bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 32
Deuteronomy 32
Odia Bible ERV 2004 (ପବିତ୍ର ବାଇବଲ)
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 33 →
1
“ହେ ଆକାଶମଣ୍ତଳ ଶୁଣ, ମୁଁ କହିବି, ପୃଥିବୀ ମୋର ବାକ୍ୟ ଶୁଣ।
2
ମୋର ଉପଦେଶ ବର୍ଷା ପରି ବର୍ଷିବ। ମୋର ବାଣୀ ଶିଶିର ପରି କ୍ଷରିବ। ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତୁଲ୍ୟ ଓ ଶାକ ଉପରେ ଅସରା ବୃଷ୍ଟି ତୁଲ୍ୟ ହେବ।
3
ମୁଁ ସଦାପ୍ରଭୁଙ୍କ ନାମ ପ୍ରଗ୍ଭର କରିବି, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର।
4
“ସେତ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ୱସ୍ତ ଓ ନ୍ୟାୟବାନ୍ ପରମେଶ୍ୱର। ସେ ଉତ୍ତମ ଓ ସତ୍ୟ।
5
ସେମାନେ ତାଙ୍କ ଉଦ୍ଦେଶ୍ୟରେ ଭ୍ରଷ୍ଟାଚରଣ କରିଅଛନ୍ତି। ସେମାନେ ତାଙ୍କର ସନ୍ତାନ ନୁହନ୍ତି। ମାତ୍ର ସନ୍ତାନମାନଙ୍କର କଳଙ୍କ, ସେମାନେ ବିପଥଗାମୀ ଓ କୁଟିଳ ବଂଶ।
6
ହେ ମୂର୍ଖ ଓ ଅଜ୍ଞାନ ଲୋକେ, ତୁମ୍ଭେମାନେ କି ସଦାପ୍ରଭୁଙ୍କୁ ଏପରି ପରିଶୋଧ କରୁଅଛ? ସେ କି ତୁମ୍ଭର ପିତା ଏବଂ ସୃଷ୍ଟିକର୍ତ୍ତା ନୁହନ୍ତି, ସେ କି ତୁମ୍ଭର ସୃଷ୍ଟିକର୍ତ୍ତା, ନୁହନ୍ତି, ଯିଏ ତୁମ୍ଭଙ୍କୁ ସ୍ଥାପିତ କରିଛନ୍ତି।
7
“ପୂର୍ବକାଳର ଦିନସବୁ ସ୍ମରଣ କର, ଗତ ବହୁ ପୁରୁଷର ବର୍ଷ ବିବେଚନା କର। ତୁମ୍ଭ ପିତାଙ୍କୁ ପଗ୍ଭର, ସେ ତୁମ୍ଭକୁ ଜଣାଇବେ। ତୁମ୍ଭର ପ୍ରୀଚୀନମାନଙ୍କୁ ପଗ୍ଭର, ସେମାନେ ତୁମ୍ଭକୁ କହିବେ।
8
ସର୍ବୋପରିସ୍ଥ ପରମେଶ୍ୱର ଯେତେବେଳେ ଗୋଷ୍ଠୀୟ ଲୋକମାନଙ୍କୁ ସେମାନଙ୍କ ଅଧିକାର ଦେଲେ, ଯେତେବେଳେ ସେ ମନୁଷ୍ୟ ସନ୍ତାନମାନଙ୍କୁ ପୃଥକ କଲେ। ସେତେବେଳେ ସେ ଇସ୍ରାଏଲର ସଂଖ୍ୟା ଅନୁସାରେ ସୀମା ସ୍ଥାପନ କଲେ।
9
ସଦାପ୍ରଭୁଙ୍କ ଅଂଶ ତାଙ୍କରି ଲୋକ, ଯାକୁବ ତାଙ୍କର ଅଧିକାରର ବାଣ୍ଟ।
10
“ସଦାପ୍ରଭୁ ଯାକୁବଙ୍କୁ ପ୍ରାନ୍ତର ଦେଶରେ ଓ ପଶୁ ବୋବାଳି ପୂର୍ଣ୍ଣ ଘୋର ମରୁଭୂମିରୁ ପାଇଲେ, ସେ ତାହାଙ୍କୁ ଗ୍ଭରିଆଡ଼କୁ ଘେରି ରଖିଲେ। ସେ ତାହାଙ୍କୁ ସୁରକ୍ଷା ଦେଲେ, ଠିକ୍ ତାଙ୍କର ମୂଲ୍ୟବାନ୍ ସମ୍ପତ୍ତି ପରି।
