bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 23
Deuteronomy 23
Odia Bible ERV 2004 (ପବିତ୍ର ବାଇବଲ)
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 24 →
1
କେଉଁ ଲୋକମାନେ ଉପାସନା କରି ପାରିବେ “ଚୂର୍ଣ୍ଣକୋଷ କିଅବା ଛିନ୍ନଲିଙ୍ଗ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।
2
ଯଦି କୌଣସି ଲୋକର ପିତାମାତାଙ୍କର ବିବାହ ନିୟମାନୁଯାୟୀ ହୋଇ ନ ଥାଏ, ତେବେ ସେହିଲୋକ ଏବଂ ତାଙ୍କର ବଂଶଧରମାନେ ଦଶ ପୁରୁଷ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଧାର୍ମିକ ସମାଜରେ ପ୍ରବେଶ କରି ପାରିବେ ନାହିଁ।
3
“ଅମ୍ମୋନୀୟ କି ମୋୟାବୀୟ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ଯ୍ୟନ୍ତ ମଧ୍ୟ ସଦାପ୍ରଭୁଙ୍କ ଧାର୍ମିକ ସମାଜରେ ପ୍ରବେଶ କରି ପାରିବ ନାହିଁ।
4
କାରଣ ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ସେହି ସମୟରେ ସେମାନେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭେଟିଲେ ନାହିଁ। ପୁଣି ସେମାନେ ତୁମ୍ଭମାନଙ୍କୁ ଶାପଦେବା ନିମନ୍ତେ ମେସୋପଟାମିଆର ପଥୋର ସହର ନିବାସୀ ବିଲିୟମକୁ ପାରଶ୍ରମିକ ଦେଲେ।
5
ତଥାପି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଲିୟମର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରେମ କରିବାରୁ ସେହି ଶାପକୁ ଲେଉଟାଇ ଆଶୀର୍ବାଦ କଲେ।
6
ତୁମ୍ଭେ ଯାବଜ୍ଜୀବନ ଅନନ୍ତକାଳ ପର୍ଯ୍ୟନ୍ତ ଅମ୍ମୋନୀୟ ଓ ମୋୟାବୀୟ ସନ୍ତାନମାନଙ୍କ ଶାନ୍ତି ଓ ମଙ୍ଗଳ ଲୋଡ଼ିବ ନାହିଁ।
7
ଇସ୍ରାଏଲୀୟମାନେ କେଉଁମାନଙ୍କୁ ଗ୍ରହଣ କରିବେ “ତୁମ୍ଭେମାନେ ଇଦୋମୀୟ ଲୋକମାନଙ୍କୁ ଘୃଣା କରିବା ଉଚିତ୍ ନୁହେଁ। କାରଣ ସେମାନେ ତୁମ୍ଭମାନଙ୍କର ଭାଇ ଅଟନ୍ତି ଏବଂ ତୁମ୍ଭେମାନେ ମିଶରୀୟମାନଙ୍କୁ ଘୃଣା କରିବା ଉଚିତ୍ ନୁହେଁ କାରଣ ତୁମ୍ଭେମାନେ ସେମାନଙ୍କ ଦେଶରେ ବିଦେଶୀପରି ବାସ କରୁଥିଲ।
8
ସେମାନଙ୍କ ତୃତୀୟ ପୁରୁଷ ପରେ, ସେମାନେ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରି ପାରିବେ।
9
