bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 4
Deuteronomy 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 5 →
1
ମୋଶା ଲୋକମାନଙ୍କୁ ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ କହିଲେ “ବର୍ତ୍ତମାନ ହେ ଇସ୍ରାଏଲ ମୁଁ ଯେଉଁ ନିୟମ ଓ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର। ତାହା ପାଳନ କଲେ ତୁମ୍ଭେମାନେ ବଞ୍ଚିବ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବ।
2
ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ବାକ୍ୟରେ ଆଉ କିଛି ମିଶାଅ ନାହିଁ। କିଅବା ତା’ଠାରୁ କିଛି ଊଣାକରି ପାଳନ କର ନାହିଁ। ସମ୍ପୂର୍ଣ୍ଣ ଭାବେ ସେହି ବାକ୍ୟମାନ ପାଳନ କର। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ମାନ।
3
“ତୁମ୍ଭେମାନେ ସଦାପ୍ରଭୁଙ୍କର କର୍ମ ବାଲପିୟୋରରେ ଦେଖିଅଛ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବାଲପିୟୋରର ପଶ୍ଚାଦ୍ଗାମୀ ସମସ୍ତ ଲୋକଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ହତ୍ୟା କରିଛନ୍ତି।
4
କିନ୍ତୁ ତୁମ୍ଭେମାନେ ଯେତେ ଲୋକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆସକ୍ତ ହେଲେ, ତୁମ୍ଭମାନଙ୍କର ସେହି ଲୋକମାନେ ଏବେ ବଞ୍ଚିଛନ୍ତି।
5
“ହଁ ଦେଖ, ସଦାପ୍ରଭୁ ମୋର ପରମେଶ୍ୱର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ସେହି ବ୍ୟବସ୍ଥାସବୁ ଶିକ୍ଷା ଦେଲି। ମୁଁ ତୁମ୍ଭମାନଙ୍କୁ ସେହିପରି ବ୍ୟବସ୍ଥା ଓ ବିଧି ଶିକ୍ଷା ଦେଇଅଛି, ଯେପରି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ତୁମ୍ଭେମାନେ ସେମାନଙ୍କ ଅନୁସାରେ ବାସ କରିବ।
6
ତେଣୁ ଏହି ବ୍ୟବସ୍ଥାସବୁ ପାଳନ କର ଏବଂ ସେଗୁଡ଼ିକ ଅଭ୍ୟାସ କର କାରଣ ବହୁତ ଦେଶମାନଙ୍କ ମଧ୍ୟରେ ଏହା ତୁମ୍ଭର ଜ୍ଞାନ ଓ ବୁଝାମଣା ହେବ। ଏହି ବ୍ୟବସ୍ଥା ଶୁଣିଲାପରେ ସେମାନେ କହିବେ ଯେ, ‘ଇସ୍ରାଏଲୀୟ ଲୋକମାନେ ମହାନ ଲୋକ ଯେଉଁମାନେ ଜ୍ଞାନୀ ଏବଂ ବୁଝାମଣା ଶକ୍ତି ଅଛି।’
7
“ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ସ୍ମରଣରେ ଯେପରି ସର୍ବଦା ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି। ଅନ୍ୟ ଓ କୌଣସି ଗୋଷ୍ଠୀୟମାନଙ୍କ ପ୍ରତି ଏପରି ପ୍ରଦର୍ଶନ କରନ୍ତି ନାହିଁ।
8
ଯେଉଁସବୁ ଯଥାର୍ଥା ବିଧି ଓ ବ୍ୟବସ୍ଥା ଯେପରି ଶିକ୍ଷା ଆଦି ଦେଇଅଛି, ତାହା ତୁଲ୍ୟ କୌଣସି ଜାତିଗଣ ମଧ୍ୟରେ ନାହିଁ।
