bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 5
Deuteronomy 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 6 →
1
ଦଶ ଆଜ୍ଞା ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି ଏକତ୍ରିତ କଲେ ଏବଂ ସେମାନଙ୍କୁ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ ଶୁଣ, ମୁଁ ତୁମ୍ଭକୁ ସଦାପ୍ରଭୁଙ୍କର ବ୍ୟବସ୍ଥା ଓ ବିଧି ସବୁ କହୁଅଛି। ଏହି ବିଧିସବୁ ଗ୍ରହଣ କର ଓ ପାଳନ କର।
2
ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ।
3
ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସେହି ନିୟମ କଲେ ନାହିଁ, କିନ୍ତୁ ସେ ଆମ୍ଭ ସମସ୍ତଙ୍କ ସହିତ ତାହା କଲେ, ଯେଉଁମାନେ ଏଠାରେ ଆଜି ବାସ କରୁଛନ୍ତି।
4
ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁହାଁମୁହିଁ କଥା କହିଲେ।
5
ସେହି ସମୟରେ, ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ କହିବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କର ଓ ତୁମ୍ଭମାନଙ୍କ ମଧ୍ୟରେ ଛିଡ଼ା ହେଲି କାରଣ ତୁମ୍ଭେମାନେ ଅଗ୍ନିକୁ ଭୟ କଲ, ଏବଂ ସେଥିପାଇଁ ତୁମ୍ଭେମାନେ ପର୍ବତ ଉପରକୁ ଗଲ ନାହିଁ। ତାଙ୍କର ବାକ୍ୟ ଏହିସବୁ,
6
ଯେ ଦାସ୍ୟଗୃହ ସ୍ୱରୂପ ମିଶର ଦେଶରୁ ତୁମ୍ଭକୁ ଦାସରୁ ମୁକ୍ତ କଲେ। ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ।
7
“ଆମ୍ଭ ଛଡ଼ା ତୁମ୍ଭେମାନେ ଅନ୍ୟ କୌଣସି ଦେବତା ପୂଜା କର ନାହିଁ।
8
“ତୁମ୍ଭେମାନେ ନିଶ୍ଚିତ ନିଜ ପାଇଁ କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ, ଯାହା ତୁମ୍ଭେମାନେ ସ୍ୱର୍ଗରେ, ମର୍ତ୍ତ୍ୟରେ ଓ ପାଣି ଭିତରେ ଦେଖୁଛ। ତୁମ୍ଭେମାନେ ସେଗୁଡ଼ିକର କୌଣସି ପ୍ରତିମୂର୍ତ୍ତି ତିଆରି କର ନାହିଁ।
9
ତୁମ୍ଭେମାନେ ସେମାନଙ୍କର ପୂଜା କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ। ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା।
10
କିନ୍ତୁ ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି, ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟା କରିବା।
11
‘ତୁମ୍ଭେ ମୂଲ୍ୟହୀନ ଉଦ୍ଦେଶ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନାମ ନେବ ନାହିଁ। ଯଦି କୌଣସି ଲୋକ ମୂଲ୍ୟହୀନ ଉଦ୍ଦେଶ୍ୟରେ ତାଙ୍କର ନାମନିଏ, ସଦାପ୍ରଭୁ ତାଙ୍କୁ ନିରପରାଧୀ ବୋଲି ବିବେଚନା କରନ୍ତି ନାହିଁ।
12
