bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 12
Deuteronomy 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 13 →
1
ସଦାପ୍ରଭୁଙ୍କର ଉପାସନାସ୍ଥଳ “ଏହି ନିୟମ ବିଧିସବୁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ଏହି ନୂତନ ଦେଶରେ ମାନିବାକୁ ହେବ। ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ଅଧିକାର ନିମନ୍ତେ ଯେଉଁ ଦେଶ ଦେଇଛନ୍ତି, ସେହି ଦେଶରେ ଜୀବିତ ଥିବା ପର୍ଯ୍ୟନ୍ତ ତାଙ୍କର ଏହି ବିଧିସକଳ ମାନିବ।
2
ତୁମ୍ଭେମାନେ ଯେଉଁ ଗୋଷ୍ଠୀୟମାନଙ୍କୁ ଅଧିକାର କରିବ, ସେମାନଙ୍କର ଉଚ୍ଚ ପର୍ବତଗଣ ଉପରେ ଓ ଉପପର୍ବତ ସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁସବୁ ସ୍ଥାନରେ ନିଜ ନିଜ ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ।
3
ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କର ସ୍ମରଣାର୍ଥକ ପ୍ରସ୍ଥର ସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତି ସବୁକୁ ଅଗ୍ନିରେ ଦଗ୍ଧ କରିବ। ସେମାନଙ୍କର ଖୋଦିତ ଦେବ ପ୍ରତିମାଗଣକୁ ହାଣି ପକାଇବ। ସେ ସ୍ଥାନରୁ ସେମାନଙ୍କ ନାମ ଲୋପ କରିବ।
4
“ସେହି ଲୋକମାନେ ସେମାନଙ୍କର ଦେବଗଣଙ୍କୁ ସେମାନେ ପୂଜା କଲାପରି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ସେହି ଉପାସନା କର ନାହିଁ।
5
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସମସ୍ତ ଗୋଷ୍ଠୀ ମଧ୍ୟରୁ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠାରେ ତାଙ୍କର ନାମ ଉପାସନା ହେବା ଉଚିତ୍। ତୁମ୍ଭର ସେଠାକୁ ଯିବା ଉଚିତ୍ ଏବଂ ତାଙ୍କୁ ଖୋଜିବା ଉଚିତ୍।
6
ତୁମ୍ଭେମାନେ ସେହି ସ୍ଥାନକୁ ନିଜ ନିଜ ହୋମବଳି ଓ ନିଜ ନିଜ ବଳିଦାନ ଓ ନିଜ ନିଜ ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତୋଳନୀୟ ଉପହାର ନିଜ ନିଜ ମାନତ ଦ୍ରବ୍ୟ, ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଓ ନିଜ ନିଜ ପଶୁପଲର ପ୍ରଥମଜାତ ସମସ୍ତଙ୍କୁ ଆଣିବ।
7
ସେହି ସ୍ଥାନରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପରିବାର ସଦସ୍ୟଗଣ ସଦାପ୍ରଭୁଙ୍କ ଉପସ୍ଥିତିରେ ଭୋଜନ କରିବ। ତୁମ୍ଭକୁ ଯାହା ପ୍ରାପ୍ତି ହୋଇଛି ସେଥିରେ ଆନନ୍ଦିତ ହୁଅ, ଯେହେତୁ ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି।