9
କିନ୍ତୁ ସାବଧାନ ହୁଅ। ନିଶ୍ଚିତ ରୂପେ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଦେଖିଥିବା କାର୍ଯ୍ୟଗୁଡ଼ିକ କଦାପି ଭୁଲିବ ନାହିଁ। ତୁମ୍ଭେମାନେ ତୁମ୍ଭର ସନ୍ତାନମାନଙ୍କୁ ଓ ତୁମ୍ଭର ନାତୀନାତୁଣୀମାନଙ୍କୁ ସେଗୁଡ଼ିକ ଶିକ୍ଷା ଦିଅ।
10
ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରେ ଛିଡ଼ା ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, ‘ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ରିତ କର। ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା ତହିଁରେ ସେମାନେ ପୃଥିବୀରେ ଯାବଜ୍ଜୀବନ ଆମ୍ଭକୁ ଭୟ କରିବା ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।’
11
ତେଣୁ ସେମାନେ ମୋର ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଛିଡ଼ା ହେଲେ। ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧକାରରେ ବ୍ୟାପ୍ତ ହୋଇଥିଲା ଓ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜଳିଲା।
12
ଏହା ପରେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କୁ କଥା କହିଲେ। ତୁମ୍ଭେମାନେ ବାକ୍ୟର ଶବ୍ଦ ଶୁଣିଲ। ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ।
13
ତା’ପରେ ତୁମ୍ଭେମାନେ ତାଙ୍କର ନିୟମ ପାଳନ କର ବୋଲି ସେ ଆଦେଶ କଲେ। ତେଣୁ ସେ ଦଶ ଆଜ୍ଞାର ନିୟମ ପ୍ରକାଶ କଲେ। ସଦାପ୍ରଭୁ ପ୍ରସ୍ତର ଫଳକରେ ସେହି ନିୟମ ଲେଖିଲେ।
14
ପୁଣି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କର ପାଳନୀୟ ବିଧି ଓ ଶାସନ ସମସ୍ତ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସେହି ସମୟରେ ମୋତେ ଆଜ୍ଞା ଦେଲେ।
15
“ସେହି ଦିନ ସଦାପ୍ରଭୁ ତୁମ୍ଭମାନଙ୍କୁ ସେହି ଅଗ୍ନିଶିଖାରୁ କଥା କହିବା ସମୟରେ (ହୋରେବରେ) ତୁମ୍ଭେମାନେ ତାଙ୍କର କୌଣସି ମୂର୍ତ୍ତି ଦେଖିଲ ନାହିଁ।
16
ତେଣୁ ସାବଧାନ ହୁଅ, ନଚେତ୍ ତୁମ୍ଭେମାନେ ଧ୍ୱଂସ ହେବ। ଯଦି ତୁମ୍ଭେମାନେ କୌଣସି ପ୍ରତିମା କରି ପୂଜା କର, ଏପରି କୌଣସି ମୂର୍ତ୍ତି କର ନାହିଁ, ଯାହା କୌଣସି ଜୀବିତ ପୁରୁଷ ବା ସ୍ତ୍ରୀ ପରି ହୋଇଥିବ।
17
ଏପରି କୌଣସି ପ୍ରତିମା ପଶୁ ପରି ବା ପକ୍ଷୀ ପରି କର ନାହିଁ।
18
