bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 1
Deuteronomy 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 2 →
1
ମୋଶା ଇସ୍ରାଏଲ ଲୋକମାନଙ୍କୁ କହିଲେ ମୋଶା ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏହା କହିଲେ। ଯେତେବେଳେ ସୂଫ ସେପାରିସ୍ଥିତ ପାରଣ, ତୋଫଲ, ଲାବନ, ହତ୍ସେରତ୍ ଓ ଦୀଷାହବର ମଧ୍ୟରେ ସେମାନେ ଯର୍ଦ୍ଦନ ନଦୀର ପୂର୍ବପାରସ୍ଥିତ ପ୍ରାନ୍ତରକୁ ପାର ହେଉଥିବା ସମୟରେ ମୋଶା ଏହି ବାର୍ତ୍ତାସବୁ କହିଥିଲେ।
2
ସେୟୀର ପର୍ବତ ଦେଇ ହୋରେବଠାରୁ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଯାତ୍ରା ସାଧାରଣତଃ ଏଗାର ଦିନ ଲାଗେ।
3
କିନ୍ତୁ ଏହାଥିଲା ଗ୍ଭଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ମୋଶା ଇସ୍ରାଏଲୀୟମାନଙ୍କୁ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ସଦାପ୍ରଭୁଙ୍କର ବାକ୍ୟମାନ କହିଥିଲେ।
4
ସଦାପ୍ରଭୁ ହିଷ୍ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଠାରୋତ୍ ନିବାସୀ ବାଶନର ରାଜା ଓଗ୍କୁ ଇଦ୍ରିୟୀରେ ପରାସ୍ତ କଲାପରେ।
5
ଇସ୍ରାଏଲୀୟମାନେ ଯର୍ଦ୍ଦନ ନଦୀର ପୂର୍ବପାରିରେ ଥିଲେ, ଯାହାକି ମୋୟାବ ଦେଶରେ ଥିଲା ଏବଂ ମୋଶା ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ।
6
“ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ କହିଥିଲେ। ସେ କହିଲେ, ‘ତୁମ୍ଭେମାନେ ଏହି ପର୍ବତରେ ଯଥେଷ୍ଟ ସମୟ ବାସ କରିଅଛ।
7
ଇମୋରୀୟମାନଙ୍କ ପର୍ବତ ଦେଶକୁ ଯାଅ। ତୁମ୍ଭେ ସେହି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡ଼ିକୁ ଯାଅ, ପର୍ବତମୟ ଦେଶ, ଯର୍ଦ୍ଦନର ଉପତ୍ୟକାକୁ ତଳଭୂମି, ମରୁଭୂମି ଏବଂ ସମୁଦ୍ର ଉପକୂଳ ସମେତ କିଣାନୀୟମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦେଇ ଫରାତ୍ ନଦୀ ପର୍ଯ୍ୟନ୍ତ ଯାଅ।
8
ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛୁ, ଏହାସବୁ ତୁମ୍ଭମାନଙ୍କର, ଯାଅ ଏବଂ ଏହାକୁ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ଯଥା: ଅବ୍ରହାମ, ଇସ୍ହାକ ଓ ଯାକୁବକୁ ଏହା ଦେବା ପାଇଁ ଶପଥ କରିଥିଲୁ, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ବଂଶଧରମାନଙ୍କୁ ଏହି ଦେଶମାନ ଦେବା ପାଇଁ ଶପଥ କରିଥିଲୁ।’”
9
ମୋଶା ନେତାମାନଙ୍କୁ ବାଛିଲେ ମୋଶା କହିଲେ, “ସେ ସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, ‘ମୁଁ ଏକା ତୁମ୍ଭମାନଙ୍କର ଭଲ ମନ୍ଦ ବୁଝିପାରିବି ନାହିଁ।