11
ସଦାପ୍ରଭୁ ହେଉଛନ୍ତି ଇସ୍ରାଏଲର ଉତ୍କ୍ରୋଶପକ୍ଷୀ ପରି। ଉତ୍କ୍ରୋଶପକ୍ଷୀ ତା’ର ଛୁଆମାନଙ୍କୁ ବସାରୁ ପେଲି ଦିଏ ସେମାନଙ୍କୁ ଉଡ଼ି ଶିଖିବା ପାଇଁ, ସେମାନେ ଯେତେବେଳେ ପଡ଼ିଯା’ନ୍ତି ସେ ତା’ର ଡେଣା ମେଲାକରି ଉଡ଼ିଯାଏ ତାକୁ ଧରିବା ପାଇଁ। ଏବଂ ତା’ର ନିରାପତ୍ତା ପାଇଁ ସେ ତା’ର ଡେଣା ମଧ୍ୟକୁ ଟାଣିନିଏ। ସଦାପ୍ରଭୁ ହେଉଛନ୍ତି ସେହିପରି।
12
ସଦାପ୍ରଭୁ ଏକାକୀ ଯାକୁବକୁ ଗମନ କରାଇଲେ। ତାଙ୍କ ସହିତ କୌଣସି ବିଦେଶୀ ଦେବଗଣ ନ ଥିଲେ।
13
ସଦାପ୍ରଭୁ ପୃଥିବୀର ଉଚ୍ଚସ୍ଥଳୀ ଉପରେ ଯାକୁବଙ୍କୁ ବାହନ ଆହୋରଣ କରାଇଲେ। ଯାକୁବ କ୍ଷେତ୍ରରୁ ଫସଲ ଖାଇଗଲେ। ସଦାପ୍ରଭୁ ପାଷାଣରୁ ମଧୁ ଝରାଇ ଦେଲେ ଏବଂ କଠିନ ଶୀଳାରୁ ଯାକୁବଙ୍କୁ ତୈଳ ଦେଲେ।
14
ସଦାପ୍ରଭୁ ଇସ୍ରାଏଲ ଗୋଦଧି ଓ ଛାଗଦୁଗ୍ଧ ଦେବା ସହିତ ମେଷ ମେଦ, ବାଶନଦେଶୀୟ ମେଷ ଓ ଛାଗର ମାଂସ ସହିତ ଉତ୍ତମ ଗହମର ଅଟା ଓ ଦ୍ରାକ୍ଷାର ରକ୍ତବର୍ଣ୍ଣ ରସ ଦେଲେ।
15
“କିନ୍ତୁ ଯିଶୁରୁଣ ହୃଷ୍ଟପୁଷ୍ଟ ହେଲା ଓ ପଦାଘାତ କଲା। ତୁମ୍ଭକୁ ଭଲ ଭାବରେ ଖୁଆଇଲେ ଏବଂ ତୁମ୍ଭେ ମୋଟା ହୋଇଅଛ। ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ୟାଗ କଲା। ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ଯିଏ କି ତାଙ୍କୁ ରକ୍ଷା କଲେ।
16
ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଈର୍ଷା କଲେ। ସେମାନେ ଅନ୍ୟ ଦେବଗଣଙ୍କର ପୂଜା କଲେ। ସେମାନେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧ କଲେ।
17
ସେମାନେ ବଳିଦାନ କଲେ ସେହିମାନଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ବାସ୍ତବରେ ଦେବତା ନୁହନ୍ତି। ଯେଉଁମାନେ ନୂତନ ଦେବଗଣ ଥିଲେ, ସେମାନେ ତାଙ୍କୁ ଜାଣି ନ ଥିଲେ। ସେହି ନୂତନ ଦେବଗଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ୟ ଜାଣି ନ ଥିଲେ।
18
ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସେମାନଙ୍କୁ ତ୍ୟାଗ କଲ। ଯେଉଁ ପରମେଶ୍ୱର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କୁ ପାସୋରି ଅଛ।
19
“ସଦାପ୍ରଭୁ ତାହା ଦେଖିଲେ, ଏବଂ ସେ ସେମାନଙ୍କୁ ପ୍ରତ୍ୟାଖାନ କଲେ, କାରଣ ତା’ର ପୁତ୍ରକନ୍ୟାଗଣ ତାଙ୍କୁ ବିରକ୍ତି କଲେ।
20
ତେଣୁ ସଦାପ୍ରଭୁ କହିଲେ, ‘ଆମ୍ଭେ ତାଙ୍କଠାରୁ ଦୂର ହେବା, ତା’ପରେ ଦେଖିବା ତାଙ୍କର କ’ଣ ହେଉଛି। ସେମାନେ ବିଦ୍ରୋହୀ ଲୋକ ସେମାନେ ଏପରି ସନ୍ତାନ ଯେଉଁମାନଙ୍କର କିଛି ବିଶ୍ୱସ୍ତତା ନାହିଁ
21
ଯେଉଁମାନେ ଦେବତା ନୁହନ୍ତି ସେମାନଙ୍କ ସହିତ ମୋତେ ଈର୍ଷା ପରାୟଣ କଲେ। ସେମାନେ ସେମାନଙ୍କର ଅସାରତା ଦ୍ୱାରା ମୋତେ ବିରକ୍ତ କଲେ। ସେଥିପାଇଁ ମୁଁ ଇସ୍ରାଏଲକୁ ଈର୍ଷାନ୍ୱିତ କରାଇବି ସେହିମାନଙ୍କ ମାଧ୍ୟମରେ ଯେଉଁମାନେ ପ୍ରକୃତ ଜାତି ନୁହନ୍ତି। ମୁଁ ସେମାନଙ୍କୁ ମୂର୍ଖ ଗୋଷ୍ଠୀ ଦ୍ୱାରା ବିରକ୍ତ କରାଇବି।
22
ମୋ’ କ୍ରୋଧରେ ଅଗ୍ନି ପ୍ରଜ୍ୱଳିତ ହେବ, ଯାହା ପାତାଳ ପର୍ଯ୍ୟନ୍ତ ଜଳୁଛି। ଏହା ପୃଥିବୀର ସମସ୍ତ ଦେଶକୁ ଓ ସମସ୍ତ ଉତ୍ପନ୍ନ ବସ୍ତୁକୁ ଗ୍ରାସ କରିବ। ଏହା ପର୍ବତର ମୂଳଦୁଆକୁ ମଧ୍ୟ ପୋଡ଼ି ପକାଇବ।
23
“‘ଆମ୍ଭେ ଇସ୍ରାଏଲୀୟମାନଙ୍କ ଉପରେ ଅମଙ୍ଗଳ ଦେବା। ଆମ୍ଭେ ଆପଣା ବାଣସବୁ ସେମାନଙ୍କ ଉପରେ ବ୍ୟୟ କରିବା।
24
ସେମାନେ ଭୋକ ଯୋଗୁଁ କ୍ଷୀଣ ହେବେ। ସେମାନେ ବ୍ୟାଧିର ଜ୍ୱଳାରେ ଓ ବିଷାକ୍ତ ମହାମାରୀରେ ଗ୍ରାସିତ ହେବେ। ମୁଁ ସେମାନଙ୍କ ବିରୁଦ୍ଧରେ ସେମାନଙ୍କୁ ଦଂଶନ କରିବା ପାଇଁ ବନ୍ୟଜନ୍ତୁମାନଙ୍କୁ, ଏବଂ ଧୂଳିରେ ଗୁରୁଣ୍ଡୁଥିବା ବିଷାକ୍ତ ପୋକଜୋକ ପଠାଇବି।
25
ରାସ୍ତାରେ ସୈନ୍ୟମାନେ ସେମାନଙ୍କୁ ହତ୍ୟା କରିବେ। ସେମାନଙ୍କ ଗୃହରେ ଭୟଙ୍କର କାର୍ଯ୍ୟମାନ ହେବ। ସୈନ୍ୟମାନେ ଯୁବକ ଓ ଯୁବତୀମାନଙ୍କୁ ହତ୍ୟା କରିବେ। ସେମାନେ ବୁଢ଼ା ଓ ପିଲାମାନଙ୍କୁ ହତ୍ୟା କରିବେ।
26
“‘ଆମ୍ଭେ ଚିନ୍ତା କଲୁ ଇସ୍ରାଏଲୀୟମାନଙ୍କୁ ଧ୍ୱଂସ କରିବା ପାଇଁ। ତେଣୁ ଲୋକମାନେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଭୁଲିଯିବେ।
27
