bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 27
Deuteronomy 27
Odia Bible ERV 2004 (ପବିତ୍ର ବାଇବଲ)
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 28 →
1
ଲୋକଙ୍କ ପାଇଁ ପଥରର ସ୍ମୃତି ଫଳକ ମୋଶା ଏବଂ ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଛି, ସେଗୁଡ଼ିକ ପାଳନ କର।
2
ଯେଉଁ ଦିନ ତୁମ୍ଭେମାନେ ଯେତେବେଳେ ଯର୍ଦ୍ଦନ ନଦୀ ପାରହେଲ ଏବଂ ସେହି ଦେଶରେ ପ୍ରବେଶ କଲ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି। ସେହି ଦିନ ହିଁ ଏକ ବୃହତ୍ ପ୍ରସ୍ତର ସ୍ଥାପନ କରି ତାହା ଲେପନ କରିବ।
3
ତୁମ୍ଭେମାନେ ସେଠାରେ ପ୍ରବେଶ କରିବା ମାତ୍ରେ, ତୁମ୍ଭେମାନେ ଏହିସବୁ ନିୟମ ସେହି ପ୍ରସ୍ତର ଉପରେ ଲେଖିବା ଉଚିତ୍। ଏହାକର ଯେତେବେଳେ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାର ହୋଇ ସେହି ଦେଶରେ ପ୍ରବେଶ କରିବାକୁ ଯାଉଛ, ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭଙ୍କୁ ଦେଉଛନ୍ତି। ଦୁଗ୍ଧମଧୁପ୍ରବାହୀତ ହେଉଥିବାର ଦେଶ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କର ସଦାପ୍ରଭୁ ପରମେଶ୍ୱର ଯେହେତୁ ପ୍ରତିଜ୍ଞା କରିଥିଲେ।
4
“ପୁଣି ଆଜି ମୁଁ ଯେଉଁ ପ୍ରସ୍ତର ଗୁଡ଼ିକ ବିଷୟରେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲି, ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ପରେ ଏବଲ ପର୍ବତରେ ସେହି ପ୍ରସ୍ତର ସବୁ ସ୍ଥାପନ କରିବ ଓ ତାହା ସବୁ ଚୂନରେ ଲେପିବ।
5
ଆଉ ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ଅର୍ଥାତ୍ ପଥରରେ ଏକ ଯଜ୍ଞବେଦି ନିର୍ମାଣ କରିବ। ସେହି ପଥର କାଟିବାରେ ଲୁହା ବ୍ୟବହାର କରିବ ନାହିଁ।
6
ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯଜ୍ଞବେଦି ସମସ୍ତ ଅଚଞ୍ଛା ପଥରରେ ନିର୍ମାଣ କରିବା ଉଚିତ୍ ଓ ତୁମ୍ଭେମାନେ ସେହି ସ୍ଥାନରେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ହୋମବଳି ଉତ୍ସର୍ଗ କରିବା ଉଚିତ୍।
7
ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ ଉତ୍ସର୍ଗ କରି ସେଠାରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
8
ତୁମ୍ଭେ ସେହି ପ୍ରସ୍ତର ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ସୁନ୍ଦରଭାବେ ଖୋଳି ଲେଖିବ।”
9
ନିୟମ ନ ମାନିଲେ ଅଭିଶପ୍ତ ହେବେ ମୋଶା ଓ ଯାଜକମାନେ ସମସ୍ତ ଇସ୍ରାଏଲକୁ କହିଲେ, “ହେ ଇସ୍ରାଏଲ ନୀରବରେ ଅନୁଧ୍ୟାନ କର, ଆଜି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଲୋକ ହେଲ।
10
ଏଣୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ କଥାରେ କର୍ଣ୍ଣପାତ କର ଓ ଆଜି ମୁଁ ତାଙ୍କର ଯେଉଁ ସମସ୍ତ ଆଜ୍ଞା ବିଧି ତୁମ୍ଭଙ୍କୁ ଆଜ୍ଞା କରୁଅଛି। ତାହା ପାଳନ କର।”
11
ସେହି ଦିନ ମୋଶା ଲୋକମାନଙ୍କୁ କହିଲେ,
12
