bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 2
Deuteronomy 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 3 →
1
ଇସ୍ରାଏଲ ମରୁଭୂମିରେ ଇତଃସ୍ତତ ଭ୍ରମଣ କଲେ “ଏହା ପରେ ସଦାପ୍ରଭୁ ଯେପରି କହିଲେ, ଆମ୍ଭେମାନେ ସେହିପରି କଲୁ। ଆମ୍ଭେମାନେ ସୂଫସାଗର ମଧ୍ୟଦେଇ ମରୁଭୂମି ଆଡ଼େ ଯାତ୍ରା କଲୁ। ଆମ୍ଭେମାନେ ସେୟୀର ପର୍ବତରେ ବହୁତ ଦିନ ଧରି ଭ୍ରମଣ କଲୁ।
2
ଏହା ପରେ ସଦାପ୍ରଭୁ ମୋତେ କହିଲେ,
3
‘ତୁମ୍ଭେମାନେ ଏହି ପର୍ବତର ଚତୁର୍ପାର୍ଶ୍ୱରେ ବହୁତ ଦିନ ଧରି ଭ୍ରମଣ କରିଅଛ, ତେଣୁ ଉତ୍ତର ଦିଗ ଆଡ଼କୁ ଯାଅ।
4
ଏହିକଥା ଲୋକମାନଙ୍କୁ କହିଦିଅ। ତୁମ୍ଭମାନଙ୍କୁ ସେୟୀର ଦେଇ ଯିବାକୁ ହେବ। ସେହି ଦେଶ ତୁମ୍ଭମାନଙ୍କ ବଂଶଧର ଅର୍ଥାତ୍ ଏଷୌ ସନ୍ତାନମାନଙ୍କର ଦେଶ। ସେମାନେ ତୁମ୍ଭମାନଙ୍କୁ ଭୟ କରିବେ। ସାବଧାନ!
5
ସେମାନଙ୍କ ସହିତ ଯୁଦ୍ଧ କର ନାହିଁ, ମୁଁ ତୁମ୍ଭମାନଙ୍କୁ ସେହି ଦେଶ ଦେବି ନାହିଁ। ଏପରିକି ସେହି ଭୂମିରୁ ପାଦେ ମଧ୍ୟ ଭୂମି ତୁମ୍ଭମାନଙ୍କୁ ଦେବି ନାହିଁ। କାରଣ ମୁଁ ସେହି ପର୍ବତମୟ ଦେଶ ସେୟୀରକୁ, ଏଷୌକୁ ଉତ୍ତରାଧିକାରୀ ସୁତ୍ରରେ ଦେଇଅଛି।
6
ଏଷୌର ଲୋକମାନଙ୍କୁ, ତୁମ୍ଭେମାନେ ଖାଉଥିବା ଖାଦ୍ୟ ଓ ପିଉଥିବା ପାଣି ପାଇଁ ମୁଦ୍ରା ଦେବାକୁ ହେବ।
7
ମନେରଖ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଯିବାର ସେ ମଧ୍ୟ ଜାଣନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଦୀର୍ଘ ଗ୍ଭଳିଶ୍ ବର୍ଷ ଧରି ତୁମ୍ଭର ସହାୟ ହୋଇ ଆସିଛନ୍ତି। ତୁମ୍ଭର କୌଣସି ଅଭାବ ସେ କରି ନାହାନ୍ତି।’
8
“ତେଣୁ ଆମ୍ଭେମାନେ ଆମ୍ଭର ଭାତୃଗଣ ସେୟୀର ନିବାସୀ ଏଷୌମାନଙ୍କ ପାଖଦେଇ ଗଲୁ, ସେଠାରୁ ଏଲତ୍ ଓ ଇତ୍ସିୟୋନ-ଗେବର ପଦାଭୂମିରେ ପଥଠାରୁ ଯାତ୍ରା କରି ସେଠାରୁ ଆମ୍ଭେ ଫେରି ମୋୟାବ ପ୍ରାନ୍ତର ପଥଦେଇ ଯାତ୍ରା କଲୁ।