ଏପରି କୌଣସି ପ୍ରାଣୀର ପ୍ରତିମା ତିଆରି କର ନାହିଁ ଯାହା ଭୂମିରେ ଗୁରୁଣ୍ଡି ଗୁରୁଣ୍ଡି ଯାଏ ବା ସମୁଦ୍ରର ମାଛ ତୁଲ୍ୟ ହୋଇଥାଏ।
19
ଏପରି ସାବଧାନ ହୁଅ, ଯେତେବେଳେ ତୁମ୍ଭେମାନେ ସୂର୍ଯ୍ୟ, ଚନ୍ଦ୍ର, ତାରାଗଣକୁ ଆକାଶରେ ଦେଖ। ତୁମ୍ଭେମାନେ ସେମାନଙ୍କୁ ବିମୋହିତ ହୋଇ ପ୍ରଣାମ କରିବା ଓ ସେବା କରିବା ଉଚିତ୍ ନୁହେଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅନ୍ୟ ସମସ୍ତ ଜାତିଗଣ ଏହିସବୁ କରିବାକୁ ରଖିଛନ୍ତି।
20
କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଏକ ଲୁହା ତରଳା ଯାଉଥିବା ଚୁଲ୍ଲାରୁ କାଢ଼ି ଆଣିବା ତୁଲ୍ୟ, ମିଶରରୁ ବାହାର କରି ଆଣିଛନ୍ତି। ଏବଂ ସେ ତୁମ୍ଭମାନଙ୍କୁ ତାଙ୍କର ମୂଲ୍ୟବାନ ଲୋକ ହେବା ପାଇଁ ଆଣିଛନ୍ତି, ତୁମ୍ଭେମାନେ ଯେପରି ଆଜି ହୋଇଛ।
21
“ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମୋ’ ଉପରେ କ୍ରୋଧ ହେଲେ। ପୁଣି ମୁଁ ଯେପରି ଯର୍ଦ୍ଦନ ପାର ହୋଇ ନ ଯିବି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ସେହି ଉତ୍ତମ ଦେଶରେ ମୁଁ ଯେପରି ପ୍ରବେଶ ନ କରିବି, ଏଥିପାଇଁ ଶପଥ କଲେ।
22
ଏଣୁ ମୁଁ ଏହି ଦେଶରେ ମରିବି। ମୁଁ ଯର୍ଦ୍ଦନ ପାର ହୋଇ ଯିବି ନାହିଁ। ମାତ୍ର ତୁମ୍ଭେମାନେ ଯିବ ଓ ସେହି ଉତ୍ତମ ଦେଶ ଅଧିକାର କରିବ।
23
ତୁମ୍ଭେମାନେ ଆପଣା ବିଷୟରେ ସାବଧାନ ହୁଅ। ନଚେତ୍ ତୁମ୍ଭମାନଙ୍କ ସହିତ ସ୍ଥୀରକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ ତୁମ୍ଭେମାନେ ପାଶୋରିଯିବ ନାହିଁ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିଷିଦ୍ଧ କୌଣସି ବସ୍ତୁର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ।
24
କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଜଣେ ଈର୍ଷାପରାୟଣ ପରମେଶ୍ୱର ଏବଂ ସେ ଅଗ୍ନି ସ୍ୱରୂପ ଧ୍ୱଂସ କରନ୍ତି, ଯେଉଁମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି।
25
“ତୁମ୍ଭେମାନେ ସେ ଦେଶରେ ବହୁତ ଦିନ ବସବାସ କରିବ। ସେଠାରେ ତୁମ୍ଭମାନଙ୍କର ପୁତ୍ର ଓ ନାତିମାନେ ମଧ୍ୟ ବାସ କରିବେ। ତୁମ୍ଭେମାନେ ସେଠାରେ ବିଭିନ୍ନ ପ୍ରତିମା କରି ବା ଖୋଦିତ ମୂର୍ତ୍ତି କରି ତୁମ୍ଭମାନଙ୍କର ଜୀବନଧାରାକୁ କ୍ଷୁର୍ଣ୍ଣ କରିବ। ଯେତେବେଳେ ତୁମ୍ଭେମାନେ ଏପରି କରିବ, ପରମେଶ୍ୱର ତୁମ୍ଭମାନଙ୍କ ଉପରେ କ୍ରୋଧ କରିବେ।
26
ତେଣୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି, ସ୍ୱର୍ଗ ଓ ପୃଥିବୀକୁ ସାକ୍ଷୀରଖି କହୁଅଛି, ତୁମ୍ଭେମାନେ ଯଦି ଏପରି କର, ତେବେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେଉଁ ଦେଶକୁ ଯାଉଛ, ସେହି ଦେଶରୁ ଶୀଘ୍ର ସେଠାରୁ ନିଃଶେଷରୂପେ ବିନଷ୍ଟ ହେବ। ତୁମ୍ଭେମାନେ ସେଠାରେ ଦୀର୍ଘଜୀବୀ ହେବ ନାହିଁ।
27
ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ଛିନ୍ନ ବିଛିନ୍ନ କରିବେ। ଯେଉଁ ସ୍ଥାନକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ନେଇଯିବେ, ସେହି ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ, ତୁମ୍ଭେମାନେ ଅଳ୍ପ ସଂଖ୍ୟକ ହୋଇ ଅବଶିଷ୍ଟ ରହିବ।
28
ସେଠାରେ ତୁମ୍ଭେମାନେ ମନୁଷ୍ୟର ହସ୍ତକୃତ କାଠମୟ ଓ ପ୍ରସ୍ତରମୟ ପୁଣି ଯେଉଁମାନେ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ କି ଭୋଜନ କରନ୍ତି ନାହିଁ, କି ଆଘ୍ରାଣ କରନ୍ତି ନାହିଁ, ଏପରି ଦେବଗଣର ସେବା କରିବ।
29
କିନ୍ତୁ ସେହି ସ୍ଥାନରେ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଅନ୍ୱେଷଣ କରିବ। ତେବେ ତୁମ୍ଭେମାନେ ଯଦି ହୃଦୟତାର ସହକାରେ ତାଙ୍କୁ ଅନ୍ୱେଷଣ କର ତେବେ ତୁମ୍ଭେ ତାଙ୍କୁ ପାଇପାରିବ।
30
ଯେତେବେଳେ ତୁମ୍ଭେମାନେ ବିପଦରେ ପଡ଼ିବ ଓ ଏହି ସମସ୍ତ ତୁମ୍ଭମାନଙ୍କର ଉପରେ ଘଟିବ, ସେତେବେଳେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟକୁ ଫେରିବ ଓ ତାଙ୍କର ସମସ୍ତ ଅନୁଶାସନ ମାନିବ।
31
ଯେହେତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଜଣେ ଦୟାଳୁ ପରମେଶ୍ୱର ଅଟନ୍ତି, ସେ ତୁମ୍ଭମାନଙ୍କୁ ତ୍ୟାଗ କରିବେ ନାହିଁ, କି ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ବିନଷ୍ଟ କରିବେ ନାହିଁ, କିଅବା ଶପଥ ଦ୍ୱାରା ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ କରିଛନ୍ତି ତାହା ଭୂଲି ଯିବେ ନାହିଁ।
32
ପରମେଶ୍ୱରଙ୍କର ମହାନ କର୍ମକୁ ସ୍ମରଣ କର “ଏହା ପୂର୍ବରୁ ଏପରି ମହାନ କାର୍ଯ୍ୟ କେବେ ଦେଖିଛ କି? କଦାପି ନୁହେଁ କାରଣ ଅତୀତକୁ ଦେଖ। ତୁମ୍ଭମାନଙ୍କର ଜନ୍ମ ପୂର୍ବରୁ ଦେଖ। ପରମେଶ୍ୱର ମନୁଷ୍ୟକୁ ପୃଥିବୀରେ ସୃଷ୍ଟି କରିବା ଦିନଠାରୁ ପୃଥିବୀର ଗ୍ଭରିଆଡ଼େ ଏପରି ମହାନ କାର୍ଯ୍ୟ କେହି କରିଛି। ଏପରି ମହାକାର୍ଯ୍ୟ ଘଟିବାର ଆଉ କେହି ଶୁଣିଛ କି? ନାଁ!
33
ତୁମ୍ଭେ ଯେପରି ଶୁଣିଅଛ, ସେପରି ଅନ୍ୟ କୌଣସି ଦେଶୀୟ ଲୋକ ପରମେଶ୍ୱରଙ୍କର କଥା ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଲେ?
