bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 13
Deuteronomy 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 14 →
1
ମିଥ୍ୟାବାଦୀ ଭବିଷ୍ୟଦ୍ବକ୍ତା “ଯଦି କୌଣସି ଭବିଷ୍ୟଦ୍ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ତୁମ୍ଭମାନଙ୍କୁ କୌଣସି ଆଶ୍ଚର୍ଯ୍ୟ କର୍ମମାନ ଦେଖାଏ ବା କୌଣସି ଚିହ୍ନ ଦେଖାଏ,
2
ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ଯଦି ସଫଳ ହୁଏ, ତୁମ୍ଭେ ସେମାନଙ୍କୁ ଜାଣି ନାହିଁ, ଏପରି ଅନ୍ୟ ଦେବଗଣଙ୍କ ବିଷୟରେ କହେ, ‘ଆସ ଆମ୍ଭେମାନେ ସେମାନଙ୍କର ପଶ୍ଚାଦ୍ଗାମୀ ହେବା ଓ ସେମାନଙ୍କ ସେବା କରିବା।’
3
ସେହି ଲୋକମାନଙ୍କର କଥା ଶୁଣ ନାହିଁ। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରିଅଛ କି ନାହିଁ, ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି।
4
ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍ଗମନ କରିବ। ତାହାଙ୍କୁ ଭୟ କରିବ। ତାହାଙ୍କ ଆଜ୍ଞା ସବୁ ପାଳନ କରିବ। ତାହାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେବ। ତାଙ୍କର ସେବା କରିବ। ଏବଂ ତାଙ୍କଠାରେ ଆସକ୍ତି ହେବ।
5
ତୁମ୍ଭେମାନେ ସେହି ଭବିଷ୍ୟଦ୍ବକ୍ତା ବା ସ୍ୱପ୍ନ ଦର୍ଶକକୁ ପ୍ରାଣ ଦଣ୍ତ ଦେବା ଉଚିତ୍। କାରଣ ସେହି ବ୍ୟକ୍ତିଟି ମୋର ଲୋକମାନଙ୍କୁ ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ପ୍ରତାରିତ କଲା, ଯିଏକି ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ ଓ ଦାସତ୍ୱରୁ ତୁମ୍ଭମାନଙ୍କୁ ମୁକ୍ତ କଲେ। ସେହି ବ୍ୟକ୍ତିଟି ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରୁ ଦୂରକୁ ନେବାକୁ ଚେଷ୍ଟା କରୁଛି। ଯାହା ସେ ତୁମ୍ଭମାନଙ୍କୁ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଉପାୟରେ ତୁମ୍ଭ ମଧ୍ୟରେ ଥିବା କୁକର୍ମ ଦୂର କରି ପାରିବ।
6
“ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପୁତ୍ର ବା କନ୍ୟା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧୁ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, ‘ଗ୍ଭଲ ଅନ୍ୟ ଦେବଗଣଙ୍କର ପୂଜା କରିବା।’ ଯେଉଁ ଦେବତାଗଣଙ୍କୁ ତୁମ୍ଭେମାନେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାନ୍ତି।
7
ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥ ନିକଟବର୍ତ୍ତୀ ବା ତୁମ୍ଭଠାରୁ ଦୂରବର୍ତ୍ତୀ ପୃଥିବୀର ଏକ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ।
8