8
“ଏପରି ତୁମ୍ଭେମାନେ କର ନାହିଁ, ଯାହାର ଦୃଷ୍ଟିରେ ଯାହା ଭଲ, ସେହିପରି ଉପାସନା କର ନାହିଁ, ଯାହା ଆମ୍ଭେ ଏହି ସ୍ଥାନରେ କରୁଅଛୁ।
9
କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଯେଉଁ ବିଶ୍ରାମ ଓ ଅଧିକାର ଦେବେ, ତହିଁରେ ତୁମ୍ଭେମାନେ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହଁ।
10
କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ତୁମ୍ଭମାନଙ୍କୁ ଅଧିକାର କରାଇବେ, ସେଠାକୁ ତୁମ୍ଭେମାନେ ଯେତେବେଳେ ଯର୍ଦ୍ଦନ ପାର ହୋଇଯିବ ଓ ସେଠାରେ ପହଞ୍ଚିବ। ସେ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଗଣଠାରୁ ତୁମ୍ଭମାନଙ୍କୁ ବିଶ୍ରାମ ଦେବେ, ଏବଂ ତୁମ୍ଭେମାନେ ନିର୍ଭୟରେ ବାସ କରିବ।
11
ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସେହି ସ୍ଥାନକୁ ତୁମ୍ଭେମାନେ ମୋର ଆଜ୍ଞା ଅନୁସାରେ ନିଜ ନିଜ ହୋମ ନୈବେଦ୍ୟ ଓ ନିଜ ନିଜ ବଳିଦାନ, ନିଜ ଆୟର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ।
12
ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନ ସନ୍ତତିଗଣ ତୁମ୍ଭମାନଙ୍କର ଦାସଗଣ, ତୁମ୍ଭମାନଙ୍କର ଦାସୀଗଣ ତୁମ୍ଭମାନଙ୍କର ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକର କୌଣସି ଅଂଶ କି ଅଧିକାର ତୁମ୍ଭମାନଙ୍କ ମଧ୍ୟରେ ନ ଥିବା ହେତୁ ସେ ଏପରି ତୁମ୍ଭେ ସମସ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
13
ସାବଧାନ ହେବ, ଯେଉଁ ସ୍ଥାନସବୁ ଦେଖିବ ପ୍ରତ୍ୟେକ ସ୍ଥାନରେ ହୋମବଳି ଉତ୍ସର୍ଗ କରିବ ନାହିଁ।
14
ତୁମ୍ଭମାନଙ୍କର ଗୋଟିଏ ପରିବାର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଯେଉଁସ୍ଥାନ ମନୋନୀତ କରିଛନ୍ତି, କେବଳ ସେହି ସ୍ଥାନରେ ତୁମ୍ଭେମାନେ ତୁମ୍ଭମାନଙ୍କର ହୋମବଳି ଓ ସେ ତୁମ୍ଭକୁ ଯେଉଁସବୁ ଆଜ୍ଞା ଦେଇଛନ୍ତି, ତାହା ସବୁ ସେହିଠାରେ ଉତ୍ସର୍ଗ କରିବା ଉଚିତ୍।
15
“ତୁମ୍ଭେମାନେ ଯେଉଁଠାରେ ବାସ କରିବ, ସେଠାରେ ତୁମ୍ଭେମାନେ କୃଷ୍ଣସାର ଓ ମୃଗ ଜାତୀୟ ସୁସ୍ଥ ପ୍ରାଣୀ ବଧ କରି ଆପଣା ଇଚ୍ଛାମତେ ଖାଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଆଶୀର୍ବାଦ ଅନୁସାରେ ଶୁଚି ଓ ଅଶୁଚି ଲୋକମାନେ ମଧ୍ୟ ଏହି ମାଂସ ଭକ୍ଷ୍ୟଣ କରି ପାରିବେ।
16
ତୁମ୍ଭେମାନେ ରକ୍ତ ଭୋଜନ କରିବ ନାହିଁ। ଜଳତୁଲ୍ୟ ତାହା ଭୂମିରେ ଢାଳି ଦେବ।