34
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେ ସକଳ କର୍ମ କରିଅଛନ୍ତି, ସେହିପରି ପରୀକ୍ଷାସିଦ୍ଧ ପ୍ରମାଣଦ୍ୱାରା ଓ ଚିହ୍ନଦ୍ୱାରା ଓ ଆଶ୍ଚର୍ଯ୍ୟ କର୍ମଦ୍ୱାରା, ଯୁଦ୍ଧଦ୍ୱାରା, ପରାକ୍ରାନ୍ତ ହସ୍ତଦ୍ୱାରା, ବିସ୍ତାରିତ ବାହୁଦ୍ୱାରା ଓ ଭୟଙ୍କର ଆଶ୍ଚର୍ଯ୍ୟ କର୍ମଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।
35
ଏହିସବୁ ତୁମ୍ଭ ପ୍ରତି ପ୍ରକାଶିତ ହେଲା, ଯେପରି ତୁମ୍ଭେମାନେ ଜାଣି ପାରିବ, ଯେ ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତାଙ୍କ ଭିନ୍ନ ଆଉ କେହି ନାହିଁ।
36
ସଦାପ୍ରଭୁ ଉପଦେଶ ଦେବା ନିମନ୍ତେ ସ୍ୱର୍ଗରୁ ତୁମ୍ଭକୁ ଆପଣା କଥା ଶୁଣାଇଲେ ଓ ପୃଥିବୀରେ ତୁମ୍ଭକୁ ଆପଣା ମହାଅଗ୍ନି ଦେଖାଇଲେ। ତୁମ୍ଭେମାନେ ଅଗ୍ନି ମଧ୍ୟରୁ ତାଙ୍କ ବାକ୍ୟ ଶୁଣି ପାରିଲ।
37
“ସେମାନଙ୍କ ପରେ ସେମାନଙ୍କ ଭବିଷ୍ୟଦ୍ ବଂଶଧର ତୁମ୍ଭକୁ ହିଁ ମନୋନୀତ କଲେ। କାରଣ ସେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ସ୍ନେହ କଲେ ଏବଂ ତୁମ୍ଭମାନଙ୍କୁ ତାଙ୍କର ମହାନ ଶକ୍ତି ବଳରେ ମିଶରରୁ ବାହାର କରି ଆଣିଲେ।
38
ସେ ତୁମ୍ଭଠାରୁ ଅଧିକ ବଳବାନ ଓ ବହୁସଂଖ୍ୟକ, ଅନ୍ୟ ଦେଶୀୟମାନଙ୍କୁ ତୁମ୍ଭମାନଙ୍କ ଆଗରୁ ତଡ଼ି ଦେଇଛନ୍ତି। ସେ ସେମାନଙ୍କ ଦେଶରେ ତୁମ୍ଭମାନଙ୍କୁ ପ୍ରବେଶ କରାଇଲେ ଓ ତାହା ତୁମ୍ଭମାନଙ୍କୁ ଉତ୍ତରାଧିକାରୀ ସୂତ୍ରରେ ଦେଲେ, ଯାହା ଆଜି ହୋଇଛି।
39
“ଏଥିପାଇଁ ତୁମ୍ଭେମାନେ ଆଜି ଏହା ଚିନ୍ତା ଓ ହୃଦୟଙ୍ଗମ କରିବା ଉଚିତ୍ ଯେ, ସଦାପ୍ରଭୁ ପରମେଶ୍ୱର ହିଁ ସ୍ୱର୍ଗର ଉପରେ ଓ ପୃଥିବୀ ତଳେ ଅଛନ୍ତି, ଅନ୍ୟ କେହି ନୁହେଁ।
40
ସେଥିପାଇଁ ତୁମ୍ଭେମାନେ ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବା ଉଚିତ୍, ଯାହାକି ମୁଁ ଆଜି ତୁମ୍ଭମାନଙ୍କୁ ଦେଉଛି। ତେଣୁ ତୁମ୍ଭର ଓ ତୁମ୍ଭମାନଙ୍କର ପିଲାମାନଙ୍କର ମଙ୍ଗଳ ହେବ, ଏବଂ ତୁମ୍ଭେମାନେ ସେହି ଭୂମିରେ ଦୀର୍ଘଦିନ ଧରି ବାସ କରିବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଚିରଦିନ ପାଇଁ ଦେଇଛନ୍ତି।”