10
ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ୟା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ସଂଖ୍ୟା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭେମାନେ ଆକାଶର ତାରାମାନଙ୍କ ତୁଲ୍ୟ ବହୁତ।
11
ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ପରମେଶ୍ୱର ତୁମ୍ଭମାନଙ୍କୁ ସହସ୍ରଗୁଣ କରନ୍ତୁ। ସେ ଯେପରି ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ସେହିପରି ଆଶୀର୍ବାଦ କରନ୍ତୁ।
12
କିନ୍ତୁ ମୁଁ ଏକାକି ତୁମ୍ଭମାନଙ୍କର ସମସ୍ୟା, ବିବାଦ ଓ ଭାର ବୁଝି ପାରିବି ନାହିଁ।
13
ତେଣୁ ମୁଁ କହିଲି, ‘ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରତ୍ୟେକ ଗୋଷ୍ଠୀରୁ ବୁଦ୍ଧିମାନ ଓ ବିଖ୍ୟାତ ଲୋକମାନଙ୍କୁ ଜଣ ଜଣକୁ ବାଛ। ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତା ରୂପେ ନିଯୁକ୍ତି କରିବି। ଏହିପରି ଲୋକମାନଙ୍କୁ ମନୋନୀତ କର, ଯେଉଁମାନେ ବୁଦ୍ଧିମାନ, ବିଗ୍ଭରଶୀଳ, ଜ୍ଞାନି ଓ ଅଭିଜ୍ଞ ହୋଇଥିବେ।’
14
“ଏବଂ ତୁମ୍ଭେମାନେ କହିଥିଲ, ‘ଏହା ଆମ୍ଭମାନଙ୍କର କରିବା ଭଲ।’
15
“ତେଣୁ ମୁଁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ୟରୁ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିଯୁକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିଯୁକ୍ତି କଲି, ଏବଂ ପ୍ରତ୍ୟେକ ଗୋଷ୍ଠୀ ପାଇଁ ଅଧ୍ୟକ୍ଷମାନଙ୍କୁ ମଧ୍ୟ ନିଯୁକ୍ତି ଦେଲି।
16
“ସେହି ସମୟରେ, ମୁଁ ତୁମ୍ଭର ବିଗ୍ଭରପତିମାନଙ୍କୁ କହିଥିଲି, ‘ତୁମ୍ଭେ ତୁମ୍ଭର ଲୋକମାନଙ୍କର ବିବାଦ ଶୁଣ ଓ ତାହାର ଯଥାର୍ଥ ବିଗ୍ଭରକର। ଏହା ଇସ୍ରାଏଲୀୟ ଓ ଇସ୍ରାଏଲୀୟମାନଙ୍କ ମଧ୍ୟରେ ହେଉ ବା ଇସ୍ରାଏଲୀୟ ଓ ବିଦେଶୀମାନଙ୍କ ମଧ୍ୟରେ ହେଉ, ତୁମ୍ଭର ବିଗ୍ଭର ନିରପେକ୍ଷ ହେବ।
17
ତୁମ୍ଭେ ଯେତେବେଳେ ବିଗ୍ଭର କରୁଛ ସେତେବେଳେ କୌଣସି ଲୋକକୁ ପ୍ରାଧାନ୍ୟ ଦିଅ ନାହିଁ, ସମସ୍ତଙ୍କୁ ସମାନ ନ୍ୟାୟ ଦିଅ। ତୁମ୍ଭେ କାହାରିକୁ ଭୟ କର ନାହିଁ, କାରଣ ତୁମ୍ଭର ବିଗ୍ଭର ପରମେଶ୍ୱରଙ୍କଠାରୁ ଆସିଥାଏ। କିନ୍ତୁ କୌଣସି ବିଗ୍ଭର ଯଦି ତୁମ୍ଭକୁ କଷ୍ଟ ହୁଏ ବା ଜଟିଳ ହୁଏ, ତେବେ ସେ ସମସ୍ୟା ମୋ’ ପାଖକୁ ଆଣିବ, ମୁଁ ତା’ର ସମାଧାନ କରି ଦେବି।’
18
ସେହି ସମୟରେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିଥିଲି, ତୁମ୍ଭର କର୍ତ୍ତବ୍ୟ ଓ କର୍ମ ବିଷୟରେ।
19