ସେହି ବ୍ୟକ୍ତିର କଥା ତୁମ୍ଭେମାନେ ଶୁଣିବା ଉଚିତ୍ ନୁହଁ। ସେମାନଙ୍କ ପାଇଁ ଅନୁକମ୍ପା ଦେଖାଅ ନାହିଁ। ତାଙ୍କୁ ମୁକ୍ତି ଦିଅ ନାହିଁ କି ତାଙ୍କୁ ସୁରକ୍ଷା ଦିଅ ନାହିଁ।
9
ମାତ୍ର, ତୁମ୍ଭେ ସେହି ବ୍ୟକ୍ତିକୁ ହତ୍ୟା କରିବ। ତୁମ୍ଭେ ତାଙ୍କୁ ପଥରରେ ଛେଚି ହତ୍ୟା କରିବ। ତୁମ୍ଭେ ପ୍ରଥମେ ତାଙ୍କୁ ପଥର ଫିଙ୍ଗିବ। କାହିଁକି ଜାଣ ସେ ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରୁ ଦୂରେଇ ନେବାକୁ ଗ୍ଭହାନ୍ତି। ଆଉ ସେ ହେଉଛନ୍ତି ସେହି ସଦାପ୍ରଭୁ ଯିଏକି ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଥିଲେ। ଯେଉଁଠାରେ ତୁମ୍ଭେମାନେ ଦାସ ପରି ଥିଲ।
11
ତେଣୁ ସମସ୍ତ ଇସ୍ରାଏଲୀୟମାନେ ଏ ବିଷୟରେ ଶୁଣିବେ ଓ ଭୟଭୀତ ହେବେ। ଆଉ ଇସ୍ରାଏଲୀୟମାନେ ଏପରି ପୂନର୍ବାର ଦୁଷ୍କର୍ମ କରିବାକୁ ସାହସ କରିବେ ନାହିଁ।
12
“ହୁଏତ ତୁମ୍ଭେମାନେ ତୁମ୍ଭମାନଙ୍କର ଏକ ନଗର ବିଷୟରେ ଖରାପ କଥା ଶୁଣିଥାଅ। ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ବାସ କରିବା ପାଇଁ ଦେବାକୁ ଯାଉଛନ୍ତି।
13
କେତେକ ମନ୍ଦ ଲୋକ କହି ପାରନ୍ତି, ‘ଆସ ଆମ୍ଭେ ଅନ୍ୟ ଦେବତାମାନଙ୍କର ସେବା କରିବା।’ ଏହା କହି ସେମାନେ ସେମାନଙ୍କ ନଗର ନିବାସୀମାନଙ୍କୁ ପ୍ରଲୋଭିତ କରି ପାରନ୍ତି। (ଏହିସବୁ ଦେବତାମାନଙ୍କୁ ତୁମ୍ଭେମାନେ କେବେ ଜାଣି ନ ଥିଲ)।
14
ତେବେ ତୁମ୍ଭେ ବୁଝିବ, ଖୋଜିବ, ଭଲରୂପେ ପଗ୍ଭରି ବୁଝିବ। ଯଦି ତାହା ସତ୍ୟ ହୁଏ ଓ ତୁମ୍ଭ ମଧ୍ୟରେ ଏପରି ଘୃଣ୍ୟ କର୍ମ କରାଯାଇ ଅଛି,
15
ତେବେ ତୁମ୍ଭେ ନିଶ୍ଚୟ ସେହି ନଗର ନୀବାସୀଙ୍କୁ ଖଣ୍ଡାରେ ଆଘାତ କରିବ। ପୁଣି ନଗର ଓ ତହିଁ ମଧ୍ୟସ୍ଥିତ ସମୁଦାୟ ଓ ତହିଁର ପଶୁମାନଙ୍କୁ ଖଣ୍ତା ଧାରରେ ବର୍ଜିତ ରୂପେ ଧ୍ୱଂସ କରିବ।
16
ଆଉ ତୁମ୍ଭେମାନେ ତହିଁର ଲୁଟିତ ଦ୍ରବ୍ୟ ସବୁ ନଗର ମଧ୍ୟରେ ସଂଗ୍ରହ କର ଓ ନେଇଯାଅ, ସେହି ନଗରକୁ ସେଥି ମଧ୍ୟରେ ଥିବା ସମସ୍ତ ସାମଗ୍ରୀକୁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଦଗ୍ଧ କର । ସେହି ସହର ସବୁଦିନ ପାଇଁ ଧ୍ୱଂସ ହେବା ଉଚିତ୍। ଆଉ ଏହା ପୂନଃନିର୍ମିତ ହେବା ଉଚିତ୍ ନୁହେଁ।
17
ସେହି ଦ୍ରବ୍ୟରୁ ଯାହା ଧ୍ୱଂସ ହେବା ଉଚିତ୍, ତୁମ୍ଭେମାନେ କିଛି ସଂଗ୍ରହ କରିବା ଉଚିତ୍ ନୁହଁ। ଏଥିରେ ସଦାପ୍ରଭୁ ଆପଣା ପ୍ରଚଣ୍ତ କ୍ରୋଧରୁ ଫେରିବେ ଓ ତୁମ୍ଭ ପ୍ରତି କରୁଣା କରିବେ ଏବଂ ତୁମ୍ଭର ସଂଖ୍ୟା ବଢ଼ାଇବେ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କୁ ପ୍ରତିଜ୍ଞା କରିଥିଲେ।
18
ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ଆଜ୍ଞା ମାନ ଯାହା ମୁଁ (ମୋଶା) ତୁମ୍ଭମାନଙ୍କୁ ଆଜି ଦେଉଛି ଏବଂ ତାଙ୍କ ଦୃଷ୍ଟିରେ ଯାହା ଠିକ୍ ତାହା କର। ତାହାହେଲେ ସେ ଯାହା ପ୍ରତିଜ୍ଞା କଲେ ତାହା କରିବେ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34