41
ମୋଶା ସୁରକ୍ଷା ସହରଗୁଡ଼ିକୁ ବାଛିଲେ ଏହା ପରେ ମୋଶା ଯର୍ଦ୍ଦନ ନଦୀର ପୂର୍ବ ଦିଗରେ ତିନୋଟି ନଗର ସଂରକ୍ଷଣ କଲେ।
42
ଯେପରି କେହି ଆପଣା ପ୍ରତିବାସୀକୁ ପୂର୍ବେ ହିଂସା ନ କରି ଅଜ୍ଞାତ ସାରରେ ହତ୍ୟା କଲେ, ସେ ତହିଁ ମଧ୍ୟରୁ କୌଣସି ଏକ ନଗରକୁ ପଳାଇ ବଞ୍ଚିପାରେ।
43
ଯଥା ରୁବେନୀୟମାନଙ୍କ ନିମନ୍ତେ ପଦାଭୂମିସ୍ଥ ପ୍ରାନ୍ତରରେ ବେତ୍ସର, ଗାଦୀୟମାନଙ୍କ ନିମନ୍ତେ ରାମୋତ୍ ଆଉ ମନଃଶୀୟମାନଙ୍କ ନିମନ୍ତେ ବାଶନରେ ଗୋଲନ୍।
44
ମୋଶାଙ୍କ ବ୍ୟବସ୍ଥାର ପରିଚୟ ଏହା ପରେ ମୋଶା ଇସ୍ରାଏଲୀୟ ସନ୍ତାନଗଣର ସମ୍ମୁଖରେ ଏହି ପରମେଶ୍ୱରଙ୍କ ବ୍ୟବସ୍ଥା କଲେ।
45
ଏହିସବୁ ପ୍ରମାଣିତ ବାକ୍ୟ, ନିୟମ, ବ୍ୟବସ୍ଥା ଯାହାକି ମୋଶା ଇସ୍ରାଏଲର ଲୋକମାନଙ୍କୁ ଦେଲେ, ଯେତେବେଳେ ମିଶରରୁ ବାହାରି ଆସିଲେ।
46
ସିୟୋନ ଦେଶରେ ଇମୋରୀୟମାନଙ୍କର ରାଜା ଯିଏକି ଯର୍ଦ୍ଦନ ନଦୀର ବିପରିତ ପାର୍ଶ୍ୱରେ ଥିବା ବୈତ୍ପିୟୋର ସମ୍ମୁଖରେ ହିଷ୍ବୋନ୍ ଉପତ୍ୟକାରେ ଶାସନ କରୁଥିଲେ। କାରଣ ମିଶରରୁ ବାହାରି ଆସିବା ବେଳେ ମୋଶା ଓ ଇସ୍ରାଏଲର ଲୋକମାନେ ତାଙ୍କୁ ପରାସ୍ତ କଲେ।
47
ଏବଂ ସେମାନେ ତା’ର ଭୂମିକୁ ବାଶନର ରାଜା ଓଗ୍ର ଭୂମିକୁ ଅଧିକାର କଲେ। ଯର୍ଦ୍ଦନ ନଦୀର ପୂର୍ବ ଦିଗରେ ଇମୋରୀୟମାନଙ୍କର ଦୁଇ ରାଜା ଥିଲେ।
48
ଏହି ଦେଶ ଅରୋୟେରଠାରୁ ଅର୍ଣ୍ଣୋନ ଉପତ୍ୟକା ଧାରେ ଧାରେ ସିୟୋନ ପର୍ଯ୍ୟନ୍ତ ଅର୍ଥାତ ହର୍ମୋଣ ନାମକ ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ଥିଲା।
49
ଏବଂ ଅସେଦୋଦ୍ ପିସ୍ଗାର ଅଧଃସ୍ଥିତ ପଦା ଭୂମିରେ ସମୁଦ୍ର ପର୍ଯ୍ୟନ୍ତ ଯର୍ଦ୍ଦନ ପୂର୍ବ ପାରିସ୍ଥିତ ସମସ୍ତ ପଦାଭୂମି ଅଧିକାର କରିଥିଲେ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34