bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 21
Deuteronomy 21
Odia Bible ERV 2004 (ପବିତ୍ର ବାଇବଲ)
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 22 →
1
ଯଦି କୌଣସି ବ୍ୟକ୍ତି ମୃତ ଅବସ୍ଥାରେ ମିଳେ “ଧରାଯାଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭମାନଙ୍କ ଅଧିକାରାର୍ଥେ ସେହି ଦେଶରେ ଯେଉଁ କ୍ଷେତ ଦେଇଛନ୍ତି, ସେହି ଭୂମିର କ୍ଷେତ୍ର ମଧ୍ୟରେ ଯେବେ କୌଣସିଠାରେ ଏକ ମୃତ ଶରୀର ମିଳେ, ତାକୁ ହତ୍ୟା କରିଥିବା ଲୋକ ଯଦି ଜଣା ନ ପଡ଼େ।
2
ତେବେ ପ୍ରାଚୀନବର୍ଗ ଓ ବିଗ୍ଭରକର୍ତ୍ତାମାନେ ଯିବେ ଏବଂ ଶବର ଚତୁର୍ପାର୍ଶ୍ୱରେ ଥିବା ପ୍ରତ୍ୟେକ ନଗରକୁ ମାପିବେ।
3
ସେହି ମୃତ ଲୋକଠାରୁ ଯେଉଁ ନଗର ନିକଟବର୍ତ୍ତୀ ହେବ, ତା’ର ପ୍ରାଚୀନବର୍ଗ ଗୋଠରୁ ଏପରି ବାଛୁରି ନେବେ ଯାହା କେବେ କାମ କରି ନାହିଁ କିଅବା ଯୁଆଳି ଟାଣି ନାହିଁ।
4
ସେହି ନଗରର ପ୍ରାଚୀନବର୍ଗମାନେ ସେହି ବାଛୁରିକୁ ଏକ ଜଳ ଉପତ୍ୟକାକୁ ନେବେ ଯେଉଁଠାରେ ଜଳପ୍ଳାବିତ ହେଉଥିବ ଓ ସେହି ସ୍ଥାନ କେବେ ଗ୍ଭଷ କରାଯାଇ ନ ଥିବ କିଅବା କୌଣସି ବୃକ୍ଷ ସେଠାରେ ଲଗାଯାଇ ନ ଥିବ। ଏହା ପରେ ସେହି ଉପତ୍ୟକାରେ ଉକ୍ତ ବାଛୁରିଟିର ବେକକୁ ଭାଙ୍ଗି ଦେବେ।
5
ଏହା ପରେ ଲେବୀ ବଂଶଧର ଯାଜକମାନେ ତାହା ନିକଟକୁ ଆସିବେ କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବାର୍ଥେ ଓ ସଦାପ୍ରଭୁଙ୍କ ନାମରେ ଆଶୀର୍ବାଦ କରଣାର୍ଥେ ସେମାନଙ୍କୁ ମନୋନୀତ କରିଅଛନ୍ତି। ଏଣୁ ସେମାନଙ୍କ ବାକ୍ୟ ଅନୁସାରେ ପ୍ରତ୍ୟେକ ବିରୋଧରେ ଓ ଆଘାତରେ ବିଗ୍ଭର ହେବ।
6
ଏହା ପରେ ମୃତ ଲୋକର ବନ୍ଧୁବାନ୍ଧବ ଓ ସେହି ନଗରର ସମସ୍ତ ପ୍ରଚୀନବର୍ଗ, ଉପତ୍ୟକାରେ ସେହି ବାଛୁରି ଉପରେ ନିଜ ନିଜ ହସ୍ତ ପ୍ରକ୍ଷାଳନ କରିବେ।
7
ଏବଂ ସେମାନେ ଉତ୍ତର ଦେଇ କହିବେ, ‘ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରି ନାହିଁ। କିଅବା ଏହାକୁ କିଏ ହତ୍ୟା କରିଛି ଆମ୍ଭେ ଏହା ଦେଖି ନାହୁଁ।
8
ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇସ୍ରାଏଲର ଲୋକମାନଙ୍କୁ ମୁକ୍ତ କରିଅଛ, ସେମାନଙ୍କୁ କ୍ଷମା କର। ଆପଣା ଇସ୍ରାଏଲ ଲୋକ ମଧ୍ୟରେ ନିରପରାଧର ରକ୍ତପାତ ଦୋଷ ରହିବାକୁ ଦିଅ ନାହିଁ।’ ତହିଁରେ ସେମାନଙ୍କ ପ୍ରତି ସେହି ରକ୍ତପାତ ଦୋଷ କ୍ଷମା ହେବ।
9
ତୁମ୍ଭମାନଙ୍କ ମଧ୍ୟରୁ ନିରୀହମାନଙ୍କର ହତ୍ୟା ଜନିତ ପାପ ମୋଚନର ଏହା ହିଁ ପଥ। କାରଣ ତୁମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କାର୍ଯ୍ୟ କରିବା ଉଚିତ୍।
10
ଯୁଦ୍ଧରେ ବନ୍ଦୀ ହୋଇଥିବା ନାରୀ “ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଗଲେ ଯଦି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରନ୍ତି ଓ ତୁମ୍ଭେମାନେ ସେମାନଙ୍କୁ ବନ୍ଦୀକରି ଘେନିଯାଅ।
11
ସେହି ବନ୍ଦୀମାନଙ୍କ ମଧ୍ୟରେ କୌଣସି ସୁନ୍ଦରୀ ସ୍ତ୍ରୀ ଦେଖି ତାହା ପ୍ରତି ପ୍ରେମାସକ୍ତ ହେଲେ ଯେବେ ତାହାକୁ ବିବାହ କରିବାକୁ ଇଚ୍ଛା କର,
12
ତେବେ ତୁମ୍ଭେ ତାହାକୁ ଆପଣା ଗୃହକୁ ଆଣିବ ପୁଣି ସେ ଆପଣା ମସ୍ତକ ମଣ୍ତନ କରି ନଖ କାଟିବ।
13
ଆଉ ତା’ପରେ ସେ ବନ୍ଦୀଥିବା ଅବସ୍ଥାରେ ପିନ୍ଧିଥିବା ବସ୍ତ୍ର ତ୍ୟାଗ କରି ତୁମ୍ଭ ଗୃହରେ ବାସ କରିବ ଓ ନିଜର ପିତା ଓ ମାତାଙ୍କ ପାଇଁ ଏକ ମାସ ବିଳାପ କରିବ। ଏହା ପରେ ତୁମ୍ଭେ ତା’ ସହିତ ମିଳାମିଶା ସହବାସ କରିବ ଓ ତା’ର ସ୍ୱାମୀ ହେବ ଏବଂ ସେ ତୁମ୍ଭର ସ୍ତ୍ରୀ ହେବ।
14
ଯେବେ ତାହା ଉପରେ ତୁମ୍ଭେ ସନ୍ତୁଷ୍ଟ ନୁହଁ, ତେବେ ତୁମ୍ଭେ ତାକୁ ଛାଡ଼ପତ୍ର ଦେବ ଏବଂ ତା’ର ଇଚ୍ଛା ଅନୁସାରେ ତାକୁ ଯିବାକୁ ଦେବ। ମାତ୍ର ଟଙ୍କା ବିନିମୟରେ ତାକୁ କାହାକୁ ବିକିବ ନାହିଁ। ତୁମ୍ଭେ ତା’ ପ୍ରତି ଦାସୀ ପରି ବ୍ୟବହାର କରିବ ନାହିଁ। କାରଣ ତୁମ୍ଭେ ତାହା ସହିତ ସହବାସ କରିଛ।
15
ଜ୍ୟେଷ୍ଠ ସନ୍ତାନ “ଯଦି କୌଣସି ଲୋକର ଦୁଇଟି ସ୍ତ୍ରୀ ଥାଏ, ସେ ଜଣକୁ ଅନ୍ୟ ଜଣ ଅପେକ୍ଷା ଅଧିକ ଭଲ ପାଉଥାଏ, ଏବଂ ଯଦି ସେହି ଦୁଇଜଣ ଯାକ ତୁମ୍ଭର ପୁତ୍ର ସନ୍ତାନ ପ୍ରସବ କରନ୍ତି। ଯଦି ପ୍ରଥମ ପୁତ୍ରକୁ ତୁମ୍ଭେ ଭଲ ପାଉ ନ ଥିବା ସ୍ତ୍ରୀ ଜନ୍ମ ଦେଇଥାଏ।
16
ଯେତେବେଳେ ସେହି ଲୋକ ତା’ର ସମ୍ପତ୍ତି ବାଣ୍ଟିବ ତା’ର ପିଲାମାନଙ୍କ ମଧ୍ୟରେ ଜ୍ୟେଷ୍ଠତାର ଅଧିକାର ସେ ପ୍ରିୟର ପୁତ୍ରକୁ ଦେଇ ପାରିବ ନାହିଁ।
