bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 29
Deuteronomy 29
Odia Bible ERV 2004 (ପବିତ୍ର ବାଇବଲ)
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 30 →
1
ମୋୟାବ ଦେଶରେ ଚୁକ୍ତି ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ସହିତ ହୋରେବ ପର୍ବତରେ ଏକ ଚୁକ୍ତି କରିଥିଲେ। ତାହାଛଡ଼ା ସେ ମୋୟାବ ଦେଶରେ ତାଙ୍କ ସହିତ ଆଉ ଏକ ଚୁକ୍ତି କରିଥିଲେ। ତାହା ସବୁ ଏହି ଯେ,
2
ମୋଶା ସମସ୍ତ ଇସ୍ରାଏଲୀୟମାନଙ୍କୁ ଏକତ୍ରିତ କଲେ ଓ କହିଲେ, “ତୁମ୍ଭେମାନେ ଦେଖିଛ ଯେ ମିଶରରେ ସଦାପ୍ରଭୁ କିପରି କାର୍ଯ୍ୟମାନ କରିଛନ୍ତି। ତୁମ୍ଭେମାନେ ମଧ୍ୟ ଦେଖିଛ, ସଦାପ୍ରଭୁ ରାଜା ଫାରୋ ଏବଂ ତାଙ୍କର ଦାସମାନଙ୍କ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯେଉଁ କର୍ମମାନ କରିଥିଲେ।
3
ତୁମ୍ଭେମାନେ ଦେଖିଛ ସଦାପ୍ରଭୁ ସେମାନଙ୍କୁ କିଭଳି ଭାବରେ କଷ୍ଟ ଦେଇଛନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କର ସେହି ଚମତ୍କାର ଆଶ୍ଚର୍ଯ୍ୟ କର୍ମମାନ ଦେଖିଛ।
4
କିନ୍ତୁ ଏପରିକି ତୁମ୍ଭେମାନେ ସଦାପ୍ରଭୁଙ୍କର କର୍ମମାନ ବୁଝି ପାରିଲ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ଆଜି ପର୍ଯ୍ୟନ୍ତ ଠିକ୍ ଭାବେ ବୁଝିପାରିଲ ନାହିଁ। ଯାହାସବୁ ଦେଖିଲ ଓ ଯାହାସବୁ ଶୁଣିଲ।
5
ସଦାପ୍ରଭୁ ତୁମ୍ଭମାନଙ୍କୁ ଗ୍ଭଳିଶ୍ ବର୍ଷ ମରୁ ଅଞ୍ଚଳରେ ଆଗେଇ ଆଣିଲେ ତୁମ୍ଭେମାନେ ଦେଖିଲ ଯେ ତୁମ୍ଭର ପୋଷାକ ଆଦୌ ଚିରି ନ ଥିଲା। ତୁମ୍ଭର ଜୋତା ମଧ୍ୟ ନଷ୍ଟ ହୋଇ ନ ଥିଲା।
6
ତୁମ୍ଭେ ଆସିବା ସମୟରେ ସାଥୀରେ ଖାଦ୍ୟ ଆଣି ନ ଥିଲ, ତୁମ୍ଭେ ତୁମ୍ଭମାନଙ୍କ ସହିତ ପିଇବା ପାଇଁ କୌଣସି ମଦ ଆଣି ନ ଥିଲ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ଯତ୍ନ ନେଇଥିଲେ। ସେ ଏପରି କରିଥିଲେ, କାରଣ ତୁମ୍ଭେମାନେ ବୁଝିପାରିବ ସେ ହେଉଛନ୍ତି ସଦାପ୍ରଭୁ ତୁମ୍ଭର ପରମେଶ୍ୱର।
7
“ତୁମ୍ଭେମାନେ ଏହି ସ୍ଥାନକୁ ଆସିଲାପରେ ହିଷ୍ବୋନର ରାଜା ସୀହୋନ୍ ଓ ବାଶନର ରାଜା ଓଗ୍ ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆସିଥିଲେ, କିନ୍ତୁ ଆମ୍ଭେମାନେ ସେମାନଙ୍କୁ ପରାସ୍ତ କଲୁ।
8
କିନ୍ତୁ ଆମ୍ଭେ ସେହି ଦେଶ ତାଙ୍କଠାରୁ ଛଡ଼ାଇ ଆଣି ରୁବେନ୍ ବଂଶ ଓ ଗାଦ୍ ବଂଶ ଏବଂ ମନଃଶିର ଅର୍ଦ୍ଧ ବଂଶଧରଙ୍କୁ ଦେଲୁ।
9
ସେଥିପାଇଁ ତୁମ୍ଭେମାନେ ସମସ୍ତ ନିର୍ଦ୍ଦେଶ ଚୁକ୍ତି ଅନୁସାରେ ମାନିବା ଉଚିତ୍, ତେବେ ତୁମ୍ଭେମାନେ ଯେଉଁସବୁ କର୍ମ କରିବ ସେଥିରେ ତୁମ୍ଭେମାନେ ସମସ୍ତ କୁଶଳତା ପାଇବ।
10
“ଆଜି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ସମ୍ମୁଖରେ ଛିଡ଼ା ହୋଇଅଛ। ତୁମ୍ଭର ପ୍ରଧାନଗଣ, ତୁମ୍ଭମାନଙ୍କ ବଂଶ ସମୂହ, ତୁମ୍ଭମାନଙ୍କର ପ୍ରାଚୀନବର୍ଗ, ତୁମ୍ଭମାନଙ୍କ ଅଧ୍ୟକ୍ଷଗଣ ଓ ଇସ୍ରାଏଲର ସମସ୍ତ ପୁରୁଷ ଏହିଠାରେ ଉପସ୍ଥିତ ଅଛନ୍ତି।
