bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 7
Deuteronomy 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 8 →
1
ଇସ୍ରାଏଲ ପରମେଶ୍ୱରଙ୍କର ବିଶେଷ ଲୋକ “ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସେହି ଦେଶରେ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରବେଶ କରାଇବେ ଓ ତୁମ୍ଭ ସାକ୍ଷାତରୁ ନାନା ଗୋଷ୍ଠୀୟ ଲୋକମାନଙ୍କୁ ହିତ୍ତୀୟ ଓ ଗିର୍ଗାସୀୟ ଓ ଇମୋରୀୟ ଓ କିଣାନୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ତୁମ୍ଭଠାରୁ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କୁ ଦୂର କରିବେ।
2
ଯେତେବେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେମାନଙ୍କୁ ତୁମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ। ତୁମ୍ଭେ ସେମାନଙ୍କ ସହିତ କୌଣସି ସନ୍ଧି କରିବ ନାହିଁ ଅଥବା ଦୟା ଦେଖାଇବ ନାହିଁ। ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବ।
3
ତୁମ୍ଭେମାନେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କ ସହିତ ଆପଣା କନ୍ୟାମାନଙ୍କୁ ବିବାହ ଦେବ ନାହିଁ। କିଅବା ଆପଣା ପୁତ୍ରମାନଙ୍କୁ ସେମାନଙ୍କ କନ୍ୟାମାନଙ୍କ ସହିତ ବିବାହ ଦେବ ନାହିଁ।
4
କାରଣ ସେମାନେ ତୁମ୍ଭମାନଙ୍କର ସନ୍ତାନଗଣଙ୍କୁ ମୋତେ ଅନୁସରଣ କରିବାରୁ ବିମୁଖ କରିବେ ଏବଂ ତା’ପରେ ତୁମ୍ଭମାନଙ୍କର ସନ୍ତାନଗଣ ଅନ୍ୟ ଦେବଗଣର ସେବା କରିବେ। ତାହାହେଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ତୁମ୍ଭମାନଙ୍କର ପରମେଶ୍ୱର କ୍ରୋଧ କରିବେ ଓ ସେ ତୁମ୍ଭକୁ ବହୁତ ଶୀଘ୍ର ବିନାଶ କରିବେ।
5
ମିଥ୍ୟା ଦେବତାଗଣଙ୍କୁ ଧ୍ୱଂସ “ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପେ ବ୍ୟବହାର କରିବ। ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ମରଣାର୍ଥକ ପ୍ରସ୍ତର ସବୁ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସଳକ ହାଣି ପକାଇବ। ପୁଣି ସେମାନଙ୍କ ଖୋଦିତ ପ୍ରତିମାସବୁ ଅଗ୍ନିରେ ଦଗ୍ଧ କରିବ।
6
କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ। ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି।
7
କାରଣ ତୁମ୍ଭେମାନେ ଅନ୍ୟ ଜାତିଗଣ ଅପେକ୍ଷା ଅଧିକ ସଂଖ୍ୟକ, ତାହା ନୁହଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କଲେ ଓ ମନୋନୀତ କଲେ। କାରଣ ତୁମ୍ଭେମାନେ ସମସ୍ତ ଲୋକ ଅପେକ୍ଷା ସବୁଠୁ କମ୍ ଥିଲ।
8
କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଚ୍ଛୁକ ହେବାରୁ ସଦାପ୍ରଭୁ ବଳବାନ୍ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ଦାସତ୍ୱରୁ ଓ ମିଶରର ରାଜା ଫାରୋଙ୍କ ହସ୍ତରୁ ରକ୍ଷା କଲେ।
9
“ତେଣୁ ମନେରଖ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର କେବଳ ଏକମାତ୍ର ପରମେଶ୍ୱର ଅଟନ୍ତି। ସେ ବିଶ୍ୱସ୍ତ ଅଟନ୍ତି। ସେ ତାଙ୍କର ନିୟମ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ଆଜ୍ଞା ମାନନ୍ତି, ସଦାପ୍ରଭୁ ସେମାନଙ୍କ ଉପରେ କୃପା କରନ୍ତି। ଲୋକମାନଙ୍କ ପ୍ରତି ତାଙ୍କର କରୁଣା ଓ ତାଙ୍କର ଚୁକ୍ତି ପ୍ରତି ବିଶ୍ୱସନୀୟତା ସହସ୍ର ପୁରୁଷ ପର୍ଯ୍ୟନ୍ତ ଲାଗିରହେ।
10
କିନ୍ତୁ ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି। ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ। ସେ ତାହାର ସମ୍ମୁଖରେ ପରିଶୋଧ କରିବେ।
11
ଏଥିପାଇଁ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା ଓ ବିଧି ଶାସନ ଆଜ୍ଞା ଦେଉଅଛି, ତାହା ମାନ୍ୟ କରି ପାଳନ କର।
12
“ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟସକଳ ଶାସନ ଶୁଣି, ମାନ ଓ ପାଳନ କର, ତେବେ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ ଓ ଦୟା ବିଷୟରେ ଶପଥ କରିଅଛନ୍ତି, ସେ ତାହା ରକ୍ଷା କରିବେ।
13
ସେ ତୁମ୍ଭକୁ ସ୍ନେହ କରିବେ, ଆଶୀର୍ବାଦ କରିବେ ଓ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ। ସେ ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭ ଗର୍ଭଫଳ ଓ ତୁମ୍ଭ ଭୂମିଫଳ ଓ ତୁମ୍ଭମାନଙ୍କର ଶସ୍ୟ ଓ ତୁମ୍ଭ ଦ୍ରାକ୍ଷାରସ ଓ ତୁମ୍ଭ ତୈଳ ଓ ତୁମ୍ଭ ଗୋରୁମାନଙ୍କ ବତ୍ସମାନଙ୍କ ସମସ୍ତଙ୍କୁ ଆଶୀର୍ବାଦ କରିବେ।
14
“ତୁମ୍ଭେ ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ଆଶୀର୍ବାଦ ପାଇବ, ତୁମ୍ଭମାନଙ୍କ ମଧ୍ୟରେ ପୁରୁଷ କି ସ୍ତ୍ରୀ କିମ୍ବା ତୁମ୍ଭମାନଙ୍କ ପଶୁଗଣ ମଧ୍ୟରେ କେହି ନିଃସନ୍ତାନ ହେବେ ନାହିଁ।
15
ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ। ଆଉ ତୁମ୍ଭେ ମିସ୍ରୀୟ ଯେଉଁସବୁ ମନ୍ଦ ବ୍ୟାଧି ଜ୍ଞାତ ଅଟ, ତାହା ସେ ତୁମ୍ଭ ଉପରେ କରିବେ ନାହିଁ। ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନଙ୍କ ଉପରେ ତାହା କରିବେ।
16
ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ। ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ। କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ। କାରଣ ତାହା ତୁମ୍ଭମାନଙ୍କ ପାଇଁ ଫାନ୍ଦ ସ୍ୱରୂପ ହେବ।
17
ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କଲେ “ଯଦି ତୁମ୍ଭେମାନେ ‘ସେହି ଦେଶକୁ ତୁମ୍ଭମାନଙ୍କଠାରୁ ବଳଶାଳି ବୋଲି ବିବେଚନା କର, ତେବେ ତୁମ୍ଭେମାନେ ନିଜେ ଚିନ୍ତା କରିପାର ଆମ୍ଭେ କିପରି ସେମାନଙ୍କୁ ତଡ଼ି ଦେବା? ତଥାପି ତୁମ୍ଭେ ସେମାନଙ୍କୁ ଭୟ କରିବ ନାହିଁ।’
18
ତୁମ୍ଭମାନଙ୍କର ମନେଥିବ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଫାରୋ ଓ ସମସ୍ତ ମିଶର ପ୍ରତି ଯେଉଁ କର୍ମମାନ କରିଛନ୍ତି।
19
ତୁମ୍ଭେମାନେ ଦେଖିଛ ଯେ ସଦାପ୍ରଭୁ ସେମାନଙ୍କ ପାଇଁ କି ଭୟଙ୍କର କାର୍ଯ୍ୟମାନ କରିଛନ୍ତି। ସେ କି ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି। ସେ ତାଙ୍କର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବହାର କରି ଆଣିଛନ୍ତି। ତୁମ୍ଭକୁ ଯେଉଁମାନେ ଭୟ ପ୍ରଦର୍ଶନ କରିବେ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ସେହିପରି କାର୍ଯ୍ୟମାନ ସେମାନଙ୍କ ପ୍ରତି କରିବେ।
20
“ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ସେମାନଙ୍କ ପାଇଁ ବିରୁଡ଼ି ପଠାଇବେ, ଯେଉଁମାନେ ତୁମ୍ଭମାନଙ୍କ ହସ୍ତରୁ ରକ୍ଷା ପାଇବେ। ସେ ସେହି ଲୋକମାନଙ୍କୁ ଧ୍ୱଂସ କରିବେ।
21
ଏହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିଛନ୍ତି। ସେ ମହାନ ଓ ଭୟଯୁକ୍ତ।
22
ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢ଼ିବେ। ତୁମ୍ଭେ ସେମାନଙ୍କୁ ଏକାବେଳେ ବିନାଶ କରିବ ନାହିଁ, କଲେ ବନ ପଶୁମାନେ ତୁମ୍ଭ ପ୍ରତିକୂଳରେ ବଢ଼ି ଉଠିବେ।
23
ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଆଗରେ ସେମାନଙ୍କୁ ସମର୍ପଣ କରିବେ ଓ ସେମାନେ ବିନଷ୍ଟ ନ ହେବାଯାଏ ସେମାନଙ୍କୁ ମହାବ୍ୟାକୁଳରେ ବ୍ୟାକୁଳ କରିବେ।
24
ଆଉ ସେ ସେମାନଙ୍କର ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ଯାହାଫଳରେ ତୁମ୍ଭେ ଆକାଶ ମଣ୍ତଳର ତଳୁ ସେମାନଙ୍କ ନାମ ପୋଛି ଦେବ। ଯେତେବେଳେ ତୁମ୍ଭେ ସେମାନଙ୍କୁ ବିନାଶ କରିବ କେହି ତୁମ୍ଭମାନଙ୍କୁ ଅଟକାଇବାକୁ ସମର୍ଥ ହେବ ନାହିଁ।
25
“ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମା ସକଳ ଅଗ୍ନିରେ ଦଗ୍ଧ କରିବ। ତୁମ୍ଭେ ଯେମନ୍ତ ଫାନ୍ଦରେ ନ ପଡ଼ିବ ସେଥିପାଇଁ ସେ ସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣିତ ବସ୍ତୁ ଅଟେ।
26
ତୁମ୍ଭେ ସେହି ଘୃଣିତ ବସ୍ତୁଗୁଡ଼ିକ ନିଜ ଗୃହ ଭିତରକୁ ଆଣିବ ନାହିଁ। କାଳେ ତୁମ୍ଭେମାନେ ତାହା ତୁଲ୍ୟ ଅଭିଶପ୍ତ ହୋଇପାର। ତୁମ୍ଭେମାନେ ସେଗୁଡ଼ିକୁ ଅତିଶୟ ଘୃଣା କରିବା ଉଚିତ୍ ଓ ସେମାନେ ଅଭିଶପ୍ତ ହୁଅନ୍ତୁ ବୋଲି ବିବେଚନା କରିବ କାରଣ ସେମାନେ ବିଧ୍ୱଂସିତ ହେବାର ବସ୍ତୁ ଅଟନ୍ତି।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34