bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 20
Deuteronomy 20
Odia Bible ERV 2004 (ପବିତ୍ର ବାଇବଲ)
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 21 →
1
ଯୁଦ୍ଧର ନିୟମ “ଯେତେବେଳେ ତୁମ୍ଭେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିବ, ଯଦି ତୁମ୍ଭେମାନେ ତାଙ୍କର ଅନେକ ଅଶ୍ୱାରୋହୀ, ରଥାରୋହୀ ଏବଂ ଯଦି ତାଙ୍କର ଅଧିକ ସଂଖ୍ୟକ ସୈନ୍ୟ ଥା’ନ୍ତି, ତେବେ ତୁମ୍ଭେମାନେ ସେମାନଙ୍କୁ ଭୟ କରିବାର କିଛି ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ସର୍ବଦା ଅଛନ୍ତି। ଏବଂ ସେହି ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶର ମଧ୍ୟରୁ ବାହାରକରି ଆଣିଛନ୍ତି।
2
“ଯେତେବେଳେ ତୁମ୍ଭେମାନେ ଯୁଦ୍ଧକୁ ଯିବ, ସେ ସମୟରେ ଯାଜକମାନେ ସୈନ୍ୟମାନଙ୍କ ପାଖକୁ ଯାଇ କହିବେ,
3
‘ହେ ଇସ୍ରାଏଲବାସୀ, ମୋର କଥା ଶୁଣ। ଆଜି ତୁମ୍ଭେମାନେ ତୁମ୍ଭର ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବ। ତୁମ୍ଭେମାନେ କେବେ ଭୟ କରିବ ନାହିଁ, ତୁମ୍ଭମାନଙ୍କର ହୃଦୟ ଦୁର୍ବଳ କର ନାହିଁ।
4
କାରଣ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ଅଛନ୍ତି। ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧରେ ସାହାଯ୍ୟ କରିବେ ଓ ସେ ତୁମ୍ଭକୁ ଯୁଦ୍ଧରେ ଜୟ ଯୁକ୍ତ କରାଇବେ।’
5
“ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, ‘ଯେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ତା’ର ଆପଣା ଗୃହକୁ ଯାଉ। ନଚେତ୍ ସେ ଯେବେ ମରିଯାଏ, ତେବେ ଅନ୍ୟ ଲୋକ ସେ ଗୃହରେ ପ୍ରବେଶ କରିବ।
6
ଅନ୍ୟ କେଉଁ ଲୋକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରି ନାହିଁ। ସେ ଫେରି ଆପଣା ଗୃହକୁ ଯାଉ କାରଣ ଯଦି ସେ ଯୁଦ୍ଧରେ ମରିଯାଏ, ତେବେ ଅନ୍ୟ କେହି ସେହି ଜମିକୁ ଭୋଗ କରିବ।
7
ଆଉ କୌଣସି ଲୋକର ଏକ ସ୍ତ୍ରୀ ଲୋକକୁ ବିବାହ ପାଇଁ ସ୍ୱୀକୃତି ହୋଇଛି କିନ୍ତୁ ତାକୁ ଏପର୍ଯ୍ୟନ୍ତ ବିବାହ କରି ନାହିଁ। ସେ ଫେରି ଆପଣା ଗୃହକୁ ଯାଉ। ଯଦି ସେ ଯୁଦ୍ଧରେ ମରିଯାଏ, ଅନ୍ୟ କେହି ତାକୁ ବିବାହ କରିବ।’
8
“ଅଧିକାରୀଗଣ ଲୋକମାନଙ୍କୁ କହିବେ, ‘ଭୟାଳୁ ଓ ଦୁର୍ବଳ ହୃଦୟ ଲୋକ କିଏ ଅଛି କି? ସେ ଫେରି ଆପଣା ଗୃହକୁ ଯାଉ, ଯେମିତି ସେ ତା’ର ଭାଇର ହୃଦୟକୁ ଭୟରେ ତରଳାଇ ନ ଦେଉ।’
9
ଅଧ୍ୟକ୍ଷଗଣ ସୈନ୍ୟମାନଙ୍କ ସହିତ କଥା ସମାପ୍ତ କରିବା ପରେ, ସେମାନେ ସୈନ୍ୟ ଉପରେ ସେନାପତିମାନଙ୍କୁ ନିଯୁକ୍ତ କରିବେ।
10
“ଯେତେବେଳେ ତୁମ୍ଭେମାନେ ଗୋଟିଏ ନଗରକୁ ଆକ୍ରମଣ କରିବାକୁ ଯିବ ପ୍ରଥମେ ତାଙ୍କୁ ସନ୍ଧିର କଥା ଘୋଷଣା କର।