11
ତୁମ୍ଭର ସ୍ତ୍ରୀ ଓ ପିଲାମାନେ ଏବଂ ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନେ ମଧ୍ୟ ଏହିଠାରେ ଉପସ୍ଥିତ ଅଛନ୍ତି। ଯେଉଁ ଲୋକମାନେ ତୁମ୍ଭକୁ କାଠ କାଟି ଦେଇଛନ୍ତି ଏବଂ ପାଣି ଯୋଗାଇଛନ୍ତି।
12
ତୁମ୍ଭେମାନେ ସମସ୍ତେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରେ ଚୁକ୍ତି କରିବା ପାଇଁ ଏଠାରେ ଛିଡ଼ା ହୋଇଛ। ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଆଜି ଏହି ଚୁକ୍ତି କରୁଛନ୍ତି।
13
ଏହି ଚୁକ୍ତି ସହିତ ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସ୍ୱତନ୍ତ୍ର ପବିତ୍ର ଲୋକ ଭାବରେ ଗ୍ରହଣ କରୁଛନ୍ତି। ଏବଂ ସେ ନିଜେ ତୁମ୍ଭମାନଙ୍କର ପରମେଶ୍ୱର ହେବେ। ସେ ତୁମ୍ଭକୁ ଏହିକଥା କହିଥିଲେ। ସେ ତୁମ୍ଭର ପୂର୍ବପୁରୁଷଗଣଙ୍କ ସଙ୍ଗରେ ଏହି ଚୁକ୍ତି କରିଥିଲେ, ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ।
14
ସଦାପ୍ରଭୁ ଏହି ଚୁକ୍ତି କରିଛନ୍ତି ତାଙ୍କର ପ୍ରତିଜ୍ଞା ଅନୁଯାୟୀ କେବଳ ତୁମ୍ଭମାନଙ୍କ ସହିତ ନୁହେଁ।
15
ସଦାପ୍ରଭୁ ଏହି ଚୁକ୍ତି କରିଛନ୍ତି ତୁମ୍ଭ ସମସ୍ତଙ୍କ ସହିତ ଯେଉଁମାନେ ଆଜି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛ। କିନ୍ତୁ ଏହି ଚୁକ୍ତି ମଧ୍ୟ ଆମ୍ଭର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ ମଧ୍ୟ ଯେଉଁମାନେ ଆମ୍ଭମାନଙ୍କ ସହିତ ନାହାନ୍ତି।
16
“ତୁମ୍ଭେ ଏକଥା ସ୍ମରଣ କର ଯେ ଆମ୍ଭେମାନେ ମିଶରରେ କିପରି ଥିଲୁ, ତୁମ୍ଭେ ଏକଥା ସ୍ମରଣ କର, ଆମ୍ଭେ କିପରି ଭାବରେ ବହୁ ଦେଶ ଅତିକ୍ରାନ୍ତ କରି ଆସିଲୁ।
17
ଆଉ ତୁମ୍ଭେମାନେ ସେମାନଙ୍କ ମଧ୍ୟରେ ଥିବା ଘୃଣାଯୋଗ୍ୟ ବସ୍ତୁ ଓ ସେମାନଙ୍କ କାଠ, ପଥର, ରୂପା ଓ ସୁନାର ପ୍ରତିମାମାନ ଦେଖିଅଛ।
18
ଏଥିପାଇଁ ତୁମ୍ଭେ ସାବଧାନ ହେବ। ସେହି ଦେଶୀୟ ଲୋକମାନଙ୍କ ଦେବତାଗଣର ପଶ୍ଚାଦ୍ଗାମୀ ହୋଇ ସେବା କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ ଯାହାର ହୃଦୟ ବିମୁଖ ହୁଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, ପରିବାର କି ବଂଶ ଯେମନ୍ତ ତୁମ୍ଭମାନଙ୍କ ମଧ୍ୟରେ ନ ରହେ, ଯେମନ୍ତ ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧ୍ୟରେ ନ ରହେ।
19
“ଆଉ ଯେପରି ଏହି ଅଭିଶାପର କଥା ଶୁଣି ମନେ ମନେ ଆପଣାର ଧନ୍ୟବାଦ କରି ନ କହେ ଯେ, ‘ଆମ୍ଭେ ଶୁଖିଲା ସଙ୍ଗେ ଓଦାକୁ ଧ୍ୱଂସ କରିବା ପାଇଁ ଆପଣା ହୃଦୟରେ କାଠିନ୍ୟ ଅନୁସାରେ ଚଳିଲେ ହେଁ ଆମ୍ଭର ମଙ୍ଗଳ ହେବ।’
20