‘ବିଶ୍ରାମ ଦିନକୁ ସଦାପ୍ରଭୁଙ୍କର ଉଦ୍ଧିଷ୍ଟ ଦିନରୂପେ ପାଳନ କରିବ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଆଦେଶ ଦେଇଛନ୍ତି।
13
ସପ୍ତାହର ଛଦିନ ସମସ୍ତ କର୍ମ କର।
14
କିନ୍ତୁ ସପ୍ତମ ଦିନଟି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ, ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, କି ତୁମ୍ଭର ଦାସ, କି ତୁମ୍ଭର ଦାସୀ, କି ତୁମ୍ଭର ଗୋରୁ, କି ତୁମ୍ଭର ଗଧ, କି ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବେ ନାହିଁ। ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭପରି ବିଶ୍ରାମ କରିବେ।
15
ଏକଥା ତୁମ୍ଭେ ଭୁଲିବ ନାହିଁ ଯେ ତୁମ୍ଭେମାନେ ମିଶରରେ, ଏକଦା ଦାସ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ମୁକ୍ତକଲେ। ଏହି ହେତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବିଶ୍ରାମ ଦିନ ପାଳନାର୍ଥେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି।
16
‘ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତୁମ୍ଭେମାନେ ଏହି ଆଦେଶ ପାଳନ କର, ତେବେ ତୁମ୍ଭମାନଙ୍କର ପରମାୟୁ ଦୀର୍ଘାୟୁ ହେବ ଓ ସେହି ଦେଶରେ ତୁମ୍ଭମାନଙ୍କର ମଙ୍ଗଳ ହେବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଛନ୍ତି।
17
‘ତୁମ୍ଭେ ନରହତ୍ୟା କରିବ ନାହିଁ।
18
‘ତୁମ୍ଭେମାନେ ବ୍ୟଭିଗ୍ଭର କରିବ ନାହିଁ।
19
‘ତୁମ୍ଭେମାନେ ଗ୍ଭେରି କରିବ ନାହିଁ।
20
‘ତୁମ୍ଭେମାନେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ଦେବ ନାହିଁ।
21
‘ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କ୍ଷେତ୍ର, ଦାସ, ଦାସୀ, ଗୋରୁ, ଗଧ, କି ସେମାନଙ୍କର କୌଣସି ବସ୍ତୁ ଲୋଭ କରିବ ନାହିଁ।’”
22
ଲୋକମାନେ ପରମେଶ୍ୱରଙ୍କୁ ଭୟ କରୁଥିଲେ ମୋଶା କହିଲେ, “ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚସ୍ୱରରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦୁଇଖଣ୍ତ ପ୍ରସ୍ତର ପଟାରେ ଲେଖି ମୋତେ ଦେଲେ।
23
“ମାତ୍ର ପର୍ବତ ଅଗ୍ନିରେ ଜଳିବା ସମୟରେ ତୁମ୍ଭେମାନେ ଅନ୍ଧକାର ମଧ୍ୟରୁ ଶବ୍ଦ ଶୁଣିଲ। ଏହା ପରେ ତୁମ୍ଭମାନଙ୍କର ଗୋଷ୍ଠୀର ମୁଖ୍ୟ ଓ ପ୍ରାଚୀନ ମୋ’ ନିକଟକୁ ଆସିଲେ।
24
ସେମାନେ କହିଲେ, ଦେଖ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି। ଆଉ ଆମ୍ଭେମାନେ ଅଗ୍ନି ମଧ୍ୟରୁ ତାହାଙ୍କ ବାକ୍ୟ ଶୁଣିଅଛୁ। ଆମ୍ଭେମାନେ ଆଜି ଦେଖିଲୁ ପରମେଶ୍ୱର ମନୁଷ୍ୟ ସହିତ କଥା କହିଲେ ହେଁ ସେ ବଞ୍ଚିପାରେ।
25