11
ଯଦି ସେମାନେ ତୁମ୍ଭମାନଙ୍କ ସନ୍ଧିରେ ରାଜି ହୋଇ ତୁମ୍ଭମାନଙ୍କ ନଗର ଗୁଡ଼ିକ ପାଇଁ ଦ୍ୱାର ଉନ୍ମୁକ୍ତ କରନ୍ତି, ତେବେ ସେହି ସହରର ସମସ୍ତ ଲୋକମାନେ ତୁମ୍ଭ ପାଇଁ କାମ କରିବାକୁ ବାଧ୍ୟ ଏବଂ ତୁମ୍ଭମାନଙ୍କର ଦାସ ହେବେ।
12
ଯଦି ସେହି ନଗରର ଲୋକମାନେ ତୁମ୍ଭର ସନ୍ଧିରେ ରାଜି ନ ହୁଅନ୍ତି। ତୁମ୍ଭମାନଙ୍କ ସହିତ ଯୁଦ୍ଧ କରନ୍ତି, ତେବେ ତୁମ୍ଭେମାନେ ସେମାନଙ୍କୁ ଘେରି ଯିବ।
13
ଯେତେବେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାହା ତୁମ୍ଭ ହସ୍ତରେ ସମର୍ପଣ କରିବେ, ସେତେବେଳେ ତୁମ୍ଭେ ତହିଁର ସମସ୍ତ ପୁରୁଷଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବ।
14
କିନ୍ତୁ ସ୍ତ୍ରୀ, ପିଲା, ଗାଈଗୋରୁ ଓ ସମସ୍ତ ଦ୍ରବ୍ୟ ତୁମ୍ଭ ନିଜ ପାଇଁ ନେଇଯାଅ। ତୁମ୍ଭେ ଯାହା ବ୍ୟବହାର କରିବାକୁ ଗ୍ଭହଁ ତୁମ୍ଭର ନେବା ଓ ବ୍ୟବହାର କରିବା ଉଚିତ୍। ଏହିସବୁ ଜିନିଷ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯୁଦ୍ଧରୁ ପ୍ରାପ୍ୟ ଦ୍ରବ୍ୟ ରୂପେ ଦେଇଛନ୍ତି।
15
ଯେଉଁସବୁ ନଗର ଏହି ପାଖାପାଖି ଗୋଷ୍ଠୀୟମାନଙ୍କର ନୁହେଁ, ତୁମ୍ଭଠାରୁ ଅତି ଦୂରବର୍ତ୍ତୀ ସମସ୍ତ ନଗର ପ୍ରତି ଏହା କର।
16
“ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଶ୍ୱାସଧାରୀ କାହାରିକି ସଜୀବ ରଖିବ ନାହଁ।
17
ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ତୁମ୍ଭେ ସେମାନଙ୍କୁ ହିତ୍ତୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ବର୍ଜିତ ରୂପେ ବିନାଶ କରିବ।
18
କାରଣ ସେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେବେ ନାହିଁ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିବା ପାଇଁ। ସେମାନେ ତାଙ୍କ ଦେବଗଣଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ଭୟଙ୍କର କର୍ମମାନ କରିଛନ୍ତି, ତୁମ୍ଭମାନଙ୍କୁ ଏପରି କରିବାକୁ ପ୍ରବର୍ତ୍ତାଇ ପାରିବେ ନାହିଁ।
19
“ଯେତେବେଳେ ତୁମ୍ଭେମାନେ ବାହୁବଳଦ୍ୱାରା ଅବରୋଧ କରିବ। ସେତେବେଳେ ତୁମ୍ଭେମାନେ ନଗରମାନଙ୍କରେ ଥିବା ଗଛମାନଙ୍କୁ କାଟିବ ନାହିଁ। ତୁମ୍ଭେମାନେ ତାହାର ଫଳ ଖାଇ ପାରିବ। ସେହି ବୃକ୍ଷମାନେ ତୁମ୍ଭର ଶତ୍ରୁ ନୁହନ୍ତି ତେଣୁ ସେମାନଙ୍କୁ ତୁମ୍ଭେ କାଟିବ ନାହିଁ।
20
କିନ୍ତୁ ତୁମ୍ଭେମାନେ ଫଳ ନ ଫଳୁଥିବା ବୃକ୍ଷମାନକୁ କାଟି ପାରିବ। ସେଥିରେ ତୁମ୍ଭେମାନେ ଯୁଦ୍ଧାସ୍ତ୍ର ନିର୍ମାଣ କରି ସେହି ନଗର ବିରୁଦ୍ଧରେ ଯୁଦ୍ଧ କରିବ। ସେହି ନଗର ପତନ ପର୍ଯ୍ୟନ୍ତ ତୁମ୍ଭେ ଏହିପରି କରିବ।
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34