bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 31
Deuteronomy 31
Odia Bible ERV 2004 (ପବିତ୍ର ବାଇବଲ)
← Chapter 30
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 32 →
1
ଯିହୋଶୂୟ ତୁମ୍ଭମାନଙ୍କର ନୂତନ ନେତା ହେବେ ଏହା ପରେ ମୋଶା ଯାଇ ଏହିକଥା ସମସ୍ତ ଇସ୍ରାଏଲୀୟଙ୍କୁ କହିଲେ।
2
ମୋଶା ଇସ୍ରାଏଲକୁ କହିଲେ, “ମୋତେ 120 ବର୍ଷ ହେଲାଣି। ମୁଁ ଆଉ ତୁମ୍ଭମାନଙ୍କୁ ଆଗେଇ ନେଇ ପାରିବି ନାହିଁ। ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ଯର୍ଦ୍ଦନ ପାର ହୋଇଯିବ ନାହିଁ।’
3
କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ସେହି ଦେଶକୁ ଆଗେଇ ନେବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ସେମାନଙ୍କୁ ଧ୍ୱଂସ କରିବେ। ତୁମ୍ଭେମାନେ ସେମାନଙ୍କଠାରୁ ତାଙ୍କର ଦେଶ ଛଡ଼ାଇ ଆଣିବ। କିନ୍ତୁ ସଦାପ୍ରଭୁ କହିଲେ, ଯିହୋଶୂୟ ତୁମ୍ଭମାନଙ୍କୁ ଆଗେଇ ନେବେ।
4
“ସଦାପ୍ରଭୁ ଇମୋରୀୟ ରାଜା ସୀହୋନ ଓ ଓଗ୍କୁ ସେମାନଙ୍କର ଦେଶକୁ ବିନାଶ କଲାପରି, ସେ ସେମାନଙ୍କୁ ବିନାଶ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ପୁନ୍ନରାୟ ସେହିପରି କହିବେ।
5
ଅନ୍ୟ ଦେଶୀୟମାନଙ୍କୁ ପରାସ୍ତ କରିବା ପାଇଁ ସଦାପ୍ରଭୁ ତୁମ୍ଭର ସହାୟକ ହେବେ। କିନ୍ତୁ ମୁଁ ତୁମ୍ଭକୁ ଯାହାସବୁ କହିଛି ତୁମ୍ଭେ ସେଗୁଡ଼ିକ ନିଶ୍ଚୟ କରିବ।
6
ତୁମ୍ଭେ ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେମାନେ ସେହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ସହିତ ଅଛନ୍ତି। ସେ ତୁମ୍ଭକୁ ଅକୃତକାର୍ଯ୍ୟ କରିବେ ନାହିଁ କିଅବା ଛାଡ଼ିବେ ନାହିଁ।”
7
ଏହା ପରେ ମୋଶା ଯିହୋଶୂୟଙ୍କୁ ଡାକିଲେ। ସମସ୍ତ ଇସ୍ରାଏଲୀୟମାନଙ୍କ ସମ୍ମୁଖରେ ମୋଶା ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଏହି ଲୋକମାନଙ୍କୁ ସେହି ଦେଶକୁ ଆଗେଇ ନେବ ଯେଉଁ ଦେଶ ଦେବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ପୂର୍ବପୁରୁଷମାନଙ୍କ ସହିତ ଚୁକ୍ତି କରିଥିଲେ। ସେହି ଦେଶ ତୁମ୍ଭମାନଙ୍କ ଅଧିକାର କରିବା ପାଇଁ ତୁମ୍ଭେ ଇସ୍ରାଏଲୀୟ ଲୋକମାନଙ୍କୁ ସାହାଯ୍ୟ କରିବ।
8