9
ଆରଠାରେ ଇସ୍ରାଏଲ “ସଦାପ୍ରଭୁ ମୋତେ କହିଲେ, ‘ମୋୟାବର ଲୋକମାନଙ୍କର କ୍ଷତି କର ନାହିଁ। ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ନାହିଁ। ମୁଁ ସେମାନଙ୍କର କୌଣସି ଭୂମି ତୁମ୍ଭମାନଙ୍କୁ ଦେବି ନାହିଁ। ସେମାନେ ଲୋଟର ଭବିଷ୍ୟଦ୍ ବଂଶଧର। ମୁଁ ସେମାନଙ୍କୁ ଆର ନଗର ସେମାନଙ୍କର ବଂଶଧର ରୂପେ ଦେଇଅଛି।’”
10
ଅତୀତରେ ସେହି ସ୍ଥାନରେ ଏମୀୟ ଲୋକମାନେ ବାସ କରୁଥିଲେ। ସେମାନେ ଶକ୍ତିଶାଳୀ ଥିଲେ, ସେମାନେ ବହୁତ ସଂଖ୍ୟକ ଥିଲେ। ଏବଂ ଅନାକୀୟମାନଙ୍କ ପରି ଦୀର୍ଘକାୟ ଥିଲେ।
11
ଅନାକୀୟ ଲୋକମାନେ ରଫାୟୀୟମାନଙ୍କର ଏକ ଅଂଶ ଥିଲେ। ମାତ୍ର ମୋୟାବୀୟ ଲୋକମାନେ ସେମାନଙ୍କୁ ଏମୀୟ ବୋଲି କହିଲେ।
12
ହୋରୀୟ ଲୋକମାନେ ସେଠାରେ ପୂର୍ବେ ବାସ କରୁଥିଲେ। ମାତ୍ର ଏଷୌର ସନ୍ତାନଗଣ ସେମାନଙ୍କୁ ସେଠାରୁ ତଡ଼ି ଦେଲେ। ସେମାନଙ୍କୁ ବିନାଶ କଲେ ଓ ସେମାନଙ୍କ ସ୍ଥାନରେ ବାସ କଲେ। ଯେପରି ଇସ୍ରାଏଲ ସଦାପ୍ରଭୁଙ୍କ ଦତ୍ତ ଆପଣା ଅଧିକାର ଭୂମିରେ କଲେ।
13
“ସଦାପ୍ରଭୁ ମୋତେ କହିଲେ, ‘ସେରଦ୍ ଉପତ୍ୟକାର ସେ ପାଖକୁ ଯାଅ।’ ତେଣୁ ଆମ୍ଭେ ସେରଦ ଉପତ୍ୟକା ପାର ହେଲୁ।
14
କାଦେଶ ବର୍ଣ୍ଣେୟଠାରୁ ସେରଦ ଉପତ୍ୟକା ପାରହେବା ପର୍ଯ୍ୟନ୍ତ ଆମ୍ଭକୁ ଅଠତିରିଶ୍ ବର୍ଷ ଲାଗିଥିଲା। ଆମ୍ଭ ଛାଉଣି ମଧ୍ୟରୁ ସେହି ପୁରୁଷର ସମସ୍ତ ଯୋଦ୍ଧା ମରିଗଲେ ସେହି ସମୟ ମଧ୍ୟରେ। ଏହା ସଦାପ୍ରଭୁଙ୍କର ପ୍ରତିଜ୍ଞା ଥିଲା।
15
ସଦାପ୍ରଭୁଙ୍କର ହସ୍ତ ସେମାନଙ୍କ ବିପକ୍ଷରେ ସମସ୍ତ ଲୋକମାନଙ୍କୁ ଧ୍ୱଂସ କରିବା ପର୍ଯ୍ୟନ୍ତ ଥିଲା।
16
“ସମସ୍ତ ଯୋଦ୍ଧା ଲୋକମାନେ ଉଚ୍ଛିନ୍ନ ହୋଇଗଲା ପରେ।
17
ସଦାପ୍ରଭୁ ମୋତେ କହିଲେ,
18
‘ତୁମ୍ଭେ ଆଜି ମୋୟାବର ସୀମା ଆର ଦେଇ ଯିବାକୁ ହେବ।
19