ଗୁପ୍ତଗ୍ଭେରମାନେ କିଣାନ ଦେଶକୁ ଗଲେ “ଏହା ପରେ ଆମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ହୋରେବ ପରିତ୍ୟାଗ କଲୁ। ଏବଂ ଇମୋରୀୟମାନଙ୍କର ପର୍ବତମୟ ଦେଶକୁ ଯାତ୍ରା କଲୁ। ଆମ୍ଭେମାନେ ଯେଉଁ ବିସ୍ତୀର୍ଣ୍ଣ, ଯେଉଁ ଭୟଙ୍କର ପ୍ରାନ୍ତର ଯିବା ବାଟରେ ଦେଖିଲୁ, ତା’ ମଧ୍ୟଦେଇ ଯାଇ କାଦେଶ ବର୍ଣ୍ଣେୟରେ ପହଞ୍ଚିଲୁ।
20
ଏହା ପରେ ମୁଁ ତୁମ୍ଭମାନଙ୍କୁ କହିଲି, ‘ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଇମୋରୀୟମାନଙ୍କର ପର୍ବତମୟ ଦେଶ ଦେବେ, ସେହିଠାରେ ଆମ୍ଭେମାନେ ଏବେ ଉପସ୍ଥିତ।
21
ଦେଖ, ସଦାପ୍ରଭୁ ପରମେଶ୍ୱର ତୁମ୍ଭ ଆଗରେ ସେହି ଦେଶ ଦେଇଛନ୍ତି। ଯାଅ, ତୁମ୍ଭମାନଙ୍କ ପାଇଁ ତାହା ଅଧିକାର କର। ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଏପରି କରିବାକୁ କହିଥିଲେ। ତେଣୁ ତୁମ୍ଭମାନଙ୍କର ଭୟ କି ନିରାଶ ହୁଅ ନାହିଁ।’
22
“କିନ୍ତୁ ତୁମ୍ଭେମାନେ ମୋ’ ନିକଟକୁ ଆସିଲ ଏବଂ କହିଲ, ‘ଆସ ଆମ୍ଭମାନଙ୍କ ଆଗରେ ଲୋକମାନଙ୍କୁ ପଠାଇବା, କିଏ ସେହି ଦେଶକୁ ଆମ୍ଭ ପାଇଁ ଗୋପନରେ ସନ୍ଧାନ କରିବ ଏବଂ ତଥ୍ୟ ଆଣିବ ଏବଂ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦେବ। କେଉଁ ପଥ ଦେଇ ଆମ୍ଭମାନଙ୍କର ଯିବା ପାଇଁ ଉଚିତ୍ ଏବଂ କେଉଁ ନଗରମାନଙ୍କୁ ଆମ୍ଭମାନଙ୍କର ଯିବା ଉଚିତ୍।’
23
“ମୁଁ ଭାବିଲି ଏହା ଏକ ଉତ୍ତମ ଧାରଣା ଥିଲା। ତେଣୁ ମୁଁ ତୁମ୍ଭମାନଙ୍କର ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଜଣେ କରି ବାର ଜଣଙ୍କୁ ବାଛିଲି।
24
ଏହା ପରେ ସେମାନେ ସେହି ପର୍ବତମୟ ଦେଶକୁ ଗଲେ ଓ ଇଷ୍କୋଲ ଉପତ୍ୟକାରେ ପହଞ୍ଚିଲେ ଏବଂ ସେହି ଦେଶରେ ଗୁପ୍ତ ଦୃଷ୍ଟି ରଖିଲେ।
25
ସେମାନେ କିଛି ଫଳଧରି ସେହି ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିଲେ। ସେମାନେ ସେହି ଦେଶ ବିଷୟରେ ଆମ୍ଭମାନଙ୍କୁ କହିଲେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଆମ୍ଭମାନଙ୍କୁ ଏକ ଉତ୍ତମ ଦେଶ ଦେଇଛନ୍ତି।’
26
“କିନ୍ତୁ ତୁମ୍ଭେ ସେ ଦେଶକୁ ଯିବାକୁ ମନା କରିଦେଲ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ବିରୁଦ୍ଧରେ ବିଦ୍ରୋହାଚରଣ କଲ।
27
ତୁମ୍ଭେମାନେ ଆପଣାର ତୁମ୍ଭମାନଙ୍କର ତମ୍ବୁକୁ ଯାଇ ଅଭିଯୋଗ କରି କହିଲ, ‘ସଦାପ୍ରଭୁ ଆମ୍ଭକୁ ଘୃଣା କରନ୍ତି। ତେଣୁ ସେ ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବା ନିମନ୍ତେ, ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି।
28