ସଦାପ୍ରଭୁ ତୁମ୍ଭମାନଙ୍କୁ ଆଗେଇ ନେବେ। ସେ ସ୍ୱୟଂ ତୁମ୍ଭମାନଙ୍କ ସହିତ ରହିବେ। ସେ ତୁମ୍ଭକୁ ବିପଦରେ ପକାଇବେ ନାହିଁ କି ତ୍ୟାଗ କରିବେ ନାହିଁ। ହତାଶ ହୁଅ ନାହିଁ, ଭୟ କର ନାହିଁ।”
9
ମୋଶା ବ୍ୟବସ୍ଥା ଲେଖିଲେ ଏହା ପରେ ମୋଶା ବ୍ୟବସ୍ଥା ଲେଖି ଲେବୀ ବଂଶୀୟ ଯାଜକମାନଙ୍କୁ ଦେଲେ। ଯେଉଁମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ବାହକ ଥିଲେ। ମୋଶା ଇସ୍ରାଏଲ ପ୍ରାଚୀନବର୍ଗମାନଙ୍କୁ ମଧ୍ୟ ଏହି ବ୍ୟବସ୍ଥା ଦେଲେ।
10
ଏହା ପରେ ମୋଶା ପ୍ରାଚୀନବର୍ଗମାନଙ୍କୁ କହିଲେ, “ପ୍ରତ୍ୟେକ ସାତ ବର୍ଷ ଶେଷରେ ଋଣ ଛାଡ଼ ବର୍ଷର ନିରୂପିତ ସମୟରେ ପତ୍ରକୁଟୀର ପର୍ବରେ।
11
ସେ ସମୟରେ ସମୁଦାୟ ଇସ୍ରାଏଲ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନରେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେବେ। ସେତେବେଳେ ସମସ୍ତ ଇସ୍ରାଏଲ ସାକ୍ଷାତରେ ସେମାନଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ଏହି ବ୍ୟବସ୍ଥା ପାଠ କରିବ।
12
ସମସ୍ତ ଲୋକମାନଙ୍କୁ ଏକତ୍ର କର, ପୁରୁଷ ଲୋକ, ସ୍ତ୍ରୀଲୋକ, ଛୋଟପିଲା ଏବଂ ବିଦେଶୀୟମାନେ ଯେଉଁମାନେ ତୁମ୍ଭ ନଗରରେ ବାସ କରୁଛନ୍ତି। ସେମାନେ ମଧ୍ୟ ଏହି ବ୍ୟବସ୍ଥା ଶୁଣିବେ। ସେମାନେ ମଧ୍ୟ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କୁ ଭକ୍ତି ଓ ସମ୍ମାନ କରିବେ। ଏହା ପରେ ସେମାନେ ବ୍ୟବସ୍ଥା ଅନୁସାରେ କର୍ମ କରି ପାରିବେ।
13
ତହିଁରେ ସେମାନଙ୍କର ବଂଶଧରମାନେ ଏସବୁ ଜାଣି ନାହାନ୍ତି, ସେମାନେ ତାହା ଶୁଣିବେ ଓ ଯେଉଁ ଦେଶ ଅଧିକାର କରିବାକୁ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରେ ଯେତେକାଳ ପ୍ରାଣ ଧାରଣ କରିବ, ସେତେବେଳେ ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବାକୁ ଶିକ୍ଷା କରିବେ।”
14
ସଦାପ୍ରଭୁ ମୋଶା ଓ ଯିହୋଶୂୟଙ୍କୁ ଡାକିଲେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ମୃତ୍ୟୁର ସମୟ ଆସିଗଲା। ଯିହୋଶୂୟଙ୍କୁ ଡାକ, ତୁମ୍ଭେ ଦୁହେଁ ସମାଗମ-ତମ୍ବୁରେ ଠିଆ ହୁଅ। ଆମ୍ଭେ ତାହାକୁ ଆଜ୍ଞା ଦେବା।” ତହିଁରେ ମୋଶା ଓ ଯିହୋଶୂୟ ଯାଇ ସମାଗମ-ତମ୍ବୁରେ ଠିଆ ହେଲେ।
15