କିନ୍ତୁ ଯଦି ଆମ୍ଭେମାନେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟ ଅଧିକ ଶୁଣୁ, ତା’ ନ ହେଲେ ଆମ୍ଭେମାନେ ମୃତ୍ୟୁବରଣ କରିବୁ। ସେହି ଭୟଙ୍କର ଅଗ୍ନି ଆମ୍ଭମାନଙ୍କୁ ଧ୍ୱଂସ କରିବ। ଆମ୍ଭେମାନେ ମରିବାକୁ ଗ୍ଭହୁଁ ନାହୁଁ।
26
ଅଗ୍ନି ମଧ୍ୟରୁ ଜୀବନ୍ତ ପରମେଶ୍ୱର କହିବାର କେହି ଶୁଣି ନାହାନ୍ତି। ଯେପରି ଆମ୍ଭେମାନେ ଶୁଣିଛୁ ଓ ବଞ୍ଚିଛୁ।
27
ହେ ମୋଶା ଯାଅ ଓ ଶୁଣ, ଯାହାସବୁ ସଦାପ୍ରଭୁ ଆମ୍ଭର ପରମେଶ୍ୱର କହନ୍ତି ଏବଂ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କଠାରୁ ଯାହା ଶୁଣିଛ, ତାହା ଆମ୍ଭମାନଙ୍କୁ କୁହ ଏବଂ ଆମ୍ଭେମାନେ ତାହା ପାଳନ କରିବୁ।’
28
ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା କଲେ “ତୁମ୍ଭେମାନେ ମୋତେ ଯେତେବେଳେ ଏପରି କହିଲ, ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସେହି ବାକ୍ୟର କଥା ଶୁଣି ମୋତେ କହିଲେ, ‘ଏହି ଲୋକମାନେ ତୁମ୍ଭକୁ ଯାହା କହିଛନ୍ତି ଆମ୍ଭେ ସେହି କଥା ଶୁଣିଅଛୁ। ସେମାନେ ଯାହା କହିଛନ୍ତି ଭଲ କହିଛନ୍ତି।
29
ଆମ୍ଭେ ଗ୍ଭହୁଁ ତାଙ୍କର ଭାବନାର ପରିବର୍ତ୍ତନ ଘଟୁ। ଆମ୍ଭେ ଗ୍ଭହୁଁ ସେମାନେ ହୃଦୟତାର ସହକାରେ ଆମ୍ଭକୁ ସମ୍ମାନ କରି ଆମ୍ଭର ବାକ୍ୟ ପାଳନ କରନ୍ତୁ। ଏହା ପରେ ସେମାନଙ୍କର ଓ ତାଙ୍କ ସନ୍ତାନମାନଙ୍କର ଅନନ୍ତକାଳୀନ ମଙ୍ଗଳ ହେବ।
30
“‘ତୁମ୍ଭେ ଯାଇ ସେମାନଙ୍କୁ କୁହ ଯେ ତୁମ୍ଭେମାନେ ନିଜ ନିଜ ତମ୍ବୁକୁ ଫେରିଯାଅ।
31
ମାତ୍ର ତୁମ୍ଭେ ଏହି ସ୍ଥାନରେ ମୋ’ ନିକଟରେ ଠିଆ ହୁଅ। ମୁଁ ତୁମ୍ଭକୁ ଆଜ୍ଞା, ନିୟମ ଏବଂ ଶାସନସବୁ କହିବି, ମୁଁ ସେମାନଙ୍କୁ ସେମାନଙ୍କର ଅଧିକାର ଦେବି। ଯାହାକି ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ଉଚିତ୍ ଏବଂ ସେମାନେ ସେହି ଦେଶରେ ତାହା ମାନିବା ଉଚିତ୍।’
32
“ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଛନ୍ତି, ସେହିପରି ଭାବରେ ପାଳନ କରିବା ପାଇଁ ମନୋଯୋଗ କରିବେ। ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ।
33
ଦେଖ, ଯେପରି ତୁମ୍ଭେ ସେହି ରାସ୍ତାରେ ଗ୍ଭଲ ଯେଉଁ ରାସ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଗ୍ଭଲିବା ପାଇଁ ଆଦେଶ ଦେଇଛନ୍ତି, ଯେଉଁଥିପାଇଁ ତୁମ୍ଭେମାନେ ସେହି ଦେଶରେ ଦୀର୍ଘଦିନ ବଞ୍ଚିବ ଓ ତୁମ୍ଭେ ଯେଉଁ ଦେଶ ଅଧିକାର କରିବ, ସେଠାରେ ତୁମ୍ଭର ସର୍ବମଙ୍ଗଳ ହେବ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
Recommended Reading
Commentary
Deuteronomy Commentaries
→
Devotional
Deuteronomy Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→