bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 8
Deuteronomy 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 9 →
1
ସଦାପ୍ରଭୁଙ୍କୁ ସ୍ମରଣ କର “ଯାହା ମୁଁ ଆଜି ତୁମ୍ଭକୁ ଆଦେଶ ଦେଉଛି, ତୁମ୍ଭେମାନେ ମୋର ସମସ୍ତ ଆଦେଶମାନ ମାନିବା ଉଚିତ୍। ତୁମ୍ଭେମାନେ ବଞ୍ଚିବା ପାଇଁ ଓ ବୃଦ୍ଧି ହେବା ପାଇଁ ଓ ସେହି ସ୍ଥାନରେ ପ୍ରବେଶ କରିବା ପାଇଁ ଓ ଅଧିକାର କରିବା ପାଇଁ ଯାହାକି ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କ ନିକଟରେ ଶପଥ କରିଛନ୍ତି।
2
ଆଉ ତୁମ୍ଭେମାନେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଗ୍ଭଳିଶ୍ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନେବା ପାଇଁ ତୁମ୍ଭେମାନେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି।
3
ମନୁଷ୍ୟ ଯେ କେବଳ ରୋଟୀରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ନିର୍ଗତ ହୁଏ, ତହିଁରେ ବଞ୍ଚେ। ଏହା ତୁମ୍ଭମାନଙ୍କୁ ଜଣାଇବା ପାଇଁ ସେ ତୁମ୍ଭମାନଙ୍କୁ ନମ୍ର ଓ କ୍ଷୁଧିତ କରିଅଛନ୍ତି, ସେ ତୁମ୍ଭକୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଅଜ୍ଞାତ ମାନ୍ନା ଦେଇ ପ୍ରତିପାଳନ କରିଅଛନ୍ତି।
4
ଏହି ଗ୍ଭଳିଶ୍ ବର୍ଷ ତୁମ୍ଭମାନଙ୍କ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ତୁମ୍ଭମାନଙ୍କର ପାଦ ଫୁଲିଲା ନାହିଁ।
5
ତେଣୁ ତୁମ୍ଭେମାନେ ହୃଦୟର ସହିତ ଜାଣିବା ଉଚିତ୍ ଯେ, ଜଣେ ପିତା ତା’ର ସନ୍ତାନଗଣଙ୍କୁ ଯେପରି ଅନୁଶାସିତ କରେ ସେହିପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଅନୁଶାସିତ କରିଛନ୍ତି।
6
“ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଦେଶ ମାନି ପାଳନ କରିବ ଓ ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କୁ ଭୟ କରିବ।
7
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଏକ ଉତ୍ତମ ଦେଶକୁ ନେଇ ଯାଉଛନ୍ତି, ଯେଉଁ ଭୂମିକି ଜଳରାଶିରେ, ଝରଣାରେ ଓ ଗଭୀର ଜଳସ୍ରୋତରେ ପୂର୍ଣ୍ଣ, ତାହା ଉପତ୍ୟକା ଓ ପର୍ବତ ଦେଇ ଝରିଯାଏ।
8
ଏହି ଦେଶ ଗହମ, ଯବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମୟ ଅଟେ। ସେହି ଦେଶ ମଧ୍ୟ ଜୀତତୈଳ ଓ ମଧୁମୟ ଅଟେ।
9
ସେଠାରେ ତୁମ୍ଭେମାନେ ପ୍ରଚୁର ପରିମାଣର ଖାଦ୍ୟ ପାଇବ। ସେଠାରେ ତୁମ୍ଭମାନଙ୍କର ଆବଶ୍ୟକ ଦ୍ରବ୍ୟମାନ ଉପଲବ୍ଧ ହେବ। ସେହି ଦେଶର ପଥର ଲୁହା ଅଟେ, ତୁମ୍ଭେମାନେ ସେଠାକାର ପର୍ବତରୁ ପିତ୍ତଳ ଖୋଳି ପାରିବ।
10
ଆଉ ତୁମ୍ଭେମାନେ ସେଠାରେ ଖାଦ୍ୟରେ ତୃପ୍ତ ହେବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଇ ଅଛନ୍ତି, ସେଥିପାଇଁ ତାଙ୍କର ଧନ୍ୟବାଦ କରିବ।
11
ସଦାପ୍ରଭୁଙ୍କର କର୍ମମାନ ଭୁଲ ନାହିଁ “ସାବଧାନ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୁଲ ନାହିଁ। ସାବଧାନତା ସହକାରେ ତାହାଙ୍କ ନିର୍ଦ୍ଦେଶମାନ, ତାଙ୍କର ବିଧି ପାଳନ କର, ମୁଁ ତୁମ୍ଭମାନଙ୍କୁ ଆଜି ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି।