କିନ୍ତୁ ଆମ୍ଭେ ଜାଣୁ ତାଙ୍କର ଶତ୍ରୁମାନେ କ’ଣ କହିବେ। ଶତ୍ରୁମାନେ ବୁଝି ପାରୁ ନ ଥିବେ। ସେମାନେ ଏପରି କହି ପାରନ୍ତି, “ସଦାପ୍ରଭୁ ଇସ୍ରାଏଲକୁ ଧ୍ୱଂସ କରି ନାହାନ୍ତି। ଆମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ଜିତିଛୁ।’”
28
“ଇସ୍ରାଏଲର ଲୋକମାନେ ଯୁକ୍ତିହୀନ। ସେମାନେ ବୁଝିପାରନ୍ତି ନାହିଁ।
29
ଯଦି ସେମାନେ ବୁଦ୍ଧିଆ ହୁଅନ୍ତେ, ସେମାନେ ବୁଝିପାରନ୍ତେ, ସେମାନେ ଜାଣିପାରନ୍ତେ କ’ଣ ଘଟିବାକୁ ଯାଉଛି ସେମାନଙ୍କ ପାଇଁ।
30
ଜଣେ ଲୋକ କ’ଣ ହଜାରେ ଲୋକଙ୍କୁ ଗୋଡ଼ାଇ ପାରିବ? ଦୁଇଜଣ ଲୋକ କ’ଣ ଦଶହଜାର ଲୋକଙ୍କୁ ଘଉଡ଼ାଇ ଦେଇ ପାରିବେ? ତାହା ଘଟିବ କେବଳ ଯଦି ସଦାପ୍ରଭୁ ସେମାନଙ୍କୁ ତାଙ୍କର ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରନ୍ତି।
31
ସେମାନଙ୍କର ‘ଶୈଳ’ ଆମ୍ଭମାନଙ୍କର ଦେବତାମାନଙ୍କ ତୁଲ୍ୟ ନୁହଁ। ଏବଂ ଆମ୍ଭର ଶତ୍ରୁମାନେ ଆମ୍ଭର ବିଗ୍ଭରକ।
32
ଏପରିକି ଆମ୍ଭର ଶତ୍ରୁଗଣ ତାହା ଜାଣନ୍ତି। ସେମାନଙ୍କର ଦ୍ରାକ୍ଷାକ୍ଷେତ୍ର ସଦୋମ ଏବଂ ଗମୋରର ଦ୍ରାକ୍ଷା ତୁଲ୍ୟ। ସେମାନଙ୍କର ଦ୍ରାକ୍ଷାଫଳ ବିଷାକ୍ତ। ସେମାନଙ୍କର ଦ୍ରାକ୍ଷାଗୁଚ୍ଛସବୁ ତିକ୍ତ।
33
ସେମାନଙ୍କର ଦ୍ରାକ୍ଷାରସ ସର୍ପ ବିଷ ତୁଲ୍ୟ ବିଷମୟ ଅଟେ।
34
“ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ଏହାକୁ ସଞ୍ଚିତ ରଖିଛୁ। ଆମ୍ଭେ ଏହାକୁ କ’ଣ ଭଣ୍ତାରରେ ସାଇତି ରଖି ନାହୁଁ।
35
ମୁଁ ପ୍ରତିଶୋଧ ନେବି। ମୁଁ ସେମାନଙ୍କର ପ୍ରାପ୍ୟ ଦେବି। ସେମାନଙ୍କର ପାଦ ଖସିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବି। ସେମାନଙ୍କର ଅସୁବିଧାର ସମୟ ନିକଟ ହୋଇ ଆସୁଛି।’
36
“ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ। କାରଣ ସେମାନେ ତାଙ୍କର ଦାସ। ସଦାପ୍ରଭୁ ସେମାନଙ୍କୁ ବିନାଶ କରିବା ବିଷୟରେ ନିଜ ମନ ପରିବର୍ତ୍ତନ କରିବେ। କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିଯାଇଛି ଏବଂ ସେମାନେ କିଛି ନୁହଁ, କେବଳ ଆତ୍ମରକ୍ଷାହୀନ ଓ ଭୀତସ୍ରତ।