17
ମାତ୍ର ସେ ଅପ୍ରିୟର ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବଶ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ। କାରଣ ସେ ତା’ର ଶକ୍ତିର ପ୍ରଥମଜାତ ସନ୍ତାନ ଓ ଜ୍ୟେଷ୍ଠ ଅଧିକାର ତା’ର ଅଟେ।
18
ଯେଉଁ ସନ୍ତାନମାନେ ମାନିବାକୁ ବାରଣ କରନ୍ତି “ଯେବେ କାହାର ପୁତ୍ର ଅବାଧ୍ୟ ଓ ପିତାମାତାଙ୍କ କଥା ପାଳନ ନ କରେ, ପିତାମାତାଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରେ। ସେମାନଙ୍କ ତାଗିଦ୍ସତ୍ତ୍ୱେ ସେ ତାହା ପ୍ରତି କର୍ଣ୍ଣପାତ ମଧ୍ୟ କରେ ନାହିଁ।
19
ତେବେ ତାହାର ପିତାମାତା ତାହାକୁ ଧରି ନଗରସ୍ଥ ଫାଟକ ନିକଟରେ ଥିବା ପ୍ରାଚୀନବର୍ଗଙ୍କ ନିକଟକୁ ନେବା ଉଚିତ୍।
20
ସେମାନେ ନଗରର ପ୍ରାଚୀନବର୍ଗମାନଙ୍କୁ କହନ୍ତୁ, ‘ଆମ୍ଭ ପୁତ୍ର ଅବାଧ୍ୟ ଓ ଆଦେଶ ପାଳନ ପାଇଁ ଅବଜ୍ଞା କରୁଛି। ସେ ଅତ୍ୟଧିକ ଖାଦ୍ୟ ଓ ପ୍ରଚୁର ଦ୍ରାକ୍ଷାରସ ପାନ କରୁଛି।’
21
ତା’ପରେ ନଗରର ବ୍ୟକ୍ତିମାନେ ତାକୁ ପଥର ଫିଙ୍ଗି ହତ୍ୟା କରିବା ଉଚିତ୍। ଏହିପରି ଭାବରେ ତୁମ୍ଭେ ଆପଣା ଭିତରୁ ମନ୍ଦ ଦୂର କରିବା ଉଚିତ୍। ଇସ୍ରାଏଲର ଲୋକମାନେ ଏହା ଶୁଣି ଭୟଭୀତ ହେବେ।
22
ଅପରାଧୀମାନଙ୍କୁ ହତ୍ୟାକରି ଗଛରେ ଟଙ୍ଗାଇ ଦିଆଯାଏ “ଯଦି କୌଣସି ବ୍ୟକ୍ତି କୌଣସି ଦୋଷ କରେ ଯାହାକି ମୃତ୍ୟୁଦଣ୍ତ ଯୋଗ୍ୟ ହୁଏ, ତାକୁ ହତ୍ୟା କରାଯିବା ଉଚିତ୍” ଏବଂ ତା’ର ଶରୀରକୁ ଗୋଟିଏ ଗଛରେ ଝୁଲାଇ ଦେବା ଉଚିତ୍।
23
କିନ୍ତୁ ତା’ର ମୃତ ଶରୀରକୁ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନୁହଁ। ତା’ର ମୃତ ଶରୀରକୁ ସେହି ଏକା ଦିନରେ କବର ଦିଆଯିବା ଉଚିତ୍। କାରଣ, କେହି ବ୍ୟକ୍ତି ଗଛରେ ଝୁଲା ହୋଇ ରହିଲେ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଗ୍ରସ୍ତ ହୁଏ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଭୂମି ଦେଇଛନ୍ତି ତୁମ୍ଭେ ତାହାକୁ ଅଶୁଚି କର ନାହିଁ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34