17
“କେତେକ ଦ୍ରବ୍ୟ ତୁମ୍ଭେମାନେ ଭକ୍ଷ୍ୟଣ କରିବ ନାହିଁ ଯେଉଁଠାରେ ତୁମ୍ଭେମାନେ ବାସ କରିବ, ସେଗୁଡ଼ିକ ହେଲା, ଯଥା: ଆପଣା ଶସ୍ୟର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ କି ଗୋମେଷାଦିର ପ୍ରଥମଜାତ କିମ୍ବା ତୁମ୍ଭ ମନାସିଲାର ପ୍ରତିଜ୍ଞା ଦ୍ରବ୍ୟ କିଅବା ତୁମ୍ଭ ସ୍ୱେଚ୍ଛାଦତ୍ତ ନୈବେଦ୍ୟ, କି ତୁମ୍ଭ ହସ୍ତର ଉତ୍ତୋଳନୀୟ ଉପହାର।
18
ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେମାନେ ତାହା ଭୋଜନ କରିବ। ତୁମ୍ଭେ ଓ ତୁମ୍ଭର ପୁତ୍ର ତୁମ୍ଭର କନ୍ୟା ତୁମ୍ଭ ଦାସ ଓ ଦାସୀଗଣ ଏବଂ ନଗରଦ୍ୱାର ମଧ୍ୟବର୍ତ୍ତୀ ଲେବୀୟ ଲୋକ ସେହି ନୈବେଦ୍ୟ ଭୋଜନ କରିବ। ଯେଉଁଗୁଡ଼ିକ ତୁମ୍ଭମାନଙ୍କର କଠିନ ପରିଶ୍ରମର ଫଳ, ତହିଁରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ଆନନ୍ଦ କରିବ।
19
ସାବଧାନ ହେବ, ତୁମ୍ଭେମାନେ ଆପଣା ଭୂମିରେ ବାସ କରିବା ଯାଏ ଓ ବଞ୍ଚି ରହିଥିବା ଯାଏ ଲେବୀୟମାନଙ୍କୁ ତ୍ୟାଗ କରିବ ନାହିଁ।
20
“ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ, ସେ ତୁମ୍ଭମାନଙ୍କର ଦେଶକୁ ବଢ଼ାଇବେ। ଯେତେବେଳେ ସଦାପ୍ରଭୁ ଏପରି କରିବେ, ତୁମ୍ଭେମାନେ ହୁଏତ ତାଙ୍କର ମନୋନୀତ ସ୍ଥାନର ବହୁ ଦୂରରେ ବାସ କରୁଥିବ। ଏହା ଯଦି ଅଧିକ ଦୂର ହୁଏ, ଏବଂ ତୁମ୍ଭେ ଯଦି ମାଂସ ପାଇଁ ଭୋକିଲା ହୁଅ, ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କର ଦତ୍ତ ଯେକୌଣସି ପଶୁର ମାଂସ ଖାଇ ପାରିବ। ତୁମ୍ଭେମାନେ ସେହି ପଶୁକୁ ନିଅ, ତାକୁ ବଧକର ଓ ନିଜ ଫାଟକ ଭିତରେ ଭୋଜନ କର। ମୁଁ ଯେପରି ଆଜ୍ଞା କଲି, ତୁମ୍ଭେମାନେ ଏପରି କରିବା ଉଚିତ୍। ତୁମ୍ଭେମାନେ ଏହି ମାଂସ ଯେଉଁଠାରେ ବାସ କଲେ ମଧ୍ୟ ସେହିଠାରେ ଖାଇ ପାରିବ।
22
ତୁମ୍ଭେମାନେ କୃଷ୍ଣସାର ଓ ହରିଣ ଭୋଜନ କରିବାପରି ଏହି ମାଂସ ଭୋଜନ କରି ପାରିବ। ଶୁଚି ଓ ଅଶୁଚି ଲୋକ ସମସ୍ତେ ଏହା ଭୋଜନ କରି ପାରିବେ। କୃଷ୍ଣସାର ଓ ମୃଗ ମାଂସ ଭୋଜନ ପରି ଶୁଚି ଲୋକ ଓ ଅଶୁଚି ଲୋକେ ସମସ୍ତେ ଏହାକୁ ଭୋଜନ କରି ପାରିବେ।
23
କିନ୍ତୁ ସାବଧାନ, ସେମାନଙ୍କର ରକ୍ତ ଖାଇବ ନାହିଁ। କାରଣ ରକ୍ତହିଁ ପ୍ରାଣ। ଆଉ ମାଂସ ସହିତ ପ୍ରାଣ ଭୋଜନ କରିବ ନାହିଁ।
24
ଜଳ ଢାଳିବା ପରି ରକ୍ତକୁ ଭୂମିରେ ଢାଳି ଦେବ। ତାହାକୁ ଖାଇବ ନାହିଁ।
25
ତୁମ୍ଭେମାନେ ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ କର୍ମ କଲେ ତୁମ୍ଭମାନଙ୍କର ଓ ଆପଣା ବଂଶଧରମାନଙ୍କର ମଙ୍ଗଳ ହେବ।