ସଦାପ୍ରଭୁ ସେହି ତମ୍ବୁରେ ମେଘସ୍ତମ୍ଭ ମଧ୍ୟରେ ଦର୍ଶନ ଦେଲେ ଓ ମେଘସ୍ତମ୍ଭ ତମ୍ବୁ ଦ୍ୱାର ଉପରେ ସ୍ଥିର ହୋଇ ରହିଲା।
16
ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କରିବ। ଏହା ପରେ ଏହି ଲୋକମାନେ ଉଠିବେ। ପୁଣି ଯେଉଁ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସେହି ସ୍ଥାନରେ ବିଦେଶୀୟ ଦେବଗଣର ଅନୁଗାମୀ ହୋଇ ବ୍ୟଭିଗ୍ଭର କରିବେ ଓ ଆମ୍ଭକୁ ତ୍ୟାଗ କରିବେ। ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ଲଙ୍ଘନ କରିବେ।
17
ସେହି ସମୟରେ, ସେମାନଙ୍କ ଉପରେ ଆମ୍ଭର କ୍ରୋଧ ହେବ। ତେଣୁ ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ଓ ଆମ୍ଭେ ସେମାନଙ୍କଠାରୁ ଆପଣା ମୁହଁ ବନ୍ଦ କରିବା। ତହିଁରେ ସେମାନଙ୍କ ପାଇଁ ଭୟଙ୍କର ଅବସ୍ଥାମାନ ହେବ, ଏବଂ ସେମାନେ ବହୁ ସମସ୍ୟାରେ ପଡ଼ିବେ। ତା’ପରେ ସେମାନେ କହିବେ, ‘ଏହିସବୁ ଅମଙ୍ଗଳ ଆମ୍ଭ ଉପରେ ଘଟିଛି କାରଣ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ନାହାନ୍ତି।’
18
ଆମ୍ଭେ ସେମାନଙ୍କୁ ସାହାଯ୍ୟ କରିବା ନାହିଁ, କାରଣ ସେମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରୁଛନ୍ତି।
19
“ତେଣୁ ଏହି ସଙ୍ଗୀତ ଲେଖ, ଏବଂ ଇସ୍ରାଏଲ ଲୋକମାନଙ୍କୁ ଶିକ୍ଷା ଦିଅ। ତେବେ ଏହି ସଙ୍ଗୀତ ମୋ’ ପାଇଁ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ସାକ୍ଷୀ ହେବ।
20
ଆମ୍ଭେ ସେମାନଙ୍କୁ ସେହି ଦେଶକୁ ନେଇଯିବା, ଯେଉଁ ଦେଶ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଅଛୁ। ସେହି ଦୁଗ୍ଧମଧୁପ୍ରବାହୀ ଦେଶକୁ ସେମାନେ ଗଲା ପରେ ଯେତେବେଳେ ସେମାନେ ଭୋଜନ କରି ତୃପ୍ତି ଓ ହୃଷ୍ଟପୁଷ୍ଟ ହେବେ। ସେତେବେଳେ ସେମାନେ ଅନ୍ୟ ଦେବତାମାନଙ୍କ ପ୍ରତି ଫେରି ସେମାନଙ୍କ ସେବା କରିବେ ସେମାନେ ମୋର ନିୟମକୁ ପ୍ରତ୍ୟାଖାନ କରିବେ ଓ ଲଙ୍ଘନ କରିବେ।
21
ତା’ପରେ ସେହିସବୁ କ୍ଳେଶ ଓ ଅମଙ୍ଗଳର କାର୍ଯ୍ୟମାନ ସେମାନଙ୍କ ପାଇଁ ଘଟିବ। ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେବେ। ସେହି ସମୟରେ ସେହି ଲୋକମାନେ ସେହି ଗୀତ ସ୍ମରଣ କରିବେ। ଏହି ଗୀତ ସେମାନଙ୍କ ବିରୁଦ୍ଧରେ ସାକ୍ଷୀରୂପେ କାର୍ଯ୍ୟ କରିବ। ମୁଁ ସେମାନଙ୍କୁ ପ୍ରତିଜ୍ଞା କରିଥିବା ଦେଶକୁ ଆଣିବା ପୂର୍ବରୁ ସେମାନଙ୍କର ପ୍ରକୃତି ଜାଣିଥିଲି।”
