bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 10
Deuteronomy 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 11 →
1
ନୂତନ ପ୍ରସ୍ତର ପଟା “ସେହି ସମୟରେ, ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ପ୍ରଥମଟି ପରି ଆଉ ଦୁଇଟି ପ୍ରସ୍ତର ଫଳକ ପ୍ରସ୍ତୁତ କରିବା ଉଚିତ୍। ଏହା ପରେ ତୁମ୍ଭେ ଏହି ପର୍ବତ ଉପରେ ମୋ’ ପାଖକୁ ଆସ ଏବଂ ଆପଣା ପାଇଁ ଏକ କାଠ ସିନ୍ଦୁକ ନିର୍ମାଣ କର।
2
ଆମ୍ଭେ ଏହି ପ୍ରସ୍ତର ଫଳକରେ ପୂର୍ବପରି ଲେଖିବା, ଏହା ପରେ ଏହି ନୂଆ ପ୍ରସ୍ତରଫଳକ ଦ୍ୱୟକୁ ଏକ ସିନ୍ଦୁକରେ ରଖିବ।’
3
“ତେଣୁ ମୁଁ ଏକ ସିନ୍ଦୁକଟିକୁ ଶିଟୀମ୍ କାଠରେ ପ୍ରସ୍ତୁତ କଲି ଏବଂ ପୂର୍ବପରି ଦୁଇଟି ପ୍ରସ୍ତର ଫଳକ ତିଆରି କରି ପର୍ବତ ଉପରକୁ ଗଲି।
4
ସଦାପ୍ରଭୁ ଏହି ପ୍ରସ୍ତର ଫଳକ ଉପରେ ସ୍ୱହସ୍ତରେ ପୂର୍ବପରି ଲେଖି ଦେଲେ। ସେ ତୁମ୍ଭମାନଙ୍କୁ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା କହିଥିଲେ। ତାହା ସେ ଲେଖି ଦେଲେ। ଏହା ପରେ ସଦାପ୍ରଭୁ ସେହି ପ୍ରସ୍ତର ଫଳକଦ୍ୱୟ ମୋତେ ଦେଲେ।
5
ମୁଁ ବୁଲି ପଡ଼ିଲି ଓ ସେମାନଙ୍କୁ ପର୍ବତ ତଳକୁ ଆଣିଲି। ମୁଁ କରିଥିବା ଶିଟୀମକାଠର ସିନ୍ଦୁକରେ ସେମାନଙ୍କୁ ରଖିଲି। ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଥିଲେ ସେଗୁଡ଼ିକ ତାହା ମଧ୍ୟରେ ରଖିବାକୁ। ଏପରିକି ଆଜି ପର୍ଯ୍ୟନ୍ତ ସେହି ପ୍ରସ୍ତର ଫଳକଦ୍ୱୟ ସେହି ସିନ୍ଦୁକ ମଧ୍ୟରେ ସେହି ସ୍ଥାନରେ ରହିଅଛି।”
6
ଏହା ପରେ ଇସ୍ରାଏଲ ସନ୍ତାନଗଣ ବେରୋତ୍-ବନେୟାକନଠାରୁ ମୋଷେରତକୁ ଯାତ୍ରା କଲେ, ସେ ସ୍ଥାନରେ ହାରୋଣ ମଲେ ଓ ସେହି ସ୍ଥାନରେ ସେ କବର ପାଇଲେ। ପୁଣି ତାଙ୍କର ପୁତ୍ର ଇଲିୟାସର ତାଙ୍କ ପଦରେ ଯାଜକ କର୍ମ କଲା।
7
ଏହା ପରେ ସେଠାରୁ ସେମାନେ ଗୁଦ୍ଗୋଦାକୁ ଯାତ୍ରା କଲେ ଓ ଗୁଦ୍ଗୋଦାରୁ ଜଳସ୍ରୋତମୟ ଦେଶ ଯଟବାଥାକୁ ଯାତ୍ରା କଲେ।
8
ସେ ସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ ଓ ସଦାପ୍ରଭୁଙ୍କ ସେବାକର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀ ପରିବାରବର୍ଗଙ୍କୁ ପୃଥକ କରିଛନ୍ତି।
9
ଏଥିପାଇଁ ଲେବୀର ଆପଣା ପରିବାରବର୍ଗ ମଧ୍ୟରେ କୌଣସି ଅଂଶ କି ଅଧିକାର ନାହିଁ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତାହାକୁ ଯାହା କହିଅଛନ୍ତି, ତଦନୁସାରେ ସଦାପ୍ରଭୁ ହିଁ ତାହାର ଅଧିକାର।
10
“ପ୍ରଥମଥର ପରି ମୁଁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ପର୍ବତରେ ରହିଲି। ଏହିଥର ମଧ୍ୟ ପରମେଶ୍ୱର ମୋ’ କଥା ଶୁଣିଲେ, କାରଣ ସେ ତୁମ୍ଭକୁ ବିନାଶ କରିବା ପାଇଁ ଗ୍ଭହିଁଲେ ନାହିଁ।
11
