। ଯୀଶୁ ଯିବା ସମୟରେ ପ୍ରତ୍ୟେକ ଦିଗରୁ ଲୋକମାନେ ତାଙ୍କ ଉପରେ ମାଡ଼ି ପଡ଼ୁଥିଲେ।
43
ସେମାନଙ୍କ ମଧ୍ୟରେ ବାର ବର୍ଷ ଧରି ରକ୍ତସ୍ରାବ ରୋଗରେ ପୀଡ଼ିତା ଜଣେ ସ୍ତ୍ରୀ ଲୋକ ଥିଲା। ସେ ଚିକିତ୍ସକମାନଙ୍କର ପାଉଣା ଦେଇ ଦେଇ ତା’ର ସର୍ବସ୍ୱ ବ୍ୟୟ କରିଥିଲା, କିନ୍ତୁ ତାକୁ କେହି ସୁସ୍ଥ କରି ପାରି ନ ଥିଲେ।
44
ସେ ଜନଗହଳି ମଧ୍ୟରୁ ଯୀଶୁଙ୍କ ପଛକୁ ଆସି ତାଙ୍କର ବସ୍ତ୍ରଧାର ଛୁଇଁଲା ଏବଂ ସଙ୍ଗେ ସଙ୍ଗେ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା।
45
ଯୀଶୁ ପଚାରିଲେ, “କିଏ ମୋତେ ଛୁଇଁଲା?” ସମସ୍ତେ ଅସ୍ୱୀକାର କଲେ, ପିତର କହିଲେ, “ଗୁରୁ ଚାରିପଟେ ଲୋକମାନେ ଘେରି ରହି ଆପଣଙ୍କ ଉପରେ ମାଡ଼ି ପଡ଼ୁଛନ୍ତି।”
46
କିନ୍ତୁ ଯୀଶୁ କହିଲେ, “କେହି ଜଣେ ମୋତେ ଛୁଇଁଲା, କାରଣ ମୋ’ଠାରୁ ଶକ୍ତି ନିର୍ଗତ ହେବା ମୁଁ ଜାଣିଲି।”
47
ସ୍ତ୍ରୀ ଲୋକଟି ଧରାପଡ଼ିଛି ବୋଲି ବୁଝିପାରି ଥରି ଥରି ଆସି ଯୀଶୁଙ୍କ ପାଦ ତଳେ ପଡ଼ିଗଲା। ସେ କାହିଁକି ତାଙ୍କୁ ଛୁଇଁଲା ଓ ସଙ୍ଗେ ସଙ୍ଗେ କିପରି ସୁସ୍ଥ ହେଲା, ସମସ୍ତଙ୍କ ସମ୍ମୁଖରେ ସବୁ କଥା କହିଲା।
48
ଯୀଶୁ ତାକୁ କହିଲେ, “ଝିଅ! ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି। ଶାନ୍ତିରେ ଚାଲିଯା।”
49
ଯୀଶୁ ଏହା କହିବା ସମୟରେ କର୍ମଚାରୀଙ୍କ ଘରୁ ଜଣେ ସମ୍ବାଦ ନେଇ ଆସିଲା। ସେ ଯାୟୀରସଙ୍କୁ କିହଲା, “ଆପଣଙ୍କ ଝିଅ ମରି ଯାଇଛି, ଗୁରୁଙ୍କୁ ଆଉ ହଇରାଣ କରନ୍ତୁ ନାହିଁ।”
50
କିନ୍ତୁ ଯୀଶୁ ଏ କଥା ଶୁଣି ଯାୟୀରସଙ୍କୁ କହିଲେ, “ଭୟ କର ନାହିଁ, କେବଳ ବିଶ୍ୱାସ କର; ସେ ସୁସ୍ଥ ହେବ।”
51
ଯେତେବେଳେ ସେମାନେ ଯାୟୀରସ ଘରେ ପହଞ୍ôଚଲେ, ପିତର, ଯୋହନ, ଯାକୁବ ଓ ଝିଅର ପିତାମାତାଙ୍କ ଛଡ଼ା ଆଉ କାହାକୁ ଭିତରକୁ ଯିବା ପାଇଁ ଯୀଶୁ ଅନୁମତି ଦେଲେ ନାହିଁ।
52
ସେଠାରେ ଥିବା ଲୋକମାନେ ପିଲାଟି ନିମନ୍ତେ ରୋଦନ ଓ ଶୋକ କରୁଥିଲେ। ଯୀଶୁ କହିଲେ, “କାନ୍ଦ ନାହିଁ, ପିଲାଟି ମରି ନାହିଁ - ସେ କେବଳ ଶୋଇଛି!”
53
ତାଙ୍କ କଥାରେ ସେମାନେ ସମସ୍ତେ କିହଲେ, କାରଣ ଝିଅଟି ମରିଯାଇଛି ବୋଲି ସେମାନେ ଜାଣିଥିଲେ।
54
କିନ୍ତୁ ଯୀଶୁ ତା’ର ହାତ ଧରି ଡ଼ାକି କହିଲେ, “ଝିଅ ଲୋ ଉଠ୍!”
55
ତା’ର ଜୀବନ ଫେରି ଆସିଲା, ସେହିକ୍ଷଣି ସେ ଉଠିଲା ଏବଂ ଯୀଶୁ ତାକୁ କିଛି ଖାଇବାକୁ ଦେବା ପାଇଁ ସେମାନଙ୍କୁ କହିଲେ।
56
ତା’ର ପିତାମାତା ଚମକ୍ରଅତ ହେଲେ, କିନ୍ତୁ ଏସବୁ କଥା କାହାରିକୁ ନ ଜଣାଇବାକୁ ଯୀଶୁ ସେମାନଙ୍କୁ ଆଦେଶ ଦେଲେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24