bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 19
Deuteronomy 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 20 →
1
ନିରାପଦ ନଗରୀ “ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ତାହା ଅନ୍ୟ ଦେଶୀୟମାନଙ୍କର ଅଟେ। ସଦାପ୍ରଭୁ ସେହି ଜାତିମାନଙ୍କୁ ଧ୍ୱଂସ କରିବେ। ତୁମ୍ଭେମାନେ ସେହିଠାରେ ବାସ କରିବ। ତୁମ୍ଭେମାନେ ତାଙ୍କର ଗୃହ ଓ ସହରଗୁଡ଼ିକ ଅଧିକାର କରିବ। ଏବଂ ଏଗୁଡ଼ିକ ହେବାପରେ,
2
ତୁମ୍ଭେମାନେ ସେହି ଦେଶକୁ ତିନି ଭାଗରେ ବିଭକ୍ତ କରିବା ଉଚିତ୍। ଏବଂ ପ୍ରତ୍ୟେକ ଅଂଶରେ ଏକ ନଗର ନିର୍ମାଣ କର ଯାହାକି ସେହି ଅଞ୍ଚଳ ମଧ୍ୟବର୍ତ୍ତୀ ହେବ। ଏବଂ ଏହା ପରେ ସେହି ନଗରକୁ ସବୁଆଡ଼ୁ ରାସ୍ତା ନିର୍ମାଣ କର। ଏହା ପରେ ସେଠାରେ ଯେକେହି ଦୁର୍ଘଟଣା ବଶତଃ ଅନ୍ୟକୁ ହତ୍ୟା କରେ, ସେ ସେହି ନିରାପଦ ନଗରକୁ ଯାଇ ନିରାପଦରେ ରହିପାରେ।
4
“ସେହି ନଗରକୁ ଯେଉଁ ନରହତ୍ୟାକାରୀମାନେ ଯିବେ, ସେମାନେ ଜାଣିଶୁଣି ନରହତ୍ୟା କରି ନ ଥିବେ। ଅଜ୍ଞାତ ସାରରେ ଏବଂ ସେ ଯାହାକୁ ହତ୍ୟା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସେହି ଲୋକମାନେ କେବଳ ସେଠାକୁ ଯାଇ ଆଶ୍ରୟ ନେଇ ପାରିବ।
5
ଉଦାହରଣ ସ୍ୱରୂପ ଜଣେ ଲୋକ ଅନ୍ୟ ଜଣେ ଲୋକଙ୍କ ସହିତ ଜଙ୍ଗଲକୁ କାଠ କାଟିବାକୁ ଯାଏ। କାଠ କାଟିବା ସମୟରେ ଯଦି ପଶାଟି ବେଣ୍ଟରୁ ବାହାରି କାଠରେ ନ ବାଜି ଅନ୍ୟ ଲୋକ ଜଣକୁ ଆଘାତ କରେ ଏବଂ ସେହି ଲୋକ ଜଣକର ମୃତ୍ୟୁ ଘଟେ। ଯେଉଁ ଲୋକ ଟାଙ୍ଗିଆ ବୁଲାଉଥିଲା। ସେ ସେହି ତିନି ନଗରକୁ ପଳାଇଯାଇ ନିରାପଦରେ ରହିପାରିବ।
6
ଯଦି ନଗରଟି ସେଠାରୁ ବହୁତ ଦୂରରେ ଥାଏ। ଯଦି ସେଠାକୁ ଶୀଘ୍ର ଦୌଡ଼ି ନ ଯାଇପାରେ ତେବେ ରକ୍ତର ପ୍ରତିହନ୍ତା ତପ୍ତତିତ୍ତ ହୋଇ ନରହତ୍ୟା କାରୀର ପଛେ ଗୋଡ଼ାଇ ଦୂରପଥ ସକାଶୁ ତାହାକୁ ଧରି ଜୀବନରେ ମାରି ଦେବ। ମାତ୍ର ସେହି ଲୋକ ପ୍ରାଣଦଣ୍ତ ଯୋଗ୍ୟ ନୁହେଁ। କାରଣ ତାହା ପୂର୍ବରୁ ତାହାକୁ ହିଂସା କରୁ ନ ଥିଲା।
7