26
“ଯଦି ତୁମ୍ଭେ ସଦାପ୍ରଭୁଙ୍କୁ କିଛି ଦେବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ତାହା ସଦାପ୍ରଭୁଙ୍କର ମନୋନୀତ ସ୍ଥାନକୁ ନେଇଯିବ।
27
ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ମାଂସ ଓ ରକ୍ତ ସମେତ ନିଜ ନିଜର ହୋମବଳି ଉତ୍ସର୍ଗ କରିବ। ତୁମ୍ଭମାନଙ୍କର ବଳିଦାନାଦିର ରକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଢଳାଯିବ। ତେବେ ତୁମ୍ଭେମାନେ ସେହି ମାଂସ ଭୋଜନ କରିବ।
28
ସାବଧାନତା ସହକାରେ ମୁଁ ଯେଉଁ ଆଜ୍ଞାମାନ ଦେଲି ତାହା ତୁମ୍ଭେମାନେ ପାଳନ କରିବ। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ଓ ଯଥାର୍ଥ ତାହା କଲେ ତୁମ୍ଭର ଓ ତୁମ୍ଭମାନଙ୍କ ପରେ ତୁମ୍ଭ ବଂଶଧରଗଣର ଯୁଗାନୁସାରେ ମଙ୍ଗଳ ହେବ।
29
“ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେହି ଦେଶସବୁକୁ ଉଚ୍ଛିନ୍ନ କରିବାକୁ ଯାଉଛନ୍ତି, ଯେଉଁମାନଙ୍କର ଭୂମି ତୁମ୍ଭେ ଅଧିକାର କରିବା ପାଇଁ ଯାଉଛ। ତା’ପରେ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ଦେଶରେ ବାସ କରିବ।
30
ସେମାନଙ୍କୁ ବିନାଶ କଲାପରେ, ତୁମ୍ଭେମାନେ ବହୁତ ସାବଧାନ ହେବା ଉଚିତ୍। ଯେପରି ସେମାନଙ୍କର ଫାନ୍ଦରେ ପଡ଼ି ସେମାନଙ୍କ ଦେବଗଣଙ୍କର ପୂଜା ନ କର। ସାବଧାନ ହୁଅ ଯେ, ତୁମ୍ଭେ ସେମାନଙ୍କର ଦେବତାମାନଙ୍କୁ ଅନୁସନ୍ଧାନ କର ନାହିଁ, ପଗ୍ଭର ନାହିଁ ଯେ, ‘ସେହି ଗୋଷ୍ଠୀମାନେ କିପରି ସେମାନଙ୍କର ଦେବତାମାନଙ୍କୁ ପୂଜା କରୁଥିଲେ, ଆମ୍ଭେମାନେ ମଧ୍ୟ ସେପରି କରିବୁ?,
31
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଏପରି କର ନାହିଁ। ତୁମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ସେପରି କର ନାହିଁ। କାରଣ ସେ ଲୋକମାନେ ଏପରି କର୍ମମାନ କରୁଥିଲେ ଯାହାକୁ ସଦାପ୍ରଭୁ ଘୃଣା କରନ୍ତି। ସେମାନେ ଆପଣା ଦେବତାଗଣଙ୍କ ଉଦ୍ଦେଶ୍ୟରେ ଆପଣାର ସନ୍ତାନମାନଙ୍କୁ ଅଗ୍ନିରେ ଦଗ୍ଧ କରନ୍ତି।
32
“ମୁଁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହା ସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭେମାନେ ତାହାଠାରୁ କିଛି ଊଣା କରିବ ନାହିଁ କି ତହିଁରେ କିଛି ଅଧିକ ଯୋଗ କରିବ ନାହିଁ।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34