ତୁମ୍ଭେମାନେ ଅମ୍ମୋନ୍ ସନ୍ତାନଗଣ ନିକଟରେ ପହଞ୍ଚିବ, କିନ୍ତୁ ତୁମ୍ଭେମାନେ ସେମାନଙ୍କୁ କ୍ଳେଶ ଦେବ ନାହିଁ। ସେମାନଙ୍କ ସହିତ ଯୁଦ୍ଧ କର ନାହିଁ। କାରଣ ତୁମ୍ଭକୁ ସେ ଦେଶ ଦେବା ନାହିଁ। କାରଣ ସେମାନେ ହେଉଛନ୍ତି ଲୋଟର ବଂଶଧର। ଆମ୍ଭେ ସେମାନଙ୍କୁ ଏହିଦେଶ ଦେଇଅଛୁ।’”
20
ସେହି ଦେଶ ରଫାୟୀୟମାନଙ୍କ ଦେଶଭାବେ ଜଣାଶୁଣା। ଅତୀତରେ ରଫାୟୀୟମାନେ ସେଠାରେ ବାସ କରୁଥିଲେ। ଅମ୍ମୋନ ଲୋକମାନେ ସେମାନଙ୍କୁ ସମ୍ସୁମ୍ମୀୟ ବୋଲି କହୁଥିଲେ।
21
ସେଠାରେ ବହୁସଂଖ୍ୟକ ଶକ୍ତିଶାଳୀ ସମ୍ସୁମ୍ମୀୟମାନେ ବାସ କରୁଥିଲେ। ସେମାନେ ବହୁତ ଡେଙ୍ଗା ଓ ଅନାକୀୟମାନଙ୍କ ପରି ଦୀର୍ଘକାୟ ଲୋକଥିଲେ। କିନ୍ତୁ ସଦାପ୍ରଭୁ ଅମ୍ମୋନୀୟ ଲୋକମାନଙ୍କର ସହାୟ ହେଲେ ସମ୍ସୁମ୍ମୀୟମାନଙ୍କୁ ବିନାଶ କରିବା ପାଇଁ। ଅମ୍ମୋନୀୟ ଲୋକମାନେ ସମ୍ସୁମ୍ମୀୟ ଲୋକମାନଙ୍କୁ ଅଧିକାର ଚ୍ୟୁତ କରି ସେହିଠାରେ ବାସ କଲେ। ଏବଂ ସେହିଠାରେ ଏବେ ମଧ୍ୟ ବାସ କରୁଛନ୍ତି।
22
ପରମେଶ୍ୱର ସେୟୀର ନିବାସୀ ଏଷୌ ସନ୍ତାନଗଣ ନିମନ୍ତେ ଠିକ୍ ସେହିପରି କରିଥିଲେ। ଅର୍ଥାତ୍ ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ। ତହିଁରେ ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ଆଜି ପର୍ଯ୍ୟନ୍ତ ସେହିଠାରେ ବାସ କରୁଛନ୍ତି।
23
ପରମେଶ୍ୱର ଠିକ୍ ସେହିପରି ମଧ୍ୟ କରିଥିଲେ। କପ୍ତୋରୀୟମାନଙ୍କ ପ୍ରତି ଅବ୍ବୀୟ ଲୋକମାନେ ଘସା ନିକଟବର୍ତ୍ତୀ ସହରରେ ବାସ କରୁଥିଲେ। କିନ୍ତୁ କପ୍ତୋରୀୟ ଲୋକେ ଅବ୍ବୀୟମାନଙ୍କୁ ଧ୍ୱଂସ କଲେ। ସେହି କପ୍ତୋରୀୟ ଲୋକମାନେ ସେମାନଙ୍କଠାରୁ ଅଧିକାର ଛିନ୍ନ କରି ସେଠାରେ ଏବେ ପର୍ଯ୍ୟନ୍ତ ବାସ କରୁଛନ୍ତି।
24
ଇମୋରୀୟ ଲୋକମାନଙ୍କ ସହିତ ଯୁଦ୍ଧ “ସଦାପ୍ରଭୁ ମୋତେ କହିଲେ, ‘ଅର୍ଣ୍ଣୋନ ଉପତ୍ୟକା ପାର ହେବା ପାଇଁ ପ୍ରସ୍ତୁତ ହୁଅ। ଆମ୍ଭେ ହିଷ୍ବୋନର ରାଜା ଇମୋରୀୟ ସୀହୋନକୁ ଓ ତାଙ୍କ ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ। ତେଣୁ ତାଙ୍କ ସହିତ ଯୁଦ୍ଧ କର ଓ ତାଙ୍କର ଦେଶ ଅଧିକାର କର।