ଆମ୍ଭେମାନେ ବର୍ତ୍ତମାନ କେଉଁଠାକୁ ଯିବା? ଆମ୍ଭର ଭାଇମାନେ ଆମ୍ଭମାନଙ୍କ ମନରେ ତଥ୍ୟ ପ୍ରଦାନ କରି ଭୟ ସଞ୍ଚାର କରିଛନ୍ତି। ସେମାନେ କହିଲେ, ସେଠାକାର ଲୋକମାନେ ଆମ୍ଭମାନଙ୍କଠାରୁ ବଳବାନ ଓ ଦୀର୍ଘ୍ୟକାୟ। ତାଙ୍କର ନଗରମାନ ବୃହତ ଏବଂ ତା’ର ପ୍ରାଚୀରଗୁଡ଼ିକ ଆକାଶ ସ୍ପର୍ଶ କରିଛି। ଏବଂ ଆମ୍ଭେମାନେ ସେଠାରେ ଅନାକୀୟମାନଙ୍କର ଦୀର୍ଘ୍ୟକାୟ ସନ୍ତାନମାନଙ୍କୁ ଦେଖିଲୁ।’
29
“ତେଣୁ ମୁଁ ତୁମ୍ଭମାନଙ୍କୁ କହିଲି, ‘ତ୍ରାସ କର ନାହିଁ କି ଭୟ କର ନାହିଁ।
30
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ଆଗେ ଆଗେ ଗମନ କରୁଛନ୍ତି। ସେ ମିଶରରେ ଯେପରି କରିଥିଲେ, ଏହିଠାରେ ମଧ୍ୟ ସେହିପରି କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରିବେ।
31
ମରୁଭୂମିରେ ତୁମ୍ଭେମାନେ ଦେଖିଅଛ, ମନୁଷ୍ୟମାନେ ଆପଣା ସନ୍ତାନମାନଙ୍କୁ ବୋହିବା ପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଏହିଠାରେ ପହଞ୍ଚିବା ପର୍ଯ୍ୟନ୍ତ, ତୁମ୍ଭମାନଙ୍କର ଗମନର ସମସ୍ତ ପଥରେ ତୁମ୍ଭମାନଙ୍କୁ କିପରି ବୋହିଛନ୍ତି।’
32
“କିନ୍ତୁ ତଥାପି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କଠାରେ ବିଶ୍ୱାସ କଲ ନାହିଁ।
33
ଯେତେବେଳେ ତୁମ୍ଭେମାନେ ଯାତ୍ରା କରୁଥିଲ, ସେ ତୁମ୍ଭର ଆଗେ ଆଗେ ଯାଇ ତୁମ୍ଭମାନଙ୍କର ତମ୍ବୁ ପକାଇବା ନିମନ୍ତେ, ସ୍ଥାନ ନିରୂପଣ କରୁଥିଲେ। ଏବଂ ତୁମ୍ଭମାନଙ୍କୁ ପଥ ଦେଖାଇବା ପାଇଁ ସେ ରାତ୍ରିରେ ଅଗ୍ନିଶିଖା, ଦିନରେ ମେଘସ୍ତମ୍ଭ ଦ୍ୱାରା ଗମନ କଲେ।
34
ଲୋକମାନଙ୍କୁ କିଣାନରେ ପ୍ରବେଶ ନିଷେଧ “ସଦାପ୍ରଭୁ ତୁମ୍ଭମାନଙ୍କର କଥା ଶୁଣିଲେ, ଏବଂ କ୍ରୋଧ କଲେ। ସେ ଦୃଢ଼ ପ୍ରତିଜ୍ଞା କରି କହିଲେ।
35
‘ମୁଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଉତ୍ତମ ଦେଶ ଦେବାକୁ ଶପଥ କରିଥିଲି, ଏହା ସେହି ଦେଶ। ଏହି ପିଢ଼ିର ଦୁଷ୍ଟ ଲୋକମାନେ କେବେ ସେହି ଦେଶ ଦେଖିବେ ନାହିଁ।
36
କେବଳ ଯିଫୁନ୍ନିର ପୁତ୍ର କାଲେବ୍ ସେହି ଦେଶକୁ ଦେଖିବ। ମୁଁ କାଲେବ୍କୁ ସେହି ଦେଶ ଦେବି, ଯେଉଁ ଦେଶ ଦେଇ ସେ ଗଲା। ତାଙ୍କର ଭବିଷ୍ୟଦ୍ ବଂଶଧରମାନେ ମଧ୍ୟ ତାହା ପାଇବେ। କାରଣ କାଲେବ୍ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣଭାବରେ ଅନୁସରଣ କରୁଛନ୍ତି।’
37
“ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମୋ’ ଉପରେ କ୍ରୋଧିତ ହେଲେ। ସେ ମୋତେ କହିଲେ, ‘ମୋଶା, ତୁମ୍ଭେ ମଧ୍ୟ ସେ ସ୍ଥାନରେ ପ୍ରବେଶ କରିବ ନାହିଁ।
38