37
ଏହା ପରେ ସଦାପ୍ରଭୁ ପୁଣି କହିବେ, ‘ସେମାନଙ୍କର ଦେବତାମାନେ କାହାନ୍ତି? ଯେଉଁ “ଶୈଳ”ରେ ସେମାନେ ଆଶ୍ରୟ ନେଲେ ସେ କାହିଁ।
38
ସେମାନଙ୍କର ଭଣ୍ତ ଦେବତା, ଯେଉଁମାନେ ବଳି ମେଦ ଭୋଜନ କଲେ ଏବଂ ଯେଉଁମାନେ ପେୟନୈବେଦ୍ୟର ଦ୍ରାକ୍ଷାରସ ପାନ କଲେ, ସେମାନେ କାହାନ୍ତି? ସେମାନେ ଆସି ସେମାନଙ୍କ ସାହାଯ୍ୟ କରନ୍ତୁ। ସେମାନେ ସେମାନଙ୍କୁ ସୁରକ୍ଷା ଦିଅନ୍ତୁ।
39
“‘ଏବେ ଦେଖ ଆମ୍ଭେ କେବଳ ପରମେଶ୍ୱର ଅଟୁ। ଆଉ କୌଣସି ଅନ୍ୟ ଦେବତା ନାହିଁ। ଆମ୍ଭେ ମରଣ ଦେଉ, ଆମ୍ଭେ ଜୀବନ ଦାନ କରୁ। ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରୁ। କୌଣସି ବ୍ୟକ୍ତି ଆମ୍ଭ ଶକ୍ତିଠାରୁ ରକ୍ଷା କରି ପାରିବ ନାହିଁ
40
ଆମ୍ଭେ ଆକାଶ ଆଡ଼େ ହାତ ଉଠାଇ କହୁ, ଏହି ପ୍ରତିଜ୍ଞା କରୁ। ଆମ୍ଭେ ଯେ ଅନନ୍ତ ଜୀବି ଅଟୁ।
41
ଆମ୍ଭେ ଆପଣା ବଜ୍ରତୁଲ୍ୟ ଖଡ଼୍ଗରେ ଶାଣ ଦେଲେ, ବିଗ୍ଭର ସାଧନ କରିବା ପାଇଁ ହସ୍ତକ୍ଷେପ କଲେ, ଆମ୍ଭେ ଆପଣା ବିପକ୍ଷଗଣ ବିରୁଦ୍ଧରେ ପରିଶୋଧ ନେବା। ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି ସେମାନଙ୍କର ଦୋଷ ଅନୁଯାୟୀ ଦଣ୍ତ ଦେବା।
42
ମୋର ବାଣମାନ ତାଙ୍କ ରକ୍ତରେ ମାତାଲ ହେବ ଏବଂ ମୋ’ ଖଡ଼୍ଗ ମୋର ଶତ୍ରୁମାନଙ୍କର ମାଂସକୁ ଗ୍ରାସ କରିବ, ସେମାନଙ୍କର ରକ୍ତ ରଂଜିତ ଶରୀରରୁ କେଶପୂର୍ଣ୍ଣ ମୁଣ୍ଡ ପର୍ଯ୍ୟନ୍ତ।’
43
“ହେ ଜାତିଗଣ, ତାଙ୍କର ଲୋକମାନଙ୍କ ପାଇଁ ଗାନ କର। କାରଣ ସେ ଆପଣା ଦାସମାନଙ୍କର ରକ୍ତପାତର ପ୍ରତିଶୋଧ ନେବେ। ସେ ଆପଣା ବିପକ୍ଷଗଣଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବେ। ପୁଣି ସେ ଆପଣା ଦେଶ ଓ ଆପଣା ଲୋକମାନଙ୍କ ନିମନ୍ତେ ପ୍ରତିଶୋଧ ନେବେ ଏବଂ ତାଙ୍କର ଦେଶ ନିମନ୍ତେ ସେ ପ୍ରାୟଶ୍ଚିତ କରିବେ।”
44
ମୋଶା ତାଙ୍କର ସଂଗୀତଗୁଡ଼ିକ ଲୋକମାନଙ୍କୁ ଶିକ୍ଷା ଦେଲେ ମୋଶା ଏବଂ ନୂନର ପୁତ୍ର ଯିହୋଶୂୟ ଇସ୍ରାଏଲ ଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ।
45
ମୋଶା ତାଙ୍କର ସମସ୍ତ ଲୋକମାନଙ୍କୁ ଶିକ୍ଷା ଦେଇସାରିବା ପରେ,