12
ଏହା ପରେ ତୁମ୍ଭେମାନେ ଉତ୍ତମ ଖାଦ୍ୟ ଖାଇବାକୁ ପାଇବ ଓ ସୁନ୍ଦର ଗୃହମାନ ନିର୍ମାଣ କରିବ ସେଥିରେ ବାସ କରିବାକୁ।
13
ତୁମ୍ଭମାନଙ୍କ ଗୋବତ୍ସ, ମେଷ, ଛେଳିର ସଂଖ୍ୟା ବର୍ଦ୍ଧିଷ୍ଣୁ ହେବ। ତୁମ୍ଭେ ପ୍ରଚୁର ପରିମାଣର ସୁନା, ରୂପା ପାଇବ। ତୁମ୍ଭମାନଙ୍କର ଯାହାସବୁ ଅଛି ତାହା ବୃଦ୍ଧି ପାଇବ।
14
ଯେତେବେଳେ ଏପରି ହେବ ସାବଧାନ, ଗର୍ବ କରିବ ନାହିଁ। ଏକଥା ଭୁଲ ନାହିଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରୁ ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଛନ୍ତି ଓ ମିଶରରୁ ବାହାର କରି ଆଣିଛନ୍ତି।
15
ସେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ବିଷଧର ସର୍ପ ଓ ବିଛା ପୁଣି ନିର୍ଜଳ ଶୁଷ୍କ ଭୂମିଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ମରୁଭୂମି ଦେଇ ତୁମ୍ଭମାନଙ୍କୁ ଗମନ କରାଇ ଆଣିଲେ। ସେ ତୁମ୍ଭମାନଙ୍କ ପାଇଁ ଚକ୍ମକି ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ।
16
ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ମାନ୍ନାଦ୍ୱାରା ପ୍ରାନ୍ତରରେ ତୁମ୍ଭକୁ ପ୍ରତିପାଳନ କଲେ। ଏହିପରି ଭାବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ତୁମ୍ଭେ ସ୍ମରଣ କର।
17
ତୁମ୍ଭେ କେବେ କୁହ ନାହିଁ ଯେ, ‘ଆପଣା ପରାକ୍ରମ ଓ ବାହୁ ବଳଦ୍ୱାରା ଏହି ସମସ୍ତ ଐଶ୍ୱର୍ଯ୍ୟ ଲାଭ କରିଛ ବୋଲି।’
18
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସ୍ମରଣ କର। ଏହି କଥା ମନେରଖ ଯେ, ତୁମ୍ଭମାନଙ୍କୁ ସେ ଏପରି କରିବା ପାଇଁ ଶକ୍ତି ଦେଇଛନ୍ତି। ସଦାପ୍ରଭୁ କାହିଁକି ଏପରି କଲେ? କାରଣ ସେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଥିଲେ ଏପରି କରିବା ପାଇଁ ଯାହାସବୁ ସେ ଆଜି କରିଛନ୍ତି।
19
“କେବେ ବି ତୁମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ଭୁଲିବ ନାହିଁ। ଅନ୍ୟ ଦେବତାଗଣଙ୍କୁ ମାନିବ ନାହିଁ କି ତାଙ୍କର ସେବା କରିବ ନାହିଁ। ଯଦି ତୁମ୍ଭେମାନେ ଏପରି କର, ତେବେ ମୁଁ ତୁମ୍ଭମାନଙ୍କୁ ସତର୍କ କରାଇଦେଉଛି ତୁମ୍ଭେମାନେ ନିଶ୍ଚିତରେ ବିନଷ୍ଟ ହେବ।
20
ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଅନ୍ୟ ଦେଶକୁ ଧ୍ୱଂସ କରିଛନ୍ତି। କିନ୍ତୁ ତୁମ୍ଭେମାନେ ଯଦି ଅନ୍ୟ ଦେବତାଗଣଙ୍କୁ ମାନ, ତେବେ ଅନ୍ୟ ଲୋକମାନଙ୍କ ପରି ସେ ତୁମ୍ଭମାନଙ୍କୁ ଧ୍ୱଂସ କରିବେ। କାରଣ ତୁମ୍ଭେମାନେ ତାଙ୍କର ଆଜ୍ଞା ମାନିଲ ନାହିଁ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
Recommended Reading
Commentary
Deuteronomy Commentaries
→
Devotional
Deuteronomy Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→