25
ଆଜି ଆମ୍ଭେ ସବୁଆଡ଼େ ସମସ୍ତଙ୍କ ମନରେ ତୁମ୍ଭ ବିଷୟରେ ଭୟ ସୃଷ୍ଟି କରିବୁ। ସେମାନେ ଏହି ଖବର ପାଇଲା ମାତ୍ରେ ସେମାନେ ବହୁତ ଭୟ କରିବେ ଓ ଭୟରେ ଥରିବେ।’
26
“ଯେତେବେଳେ ମୁଁ କଦେମୋତ୍ ପ୍ରାନ୍ତରରୁ ହିଷ୍ବୋନର ରାଜା ସୀହୋନ ନିକଟକୁ ଦୂତଦ୍ୱାରା ଶାନ୍ତିବାର୍ତ୍ତା ପଠାଇଲି। ସେମାନେ କହିଲେ,
27
‘ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ। ଆମ୍ଭେ ବାଟେ ବାଟେ ଯିବୁ, ବାମକୁ କିଅବା ଦକ୍ଷିଣକୁ ଯିବୁ ନାହିଁ।
28
ଆମ୍ଭେ ତୁମ୍ଭ ଦେଶରେ ଯେଉଁ ଖାଦ୍ୟ ଖାଇବୁ ଓ ପାନୀୟ ପିଇବୁ, ସେଥିପାଇଁ ଆମ୍ଭେ ତୁମ୍ଭକୁ ରୂପାର ମୂଲ୍ୟ ଦେବୁ। ତୁମ୍ଭ ଦେଶ ମଧ୍ୟରେ ଆମ୍ଭେ କେବଳ ପଦାଗ୍ଭରଣ କରି ଯିବୁ।
29
ଆମ୍ଭେ ଯର୍ଦ୍ଦନ ନଦୀ ପାର ହେବା ପର୍ଯ୍ୟନ୍ତ ତୁମ୍ଭ ଦେଶ ମଧ୍ୟଦେଇ ଯିବାକୁ ଦିଅ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭକୁ ଯେଉଁ ଦେଶ ଦେଇଛନ୍ତି, ସେ ଦେଶକୁ ଯିବା ପାଇଁ ଆମ୍ଭକୁ ତୁମ୍ଭ ଦେଶ ଦେଇ ଯିବାକୁ ଦିଅ। ଅନ୍ୟ ଲୋକମାନେ ଓ ଆଉ ନିବାସୀ ମୋୟାବୀୟମାନେ ଯଥା ଏଷୌର ସନ୍ତାନଗଣ ଆମ୍ଭମାନଙ୍କୁ ଯେପରି ଯିବାକୁ ଦେଇଛନ୍ତି, ସେହିପରି ତୁମ୍ଭେମାନେ ଆମ୍ଭମାନଙ୍କୁ ତୁମ୍ଭ ଦେଶ ଦେଇ ଯିବାକୁ ଦିଅ।’
30
“କିନ୍ତୁ ହିଷ୍ବୋନର ରାଜା ସୀହୋନ୍ ତାଙ୍କ ଦେଶ ମଧ୍ୟଦେଇ ଆମ୍ଭମାନଙ୍କୁ ଯିବାକୁ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାଙ୍କର ହୃଦୟ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭେମାନେ ସୀହୋନକୁ ପରାସ୍ତ କରି ପାରିବ, ଏବଂ ଆଜି ଆମ୍ଭେ ଜାଣିଲୁ ବାସ୍ତବରେ କ’ଣ ସବୁ ଘଟିଲା।
31
“ସଦାପ୍ରଭୁ ମୋତେ କହିଲେ, ‘ଆମ୍ଭେ ସୀହୋନ ଏବଂ ତାଙ୍କର ରାଜାଙ୍କୁ ସମର୍ପଣ କରିବା। ବର୍ତ୍ତମାନ ଯାଅ ସେହି ଦେଶକୁ ଅଧିକାର କର!’