46
ସେ ସେମାନଙ୍କୁ କହିଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁସବୁ କଥା କହିଲି, ତୁମ୍ଭେମାନେ ସେଥିପ୍ରତି ଧ୍ୟାନ ଦିଅ। ଏବଂ ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଏହା ଶିକ୍ଷା ଦେଇ ସେହି ବିଧି ଅନୁସାରେ ଚଳିବାକୁ ନିର୍ଦ୍ଦେଶ ଦିଅ।
47
କେବେବି ଏପରି ଭାବ ନାହିଁ ଯେ, ଏହିସବୁ କଥା ମୂଲ୍ୟହୀନ ବୋଲି। ସେଥିରେ ତୁମ୍ଭର ଜୀବନ ନିହିତ ଅଛି। ଏହି ଶିକ୍ଷା ଅନୁସରଣ କରି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥ ଯେଉଁ ଦେଶକୁ ଅଧିକାର କରିବାକୁ ଯାଉଅଛ, ସେଠାରେ ଦୀର୍ଘ ଜୀବନ ଲାଭ କରିବ।”
48
ମୋଶା ନବୋ ପର୍ବତ ଉପରକୁ ଗଲେ ସେହି ଦିନ ମୋଶାଙ୍କୁ ସଦାପ୍ରଭୁ କହିଲେ,
49
“ତୁମ୍ଭେ ଅବାରୀମ ପର୍ବତ ଉପରକୁ ଯାଅ। ଯିରୀହୋ ସମ୍ମୁଖସ୍ଥ ମୋୟାବ ଦେଶସ୍ଥ ନବୋ ପର୍ବତ ଉପରକୁ ଯାଅ। ଏହା ପରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଦେବାକୁ ଥିବା ଦେଶ ତୁମ୍ଭେ ଦେଖି ପାରିବ।
50
ତୁମ୍ଭର ଭାଇ ହାରୋଣ ଯେପରି ହୋର ପର୍ବତ ଉପରେ ମରି ଆପଣା ଲୋକମାନଙ୍କ ନିକଟକୁ ଗଲା, ଠିକ୍ ସେହିପରି ତୁମ୍ଭେ ସେଠାରେ ପର୍ବତର ଶିର୍ଷ ଦେଶରେ ମୃତ୍ୟୁବରଣ କରିବ ଓ ତୁମ୍ଭେ ତୁମ୍ଭର ସ୍ୱର୍ଗସ୍ଥ ଲୋକମାନଙ୍କ ନିକଟକୁ ଗ୍ଭଲିଯିବ।
51
କାରଣ ତୁମ୍ଭେମାନେ ଉଭୟେ ସେଠାରେ ମୋ’ ବିରୁଦ୍ଧରେ ପାପ କରି ଥିଲ। ସିନ୍ ପ୍ରାନ୍ତରରେ କାଦେଶସ୍ଥ ମିରୀବାଃ ଜଳ ନିକଟରେ ଥିଲ। ସେଠାରେ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ସମ୍ମୁଖରେ ମୋ’ ବିରୁଦ୍ଧରେ ପାପ କରିଥିଲ। ମୁଁ ପବିତ୍ର ବୋଲି ତୁମ୍ଭେ ମୋତେ ସମ୍ମାନ କରି ନ ଥିଲ।
52
ତେଣୁ ବର୍ତ୍ତମାନ ତୁମ୍ଭେ ଦେଖି ପାରିବ ସେହି ଦେଶ, ଯାହା ଆମ୍ଭେ ଇସ୍ରାଏଲ ଲୋକମାନଙ୍କୁ ଦେବାକୁ ଯାଉଅଛୁ। କିନ୍ତୁ ତୁମ୍ଭେ ସେଠାକୁ ଯାଇପାରିବ ନାହିଁ।”
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 33 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34