ଏଥିପାଇଁ ମୁଁ ତୁମ୍ଭକୁ ଆପଣା ନିମନ୍ତେ ତିନୋଟି ପୃଥକ ନଗର ବାଛିବାକୁ କହୁଅଛି, ଯେଉଁ ନଗରୀଗୁଡ଼ିକ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବ।
8
“ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଛନ୍ତି ଯେ ତୁମ୍ଭର ସୀମା ବୃଦ୍ଧି କରିବେ। ଯେଉଁ ଦେଶ ସେମାନଙ୍କୁ ଦେବାକୁ କହିଛନ୍ତି ତାହା ସବୁ ତୁମ୍ଭମାନଙ୍କୁ ଦେବେ।
9
ସେ ଏପରି କରିବେ ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବେ ସର୍ବାନ୍ତକରଣରେ, ମୁଁ ଆଜି କହୁଥିବା ତାଙ୍କର ଆଜ୍ଞାମାନ ପାଳନ କରିବ। ଯଦି ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର ଏବଂ ତାଙ୍କର ଗ୍ଭହିଁବା ଅନୁସାରେ ତୁମ୍ଭେମାନେ ଚଳ। ଏହା ପରେ ପରମେଶ୍ୱର ତୁମ୍ଭମାନଙ୍କ ସୀମା ବୃଦ୍ଧି କଲେ ତୁମ୍ଭେମାନେ ଆଉ ତିନୋଟି ନିରାପଦ ନଗରୀ ନିର୍ମାଣ କରିବ। ସେଗୁଡ଼ିକ ପୂର୍ବ ନିରାପଦ ନଗର ସହିତ ସଂଯୁକ୍ତ କରିବ।
10
ତେବେ ଆଉ ନିରୀହ ଲୋକ କେହି ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ମୃତ୍ୟୁବରଣ କରିବେ ନାହିଁ। ଏବଂ ତୁମ୍ଭେମାନେ ନିରୀହମାନଙ୍କର ରକ୍ତପାତରେ ଦୋଷୀ ହେବ ନାହିଁ।
11
“ଏହା ଏପରି ହୋଇପାରେ ଯେ, କେହି ଜଣେ ଲୁଚି ରହିବ ଏବଂ ଫାନ୍ଦରେ ପକାଇବା ପାଇଁ ଅପେକ୍ଷା କରିବ, ଯାହାକୁ ସେ ଘୃଣା କରେ ତାକୁ ହତ୍ୟା କରିବାକୁ ଏବଂ ତାକୁ ହତ୍ୟା କରିବା ପରେ, ଧରାଯାଉ ସେ ସେହି ନଗରମାନଙ୍କରୁ ଏକ ନଗରକୁ ଦୌଡ଼େ ଓ ଏକ ନିରାପଦ ନଗରରେ ରହେ।
12
ଯଦି ଏପରି ଘଟେ, ତେବେ ତା’ର ନଗରର ପ୍ରାଚୀନମାନେ ତାକୁ ଡାକି ପଠାଇବେ ଏବଂ ତାକୁ ଫେରାଇ ଆଣିବେ। ଏବଂ ତାହାକୁ ହତ୍ୟା କରିବା ପାଇଁ ରକ୍ତର ପ୍ରତିହନ୍ତାର ହସ୍ତରେ ସମର୍ପଣ କରିବେ। ଏବଂ ତାକୁ ହତ୍ୟା କରାଯିବା ଉଚିତ୍।
13
ତୁମ୍ଭେମାନେ ତା’ ପାଇଁ ଦୁଃଖ କରିବ ନାହିଁ କାରଣ ସେ ଜଣେ ନିରପରାଧୀ ଲୋକକୁ ହତ୍ୟାକରି ପାପ କରିଛି। ତୁମ୍ଭେମାନେ ଇସ୍ରାଏଲରୁ ନିରୀହମାନଙ୍କର ରକ୍ତପାତ ଦୋଷରୁ ମୁକ୍ତି ପାଇବା ଉଚିତ୍। ତାହାହେଲେ କେବଳ ତୁମ୍ଭମାନଙ୍କର ମଙ୍ଗଳ ହେବ।