କିନ୍ତୁ ତୁମ୍ଭର ସହକର୍ମୀ ପରିଗ୍ଭରକ ନୂନର ପୁତ୍ର ଯିହୋଶୂୟ ସେ ସ୍ଥାନରେ ପ୍ରବେଶ କରିବ। ତାକୁ ସାହସ ଦିଅ। ଯେହେତୁ ସେ ଇସ୍ରାଏଲକୁ ତାଙ୍କର ଭୂମିକୁ ଅଧିକାର କରାଇବ।’
39
“ସଦାପ୍ରଭୁ କହିଲେ, ‘ତୁମ୍ଭେମାନେ କହୁଥିଲ, ତୁମ୍ଭମାନଙ୍କର ଶତ୍ରୁମାନଙ୍କ ଦ୍ୱାରା ତୁମ୍ଭର ପିଲାମାନେ ଲୁଟିତ ହେବେ। କିନ୍ତୁ ସେହି ପିଲାମାନେ ସେହି ଦେଶକୁ ଯିବେ ଏବଂ ସେମାନଙ୍କୁ ସେହି ସ୍ଥାନ ଦେବା। ତୁମ୍ଭର ଦୋଷ ପାଇଁ, ଆମ୍ଭେ ତୁମ୍ଭର ପିଲାମାନଙ୍କୁ ଦୋଷ ଦେବା ନାହିଁ। କାରଣ ସେମାନଙ୍କର ଭଲମନ୍ଦ ବିଗ୍ଭର କରିବାର ଜ୍ଞାନ ନାହିଁ। ସେମାନେ ବହୁତ ସାନ, ସେମାନେ ଠିକ୍ ଭୁଲ୍ ବୁଝିପାରୁ ନାହାନ୍ତି। ତୁମ୍ଭମାନଙ୍କର ପିଲାମାନଙ୍କୁ ସେହି ଦେଶ ସବୁ ଦେବ।
40
କିନ୍ତୁ ତୁମ୍ଭେମାନେ ସୂଫସାଗର ପଥଦେଇ ପ୍ରାନ୍ତରକୁ ଫେରିଯାଅ।’
41
“ଏହା ପରେ ତୁମ୍ଭେମାନେ କହିଲ, ‘ମୋଶା, ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ। କିନ୍ତୁ ଏବେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଯେପରି ଆଜ୍ଞା ଦେଇଛନ୍ତି, ସେହିପରି ଆମ୍ଭେ ଯୁଦ୍ଧ କରିବା।’ “ଏହା ପରେ ତୁମ୍ଭେମାନେ ନିଜ ନିଜର ଯୁଦ୍ଧଅସ୍ତ୍ର ଧରି ପର୍ବତ ଉପରକୁ ଯିବାକୁ ଅଗ୍ରସର ହେଲ। ତୁମ୍ଭେମାନେ ଭାବିଲ ଏହା ଆମ୍ଭମାନଙ୍କ ପାଇଁ ପାର୍ବତ୍ୟମୟ ଦେଶ ଅଧିକାର କରିବାକୁ ସୁବିଧା ହେବ।
42
“କିନ୍ତୁ ସଦାପ୍ରଭୁ ମୋତେ କହିଲେ, ‘ଲୋକମାନଙ୍କୁ ମନାକର, ସେଠାକୁ ଯାଇ ଯୁଦ୍ଧ କରିବା ପାଇଁ। କାରଣ ଆମ୍ଭେ ସେମାନଙ୍କ ସହିତ ଯିବୁ ନାହିଁ, ତେଣୁ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ପରାସ୍ତ କରିବେ।’
43
“ମୁଁ ତୁମ୍ଭମାନଙ୍କୁ ଏହା କହିଲି, କିନ୍ତୁ ତୁମ୍ଭେମାନେ ମୋ’ କଥା ଶୁଣିଲ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କର ଆଦେଶ ବିରୁଦ୍ଧରେ ବିଦ୍ରୋହ କଲ। ନିଜ ବଳରେ ଯୁଦ୍ଧ କରିବା ପାଇଁ ତୁମ୍ଭେମାନେ ପର୍ବତ ଉପରକୁ ଚଢ଼ିଲ।
44
କିନ୍ତୁ ଇମୋରୀୟ ଲୋକମାନେ ତୁମ୍ଭମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରି ପଡ଼ିଲେ ଓ ସେମାନେ ମହୁମାଛି ପରି ସେମାନଙ୍କୁ ତଡ଼ି ଦେଲେ। ସେମାନେ ତୁମ୍ଭମାନଙ୍କୁ ସେୟୀରର ହର୍ମା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ।
45
ଏହା ପରେ ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସି ସାହାଯ୍ୟ ପାଇଁ କ୍ରନ୍ଦନ କଲ। କିନ୍ତୁ ସଦାପ୍ରଭୁ ସେମାନଙ୍କର କ୍ରନ୍ଦନ ଶୁଣିଲେ ନାହିଁ।
46
ତେଣୁ ତୁମ୍ଭେମାନେ କାଦେଶରେ ବହୁଦିନ ପର୍ଯ୍ୟନ୍ତ ରହିଲ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34