ସଦାପ୍ରଭୁ ତାହାକୁ କ୍ଷମା କରିବାକୁ ସମ୍ମତ ହେବେ ନାହିଁ। ମାତ୍ର ତତ୍କ୍ଷଣାତ୍ ସେହି ଲୋକ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ଓ ଅନ୍ତର୍ଜ୍ୱାଳା ସଧୂମ ହୋଇ ଉଠିବ। ପୁଣି ଏହି ପୁସ୍ତକରେ ଲିଖିତ ସମସ୍ତ ଶାପ ତାହା ପାଇଁ ଛପି ରହିବ, ଆଉ ସଦାପ୍ରଭୁ ଆକାଶ ମଣ୍ତଳ ତଳୁ ତାହାର ନାମ ଲୋପ କରିବ। ଏବଂ ଏହି ବ୍ୟବସ୍ଥାପୁସ୍ତକ ଲିଖିତ ନିୟମର ସମସ୍ତ ଶାପ ଅନୁସାରେ ସଦାପ୍ରଭୁ ତାହାକୁ ଇସ୍ରାଏଲର ସମସ୍ତ ଗୋଷ୍ଠୀୟ ମଧ୍ୟରୁ ଅମଙ୍ଗଳ ନିମନ୍ତେ ପୃଥକ କରିବେ।
22
“ଭବିଷ୍ୟତରେ ତୁମ୍ଭର ଭବିଷ୍ୟଦ୍ ବଂଶଧରଗଣ ଓ ବହୁ ଦୂର ସ୍ଥାନରୁ ଆସୁଥିବା ବିଦେଶୀଗଣ ବିନାଶ ଓ ବିପର୍ଯ୍ୟୟ ଦେଖିବେ, ଯାହା ସଦାପ୍ରଭୁ ଦେଶକୁ ଆଘାତ କରିଛନ୍ତି।
23
ସଦାପ୍ରଭୁ ଆପଣା କ୍ରୋଧ ଓ କୋପରେ ଯେଉଁ ସଦୋମ ଓ ହମୋରା, ଅଦ୍ମା ଓ ସବୋୟିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନରେ ପରିପୂର୍ଣ୍ଣ ହୋଇଅଛି। ତହିଁରେ କିଛି ବୁଣାଯାଏ ନାହିଁ, କି ଫଳ ଉତ୍ପନ୍ନ ହୁଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢ଼େ ନାହିଁ।
24
“ସେତେବେଳେ ସବୁ ଗୋଷ୍ଠୀୟ ଲୋକମାନେ କହିବେ, ‘ସଦାପ୍ରଭୁ ଏଦେଶ ପ୍ରତି କାହିଁକି ଏପରି କଲେ? ଏରୂପ ମହାକ୍ରୋଧ ପ୍ରଜ୍ୱଳିତ ହେବାର କାରଣ କ’ଣ?’
25
ତହିଁରେ ଲୋକମାନେ କହିବେ, ‘ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ମିଶର ଦେଶରୁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ ତାହା ସେମାନେ ତ୍ୟାଗ କରିଅଛନ୍ତି।
26
ଯେଉଁ ଦେବତାମାନଙ୍କୁ ସେମାନେ ଜାଣି ନ ଥିଲେ ଓ ସେ ସେମାନଙ୍କୁ ନେଇ ନ ଥିଲେ, ସେମାନେ ଯାଇ ସେହି ଅନ୍ୟ ଦେବତାଗଣର ପୂଜା କଲେ ଓ ସେମାନଙ୍କର ସେବା କଲେ।
27
ଏଣୁ ଏହି ପୁସ୍ତକରେ ଲିଖିତ ସମସ୍ତ ଅଭିଶାପ ସେହି ଦେଶ ଉପରେ ବର୍ତ୍ତାଇବାକୁ ତହିଁ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା।
28
ପୁଣି ସଦାପ୍ରଭୁ କ୍ରୋଧରେ ଓ ପ୍ରଚଣ୍ତତାରେ ଓ ମହାକୋପରେ ସେମାନଙ୍କ ଦେଶରୁ ସେମାନଙ୍କୁ ଉତ୍ପାଟନ କଲେ ଓ ସେମାନଙ୍କୁ ଅନ୍ୟ ଦେଶରେ ନିକ୍ଷେପ କଲେ, ଯେଉଁଠାରେ ସେମାନେ ଆଜି ଅଛନ୍ତି।’
29
“ଗୁପ୍ତ ବିଷୟ ସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଅଧିକାର ମାତ୍ର ଆମ୍ଭେମାନେ ଯେମନ୍ତ ଏହି ବ୍ୟବସ୍ଥାର ସବୁ ବାକ୍ୟ ପାଳନ କରିବା, ଏଥିପାଇଁ ପ୍ରକାଶିତ ବିଷୟ ସବୁ ବଂଶାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର।
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 30 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
Recommended Reading
Commentary
Deuteronomy Commentaries
→
Devotional
Deuteronomy Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→