32
“ଏହା ପରେ ରାଜା ସୀହୋନ ଏବଂ ତାଙ୍କର ସମସ୍ତ ଲୋକେ ଆମ୍ଭ ସହିତ ଯୁଦ୍ଧ କରିବାକୁ ଯହସ ନାମକ ସ୍ଥାନକୁ ବାହାରି ଆସିଲେ।
33
କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ, ଆମ୍ଭେମାନେ ରାଜା ସୀହୋନକୁ, ତାଙ୍କର ପୁତ୍ରମାନଙ୍କୁ ଏବଂ ତାଙ୍କର ସମସ୍ତ ଲୋକମାନଙ୍କୁ ପରାସ୍ତ କଲୁ।
34
ସେ ସମୟରେ ରାଜା ସୀହୋନଙ୍କର ସମସ୍ତ ସହର ଓ ସମସ୍ତ ନଗରମାନଙ୍କୁ ହସ୍ତଗତ କଲୁ ଏବଂ ନଗରବାସୀ ସ୍ତ୍ରୀ ଓ ବାଳକ ସମେତ ସମସ୍ତ ଲୋକମାନଙ୍କୁ ବଧ କଲୁ। କାହାରିକୁ ଜୀବିତ ରଖିଲୁ ନାହିଁ।
35
ଆମ୍ଭେମାନେ କେବଳ ପଶୁଗଣକୁ ଓ ଯେଉଁ ଯେଉଁ ନଗର ହସ୍ତଗତ କଲୁ ତାହାର ସବୁ ଲୁଟିତ ଦ୍ରବ୍ୟ ଆମ୍ଭେମାନେ ନିଜ ନିଜ ପାଇଁ ଗ୍ରହଣ କଲୁ।
36
ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଆରୋୟେରଠାରୁ ଏବଂ ଉପତ୍ୟକାର ମଧ୍ୟବର୍ତ୍ତୀଠାରୁ ଗିଲିୟଦ ପର୍ଯ୍ୟନ୍ତ, ଏହି ନଗର ହିଁ ଆମ୍ଭମାନଙ୍କର ଶକ୍ତିର ଅତିରିକ୍ତ ନ ଥିଲା। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭ ସମ୍ମୁଖରେ ସବୁ ସମର୍ପଣ କଲେ।
37
କେବଳ ଅମ୍ମୋନ-ସନ୍ତାନଗଣଙ୍କ ଦେଶ ଅର୍ଥାତ ଯବ୍ବୋକ୍ ନଦୀର ପାର୍ଶ୍ୱସ୍ଥ ପ୍ରଦେଶ ଓ ପର୍ବତମୟ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ନିଷେଧ କରିଥିଲେ, ତହିଁ ନିକଟକୁ ତୁମ୍ଭେମାନେ ଯାଅ ନାହିଁ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34