22
ତେଣୁ ସେହି ଦିନ ମୋଶା ସେହି ସଙ୍ଗୀତ ଲେଖିଲେ ଏବଂ ସେ ଇସ୍ରାଏଲକୁ ସେହି ସଙ୍ଗୀତ ଶିକ୍ଷା ଦେଲେ।
23
ତା’ପରେ ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ଆମ୍ଭେ ଯେଉଁ ଦେଶ ପାଇଁ ପ୍ରତିଜ୍ଞା କରିଅଛୁ, ସେହି ଦେଶକୁ ନେଇ ଯିବ ଏବଂ ଆମ୍ଭେ ତୁମ୍ଭ ସହିତ ସର୍ବଦା ରହିବା।”
24
ଇସ୍ରାଏଲୀୟମାନଙ୍କୁ ମୋଶାଙ୍କର ସତର୍କ ମୋଶା ଯତ୍ନପୂର୍ବକ ସେହି ବ୍ୟବସ୍ଥା ପୁସ୍ତକରେ ସମସ୍ତ ଲେଖିଲେ।
25
ସେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବାହାକମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ,
26
“ଏହି ବ୍ୟବସ୍ଥା ପୁସ୍ତକ ନିଅ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ଭିତରେ ରଖ। ତାହା ସେଠାରେ ତୁମ୍ଭ ବିରୁଦ୍ଧରେ ସାକ୍ଷୀରୂପେ ରହିବ।
27
ମୁଁ ଜାଣେ ତୁମ୍ଭେମାନେ ଶକ୍ତଗ୍ରୀବ ଅଟ। ମୁଁ ଜାଣେ ତୁମ୍ଭେ ତୁମ୍ଭ ବାଟରେ ଚଳିବାକୁ ଗ୍ଭହଁ। ଦେଖ ଆଜି ମୁଁ ତୁମ୍ଭମାନଙ୍କ ମଧ୍ୟରେ ବଞ୍ଚି ଥାଉ ଥାଉ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହି ହେଉଅଛ। ମୋର ମରଣ ପରେ ତୁମ୍ଭେମାନେ କେତେ ଅଧିକ ନ ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ମାନିବ ନାହିଁ।
28
ତୁମ୍ଭମାନଙ୍କର ପ୍ରାଚୀନବର୍ଗମାନଙ୍କୁ ଓ ପରିବାରବର୍ଗମାନଙ୍କୁ ମୋ’ ନିକଟରେ ଏକତ୍ର କର। ମୁଁ ସେମାନଙ୍କୁ ଏହି କଥାମାନ କହିବି। ସ୍ୱର୍ଗ ଓ ପୃଥିବୀ ମୋର ସାକ୍ଷୀ ହେବେ।
29
ମୁଁ ଜାଣେ ମୋର ମୃତ୍ୟୁ ପରେ ତୁମ୍ଭେମାନେ ଅତିଶୟ ଦୁର୍ନୀତିଗ୍ରସ୍ତ ହେବ। ତୁମ୍ଭେମାନେ ମୋର ନିର୍ଦ୍ଦେଶିତ ପଥରୁ ବିଚ୍ୟୁତ ହେବ। ଭବିଷ୍ୟତରେ ତୁମ୍ଭମାନଙ୍କ ପାଇଁ ବହୁତ ଅମଙ୍ଗଳ ହେବ। କାରଣ ତୁମ୍ଭେମାନେ ଏହି କର୍ମମାନ କରିବ, ଯାହା ତାଙ୍କ ଦୃଷ୍ଟିରେ ମନ୍ଦ। ତୁମ୍ଭେମାନେ ଦୁଷ୍କର୍ମ କରି ତାଙ୍କୁ କ୍ରୋଧାନ୍ୱିତ କରିବ।”
30
ମୋଶାଙ୍କ ସଙ୍ଗୀତ ତହିଁରେ ଇସ୍ରାଏଲ ଲୋକମାନେ ସମସ୍ତେ ଏକତ୍ରିତ ହେଲେ ଏବଂ ମୋଶା ସେମାନଙ୍କ ଉଦ୍ଦେଶ୍ୟରେ ଏହି ସଙ୍ଗୀତ ଗାନ କଲେ।
← Chapter 30
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 32 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34