14
ସମ୍ପତ୍ତିର ଚିହ୍ନଟ “ତୁମ୍ଭେମାନେ ଭୂମିରେ ଥିବା ପଥର ଚିହ୍ନକୁ ଘୁଞ୍ଚାଇବ ନାହିଁ। ଏହି ପଥର ଚିହ୍ନ ଅତୀତରେ ଦିଆଯାଇଥିବା ଭୂମିକୁ ଚିହ୍ନଟ କରିବା ପାଇଁ ସେହି ପଥର ଚିହ୍ନକୁ ପରିବର୍ତ୍ତନ କରିବ ନାହିଁ। ସେହି ପଥର ଚିହ୍ନିତ ଦେଶମାନଙ୍କୁ ତୁମ୍ଭକୁ ସଦାପ୍ରଭୁ ଦେବେ।
15
ସାକ୍ଷୀଗଣ “ଯଦି କୌଣସି ଲୋକ ଅପରାଧ କରେ ବା ପାପ କରେ, ତା’ର ଦୋଷ ନିରୂପଣ ପାଇଁ ଗୋଟିଏ ସାକ୍ଷୀ ଯଥେଷ୍ଟ ନୁହେଁ। ସେହି ଲୋକକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଦୁଇଟି, ତିନୋଟି ସାକ୍ଷୀ ଯଥେଷ୍ଟ ହେବ।
16
“ଧରାଯାଉ ଜଣେ ଅଧର୍ମୀ ଲୋକ ତା’ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ଦେବା ପାଇଁ ଛିଡ଼ା ହୁଏ।
17
ଯେଉଁ ଦୁଇ ବ୍ୟକ୍ତି ମଧ୍ୟରେ ବିରୋଧ ଥାଏ, ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ସେ ସମୟରେ ଯାଜକ ଓ ବିଗ୍ଭରକର୍ତ୍ତାଙ୍କ ଆଗରେ ଛିଡ଼ା ହେବେ।
18
ବିଗ୍ଭରକର୍ତ୍ତାମାନେ ନିଶ୍ଚୟ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରିବେ। ସଠିକ୍ ଭାବରେ ଅନୁସନ୍ଧାନ କରିବେ। ଆଉ ଯଦି ସେମାନେ ଦେଖିଲେ ସେହି ଲୋକ ମିଥ୍ୟା ସାକ୍ଷ୍ୟ ଦେଇଛି,
19
ତେବେ ସେ ଆପଣା ଭାଇପ୍ରତି ଯେପରି କରିବାକୁ ଯୋଜନା କରିଥିଲା, ତାହା ପ୍ରତି ସେହିପରି କରିବ ଏବଂ ଏହି ପ୍ରକାରେ ତୁମ୍ଭେମାନେ ଇସ୍ରାଏଲରୁ ଦୁଷ୍ଟତା ଦୂର କରିବା ଉଚିତ୍।
20
ଅବଶିଷ୍ଟ ଲୋକମାନେ ତାହା ଶୁଣି ଭୟ କରିବେ। ସେହି ସମୟରେ ଆଉ କୌଣସି ଲୋକେ ଏପରି କରିବାକୁ ସାହସ କରିବେ ନାହିଁ।
21
“ସେହି ଲୋକମାନଙ୍କୁ ଦଣ୍ତଦେବା ସମୟରେ ତୁମ୍ଭେମାନେ ଦୁଃଖ କରିବା ଉଚିତ୍ ନୁହଁ। ଯଦି କେହି ଜଣେ ଅନ୍ୟ ଜୀବନ ନେଇ ଥାଏ ତେବେ ତାକୁ ତାହାର ଜୀବନ ଦେବା ଉଚିତ୍। ନିୟମ ଏପରି ହେବ, ଆଖି ପାଇଁ ଆଖି ଦେବାକୁ ପଡ଼ିବ, ଦାନ୍ତ ପାଇଁ ଦାନ୍ତ ଦେବାକୁ ପଡ଼ିବ, ହାତ ବଦଳରେ ହାତ ଓ ଗୋଡ଼ ବଦଳରେ ଗୋଡ଼ ଦେବାକୁ ପଡ଼ିବ।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34