ସୈନ୍ୟମାନଙ୍କର ଛାଉଣିକୁ ପରିଷ୍କାର ରଖିବ “ଯେତେବେଳେ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବ। ତୁମ୍ଭମାନଙ୍କୁ ଯାହା ଅପବିତ୍ର କରିବ ତାହାଠାରୁ ଦୂରେଇ ରହିବ।
10
ତୁମ୍ଭମାନଙ୍କ ମଧ୍ୟରେ ଯେବେ କୌଣସି ବ୍ୟକ୍ତି ରାତ୍ରି ଘଟିତ କୌଣସି ଅଶୁଚିତାରେ ଅଶୁଚି ହୁଏ, ତେବେ ସେ ଛାଉଣି ଭିତରୁ ବାହାରି ଯିବ। ସେ ଛାଉଣି ମଧ୍ୟରେ ପ୍ରବେଶ କରିବ ନାହିଁ।
11
ମାତ୍ର ସନ୍ଧ୍ୟା ଉପସ୍ଥିତ ହେଲେ ସେ ଜଳରେ ସ୍ନାନ କରିବ ଓ ସୂର୍ଯ୍ୟାସ୍ତ ହେବାପରେ ସେ ଛାଉଣି ମଧ୍ୟକୁ ପ୍ରବେଶ କରିବ।
12
“ତୁମ୍ଭେ ମଧ୍ୟ ବାହାରକୁ ଯିବା ନିମନ୍ତେ ଛାଉଣି ବାହାରେ ଏକସ୍ଥାନ କରିବ।
13
ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ କୋଦାଳ ରଖିବ। ତୁମ୍ଭେ ଏକ ଗର୍ତ୍ତ ଖୋଳିବା ଉଚିତ୍ ଓ ଅନ୍ତନାଡ଼ିରୁ ଯାହା ବାହାରେ ତାକୁ ପୋତି ପକାଇବା ଉଚିତ୍ ।
14
ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତୁମ୍ଭ ହସ୍ତରେ ତୁମ୍ଭର ଶତ୍ରୁମାନଙ୍କୁ ସମର୍ପଣ କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଛାଉଣି ମଧ୍ୟରେ ଗମନାଗମନ କରନ୍ତି। ଏଥିପାଇଁ ସେ ଯେପରି ତୁମ୍ଭମାନଙ୍କ ମଧ୍ୟରେ ଲଜ୍ଜାକର ବିଷୟ ନ ଦେଖନ୍ତି ଓ ତୁମ୍ଭ ନିକଟରୁ ବିମୁଖ ନ ହୁଅନ୍ତି। ଏଥିପାଇଁ ତୁମ୍ଭର ଛାଉଣି ସର୍ବଦା ପବିତ୍ର ହେବା ଉଚିତ୍।
15
ଅନ୍ୟାନ୍ୟ ନିୟମଗୁଡ଼ିକ “ଯଦି ଜଣେ ଦାସ ତା’ର ମୁନିବ ନିକଟରୁ ତୁମ୍ଭ ନିକଟକୁ ପଳାଇ ଆସିବ, ତେବେ ତୁମ୍ଭେ ତାକୁ ତା’ର ମୁନିବଙ୍କ ହସ୍ତରେ ସମର୍ପଣ କରିବ ନାହିଁ।
16
ସେ ତୁମ୍ଭର କୌଣସି ଏକ ନଗର ଦ୍ୱାର ମଧ୍ୟରେ ଆପଣା ଇଚ୍ଛାମତେ ମନୋନୀତ ସ୍ଥାନରେ ତୁମ୍ଭ ମଧ୍ୟରେ ବାସ କରିବା ଉଚିତ୍, ତୁମ୍ଭେମାନେ ତାକୁ ଶୋଷଣ କିଅବା ଠକିବା ଉଚିତ୍ ନୁହେଁ।
17
“ଇସ୍ରାଏଲର ସ୍ତ୍ରୀଲୋକ ବା ପୁରୁଷ କେହି ମନ୍ଦିରର ବେଶ୍ୟାରୂପେ ସେବା କରିବା ଉଚିତ୍ ନୁହେଁ।
18
ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ୟାର ବେତନ କିଅବା କୁକୁରର ମୂଲ୍ୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଗୃହକୁ ଆଣିବ ନାହିଁ। କାରଣ ସେ ଉଭୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଘୃଣ୍ୟ ଅଟନ୍ତି।