“ତୁମ୍ଭେ ଯର୍ଦ୍ଦନ ପାର ହେବାପରେ ଶିମିୟୋନ, ଲେବୀ, ଯିହୁଦା, ଇଷାଖର, ଯୋଷେଫ ଓ ବିନ୍ୟାମୀନ ଗୋଷ୍ଠୀଗଣ ସମସ୍ତ ଲୋକମାନଙ୍କୁ ଆଶୀର୍ବାଦ ନିମନ୍ତେ ଗରିଷୀମ୍ ପର୍ବତ ଉପରେ ନିଶ୍ଚୟ ଛିଡ଼ା ହେବ।
13
ଏବଂ ରୁବେନ୍, ଗାଦ୍, ଆଶେର, ସବୂଲୂନ୍, ଦାନ, ନପ୍ତାଲି ଗୋଷ୍ଠୀୟକୁ ଅଭିଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ।
14
“ଏବଂ ସମସ୍ତ ଲେବୀୟମାନେ ଖୁବ୍ ଉଚ୍ଚ ସ୍ୱରରେ ସମସ୍ତ ଇସ୍ରାଏଲୀୟ ଲୋକଙ୍କୁ ଉତ୍ତର ଦେଇ କହିବେ,
15
“‘ଯେଉଁ ମନୁଷ୍ୟ କୌଣସି ଖୋଦିତ କିଅବା ଛାଞ୍ଚ ଢଳା ମୂର୍ତ୍ତି ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକୁ ଏକ ଗୋପନ ସ୍ଥାନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେବା ଉଚିତ୍।’ “ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, ‘ଆମେନ୍’।
16
“ଲେବୀୟମାନେ କହିବେ, ‘ଆପଣା ପିତାମାତାଙ୍କୁ ଯିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶପ୍ତ ହେଉ।’ “ସେଥିରେ ସମସ୍ତେ କହିବେ, ‘ଆମେନ୍’।
17
“ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପ୍ରତିବାସୀର ଭୂମିର ଚିହ୍ନ ଘୁଞ୍ଚାଏ, ସେ ଅଭିଶପ୍ତ ହେଉ।’ “ସେଥିରେ ସମସ୍ତେ କହିବେ, ‘ଆମେନ୍।’
18
“ଲେବୀୟମାନେ କହିବେ, ‘ଯେଉଁ ଲୋକ ଅନ୍ଧକୁ ବାଟ ଭୂଲାଏ, ସେ ଲୋକ ଅଭିଶପ୍ତ ହେଉ।’ “ସେଥିରେ ସମସ୍ତେ କହିବେ, ‘ଆମେନ୍।’
19
“ଲେବୀୟମାନେ କହିବେ, ‘ଯେଉଁ ଲୋକ ବିଧବା, ବିଦେଶୀ, ଅନାଥଙ୍କର ନ୍ୟାୟ କରିବାରେ ବାଧା ଦିଏ ସେ ଅଭିଶପ୍ତ ହେଉ।’ “ସେଥିରେ ସମସ୍ତେ କହିବେ, ‘ଆମେନ୍।’
20
“ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପିତାଙ୍କ ଭାର୍ଯ୍ୟା ସହିତ ଶୟନ କରେ ସେ ଅଭିଶପ୍ତ ହେଉ। କାରଣ ସେ ଯାହା ତା’ର ପିତାର ସେ ତାକୁ ଅନାବରଣ କରିଥାଏ।” “ଏଥିରେ ସମସ୍ତେ କହିବେ, ‘ଆମେନ୍।’
21
“ଲେବୀୟମାନେ କହିବେ, ‘ଯେଉଁ ଲୋକର କୌଣସି ପଶୁ ସହିତ ଯୌନ ସମ୍ପର୍କ ଥାଏ, ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’
22
“ଲେବୀୟମାନେ କହିବେ, ‘ଯେଉଁମାନେ ସେମାନଙ୍କ ଭଉଣୀ ବା ପିତୃକନ୍ୟା ବା ମାତୃକନ୍ୟା ସହିତ ଯୌନ ସମ୍ପର୍କ ରଖେ ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ଆମେନ୍।’
23
“ଲେବୀୟମାନେ କହିବେ, ‘ଯେକେହି ଆପଣା ଶାଶୁ ସଙ୍ଗେ ଯୌନ ସମ୍ପର୍କ ରକ୍ଷାକରେ ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’
24
“ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପଡ଼ୋଶୀକୁ ଗୋପନରେ ହତ୍ୟା କରେ ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’
25
“ଲେବୀୟମାନେ କହିବେ, ‘ଯେଉଁ ଲୋକ ନିର୍ଦ୍ଧୋଷ ପ୍ରାଣୀକୁ ହତ୍ୟା କରିବାକୁ ଅର୍ଥ ନିଏ ସେ ଅଭିଶପ୍ତ ହେଉ?’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’
26
“ଲେବୀୟମାନେ କହିବେ, ‘ଯେଉଁ ଲୋକ ଏହି ବ୍ୟବସ୍ଥାର ପାଳନ କରେ ନାହିଁ କିମ୍ବା ଅନୁସରଣ କରେ ନାହିଁ, ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 28 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34