ଏହା ପରେ ସଦାପ୍ରଭୁ ମୋତେ କହିଲେ, ‘ଉଠ, ଯାତ୍ରା ନିମନ୍ତେ ଲୋକମାନଙ୍କୁ ଆଗେଇ ନିଅ। ପୁଣି ମୁଁ ଯେଉଁ ଦେଶ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଦେବା ନିମନ୍ତେ ପ୍ରତିଜ୍ଞା କରିଅଛି, ସେମାନେ ସେହି ଦେଶରେ ପ୍ରବେଶ କରିବେ ଓ ତାହା ଅଧିକାର କରିବେ।’
12
ସଦାପ୍ରଭୁ ବାସ୍ତବରେ କ’ଣ ଗ୍ଭହାନ୍ତି “ଏବେ ହେ ଇସ୍ରାଏଲ, ଶୁଣ! ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବାସ୍ତବରେ ତୁମ୍ଭଠାରୁ କ’ଣ ଗ୍ଭହାନ୍ତି ଜାଣ? ସେ ଗ୍ଭହାନ୍ତି ତାଙ୍କର ବାକ୍ୟ ଅନୁସାରେ କର୍ମମାନ କର। ବିଧି ନିୟମ ପାଳନ କର। ପରମେଶ୍ୱର ଗ୍ଭହାନ୍ତି ତୁମ୍ଭେମାନେ ଅନ୍ତକରଣ ସହକାରେ ସଦାପ୍ରଭୁଙ୍କୁ ପ୍ରେମ କର ଓ ତାଙ୍କର ସେବା କର। ତାଙ୍କର ବ୍ୟବସ୍ଥା ଓ ଆଦେଶ ମାନି ଚଳ।
13
ତେଣୁ ତୁମ୍ଭେମାନେ ତାଙ୍କର ବ୍ୟବସ୍ଥା ଓ ଆଦେଶ ମାନି ଚଳ, ଯାହା ମୁଁ ଆଜି ତୁମ୍ଭକୁ କହୁଅଛି। ଏହା ତୁମ୍ଭର ମଙ୍ଗଳାର୍ଥ, ତାହା ତୁମ୍ଭେମାନେ ପାଳନ କର।
14
“ଆକାଶମଣ୍ତଳ ଓ ତହିଁ ଉପରିସ୍ଥ ସ୍ୱର୍ଗ, ପୁଣି ପୃଥିବୀ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର।
15
କେବଳ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପ୍ରତି ସ୍ନେହ କରିବାକୁ ଏବଂ ସେମାନଙ୍କ ପରେ ସେମାନଙ୍କର ବଂଶଧରମାନଙ୍କୁ ବାଛିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥିଲେ। ସେମାନଙ୍କ ପରେ ଆଜି ପର୍ଯ୍ୟନ୍ତ ସମସ୍ତ ଜାତି ମଧ୍ୟରୁ ତୁମ୍ଭ ଜାତିଗଣଙ୍କୁ ମନୋନୀତ କରିଛନ୍ତି।
16
“ଏଥିପାଇଁ ତୁମ୍ଭେମାନେ ହୃଦୟର ସୁନ୍ନତ ହେବା ଉଚିତ୍ ଏବଂ ଆଉ ଅଧିକ ଜିଦ୍ଖୋର ହେବା ଉଚିତ୍ ନୁହଁ।
17
କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।
18
ସେ ପିତୃହୀନ ଓ ବିଧବାର ବିଗ୍ଭର ନିଷ୍ପତ୍ତି କରନ୍ତି ଓ ବିଦେଶୀକି ଅନ୍ନବସ୍ତ୍ର ଦେଇ ପ୍ରେମ କରନ୍ତି।
19
ଏଥିପାଇଁ ତୁମ୍ଭେମାନେ ବିଦେଶୀକୁ ପ୍ରେମ କର, କାରଣ ତୁମ୍ଭେମାନେ ମିଶର ଦେଶରେ ବିଦେଶୀ ଥିଲ।
20
“ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ। ତାଙ୍କର ଉପାସନା କରିବ। ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ। ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ।
21
ତୁମ୍ଭର ପ୍ରଶଂସା ସଦାପ୍ରଭୁ ଅଟନ୍ତି, ସେ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭେ ଯାହା ଯାହା ଦେଖୁଛ ସେହିସବୁ ମହତ୍ ଓ ଭୟଙ୍କର କର୍ମ ସେ ତୁମ୍ଭ ପାଇଁ କରିଛନ୍ତି।
22
ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସତୁରି ପ୍ରାଣୀ ସହିତ ମିଶରକୁ ଯାଇଥିଲେ। ମାତ୍ର ଏବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆକାଶ ମଣ୍ତଳର ତାରାଗଣ ପରି ତୁମ୍ଭମାନଙ୍କୁ ବହୁସଂଖ୍ୟକ କରିଛନ୍ତି।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34