19
“ତୁମ୍ଭେ ଯେତେବେଳେ ଅନ୍ୟ ଇସ୍ରାଏଲକୁ ଋଣ ଦିଅ, ତା’ର ସୁଧ ମାଗ ନାହିଁ। ତାକୁ ସୁନା, ରୂପା, ଖାଦ୍ୟଦ୍ରବ୍ୟ କିଅବା ଅନ୍ୟ କିଛି ସୁଧ ନିଅ ନାହିଁ। ଯାହା ଜଣେ ବ୍ୟକ୍ତି ଦେଇ ପାରିବ।
20
ତୁମ୍ଭେମାନେ ବିଦେଶୀମାନଙ୍କଠାରୁ ସୁଧ ଗ୍ରହଣ କରି ପାରିବ। କିନ୍ତୁ ତୁମ୍ଭେମାନେ କୌଣସି ଇସ୍ରାଏଲ ଲୋକଠାରୁ ସୁଧ ନେବା ଉଚିତ୍ ନୁହଁ। ତେଣୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭେ ଯାହା କରୁଛ ପ୍ରତ୍ୟେକର ଆଶୀର୍ବାଦ କରିବେ, ଯାହା ତୁମ୍ଭେ ଅଧିକାର କରିବା ପାଇଁ ଯାଉଛ। ତୁମ୍ଭେ ଏହି ନିୟମ ଅନୁସରଣ କର, ତେବେ ତୁମ୍ଭେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କର ଆଶୀର୍ବାଦର ପାତ୍ର ହେବ। ସଦାପ୍ରଭୁ ତୁମ୍ଭକୁ ସବୁ କାର୍ଯ୍ୟରେ ତୁମ୍ଭକୁ ଆଶୀର୍ବୀଦ କରିବେ।
21
“ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ମାନସିକ କଲେ ତାହା ଦେବାକୁ ବିଳମ୍ବ କରିବ ନାହିଁ। କାରଣ ତାହା ତୁମ୍ଭର ପାପ ହେବ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅବଶ୍ୟ ତୁମ୍ଭଠାରୁ ତାହା ଆଦାୟ କରିବେ।
22
କିନ୍ତୁ ଯଦି ତୁମ୍ଭେ ମାନସିକ ନ କର ତେବେ ତହିଁରେ ତୁମ୍ଭର ପାପ ହେବ ନାହିଁ।
23
ଯାହା ତୁମ୍ଭ ଓଠରୁ ନିର୍ଗତ ହୋଇଅଛି, ତାହା କରିବାକୁ ମନୋଯୋଗ କରିବ। ତୁମ୍ଭେ ନିଜ ମୁଖରେ ପ୍ରତିଜ୍ଞା କର ଯେପରି ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମାନସିକ କରିଅଛ, ସେହି ଅନୁସାରେ କରିବ।
24
“ତୁମ୍ଭେ ଆପଣା ପ୍ରତିବାସୀର ଦ୍ରାକ୍ଷାକ୍ଷେତ୍ରକୁ ଗଲେ ସ୍ୱେଚ୍ଛାନୁସାରେ ଆପଣା ତୃପ୍ତି ପର୍ଯ୍ୟନ୍ତ ଦ୍ରାକ୍ଷାଫଳ ଭୋଜନ କରି ପାରିବ। ମାତ୍ର ତୁମ୍ଭେ ଆପଣା ପାତ୍ରରେ କିଛି ଅବଶିଷ୍ଟ ରଖିବ ନାହିଁ।
25
ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟକ୍ଷେତ୍ରକୁ ଗଲେ ଆପଣା ହାତରେ ଶିଷା ଛିଣ୍ତାଇ ଖାଇ ପାରିବ, ମାତ୍ର ତୁମ୍ଭେ ଆପଣା ପ୍ରତିବାସୀର ଶସ୍ୟ କାଟି ଆଣି ପାରିବ ନାହିଁ।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34